ଓଡ଼ିଶା ସରକାରଙ୍କ ଦୁଇ ବର୍ଷର ସଫଳ ଶାସନ ପୂର୍ତ୍ତି ଅବସରରେ ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ବ୍ଲକ ସମ୍ମିଳନୀ କକ୍ଷରେ ଜୁନ ୧୮ ତାରିଖରେ "ବିକାଶ ଧାରା ଓଡ଼ିଶା ସାରା" କାର୍ଯ୍ୟକ୍ରମର ଦ୍ୱିତୀୟ ଦିନରେ ଏକ ବ୍ଲକସ୍ତରୀୟ କୃଷକ ସମ୍ବାଦ ଓ କର୍ମଶାଳା ଆୟୋଜିତ ହୋଇଥିଲା। “ପ୍ରାକୃତିକ ଓ ପ୍ରଗତିଶୀଳ କୃଷି” ବିଷୟକୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗୋଷ୍ଠି ଉନ୍ନୟନ ଅଧିକାରୀ ଦୁତିକୃଷ୍ଣ ପାତ୍ର, ସହକାରୀ ଗୋଷ୍ଠି ଉନ୍ନୟନ ଅଧିକାରୀ ଧର୍ମରାଜ ପରିଡା, ତହସିଲଦାର ତାପସ ରାଉତ, ବ୍ଳକ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନଙ୍କ ସମେତ ଅଞ୍ଚଳର ବହୁ କୃଷକ, କୃଷି ବିଶେଷଜ୍ଞ ଏବଂ ସମାଜସେବୀ ଯୋଗଦେଇଥିଲେ। କର୍ମଶାଳାରେ ପ୍ରାକୃତିକ କୃଷିର ଉପକାରିତା, ରାସାୟନିକ ସାର ଓ କୀଟନାଶକର ବିକଳ୍ପ ବ୍ୟବହାର, ଜୈବିକ ଚାଷ, ଜଳ ସଂରକ୍ଷଣ, ମାଟିର ଉର୍ବରତା ବୃଦ୍ଧି ଏବଂ ଆଧୁନିକ କୃଷି ପ୍ରଯୁକ୍ତିର ପ୍ରୟୋଗ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଆଲୋଚନାରେ ପ୍ରାକୃତିକ କୃଷି ମାଧ୍ୟମରେ ଉତ୍ପାଦନ ଖର୍ଚ୍ଚ କମିବା ସହ ପରିବେଶ ସୁରକ୍ଷା ଓ ଚାଷୀଙ୍କ ଆୟ ବୃଦ୍ଧି ହୋଇପାରିବ ବୋଲି ମତ ପ୍ରକାଶ ପାଇଥିଲା। ଏହି ଅବସରରେ ସଫଳ ତଥା ପ୍ରଗତିଶୀଳ କୃଷକମାନେ ନିଜ ନିଜ ଅନୁଭୂତି ବାଣ୍ଟିବା ସହ ଅନ୍ୟ କୃଷକମାନଙ୍କୁ ନୂତନ କୃଷି ପଦ୍ଧତି ଆପଣେଇବା ପାଇଁ ଉତ୍ସାହିତ କରିଥିଲେ। କୃଷକମାନଙ୍କ ବିଭିନ୍ନ ସମସ୍ୟା ଓ ସମାଧାନ ସମ୍ପର୍କରେ ମଧ୍ୟ ଖୋଲା ଆଲୋଚନା ହୋଇଥିଲା। ଏହି କାର୍ଯ୍ୟକ୍ରମ ଜରିଆରେ କୃଷକମାନଙ୍କୁ ପ୍ରାକୃତିକ ଓ ସ୍ଥାୟୀ କୃଷି ପ୍ରତି ଆଗ୍ରହୀ ହେବାକୁ ଆହ୍ୱାନ ଦିଆଯାଇଥିଲା ଏବଂ କୃଷକମାନଙ୍କ ମଧ୍ୟରେ ନୂତନ ଜ୍ଞାନ ଓ ସଚେତନତା ସୃଷ୍ଟି କରିଥିବାରୁ ସମସ୍ତେ ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ।
ଓଡ଼ିଶା ସରକାରଙ୍କ ଦୁଇ ବର୍ଷର ସଫଳ ଶାସନ ପୂର୍ତ୍ତି ଅବସରରେ ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ବ୍ଲକ ସମ୍ମିଳନୀ କକ୍ଷରେ ଜୁନ ୧୮ ତାରିଖରେ "ବିକାଶ ଧାରା ଓଡ଼ିଶା ସାରା" କାର୍ଯ୍ୟକ୍ରମର ଦ୍ୱିତୀୟ ଦିନରେ ଏକ ବ୍ଲକସ୍ତରୀୟ କୃଷକ ସମ୍ବାଦ ଓ କର୍ମଶାଳା ଆୟୋଜିତ ହୋଇଥିଲା। “ପ୍ରାକୃତିକ ଓ ପ୍ରଗତିଶୀଳ କୃଷି” ବିଷୟକୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗୋଷ୍ଠି ଉନ୍ନୟନ ଅଧିକାରୀ
ଦୁତିକୃଷ୍ଣ ପାତ୍ର, ସହକାରୀ ଗୋଷ୍ଠି ଉନ୍ନୟନ ଅଧିକାରୀ ଧର୍ମରାଜ ପରିଡା, ତହସିଲଦାର ତାପସ ରାଉତ, ବ୍ଳକ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନଙ୍କ ସମେତ ଅଞ୍ଚଳର ବହୁ କୃଷକ, କୃଷି ବିଶେଷଜ୍ଞ ଏବଂ ସମାଜସେବୀ ଯୋଗଦେଇଥିଲେ। କର୍ମଶାଳାରେ ପ୍ରାକୃତିକ କୃଷିର ଉପକାରିତା, ରାସାୟନିକ ସାର ଓ କୀଟନାଶକର ବିକଳ୍ପ ବ୍ୟବହାର, ଜୈବିକ ଚାଷ, ଜଳ ସଂରକ୍ଷଣ, ମାଟିର ଉର୍ବରତା ବୃଦ୍ଧି ଏବଂ
ଆଧୁନିକ କୃଷି ପ୍ରଯୁକ୍ତିର ପ୍ରୟୋଗ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଆଲୋଚନାରେ ପ୍ରାକୃତିକ କୃଷି ମାଧ୍ୟମରେ ଉତ୍ପାଦନ ଖର୍ଚ୍ଚ କମିବା ସହ ପରିବେଶ ସୁରକ୍ଷା ଓ ଚାଷୀଙ୍କ ଆୟ ବୃଦ୍ଧି ହୋଇପାରିବ ବୋଲି ମତ ପ୍ରକାଶ ପାଇଥିଲା। ଏହି ଅବସରରେ ସଫଳ ତଥା ପ୍ରଗତିଶୀଳ କୃଷକମାନେ ନିଜ ନିଜ ଅନୁଭୂତି ବାଣ୍ଟିବା ସହ ଅନ୍ୟ କୃଷକମାନଙ୍କୁ ନୂତନ କୃଷି ପଦ୍ଧତି ଆପଣେଇବା
ପାଇଁ ଉତ୍ସାହିତ କରିଥିଲେ। କୃଷକମାନଙ୍କ ବିଭିନ୍ନ ସମସ୍ୟା ଓ ସମାଧାନ ସମ୍ପର୍କରେ ମଧ୍ୟ ଖୋଲା ଆଲୋଚନା ହୋଇଥିଲା। ଏହି କାର୍ଯ୍ୟକ୍ରମ ଜରିଆରେ କୃଷକମାନଙ୍କୁ ପ୍ରାକୃତିକ ଓ ସ୍ଥାୟୀ କୃଷି ପ୍ରତି ଆଗ୍ରହୀ ହେବାକୁ ଆହ୍ୱାନ ଦିଆଯାଇଥିଲା ଏବଂ କୃଷକମାନଙ୍କ ମଧ୍ୟରେ ନୂତନ ଜ୍ଞାନ ଓ ସଚେତନତା ସୃଷ୍ଟି କରିଥିବାରୁ ସମସ୍ତେ ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ।
- ଗଞ୍ଜାମ ଜିଲ୍ଲାର ଧରାକୋଟ ଥାନା ଅନ୍ତର୍ଗତ ସରଦାପୁର ହରିଜନ ସାହିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ୬୫ ବର୍ଷୀୟ ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ଆକ୍ରମଣର ଶିକାର ହୋଇଥିବା ବୃଦ୍ଧ ଜଣକ ହେଉଛନ୍ତି ପାଣ ଗୌଡ଼। ତାଙ୍କ ପଡ଼ୋଶୀ ଘରର ଜଣେ ଯୁବକ ତାଙ୍କୁ ଆକ୍ରମଣ କରିଥିବା କୁହାଯାଉଛି। ସୂଚନା ଅନୁଯାୟୀ, ପାଣ ଗୌଡ଼ ଓ ତାଙ୍କ ପଡ଼ୋଶୀଙ୍କ ମଧ୍ୟରେ ଦୀର୍ଘ ଦିନ ହେଲା ତିକ୍ତତା ଲାଗି ରହିଥିଲା। ଏହି ତିକ୍ତତାକୁ କେନ୍ଦ୍ର କରି ପଡ଼ୋଶୀ ଘରର ଯୁବକ ଜଣକ ପାଣ ଗୌଡ଼ଙ୍କୁ ପଞ୍ଝାରେ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ବୃଦ୍ଧ ପାଣ ଗୌଡ଼ ଗୁରୁତର ଆହତ ହୋଇଥିବା ବେଳେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ ଆସିକା ମେଡିକାଲରେ ଭର୍ତ୍ତି କରିଥିଲେ। ପରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ଏମ.କେ.ସି.ଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ଧରାକୋଟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ, ଆକ୍ରମଣକାରୀ ଯୁବକ ଜଣକ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।1
- ଓଡିଶା ସାରା ବିକାଶ ଧାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ମୋହନା ବ୍ଲକ ପରିସରରେ ଅଗ୍ନିଶମ ବିଭାଗ ଦ୍ୱାରା ଏକ ମାଗଡ୍ରିଲ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।1
- ଧେଙ୍କାନାଳ ଜିଲ୍ଲା ହିନ୍ଦୋଳର ଆରାଧ୍ୟା ରାସୋଳ ମାଆ ଦକ୍ଷିଣକାଳୀଙ୍କ ପୀଠରେ ଆଜିଠାରୁ ଏକ ବିଶ୍ୱଶାନ୍ତି ଯଜ୍ଞ ଆରମ୍ଭ ହୋଇଛି। ବିଶ୍ୱ କଲ୍ୟାଣ ନିମିତ୍ତ ଆୟୋଜିତ ଏହି ଯଜ୍ଞ ଆସନ୍ତା ଦୁଇ ଦିନ ଧରି ଅନୁଷ୍ଠିତ ହେବ, ଯେଉଁଥିରେ ବେଦଜ୍ଞ ପଣ୍ଡିତମାନେ ଏବଂ ହଜାର ହଜାର ଶ୍ରଦ୍ଧାଳୁ ଯୋଗ ଦେବେ। ଯଜ୍ଞର ଆରମ୍ଭ ପୂର୍ବରୁ ଆଜି ନାଉକିଆରୀ ଠାରୁ ମାଆଙ୍କ ପୀଠ ପର୍ଯ୍ୟନ୍ତ ଶତାଧିକ ମହିଳାଙ୍କୁ ନେଇ ଏକ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।1
- ବାରିପଦା ନିକଟସ୍ଥ ବୁଢ଼ାବଳଙ୍ଗ ନଦୀ ପଠାରୁ ଶହଶହ ସଂଖ୍ୟକ ରହସ୍ୟମୟ କଙ୍କାଳ ମିଳିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପ୍ରବଳ ଭୟ ଓ କୌତୁହଳ ସୃଷ୍ଟି ହୋଇଛି। ଅନେକ ଲୋକ ଏହାକୁ ଅସୁରମାନଙ୍କ କଙ୍କାଳ ବୋଲି କହୁଥିବାବେଳେ, ବିଶେଷଜ୍ଞମାନେ ଏହାର ରହସ୍ୟ ଉନ୍ମୋଚନ କରିଛନ୍ତି। ବିଶେଷଜ୍ଞଙ୍କ ମତରେ, ଏହି କଙ୍କାଳଗୁଡ଼ିକ ପ୍ରାୟ ୧.୫ କୋଟି ବର୍ଷ ପୁରୁଣା ସାର୍କ ମାଛର ଜୀବାଶ୍ମ ଅଟେ।1
- ଓଡ଼ିଶା ସ୍କୁଲ ପାଠ୍ୟପୁସ୍ତକରେ ସାଙ୍ଘାତିକ ଭୁଲ୍ ମାମଲା: ୭ ଦିନ ଭିତରେ ତଦନ୍ତ ରିପୋର୍ଟ ମାଗିଲେ ମୁଖ୍ୟମନ୍ତ୍ରୀ! 🚨 ନୂଆ ଶିକ୍ଷାନୀତି (NEP 2020) ଅଧୀନରେ ଚଳିତ ୨୦୨-୨୭ ଶିକ୍ଷାବର୍ଷ ପାଇଁ ଆସିଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ପ୍ରାୟ ୧,୬୭୮ଟି ବଡ଼ ଧରଣର ଭୁଲ୍ ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ତେଜିଛି ବିବାଦ। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଓଡ଼ିଶା ବିଧାନସଭା ବଦଳରେ କର୍ଣ୍ଣାଟକ ବିଧାନସଭାର ଫଟୋ ଛପାଯାଇଛି ଏବଂ ଓଡ଼ିଶାର ଗର୍ବ 'ନିୟମଗିରି ପାହାଡ଼'କୁ ଝାଡ଼ଖଣ୍ଡରେ ଦର୍ଶାଯାଇଛି! ଏହାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତୁରନ୍ତ ବହିଗୁଡ଼ିକର ସଂଶୋଧନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଉନ୍ନୟନ କମିଶନରଙ୍କ ନେତୃତ୍ୱରେ ଏକ ୩ ଜଣିଆ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି, ଯାହାକୁ ୭ ଦିନ ଭିତରେ ରିପୋର୍ଟ ଦେବାକୁ କୁହାଯାଇଛି। ଶିକ୍ଷା ବ୍ୟବସ୍ଥାରେ ଏଭଳି ଅବହେଳା କରିଥିବା ଦୋଷୀ ଅଧିକାରୀ କିମ୍ବା ସଂସ୍ଥା ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାର ଚେତାବନୀ ଦେଇଛନ୍ତି। ଭବିଷ୍ୟତର କୋମଳମତି ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ଏଭଳି ବେପରୁଆ ଭୁଲ୍ ପାଇଁ ଆପଣ କାହାକୁ ଦାୟୀ କରିବେ? ଆପଣଙ୍କ ମତାମତ କମେଣ୍ଟରେ ଜଣାନ୍ତୁ। 👇 #OdishaTextbookControversy #MohanMajhi #OdishaEducation #BreakingNews #OdishaNews #SchoolTextbookError #NEP2020 #OdishaGovernment ଓଡ଼ିଶା ସ୍କୁଲ ପାଠ୍ୟପୁସ୍ତକରେ ସାଙ୍ଘାତିକ ଭୁଲ୍ ମାମଲା: ୭ ଦିନ ଭିତରେ ତଦନ୍ତ ରିପୋର୍ଟ ମାଗିଲେ ମୁଖ୍ୟମନ୍ତ୍ରୀ! 🚨 ନୂଆ ଶିକ୍ଷାନୀତି (NEP 2020) ଅଧୀନରେ ଚଳିତ ୨୦୨-୨୭ ଶିକ୍ଷାବର୍ଷ ପାଇଁ ଆସିଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ପ୍ରାୟ ୧,୬୭୮ଟି ବଡ଼ ଧରଣର ଭୁଲ୍ ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ତେଜିଛି ବିବାଦ। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଓଡ଼ିଶା ବିଧାନସଭା ବଦଳରେ କର୍ଣ୍ଣାଟକ ବିଧାନସଭାର ଫଟୋ ଛପାଯାଇଛି ଏବଂ ଓଡ଼ିଶାର ଗର୍ବ 'ନିୟମଗିରି ପାହାଡ଼'କୁ ଝାଡ଼ଖଣ୍ଡରେ ଦର୍ଶାଯାଇଛି! ଏହାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତୁରନ୍ତ ବହିଗୁଡ଼ିକର ସଂଶୋଧନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଉନ୍ନୟନ କମିଶନରଙ୍କ ନେତୃତ୍ୱରେ ଏକ ୩ ଜଣିଆ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି, ଯାହାକୁ ୭ ଦିନ ଭିତରେ ରିପୋର୍ଟ ଦେବାକୁ କୁହାଯାଇଛି। ଶିକ୍ଷା ବ୍ୟବସ୍ଥାରେ ଏଭଳି ଅବହେଳା କରିଥିବା ଦୋଷୀ ଅଧିକାରୀ କିମ୍ବା ସଂସ୍ଥା ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାର ଚେତାବନୀ ଦେଇଛନ୍ତି। ଭବିଷ୍ୟତର କୋମଳମତି ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ଏଭଳି ବେପରୁଆ ଭୁଲ୍ ପାଇଁ ଆପଣ କାହାକୁ ଦାୟୀ କରିବେ? ଆପଣଙ୍କ ମତାମତ କମେଣ୍ଟରେ ଜଣାନ୍ତୁ। 👇 #OdishaTextbookControversy #MohanMajhi #OdishaEducation #BreakingNews #OdishaNews #SchoolTextbookError #NEP2020 #OdishaGovernment1
- ପୁରୀ ମହାନଗର ନିଗମ ଅନ୍ତର୍ଗତ ୱାର୍ଡ ନଂ-୩୦ର ଟିକରପଡ଼ା ଅଞ୍ଚଳରେ ନୂତନ ଭାବେ ନିର୍ମିତ "ଆମ ଅଙ୍ଗନୱାଡ଼ି କେନ୍ଦ୍ର" (କୋର୍ଡ ନଂ-୦୭୯) ଗତକାଲି ସନ୍ଧ୍ୟାରେ ଉଦଘାଟିତ ହୋଇଛି। ଏହି ଉଦଘାଟନୀ ଉତ୍ସବରେ ରାଜ୍ୟସଭା ସାଂସଦ ଶ୍ରୀ ସୁଭାଶିଷ ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫଳକ ଉନ୍ମୋଚନ ପୂର୍ବକ କେନ୍ଦ୍ରର ଶୁଭାରମ୍ଭ କରିଥିଲେ। ଅତିଥିମାନେ ଆଶା ପ୍ରକାଶ କରିଛନ୍ତି ଯେ, ଏହି ନୂତନ କେନ୍ଦ୍ର ସ୍ଥାନୀୟ ଅଞ୍ଚଳର ଶିଶୁ ଏବଂ ମାତୃ ସ୍ୱାସ୍ଥ୍ୟ ସେବାକୁ ଅଧିକ ବ୍ୟାପକ ଓ ସୁଦୃଢ଼ କରିବ। ଏହି ଅବସରରେ ସ୍ଥାନୀୟ ବୁଦ୍ଧିଜୀବୀ, ପୂର୍ବତନ କାଉନସିଲର ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ସଞ୍ଜୀବ କୁମାର ରଥସର୍ମା ପରିଚାଳନା କରିଥିବା ବେଳେ ବ୍ରଜରାଜ ମହାନ୍ତି ସଂଯୋଜନା କରିଥିଲେ।4
- ଗଜପତି ଜିଲ୍ଲା ମୋହନାସ୍ଥିତ ବିଜୁ କଲ୍ୟାଣୀ ମଣ୍ଡପଠାରେ ଅନୁସୂଚିତ ଜନଜାତି ବିଭାଗ ପକ୍ଷରୁ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଓଡିଶା ସରକାରଙ୍କ ଦ୍ୱିତୀୟ ବର୍ଷ ପୂର୍ତ୍ତି ଅବସରରେ ଏହି କାର୍ଯ୍ୟକ୍ରମରେ ବିକାଶମୂଳକ ଯୋଜନାଗୁଡ଼ିକ ଉପରେ ଆଲୋଚନା କରାଯାଇଥିଲା।1
- କକରୋଚ ଜନତା ପାର୍ଟି (CJP) ର ପ୍ରବକ୍ତା ବିଜେତା ଦାହିୟା ତାଙ୍କର ଅପ୍ରତ୍ୟାଶିତ ନୃତ୍ୟ ପାଇଁ ଇଣ୍ଟରନେଟରେ ଚହଳ ସୃଷ୍ଟି କରିଛନ୍ତି। ଏକ ଛାତ୍ର ସମୁଦାୟ କାର୍ଯ୍ୟକ୍ରମରେ ଚାଲିଥିବା ଏକ ବୌଦ୍ଧିକ ଆଲୋଚନା ମଧ୍ୟରେ, ପ୍ରବକ୍ତା ବିଜେତା ଦାହିୟା ହଠାତ୍ ନିଜର ଶୈଳୀ ପରିବର୍ତ୍ତନ କରିଥିଲେ। ସେ ଔପଚାରିକ ରାଜନୈତିକ କଥାବାର୍ତ୍ତା ଛାଡ଼ି ଏକ ଲାଇଭ୍ ଛାତ୍ର ରାପ୍ ପ୍ରଦର୍ଶନରେ ଜବରଦସ୍ତ ନୃତ୍ୟ ପ୍ରଦର୍ଶନ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଥିଲେ।1
- ପୁରୀ ଜିଲ୍ଲାର ଜଣେ ଭକ୍ତ ଜଗନ୍ନାଥଙ୍କ ଦୁଃଖର ବୋଝ ମୁଣ୍ଡେଇ ଥକି ପଡିଥିବା ନେଇ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ ଦୁଇ ଦିନର ଖୁସି ଆସିବା ପରେ ପୁଣି କାନ୍ଦିବାକୁ ପଡୁଛି।1