Shuru
Apke Nagar Ki App…
ଟିକରପଡାବାସୀଙ୍କୁ ଭେଟି: ଉଦଘାଟିତ ହେଲା ଆଧୁନିକ ଅଙ୍ଗନୱାଡ଼ି କେନ୍ଦ୍ର। ପୁରୀ ମହାନଗର ନିଗମ ଅନ୍ତର୍ଗତ ୱାର୍ଡ ନଂ-୩୦, ଟିକରପଡା ଅଞ୍ଚଳରେ ନୂତନ ଭାବେ ନିର୍ମିତ "ଆମ ଅଙ୍ଗନୱାଡ଼ି କେନ୍ଦ୍ର" (କୋର୍ଡ ନଂ-୦୭୯)କୁ ଉଦଘାଟନ କରାଯାଇଛି। ଗତକାଲି ସନ୍ଧ୍ୟାରେ ଆୟୋଜିତ ଏହି ଉତ୍ସବରେ ରାଜ୍ୟସଭା ସାଂସଦ ଶ୍ରୀ ସୁଭାଶିଷ ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫଳକ ଉନ୍ମୋଚନ କରି କେନ୍ଦ୍ରର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ସ୍ଥାନୀୟ ବୁଦ୍ଧିଜୀବୀ, ପୂର୍ବତନ କାଉନସିଲର ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଏହି ନୂତନ କେନ୍ଦ୍ର ସ୍ଥାନୀୟ ଅଞ୍ଚଳର ଶିଶୁ ଏବଂ ମାତୃ ସ୍ୱାସ୍ଥ୍ୟ ସେବାକୁ ଅଧିକ ବ୍ୟାପକ ଓ ସୁଦୃଢ଼ କରିବ ବୋଲି ଅତିଥିମାନେ ଆଶା ବ୍ୟକ୍ତ କରିଛନ୍ତି। କାର୍ଯ୍ୟକ୍ରମକୁ ସଞ୍ଜୀବ କୁମାର ରଥସର୍ମା ପରିଚାଳନା କରିଥିବା ବେଳେ ବ୍ରଜରାଜ ମହାନ୍ତି ସଂଯୋଜନା କରିଥିଲେ।ଡ଼ଃ ମନୋଜ କୁମାର ବଳିଆରସିଂ,ପୁରୀ
Manoj kumar baliyarsingh

More news from ଓଡ଼ିଶା and nearby areas
- ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକର ଏକଘରକିଆ ଗାଁରେ ଶରଣ ଶ୍ରୀକ୍ଷେତ୍ର ଅବସ୍ଥିତ। ଏହି ଶ୍ରୀକ୍ଷେତ୍ରରୁ ପୁରୀ ଶ୍ରୀକ୍ଷେତ୍ରରେ ଥିବା ପ୍ରଭୁ ଜଗନ୍ନାଥଙ୍କ ନିକଟକୁ ତୁଳସୀ ପତ୍ର ପଠାଯାଉଛି। ଏହି ତୁଳସୀ ପତ୍ର ମୋଟରସାଇକେଲ ଯୋଗେ ପୁରୀକୁ ଯାଉଛି।1
- ଖୋର୍ଦ୍ଧା ଜିଲ୍ଲା ବାଳକାଟୀସ୍ଥିତ SBI ବ୍ୟାଙ୍କ ନିକଟରେ ଜଣେ ସ୍କୁଟି ଚାଳକ ନୟନଯୋରୀରେ ଖସିପଡ଼ିଛନ୍ତି। ଏହି ଘଟଣାକୁ ସ୍ଥାନୀୟ ଲୋକେ ଦେଖି ଚାଳକଙ୍କୁ ଉଦ୍ଧାର କରିଥିଲେ।1
- ଜଗତସିଂହପୁର ଜିଲ୍ଲାରେ ଏକ ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଏହି ଭିଡିଓ ୧୧ ତାରିଖ ଦିନ ବିଡ଼ିଓଙ୍କ କାର୍ଯ୍ୟାଳୟ ଭିତରେ ଘଟିଥିବା ଏକ ଘଟଣାକୁ ଦର୍ଶାଉଛି। ଭିଡିଓରେ କ'ଣ ଅଛି ତାହା ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇ ନ ଥିଲେ ମଧ୍ୟ, ଏହା ଏକ ବିବାଦୀୟ କିମ୍ବା ଗୁରୁତ୍ୱପୂର୍ଣ୍ଣ ଘଟଣା ଉପରେ ଆଲୋକପାତ କରୁଥିବା ଜଣାପଡ଼ିଛି।1
- କଟକ ଜିଲ୍ଲାର ନିଆଳି ବ୍ଲକର ଆଦାସପୁର ଅଞ୍ଚଳରେ ଜଣେ ୬୫ ବର୍ଷୀୟ ବ୍ୟକ୍ତି, ଯାହାଙ୍କୁ ବାବାଜୀ ବୋଲି ସମ୍ବୋଧିତ କରାଯାଇଛି, ସେ ବର୍ତ୍ତମାନ ସୁଦ୍ଧା ଏକ ସ୍ଥାୟୀ ଘରଟିଏ ପାଇପାରି ନାହାନ୍ତି। ସେ ଦୁଇ ଝିଅ ଓ ଗୋଟିଏ ପୁଅର ପିତା ହୋଇଥିବାବେଳେ ଏକ ଭଙ୍ଗା ଝୁମ୍ପୁଡ଼ିରେ ନିଜ ପରିବାର ସହ ଜୀବନ ବିତାଉଛନ୍ତି। ଏକ ପକ୍କା ଘର ତାଙ୍କ ପାଇଁ ଏକ ସାତ ସପନ ପାଲଟିଛି।1
- ଓଡ଼ିଶାରେ ପୁଣି ଥରେ ଖରାରେ ଜଣେ ବଙ୍ଗାଳି ଭାଇଙ୍କ ଜୀବନ ଯାଇଛି। ଏହି ଘଟଣାଟି ଟ୍ରେନ୍ ଭିତରେ ସମସ୍ତଙ୍କ ସାମ୍ନାରେ ଘଟିଛି।1
- କଟକ ଜିଲ୍ଲାର ସାଲେପୁର ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଛି, ଯେଉଁଠାରେ ମିଠାରେ ବିଷ ମିଶିବା କାରଣରୁ ଜଣେ ପାଞ୍ଚ ବର୍ଷର ଶିଶୁପୁତ୍ରର ମୃତ୍ୟୁ ହୋଇଛି। ଏହି ଘଟଣାକୁ ନେଇ ଶିଶୁପୁତ୍ରର ମା’ କାନ୍ଦୁଥିବା ଦେଖିବାକୁ ମିଳିଛି।1
- ନାଧେରା ସ୍ଥିତ ରାମଚଣ୍ଡି ମନ୍ଦିରରେ ସୁପ୍ରିୟା ଏବଂ ସୂର୍ଯ୍ୟକାନ୍ତଙ୍କ ରିଙ୍ଗ ସେରେମନି ସମ୍ପନ୍ନ ହୋଇଯାଇଛି। ଏହି ଉତ୍ସବରେ ଗୀତା ମାଡାମ ଉପସ୍ଥିତ ଥିଲେ।1
- ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲରେ ଥିବା ବିଡିଓଙ୍କ ଅଫିସ୍ ଭିତରେ ଚାମେଲି ଓଝା ନାମକ ଜଣେ ବ୍ୟକ୍ତିଙ୍କ ଭିଡିଓ ରେକର୍ଡିଂ ବନ୍ଦ୍ କରିବାକୁ ନେଇ ଯୁକ୍ତିତର୍କ ହୋଇଥିବା ଏକ ବଡ଼ ଖବର ସାମ୍ନାକୁ ଆସିଛି।1
- କଟକ ଜିଲ୍ଲା ନିଆଳି ବ୍ଲକର ନୂଆଗାଁ କଲେଜ ଛକଠାରେ ଏକ ନୂତନ ଶସ୍ତା ସ୍କୁଟି ସୋ'ରୁମ୍ ଉଦ୍ଘାଟିତ ହୋଇଛି। ଏହି ସୋ'ରୁମରେ ୪୫ ହଜାର ଟଙ୍କାରୁ ଆରମ୍ଭ କରି ଦାମୀ ସ୍କୁଟି ମିଳୁଥିବାବେଳେ ପ୍ରତ୍ୟେକ ସ୍କୁଟି ଉପରେ ୪ ବର୍ଷର ଗ୍ୟାରେଣ୍ଟି ପ୍ରଦାନ କରାଯାଉଛି। ଏଠାରେ ଶସ୍ତା, ସୁନ୍ଦର ଓ ମଜବୁତ ସ୍କୁଟି ମିଳୁଥିବା ସୂଚନା ରହିଛି। ରାଧାକାନ୍ତ ମଠ ମହନ୍ତ ମହାରାଜ ଦିବ୍ୟକୃଷ୍ଣ ଦାସ ଏହି ନୂତନ ସ୍କୁଟି ସୋ'ରୁମ୍କୁ ଉଦ୍ଘାଟନ କରିଛନ୍ତି। ଅଧିକ ସୂଚନା ପାଇଁ ସର୍ବେଶ୍ୱର ମହାରଣାଙ୍କ ସହ 7008724169 ନମ୍ବରରେ ଯୋଗାଯୋଗ କରିବାକୁ କୁହାଯାଇଛି।1