Shuru
Apke Nagar Ki App…
ଓଡ଼ିଶାରେ ପୁଣି ଥରେ ଖରାରେ ଜଣେ ବଙ୍ଗାଳି ଭାଇଙ୍କ ଜୀବନ ଯାଇଛି। ଏହି ଘଟଣାଟି ଟ୍ରେନ୍ ଭିତରେ ସମସ୍ତଙ୍କ ସାମ୍ନାରେ ଘଟିଛି।
Kanhu charan jena
ଓଡ଼ିଶାରେ ପୁଣି ଥରେ ଖରାରେ ଜଣେ ବଙ୍ଗାଳି ଭାଇଙ୍କ ଜୀବନ ଯାଇଛି। ଏହି ଘଟଣାଟି ଟ୍ରେନ୍ ଭିତରେ ସମସ୍ତଙ୍କ ସାମ୍ନାରେ ଘଟିଛି।
More news from ଓଡ଼ିଶା and nearby areas
- ଓଡ଼ିଶାରେ ପୁଣି ଥରେ ଖରାରେ ଜଣେ ବଙ୍ଗାଳି ଭାଇଙ୍କ ଜୀବନ ଯାଇଛି। ଏହି ଘଟଣାଟି ଟ୍ରେନ୍ ଭିତରେ ସମସ୍ତଙ୍କ ସାମ୍ନାରେ ଘଟିଛି।1
- "ବିକାଶର ଧାରା ଓଡ଼ିଶା ସାରା"ବ୍ଲକସ୍ତରୀୟ କୃଷକ ସମ୍ବାଦ ଓ କର୍ମଶାଳା ଅନୁଷ୍ଠିତ ବୁଗୁଡ଼ା,- ୧୮/୦୬/୨୬ : ଓଡ଼ିଶା ସରକାରଙ୍କ ଦୁଇ ବର୍ଷର ସଫଳ ଶାସନ ପୂର୍ତ୍ତି ଅବସରରେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଳକ ସମ୍ମିଳନୀ କକ୍ଷ ଠାରେ “ବିକାଶ ଧାରା ଓଡ଼ିଶା ସାରା” କାର୍ଯ୍ୟକ୍ରମ ଦ୍ୱିତୀୟ ଦିନରେ ବ୍ଲକସ୍ତରୀୟ କୃଷକ ସମ୍ବାଦ ଓ କର୍ମଶାଳା ଆୟୋଜିତ ହୋଇଥିଲା। “ପ୍ରାକୃତିକ ଓ ପ୍ରଗତିଶୀଳ କୃଷି” ବିଷୟକୁ ନେଇ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗୋଷ୍ଠି ଉନ୍ନୟନ ଅଧିକାରୀ ଦୁତିକୃଷ୍ଣ ପାତ୍ର,ସହକାରୀ ଗୋଷ୍ଠି ଉନ୍ନୟନ ଅଧିକାରୀ ଧର୍ମରାଜ ପରିଡା, ତହସିଲଦାର ତାପସ ରାଉତ, ବ୍ଳକ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ ଏବଂ ଅଞ୍ଚଳର ବହୁ କୃଷକ, କୃଷି ବିଶେଷଜ୍ଞ ଓ ସମାଜସେବୀ ଯୋଗଦେଇ କୃଷିର ଉନ୍ନତ ପଦ୍ଧତି ସମ୍ପର୍କରେ ଆଲୋଚନା କରିଥିଲେ। କର୍ମଶାଳାରେ ପ୍ରାକୃତିକ କୃଷିର ଉପକାରିତା, ରାସାୟନିକ ସାର ଓ କୀଟନାଶକର ବିକଳ୍ପ ବ୍ୟବହାର, ଜୈବିକ ଚାଷ, ଜଳ ସଂରକ୍ଷଣ, ମାଟିର ଉର୍ବରତା ବୃଦ୍ଧି ଏବଂ ଆଧୁନିକ କୃଷି ପ୍ରଯୁକ୍ତିର ପ୍ରୟୋଗ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ପ୍ରାକୃତିକ କୃଷି ମାଧ୍ୟମରେ ଉତ୍ପାଦନ ଖର୍ଚ୍ଚ କମିବା ସହ ପରିବେଶ ସୁରକ୍ଷା ଓ ଚାଷୀଙ୍କ ଆୟ ବୃଦ୍ଧି ସମ୍ଭବ ହୋଇପାରିବ। ଏହି ଅବସରରେ ସଫଳ ଓ ପ୍ରଗତିଶୀଳ କୃଷକମାନେ ନିଜ ଅନୁଭୂତି ବାଣ୍ଟିଥିଲେ ଏବଂ ଅନ୍ୟ କୃଷକମାନଙ୍କୁ ନୂତନ କୃଷି ପଦ୍ଧତି ଆପଣେଇବା ପାଇଁ ଉତ୍ସାହିତ କରିଥିଲେ। କୃଷକମାନଙ୍କ ବିଭିନ୍ନ ସମସ୍ୟା ଓ ସମାଧାନ ସମ୍ପର୍କରେ ମଧ୍ୟ ଖୋଲା ଆଲୋଚନା ହୋଇଥିଲା।ଏହି କାର୍ଯ୍ୟକ୍ରମ ରେ କୃଷକମାନଙ୍କୁ ପ୍ରାକୃତିକ ଓ ସ୍ଥାୟୀ କୃଷି ପ୍ରତି ଆଗ୍ରହୀ ହେବାକୁ ଆହ୍ୱାନ ଦିଆଯାଇଥିଲା। କାର୍ଯ୍ୟକ୍ରମଟି କୃଷକମାନଙ୍କ ମଧ୍ୟରେ ନୂତନ ଜ୍ଞାନ ଓ ସଚେତନତା ସୃଷ୍ଟି କରିଥିବାରୁ ସମସ୍ତେ ପ୍ରଶଂସା କରିଥିଲେ4
- ଧେଙ୍କାନାଳ ଜିଲ୍ଲା ହିନ୍ଦୋଳର ଆରାଧ୍ୟା ରାସୋଳ ମାଆ ଦକ୍ଷିଣକାଳୀଙ୍କ ପୀଠରେ ଆଜିଠାରୁ ଏକ ବିଶ୍ୱଶାନ୍ତି ଯଜ୍ଞ ଆରମ୍ଭ ହୋଇଛି। ବିଶ୍ୱ କଲ୍ୟାଣ ନିମିତ୍ତ ଆୟୋଜିତ ଏହି ଯଜ୍ଞ ଆସନ୍ତା ଦୁଇ ଦିନ ଧରି ଅନୁଷ୍ଠିତ ହେବ, ଯେଉଁଥିରେ ବେଦଜ୍ଞ ପଣ୍ଡିତମାନେ ଏବଂ ହଜାର ହଜାର ଶ୍ରଦ୍ଧାଳୁ ଯୋଗ ଦେବେ। ଯଜ୍ଞର ଆରମ୍ଭ ପୂର୍ବରୁ ଆଜି ନାଉକିଆରୀ ଠାରୁ ମାଆଙ୍କ ପୀଠ ପର୍ଯ୍ୟନ୍ତ ଶତାଧିକ ମହିଳାଙ୍କୁ ନେଇ ଏକ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।1
- ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ 'ବିକାଶର ଧାରା ଓଡ଼ିଶା ସାରା' କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ବ୍ଲକ ସ୍ତରରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି, ଯାହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନୂତନ ସରକାର ଗଠନ ପରଠାରୁ ହୋଇଥିବା ବିକାଶ କାର୍ଯ୍ୟ ଏବଂ ଲୋକମାନେ କିପରି ସେଥିରୁ ସୁବିଧା ପାଉଛନ୍ତି, ତାହା ଲୋକମାନଙ୍କ ନିକଟରେ ପହଞ୍ଚାଇବା। କବିସୂର୍ଯ୍ୟନଗର ବ୍ଲକରେ ଆୟୋଜିତ ଏହି କାର୍ଯ୍ୟକ୍ରମ ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଉଦ୍ଘାଟନୀ ଉତ୍ସବରେ ଆସିକା ବିଧାୟକ ସରୋଜ କୁମାର ପାଢ଼ୀ ଏବଂ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକଙ୍କ ସମେତ ବ୍ଲକ ସ୍ତରୀୟ ବହୁ ବିଭାଗର ଅଧିକାରୀମାନେ ଉପସ୍ଥିତ ରହିଥିଲେ। ସେମାନେ ଲୋକମାନଙ୍କୁ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ବିଷୟରେ ଅବଗତ କରାଇଥିଲେ। ଏହି ଅବସରରେ ଦୁଇ ବିଧାୟକ ପୂର୍ବତନ ସରକାରଙ୍କୁ ସମାଲୋଚନା କରି କହିଥିଲେ ଯେ, ପୂର୍ବ ସରକାର ଅମଳରେ ଦଳୀୟ କର୍ମୀମାନେ ଯୋଜନାକୁ ହାଇଜାକ କରି ଲୋକଙ୍କୁ ଅନ୍ଧାରରେ ରଖୁଥିଲେ। ଏହି ବ୍ଲକ ସ୍ତରୀୟ 'ବିକାଶର ଧାରା ଓଡ଼ିଶା ସାରା' କାର୍ଯ୍ୟକ୍ରମ ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଉଦ୍ଘାଟିତ ହୋଇଛି।1
- କେନ୍ଦ୍ରାପଡା ଜିଲ୍ଲାର ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲୀ ଓଝାଙ୍କୁ କେନ୍ଦ୍ର କରି ଉପୁଜିଥିବା ଏକ ବିବାଦୀୟ ଘଟଣା ଏବେ ଜିଲ୍ଲା ରାଜନୀତି ଓ ପ୍ରଶାସନିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣାକୁ ନେଇ ଜିଲ୍ଲା ସରପଞ୍ଚ ସଙ୍ଘର ଏକ ପ୍ରତିନିଧି ଦଳ ଆଜି କେନ୍ଦ୍ରାପଡ଼ା ଏସପି ଶ୍ରୀ ସିଦ୍ଧାର୍ଥ କଟାରିୟାଙ୍କୁ ଭେଟି ଏକ ନ୍ୟାୟସଙ୍ଗତ ତଦନ୍ତ ଓ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସୂଚନା ଅନୁଯାୟୀ, ଗତକାଲିର ଏହି ଘଟଣାକୁ ନେଇ ମହାକାଳପଡ଼ା ବିଡିଓଙ୍କ ଅଭିଯୋଗ କ୍ରମେ ମହାକାଳପଡ଼ା ଥାନାରେ ୧୭୦/୨୬ ନମ୍ବରରେ ଏକ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ପକ୍ଷରୁ ମଧ୍ୟ ୧୭୧/୨୬ ନମ୍ବରରେ ଆଉ ଏକ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ସରପଞ୍ଚ ସଙ୍ଘ ଅଭିଯୋଗ କରିଛି ଯେ, ଚାମେଲୀ ଓଝା ତାଙ୍କ ପଞ୍ଚାୟତବାସୀଙ୍କ ମୌଳିକ ଅଧିକାର ପ୍ରଦାନ ପାଇଁ ବିଡିଓ ଓ ବିଧାୟକଙ୍କ ସହ ଲଢ଼ୁଥିଲେ। ତେବେ ଏହି ଭଲ କାର୍ଯ୍ୟକୁ ସହି ନ ପାରି ବିଡିଓ ଓ ବିଧାୟକ ପୋଲିସକୁ ଧରି ଏକ ମିଛ ନାଟକ କରି ଚାମେଲୀ ଓଝାଙ୍କୁ ଫସାଇ ଦେଇଛନ୍ତି। ସରପଞ୍ଚ ସଙ୍ଘ ଏହା ମଧ୍ୟ ଦାବି କରିଛି ଯେ ଘଟଣା ସମୟରେ ଚାମେଲୀ ଓଝାଙ୍କ ହାତରୁ ମୋବାଇଲ ଫୋନ ଛଡ଼ାଇ ନେବାକୁ ଚେଷ୍ଟା କରିଥିବା ଯୁବକଙ୍କ ବିରୋଧରେ ଏପର୍ଯ୍ୟନ୍ତ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଏହାର ଉତ୍ତରରେ ଏସପି କହିଛନ୍ତି ଯେ, ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ଏବଂ ଚାମେଲୀ ଓଝା ଯଦି ଅନ୍ୟ କାହାର ନାମରେ ଏଫଆଇଆର ଦାଖଲ କରନ୍ତି, ତେବେ ତଦନ୍ତ ପରେ ଆବଶ୍ୟକ ପଦକ୍ଷେପ ନିଆଯିବ। ଅନ୍ୟପକ୍ଷରେ, ଅସୁସ୍ଥ ହୋଇପଡ଼ିଥିବା ଚାମେଲୀ ଓଝା ବର୍ତ୍ତମାନ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ମହାକାଳପଡ଼ା ବିଧାୟକ ତାଙ୍କଠାରୁ ଅର୍ଥ ଆଶା କରୁଥିଲେ ଏବଂ ସେ ତାହା ଦେଇପାରିନଥିବାରୁ ତିଖିରି ପଞ୍ଚାୟତରେ ଉନ୍ନୟନମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଏହି ସମ୍ପର୍କରେ ବିଡିଓଙ୍କୁ ପଚାରିବା ପାଇଁ ସେ ଯାଇଥିବା ବେଳେ କିଛି ଯୁବକ ତାଙ୍କୁ ଭିଡିଓ ଉତ୍ତୋଳନ କରିବାରୁ ବାରଣ କରିବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଏପରିକି ଘଟଣାସ୍ଥଳକୁ ପହଞ୍ଚିଥିବା ପୋଲିସ ତାଙ୍କୁ ସହଯୋଗ କରିବା ପରିବର୍ତ୍ତେ ଦୁର୍ବ୍ୟବହାର କରିଥିବା ସେ ଅଭିଯୋଗ କରିଛନ୍ତି। ଏସପି ଶ୍ରୀ କଟାରିୟା କହିଛନ୍ତି ଯେ, ଚାମେଲୀ ଓଝାଙ୍କ ସହ ପୋଲିସ କୌଣସି ଦୁର୍ବ୍ୟବହାର କରିନାହିଁ ଏବଂ ସମଗ୍ର ଘଟଣାର ତଦନ୍ତ ସିସିଟିଭି ଫୁଟେଜ ଆଧାରରେ କରାଯାଉଛି। ଫୁଟେଜରେ ଯାହା ତଥ୍ୟ ସାମ୍ନାକୁ ଆସିବ, ସେହି ଅନୁଯାୟୀ ଆଇନଗତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଏହି ପ୍ରସଙ୍ଗରେ ନ୍ୟାୟ ଦାବି କରି ଚାମେଲୀ ଓଝା ଆଜି ମୁଖ୍ୟମନ୍ତ୍ରୀଙ୍କୁ ଏକ ପତ୍ର ଲେଖିଛନ୍ତି। ସେ ନିଜକୁ ଅସୁରକ୍ଷିତ ଓ ଅସହାୟ ମନେ କରୁଥିବା ଉଲ୍ଲେଖ କରିବା ସହ ସମଗ୍ର ଘଟଣାର ନିରପେକ୍ଷ ତଦନ୍ତ କରି ନ୍ୟାୟ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅନୁରୋଧ କରିଛନ୍ତି। ଘଟଣାକୁ ନେଇ ଜିଲ୍ଲାରେ ଚର୍ଚ୍ଚା ଜାରି ରହିଥିବା ବେଳେ ପୋଲିସ ତଦନ୍ତ ରିପୋର୍ଟ ଉପରେ ସମସ୍ତଙ୍କ ନଜର ରହିଛି।1
- ଓଡ଼ିଶା ସ୍କୁଲ ପାଠ୍ୟପୁସ୍ତକରେ ସାଙ୍ଘାତିକ ଭୁଲ୍ ମାମଲା: ୭ ଦିନ ଭିତରେ ତଦନ୍ତ ରିପୋର୍ଟ ମାଗିଲେ ମୁଖ୍ୟମନ୍ତ୍ରୀ! 🚨 ନୂଆ ଶିକ୍ଷାନୀତି (NEP 2020) ଅଧୀନରେ ଚଳିତ ୨୦୨-୨୭ ଶିକ୍ଷାବର୍ଷ ପାଇଁ ଆସିଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ପ୍ରାୟ ୧,୬୭୮ଟି ବଡ଼ ଧରଣର ଭୁଲ୍ ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ତେଜିଛି ବିବାଦ। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଓଡ଼ିଶା ବିଧାନସଭା ବଦଳରେ କର୍ଣ୍ଣାଟକ ବିଧାନସଭାର ଫଟୋ ଛପାଯାଇଛି ଏବଂ ଓଡ଼ିଶାର ଗର୍ବ 'ନିୟମଗିରି ପାହାଡ଼'କୁ ଝାଡ଼ଖଣ୍ଡରେ ଦର୍ଶାଯାଇଛି! ଏହାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତୁରନ୍ତ ବହିଗୁଡ଼ିକର ସଂଶୋଧନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଉନ୍ନୟନ କମିଶନରଙ୍କ ନେତୃତ୍ୱରେ ଏକ ୩ ଜଣିଆ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି, ଯାହାକୁ ୭ ଦିନ ଭିତରେ ରିପୋର୍ଟ ଦେବାକୁ କୁହାଯାଇଛି। ଶିକ୍ଷା ବ୍ୟବସ୍ଥାରେ ଏଭଳି ଅବହେଳା କରିଥିବା ଦୋଷୀ ଅଧିକାରୀ କିମ୍ବା ସଂସ୍ଥା ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାର ଚେତାବନୀ ଦେଇଛନ୍ତି। ଭବିଷ୍ୟତର କୋମଳମତି ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ଏଭଳି ବେପରୁଆ ଭୁଲ୍ ପାଇଁ ଆପଣ କାହାକୁ ଦାୟୀ କରିବେ? ଆପଣଙ୍କ ମତାମତ କମେଣ୍ଟରେ ଜଣାନ୍ତୁ। 👇 #OdishaTextbookControversy #MohanMajhi #OdishaEducation #BreakingNews #OdishaNews #SchoolTextbookError #NEP2020 #OdishaGovernment ଓଡ଼ିଶା ସ୍କୁଲ ପାଠ୍ୟପୁସ୍ତକରେ ସାଙ୍ଘାତିକ ଭୁଲ୍ ମାମଲା: ୭ ଦିନ ଭିତରେ ତଦନ୍ତ ରିପୋର୍ଟ ମାଗିଲେ ମୁଖ୍ୟମନ୍ତ୍ରୀ! 🚨 ନୂଆ ଶିକ୍ଷାନୀତି (NEP 2020) ଅଧୀନରେ ଚଳିତ ୨୦୨-୨୭ ଶିକ୍ଷାବର୍ଷ ପାଇଁ ଆସିଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ପ୍ରାୟ ୧,୬୭୮ଟି ବଡ଼ ଧରଣର ଭୁଲ୍ ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ତେଜିଛି ବିବାଦ। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଓଡ଼ିଶା ବିଧାନସଭା ବଦଳରେ କର୍ଣ୍ଣାଟକ ବିଧାନସଭାର ଫଟୋ ଛପାଯାଇଛି ଏବଂ ଓଡ଼ିଶାର ଗର୍ବ 'ନିୟମଗିରି ପାହାଡ଼'କୁ ଝାଡ଼ଖଣ୍ଡରେ ଦର୍ଶାଯାଇଛି! ଏହାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତୁରନ୍ତ ବହିଗୁଡ଼ିକର ସଂଶୋଧନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଉନ୍ନୟନ କମିଶନରଙ୍କ ନେତୃତ୍ୱରେ ଏକ ୩ ଜଣିଆ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି, ଯାହାକୁ ୭ ଦିନ ଭିତରେ ରିପୋର୍ଟ ଦେବାକୁ କୁହାଯାଇଛି। ଶିକ୍ଷା ବ୍ୟବସ୍ଥାରେ ଏଭଳି ଅବହେଳା କରିଥିବା ଦୋଷୀ ଅଧିକାରୀ କିମ୍ବା ସଂସ୍ଥା ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାର ଚେତାବନୀ ଦେଇଛନ୍ତି। ଭବିଷ୍ୟତର କୋମଳମତି ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ଏଭଳି ବେପରୁଆ ଭୁଲ୍ ପାଇଁ ଆପଣ କାହାକୁ ଦାୟୀ କରିବେ? ଆପଣଙ୍କ ମତାମତ କମେଣ୍ଟରେ ଜଣାନ୍ତୁ। 👇 #OdishaTextbookControversy #MohanMajhi #OdishaEducation #BreakingNews #OdishaNews #SchoolTextbookError #NEP2020 #OdishaGovernment1
- ପୁରୀ ଜିଲ୍ଲାର ଜଣେ ଭକ୍ତ ଜଗନ୍ନାଥଙ୍କ ଦୁଃଖର ବୋଝ ମୁଣ୍ଡେଇ ଥକି ପଡିଥିବା ନେଇ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ ଦୁଇ ଦିନର ଖୁସି ଆସିବା ପରେ ପୁଣି କାନ୍ଦିବାକୁ ପଡୁଛି।1
- ବୁଗୁଡ଼ା- ୧୭/୦୬/୨୬ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବି. କରଡ଼ାବାଡି ରେ ଛୋଟ ମୋର ଗାଁ ଟି ନା ତାର ବି. କରଡ଼ାଵାଡି ରଜ ମହୋତ୍ସବ ୩ ଦିନ ଧରି ଏହି କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସମାଜସେବୀ ସତ୍ୟନାରାୟଣଙ୍କ ପ୍ରଚେଷ୍ଟାରେ ରଜ ପର୍ବ ଅବସରରେ ପ୍ରଥମ ଥର ନିମନ୍ତେ ଆୟୋଜିତ ଏହି କାର୍ଯ୍ୟକ୍ରମ ବେଶ୍ ଧୂମଧାମରେ ଆୟୋଜିତ ହୋଇଥିଲା । ସ୍ଥାନୀୟ ଅଞ୍ଚଳର କଳା ଓ ସଂସ୍କୃତିକୁ ଆଗକୁ ଆଣିବା ପାଇଁ ଏହ ପ୍ରୟାସ କରାଯାଇଥିଲା । ବି.କରଡ଼ାବାଡି ଗ୍ରାମର କୁନିକୁନି ପିଲାମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା । ଗାଁର ପ୍ରତିଭା ମାନଙ୍କୁ ସୁଯୋଗ ଦେବା ଏବଂ ପ୍ରତିଭା ଚୟନ କରିବା ନିମନ୍ତେ ଏହିଭଳି ଏକ ଉତ୍ସବ ଆୟୋଜିତ କରାଯାଇଛି । ସ୍ଥାନୀୟ ସରପଞ୍ଚ ଚାନ୍ଦିନୀ ଆଚାରୀଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଶିକ୍ଷାବିତ ଗୋପାଳ ଚନ୍ଦ୍ର ନାୟକ, ସମ୍ମାନିତ ଅତିଥି ଭାବେ ଓଡିଶା ପ୍ରଶାସନିକ ସେବାରେ କୃତି ଛାତ୍ରୀ କସ୍ତୁରୀ ଆଚାରୀ, ଜିଲ୍ଲା ପରିଷଦ ପ୍ରତିନିଧି ଜିତେନ୍ଦ୍ର କୁମାର ନାୟକ, ସ୍ଥାନୀୟ ସମିତିସଭ୍ୟା ପ୍ରିୟଙ୍କା ସେଠୀ, ସମାଜସେବୀ ଡ଼ି.ସତ୍ୟନାରାୟଣ ଆଚାରୀ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ଅବସରରେ ଓଡ଼ିଶା ଲୋକସେବା ଆୟୋଗ ଦ୍ଵାରା ପରିଚାଳିତ ଓଏଏସ୍ ପରୀକ୍ଷାରେ ୩୮ ରେଙ୍କ ରଖି କୃତକାର୍ଯ୍ୟ କରିଥିବା ନିଜ ଗାଁ ମାଟିର ଝିଅ କସ୍ତୁରୀ ଆଚାରୀଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା !1