Shuru
Apke Nagar Ki App…
ଧର୍ମଗଡ ରେ ଉତ୍କଳଦିବସ ୨୦୨୬ପାଳିତ
TV5ODIA 9556605993
ଧର୍ମଗଡ ରେ ଉତ୍କଳଦିବସ ୨୦୨୬ପାଳିତ
More news from ଓଡ଼ିଶା and nearby areas
- ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଗମ୍ଭାରୀପାଲି ଗ୍ରାମରେ l ବୃଦ୍ଧା ଜଣ କ ରୋଷେଇ ପାଇଁ କlଠ ସଂଗ୍ରହ ପାଇଁ ଯାଇଥିବା ବେଳେ 11 kv ଇଲେକ୍ଟ୍ରି ତାର ରେ ଲାଗି ସକାଳ ରେ ଚାଲିଗଲା ବୃଦ୍ଧା ର ଜୀବନ l ମୃତ ମହିଳା ଜଣକ ହେଲେ ଗମ୍ଭାରୀପାଲି ଗାଁ ର ଅଜ୍ଞାନୀ ସୁନା ବୋଲି ଜଣା ପଡିଛି l ଘଟଣl ସ୍ଥଳେ ଡୁଙ୍ଗୁରିପାଲି ପୋଲିସ ପହଁଚି ବୃଦ୍ଧା କୁ ଉଦ୍ଧାର କରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ ହେଲେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷାଣ କରିଛନ୍ତି l1
- Post by BAHUJAN ADHIKAR1
- #ମୁକ୍ତି_ତୀର୍ଥ_ମେଡ଼ିକାଲ_ଷ୍ଟୋର_ମୁକ୍ତି_ପାଇଲେ! #ପ୍ରଶାସନ_ସିଲ୍_କଲା ସୁବର୍ଣ୍ଣପୁର: ବୀରମହାରାଜପୁର ସ୍ଥିତ ମୁକ୍ତି ତୀର୍ଥ ମେଡ଼ିକାଲ ଷ୍ଟୋରକୁ ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସିଲ୍ କରାଯାଇଛି। ସମସ୍ତ ନୀତି ନିୟମକୁ ଜଳାଞ୍ଜଳି ଦେଇ ମେଡ଼ିକାଲ ଷ୍ଟୋରରେ ଜଣେ ବ୍ୟକ୍ତି ଡାକ୍ତର ସାଜି ରୋଗୀ ସେବା କରୁଥିଲେ। ଛାତିରେ ଟେଥୋସ୍କୋପ ପକାଉ ଥିଲେ। ଏହାକୁ ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା। ପ୍ରଶାସନ ଘଟଣାକୁ ହାଲୁକା ଭାବେ ନେଇ କାର୍ଯ୍ୟାନୁଷ୍ଠାନ ନେଉ ନଥିଲା। ଆଜି ସିଡିଏମଓ ଙ୍କୁ ଏନେଇ ସାମ୍ବାଦିକମାନେ ଗୋଡ଼ାଇ ତୁଡ଼ାଇ ପ୍ରଶ୍ନ କରିଥିଲେ। ଫଳରେ ବାଧ୍ୟ ହୋଇ ମୁକ୍ତି ତୀର୍ଥ ମେଡ଼ିକାଲ ଷ୍ଟୋରକୁ ଅପରାହ୍ନରେ ସ୍ୱାସ୍ଥ୍ୟ ବିଭାଗ ସିଲ୍ କରିଛି। ସନ୍ଧ୍ୟା ମେଡ଼ିକାଲ ଭଳି ଦୁଇ ଦିନ ବନ୍ଦ କରୁଛି ନା ମୁକ୍ତି ତୀର୍ଥ ମେଡ଼ିକାଲ ଷ୍ଟୋରକୁ ସବୁଦିନ ପାଇଁ ବନ୍ଦ୍ କରୁଛି ପ୍ରଶାସନ ଦେଖିବାକୁ ରହିଲା।1
- Post by SonepurSambad1
- ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ପାଣି ପାଇଁ ଟିକିରି ତୋଟା ଗୁଡା ନିକଟରେ ରାସ୍ତା ରୋକ1
- ମା ବୁଢ଼ୀ ଦେଈ ଙ୍କର କଳସ ଯାତ୍ରା ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଗେଙ୍ଗୁଟିଆ ଗ୍ରା:ପ ର କେଞ୍ଚୁଆ ବେରେଣୀ ମୌଜାର ଅଧିଷ୍ଠାତ୍ରୀ ଦେବୀ ମା ବୁଢ଼ୀ ଦେଈ ଙ୍କର ନୂତନ ଗୃହ ପ୍ରବେଶ ଉତ୍ସବ ତା ୦୧/୦୪/୨୦୨୬ ରିଖ ଠାରୁ ତା ୦୨/୦୪/୨୦୨୬ ରିଖ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଚାଲୁଅଛି। ପ୍ରଥମ ଦିନ ବ୍ରାହ୍ମଣୀ ନଦୀ ତଟ ଠାରୁ ସକାଳ ୯ ଘଟିକା ୫୧ ଟି କଳସ ସହିତ ସଙ୍କୀର୍ତ୍ତନ ମଣ୍ଡଳୀ ମଣ୍ଡଳୀ ଓ DG ବାଜା ସହ ନେଇ ପରିକ୍ରମା କରାଯାଇଅଛି। ଉକ୍ତ ଉତ୍ସବରେ ଶ୍ରୀ ସୁବ୍ରତ କୁମାର ମଲ୍ଲିକ ସସ୍ତ୍ରୀକ ସହ କର୍ତ୍ତା ରୂପେ କାର୍ଯ୍ୟ କରିବା ସହ ପୁରୋଧା ଶ୍ରୀ ସୁଶାନ୍ତ ରଥ ଦେବୀଙ୍କର କଳସ ପୂଜା କରିଥିଲେ। ଉକ୍ତ ଉତ୍ସବକୁ କେଞ୍ଚୁଆ ବେରେଣୀ ମୌଜାର ଅଧିବାସୀ ଓ ଗେଙ୍ଗୁଟିଆ ଗ୍ରାମର ଅଧିବାସୀ ଓ ସହଯୋଗୀ ଦାମ ସାମନ୍ତରାୟ ସ୍ୱୟଂ ସଙ୍ଗଠନ ପ୍ରତ୍ୟକ୍ଷ ଓ ପରୋକ୍ଷ ସହଯୋଗରେ କାର୍ଯ୍ୟକ୍ରମ ଆଦି ସମ୍ପର୍ଣ୍ଣ ହୋଇଛି।1
- ବିଭାଗୀୟ ଅବହେଳା ଯୋଗୁଁ ବିଦ୍ୟୁତ୍ ସ୍ପଂସର୍ଶରେ ବୃଦ୍ଧାଙ୍କ ମୃତ୍ୟୁ ସୁବର୍ଣ୍ଣପୁର: ଜିଲ୍ଲାର ଡୁଙ୍ଗୁରିପାଲି ଥାନା ଗମ୍ଭାରୀପାଲି ଗ୍ରାମରେ ବିଦ୍ୟୁତ ଆଘାତରେ ବୃଦ୍ଧା ମୃତ। ସୂଚନା ମୁତାବକ ସକାଳ 9 ଘଣ୍ଟା ସମୟରେ ଗମ୍ଭାରୀପାଲିରୁ ଡୁଙ୍ଗୁରିପାଲି ଗଲା ରାସ୍ତା କଡ଼ରେ ଜମି ହିଡ଼ରେ କାଠ ସାଂଗ୍ରହ କରୁଥିବାବେଳେ ଛିଡି ପଡିଥିବା ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବୃଦ୍ଧା ଅଚେତ ହୋଇ ପଡି ଯାଇଥିଲେ। ରାସ୍ତା ରେ ଯାଉଥିବା ଲୋକେ ବିଦ୍ୟୁତ ବିଭାଗକୁ ଖବର ଦେଇ ଥିଲେ। ବିଦ୍ୟୁତ କାଟି ବୃଦ୍ଧାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଡୁଙ୍ଗୁରିପାଲି ଡାକ୍ତରଖାନାକୁ ଅଣା ଯାଇଥିଲା। ସେଠାରେ ଡାକ୍ତର ବୃଦ୍ଧା ଅଜ୍ଞନୀ ସୁନା ୬୫ଙ୍କୁ ମୃତ ଘୋଷଣା କରିଥିଲେ। ସୂଚନାଯୋଗ୍ୟଯେ, ବାରମ୍ବାର ବିଦ୍ୟୁତ୍ ତାର ଛିଡ଼ୁ ଥିଲେହେଁ ମରାମତି କରି କାମ ଚଳାଇ ନିଆଯାଉଛି। ବିଦ୍ୟୁତ ବିଭାଗର ଖାମଖିଆଲି ଯୋଗୁଁ ଜଣଙ୍କର ବହୁମୂଲ୍ୟ ଜୀବନ ଚାଲିଗଲା। ପରିବାର ପକ୍ଷରୁ କ୍ଷୟକ୍ଷତି ପାଇଁ ବିଦ୍ୟୁତ ବିଭାଗ ତଥା ସରକାର ଲଙ୍କର ଠାରେ ଦାବି ରଖିଛନ୍ତି। ଉକ୍ତ ଘଟଣାକୁ ନେଇ ବୃଦ୍ଧାଙ୍କର ପୁତ୍ର ଜବଦୁ ସୁନା ଡୁଙ୍ଗୁରିପାଲି ଥାନାରେ ଅଭିଯୋଗ କରିଥିବା ବେଳେ ଡୁଙ୍ଗୁରିପାଲି ପୋଲିସ ଶବ କୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି।1
- Post by SonepurSambad1
- Census -୨୦୨୭ "ସ୍ଵ-ଗଣନା" ପ୍ରକ୍ରିୟାରେ ସମସ୍ତେ ସାମିଲ ହେବାକୁ ରାୟଗଡ଼ ଜିଲ୍ଲାପାଳଙ୍କ ବାର୍ତ୍ତା ।1