ଚର୍ଚ୍ଚାରେ ବିଷାକ୍ତ ଓ ନକଲି ପନିର ବେପାର, ବୁଗୁଡ଼ା ଅଞ୍ଚଳରେ ଚିନ୍ତାରେ ଖାଉଟି ବୁଗୁଡ଼ା :ତା ୨୭/୦୮/୨୬ : ରାଜ୍ୟର ବିଭିନ୍ନ ସ୍ଥାନରେ ନକଲି ଓ ଅପମିଶ୍ରିତ ପନିର କାରବାର ପଦାକୁ ଆସିବା ପରେ ଏହାର ପ୍ରଭାବ ଏବେ ବୁଗୁଡା ଅଞ୍ଚଳରେ ମଧ୍ୟ ଦେଖିବାକୁ ମିଳିଛି। ବଜାରରେ ବିଷାକ୍ତ ତଥା ସିନ୍ଥେଟିକ୍ ପନିର ବିକ୍ରି ହେଉଥିବା ନେଇ ଖବର ପ୍ରସାରିତ ହେବା ପରେ ଏଠାକାର ସାଧାରଣ ଖାଉଟିମାନେ ଚିନ୍ତିତ ହୋଇପଡ଼ିଛନ୍ତି। ଆଗକୁ ବିଭିନ୍ନ ପର୍ବପର୍ବାଣି ଥିବାରୁ ବଜାରରେ ପନିର ଏବଂ ବିଭିନ୍ନ ଦୁଗ୍ଧଜାତ ସାମଗ୍ରୀର ଚାହିଦା ବଢ଼ିଥାଏ। ଏହାର ସୁଯୋଗ ନେଇ କିଛି ଅସାଧୁ ବ୍ୟବସାୟୀ ସ୍ଵାସ୍ଥ୍ୟ ସହ ଖେଳି ମଇଦା, ୟୁରିଆ, ଡାଲଡା ଓ ବିଭିନ୍ନ ପ୍ରତିକୂଳ ରାସାୟନିକ ଦ୍ରବ୍ୟ ବ୍ୟବହାର କରି ପ୍ରସ୍ତୁତ ନକଲି ପନିର ବଜାରକୁ ଛାଡୁଥିବା ଅଭିଯୋଗ ହେଉଛି। ନିକଟରେ କଟକ ଓ ଭୁବନେଶ୍ବର ସମେତ ଆଖପାଖ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ହୋଇଥିବା ବଡ଼ଧରଣର ଚଢ଼ଉ ଏବଂ ଶହ ଶହ କିଲୋଗ୍ରାମ ନକଲି ପନିର ଜବତ ଘଟଣା ପରେ ଏହି ଭୟ ଆହୁରି ବଢ଼ିଯାଇଛି । ବୁଗୁଡା ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳର ହୋଟେଲ, ଜଳଖିଆ ଦୋକାନ ଏବଂ ଖୁଚୁରା ବଜାରକୁ ମଧ୍ୟ ଏହି ସବୁ ଅଞ୍ଚଳରୁ ନକଲି ପନିର ଆସୁଥିବା ନେଇ ଗ୍ରାହକମାନେ ସନ୍ଦେହ ପ୍ରକାଶ କରୁଛନ୍ତି। ଏଭଳି ପନିର ପେଟ ରୋଗ,ଯକୃତ ଏବଂ କିଡନୀଜନିତ ସାଙ୍ଘାତିକ ସମସ୍ୟା ସୃଷ୍ଟି କରିବାର ଭୟ ରହିଛି। ସେଥିପାଇଁ ବୁଗୁଡା ସହର ସମେତ ଆଖପାଖ ଅଞ୍ଚଳରେ ଖାଦ୍ୟ ସୁରକ୍ଷା ବିଭାଗ ଏବଂ ପ୍ରଶାସନ ପକ୍ଷରୁ ସମସ୍ତ ମିଠା ଦୋକାନ ଓ ହୋଟେଲରେ ଜୋରଦାର ଚଢ଼ଉ କରାଯାଉ ବୋଲି ଖାଉଟିମାନେ ଦାବି କରିଛନ୍ତି | କେଉଁ କେଉଁ ସ୍ଥାନରୁ ଏହି ପନିର ଆସୁଛି, ତାହାର ସଠିକ୍ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି ଜୋର ଧରିଛି।
ଚର୍ଚ୍ଚାରେ ବିଷାକ୍ତ ଓ ନକଲି ପନିର ବେପାର, ବୁଗୁଡ଼ା ଅଞ୍ଚଳରେ ଚିନ୍ତାରେ ଖାଉଟି ବୁଗୁଡ଼ା :ତା ୨୭/୦୮/୨୬ : ରାଜ୍ୟର ବିଭିନ୍ନ ସ୍ଥାନରେ ନକଲି ଓ ଅପମିଶ୍ରିତ ପନିର କାରବାର ପଦାକୁ ଆସିବା ପରେ ଏହାର ପ୍ରଭାବ ଏବେ ବୁଗୁଡା ଅଞ୍ଚଳରେ ମଧ୍ୟ ଦେଖିବାକୁ ମିଳିଛି। ବଜାରରେ ବିଷାକ୍ତ ତଥା ସିନ୍ଥେଟିକ୍ ପନିର ବିକ୍ରି ହେଉଥିବା ନେଇ ଖବର ପ୍ରସାରିତ ହେବା ପରେ ଏଠାକାର ସାଧାରଣ ଖାଉଟିମାନେ ଚିନ୍ତିତ ହୋଇପଡ଼ିଛନ୍ତି। ଆଗକୁ ବିଭିନ୍ନ ପର୍ବପର୍ବାଣି ଥିବାରୁ ବଜାରରେ ପନିର ଏବଂ ବିଭିନ୍ନ ଦୁଗ୍ଧଜାତ ସାମଗ୍ରୀର ଚାହିଦା ବଢ଼ିଥାଏ। ଏହାର ସୁଯୋଗ
ନେଇ କିଛି ଅସାଧୁ ବ୍ୟବସାୟୀ ସ୍ଵାସ୍ଥ୍ୟ ସହ ଖେଳି ମଇଦା, ୟୁରିଆ, ଡାଲଡା ଓ ବିଭିନ୍ନ ପ୍ରତିକୂଳ ରାସାୟନିକ ଦ୍ରବ୍ୟ ବ୍ୟବହାର କରି ପ୍ରସ୍ତୁତ ନକଲି ପନିର ବଜାରକୁ ଛାଡୁଥିବା ଅଭିଯୋଗ ହେଉଛି। ନିକଟରେ କଟକ ଓ ଭୁବନେଶ୍ବର ସମେତ ଆଖପାଖ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ହୋଇଥିବା ବଡ଼ଧରଣର ଚଢ଼ଉ ଏବଂ ଶହ ଶହ କିଲୋଗ୍ରାମ ନକଲି ପନିର ଜବତ ଘଟଣା ପରେ ଏହି ଭୟ ଆହୁରି ବଢ଼ିଯାଇଛି । ବୁଗୁଡା ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳର ହୋଟେଲ, ଜଳଖିଆ ଦୋକାନ ଏବଂ ଖୁଚୁରା ବଜାରକୁ ମଧ୍ୟ ଏହି ସବୁ ଅଞ୍ଚଳରୁ
ନକଲି ପନିର ଆସୁଥିବା ନେଇ ଗ୍ରାହକମାନେ ସନ୍ଦେହ ପ୍ରକାଶ କରୁଛନ୍ତି। ଏଭଳି ପନିର ପେଟ ରୋଗ,ଯକୃତ ଏବଂ କିଡନୀଜନିତ ସାଙ୍ଘାତିକ ସମସ୍ୟା ସୃଷ୍ଟି କରିବାର ଭୟ ରହିଛି। ସେଥିପାଇଁ ବୁଗୁଡା ସହର ସମେତ ଆଖପାଖ ଅଞ୍ଚଳରେ ଖାଦ୍ୟ ସୁରକ୍ଷା ବିଭାଗ ଏବଂ ପ୍ରଶାସନ ପକ୍ଷରୁ ସମସ୍ତ ମିଠା ଦୋକାନ ଓ ହୋଟେଲରେ ଜୋରଦାର ଚଢ଼ଉ କରାଯାଉ ବୋଲି ଖାଉଟିମାନେ ଦାବି କରିଛନ୍ତି | କେଉଁ କେଉଁ ସ୍ଥାନରୁ ଏହି ପନିର ଆସୁଛି, ତାହାର ସଠିକ୍ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି ଜୋର ଧରିଛି।
- ରକ୍ଷାବନ୍ଧନ (ରାଖି) କେବଳ ଏକ ସୂତା ସୂତା ନୁହେଁ, ଏହା ଭାଇ-ଭଉଣୀଙ୍କ ଆଜୀବନ ସୁରକ୍ଷା, ବିଶ୍ୱାସ ଏବଂ ତ୍ୟାଗର ପ୍ରତୀକ। ନ୍ୟୁଜ୍ ପୋଷ୍ଟ / ସୋସିଆଲ୍ ମିଡିଆ କ୍ୟାପସନ୍ ପ୍ରସ୍ତାବ: ଶୀର୍ଷକ: "ସମ୍ପର୍କର ସବୁଠୁ ସୁନ୍ଦର ପରିଭାଷା: ଭାଇ-ଭଉଣୀଙ୍କ ନିସ୍ୱାର୍ଥପର ଭଲପାଇବା" ଆଜିର ଭୌତିକବାଦୀ ଦୁନିଆରେ ଜିନିଷ ଓ ସମ୍ପର୍କର ମୂଲ୍ୟ ବଦଳିଯାଉଥିଲେ ବି, ଭାଇ-ଭଉଣୀଙ୍କ ଭଲପାଇବା ସଦାସର୍ବଦା ଅମର। ରାଖି କେବଳ ଏକ ପବିତ୍ର ସୂତା ନୁହେଁ, ଏହା ପରସ୍ପରର ଦୁଃଖ-ସୁଖରେ ଛିଡ଼ା ହେବାର ଏକ ଦୃଢ଼ ପ୍ରତିଶ୍ରୁତି। ତ୍ୟାଗ ଓ ସମର୍ପଣ: ଭାଇ ତା' ଭଉଣୀର ଖୁସି ପାଇଁ ସବୁକିଛି ସମର୍ପି ଦେବାକୁ ପ୍ରସ୍ତୁତ ଥାଏ, ଏବଂ ଭଉଣୀ ତା' ପ୍ରାର୍ଥନା ଦ୍ୱାରା ଭାଇର ସୁରକ୍ଷା କାମନା କରେ। ସମାଜ ପାଇଁ ଶିକ୍ଷା: ବ୍ୟକ୍ତିଗତ ସ୍ୱାର୍ଥରୁ ଊର୍ଦ୍ଧ୍ୱକୁ ଯାଇ ପାରିବାରିକ ସମ୍ପର୍କ ଓ ସ୍ନେହକୁ ସମ୍ମାନ ଦେବା ହିଁ ପ୍ରକୃତ ମାନବିକତା।1
- ‘ଛାତ୍ର ସଂସଦ ନିର୍ବାଚନ ନିଶ୍ଚିତ’ ଖୁବଶୀଘ୍ର ଆରମ୍ଭ ହେବ ଛାତ୍ରସଂସଦ ନିର୍ବାଚନ । ଏନେଇ ସୂଚନା ଦେଇଛନ୍ତି ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡା ।1
- ଭଞ୍ଜନଗରରେ ସାଙ୍ଗଠନିକ ଜିଲ୍ଲା ସ୍ତରୀୟ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା... #ଭଞ୍ଜନଗର #ତିରଙ୍ଗାଯାତ୍ରା #ତିରଙ୍ଗାଶୋଭାଯାତ୍ରା #ସ୍ୱାଧୀନତାଦିବସ #ଦେଶପ୍ରେମ #ଜାତୀୟଏକତା #ହରଘରତିରଙ୍ଗା #ଆମତିରଙ୍ଗା #ଘୁମୁସର #ଭଞ୍ଜନଗରଖବର #ଗଞ୍ଜାମଖବର #OdishaNews #Bhanjanagar #GanjamNews #TirangaYatra #IndependenceDay #HarGharTiranga #ProudIndian 🇮🇳1
- ଆସିକା : ମୁସଲିମ ସମ୍ପ୍ରଦାୟ ପକ୍ଷରୁ ଆସିକା ରେ ମହମ୍ମଦଙ୍କ ୧୫୦୧ ତମ ଜନ୍ମଦିନ ଇଦ-ମିଲାଦୁନ୍ ନବୀ ପାଳିତ ଆଜି ମହାପୁରୁଷ ମହମ୍ମଦଙ୍କ ୧୫୦୧ ତମ ଜନ୍ମଦିନ ଭାବେ ଇଦ୍-ମିଲାଦୁନ୍ ନବୀ ଧୁମଧାମ ରେ ଗଞ୍ଜାମ ଜିଲ୍ଲାରେ ପାଳିତ ହୋଇଯାଇଛି। ଜିଲ୍ଲାର ବ୍ରହ୍ମପୁର, ଆସିକା, ଛତ୍ରପୁର, ଖଲ୍ଲିକୋଟ, ବୁଢ଼ାମ୍ବ, ସୋରଡ଼ା, ଭଞ୍ଜନଗର ଆଦି ସ୍ଥାନରେ ଇଦ-ମିଲାଦୁନ୍ ନବୀ ଅବସରରେ ସହର ପରିକ୍ରମା କରିବା ସହ ମହାପୁରୁଷ ମହମ୍ମଦ ଜୀବନୀ ଉପରେ ଚର୍ଚ୍ଚା କରାଯାଇ ଥିଲା। ସେହିଭଳି ଆସିକା ଜାମିଆ ମସଜିଦ ପକ୍ଷରୁ ଏକ ବିରାଟ ଶୋଭାଯାତ୍ରା ବାହାରି ସହରର ବିଭିନ୍ନ ୱାର୍ଡ ପରିକ୍ରମା କରାଯାଇଥିଲା ପରେ ମିଷ୍ଟାନ୍ନ ବଣ୍ଟନ କରାଯିବା ସହ ମଧ୍ୟାନ୍ନ ରେ (ଲଙ୍ଗର) ବା ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ଆସିକା ଜାମିଆ ମସଜିଦର ସାହି ଇମାମ ସାନାୱାଜ୍ ହୁସେନ ମହାପୁରୁଷ ମହମ୍ମଦଙ୍କ ଜୀବନୀ ଉପରେ ଚର୍ଚ୍ଚା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ମୁନାଫ ସରିଫ, ଇମାମା ଅବଦୁଲ ମାନାନ୍ ସାହେବ, ଶେଖ ସାଜିଦ, ନାଶେର ସାରିଫ, ମେହେମୁଦ ସାରିଫ,ୱାଲି ମହମ୍ମଦ, ଅବଦୁସ ସମ୍ମି, ଅବଦୁଲ ରିଜୱାନ, ରାଶିଦ ଅଲ୍ଲୀ, ସୟଦ ଇମିତାଜ, ହୁସେନ ସରିଫ,ମେହେମୁଦ ଖାନ, ଅଲ୍ଲୀଖାନ, ଆବୁ ଖାନ, ସୟଦ ୱାସିମ, ଶେଖ ଆସଲାମ, ରିଆଜ ମହମ୍ମଦଙ୍କ ସମେତ ଆସିକା ଓ କୋଟିନଡ଼ା ଅଞ୍ଚଳର ବହୁ ମୁସଲିମ ସମ୍ପ୍ରଦାୟର ଲୋକେ ଅଂଶ ଗ୍ରହଣ କରିଥିଲେ। ଆସିକା ଥାନା ପକ୍ଷରୁ ପୋଲିସ ସୁରକ୍ଷାର ର ବନ୍ଦୋବସ୍ତ କରାଯାଇଥିଲା।1
- ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ହେବ ଘରୋଇ କରଣ ଯାହା ଚିନ୍ତା ଏବେ ନବୀନ ଙ୍କ ପାଇଁ1
- ଭୂମି ହିନ ହରିଜନ ପରିବାରକୁ ଗ୍ରାମବାସୀ ମାଡ଼ ମାରି ବାସ ସ୍ଥାନରୁ ହଟାଇବା ପାଇଁ କରୁଛନ୍ତି ଚକ୍ରାନ୍ତ ତହସିଲ ଅଫିସ୍ ଅଧିକାରୀ ମଧ୍ୟ କରୁଛନ୍ତି ଗ୍ରାମବାସୀଙ୍କୁ ସମର୍ଥନ, ଭୟଭୀତ ନିରୀହ ପରିବାର1
- ମୋହନା ରେ ଶ୍ରାବଣ ମାସ ଶେଷ ଦିନ ରେ କାଉଡିଆ ଙ୍କ ନଗର ପରିକ୍ରମା କରି ନୀଳକଣ୍ଠେଶ୍ଵର ଶିବ ମନ୍ଦିର ରେ ଜଳାଭିଷେକ କରିଛନ୍ତି3
- କିଛି ହସ କାନ୍ଦ ଜୀବନ ଭିତରେ କେବଳ 24ଘଣ୍ଟା ଭିତରୁ 1 ମିନିଟ୍ ବାହାର କରି କିଛି ଲୋକମାନଙ୍କୁ ଖୁସି କରିବା ମୋର ପ୍ରୟାସ1