Shuru
Apke Nagar Ki App…
#ଅଭିଯୁକ୍ତ_ଦେଖାଉଛି #କେମିତି_କରିଥିଲା_ହତ୍ୟା କଙ୍କଡାହାଡ଼ ଥାନା ଉର୍ବେଙ୍ଗୀ -କନ୍ଧରା ରାସ୍ତାରେ ଥିବା ଏକ କଲଭର୍ଟ ତଳୁ ମୃତଦେହ ଉଦ୍ଧାର ଘଟଣା। l ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ଚରଣ ମହାନ୍ତ ଓ ମୃତ ରାଜେଶ କୁମାର ବାରିକ ଉଭୟ ଗୋଟିଏ ଝିଅକୁ ଭଲ ପାଉଥିଲେ। ପ୍ରେମ ବ୍ୟାପାରକୁ ନେଇ ରାଜେଶ କୁମାର ବାରିକଙ୍କୁ ହତ୍ୟା କରାଯାଇଥିଲା। ଦୁଇ ଅଭିଯୁକ୍ତଙ୍କୁ ନେଇ ସିନ ରିକ୍ରିଏସନ କରିବା ସହ ସମ୍ପୂର୍ଣ୍ଣ ଘଟଣାରୁ ପରଦା ଉଠାଇଛି ପୋଲିସ l
Rajib Behera
#ଅଭିଯୁକ୍ତ_ଦେଖାଉଛି #କେମିତି_କରିଥିଲା_ହତ୍ୟା କଙ୍କଡାହାଡ଼ ଥାନା ଉର୍ବେଙ୍ଗୀ -କନ୍ଧରା ରାସ୍ତାରେ ଥିବା ଏକ କଲଭର୍ଟ ତଳୁ ମୃତଦେହ ଉଦ୍ଧାର ଘଟଣା। l ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ଚରଣ ମହାନ୍ତ ଓ ମୃତ ରାଜେଶ କୁମାର ବାରିକ ଉଭୟ ଗୋଟିଏ ଝିଅକୁ ଭଲ ପାଉଥିଲେ। ପ୍ରେମ ବ୍ୟାପାରକୁ ନେଇ ରାଜେଶ କୁମାର ବାରିକଙ୍କୁ ହତ୍ୟା କରାଯାଇଥିଲା। ଦୁଇ ଅଭିଯୁକ୍ତଙ୍କୁ ନେଇ ସିନ ରିକ୍ରିଏସନ କରିବା ସହ ସମ୍ପୂର୍ଣ୍ଣ ଘଟଣାରୁ ପରଦା ଉଠାଇଛି ପୋଲିସ l
More news from ଓଡ଼ିଶା and nearby areas
- ଗାଳି_ଗୁଲଜ_ପାଇଁ_ଆତ୍ମହତ୍ୟା_ଉଦ୍ୟମ ନୂଆପଡ଼ା କୋର୍ଟ ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ । ୨ ଛୁଆଙ୍କ ସହ ଦେହରେ ପେଟ୍ରୋଲ୍ ଢାଳିଲେ ଦମ୍ପତି । ଖଡିଆଳ ବ୍ଲକ ଡୁଆଝର ଗାଁର ଏହି ଦମ୍ପତିଙ୍କୁ ଗତ ୭ଫେବ୍ରୁଆରିରେ ତାଙ୍କ ପଡ଼ୋଶୀ ଜମିଜମା ମାମଲାକୁ ନେଇ ଗାଳି ଗୁଲଜ କରିବା ସହ ମାରପିଟ କରିଥିବା ନେଇ ପୁଲିସ ନିକଟରେ ଅଭିଯୋଗ କରିଥିଲେ ଦମ୍ପତି1
- ବାରିପଦା, :- ରାଜ୍ୟ ସରକାରଙ୍କ "ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା" ଅନୁସାରେ ମୟୂରଭଞ୍ଜ ଜିଲ୍ଲାରେ ଅନୁଷ୍ଠିତ ହୋଇ ଯାଇଛି ସାମୂହିକ ବିବାହୋତ୍ସବ। ସଦର ମହକୁମା ବାରିପଦା ସ୍ଥିତ ଐତିହାସିକ ଛଉ ପଡିଆରେ ଅନୁଷ୍ଠିତ ଏହି ସାମୂହିକ ବିବାହୋତ୍ସବ ମାଧ୍ୟମରେ ୪୩ ଯୋଡ଼ା ବରକନ୍ୟା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ହେମକାନ୍ତ ସୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ହୋଇଥିଲା ବିବାହ ଉତ୍ସବ। ବ୍ୟାଣ୍ଡ, ବାଜା ଓ ବାଣ ରୋଶଣୀ ସହ ବର ମାନଙ୍କୁ ଧରି ବିବାହ ମଣ୍ଡପରେ ପହଞ୍ଚିଥିଲେ ବରଯାତ୍ରୀ। ସବୁଠାରୁ ବଡକଥା ହେଲା ଏ ବିବାହୋତ୍ସବରେ ନଥିଲେ ଗୋଟିଏ ଧର୍ମର ଦମ୍ପତ୍ତି। ୪୩ ଯୋଡା ଦମ୍ପତ୍ତିଙ୍କ ମଧ୍ୟରେ ଥିଲେ ହିନ୍ଦୁ ଧର୍ମାବଲମ୍ବୀଙ୍କ ସହ ଖ୍ରୀଷ୍ଟ ଧର୍ମ ତଥା ଆଦିବାସୀ ସମ୍ପ୍ରଦାୟ ମଧ୍ୟ ଦମ୍ପତ୍ତି। ବିବାହ ସ୍ଥଳରେ ବରଯାତ୍ରୀ ପହଞ୍ଚିବା ପରେ ଆରମ୍ଭ ହୋଇଥିଲା ପାରମ୍ପରିକ ରୀତିନୀତି ଅନୁସାରେ ବିବାହ କାର୍ଯ୍ୟ। ବେଦଜ୍ଞ ବ୍ରାହ୍ମଣଙ୍କ ମନ୍ତ୍ରୋଚ୍ଚାରଣ, ପାଦ୍ରୀ ଙ୍କ ବାଇବେଲ ପାଠ ତଥା ମାଝି ହାଡ଼ାମ୍ ମାନଙ୍କ ପାରମ୍ପରିକ ପୂଜା ମଧ୍ୟରେ ସମାପନ ହୋଇଥିଲା ବାହାଘର। ମୋଟ ୪୩ ଯୋଡ଼ି ବରକନ୍ୟା ଙ୍କ ମଧ୍ୟରେ ୩୫ ଯୋଡ଼ି ହିନ୍ଦୁ ଥିବା ବେଳେ ୭ ଯୋଡ଼ି ଆଦିବାସୀ ଓ ଏକ ଯୋଡ଼ି ଖ୍ରୀଷ୍ଟଧର୍ମ ର ବରକନ୍ୟା ଙ୍କ ବିବାହ କାର୍ଯ୍ୟ ସେମାନଙ୍କ ପାରମ୍ପରିକ ରୀତିନୀତି ଅନୁସାରେ ସମାପନ ହୋଇଥିଲା। ସମସ୍ତ ୪୩ କନ୍ୟାଙ୍କ କନ୍ୟାଦାନ କରିଥିଲେ ମୟୂରଭଞ୍ଜ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ। ଏ ଅବସରରେ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ନବଦମ୍ପତ୍ତିଙ୍କୁ ୪୫ ହଜାର ଟଙ୍କା ର ଆର୍ଥିକ ସହାୟତା ସହିତ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଛଣା ସଜ ଓ ରୋଷେଇ ସରଞ୍ଜାମ ଊପହାର ସ୍ବରୂପ ପ୍ରଦାନ କରା ଯାଇଥିଲା। ବିବାହ ପରେ ସମସ୍ତ ନବ ଦମ୍ପତ୍ତିଙ୍କ ପରିବାର ଆତ୍ମୀୟ ସ୍ବଜନଙ୍କ ସମେତ ସାଧାରଣ ଲୋକଙ୍କ ପାଇଁ ଆୟୋଜନ ହୋଇଥିଲା ବିବାହ ଭୋଜିର। ସତରେ ଐତିହାସିକ ଛଉ ପଡିଆରେ ଏଭଳି ନିଆରା ବାହାଘରର ମାହୋଲ ଥିଲା କିଛି ଭିନ୍ନ। ଯାହାକୁ ଉପଭୋଗ କରିବାକୁ ଜିଲ୍ଲା ପ୍ରଶାସନର ସମସ୍ତ କର୍ମକର୍ତ୍ତାଙ୍କ ସମେତ ପ୍ରବଳ ଜନ ଗହଳି ପରିଲକ୍ଷିତ ହୋଇଥିଲା। ଆଜିକାଲି ର ବ୍ୟୟ ବହୁଳ ଓ ଲୋକ ଦେଖାଣିଆ ବିବାହ ଲାଗି ପିତାମାତା ଯେଉଁଭଳି ଆର୍ଥିକ ବୋଝ ସହୁଛନ୍ତି ତାହା ନକରି ଏହିଭଳି ସାମୁହିକ ଓ ସରଳ ବିବାହ କରି ସୁନ୍ଦର ଜୀବନ ବଞ୍ଚିବା ଉଚିତ୍ ବୋଲି ବାର୍ତ୍ତା ଦେଇଛନ୍ତି ନବ ବିବାହିତ ମାନେ। ଏଥି ସହିତ ଦାରିଦ୍ର୍ୟତାର କାରଣରୁ ବିବାହ ପାଇଁ ଅସମର୍ଥ ଥିବା ବରକନ୍ୟା ମାନଙ୍କୁ ସରକାର ସହାୟତାର ହାତ ବଢାଇ ନିଜନିଜ ଜୀବନସାଥିଙ୍କୁ ମିଶାଇ ଦେବାରେ ସହାୟତା କରିଥିବାରୁ ଜିଲ୍ଲା ପ୍ରଶାସନ ତଥା ସରକାରଙ୍କୁ କୃତଜ୍ଞତା ପ୍ରକାଶ କରିଛନ୍ତି ନବ ଦମ୍ପତ୍ତି। #mayurbhanj #baripada #dlh_khabar1
- Post by PRAVA NATION NEWS4
- Post by MN.NEWS ODIA1
- #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update Date -12.03.2026 ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 70089447031
- କଥାରେ ନୁହ କାମରେ ଲଗେଇ ଦେଲେ ବାରିପଦା ଜିଲ୍ଲାପାଳ ୪୧ଜଣ କନ୍ୟା ଦାନ କଲେ ଆଉ ବର କନ୍ୟା ଙ୍କୁ ବିଦାୟ କଲେ ମୁଖ୍ୟ ମନ୍ତ୍ରୀ କନ୍ୟା ବିବାହ ଯୋଜନା ରେ ଆଜି ବାରିପଦା ରେ ୪୧ଯୋଡ଼ି ଙ୍କୁ ଵିଵାହ କରାଇଲେ ସରକାର1
- Post by Khabar1
- ଗତକାଲି ମୟୁରଭଞ୍ଜ ଜିଲ୍ଲା ବହଳଦା ଅଞ୍ଚଳରେ ରାସ୍ତା ଅବରୋଧ ବେଳେଗତକାଲି ମୟୁରଭଞ୍ଜ ଜିଲ୍ଲା ବହଳଦା ଅଞ୍ଚଳରେ ରାସ୍ତା ଅବରୋଧ ବେଳେ ପୋଲିସ ଉପରକୁ ଆକ୍ରମଣ ଘଟଣାରେ ଆଜି ପୋଲିସ ୩୪ ଜଣଙ୍କୁ ଗିରଫ କରିଛି । ଗିରଫମାନଙ୍କ ମଧ୍ୟରେ ୭ ଜଣ ପୁରୁଷ ଥିବା ପୋଲିସ ଉପରକୁ ଆକ୍ରମଣ ଘଟଣାରେ ଆଜି ପୋଲିସ ୩୪ ଜଣଙ୍କୁ ଗିରଫ କରିଛି । ଗିରଫମାନଙ୍କ ମଧ୍ୟରେ ୭ ଜଣ ପୁରୁଷ ଥିବା ବେଳେ ଅନ୍ୟମାନେ ମହିଳା ରହିଛନ୍ତି ।1