Shuru
Apke Nagar Ki App…
ଚେନାଇ ରେ ଦାଦନ ଶ୍ରମିକ ଙ୍କ ମୃତ୍ୟୁ,ତିନିଦିନ ପରେବି ଗ୍ରାମକୁ ଫେରିପାରୁନି ମୃତଦେହ ଗଞ୍ଜାମ ଜିଲ୍ଲାର ପିଛା ଛାଡ଼ୁନି ଦାଦନ ଦୁଃଖ l ଚେନାଇ ରେ ଶ୍ରମିକ ଭାବେ କାମ କରୁଥିବା ଜଣେ ଓଡିଆ ଶ୍ରମିକ ଙ୍କ ମୃତ୍ୟୁ ଘଟିଛି l ମୃତ ଶ୍ରମିକ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଗୋଲିଆ ପଞ୍ଚାୟତ କୁଶପାଲି ଗ୍ରାମର ଅମୀୟ ବିଷୋୟୀ ହୋଇଥିବା ଜଣାପଡିଛି l ଅମୀୟ ଦୁଇ ମାସ ତଳେ ପରିବାର ପ୍ରତିପୋଷଣ ଲାଗି ଚେନାଇ ଯାଇଥିଲେ l ସେଠାରେ ଏକ କଷ୍ଟ୍ରକ୍ସନ କମ୍ପାନୀ ରେ କାମ କରୁଥିବା ବେଳେ ଗତ ରବିବାର ଦିନ ଅମୀୟ ତିନି ମହଲା ଛାତ ଉପରେ ପାଣି ପକାଉଥିବା ବେଳେ ଛାତରୁ ପଡି ଅମୀୟ ଙ୍କ ମୃତ୍ୟୁ ଘଟିଛି lସରକାର ଅମୀୟ ଙ୍କ ମରଶରୀର କୁ ଗ୍ରାମକୁ ଫେରାଇ ଆଣିବା ସହ ପରିବାର କୁ କ୍ଷତି ପୁରଣ ଯୋଗାଇବାକୁ ଗ୍ରାମବାସୀ ଦାବୀ କରିଛନ୍ତି l
Ganjam Khabar
ଚେନାଇ ରେ ଦାଦନ ଶ୍ରମିକ ଙ୍କ ମୃତ୍ୟୁ,ତିନିଦିନ ପରେବି ଗ୍ରାମକୁ ଫେରିପାରୁନି ମୃତଦେହ ଗଞ୍ଜାମ ଜିଲ୍ଲାର ପିଛା ଛାଡ଼ୁନି ଦାଦନ ଦୁଃଖ l ଚେନାଇ ରେ ଶ୍ରମିକ ଭାବେ କାମ କରୁଥିବା ଜଣେ ଓଡିଆ ଶ୍ରମିକ ଙ୍କ ମୃତ୍ୟୁ ଘଟିଛି l ମୃତ ଶ୍ରମିକ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଗୋଲିଆ ପଞ୍ଚାୟତ କୁଶପାଲି ଗ୍ରାମର ଅମୀୟ ବିଷୋୟୀ ହୋଇଥିବା ଜଣାପଡିଛି l ଅମୀୟ ଦୁଇ ମାସ ତଳେ ପରିବାର ପ୍ରତିପୋଷଣ ଲାଗି ଚେନାଇ ଯାଇଥିଲେ l ସେଠାରେ ଏକ କଷ୍ଟ୍ରକ୍ସନ କମ୍ପାନୀ ରେ କାମ କରୁଥିବା ବେଳେ ଗତ ରବିବାର ଦିନ ଅମୀୟ ତିନି ମହଲା ଛାତ ଉପରେ ପାଣି ପକାଉଥିବା ବେଳେ ଛାତରୁ ପଡି ଅମୀୟ ଙ୍କ ମୃତ୍ୟୁ ଘଟିଛି lସରକାର ଅମୀୟ ଙ୍କ ମରଶରୀର କୁ ଗ୍ରାମକୁ ଫେରାଇ ଆଣିବା ସହ ପରିବାର କୁ କ୍ଷତି ପୁରଣ ଯୋଗାଇବାକୁ ଗ୍ରାମବାସୀ ଦାବୀ କରିଛନ୍ତି l
More news from Ganjam and nearby areas
- ମହାତ୍ମାଗାନ୍ଧୀ ନରେଗା ବଞ୍ଚାଅ ସଂଗ୍ରାମକୁ ନେଇ ଆସିକା କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ହେଲା କଂଗ୍ରେସର ସାମ୍ବାଦିକ ସମ୍ମିଳନୀ। ଏହି ସମ୍ମିଳନୀରେ ଗଞ୍ଜାମ ପଶ୍ଚିମ ସଭାପତି ତଥା ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ସଭାପତିତ୍ୱରେ ନରେଗା ଆଇନ ପରିବର୍ତ୍ତନକୁ ବିରୋଧ କରି ଗାଁ ଗାଁରେ ସଂଗ୍ରାମ ଜାରି ରହିବ ବୋଲି କଂଗ୍ରେସ ନେତୃତ୍ୱ ଘୋଷଣା କରିଛି।1
- Post by GANESH PANlGRAHl1
- ଜନ୍ମମାଟି ରେ ପଦ୍ମବିଭୂଷଣ ସ୍ବର୍ଗତ ଗୁରୁ କେଳୁ ଚରଣ ମହାପାତ୍ରଙ୍କ ଜନ୍ମ ଶତବାର୍ଷିକୀ ଉତ୍ସବ ମହାସମାରୋହରେ ଅନୁଷ୍ଠିତ। ପୁରୀ :- ପଦ୍ମବିଭୂଷଣ ସ୍ବର୍ଗତ ଗୁରୁ କେଳୁ ଚରଣ ମହାପାତ୍ରଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ପୁରୀ ଡାନ୍ସ ଏକାଡେମୀ ଆନୁକୁଲ୍ୟରେ କଳାକାର, ବୁଦ୍ଧିଜୀବୀ ଓ ଅନୁଷ୍ଠାନର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ମହାସମାରୋହରେ ତିନି ଦିନ ବ୍ୟାପୀ ଗୁରୁଜିଙ୍କ ଜନ୍ମ ଶତାର୍ଷିକୀ ଉତ୍ସବ ପାଳିତ ହୋଇଯାଇଛି। ତା୦୮/୦୧/୨୬ ରିଖ, ଗୁରୁବାର ସନ୍ଧ୍ୟା ୭: ୦୦ଘଣ୍ଟିକା: ଏକାଡେମୀ ପରିସରରେ ଛାତ୍ର ଛାତ୍ରୀମାନଙ୍କ ଦ୍ଵାରା ଗୁରୁଜୀଙ୍କୂ ପୁଷ୍ପମାଲ୍ୟ ଓ ପୁଷ୍ପାଞ୍ଜଳି ଅର୍ପଣ ଏବଂ ଗୁରୁଜୀଙ୍କ ଜୀବନୀ ଉପରେ ଚର୍ଚ୍ଚା ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହେଇଥିଲା। ତା ୦୯/୦୧/୨୬ ରିଖ ଶୁକ୍ରବାର ଦିନ ପୁରୀ ସ୍ଵର୍ଗଦ୍ଵାର ସ୍ଥିତ ମହୋଦଧି ଠାରେ ଗୁରୁଜୀଙ୍କ ଉଦ୍ଦେଶ୍ୟରେ ସ୍ମୃତି ସଭା ତଥା ଛାତ୍ରଛାତ୍ରୀ ଓ ଅତିଥି କଳାକାର ମାନଙ୍କ ଦ୍ବାରା ନୃତ୍ୟ ପରିବେଷିତ ହୋଇଥିଲା। ତା ୧୦/୦୧/୨୬ ରିଖ, ଶନିବାର ଦ୍ୱିପହର ୧:୦୦ ଘଣ୍ଟିକା ସମୟରେ ରଘୁରାପୁର ସ୍ଥିତ ଗୁରୁଜୀଙ୍କ ଜନ୍ମ ମାଟିରେ ଏକାଡେମୀର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଗୁରୁଜୀଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ ଓ ନୃତ୍ୟ ପରିବେଷଣ। ଅପରାହ୍ନ ୪:୦୦ ଘଣ୍ଟିକା ଶ୍ରୀ ଜୀଉଙ୍କ ଦୋଳବେଦୀ ଠାରେ ଗୁରୁଜୀଙ୍କ ତୈଳ ଚିତ୍ରରେ ଅତିଥି ମାନଙ୍କ ଦ୍ଵାରା ପୁଷ୍ପମାଲ୍ୟ ଅର୍ପଣ ଏବଂ ଅତିଥି କଳାକାର ଓ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ନୃତ୍ୟଞଳି କାର୍ଯକ୍ରମ। ସନ୍ଧ୍ୟା ୬:୦୦ ଘଣ୍ଟିକା ସିଂହଦ୍ଵାର ନିକଟରେ ସାମୁହିକ ଦୀପଦାନ ଏବଂ ପ୍ରାଥନା ସଭାର ଆୟୋଜନ କରାଯାଇଥିଲା। ଏହି କାର୍ଯକ୍ରମ ଅନୁଷ୍ଠାନର ସମ୍ପାଦକ ଗୁରୁ ନାରାୟଣ ପାଣ୍ଡେଙ୍କ ଦ୍ଵାରା ଆୟୋଜିତ ହୋଇଥିଲା। ଏଥିରେ ଗୁରୁ କୃଷ୍ଣ କୁମାର ଦାସ ଓ ସୂର୍ଯ୍ୟକାନ୍ତ ପୂଜା ପଣ୍ଡା ସହଯୋଗ କରି ଥିଲେ।4
- Jay Jagannath 🙏1
- Post by User5115 Susanta Kumar Pattnaik1
- ଏସ ଏସ ଡି ସ୍କୁଲ ରେ ବାର୍ଷିକ ଉତ୍ସବ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ବଡ଼ କଳାକଟ ପଞ୍ଚାୟତ ର ସରକାରୀ ଉଚ୍ଚ ବିଦ୍ୟାଳୟ ଏସ ଏସ ଡି ଆଶ୍ରମ ସ୍କୁଲ ରେ ବାର୍ଷିକ ଉସର୍ବ ପାଳିତ ହୋଇଛି | ଏହି ବାର୍ଷିକ ଉସର୍ବ ରେ ମୁଖ୍ୟ ଅତିଥି ଭାବେ ଜଗଦେଲେ ପ୍ରକଳ୍ପ ପ୍ରଶାସକ ଶ୍ରୀଯୁକ୍ତ ଅଙ୍ଗଶୁମାନ ମହାପାତ୍ର, ଶ୍ରୀଯୁକ୍ତ ଶ୍ୟାମଘନ ଭୂୟାଁ ଶିକ୍ଷା ମଣ୍ଡଳା ଧୀନ ରାୟଗଡ଼ା ଓ ସଭାପତି ଶ୍ରୀଯୁକ୍ତ ସଲମନ ରାଇକା ଜିଲ୍ଲା ମଙ୍ଗଳ ଅଧିକାରୀ ଜଗ ଦେଇଥିଲେ | ପ୍ରଧାନ ଶିକ୍ଷକ ଶ୍ରୀ ପୁର୍ଣ ଚନ୍ଦ୍ର ମାଉଡ଼ି ବାର୍ଷିକ ଉସର୍ବ ର ବିବରଣୀ ପାଠ କରି ଶୁଣାଇ ଥିଲେ | ମୁଖ୍ୟ ଅତିଥି ମାନେ ଆଦିବାସୀ ଛାତ୍ର ଛାତ୍ରୀ ଙ୍କର ଶିକ୍ଷା ଓ ଦକ୍ଷତା ର ବିକାଶ ନିମନ୍ତେ ସରକାର ଯେଉଁ ପ୍ରକାର ଯଜନା କରୁଛନ୍ତି ସେହି ଯଜନା ମାନଙ୍କର ଲାଭ ଉଠାଇ ଭଲ ପାଠ ପଡ଼ିବା ବା ପାଇଁ ଅତିଥି ମାନେ ପରାମର୍ସ କରି ଥିଲେ | ଏହି ବାର୍ଷିକ ଉସର୍ବ ରେ ଉପସ୍ଥିତ ହୋଇଥିବା ଅନ୍ୟ ଅତିଥି ମାନେ ହେଲେ ରମେଶ ଚନ୍ଦ୍ର ଦାସ, ଜିଲ୍ଲା ଶିକ୍ଷା ନିରୀକ୍ଷକ, ରେଣୁକା ପାତ୍ର ଜିଲ୍ଲା ପରିଷଦ ସଭ୍ୟା,ସ୍ଥାନୀୟ ସରପଞ୍ଚ ମାସେସ ଗମାଙ୍ଗ ଓ ସଳତିଏଲ ଗମାଙ୍ଗ ଏବଂ ବିଦ୍ୟାଳୟ ପରିଚାଳନା କମିଟି ଉପସ୍ଥିତ ଥିଲେ |1
- ଦୁର୍ଘଟଣାଗ୍ରସ୍ତ ହେଲା ବିମାନ। ରାଉରକେଲା ରଘୁନାଥପାଲିରେ ବିମାନ ଦୁର୍ଘଟଣା। ଭୁବନେଶ୍ୱରରୁ ରାଉରକେଲା ଅଭିମୁଖେ ଯାଉଥିଲା ବିମାନ । ଜରୁରୀ ଅବତରଣ ବେଳେ ବିମାନ କ୍ରାସ୍ ହୋଇଛି । ଜଲଦା ଏ ବ୍ଲକରେ ଛୋଟ ଚାର୍ଟର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପାଇଲଟଙ୍କ ସହ ୬ ଆହତ ହୋଇଛନ୍ତି । ୪ ଜଣ ଯାତ୍ରୀ ଓ ୨ ଜଣ କ୍ରିଉ ସଦସ୍ୟ ଥିଲେ । ଗଣେଶ ପାଣିଗ୍ରାହୀ ରିପୋର୍ଟ4
- “ପୁରୀ ତାଳବଣିଆ ପ୍ରାଙ୍ଗଣରେ ୧୦୪ତମ ଉତ୍କଳ ଆଗମନୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ମହୋତ୍ସବ ୧୧ ଜାନୁଆରୀରେ ଆଡ଼ମ୍ବରରେ ଅନୁଷ୍ଠିତ” ପରମ ପ୍ରେମମୟ ଶ୍ରୀଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କର ଦିବ୍ୟ ଐଶିଲୀଳା ୧୯୨୩ ମସିହା ଜାନୁଆରୀ ୨ ତାରିଖରୁ ମାସାଧିକ କାଳ ପର୍ଯ୍ୟନ୍ତ ଉତ୍କଳ ଭୂଖଣ୍ଡର ପୁରୀଧାମରେ ସଙ୍ଗଠିତ ହୋଇଥିଲା। ସେହି ଐତିହାସିକ ଓ ଆଧ୍ୟାତ୍ମିକ ମହାଲୀଳାର ସ୍ମୃତିକୁ ସଜାଗ ଓ ସଜୀବ ରଖିବା ଉଦ୍ଦେଶ୍ୟରେ ଓଡ଼ିଶାର ସମଗ୍ର ଭକ୍ତଜନ ଦୀର୍ଘ ବର୍ଷ ଧରି ପ୍ରତିବର୍ଷ ଜାନୁଆରୀ ମାସରେ “ଶ୍ରୀଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ଉତ୍କଳ ଆଗମନୀ ସ୍ମୃତି ମହୋତ୍ସବ” ପାଳନ କରିଆସୁଛନ୍ତି। ଚଳିତ ବର୍ଷ ପରମପୂଜ୍ୟପାଦ ଶ୍ରୀଶ୍ରୀ ଆଚାର୍ଯ୍ୟଦେବଙ୍କ ପୂତ ପ୍ରେରଣା ଓ ଶୁଭାଶୀର୍ବାଦରେ ୧୦୪ତମ ଉତ୍କଳ ଆଗମନୀ ସ୍ମୃତି ମହୋତ୍ସବ ଆସନ୍ତା ତା. ୧୧.୦୧.୨୦୨୬, ରବିବାର ଦିନ ପୁରୀର ତାଳବଣିଆ ପ୍ରାଙ୍ଗଣରେ ମହାଆଡ଼ମ୍ବରରେ ଆୟୋଜିତ ହୋଇଯାଇଛି। ଏହି ମହୋତ୍ସବ ଅବସରରେ ଦିବ୍ୟ ସତ୍ସଙ୍ଗ, ଭକ୍ତିଗୀତ, ଧର୍ମୀୟ ଆଲୋଚନା, ଗୁରୁବନ୍ଦନା ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରୀଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ମହାନ ଆଦର୍ଶ ଓ ଶିକ୍ଷାକୁ ସ୍ମରଣ କରାଯାଇଥିଲା। ଆୟୋଜକମାନେ ସମସ୍ତ ଭକ୍ତ, ଅନୁରାଗୀ ଓ ସାଧାରଣ ଜନସାଧାରଣଙ୍କୁ ପରିବାର ସହ ଏହି ମଙ୍ଗଳମୟ ସମାବେଶରେ ଯୋଗଦେଇ ଠାକୁର ଅନୁକୂଳଚନ୍ଦ୍ରଙ୍କ ଦିବ୍ୟ ଆଶୀର୍ବାଦ ଲାଭ କରିବାକୁ ଆହ୍ୱାନ ଜଣାଇଛନ୍ତି।4
- Indian Railways, a step ahead.1