ବାଲେଶ୍ୱରରେ ପାଳିତ ହେଲା ଜିଲ୍ଲାସ୍ତରୀୟ ଗୀତଗୋବିନ୍ଦ ରଚୟିତା କବି ଶ୍ରୀ ଜୟଦେବ ଜୟନ୍ତୀ ବାଲେଶ୍ୱର, ତା: ୨୦.୦୪.୨୦୨୬ରିଖ : ଚଳିତ ବର୍ଷ ବାଲେଶ୍ୱର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ବିଭାଗ ଆନୁକୂଲ୍ୟରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ପୂର୍ବାହ୍ନ ୦୯.୩୦ ଘଟିକା ସମୟରେ ଜିଲ୍ଲାପାଳଙ୍କ ଅଡିଟୋରିୟମ ହଲ, ବାଲେଶ୍ଵରଠାରେ ଗୀତଗୋବିନ୍ଦ ରଚୟିତା କବି ଶ୍ରୀ ଜୟଦେବ ଜୟନ୍ତୀ ପାଳିତ ହୋଇଯାଇଅଛି । ଏହି ପରିପ୍ରେକ୍ଷୀରେ ଅନୁଷ୍ଠିତ ଜୟନ୍ତୀ ସମାରୋହରେ ଡେପୁଟି କଲେକ୍ଟର ଶ୍ରୀ ସିତାଂଶୁ ଶେଖର ଦାସ, ଶ୍ରୀମତୀ ଅସ୍ମିତା ଦାଶ, ଶ୍ରୀ ପ୍ରବୋଧ କୁମାର ମଲ୍ଲିକ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶ୍ରୀ ସାଇ କୃଷ୍ଣ ଜେନା, ଜିଲ୍ଲା କ୍ରୀଡ଼। ଅଧିକାରୀ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ଜେନା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଜୟଦେବଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ I ତତ ଉପରାନ୍ତ ସାଇ ନୃତ୍ୟ ସଙ୍ଗୀତ ମହାବିଦ୍ୟାଳୟର କଳାକାରମାନଙ୍କ ଦ୍ଵାରା ଜୟଦେବଙ୍କ ରଚିତ ଗୀତଗୋବିନ୍ଦ ଆଧାରିତ ସଙ୍ଗୀତ ପରିବେଷଣ କରାଯାଇଥିଲା । ଏହି ସମାରୋହରେ ଅତିଥିମାନେ ଭକ୍ତକବି ଶ୍ରୀ ଜୟଦେବଙ୍କୁ ଜଣେ ମହାନ କବି ଭାବେ ବର୍ଣ୍ଣନା କରି ତାଙ୍କ ରଚିତ ଅମରକୃତି ଗୀତଗୋବିନ୍ଦ ସମଗ୍ର ବିଶ୍ଵ କାବ୍ୟ ସାହିତ୍ୟରେ ଯୁଗ ଯୁଗ ଧରି କାଳଜୟୀ ହୋଇ ରହିବ ଏବଂ ଶ୍ରୀ ଜୟଦେବ ଆମ ଓଡ଼ିଶାର ଗର୍ବ ଓ ଗୌରବ ଏବଂ ତାଙ୍କ କାଳଜୟୀ ରଚନା ଆମ ସଂସ୍କୃତି ଓ ପରମ୍ପରାକୁ ରୁଦ୍ଧିମନ୍ତ କରିଥିବା ବୋଲି ମତବ୍ୟକ୍ତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ କାବ୍ୟଶିଳ୍ପୀ ଶ୍ରୀ ସର୍ବେଶ୍ଵର ଦାସ ସମ୍ମାନିତ ବକ୍ତା ଭାବେ ଯୋଗ ଦେଇ ତାଙ୍କ ବକ୍ତବ୍ୟରେ ଜୟଦେବଙ୍କ ଜୀବନୀ ଉପରେ ଆଲୋକପାତ କରିବା ସହ ଗୀତଗୋବିନ୍ଦର କାନ୍ତ କମନୀୟ ପଦ୍ୟମୟ ଶୈଳୀ ଶ୍ରୋତା ଓ ପାଠକ ମାନଙ୍କୁ ବିଭୋର କରିଦିଏ ବୋଲି ଉଲ୍ଲେଖ କରିଥିଲେ । କବି ଶ୍ରୀ ପ୍ରଶାନ୍ତ ଦାସ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଶ୍ରୀ ଜୟଦେବ ନିଜର କୃତି ଗୀତଗୋବିନ୍ଦରେ ରାଧାକୃଷ୍ଣଙ୍କ ମଧ୍ୟରେ ଥିବା ଅନାବିଳ ଅନନ୍ତ ପ୍ରେମ ଓ ଭକ୍ତିର ଏକ ଅପୂର୍ବ ସମନ୍ଵୟ ସୃଷ୍ଟି କରି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପଦାରବିନ୍ଦରେ ନିଜକୁ ସମର୍ପଣ କରିଦେଇଥିଲେ ବୋଲି କହିବା ସହିତ ଶ୍ରୀ ଜୟଦେବଙ୍କ କୃତି ଚିରଦିନ ପାଇଁ ଅମର ରହିବ ବୋଲି କହିଥିଲେ । ଏହି ସମାରୋହରେ ବିଭିନ୍ନ ବିଭାଗୀୟ ଅଧିକାରୀ ଓ କର୍ମଚାରୀ, ମାନ୍ୟଗଣ୍ୟ ବ୍ୟକ୍ତି ଏବଂ କଳାକାରମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡ଼। ଅଧିକାରୀ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ଜେନା ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀ ମନସ୍ଵିନୀ ରାଉତ ସମସ୍ତ କାର୍ଯ୍ୟକ୍ରମ ଆୟୋଜନ କରିବା ସହ ସଭା ପରିଚାଳନା କରିଥିଲେ ।
ବାଲେଶ୍ୱରରେ ପାଳିତ ହେଲା ଜିଲ୍ଲାସ୍ତରୀୟ ଗୀତଗୋବିନ୍ଦ ରଚୟିତା କବି ଶ୍ରୀ ଜୟଦେବ ଜୟନ୍ତୀ ବାଲେଶ୍ୱର, ତା: ୨୦.୦୪.୨୦୨୬ରିଖ : ଚଳିତ ବର୍ଷ ବାଲେଶ୍ୱର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ବିଭାଗ ଆନୁକୂଲ୍ୟରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ପୂର୍ବାହ୍ନ ୦୯.୩୦ ଘଟିକା ସମୟରେ ଜିଲ୍ଲାପାଳଙ୍କ ଅଡିଟୋରିୟମ ହଲ, ବାଲେଶ୍ଵରଠାରେ ଗୀତଗୋବିନ୍ଦ ରଚୟିତା କବି ଶ୍ରୀ ଜୟଦେବ ଜୟନ୍ତୀ ପାଳିତ ହୋଇଯାଇଅଛି । ଏହି ପରିପ୍ରେକ୍ଷୀରେ ଅନୁଷ୍ଠିତ ଜୟନ୍ତୀ ସମାରୋହରେ ଡେପୁଟି କଲେକ୍ଟର ଶ୍ରୀ ସିତାଂଶୁ ଶେଖର ଦାସ, ଶ୍ରୀମତୀ ଅସ୍ମିତା ଦାଶ, ଶ୍ରୀ ପ୍ରବୋଧ କୁମାର ମଲ୍ଲିକ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶ୍ରୀ ସାଇ କୃଷ୍ଣ ଜେନା,
ଜିଲ୍ଲା କ୍ରୀଡ଼। ଅଧିକାରୀ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ଜେନା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଜୟଦେବଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ I ତତ ଉପରାନ୍ତ ସାଇ ନୃତ୍ୟ ସଙ୍ଗୀତ ମହାବିଦ୍ୟାଳୟର କଳାକାରମାନଙ୍କ ଦ୍ଵାରା ଜୟଦେବଙ୍କ ରଚିତ ଗୀତଗୋବିନ୍ଦ ଆଧାରିତ ସଙ୍ଗୀତ ପରିବେଷଣ କରାଯାଇଥିଲା । ଏହି ସମାରୋହରେ ଅତିଥିମାନେ ଭକ୍ତକବି ଶ୍ରୀ ଜୟଦେବଙ୍କୁ ଜଣେ ମହାନ କବି ଭାବେ ବର୍ଣ୍ଣନା କରି ତାଙ୍କ ରଚିତ ଅମରକୃତି ଗୀତଗୋବିନ୍ଦ ସମଗ୍ର ବିଶ୍ଵ କାବ୍ୟ ସାହିତ୍ୟରେ ଯୁଗ ଯୁଗ ଧରି କାଳଜୟୀ ହୋଇ ରହିବ ଏବଂ ଶ୍ରୀ ଜୟଦେବ ଆମ ଓଡ଼ିଶାର
ଗର୍ବ ଓ ଗୌରବ ଏବଂ ତାଙ୍କ କାଳଜୟୀ ରଚନା ଆମ ସଂସ୍କୃତି ଓ ପରମ୍ପରାକୁ ରୁଦ୍ଧିମନ୍ତ କରିଥିବା ବୋଲି ମତବ୍ୟକ୍ତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ କାବ୍ୟଶିଳ୍ପୀ ଶ୍ରୀ ସର୍ବେଶ୍ଵର ଦାସ ସମ୍ମାନିତ ବକ୍ତା ଭାବେ ଯୋଗ ଦେଇ ତାଙ୍କ ବକ୍ତବ୍ୟରେ ଜୟଦେବଙ୍କ ଜୀବନୀ ଉପରେ ଆଲୋକପାତ କରିବା ସହ ଗୀତଗୋବିନ୍ଦର କାନ୍ତ କମନୀୟ ପଦ୍ୟମୟ ଶୈଳୀ ଶ୍ରୋତା ଓ ପାଠକ ମାନଙ୍କୁ ବିଭୋର କରିଦିଏ ବୋଲି ଉଲ୍ଲେଖ କରିଥିଲେ । କବି ଶ୍ରୀ ପ୍ରଶାନ୍ତ ଦାସ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଶ୍ରୀ ଜୟଦେବ ନିଜର କୃତି ଗୀତଗୋବିନ୍ଦରେ ରାଧାକୃଷ୍ଣଙ୍କ ମଧ୍ୟରେ ଥିବା ଅନାବିଳ ଅନନ୍ତ ପ୍ରେମ
ଓ ଭକ୍ତିର ଏକ ଅପୂର୍ବ ସମନ୍ଵୟ ସୃଷ୍ଟି କରି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପଦାରବିନ୍ଦରେ ନିଜକୁ ସମର୍ପଣ କରିଦେଇଥିଲେ ବୋଲି କହିବା ସହିତ ଶ୍ରୀ ଜୟଦେବଙ୍କ କୃତି ଚିରଦିନ ପାଇଁ ଅମର ରହିବ ବୋଲି କହିଥିଲେ । ଏହି ସମାରୋହରେ ବିଭିନ୍ନ ବିଭାଗୀୟ ଅଧିକାରୀ ଓ କର୍ମଚାରୀ, ମାନ୍ୟଗଣ୍ୟ ବ୍ୟକ୍ତି ଏବଂ କଳାକାରମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡ଼। ଅଧିକାରୀ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ଜେନା ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀ ମନସ୍ଵିନୀ ରାଉତ ସମସ୍ତ କାର୍ଯ୍ୟକ୍ରମ ଆୟୋଜନ କରିବା ସହ ସଭା ପରିଚାଳନା କରିଥିଲେ ।
- ବାଲେଶ୍ଵର ସଦର କଂଗ୍ରେସ ର ସାଙ୍ଗଠନିକ ବୈଠକ ଅନୁଷ୍ଠିତ; ପ୍ରତି ପଂଚାୟତ ଦଖଲ କରିବା ପାଇଁ ମତଦାତାଙ୍କୁ ସଚେତନ କରିବାକୁ ପଡିବ ବୋଲି କହିଲେ ସରୋଜ ଲେଙ୍କା4
- Post by Bikash mallik4
- Post by PP NEWS ODISHA1
- ଅକ୍ଷୟ ତୃତୀୟାରେ ଆଖି ମୁଠି ଅନୁକୂଳ କଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର !1
- ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ଭିକାଗଡିଆ ଗ୍ରାମର ଦିବ୍ୟାଙ୍ଗ ମହିଳାଙ୍କୁ ବାଲିଆପାଳ ଯୋଗାଣ ଅଧିକାରୀ ବିଷ୍ଣୁ ପ୍ରସାଦ ମହାରଣା ରେସନ କାର୍ଡ ଯୋଗାଇ ଦେଇଛନ୍ତି।1
- ସିମୁଳିଆ -ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଳକ ବାଉରୀପଦା ପଞ୍ଚାୟତର କୁରୁକୁରିଆ ଠାରେ ବିଜେପି କୃଷକ ମୋର୍ଚ୍ଚାର ବ୍ଳକ ସଭାପତି ବୀରେନ୍ଦ୍ର କୁମାର ନାୟକଙ୍କ ନେତୃତ୍ୱରେ ଅକ୍ଷୟ ତୃତୀୟ ଦିବସ ପାଳନ ଅବସରରେ ମାର୍କୋଣା ମଣ୍ଡଳ ସଭାପତି ଅଭିନାସ ବେହେରା, ସ୍ଥାନୀୟ ସରପଞ୍ଚ ଧରଣୀଧର ନାୟକ, ବିଜେପି ପଞ୍ଚାୟତ ସଭାପତି ମନୋରଞ୍ଜନ ହାତୀ, ନାଏବ ସରପଞ୍ଚ ସନାତନ ବନ୍ଧ, ମହିଳା ଗ୍ରୁପ ଓ ଗ୍ରାମବାସୀଙ୍କ ଉପସ୍ଥିତରେ ଅଖିମୁଠି ଅନୁକୂଳ କରିଥିଲେ l1
- ବେଙ୍ଗଲ ନିର୍ଵାଚନ ପ୍ରଚାର ବେଳେ ମୋଦି ୧୦ଟଙ୍କା ଦେଇ ମୁଢ଼ି ଖାଇଲେ ଛୋଟ ଛୋଟ ପିଲା ଙ୍କ ସହ ମିଶି ଖାଇଲେ ମୁଢ଼ି1
- ମାନ୍ୟବର ସିମୁଳିଆ ବିଧାୟକ ଶ୍ରୀଯୁକ୍ତ ପଦ୍ମଲୋଚନ ପଣ୍ଡା ବାଲେଶ୍ବର ଜିଲ୍ଲାର ଯୋଜନା ବୋର୍ଡ ଅଧ୍ୟକ୍ଷ ଘୋଷଣା ହେବା ପରେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଅବସରରେ ମାନ୍ୟବର ବିଧାୟକଙ୍କ ପ୍ରତିନିଧି ତଥା ଜିଲ୍ଲା ସାଧାରଣ ସମ୍ପାଦକ ଡା. ଅଣୁମାଧବ ପଣ୍ଡା ଓ ଯୂବନେତା ନୀଳମାଧବ ପଣ୍ଡା, ସିମୁଳିଆ ଖଇରାର ସମସ୍ତ ନେତୃବୃନ୍ଦ ଓ ଶତାଧିକ କାର୍ଯ୍ୟକର୍ତ୍ତାଙ୍କ ସହିତ ଏକ ବିଶାଳ ଶୋଭାଯାତ୍ରାରେ କରି ଜିଲ୍ଲା ପରିଷଦ କାର୍ଯ୍ୟାଳୟ ପହଁଚିଥିଲେ ।4