ସିନର୍ଜି ଇଞ୍ଜିନିୟରିଂ କଲେଜରେ ଛାତ୍ରଗଣ୍ଡଗୋଳ ଘଟଣାରେ ବିଟେକ୍ ଛାତ୍ର ଗିରଫ ଢେଙ୍କାନାଳ ସହର ଉପକଣ୍ଠ ସିନର୍ଜି ଇଞ୍ଜିନିୟରିଂ କଲେଜର ଦୁଇଦଳ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ଘଟଣାରେ ଟାଉନ ଥାନା ପୁଲିସ କଲେଜର ଜଣେ ବିଟେକ୍ ଛାତ୍ରଙ୍କୁ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ଘଟଣାରେ ସଂପୃକ୍ତ ଅନ୍ୟ ଦୁଇଜଣଙ୍କ ସଂପର୍କରେ କିମ୍ବା ଗୁଳି ଫୁଟିଥିବା ନେଇ କୌଣସି ସୁରାକ ମିଳିପାରିନଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।ସୂଚନା ଅନୁଯାୟୀ, ସିନର୍ଜି ମହା ବିଦ୍ୟାଳୟରେ ଶନିବାର ମଧ୍ୟାହ୍ନ ସମୟରେ ଦୁଇଦଳ ଛାତ୍ରଙ୍କ ମଧ୍ୟରେ ପୂର୍ବ ଶତୃତାକୁ ନେଇ ଗଣ୍ଡଗୋଳ ହୋଇଥିଲା। ମହାବିଦ୍ୟାଳୟର ବିଟେକ୍ ଛାତ୍ର ପ୍ରତ୍ୟୁଷ କୁମାର ସାହୁ(୨୧) କେତେକ ଅଣଛାତ୍ରଙ୍କୁ କଲେଜକୁ ଡକାଇ ତୃତୀୟ ବର୍ଷର ଛାତ୍ର ଝାଡ଼େଶ୍ୱର ମଲ୍ଲିକ (୨୫)ଙ୍କୁ ମାଡ଼ମାରି ଲହୁଲୁହାଣ କରିବା ସହ ଗୁଳି ଫୁଟାଇଥିଲେ। ଚିକିତ୍ସାଳୟରୁ ଚିକିତ୍ସିତ ହୋଇ ଫେରିବା ପରେ ଝାଡ଼େଶ୍ୱର ଘଟଣା ସଂପର୍କରେ ଟାଉନଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଭିତ୍ତିରେ ତଦନ୍ତ କରାଯାଇ ଗଣ୍ଡଗୋଳର ସୂତ୍ରପାତ କରିଥିବା କଲେଜର ବିଟେକ୍ ଛାତ୍ର ପ୍ରତ୍ୟୁଷକୁ ରବିବାର ଦିନ ଗିରଫକରି କୋର୍ଟଚାଲାଣ କରାଯାଇଛି। ଏହି ଗଣ୍ଡଗୋଳରେ ଅନ୍ୟମାନଙ୍କର ସମ୍ପୃକ୍ତି କିମ୍ବା ଗୁଳି ଫୁଟିବା ସଂପର୍କରେ କୌଣସି ବିଧିବଧ ତଥ୍ୟ ମିଳିପାରିନଥିବା ବେଳେ ତଦନ୍ତ ଜାରି ରହିଥିବା ଟାଉନଥାନା ଭାରପ୍ରାପ୍ତ ଅଧିକାରୀ ମଧୁସ୍ମିତା ନାଥଶର୍ମା କହିଛନ୍ତି।

- Post by Dhenkanal News1
- Post by Dipak Kumar Nayak1
- ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଜମୁନା କୋଟ ନିକଟ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ସୁଚନା ମୁତାବକ ବାରୁଆଁ ବି ଗ୍ରାମର ଯୁବକ ଭାବଗ୍ରାହୀ ଖୁଣ୍ଟିଆ ଜମୁନାକୋଟ ନିକଟରେ ଚାଲିଚାଲି ଯାଉଥିବା ବେଳେ ଏକ ଅଜଣା ଗାଡ଼ି ଧକ୍କାରେ ଭାବଗ୍ରାହୀ ଗୁରୁତର ହୋଇ ପଡିଥିଲେ । ତାଙ୍କୁ ଉଦ୍ଧାର କରି ପ୍ରଥମେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।ହେଲେ ଅଧିକ ଚିକିତ୍ସା ପାଇଁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା କିନ୍ତୁ ଡାକ୍ତର ମୃତ ଘୋଷଣା କରିଥିଲେ ।1
- ଢେଙ୍କାନାଳ ଜିଲ୍ଲାର ଯୋରନ୍ଦା ପଞ୍ଚାୟତ ରେ ଦୃନୀତି ଭାଇ ଦେଲା ଭାଇ ନାଁ କେଶ1
- ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଜାରକା ବାସଭବନରେ ଦୁର୍ବୃତ୍ତଙ୍କ ଆକ୍ରମଣ। କର୍ମଚାରୀଙ୍କୁ ଆକ୍ରମଣ କରିବା ସହ ଆତଙ୍କ ସୃଷ୍ଟି କରିଛନ୍ତି। ଅସାମାଜିକ ଯୁବକଙ୍କ ଗୁଣ୍ଡାଗିରି। ଯାଜପୁର ଜିଲ୍ଲା ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ବାସଭବନରେ ରାତିରେ କିଛି ଦୁର୍ବୃତ୍ତ ପଶି କର୍ମଚାରୀଙ୍କୁ ଆକ୍ରମଣ କରିବା ସହ ଆତଙ୍କ ସୃଷ୍ଟି କରିଛନ୍ତି । ଏକ ବୋଲେରୋରେ ୨ ରୁ ୩ ଜଣ ଅସାମାଜିକ ଯୁବକ ଆସି ଜାରକାଠାରେ ଥିବା ତାଙ୍କ ବାସଭବନରେ ବଳପୂର୍ବକ ପ୍ରବେଶ କରିଥିଲେ। ଗୁଣ୍ଡାଗିରି କରୁଥିବା ଏ ଲୋକମାନେ କିଏ ? ଏମାନଙ୍କ ପଛରେ କିଏ ଅଛି ?1
- ଜୀ ସାର୍ଥକର ସବୁଠାରୁ ବଡ଼ ରିଆଲିଟୀ ସୋ 'ରଜ କୁଇନ - ୨୦୨୬' ର ଅଡିସନ୍ ସୁଟିଂ ଆରମ୍ଭ | ରଜ ପାଇଁ ସଜ ହେଲେଣି 'ରଜର ରାଣୀ" Report : 📞 8328968302 Nanda Kishor Naik (Bipin) ଭୁବନେଶ୍ଵର, ଓଡ଼ିଶା #bhubaneswar #odisha1
- Post by NEWS MANORANJAN1
- Post by Dhenkanal News1