୩ୟ ଦଧିବାମନ କ୍ରିକେଟ କପ୍: ଦେଉଳମୁଣ୍ଡା ସେମିଫାଇନାଲ ରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ସ୍ଥିତ ଖେଳ ପଡ଼ିଆରେ ମଙ୍ଗଳବାର ଦିନ ତୃତୀୟ ଦଧିବାମନ କ୍ରିକେଟ କପ୍ ଉଦ୍ଘାଟିତ ହୋଇଯାଇଛି। ପୀତାମ୍ବର ସାହୁ ଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ସ୍ଥାନୀୟ ସେବା ସମବାୟ ସମିତି ର ସମ୍ପାଦକ ପ୍ରଫୁଲ୍ଲ କୁମାର ଦନ୍ତା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ। ଉଦ୍ଘାଟନୀ ମ୍ୟାଚଟି ଖଣ୍ଡହତା ଓ ତେଲିପାଲି ମଧ୍ୟରେ ହୋଇଥିଲା। ଏଥିରେ ଖଣ୍ଡହତା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭର ୧୫୧ ରନ କରିଥିଲା। ଜବାବରେ ତେଲିପାଲି ଦଳ ୧୦୨ ରନ କରି ପରାସ୍ତ ହୋଇଥିଲା। ଏହି ମ୍ୟାଚ୍ ପାଇଁ ଖଣ୍ଡହତା ର ରଞ୍ଜନ ବେହେରା ଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ପୁରସ୍କୃତ କରାଯାଇଥିଲା। ଦ୍ଵିତୀୟ ମ୍ୟାଚ ଟି ଦେଉଳମୁଣ୍ଡା ଓ ଉଫୁଲା ମଧ୍ୟରେ ହୋଇଥିଲା। ଏଥିରେ ଦେଉଳମୁଣ୍ଡା ପ୍ରଥମେ ବ୍ୟାଟିଂ କରି ୧୧୨ ରନ କରିଥିଲା। ଜବାବରେ ଉଫୁଲା ଦଳ ୭୩ ରନ କରି ପରାସ୍ତ ହୋଇଥିଲା। ଏହି ମ୍ୟାଚ ପାଇଁ ଦେଉଳମୁଣ୍ଡା ର ଅମୟ ମହାକୁର ଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ପୁରସ୍କୃତ କରାଯାଇଥିଲା।କ୍ୱାଟର ଫାଇନାଲ ମ୍ୟାଚ ରେ ଖଣ୍ଡହତା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫ ଓଭର ୩୨ ରନ କରିଥିବା ବେଳେ ଦେଉଳମୁଣ୍ଡା ଦଳ ଆବଶ୍ୟକୀୟ ୩୩ କରି ବିଜୟୀ ହୋଇ ସେମିଫାଇନାଲ ରେ ପ୍ରବେଶ କରିଛି। ସୁରେଶ ମହାକୁର, ମିଶର ଦେହୁରୀ ଓ ବଶିଷ୍ଠ ସାହୁ ଅତିଥି ଭାବେ ଯୋଗଦେଇ ଦେଉଳମୁଣ୍ଡା ର ଗୌର ମହାକୁର ଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ପୁରସ୍କୃତ କରିଥିଲେ। ମ୍ୟାଚ ଗୁଡିକରେ ବିଶ୍ଵନାଥ ସାହୁ ଓ ସନତ ପଧାନ ଅମ୍ପାୟାର, ଦୀପକ ସାହୁ ସ୍କୋରର, ସୁନୀଲ ଭୁକ୍ତା ଅନ ଲାଇନ ସ୍କୋରର ଏବଂ ଲଲିତ ପଧାନ ଧାରାବିବରଣୀ ପ୍ରଦାନ କରିଥିଲେ।
୩ୟ ଦଧିବାମନ କ୍ରିକେଟ କପ୍: ଦେଉଳମୁଣ୍ଡା ସେମିଫାଇନାଲ ରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ସ୍ଥିତ ଖେଳ ପଡ଼ିଆରେ ମଙ୍ଗଳବାର ଦିନ ତୃତୀୟ ଦଧିବାମନ କ୍ରିକେଟ କପ୍ ଉଦ୍ଘାଟିତ ହୋଇଯାଇଛି। ପୀତାମ୍ବର ସାହୁ ଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ସ୍ଥାନୀୟ ସେବା ସମବାୟ ସମିତି ର ସମ୍ପାଦକ ପ୍ରଫୁଲ୍ଲ କୁମାର ଦନ୍ତା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ। ଉଦ୍ଘାଟନୀ ମ୍ୟାଚଟି ଖଣ୍ଡହତା ଓ
ତେଲିପାଲି ମଧ୍ୟରେ ହୋଇଥିଲା। ଏଥିରେ ଖଣ୍ଡହତା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭର ୧୫୧ ରନ କରିଥିଲା। ଜବାବରେ ତେଲିପାଲି ଦଳ ୧୦୨ ରନ କରି ପରାସ୍ତ ହୋଇଥିଲା। ଏହି ମ୍ୟାଚ୍ ପାଇଁ ଖଣ୍ଡହତା ର ରଞ୍ଜନ ବେହେରା ଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ପୁରସ୍କୃତ କରାଯାଇଥିଲା। ଦ୍ଵିତୀୟ ମ୍ୟାଚ ଟି ଦେଉଳମୁଣ୍ଡା ଓ ଉଫୁଲା ମଧ୍ୟରେ ହୋଇଥିଲା। ଏଥିରେ ଦେଉଳମୁଣ୍ଡା ପ୍ରଥମେ ବ୍ୟାଟିଂ
କରି ୧୧୨ ରନ କରିଥିଲା। ଜବାବରେ ଉଫୁଲା ଦଳ ୭୩ ରନ କରି ପରାସ୍ତ ହୋଇଥିଲା। ଏହି ମ୍ୟାଚ ପାଇଁ ଦେଉଳମୁଣ୍ଡା ର ଅମୟ ମହାକୁର ଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ପୁରସ୍କୃତ କରାଯାଇଥିଲା।କ୍ୱାଟର ଫାଇନାଲ ମ୍ୟାଚ ରେ ଖଣ୍ଡହତା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫ ଓଭର ୩୨ ରନ କରିଥିବା ବେଳେ ଦେଉଳମୁଣ୍ଡା ଦଳ ଆବଶ୍ୟକୀୟ ୩୩ କରି ବିଜୟୀ ହୋଇ
ସେମିଫାଇନାଲ ରେ ପ୍ରବେଶ କରିଛି। ସୁରେଶ ମହାକୁର, ମିଶର ଦେହୁରୀ ଓ ବଶିଷ୍ଠ ସାହୁ ଅତିଥି ଭାବେ ଯୋଗଦେଇ ଦେଉଳମୁଣ୍ଡା ର ଗୌର ମହାକୁର ଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ପୁରସ୍କୃତ କରିଥିଲେ। ମ୍ୟାଚ ଗୁଡିକରେ ବିଶ୍ଵନାଥ ସାହୁ ଓ ସନତ ପଧାନ ଅମ୍ପାୟାର, ଦୀପକ ସାହୁ ସ୍କୋରର, ସୁନୀଲ ଭୁକ୍ତା ଅନ ଲାଇନ ସ୍କୋରର ଏବଂ ଲଲିତ ପଧାନ ଧାରାବିବରଣୀ ପ୍ରଦାନ କରିଥିଲେ।
- ପଲସାଗୋରାରେ ମକରଯାତ୍ରା ଆରମ୍ଭ ହୋଇଛି1
- jay hind 🙏1
- ଉଦଯାପିତ ହୋଇଯାଇଛି ପାଞ୍ଚଦିନ ବ୍ୟାପି ସୁବର୍ଣ୍ଣ ରାମେଶ୍ୱର ଷ୍ଟାଡିୟମରେ ଚାଲିଥିବା 32 ତମ ମହିମା ସୁବର୍ଣ୍ଣ ଲୋକ ମହୋତ୍ସବ 20261
- ବୌଦ୍ଧ ଜିଲ୍ଲା ଗୁନ୍ଦୂଳିଆ ଠାରେ ହନୁମାନ ବିଗ୍ରହ ପ୍ରତିଷ୍ଠା1
- बामरा प्रसिद्ध मकर मेला आरम्भ बामरा केछुपानी से निकले हर महादेव #makarmela2026 #Bamranews1
- Post by Bighne Rana1
- #_ବ୍ୟାସନଗର_କହ୍ନେଇପୁର_ସ୍ଥିତ_ସ୍ୱାମୀ_ବିବେକାନନ୍ଦ_ଇନଷ୍ଟିଚୁଟ_ର_ବାର୍ଷିକ_ଉତ୍ସବ_ଅନୁଷ୍ଠିତ !1
- ସୁବର୍ଣ୍ଣପୁର ଜିଲ୍ଲା ହରିଣାପାଲି ଗାଁରେ ଅଗ୍ନିକାଣ୍ଡre ଜଳିଗଲା ଚାଷୀଙ୍କ ସୁନାର ଧାନ ଫସଲ l ଗତକାଲି ରାତିରେ କୌଣସି କାରଣରୁ ଏକ ପାଳ ଭାଡ଼ିରେ ନିଆଁ ଲାଗିଥିଲା l ଫଳରେ ପାଖରେ ଥିବା ଚାଷୀ ସିଦ୍ଧେଶ୍ୱର ନାଏକଙ୍କ ଧାନ ଖରିରେ ମଧ୍ୟ ନିଆଁ ଲାଗିଯାଇଥିଲା l ଦେଖୁ ଦେଖୁ ପୋଡି ପାଉଁଶ ହୋଇଥିଲା ଧାନ ଖରି l ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିଥିଲେବି ସେତେବେଳକୁ ସବୁତକ ଧାନ ପୋଡି ପାଉଁଶ ହୋଇଯାଇଥିଲା l ଏବେ କ୍ଷତିଗ୍ରସ୍ତ ଚାଷୀ ସରକାରୀ ସହାୟତା ଅପେକ୍ଷାରେ l1