ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଆରମ୍ଭ, ଆଜି ଠାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ୯ ଦିନ ଧରି ଚଳିବ ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଆଜି ଠାରୁ ଆରମ୍ଭ ହୋଇଛି l ଏହି ଯାତ୍ରା ୯ ଦିନ ଧରି ଚଳିବ l ଆଜି ସକାଳୁ ଅଗ୍ନିରୂପା ମା ହିଙ୍ଗୁଳାଙ୍କୁ ଉଭାସ୍ଥଳୀ ଠାରେ ହଜାର ହଜାର ଶ୍ରଦ୍ଧାଳୁ ଦର୍ଶନ କରିଥିବା ଦେଖିବାକୁ ମିଳିଛି l ଚଳିତ ବର୍ଷ ମା ହିଙ୍ଗୁଳା ମନ୍ଦିର ର ପୂର୍ବ ଦିଗରେ ଉଭା ହୋଇଛନ୍ତି l ଆଜି ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଅବସରରେ ସକାଳୁ ଝିପିଝିପି ବର୍ଷା ଲାଗିରହିଥିଲା l ତଥାପି ଭକ୍ତ ମାନେ ବର୍ଷାକୁ ଖାତିର ନକରି ମା ଙ୍କୁ ଦର୍ଶନ କରିଥିଲେ l ଆଜିର ଏହି ଯାତ୍ରାରେ ଲକ୍ଷାଧିକ ଜନସାଧାରଣ ମା ଙ୍କ ପାଖକୁ ଆସି ନିଜର ମାନସିକ ପୂରଣ ହେବା ପାଇଁ ମା ଙ୍କ ଆଶୀର୍ବାଦ ଲାଭ କରିଛନ୍ତି l ଆଜିର ଏହି ଯାତ୍ରା ପାଇଁ ଟ୍ରାଫିକ ବ୍ୟବସ୍ଥା ଓ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି l ମା ଙ୍କ ଯାତ୍ରା ଦେଖିବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଶ୍ରଦ୍ଧାଳୁ ଗୋପାଳପ୍ରସାଦ ଆସିଛନ୍ତି l ଆସନ୍ତା ଏପ୍ରିଲ ୮ ତାରିଖ ଦିନ ମା ଙ୍କ ଶୀତୁଳା ଯାତ୍ରା ତଥା ହିଙ୍ଗୁଳା ଯାତ୍ରା ଶେଷ ହେବ l

- Post by Ranjan hota1
- sriya2
- ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ସାତମାଇଲ ବଜାର ରୁ କ୍ରମାଗତ ବାଇକ ଚୋରି ରାକେଟ ସକ୍ରିୟ. ଆଜି ଜଣେ ବାଇକ ଚୋରୀ କରି ପଳାଇବା ବେଳେ ଲୋକେ କାବୁ କରି ପୋଲିସ ଜିମା ଦେଇଥିବା ବେଳେ ତାଙ୍କ ପରିଚୟ ଜଣାପଡୁନାହିଁ.1
- Post by ଯିରିମିୟ ଗନ୍ତାୟତ 🙋🙋🙋1
- Post by Dhenkanal News1
- Post by Dipak Kumar Nayak1
- ଢେଙ୍କାନାଳ ବନଖଣ୍ଡ ସଦର ବନାଞ୍ଚଳ ଅନ୍ତର୍ଗତ ଗଦାଶିଳା ସେକ୍ସନ ଅଂଚଲରେ ଏକ ଅଭାବନୀୟ ଘଟଣା ଘଟିଛି।ଗତ ବିଳମ୍ବିତ ରାତିରେ ହାତୀଟି ଚାଇଁ ପୁର ଟୁଭିନାଳୀ ଶ୍ରୀକାନ୍ତ ସାହୁଙ୍କ ବାଡ଼ି ପଛରେ ଥିବା ଲାର୍ଟିନ ଟାଙ୍କି ଉପର ଦେଇ ଯାଉଥିବାବେଳେ ସ୍ଲାବ ଭାଙ୍ଗି ଯାଇଥିଲା । ଫଲରେ ହାତୀଟି ଲାର୍ଟିନ ଟାଙ୍କି ଭିତରେ ପଡିଯାଇ ଆଉ ବାହାରି ପାରି ନଥିଲା । ହାତୀର ଗର୍ଜନ ଶୁଣି ଘର ମାଲିକ ବାଡ଼ି ପଛପଟକୁ ଯାଇ ହାତୀଟି ଲାର୍ଟିନ ଟାଙ୍କିରେ ପଡିଥିବା ଦେଖି ବନବିଭାଗକୁ ଖବର ଦେଇଥିଲେ । ବନ କର୍ମଚାରୀ ମାନେ ପହଁଚି ଜେସିବି ମାଧ୍ୟମରେ ଖୋଳି ହାତୀକୁ ଉଦ୍ଧାର କରିଥିବା ଜଣାପଡ଼ିଛି।ଦୀର୍ଘ ଘଣ୍ଟାଏ ପରିଶ୍ରମ କରି ଉଦ୍ଧାର ପରେ ହାତୀଟି ପାଖ ଜଙ୍ଗଲକୁ ପଳାଇଯାଇଛି। ହାତୀର ବୟସ ପ୍ରାୟ ୭ରୁ ୮ବର୍ଷ ହେବ ବୋଲି ଜଣାପଡିଛି।1
- Post by Ranjan hota1