ଗ୍ୟାସ୍ ସିଲିଣ୍ଡର ଅଭାବ ଓ ଦରବୃଦ୍ଧି ନେଇ ପୁରୀ ଜିଲ୍ଲା ପ୍ରଶାସନଙ୍କୁ କଂଗ୍ରେସର ଦାବିପତ୍ର। ପୁରୀ ଜିଲ୍ଲାରେ ଏଲପିଜି ଗ୍ୟାସ୍ ସିଲିଣ୍ଡର ଅଭାବ, ଆବଶ୍ୟକୀୟ ଖାଦ୍ୟ ସାମଗ୍ରୀର ଅସାଧାରଣ ଦରବୃଦ୍ଧି ଓ କଳାବଜାରି ନେଇ ସାଧାରଣ ଲୋକଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ଚିନ୍ତାକୁ ନେଇ ପୁରୀ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲାପାଳ ଓ ଜିଲ୍ଲା ମ୍ୟାଜିଷ୍ଟ୍ରେଟଙ୍କୁ ଏକ ଦାବିପତ୍ର ଦିଆଯାଇଛି। ଦାବିପତ୍ରରେ କୁହାଯାଇଛି ଯେ ବର୍ତ୍ତମାନ ଆନ୍ତର୍ଜାତୀୟ ପରିସ୍ଥିତି ପ୍ରଭାବରେ ଉର୍ଜା ବଜାରରେ ଅନିଶ୍ଚିତତା ସୃଷ୍ଟି ହୋଇଥିବାରୁ ଏଲପିଜି ଗ୍ୟାସ୍ ସପ୍ଲାୟ ହ୍ରାସ ପାଇଛି। ଫଳସ୍ୱରୂପ ଗ୍ୟାସ୍ ସିଲିଣ୍ଡର ରିଫିଲ୍ ସମୟ ୧୫ ଦିନରୁ ବଢ଼ି ପ୍ରାୟ ୨୫ ଦିନ କିମ୍ବା ତାଠାରୁ ଅଧିକ ହେଉଥିବାରୁ ଘରୋଇ ଉପଭୋକ୍ତାମାନେ ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେହିପରି ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟ ପ୍ରାୟ ୯୫୦ ଟଙ୍କାକୁ ପହଞ୍ଚିଥିବା ବେଳେ ୧୯.୫ କିଲୋଗ୍ରାମ ବାଣିଜ୍ୟିକ ସିଲିଣ୍ଡର ଦର ମଧ୍ୟ ବୃଦ୍ଧି ପାଇଛି। ଏହାର ପ୍ରଭାବ ହୋଟେଲ, ରେଷ୍ଟୁରାଣ୍ଟ, ଛୋଟ ଖାଦ୍ୟ ଦୋକାନ ଓ କ୍ୟାଟରିଂ ବ୍ୟବସାୟୀଙ୍କ ଜୀବିକା ଉପରେ ପଡ଼ୁଛି। ଏହା ସହ ଇନ୍ଧନ ମୂଲ୍ୟ ବୃଦ୍ଧିର ପ୍ରଭାବରେ ଖାଦ୍ୟ ତେଲ ସହିତ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀର ଦର ମଧ୍ୟ ବଢ଼ୁଥିବା ଅଭିଯୋଗ କରାଯାଇଛି। କେତେକ ସ୍ଥାନରେ ଗ୍ୟାସ୍ ସିଲିଣ୍ଡର ଓ ଆବଶ୍ୟକୀୟ ସାମଗ୍ରୀର କଳାବଜାରି ହେଉଥିବା ନେଇ ମଧ୍ୟ ଅଭିଯୋଗ ଆସୁଥିବା କୁହାଯାଇଛି। ଏହି ପରିସ୍ଥିତିରେ ଜିଲ୍ଲା ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ଗ୍ୟାସ୍ ସିଲିଣ୍ଡର ବଣ୍ଟନର ନିୟମିତ ନିରୀକ୍ଷଣ, କଳାବଜାରି ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ, ବଜାର ଦର ଉପରେ ନଜର ଓ ଆବଶ୍ୟକୀୟ ସାମଗ୍ରୀର ଦର ସ୍ଥିରତା ପାଇଁ ପଦକ୍ଷେପ ନେବାକୁ କଂଗ୍ରେସ ଦାବି କରିଛି। ପୁରୀ ଜିଲ୍ଲା କଂଗ୍ରେସ କମିଟି ଅଧ୍ୟକ୍ଷ ଇଂ ରାଜେଶ କୁମାର ମିଶ୍ରଙ୍କ ନେତୃତ୍ୱରେ ଏହି ଦାବିପତ୍ର ଜିଲ୍ଲା ପ୍ରଶାସନଙ୍କୁ ଦାଖଲ କରାଯାଇଥିଲା।(ଡ଼ଃ ମନୋଜ କୁମାର ବଳିଆରସିଂ)
ଗ୍ୟାସ୍ ସିଲିଣ୍ଡର ଅଭାବ ଓ ଦରବୃଦ୍ଧି ନେଇ ପୁରୀ ଜିଲ୍ଲା ପ୍ରଶାସନଙ୍କୁ କଂଗ୍ରେସର ଦାବିପତ୍ର। ପୁରୀ ଜିଲ୍ଲାରେ ଏଲପିଜି ଗ୍ୟାସ୍ ସିଲିଣ୍ଡର ଅଭାବ, ଆବଶ୍ୟକୀୟ ଖାଦ୍ୟ ସାମଗ୍ରୀର ଅସାଧାରଣ ଦରବୃଦ୍ଧି ଓ କଳାବଜାରି ନେଇ ସାଧାରଣ ଲୋକଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ଚିନ୍ତାକୁ ନେଇ ପୁରୀ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲାପାଳ ଓ ଜିଲ୍ଲା ମ୍ୟାଜିଷ୍ଟ୍ରେଟଙ୍କୁ ଏକ ଦାବିପତ୍ର ଦିଆଯାଇଛି। ଦାବିପତ୍ରରେ କୁହାଯାଇଛି ଯେ ବର୍ତ୍ତମାନ ଆନ୍ତର୍ଜାତୀୟ
ପରିସ୍ଥିତି ପ୍ରଭାବରେ ଉର୍ଜା ବଜାରରେ ଅନିଶ୍ଚିତତା ସୃଷ୍ଟି ହୋଇଥିବାରୁ ଏଲପିଜି ଗ୍ୟାସ୍ ସପ୍ଲାୟ ହ୍ରାସ ପାଇଛି। ଫଳସ୍ୱରୂପ ଗ୍ୟାସ୍ ସିଲିଣ୍ଡର ରିଫିଲ୍ ସମୟ ୧୫ ଦିନରୁ ବଢ଼ି ପ୍ରାୟ ୨୫ ଦିନ କିମ୍ବା ତାଠାରୁ ଅଧିକ ହେଉଥିବାରୁ ଘରୋଇ ଉପଭୋକ୍ତାମାନେ ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେହିପରି ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟ ପ୍ରାୟ ୯୫୦ ଟଙ୍କାକୁ ପହଞ୍ଚିଥିବା ବେଳେ ୧୯.୫ କିଲୋଗ୍ରାମ ବାଣିଜ୍ୟିକ ସିଲିଣ୍ଡର ଦର
ମଧ୍ୟ ବୃଦ୍ଧି ପାଇଛି। ଏହାର ପ୍ରଭାବ ହୋଟେଲ, ରେଷ୍ଟୁରାଣ୍ଟ, ଛୋଟ ଖାଦ୍ୟ ଦୋକାନ ଓ କ୍ୟାଟରିଂ ବ୍ୟବସାୟୀଙ୍କ ଜୀବିକା ଉପରେ ପଡ଼ୁଛି। ଏହା ସହ ଇନ୍ଧନ ମୂଲ୍ୟ ବୃଦ୍ଧିର ପ୍ରଭାବରେ ଖାଦ୍ୟ ତେଲ ସହିତ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀର ଦର ମଧ୍ୟ ବଢ଼ୁଥିବା ଅଭିଯୋଗ କରାଯାଇଛି। କେତେକ ସ୍ଥାନରେ ଗ୍ୟାସ୍ ସିଲିଣ୍ଡର ଓ ଆବଶ୍ୟକୀୟ ସାମଗ୍ରୀର କଳାବଜାରି ହେଉଥିବା ନେଇ ମଧ୍ୟ ଅଭିଯୋଗ ଆସୁଥିବା କୁହାଯାଇଛି। ଏହି ପରିସ୍ଥିତିରେ
ଜିଲ୍ଲା ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ଗ୍ୟାସ୍ ସିଲିଣ୍ଡର ବଣ୍ଟନର ନିୟମିତ ନିରୀକ୍ଷଣ, କଳାବଜାରି ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ, ବଜାର ଦର ଉପରେ ନଜର ଓ ଆବଶ୍ୟକୀୟ ସାମଗ୍ରୀର ଦର ସ୍ଥିରତା ପାଇଁ ପଦକ୍ଷେପ ନେବାକୁ କଂଗ୍ରେସ ଦାବି କରିଛି। ପୁରୀ ଜିଲ୍ଲା କଂଗ୍ରେସ କମିଟି ଅଧ୍ୟକ୍ଷ ଇଂ ରାଜେଶ କୁମାର ମିଶ୍ରଙ୍କ ନେତୃତ୍ୱରେ ଏହି ଦାବିପତ୍ର ଜିଲ୍ଲା ପ୍ରଶାସନଙ୍କୁ ଦାଖଲ କରାଯାଇଥିଲା।(ଡ଼ଃ ମନୋଜ କୁମାର ବଳିଆରସିଂ)