Shuru
Apke Nagar Ki App…
ଆଜି ନବରଙ୍ଗପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଠାରେ ଶ୍ରୀ କାଶ୍ୟପ ପାର୍ଥ ଜଗଦୀଶ ଆନୁଷ୍ଠାନିକ ଭାବେ ନୂତନ ଆରକ୍ଷୀ ଅଧିକ୍ଷକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟିତ୍ୱ ନେବା ପୂର୍ବରୁ ସେ ଭଦ୍ରକ ଜିଲ୍ଲାରେ ଅତିରିକ୍ତ ଏସପି ଭାବେ କାର୍ଯ୍ୟରତ ଥିଲେ। ନବରଙ୍ଗପୁର ଜିଲ୍ଲାର ପୂର୍ବତନ ଆରକ୍ଷୀ ଅଧିକ୍ଷକ ଶ୍ରୀ ମଡକର ସନ୍ଦୀପ ସମ୍ପତଙ୍କୁ ଡିଆଇଜି, ସିଆଇଡି-ସିବି ଭାବରେ ପଦୋନ୍ନତି ମିଳିଛି। ଏହି ଅବସରରେ ନବରଙ୍ଗପୁର ହାବିଲଦାର ସଂଘ ସମେତ ଅନ୍ୟ ସଂଘମାନେ ନୂତନ ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି।
Public demand news 24/7

More news from ଓଡ଼ିଶା and nearby areas
- କୋଟପାଡ଼ ଅଞ୍ଚଳରେ ଶାଳ ମଞ୍ଜି ଗୋଟାଳିମାନେ ଶାଳ ମଞ୍ଜି ବିକ୍ରି କରି କ୍ଷତି ସହୁଥିବା ଜଣାପଡ଼ିଛି।1
- ଜୟପୁର ସହରରେ ଆସନ୍ତା ଜୁନ ୧ ତାରିଖରୁ ଟ୍ରାଫିକ ନିୟମକୁ ଅତ୍ୟନ୍ତ କଡ଼ାକଡ଼ି ଭାବେ ଲାଗୁ କରାଯିବ। ଜାତୀୟ ରାଜପଥ କଡ଼ରେ ବେଆଇନ ଭାବେ ପାର୍କିଂ କରାଯାଇଥିବା ସମସ୍ତ ଗାଡ଼ି ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜୟପୁର ଏସଡିପିଓ ଅର୍ଚିତା ମିତ୍ତଲ ସୂଚନା ଦେଇଛନ୍ତି।1
- ଗତ ଶନିବାର ଦାମନଯୋଡି ଶିଳ୍ପାଞ୍ଚଳରେ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ ହୋଇଛି। ମହାତ୍ମା ଗାନ୍ଧୀ କ୍ୟାନସର ହସ୍ପିଟାଲ ବିଶାଖାପାଟଣମ୍ ଏବଂ ନାଲକୋ ହସ୍ପିଟାଲର ମିଳିତ ଆନୁକୁଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ଏକ ମାରାଥନ ଓ ପଥପ୍ରାନ୍ତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। ନାଲକୋର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଇଡି)ଙ୍କ ସହ ବିଭିନ୍ନ ବିଭାଗର ମହାପ୍ରବନ୍ଧକମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ସେମାନେ ଜନସାଧାରଣଙ୍କୁ ତମାଖୁ, ଧୂମ୍ରପାନ ଏବଂ ମାଦକଦ୍ରବ୍ୟ ବର୍ଜନ କରିବା ଉପରେ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ। କ୍ୟାନସର ହସ୍ପିଟାଲର ଡକ୍ଟର ସୂର୍ଯ୍ୟପ୍ରକାଶ ଏବଂ ନାଲକୋ ହସ୍ପିଟାଲର ଡାକ୍ତର ଓ କର୍ମଚାରୀମାନେ ମିଳିତ ଭାବେ ଏହି ସଚେତନତା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।1
- ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ବୁର୍ଜା ଗ୍ରାମରେ ଜଣେ ବିବାହିତ ପୁରୁଷ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ପାରିବାରିକ କଳହକୁ ଏହି ଘଟଣାର ମୁଖ୍ୟ କାରଣ ବୋଲି ଜଣାପଡିଛି।1
- ମାଲକାନଗିରି ଜିଲ୍ଲାରେ ପିଭିଟିଜି ବଣ୍ଡା ସମ୍ପ୍ରଦାୟର ଲୋକଙ୍କୁ ମତଦାତା ତାଲିକା ପରିଗଣନା ଫର୍ମ ବଣ୍ଟନ କରାଯାଇଛି। ୧୪୭-ଚିତ୍ରକୋଣ୍ଡା (ST) ନିର୍ବାଚନ ମଣ୍ଡଳୀରେ ମାନ୍ୟବର ଅତିରିକ୍ତ ଜିଲ୍ଲାପାଳ ତଥା ଇ.ଆର.ଓ ଏବଂ ଖଇରପୁଟ ବି.ଡି.ଓ ତଥା ଏ.ଇ.ଆର.ଓ ଙ୍କ ଉପସ୍ଥିତିରେ ବି.ଏଲ.ଓ. ମାନଙ୍କ ଦ୍ୱାରା ଏହି ଫର୍ମ ବଣ୍ଟାଯାଇଛି। ଏହି ଅଭିଯାନରେ ବଣ୍ଡା ଭାଇଭଉଣୀମାନଙ୍କୁ ବିଶେଷ ଭାବେ ସେମାନଙ୍କ ନିଜ ବଣ୍ଡା ଭାଷାରେ ଫର୍ମର ଉଦ୍ଦେଶ୍ୟ ଏବଂ ଏହାକୁ ପୂରଣ କରିବାର ସହଜ ପ୍ରକ୍ରିୟା ବିଷୟରେ ବୁଝାଯାଇଛି। ଏହାଦ୍ୱାରା ସେମାନେ ସହଜରେ ମତଦାତା ତାଲିକାରେ ସାମିଲ ହୋଇପାରିବେ।3
- କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଲାଞ୍ଜିଗଡ଼ ବ୍ଲକର ଭଟାଙ୍ଗପଦର ପଞ୍ଚାୟତ ପଡ଼ିଆ ପରିସରଠାରେ ଶୁକ୍ରବାର ଦିନ ଏକ ପଞ୍ଚାୟତ ସ୍ତରୀୟ କଂଗ୍ରେସ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।1
- 🌹🌹🌹🌹🌹🌹🌹🌹🌹🌹1
- ଲକ୍ଷ୍ମୀପୁର ରେଳବାଇ ଛକ ଠାରୁ ଘଡ଼ାବନ୍ଦ ପର୍ଯ୍ୟନ୍ତ ବିଜେପି ମହିଳା ପକ୍ଷରୁ ଏକ ବିରାଟ ରାଲି ଆୟୋଜିତ ହୋଇଥିଲା। ଏହି ବିଶାଳ ରାଲିରେ ପାଞ୍ଚ ଶହରୁ ଅଧିକ ମହିଳା ଉପସ୍ଥିତ ରହିଥିଲେ।1