logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବାଲିଆପାଳ ମାଛ ଚାଷୀଙ୍କୁ ଠିକିଦେଲା ସାମୁଦ୍ରିକ ମତ୍ସ୍ୟ ବିଭାଗ, ଡଙ୍ଗା ତିଆରି ପାଇଁ କାର୍ଯ୍ୟାଦେଶ ଦେଲା ହେଲେ ଟଙ୍କା ଦେଲାନି, ଫଳରେ ଡଙ୍ଗା ତିଆରି କରି ଅର୍ଥ ନପାଇ ରୃଣଗ୍ରସ୍ତ ହୋଇ ରୃଣ ପରିଶୋଧ ଚିନ୍ତାରେ ମତ୍ସ୍ୟଜୀବୀ l ସରକାର ମତ୍ସ୍ୟଜିବୀ ମାନଙ୍କ ପାଇଁ ବିଭିନ୍ନ ପ୍ରକାରର ଯୋଜନା କରିଛନ୍ତି, ମାତ୍ର କିଛି ଦୁର୍ନୀତିଗ୍ରସ୍ତ ଅସାଧୁ ଅଧିକାରୀ ମାନଙ୍କ ପାଇଁ ଏହି ଯୋଜନା ହେଉଛି ବାଟବଣା,ସମୁଦ୍ରରୁ ମାଛ ମାରି ଜୀବିକା ନିର୍ବାହ କରୁଥିବା ମତ୍ସ୍ୟଜୀବୀ ମାନେ ଡଙ୍ଗା ତିଆରି ସହାୟତା ପାଇଁ ମନୋନୀତ ହୋଇଥିଲେ ମଧ୍ୟ ଅଧିକାରୀ ମାନଙ୍କୁ ହାତଗୁଞ୍ଜା ଦେଇ ନପାରି ସହାୟତା ପାଇବାରୁ ବଞ୍ଚିତ ହୋଇଛନ୍ତି ।ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ପାଇଁ ରୃଣ ଭାରରେ ବୁଡ଼ିଲେ ମତ୍ସ୍ୟଜୀବୀ, ସରକାରଙ୍କ ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନାରୁ ଡଙ୍ଗା ତିଆରି ପାଇଁ କାର୍ଯ୍ୟାଦେଶ ପାଇଲେ,ମାତ୍ର ହାତଗୁଞ୍ଜା ଦେଇ ନପାରିବାରୁ ଟଙ୍କା ପାଇଲେନି, ଯାହା ଫଳରେ ଡଙ୍ଗା ତିଆରି ପାଇଁ କରିଥିବା ଋଣ ପରିଶୋଧ କରି ନପାରି ୠଣ ଭରରେ ବୁଡ଼ି ରହିଛନ୍ତି, ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ସମୁଦ୍ର ଉପକୂଳବର୍ତ୍ତୀ ଚୈମୁଖ ଏବଂ ଡଗରା ଅଞ୍ଚଳରେ,୨୦୨୨-୨୩ ଆର୍ଥିକ ବର୍ଷରେ ଏହି ଅଞ୍ଚଳରେ ୬ ଜଣ ମତ୍ସ୍ୟଜୀବୀଙ୍କୁ ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନାରେ ଯନ୍ତ୍ରଚାଳିତ ଡଙ୍ଗା ତିଆରି ପାଇଁ ବିଭାଗୀୟ ଅଧିକାରୀ କାର୍ଯ୍ୟାଦେଶ ଦେଇଥିଲେ, ହିତାଧିକାରୀ ମାନେ ବ୍ୟାଙ୍କ ଋଣ ଏବଂ ଧାର ଉଧାରି କରି ଡଙ୍ଗା ତିଆରି କରି ବିଭାଗୀୟ ଅଧିକାରୀ ଙ୍କ ନିକଟକୁ ଦୈଡି ଦୈଡି ନୟାନ୍ତ ହୋଇଥିଲେ ମଧ୍ୟ ଏଥିପ୍ରତି ଅଧିକାରୀ କର୍ଣ୍ଣପାତ କରୁ ନାହାନ୍ତି କି ଜିଓ ଟ୍ୟାଗ କରୁ ନାହାନ୍ତି,ଯାହା ଫଳରେ ଉଧାର ଟଙ୍କା ଫେରସ୍ତ କରି ନପାରି ଚିନ୍ତାରେ ପଡ଼ିଛନ୍ତି ।ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନାରେ ଡଗରା ଏବଂ ଚୈମୁଖ ଅଞ୍ଚଳରୁ ୨୦ ଜଣ ମତ୍ସ୍ୟଜୀବୀଙ୍କୁ ଯନ୍ତ୍ରଚାଳିତ ଡଙ୍ଗା ତିଆରି କରି କାର୍ଯ୍ୟାଦେଶ ମିଳିଥିଲା, ବାଲିଆପାଳ ରେ ସାମୁଦ୍ରିକ ମତ୍ସ୍ୟ ବିଭାଗ କାର୍ଯ୍ୟାଳୟ ଥାଇ ମଧ୍ୟ ଚନ୍ଦନେଶ୍ୱର ସାମୁଦ୍ରିକ ମତ୍ସ୍ୟ ବିଭାଗ କାର୍ଯ୍ୟାଳୟ ମାଧ୍ୟମରେ ୧୪ ଜଣକ ଭେରିଫିକେସନ ହୋଇ ଟଙ୍କା ମିଳିଲା ମାତ୍ର ବର୍ତ୍ତମାନ ସୁଦ୍ଧା ୬ ଜଣଙ୍କର ଭେରିଫିକେସନ ହେଲା ନାହିଁ କି ଟଙ୍କା ମିଳିଲା ନାହିଁ, ସୁଚନା ଅନୁସାରେ ଚନ୍ଦନେଶ୍ୱର ସାମୁଦ୍ରିକ ମତ୍ସ୍ୟ ବିଭାଗ ଅଧିକାରୀ ଅଧିନରେ ଥିବା ବିଲ୍ଡର ମଧ୍ୟରେ ୩୦ ପ୍ରତିଶତ ହାତଗୁଞ୍ଜା ଯେଉଁ ମାନେ ଦେଉଛନ୍ତି ସେମାନଙ୍କୁ ଡଙ୍ଗା ତିଆରି ବାବଦରେ ଟଙ୍କା ମିଳୁଛି ଯେଉଁ ମାନେ ହାତଗୁଞ୍ଜା ଦେବାକୁ ବାରଣ କରିଛନ୍ତି ସେମାନଙ୍କୁ ଟଙ୍କା ମିଳୁନାହିଁ ବୋଲି ଅଭିଯୋଗ ହୋଇଛି, ଯାହାଫଳରେ ବାଲିଆପାଳ ୬ ଜଣ ମତ୍ସ୍ୟଜୀବୀଙ୍କୁ ବର୍ତ୍ତମାନ ସୁଦ୍ଧା ସେମାନଙ୍କ ଟଙ୍କା ମିଳୁନାହିଁ,ପୁଣି ୨୦୨୩ -୨୪ ଆର୍ଥିକ ବର୍ଷରେ ବାଲିଆପାଳ ର ୨୭ ଜଣ ଏବଂ ଚନ୍ଦନେଶ୍ୱର ର ୨୧ ଜଣ ଡଙ୍ଗା ତିଆରି କରିବା ପାଇଁ ଆବେଦନ କରିଥିଲେ ମାତ୍ର ଚନ୍ଦନେଶ୍ୱର ର ୧୪ ଜଣକୁ ଡଙ୍ଗା ତିଆରି ପାଇଁ କାର୍ଯ୍ୟାଦେଶ ମିଳିଥିଲା ବେଳେ ବାଲିଆପାଳ ର କାହାକୁ ବି କାର୍ଯ୍ୟାଦେଶ ମିଳି ନଥିଲା,ଯାହାକୁ ନେଇ ରାଜ୍ୟ ମତ୍ସ୍ୟ ନିର୍ଦ୍ଦେଶାଳୟ ଙ୍କ ନିକଟରେ ଅଭିଯୋଗ ହୋଇଥିଲା,ଗତ ୨୦୨୫ ସେପ୍ଟେମ୍ବର ମାସରେ ଚନ୍ଦନେଶ୍ୱର ସାମୁଦ୍ରିକ ମତ୍ସ୍ୟ ଅଧିକାରୀ ଅନନ୍ତ ଜେନା ଏବଂ ବାଲେଶ୍ବର ସାମୁଦ୍ରିକ ମତ୍ସ୍ୟ ଅଧିକାରୀ ସିଏଚ୍ ପଲ୍ଲବୀ ଙ୍କ ବିରୁଦ୍ଧରେ ଅନୁସନ୍ଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ କଟକ ମତ୍ସ୍ୟ ନିର୍ଦ୍ଦେଶାଳୟ, ମାତ୍ର ତାର କୈଣସି କାର୍ଯ୍ୟାନୁଷ୍ଠାନ ହେଉ ନଥିବା ଅଭିଯୋଗ ହୋଇଛି, ତେବେ ଜିଲ୍ଲା ସାମୁଦ୍ରିକ ମତ୍ସ୍ୟ ଅଧିକାରୀ ସିଏଚ୍ ପଲ୍ଲବୀ ଏବଂ ଡଗରା ଅଞ୍ଚଳର ଜଣେ ମତ୍ସ୍ୟଜୀବୀ ନାରାୟଣ ବେହେରା ଙ୍କ ମଧ୍ୟରେ ଫୋନ୍ ଯୋଗେ ହୋଇଥିବା କଥାବାର୍ତ୍ତା ରୁ ଜଣା ପଡୁଛି ଅଧିକାରିଣୀ ଶ୍ରୀମତୀ ପଲ୍ଲବୀ ବୁଲେଇ ବଙ୍କେଇ କହୁଥିବା କଥାରୁ ପିସି କଥାକୁ ସ୍ବୀକାର କରୁଛନ୍ତି ବୋଲି ଜଣାପଡ଼ୁଛି ଏନେଇ ବାଲିଆପାଳ ସାମୁଦ୍ରିକ ମତ୍ସ୍ୟ ବିଭାଗ ଅଧିକାରୀଙ୍କୁ ପଚାରିବାରୁ ସେମାନଙ୍କ ଜିଓ ଟ୍ୟାଗ ହୋଇ ନଥିବାରୁ ସେମାନଙ୍କୁ ଡଙ୍ଗା ନିର୍ମାଣ ଅର୍ଥ ମିଳିବ ନାହିଁ ବୋଲି କହିଛନ୍ତି,ତେବେ କାହିଁକି ଜିଓ ଟ୍ୟାଗ ହୋଇନାହିଁ ବୋଲି ପଚାରିବାରୁ ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ, ତେବେ ଆସନ୍ତା ୧୫ ଦିନ ମଧ୍ୟରେ କୌଣସି ପଦକ୍ଷେପ ଗ୍ରହଣ କରା ନଗଲେ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି ମତ୍ସ୍ୟଜୀବୀ।

13 hrs ago
user_Chandan Baliapal ସାମ୍ବାଦିକ
Chandan Baliapal ସାମ୍ବାଦିକ
Baliapal, Baleshwar•

More news from Baleshwar and nearby areas
  • ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ବଣିଆଡିହା ପଞ୍ଚାୟତର ଲଙ୍ଗଳେଶ୍ବର ଗ୍ରାମରେ ଜଣେ ବିଧବା ମହିଳା ଦିର୍ଘ ୨ବର୍ଷ ହେଲା ଆବେଦନ ପରେ ବି ଆଜି ଯାଏଁ ମିଳିପାରୁ ନାହିଁ ଭତ୍ତା ବିଧବା ଭତ୍ତା ଆବେଦନ ପରେ ବି ପ୍ରଶାସନ ନିରବ
    1
    ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ବଣିଆଡିହା ପଞ୍ଚାୟତର ଲଙ୍ଗଳେଶ୍ବର ଗ୍ରାମରେ ଜଣେ ବିଧବା ମହିଳା ଦିର୍ଘ ୨ବର୍ଷ ହେଲା ଆବେଦନ ପରେ ବି ଆଜି ଯାଏଁ ମିଳିପାରୁ ନାହିଁ ଭତ୍ତା ବିଧବା ଭତ୍ତା ଆବେଦନ ପରେ ବି ପ୍ରଶାସନ ନିରବ
    user_Chandan Baliapal ସାମ୍ବାଦିକ
    Chandan Baliapal ସାମ୍ବାଦିକ
    Baliapal, Baleshwar•
    2 hrs ago
  • ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ବଣିଆଡିହା ପଂଚାୟତ ରେ ଜଣେ ବିଧବା ମହିଳା ଦିର୍ଘ ୨ବର୍ଷ ହେଲା ଆବେଦନ ପରେ ବି ଆଜି ଯାଏଁ ମିଳିନାହିଁ ଭତ୍ତା ସେ ନେଇ ରଖିଲେ ପ୍ରତିକ୍ରିୟା
    1
    ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ବଣିଆଡିହା ପଂଚାୟତ ରେ ଜଣେ ବିଧବା ମହିଳା ଦିର୍ଘ ୨ବର୍ଷ ହେଲା ଆବେଦନ ପରେ ବି ଆଜି ଯାଏଁ ମିଳିନାହିଁ ଭତ୍ତା ସେ ନେଇ ରଖିଲେ ପ୍ରତିକ୍ରିୟା
    user_Pankaj Kumar sahoo
    Pankaj Kumar sahoo
    ସାମ୍ବାଦିକ ବାଲିଆପାଳ, ବାଲେଶ୍ୱର, ଓଡ଼ିଶା•
    7 hrs ago
  • #ପାଣି_ଚିନ୍ତାରେ_ଗାଁ_ଲୋକେ । 🟥ବାରମ୍ବାର ଅଫିସ ଆସି ଫେରୁଛନ୍ତି ଦେଖା ମିଳୁନି କି ପାଣି ମିଳୁନି । 🟥ପିଇବା ପାଣି ସମସ୍ୟା ନେଇ ତାତିଲେ ବସ୍ତା ବ୍ଲକ ଦୁଧ ହଂସା ପଞ୍ଚାୟତ ବେଢାକଣା ଗାଁ ର ମହିଳା ଓ ଯୁବନେତା ସୁଧାଂଶୁ ଜେନା ।
    1
    #ପାଣି_ଚିନ୍ତାରେ_ଗାଁ_ଲୋକେ । 
🟥ବାରମ୍ବାର ଅଫିସ ଆସି ଫେରୁଛନ୍ତି ଦେଖା ମିଳୁନି କି ପାଣି ମିଳୁନି । 
🟥ପିଇବା ପାଣି ସମସ୍ୟା ନେଇ ତାତିଲେ ବସ୍ତା ବ୍ଲକ ଦୁଧ ହଂସା ପଞ୍ଚାୟତ ବେଢାକଣା ଗାଁ ର ମହିଳା ଓ ଯୁବନେତା ସୁଧାଂଶୁ ଜେନା ।
    user_Mahima tv Rajesh Kumar Giri
    Mahima tv Rajesh Kumar Giri
    Voice of people ବାସ୍ତା, ବାଲେଶ୍ୱର, ଓଡ଼ିଶା•
    15 hrs ago
  • ବନବିଭାଗ କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ମୃତ ମୁଖରୁ ବଞ୍ଚିଲା କାଳିଆ।
    1
    ବନବିଭାଗ କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ  ମୃତ ମୁଖରୁ ବଞ୍ଚିଲା  କାଳିଆ।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    10 hrs ago
  • ବାରିପଦା ସ୍ଥିତ ଫରେଷ୍ଟ କଲୋନୀ ଥରେ ନବନିର୍ମିତ ସିଦ୍ଧି ବିନାୟକ ମନ୍ଦିର ପ୍ରତିଷ୍ଠା ଅବସରରେ ସହରରେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି। ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସହିତ ପ୍ରାୟ 3 ହଜାରରୁ ଉର୍ଦ୍ଧ୍ଵ ମହିଳାଙ୍କ କଳସ ସହ ନଗର ପରିକ୍ରମା।ଦୀର୍ଘ ୨୭ ବର୍ଷ ପରେ ସ୍ବପ୍ନ ସକର ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କଲେ ମନ୍ତ୍ରୀ ଶ୍ରୀ ମହାପାତ୍ର
    4
    ବାରିପଦା ସ୍ଥିତ ଫରେଷ୍ଟ କଲୋନୀ ଥରେ ନବନିର୍ମିତ ସିଦ୍ଧି ବିନାୟକ ମନ୍ଦିର ପ୍ରତିଷ୍ଠା ଅବସରରେ ସହରରେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି। ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସହିତ ପ୍ରାୟ 3 ହଜାରରୁ ଉର୍ଦ୍ଧ୍ଵ ମହିଳାଙ୍କ କଳସ ସହ ନଗର ପରିକ୍ରମା।ଦୀର୍ଘ ୨୭ ବର୍ଷ ପରେ ସ୍ବପ୍ନ ସକର ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କଲେ ମନ୍ତ୍ରୀ ଶ୍ରୀ ମହାପାତ୍ର
    user_DLH KHABAR
    DLH KHABAR
    Voice of people ବାରିପଦା ଟାଉନ୍, ମୟୂରଭଞ୍ଜ, ଓଡ଼ିଶା•
    6 hrs ago
  • ବାରିପଦା - ସିଦ୍ଧି ବିନାୟକ ମନ୍ଦିର ପ୍ତତିଷ୍ଠା ଅବସରରେ ବାଙ୍ଗିରିପୋଷି ବିଧାୟିକାଙ୍କ ପ୍ରତିକ୍ରିୟା।
    1
    ବାରିପଦା - ସିଦ୍ଧି ବିନାୟକ ମନ୍ଦିର ପ୍ତତିଷ୍ଠା ଅବସରରେ ବାଙ୍ଗିରିପୋଷି ବିଧାୟିକାଙ୍କ ପ୍ରତିକ୍ରିୟା।
    user_MN.NEWS ODIA
    MN.NEWS ODIA
    Teacher ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    6 hrs ago
  • ନବୀନ ପଟ୍ଟନାୟକ ପଳେଇଗଲେ କଣ ପାଇଁ ବିଧାନସଭାରୁ
    1
    ନବୀନ ପଟ୍ଟନାୟକ ପଳେଇଗଲେ କଣ ପାଇଁ ବିଧାନସଭାରୁ
    user_Prime time press
    Prime time press
    Agistment service ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    10 hrs ago
  • ସ୍ୱାମୀ ପାଲଟିଲା ରାକ୍ଷସ,ସ୍ତ୍ରୀକୁ ଜୀବନ ରୁ ମାରିଦେବା ପାଇଁ ଶଶୁର ଘରେ ସ୍ତ୍ରୀ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗେଇ ଦେଲା ସ୍ବାମୀ , ଝିଅ କୁ ବଞ୍ଚାଇବାକୁ ଯାଇ ଶ୍ବଶୁର, ଶାଶୁ ଏବଂ ଶଳା ନିଂଆ ରେ ପୋଡି ଗୁରୁତର ହୋଇଛନ୍ତି
    1
    ସ୍ୱାମୀ ପାଲଟିଲା ରାକ୍ଷସ,ସ୍ତ୍ରୀକୁ ଜୀବନ ରୁ ମାରିଦେବା ପାଇଁ ଶଶୁର ଘରେ ସ୍ତ୍ରୀ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗେଇ ଦେଲା ସ୍ବାମୀ , ଝିଅ କୁ ବଞ୍ଚାଇବାକୁ ଯାଇ ଶ୍ବଶୁର, ଶାଶୁ ଏବଂ ଶଳା ନିଂଆ ରେ ପୋଡି ଗୁରୁତର ହୋଇଛନ୍ତି
    user_Chandan Baliapal ସାମ୍ବାଦିକ
    Chandan Baliapal ସାମ୍ବାଦିକ
    Baliapal, Baleshwar•
    17 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.