ବସ୍ ଷ୍ଟପ ଅଛି, ବସ୍ ନାହିଁ -ସାହାଜଲଥାକୁ ମୁଖ୍ୟମନ୍ତ୍ରୀ ବସ୍ ସେବା ବଢ଼ାଇବାକୁ ଦାବି - ଅଞ୍ଚଳବାସୀଙ୍କ ଯାତାୟାତ ଦୁର୍ଦ୍ଦଶା - - ମହିଳା,ଛାତ୍ରଛାତ୍ରୀ ସବୁଠାରୁ ବେଶି ପ୍ରଭାବିତ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ପଞ୍ଚାୟତର ସୀମାବର୍ତ୍ତୀ ଉପାନ୍ତ ଗ୍ରାମ ସାହାଜଲଥାରେ ସରକାରୀ ଖର୍ଚ୍ଚରେ ଯାତ୍ରୀ ପ୍ରତୀକ୍ଷାଳୟ (ବସ୍ ଷ୍ଟପ) ନିର୍ମାଣ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ବସ୍ ସେବା ପହଞ୍ଚି ପାରିନାହିଁ। ବସ୍ ଷ୍ଟପ ଥିଲେ ବି ବସ୍ ନ ଚାଲିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବା ସହ ମହିଳା, ଛାତ୍ରୀଛାତ୍ର, ବୃଦ୍ଧ ଓ ଭିନ୍ନକ୍ଷମମାନେ ସବୁଠାରୁ ଅଧିକ ହଇରାଣ ହେଉଛନ୍ତି। ବୀରମହାରାଜପୁର ବ୍ଲକ ସଦର ମହକୁମାରୁ ପ୍ରାୟ ୨୫ କିଲୋମିଟର ଏବଂ ଖଣ୍ଡହତା ପଞ୍ଚାୟତ କାର୍ଯ୍ୟାଳୟରୁ ପ୍ରାୟ ୭ କିଲୋମିଟର ଦୂରରେ ଅବସ୍ଥିତ ସାହାଜଲଥା ଗ୍ରାମ ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ବ୍ଲକ ସୀମାକୁ ଲାଗି ରହିଛି। ତତ୍କାଳୀନ ସରକାରଙ୍କ ଲକ୍ଷ୍ମୀ ବସ୍ ଯୋଜନା, ବର୍ତ୍ତମାନ ‘ମୁଖ୍ୟମନ୍ତ୍ରୀ ବସ୍ ସେବା’ ନାମରେ ଚାଲୁ ଥିଲେ ମଧ୍ୟ ଏହି ଉପାନ୍ତ ଅଞ୍ଚଳକୁ ସେବା ବିସ୍ତାର ହୋଇନାହିଁ। ଏହି ବସ୍ ସେବା ଆରମ୍ଭ ହେବାର ମୂଳ ଉଦ୍ଦେଶ୍ୟ ଥିଲା ମହିଳା ସ୍ୱୟଂସହାୟକ ଗୋଷ୍ଠୀ ସଦସ୍ୟ, ଛାତ୍ରୀ ଛାତ୍ର ଏବଂ ସାଧାରଣ ଲୋକଙ୍କୁ ବ୍ଲକ, ବ୍ୟାଙ୍କ, ସ୍କୁଲ, କଲେଜ ଓ ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ସୁଲଭ ଯାତାୟାତ ସୁବିଧା ଯୋଗାଇବା। ମହିଳା ଓ ଛାତ୍ରୀଛାତ୍ରମାନେ ମାତ୍ର ୫ ଟଙ୍କାରେ ଯାତାୟାତ ସୁବିଧା ପାଉଥିଲେ। କିନ୍ତୁ ସାହାଜଲଥାବାସୀ ଏହି ସୁବିଧାରୁ ଏବେ ମଧ୍ୟ ବଞ୍ଚିତ। ଗ୍ରାମବାସୀଙ୍କ କହିବା ଅନୁସାରେ, କୌଣସି କାମରେ ବୀରମହାରାଜପୁର କିମ୍ବା ଅନ୍ୟତ୍ର ଯିବାକୁ ହେଲେ ପ୍ରଥମେ ପ୍ରାୟ ୩ କିଲୋମିଟର ଦୂର ଖଣ୍ଡହତାକୁ ଯାଇ ସେଠାରୁ ମୁଖ୍ୟମନ୍ତ୍ରୀ ବସ୍ ଧରିବାକୁ ପଡ଼ୁଛି। ଫଳରେ ପ୍ରତିଦିନ ଛାତ୍ରୀଛାତ୍ର, ମହିଳା ଓ ବୃଦ୍ଧମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗ୍ରାମର ପୂର୍ବତନ ୱାର୍ଡ ସଭ୍ୟ ଭୁକୁକୁ ପଧାନ କହିଛନ୍ତି, ସାହାଜଲଥା ପର୍ଯ୍ୟନ୍ତ ବସ୍ ସେବା ବଢ଼ାଇଲେ କେବଳ ଏହି ଗ୍ରାମ ନୁହେଁ, ବଡ଼କିରାସିରା, ଚୌକାଦାଦର, ନୂଆଁପାଲି, କଦଳୀମୁଣ୍ଡା, ସୋରିଷମୁଣ୍ଡା, ସାନକିରାସିରା ସମେତ ରେଢ଼ାଖୋଲ ବ୍ଲକର ଭରତାପୁର ପଞ୍ଚାୟତର ପ୍ରାୟ ୧୦ଟି ଗ୍ରାମର ଲୋକ ଉପକୃତ ହେବେ। ଏହି ଅଞ୍ଚଳର ଛାତ୍ରୀଛାତ୍ରମାନେ ଖଣ୍ଡହତା ହାଇସ୍କୁଲ, ବିଭିନ୍ନ କଲେଜ, ସୁବଳୟା ଡିଗ୍ରୀ କଲେଜ ଓ ବୀରମହାରାଜପୁର କଲେଜକୁ ପାଠପଢ଼ା ପାଇଁ ଯାଉଥିବା ବେଳେ ସାଧାରଣ ଲୋକ ବ୍ଲକ କାର୍ଯ୍ୟାଳୟ, ତହସିଲ, ଥାନା, ଆର୍ଆଇ କାର୍ଯ୍ୟାଳୟ, ପ୍ରାଣୀଧନ ଚିକିତ୍ସାଳୟ ଓ ବଜାର କାର୍ଯ୍ୟ ପାଇଁ ବୀରମହାରାଜପୁର ଉପରେ ନିର୍ଭର କରୁଛନ୍ତି। ରେଢ଼ାଖୋଲ ବ୍ଲକର ଭରତାପୁର ପଞ୍ଚାୟତର ଅନେକ ଲୋକ ମଧ୍ୟ ନିତ୍ୟପ୍ରୟୋଜନୀୟ କାମ ପାଇଁ ବୀରମହାରାଜପୁରକୁ ଆସୁଥିବାରୁ ଏହି ବସ୍ ସେବା ବିସ୍ତାରର ଆବଶ୍ୟକତା ରହିଛି। ସାହାଜଲଥା ଗ୍ରାମର ଝାଣ୍ଟୁ ଘିବିଲା କହିଛନ୍ତି, ବସ୍ ସେବା ଆରମ୍ଭ ହେଲେ ବୃଦ୍ଧ, ବିଧବା ଓ ଭିନ୍ନକ୍ଷମମାନେ ପଞ୍ଚାୟତ କାର୍ଯ୍ୟାଳୟକୁ ଭତ୍ତା ଆଣିବା ସହ ବିଭିନ୍ନ ସରକାରୀ କାମରେ ସହଜରେ ଯାତାୟାତ କରିପାରିବେ। ସୂଚନା ଅନୁସାରେ, ୨୦୨୩-୨୪ ଆର୍ଥିକ ବର୍ଷରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାରେ ପ୍ରାୟ ୫ ଲକ୍ଷ ୯୫ ହଜାର ଟଙ୍କା ବ୍ୟୟରେ ବୀରମହାରାଜପୁର ପଞ୍ଚାୟତ ସମିତି ଅଧୀନରେ ସାହାଜଲଥାରେ ଏକ ଯାତ୍ରୀ ପ୍ରତୀକ୍ଷାଳୟ ନିର୍ମାଣ କରାଯାଇଛି। କାମ ଶେଷ ହେବା ପରେ ଗ୍ରାମବାସୀ ବସ୍ ସେବା ମିଳିବ ବୋଲି ଆଶା କରିଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ସେହି ଆଶା ପୂରଣ ହୋଇନାହିଁ। ଗତ ଏପ୍ରିଲ ମାସରେ ଗ୍ରାମର ମହିଳାମାନେ ବୀରମହାରାଜପୁର ବିଡିଓଙ୍କୁ ଭେଟି ସାହାଜଲଥା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ବସ୍ ଚଳାଚଳ କରାଇବାକୁ ଦାବିପତ୍ର ଦେଇଥିଲେ। ତେବେ ଏଯାଏ ଏହାର କୌଣସି ସମାଧାନ ହୋଇନଥିବାରୁ ସ୍ଥାନୀୟ ଲୋକଙ୍କ ଅସନ୍ତୋଷ ବଢ଼ିଛି। ଗ୍ରାମର ବାଣେଶ୍ୱରୀ ସାହୁ କହିଛନ୍ତି, ବାରମ୍ବାର ଦାବି କରିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ। ଫଳରେ ବିଶେଷ କରି ମହିଳାମାନେ ଦୈନନ୍ଦିନ ଯାତାୟାତରେ ହଇରାଣ ହେଉଛନ୍ତି। ବୀରମହାରାଜପୁର କଲେଜର ଛାତ୍ରୀ ମନୀଷା ପଧାନ ମଧ୍ୟ ଉପାନ୍ତ ଅଞ୍ଚଳ ପର୍ଯ୍ୟନ୍ତ ବସ୍ ସେବା ବିସ୍ତାର କରିବାକୁ ଦାବି କରିଛନ୍ତି। ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ସ୍ଥାନୀୟ ଲୋକ ଚେତାବନୀ ଦେଇଛନ୍ତି। ଏନେଇ ଓଏସଆରଟିସି ସୁପରଭାଇଜର ଲିଲି ମହାନନ୍ଦଙ୍କୁ ପଚାରିବାରୁ ସେ କହିଛନ୍ତି, “ସାହାଜଲଥା ପର୍ଯ୍ୟନ୍ତ ବସ୍ ସେବା ଚଳାଚଳ ପାଇଁ ସ୍ଥାନୀୟ ଲୋକଙ୍କ ଅଭିଯୋଗ ଆମ ପାଖକୁ ଆସିଛି। ବିଷୟଟି ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଦିଆଯାଇଛି। ସେମାନଙ୍କ ନିର୍ଦ୍ଦେଶ ମିଳିଲେ ସାହାଜଲଥା ପର୍ଯ୍ୟନ୍ତ ବସ୍ ଚଳାଚଳ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ।”
ବସ୍ ଷ୍ଟପ ଅଛି, ବସ୍ ନାହିଁ -ସାହାଜଲଥାକୁ ମୁଖ୍ୟମନ୍ତ୍ରୀ ବସ୍ ସେବା ବଢ଼ାଇବାକୁ ଦାବି - ଅଞ୍ଚଳବାସୀଙ୍କ ଯାତାୟାତ ଦୁର୍ଦ୍ଦଶା - - ମହିଳା,ଛାତ୍ରଛାତ୍ରୀ ସବୁଠାରୁ ବେଶି ପ୍ରଭାବିତ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ପଞ୍ଚାୟତର ସୀମାବର୍ତ୍ତୀ ଉପାନ୍ତ ଗ୍ରାମ ସାହାଜଲଥାରେ ସରକାରୀ ଖର୍ଚ୍ଚରେ ଯାତ୍ରୀ ପ୍ରତୀକ୍ଷାଳୟ (ବସ୍ ଷ୍ଟପ) ନିର୍ମାଣ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ବସ୍ ସେବା ପହଞ୍ଚି ପାରିନାହିଁ। ବସ୍ ଷ୍ଟପ ଥିଲେ ବି ବସ୍ ନ ଚାଲିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବା ସହ ମହିଳା, ଛାତ୍ରୀଛାତ୍ର, ବୃଦ୍ଧ ଓ ଭିନ୍ନକ୍ଷମମାନେ ସବୁଠାରୁ ଅଧିକ ହଇରାଣ ହେଉଛନ୍ତି। ବୀରମହାରାଜପୁର ବ୍ଲକ ସଦର ମହକୁମାରୁ ପ୍ରାୟ ୨୫ କିଲୋମିଟର ଏବଂ ଖଣ୍ଡହତା ପଞ୍ଚାୟତ କାର୍ଯ୍ୟାଳୟରୁ ପ୍ରାୟ ୭ କିଲୋମିଟର ଦୂରରେ ଅବସ୍ଥିତ ସାହାଜଲଥା ଗ୍ରାମ ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ବ୍ଲକ ସୀମାକୁ ଲାଗି ରହିଛି। ତତ୍କାଳୀନ ସରକାରଙ୍କ ଲକ୍ଷ୍ମୀ ବସ୍ ଯୋଜନା, ବର୍ତ୍ତମାନ ‘ମୁଖ୍ୟମନ୍ତ୍ରୀ ବସ୍ ସେବା’ ନାମରେ ଚାଲୁ ଥିଲେ ମଧ୍ୟ ଏହି ଉପାନ୍ତ ଅଞ୍ଚଳକୁ ସେବା ବିସ୍ତାର ହୋଇନାହିଁ। ଏହି ବସ୍ ସେବା ଆରମ୍ଭ ହେବାର ମୂଳ ଉଦ୍ଦେଶ୍ୟ ଥିଲା ମହିଳା ସ୍ୱୟଂସହାୟକ ଗୋଷ୍ଠୀ ସଦସ୍ୟ, ଛାତ୍ରୀ ଛାତ୍ର ଏବଂ ସାଧାରଣ ଲୋକଙ୍କୁ ବ୍ଲକ, ବ୍ୟାଙ୍କ, ସ୍କୁଲ, କଲେଜ ଓ ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ସୁଲଭ ଯାତାୟାତ ସୁବିଧା ଯୋଗାଇବା। ମହିଳା ଓ ଛାତ୍ରୀଛାତ୍ରମାନେ ମାତ୍ର ୫ ଟଙ୍କାରେ ଯାତାୟାତ ସୁବିଧା ପାଉଥିଲେ। କିନ୍ତୁ ସାହାଜଲଥାବାସୀ ଏହି ସୁବିଧାରୁ ଏବେ ମଧ୍ୟ ବଞ୍ଚିତ। ଗ୍ରାମବାସୀଙ୍କ କହିବା ଅନୁସାରେ, କୌଣସି କାମରେ ବୀରମହାରାଜପୁର କିମ୍ବା ଅନ୍ୟତ୍ର ଯିବାକୁ ହେଲେ ପ୍ରଥମେ ପ୍ରାୟ ୩ କିଲୋମିଟର ଦୂର ଖଣ୍ଡହତାକୁ ଯାଇ ସେଠାରୁ ମୁଖ୍ୟମନ୍ତ୍ରୀ ବସ୍ ଧରିବାକୁ ପଡ଼ୁଛି। ଫଳରେ ପ୍ରତିଦିନ ଛାତ୍ରୀଛାତ୍ର, ମହିଳା ଓ ବୃଦ୍ଧମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗ୍ରାମର ପୂର୍ବତନ ୱାର୍ଡ ସଭ୍ୟ ଭୁକୁକୁ ପଧାନ କହିଛନ୍ତି, ସାହାଜଲଥା ପର୍ଯ୍ୟନ୍ତ ବସ୍ ସେବା ବଢ଼ାଇଲେ କେବଳ ଏହି ଗ୍ରାମ ନୁହେଁ, ବଡ଼କିରାସିରା, ଚୌକାଦାଦର, ନୂଆଁପାଲି, କଦଳୀମୁଣ୍ଡା, ସୋରିଷମୁଣ୍ଡା, ସାନକିରାସିରା ସମେତ ରେଢ଼ାଖୋଲ ବ୍ଲକର ଭରତାପୁର ପଞ୍ଚାୟତର ପ୍ରାୟ ୧୦ଟି ଗ୍ରାମର ଲୋକ ଉପକୃତ ହେବେ। ଏହି ଅଞ୍ଚଳର ଛାତ୍ରୀଛାତ୍ରମାନେ ଖଣ୍ଡହତା ହାଇସ୍କୁଲ, ବିଭିନ୍ନ କଲେଜ, ସୁବଳୟା
ଡିଗ୍ରୀ କଲେଜ ଓ ବୀରମହାରାଜପୁର କଲେଜକୁ ପାଠପଢ଼ା ପାଇଁ ଯାଉଥିବା ବେଳେ ସାଧାରଣ ଲୋକ ବ୍ଲକ କାର୍ଯ୍ୟାଳୟ, ତହସିଲ, ଥାନା, ଆର୍ଆଇ କାର୍ଯ୍ୟାଳୟ, ପ୍ରାଣୀଧନ ଚିକିତ୍ସାଳୟ ଓ ବଜାର କାର୍ଯ୍ୟ ପାଇଁ ବୀରମହାରାଜପୁର ଉପରେ ନିର୍ଭର କରୁଛନ୍ତି। ରେଢ଼ାଖୋଲ ବ୍ଲକର ଭରତାପୁର ପଞ୍ଚାୟତର ଅନେକ ଲୋକ ମଧ୍ୟ ନିତ୍ୟପ୍ରୟୋଜନୀୟ କାମ ପାଇଁ ବୀରମହାରାଜପୁରକୁ ଆସୁଥିବାରୁ ଏହି ବସ୍ ସେବା ବିସ୍ତାରର ଆବଶ୍ୟକତା ରହିଛି। ସାହାଜଲଥା ଗ୍ରାମର ଝାଣ୍ଟୁ ଘିବିଲା କହିଛନ୍ତି, ବସ୍ ସେବା ଆରମ୍ଭ ହେଲେ ବୃଦ୍ଧ, ବିଧବା ଓ ଭିନ୍ନକ୍ଷମମାନେ ପଞ୍ଚାୟତ କାର୍ଯ୍ୟାଳୟକୁ ଭତ୍ତା ଆଣିବା ସହ ବିଭିନ୍ନ ସରକାରୀ କାମରେ ସହଜରେ ଯାତାୟାତ କରିପାରିବେ। ସୂଚନା ଅନୁସାରେ, ୨୦୨୩-୨୪ ଆର୍ଥିକ ବର୍ଷରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାରେ ପ୍ରାୟ ୫ ଲକ୍ଷ ୯୫ ହଜାର ଟଙ୍କା ବ୍ୟୟରେ ବୀରମହାରାଜପୁର ପଞ୍ଚାୟତ ସମିତି ଅଧୀନରେ ସାହାଜଲଥାରେ ଏକ ଯାତ୍ରୀ ପ୍ରତୀକ୍ଷାଳୟ ନିର୍ମାଣ କରାଯାଇଛି। କାମ ଶେଷ ହେବା ପରେ ଗ୍ରାମବାସୀ ବସ୍ ସେବା ମିଳିବ ବୋଲି ଆଶା କରିଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ସେହି ଆଶା ପୂରଣ ହୋଇନାହିଁ। ଗତ ଏପ୍ରିଲ ମାସରେ ଗ୍ରାମର ମହିଳାମାନେ ବୀରମହାରାଜପୁର ବିଡିଓଙ୍କୁ ଭେଟି ସାହାଜଲଥା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ବସ୍ ଚଳାଚଳ କରାଇବାକୁ ଦାବିପତ୍ର ଦେଇଥିଲେ। ତେବେ ଏଯାଏ ଏହାର କୌଣସି ସମାଧାନ ହୋଇନଥିବାରୁ ସ୍ଥାନୀୟ ଲୋକଙ୍କ ଅସନ୍ତୋଷ ବଢ଼ିଛି। ଗ୍ରାମର ବାଣେଶ୍ୱରୀ ସାହୁ କହିଛନ୍ତି, ବାରମ୍ବାର ଦାବି କରିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ। ଫଳରେ ବିଶେଷ କରି ମହିଳାମାନେ ଦୈନନ୍ଦିନ ଯାତାୟାତରେ ହଇରାଣ ହେଉଛନ୍ତି। ବୀରମହାରାଜପୁର କଲେଜର ଛାତ୍ରୀ ମନୀଷା ପଧାନ ମଧ୍ୟ ଉପାନ୍ତ ଅଞ୍ଚଳ ପର୍ଯ୍ୟନ୍ତ ବସ୍ ସେବା ବିସ୍ତାର କରିବାକୁ ଦାବି କରିଛନ୍ତି। ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ସ୍ଥାନୀୟ ଲୋକ ଚେତାବନୀ ଦେଇଛନ୍ତି। ଏନେଇ ଓଏସଆରଟିସି ସୁପରଭାଇଜର ଲିଲି ମହାନନ୍ଦଙ୍କୁ ପଚାରିବାରୁ ସେ କହିଛନ୍ତି, “ସାହାଜଲଥା ପର୍ଯ୍ୟନ୍ତ ବସ୍ ସେବା ଚଳାଚଳ ପାଇଁ ସ୍ଥାନୀୟ ଲୋକଙ୍କ ଅଭିଯୋଗ ଆମ ପାଖକୁ ଆସିଛି। ବିଷୟଟି ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଦିଆଯାଇଛି। ସେମାନଙ୍କ ନିର୍ଦ୍ଦେଶ ମିଳିଲେ ସାହାଜଲଥା ପର୍ଯ୍ୟନ୍ତ ବସ୍ ଚଳାଚଳ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ।”
- ଗୁରୁ ସତ୍ୟନାରାୟଣ ବହିଦାର ଙ୍କ ଜନ୍ମ ଜୟନ୍ତୀ କୁ ନେଇ ପାଳନ ହେଉଥିବା ସମ୍ବଲପୁରୀ ଦିନ ପାଳନ ପାଇଁ ବୀରମହାରାଜପୁର ରେ କଣ ରହିଛି ପ୍ରସ୍ତୁତି ସେନେଇ ମତରଖୁଛନ୍ତୁ ସାଂସ୍କୃତିକ ସଙ୍ଗଠକ କିଶୋର ହୋତା1
- *ଖବର ଆଜିର, ୧ ଅଗଷ୍ଟ ଶନିବାର* ================ ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ରାଜ୍ୟରେ କମ୍ ବର୍ଷା ହେବ। କୌଣସି ସ୍ଥାନରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବ ନାହିଁ। ହୀରାକୁଦରେ ଆଉ ୮ଟି ଗେଟ୍ ଖୋଲାଯିବା ପରେ ମୋଟ୍ ୨୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି। ଆସନ୍ତା ୩ ତାରିଖ ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସଫ୍ଟୱେର ବିଭ୍ରାଟରୁ ବୟସ୍କ ଓ ଭିନ୍ନକ୍ଷମଙ୍କ ଭତ୍ତା ମାସ ମାସ ଧରି ଅଟକିଥିଲା। ଏବେ ଜୁଲାଇ ମାସର ଚାଉଳ ଅଟକିଗଲା। ଗାଡି ଚାଳକ ସାବଧାନ, ଆଜିଠୁ କଟିବ ଏଆଇ ଇ-ଚାଲାଣ। ପ୍ରଥମେ ମଙ୍ଗୁଳି-ସମ୍ବଲପୁର-ରାଉରକେଲା, ବ୍ରହ୍ମପୁର-ତପ୍ତପାଣି-ଭଞ୍ଜନଗର ରାସ୍ତା। ବନ୍ୟା ପାଇଁ ବଢ଼ିଲା ମାଟ୍ରିକ ଫର୍ମ ଫିଲ୍-ଅପ୍ ଅବଧି, ଅଗଷ୍ଟ ୧୪ ଯାଏଁ ମିଳିବ ସୁଯୋଗ। ବ୍ରହ୍ମପୁର ମେଡିକାଲ ପିଜି ପ୍ରଶ୍ନପତ୍ର ଲିକ୍ ମାମଲାରେ ତନାଘନା ଚାଲିଛି। ତିନି ମାସ ବନ୍ଦ ପରେ ଭିତରକନିକା ଜାତୀୟ ଉଦ୍ୟାନ ପୁଣିଥରେ ପର୍ଯ୍ୟଟକଙ୍କ ପାଇଁ ଖୋଲୁଛି। ପୁରୀରେ ବନ୍ୟା ସ୍ଥିତି ଗମ୍ଭୀର। ବିପଦ ସଙ୍କେତ ଉପରେ ଦୟା, ଦେବୀ, ଭାର୍ଗବୀ ନଦୀ। ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକ୍ ଓ ବରଗଡ଼ ଜିଲ୍ଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ଆଶଙ୍କା ସୃଷ୍ଟି। ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍ରେ ପାଣି ରଖିବାକୁ ନିର୍ଦ୍ଦେଶ। ଜଳଭଣ୍ଡାର ପରିସରରେ ୧୬୩ ଧାରା। ବନ୍ୟାଜଳରେ ବୁଡ଼ିଲା ଭଦ୍ରକ-ଆରଡି ରାସ୍ତା, ଯୋଗାଯୋଗ ବିଚ୍ଛିନ୍ନ ହେଲା। ସୁରେଶ ପୂଜାରୀଙ୍କ ପରେ ଏବେ ମୁଖ୍ୟମନ୍ତ୍ରୀ ମାଝୀ ବିମାନରେ ବନ୍ୟା ପ୍ରଭାବିତ ଯାଜପୁର, ଭଦ୍ରକ, ବାଲେଶ୍ବର ଓ କେନ୍ଦୁଝରକୁ ଆକାଶରୁ ଦେଖିବେ। କଟକ ସହରର ନଦୀଘାଟ ଓ ବାଲିଯାତ୍ରା ତଳ ପଡ଼ିଆକୁ ସର୍ବ ସାଧାରଣଙ୍କ ପ୍ରବେଶ ନିଷିଦ୍ଧ। ଝାରସୁଗୁଡା ଧୁତରା ରେଳଫାଟକରେ ଟ୍ରେଲର ବ୍ରେକଡାଉନ୍, ଘଣ୍ଟାଏ ଅଟକିଲା ବନ୍ଦେ ଭାରତ ଏକ୍ସପ୍ରେସ। ରାଉରକେଲା ରେଳ ଷ୍ଟେସନରେ ଘୋଷଣାକୁ ନେଇ କାଉଡ଼ିଆଙ୍କ ହଙ୍ଗାମା, ଦେଢ଼ ଘଣ୍ଟା ପରେ ସମାଧାନ। ପୁଣି ରାଜଧାନୀରେ ଗଡ଼ିଲା ମୁଣ୍ଡ। ଗ୍ୟାରେଜ୍ ଛକରେ ପାନ ଦୋକାନୀଙ୍କୁ ହତ୍ୟା କରାଯାଇଥିବା ଖବର ମିଳିଛି। ରାୟଗଡାରେ ବ୍ୟାଗରେ ମହିଳାଙ୍କ ମୃତଦେହ ଘଟଣାରେ ଅଭିଯୁକ୍ତକୁ ବିଶାଖାପାଟଣାରୁ ଗିରଫ କଲା ପୁଲିସ। ନବରଙ୍ଗପୁରରେ କୋଟିଏ ଟଙ୍କାରେ ତିନିଟା ଗୋଶାଳା। କିନ୍ତୁ କାମରେ ଆସୁନି, ରାସ୍ତାରେ ଭର୍ତ୍ତି ଗାଈଗୋରୁ। ମୟୁରଭଞ୍ଜ ବେତନଟୀ ଲ୍ୟାମ୍ପ୍ ରେ ୪୧ଲକ୍ଷ ଟଙ୍କାର ଘୋଟାଲା, ପୂର୍ବ ପରିଚାଳନା ନିର୍ଦ୍ଦେଶକ ଗିରଫ। ଭୁବନେଶ୍ୱର କୁଆଖାଇ ବ୍ରିଜ୍ରୁ ଜଣେ ମହିଳା ନଦୀକୁ ଡେଇଁ ପଡ଼ି ନିଖୋଜ ହୋଇ ଯାଇଛନ୍ତି। ରାୟଗଡା ବିଷମକଟକ ସରକାରୀ ବିଦ୍ୟାଳୟରେ ଛାତ୍ର ଗଣ୍ଡଗୋଳ। ୩ ଆହତ, ୨ ଜଣଙ୍କ ମୁଣ୍ଡ ଫାଟିଲା। 🇳🇪 ଲୋକସଭାରେ ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ସଂଶୋଧନ ବିଲ୍ ପାରିତ ହେଲା। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିିଧି ଯୋଜନା ୨୦୩୦-୩୧ ପର୍ଯ୍ୟନ୍ତ ସମ୍ପ୍ରସାରଣ ହୋଇଛି। ଆସାମ ବନ୍ୟା ମୃତ୍ୟୁସଂଖ୍ୟା ୮୦କୁ ବୃଦ୍ଧି, ଗୁଜରାଟରେ ୧୩ ଜିଲ୍ଲାରେ ରେଡ ଆଲର୍ଟ। ବିଜେପି ନେତାଙ୍କ ଝିଅ ଯଶସ୍ୱିନୀ ରାଜେ ସିଂହ ଶିକ୍ଷା ମାମଲାରେ ସରକାରଙ୍କୁ ସମାଲୋଚନା କଲେ, ଶିକ୍ଷା ମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀଙ୍କ ନିଯୁକ୍ତିକୁ ‘ହାସ୍ୟାସ୍ପଦ’ ବୋଲି କହିଲେ। ଦିଲ୍ଲୀରେ ଆଇବି ଅଫିସର୍ ଅଙ୍କିତ ଶର୍ମା ହତ୍ୟା ମାମଲାରେ ଆପ୍ କର୍ପୋରେଟର ତାହିର ହୁସେନଙ୍କୁ ଆଜୀବନ କାରାଦଣ୍ଡ। ପାକିସ୍ତାନ କୋଇଲା ଖଣିରେ ବିସ୍ଫୋରଣ। ୩୫ ଶ୍ରମିକଙ୍କ ମୃତ୍ୟୁ, ଫସିଛନ୍ତି ୧୦ ଜଣ। 🚴🏾♂️⚽🏏 ‘ହକି ଇଣ୍ଡିଆ’ ସଭାପତି ଦିଲୀପ ତିର୍କି କହିଛନ୍ତି ଯେ ଜର୍ସିର ରଙ୍ଗ ଗେରୁଆ କରିବା ନିଷ୍ପତ୍ତି ତାଙ୍କ ଜ୍ଞାତସାରରେ ହୋଇନାହିଁ। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଜୁଡୋରେ ଅସ୍ମିତା ଓ ହର୍ଷ ସିଂହ ପାଇଲେ ସ୍ବର୍ଣ୍ଣ, ଯାମିନୀ ମୌର୍ଯ୍ୟ ପାଇଲେ ରୌପ୍ୟ। ଜାଭେଲିନରେ ନୀରଜ ଚୋପ୍ରା ରୌପ୍ୟ, ୟଶବୀର ସିଂହ କାଂସ୍ୟ। ଡିସ୍କସ୍ ଥ୍ରୋରେ ଭାରତର ସୀମା କାଲିରାମନା ଜିତିଲେ କାଂସ୍ୟ, ଭାରୋତ୍ତୋଳନରେ ରୌପ୍ୟ ଜିତିଲେ ଲଭ୍ପ୍ରୀତ୍। ଭାରତୀୟ ବାଳକ ଦଳ ଲଗାତାର ଦ୍ବିତୀୟ ଥର ଲାଗି ବିଶ୍ବ ସ୍କ୍ବାସ୍ କନିଷ୍ଠ ପ୍ରତିଯୋଗିତାରେ କାଂସ୍ୟ ପଦକ ପାଇଲେ। ଗତବର୍ଷ ଏଇ ସମୟରେ ସ୍କୁଲ ବ୍ୟାଗ୍ ହାଲୁକା ହେବ, କହିଥିଲେ ସରକାର। ୨୦୧୯ ର ସରକାରୀ ନିର୍ଦ୍ଦେଶ ପାଳିବାର ଥିଲା। ରାଜ୍ୟରେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ୬୫୦୦ କୋଟି ନିବେଶ ହେବାର ଥିଲା। ପୁରୀ ଶରଧାବାଲି ଦଳଚକଟା ଘଟଣାର ତଦନ୍ତ ରିପୋର୍ଟ ଦେଇଥିଲେ ଉନ୍ନୟନ କମିଶନର। ଆଇଏଏସ ଧିମାନ ଚକମା ଜେଲରୁ ବାହାରିଥିଲେ। ଲାଞ୍ଚ ଖାଇବା ଅଭିଯୋଗରେ ଗିରଫ ହୋଇଥିଲେ। ମୋଦିଙ୍କ ୭୫ତମ ଜନ୍ମ ଦିନ ଉପଲକ୍ଷେ ଓଡ଼ିଶାରେ ସରକାର ୭୫ ଲକ୍ଷ ଗଛ ଲଗାଇଥିଲେ। ================ *ଆଜି ସମ୍ବଲପୁରୀ ଦିବସ* ଆଜି ଫୁସଫୁସ କ୍ୟାନସର ଦିବସ ଆଜି www ଦିବସ ଆଜି ଜନ୍ମଦିନ: ମୀନା କୁମାରୀ, ତାପସୀ ପାନ୍ନୁ ଇତିହାସରେ ଆଜି: (୨୦୦୦) ଇରାନରେ ମହିଳା ଇମାମ ପ୍ରଥା ଆରମ୍ଭ, (୧୯୨୦) ବ୍ରିଟିଶ ବିରୁଦ୍ଧରେ ଅସହଯୋଗ ଆନ୍ଦୋଳନ ଆରମ୍ଭ ================= ବନ୍ଦେ ଉତ୍କଳ ଜନନୀ1
- ସମ୍ବଲପୁରୀ ଦିନ ତଥା ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜୟନ୍ତୀ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ମୁଖ୍ୟ ମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ #rishitv #sambalpuri #days #sambalpur #paschimodisha #news #odisha #cm #MohanCharanMajhi #wishes1
- ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହ ଆକାଶମାର୍ଗରୁ ବନ୍ୟାଞ୍ଚଳ ଅନୁଧ୍ୟାନ କରିଛନ୍ତି1
- ବୌଦ୍ଧ ଜିଲ୍ଲାରେ ‘ହର ଘର ତିରଙ୍ଗା-୨୦୨୬’ ଅଭିଯାନ ମହାସମାରୋହରେ ପାଳନ ପାଇଁ ପ୍ରସ୍ତୁତି ବୈଠକ l ବୌଦ୍ଧ:ଆସନ୍ତା ୯ ଅଗଷ୍ଟରୁ ୧୭ ଅଗଷ୍ଟ, ପର୍ଯ୍ୟନ୍ତ ସମଗ୍ର ଦେଶରେ ପାଳନ ହେବାକୁ ଥିବା" ହର ଘର ତିରଙ୍ଗା-୨୦୨୬" ଅଭିଯାନକୁ ବୌଦ୍ଧ ଜିଲ୍ଲାରେ ମହାସମାରୋହରେ ସଫଳ ଭାବେ ପାଳନ କରିବା ନିମନ୍ତେ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଆଜି ସ୍ଥାନୀୟ ସଦ୍ଭାବନା ସଭାଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ କୁଲଦୀପ ମୀନା, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ଜିଲ୍ଲା ମୁଖ୍ୟ ଉନ୍ନୟନଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଉପଜିଲ୍ଲାପାଳ ବିନୟ କୁମାର ଭୋଇ, ବନଖଣ୍ଡ ଅଧିକାରୀ ରାଜେନ୍ଦ୍ର ଗୋଚ୍ଛାୟତ, ଜିଲ୍ଲା ସଂସ୍କୃତି ଅଧିକାରୀ ଅଙ୍କିତା ସାହୁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡାଙ୍କ ସମେତ ସମସ୍ତ ପ୍ରଶାସନିକ ଅଧିକାରୀ , ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ବୈଠକରେ ଜିଲ୍ଲାପାଳ ସମସ୍ତଙ୍କୁ ସ୍ୱାଗତ କରି କହିଥିଲେ ଯେ, ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନ କେବଳ ଏକ ସରକାରୀ କାର୍ଯ୍ୟକ୍ରମ ନୁହେଁ, ବରଂ ଦେଶପ୍ରେମ, ଜାତୀୟ ଏକତା ଓ ସାମୂହିକ ଦାୟିତ୍ୱବୋଧର ପ୍ରତୀକ। ଏହି ଅଭିଯାନରେ ଜିଲ୍ଲାର ପ୍ରତ୍ୟେକ ନାଗରିକଙ୍କ ସକ୍ରିୟ ସହଭାଗିତା ସୁନିଶ୍ଚିତ କରିବାକୁ ସେ ସମସ୍ତ ବିଭାଗକୁ ଆହ୍ୱାନ ଦେଇଥିଲେ।ଅଭିଯାନ ଅବଧିରେ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ, ଦୋକାନ ବଜାର ଏବଂ ଗୃହ ମାନଙ୍କୁ ତ୍ରିରଙ୍ଗା ଆଲୋକ ସଜ୍ଜା ଓ ପତାକାରେ ସୌନ୍ଦର୍ଯ୍ୟକରଣ ମାଧ୍ୟମରେ ସୁସଜ୍ଜିତ କରିବା ପାଇଁ ସମସ୍ତ ଅଧିକାରୀ ଓ ଜନ ସଧାରଣଙ୍କୁ ଅନୁରୋଧ କରାଯିବ । ବିଦ୍ୟାଳୟ, ମହାବିଦ୍ୟାଳୟ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ, ଜନ ଗହଳିପୂର୍ଣ୍ଣ ଛକରେ ଜାତୀୟ ପତାକାର ବିକାଶ ଯାତ୍ରା, ସ୍ୱାଧୀନତା ସଂଗ୍ରାମୀଙ୍କ ଅବଦାନ ସମ୍ବଳିତ ପ୍ରଦର୍ଶନୀ, ସଚେତନତା କାର୍ଯ୍ୟକ୍ରମ ହେବ l ବିଭିନ୍ନ ଦେଶାତ୍ମବୋଧକ ପ୍ରତିଯୋଗିତା ଆୟୋଜନ କରାଯିବ। କାର୍ଯ୍ୟକ୍ରମ ସୂଚୀ ଅନୁଯାୟୀ ଅଗଷ୍ଟ ୧୦ ତାରିଖରେ ବୌଦ୍ଧ ସହରରେ ତିରଙ୍ଗା ମୋଟରସାଇକେଲ ରାଲି, ୧୧ ରେ ସ୍ଥାନୀୟ ମର୍ଜାକୁଦ ଛକରେ ତିରଙ୍ଗା ଆଧାରିତ ରଙ୍ଗୋଲି ପ୍ରଦର୍ଶନୀ ଓ ରଙ୍ଗୋଲି ପ୍ରତିଯୋଗିତା, ୧୨ ରେ ସାଇକେଲ ରାଲି ଏବଂ ୧୪ ରେ ତିରଙ୍ଗା ପଦଯାତ୍ରା ଜିଲ୍ଲା ମୁଖ୍ୟାଳୟରେ ଅନୁଷ୍ଠିତ ହେବ l ଏଭଳି କାର୍ଯ୍ୟକ୍ରମ ସମସ୍ତ ବ୍ଲକରେ ଅନୁଷ୍ଠିତ ହେବ। ଏଥିରେ ଯୁବବର୍ଗ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ସ୍ୱେଚ୍ଛାସେବୀ ସଂଗଠନ, ଛାତ୍ରଛାତ୍ରୀ ଏବଂ ସାଧାରଣ ଜନତା ବହୁ ସଂଖ୍ୟାରେ ଅଂଶଗ୍ରହଣ କରିବେ।ସେହିପରି ୧୫ ଅଗଷ୍ଟ ସ୍ୱାଧୀନତା ଦିବସ ଅବସରରେ ଜିଲ୍ଲା ମୁଖ୍ୟାଳୟରେ ଆୟୋଜିତ ପ୍ୟାରେଡ୍ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି, ନିମନ୍ତ୍ରିତ ଅତିଥି, ପ୍ୟାରେଡ୍ରେ ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀ ଏବଂ ଉପସ୍ଥିତ ଦର୍ଶକମାନେ ସାମୂହିକ ଭାବେ ଜାତୀୟ ସଙ୍ଗୀତ ‘ବନ୍ଦେ ମାତରମ୍’ ଗାନ କରିବେ। ଏହି ଗାନ ସମସ୍ତ ଶିକ୍ଷାନୁଷ୍ଠାନ ଓ ବ୍ଲକ୍ ରେ ମଧ୍ୟ ହେବ l ବୈଠକର ଶେଷରେ ଜିଲ୍ଲାପାଳ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଏହି ଅଭିଯାନର ବ୍ୟାପକ ପ୍ରଚାର-ପ୍ରସାର କରିବା ପାଇଁ ଅନୁରୋଧ କରିଥିଲେ। ସେ କହିଥିଲେ ଯେ, ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନକୁ କେବଳ ସରକାରୀ କାର୍ଯ୍ୟକ୍ରମରେ ସୀମିତ ନ ରଖି,ଏହାକୁ ଜନଆନ୍ଦୋଳନରେ ପରିଣତ କରାଯିବ l ପ୍ରତ୍ୟେକ ଘରେ ଜାତୀୟ ପତାକା ଉଡ଼ାଇ ଦେଶପ୍ରେମର ବାର୍ତ୍ତା ପ୍ରତି ବ୍ୟକ୍ତି ପାଖରେ ପହଞ୍ଚାଇବା ପାଇଁ ସେ ସମସ୍ତ ଜିଲ୍ଲା ବାସୀଙ୍କୁ ଅନୁରୋଧ କରିଛନ୍ତି।2
- ନିର୍ଦ୍ଧାରିତ ସମୟ ପୂର୍ବରୁ ସ୍କୁଲ୍ ଛୁଟିକୁ ନେଇ SMC ସଭାପତି ଓ ଶିକ୍ଷକଙ୍କ ମଧ୍ୟରେ ବାକ୍ ବିତଣ୍ଡା, ବିଦ୍ୟାଳୟ ପରିସରରେ ଉତ୍ତେଜନା1
- Post by Nilakantha Kumar1
- ଭାରତୀୟତାର ଝଲକ ପିଲା ହାତ ଯୋଡ଼ି କ୍ଷମା ମାଗିଲେ ଅଭିଭାବକ କ୍ଷମା କଲେ ପ୍ରଧାନମନ୍ତ୍ରୀଙ୍କୁ ଗାଳି ଗଲେ, ଏବେ ହାତ ଯୋଡ଼ି କ୍ଷମା ମାଗିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କ କ୍ଷମା କରିଦେବା ଅପିଲ୍ ଭିଡିଓ ପରେ ହାତ ଯୋଡ଼ି କ୍ଷମା ମାଗିଲେ ନାବାଳିକା। ଜନ୍ତରମନ୍ତରରେ ସିଜେପିର ବିକ୍ଷୋଭ ବେଳେ ଅପଶବ୍ଦ କହିଥିବା ଛାତ୍ରୀ ହାତ ଯୋଡ଼ି କ୍ଷମା ମାଗିଛନ୍ତି। ମୁଁ ମାତ୍ର ୧୫ ବର୍ଷର ଝିଅ, ଭୁଲରେ ସବୁ କିଛି କହିଛି ବୋଲି ସେ ହାତ ଯୋଡ଼ି, କାନ ଧରି କହିଛନ୍ତି। ଦିଲ୍ଲୀରେ ବିକ୍ଷୋଭ ପ୍ରଦର୍ଶନ ବେଳେ ସଂପୃକ୍ତ ଛାତ୍ରୀ ଜଣକ ପ୍ରଧାନମନ୍ତ୍ରୀ ମୋଦି ଓ ତାଙ୍କ ଦିବଙ୍ଗତ ମାଆଙ୍କ ସମ୍ପର୍କରେ ଅତି ଅଶୋଭନୀୟ, ଅଶ୍ଲୀଳ ମନ୍ତବ୍ୟ ଦେଇଥିଲେ।1