Shuru
Apke Nagar Ki App…
କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚାଷଜମିରେ ସୁନାର ଫସଲ ଭରି ରହିଥିଲେ ମଧ୍ୟ ଚାଷୀମାନଙ୍କ ମୁହଁରେ ହସ ନାହିଁ, ବରଂ କେବଳ ଆଶଙ୍କା ଏବଂ କୋହ ରହିଛି। ମଣ୍ଡି ଖୋଲିବା ସହ ଚାଷୀଙ୍କ ପାଖକୁ ଟୋକନ ଆସିସାରିଛି। ହେଲେ, ଡିଜେଲ କଟକଣା କାରଣରୁ ଚାଷୀମାନେ ନିଜ ଧାନକୁ ମଣ୍ଡିକୁ ଆଣିପାରୁନାହାନ୍ତି। ଫଳରେ, ବିଲରେ ହିଁ ସେମାନଙ୍କ ପରିଶ୍ରମରେ ଉତ୍ପାଦିତ ଧାନ ନଷ୍ଟ ହେବାରେ ଲାଗିଛି, ଯାହା ସେମାନଙ୍କ ଦୁଃଖକୁ ଆହୁରି ବଢ଼ାଇ ଦେଇଛି।
ଲକ୍ଷ୍ମୀ ରଞ୍ଜନ ବାଗ
କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚାଷଜମିରେ ସୁନାର ଫସଲ ଭରି ରହିଥିଲେ ମଧ୍ୟ ଚାଷୀମାନଙ୍କ ମୁହଁରେ ହସ ନାହିଁ, ବରଂ କେବଳ ଆଶଙ୍କା ଏବଂ କୋହ ରହିଛି। ମଣ୍ଡି ଖୋଲିବା ସହ ଚାଷୀଙ୍କ ପାଖକୁ ଟୋକନ ଆସିସାରିଛି। ହେଲେ, ଡିଜେଲ କଟକଣା କାରଣରୁ ଚାଷୀମାନେ ନିଜ ଧାନକୁ ମଣ୍ଡିକୁ ଆଣିପାରୁନାହାନ୍ତି। ଫଳରେ, ବିଲରେ ହିଁ ସେମାନଙ୍କ ପରିଶ୍ରମରେ ଉତ୍ପାଦିତ ଧାନ ନଷ୍ଟ ହେବାରେ ଲାଗିଛି, ଯାହା ସେମାନଙ୍କ ଦୁଃଖକୁ ଆହୁରି ବଢ଼ାଇ ଦେଇଛି।
More news from ଓଡ଼ିଶା and nearby areas
- କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁର ପଞ୍ଚାୟତର ଧଅଁରାଭଟା କଲୋନୀ ପଡ଼ାରେ ଜଳସଙ୍କଟ ଦେଖାଦେଇଛି।1
- ପୁରୀ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗରେ କାର୍ଯ୍ୟରତ ସହକାରୀ ସୂଚନା ଅଧିକାରୀ (ଏଆଇଓ) ରାଜେନ୍ଦ୍ର କୁମାର ପାତ୍ର ତା. ୩୦/୦୫/୨୦୨୬ ରିଖରେ ସରକାରୀ କାର୍ଯ୍ୟରୁ ଅବସର ଗ୍ରହଣ କରିଛନ୍ତି। ଏହି ଅବସରରେ ପୁରୀ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଶ୍ରୀ ପାତ୍ରଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ଶ୍ରୀ ପାତ୍ରଙ୍କୁ ସମ୍ବର୍ଦ୍ଧିତ କରିବା ସହ କହିଥିଲେ ଯେ ସେ ବିଭାଗ ପାଇଁ ଅନେକ କାର୍ଯ୍ୟ କରିଛନ୍ତି। ଶ୍ରୀ ସେଠୀଙ୍କ ଅନୁଯାୟୀ, ସରକାର ଓ ସରକାରୀ ଯୋଜନାର ପ୍ରଚାର ପ୍ରସାର କ୍ଷେତ୍ରରେ ଶ୍ରୀ ପାତ୍ର ବିଭିନ୍ନ ସ୍ଥାନରେ କାର୍ଯ୍ୟକାରୀ କରି ସଫଳ ହୋଇଛନ୍ତି। ନିଜ ପ୍ରତିକ୍ରିୟାରେ ଶ୍ରୀ ପାତ୍ର ପ୍ରକାଶ କରିଥିଲେ ଯେ ସେ ବିଭାଗର କାର୍ଯ୍ୟକୁ ନିଷ୍ଠା ଓ ଆନ୍ତରିକ ଭାବେ କରିଛନ୍ତି ଏବଂ ନିଜ କାର୍ଯ୍ୟରେ ଆତ୍ମତୃପ୍ତି ଲାଭ କରିଛନ୍ତି। ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଉପଖଣ୍ଡ ସୂଚନା ଅଧିକାରୀ ପ୍ରଦୀପ୍ତ ସେନାପତି, ଗ୍ରନ୍ଥାଗାରିକ ମିନତୀ ଦାସ, ନିକ୍ଷେପକ ପ୍ରସନ୍ନ କୁମାର ସାହୁ, ଭଣ୍ଡାର ରକ୍ଷକ ରବୀନ୍ଦ୍ର କୁମାର ଦାସ, ବରିଷ୍ଠ ରାଜସ୍ୱ ସହାୟକ ଜିତେନ୍ଦ୍ର କୁମାର ସ୍ୱାଇଁ, କର୍ମଚାରୀ ସୁବ୍ରତ କୁମାର ସାହୁ, ତ୍ରିନାଥ ପାତ୍ର, ପ୍ରତିମା ମହାନ୍ତି, ଲକ୍ଷ୍ମୀଧର ନାୟକ ଏବଂ ଅବସରପ୍ରାପ୍ତ କର୍ମଚାରୀ ପ୍ରଦୀପ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।1
- ଖଡ଼ିଆଳ ସ୍ଥିତ ଅଗ୍ରସେନ ଭବନ ଠାରେ ଏକ ରାଜ୍ୟସ୍ତରୀୟ ଜ୍ୟୋତିର୍ବିଦ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ ଏବଂ ଏହି ଅବସରରେ ନିଜର ପ୍ରତିକ୍ରିୟା ମଧ୍ୟ ରଖିଥିଲେ।1
- ଓଡ଼ିଶାରେ ଜଣେ ବୃଦ୍ଧା ମହିଳା ନିଜର ଭତ୍ତା ସମସ୍ୟାକୁ ନେଇ ଭାରତୀୟ ଜନତା ପାର୍ଟି (ବିଜେପି) ଉପରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ମଧୁବାବୁ ପେନସନ୍ ଯୋଜନା ସମ୍ବନ୍ଧରେ ତାଙ୍କର ଅସନ୍ତୋଷ ପ୍ରକାଶ କରି ବୃଦ୍ଧା ଜଣକ ବିଜେପିକୁ ସିଧାସଳଖ ଟାର୍ଗେଟ କରିଛନ୍ତି ଏବଂ ଏହି ପ୍ରସଙ୍ଗରେ ସେ ନିଜର ଶକ୍ତ ମତାମତ ଶୁଣାଇଛନ୍ତି।1
- କେନ୍ଦ୍ରାପଡ଼ାରୁ ପ୍ରଶାନ୍ତ କୁମାର ବେହେରାଙ୍କ ସୂଚନା ଅନୁଯାୟୀ, ମହାକାଳପଡ଼ାଠାରେ ଅତନୁ ସବ୍ୟସାଚୀ ନାୟକ ହଜାର ହଜାର ମହିଳାଙ୍କୁ ଏକତ୍ରିତ କରି ଏକ ପ୍ରତିବାଦ ସଭା ଆୟୋଜନ କରିଛନ୍ତି।1
- ଡାବୁଗାଁ ଅଞ୍ଚଳରେ ଅଚିନ୍ହା ଲୋକଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏହି ପରିସ୍ଥିତିକୁ ନେଇ ସାଧାରଣରେ ଚିନ୍ତା ପ୍ରକାଶ ପାଇଛି ଏବଂ ପ୍ରଶାସନ ଏହି ବିଷୟରେ ତୁରନ୍ତ ଦୃଷ୍ଟି ଦେବାକୁ ଦାବି କରାଯାଉଛି।1
- ଏକ ସମୟ ଥିଲା ଯେତେବେଳେ ଅବସର ନେବା ପରେ ମଧ୍ୟ ପେନସନ ରାଶି ପାଇବା ପାଇଁ ବର୍ଷ ବର୍ଷ ଧରି ଧା ଦୌଡ଼ କରିବାକୁ ପଡୁଥିଲା। କିନ୍ତୁ ଏବେ ଏହି ପରିସ୍ଥିତିରେ ପରିବର୍ତ୍ତନ ଆସିଛି, ଯାହା ଅନୁସାରେ ଅବସର ଦିନ ହିଁ ସମସ୍ତ ପୂର୍ଣ୍ଣାଙ୍ଗ ପେନସନ କାଗଜପତ୍ର ପ୍ରଦାନ କରାଯାଉଛି। ଏହିକ୍ରମରେ ଆଜି ଶନିବାର ପୂର୍ବାହ୍ନ ଏଗାରଟା ସମୟରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ଗୋବର୍ଦ୍ଧନପୁର କ୍ଲଷ୍ଟରର ପୋଡ଼ାପଦର ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମଞ୍ଜୁଲତା ଦାସଙ୍କୁ ତାଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସହ ପୂର୍ଣ୍ଣାଙ୍ଗ ପେନସନ କାଗଜପତ୍ର ପ୍ରଦାନ କରାଯାଇଛି। ବିଶ୍ୱନାଥପୁର ବିଇଓ ଅଫିସ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଷିଆ ମେହେର ସଭାପତିତ୍ୱ କରିଥିଲେ। ଏହି ଅବସରରେ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଏବଂ ସମସ୍ତ କ୍ଲଷ୍ଟର ସଂଯୋଜକ ଉପସ୍ଥିତ ରହି ସହଯୋଗ କରିଥିଲେ।1
- କଳାହାଣ୍ଡି ଜିଲ୍ଲାରେ ପ୍ରଚଣ୍ଡ ତାପ ପ୍ରବାହ ଜାରି ରହିଥିବାବେଳେ ଜଳ ସଙ୍କଟ ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି। ଏହି ପରିସ୍ଥିତିରେ 'ବସୁଧା' ଯୋଜନା ଅଧୀନରେ ପିଇବା ପାଣି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲେ ମଧ୍ୟ ଲୋକଙ୍କ ପାଖରେ ପାଣି ପହଞ୍ଚିପାରୁନାହିଁ, ଯାହା ଫଳରେ ଲୋକମାନେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେଉଛନ୍ତି। ଏପରି ଏକ ଘଟଣା ଆଜି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁର ପଞ୍ଚାୟତ ଅନ୍ତର୍ଗତ କଲୋନୀ ଠାରେ ଦେଖିବାକୁ ମିଳିଛି। ଟାଏଁ ଟାଏଁ ଖରାରେ ବିଶ୍ୱନାଥପୁର ଓ ଲାଞ୍ଜିଗଡ଼କୁ ସଂଯୋଗ କରୁଥିବା ରାସ୍ତାକୁ ଅବରୋଧ କରି ମହିଳାମାନେ ସେମାନଙ୍କ ମୌଳିକ ଅଧିକାର – ପିଇବା ପାଣି – ପାଇଁ ସଂଘର୍ଷ କରିଥିଲେ। ଏହି ରାସ୍ତାରୋକ ଆନ୍ଦୋଳନ ସମ୍ପର୍କରେ ଖବର ପାଇ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚିଥିଲେ। ତାଙ୍କ ପ୍ରତିଶ୍ରୁତି ପରେ ଆଜି ଶନିବାର ଅପରାହ୍ନ ତିନିଟା ସମୟରେ ରାସ୍ତାରୋକ ଆନ୍ଦୋଳନ ହଟିଥିଲା। ଗ୍ରାମବାସୀଙ୍କ ପିଇବା ପାଣି ପାଇଁ କରିଥିବା ରାସ୍ତାରୋକ ପ୍ରତିଶ୍ରୁତି ପରେ ଶେଷ ହୋଇଥିବାବେଳେ ଯାତାୟତ ସ୍ୱାଭାବିକ ହୋଇଥିଲା।1