କଳାହାଣ୍ଡି ଜିଲ୍ଲାରେ ପ୍ରଚଣ୍ଡ ତାପ ପ୍ରବାହ ଜାରି ରହିଥିବାବେଳେ ଜଳ ସଙ୍କଟ ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି। ଏହି ପରିସ୍ଥିତିରେ 'ବସୁଧା' ଯୋଜନା ଅଧୀନରେ ପିଇବା ପାଣି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲେ ମଧ୍ୟ ଲୋକଙ୍କ ପାଖରେ ପାଣି ପହଞ୍ଚିପାରୁନାହିଁ, ଯାହା ଫଳରେ ଲୋକମାନେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେଉଛନ୍ତି। ଏପରି ଏକ ଘଟଣା ଆଜି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁର ପଞ୍ଚାୟତ ଅନ୍ତର୍ଗତ କଲୋନୀ ଠାରେ ଦେଖିବାକୁ ମିଳିଛି। ଟାଏଁ ଟାଏଁ ଖରାରେ ବିଶ୍ୱନାଥପୁର ଓ ଲାଞ୍ଜିଗଡ଼କୁ ସଂଯୋଗ କରୁଥିବା ରାସ୍ତାକୁ ଅବରୋଧ କରି ମହିଳାମାନେ ସେମାନଙ୍କ ମୌଳିକ ଅଧିକାର – ପିଇବା ପାଣି – ପାଇଁ ସଂଘର୍ଷ କରିଥିଲେ। ଏହି ରାସ୍ତାରୋକ ଆନ୍ଦୋଳନ ସମ୍ପର୍କରେ ଖବର ପାଇ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚିଥିଲେ। ତାଙ୍କ ପ୍ରତିଶ୍ରୁତି ପରେ ଆଜି ଶନିବାର ଅପରାହ୍ନ ତିନିଟା ସମୟରେ ରାସ୍ତାରୋକ ଆନ୍ଦୋଳନ ହଟିଥିଲା। ଗ୍ରାମବାସୀଙ୍କ ପିଇବା ପାଣି ପାଇଁ କରିଥିବା ରାସ୍ତାରୋକ ପ୍ରତିଶ୍ରୁତି ପରେ ଶେଷ ହୋଇଥିବାବେଳେ ଯାତାୟତ ସ୍ୱାଭାବିକ ହୋଇଥିଲା।

- କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଲାଞ୍ଜିଗଡ଼ ବ୍ଲକର ଭଟାଙ୍ଗପଦର ପଞ୍ଚାୟତ ପଡ଼ିଆ ପରିସରରେ ଶୁକ୍ରବାର ଦିନ ଏକ ପଞ୍ଚାୟତ ସ୍ତରୀୟ କଂଗ୍ରେସ କର୍ମୀ ସମ୍ମିଳନୀ ଆୟୋଜିତ ହୋଇଯାଇଛି।1
- ପିସି କାରବାରକୁ ନେଇ ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି।1
- ଓଡ଼ିଶାରେ ଜଣେ ବୃଦ୍ଧା ମହିଳା ନିଜର ଭତ୍ତା ସମସ୍ୟାକୁ ନେଇ ଭାରତୀୟ ଜନତା ପାର୍ଟି (ବିଜେପି) ଉପରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ମଧୁବାବୁ ପେନସନ୍ ଯୋଜନା ସମ୍ବନ୍ଧରେ ତାଙ୍କର ଅସନ୍ତୋଷ ପ୍ରକାଶ କରି ବୃଦ୍ଧା ଜଣକ ବିଜେପିକୁ ସିଧାସଳଖ ଟାର୍ଗେଟ କରିଛନ୍ତି ଏବଂ ଏହି ପ୍ରସଙ୍ଗରେ ସେ ନିଜର ଶକ୍ତ ମତାମତ ଶୁଣାଇଛନ୍ତି।1
- ଗଜପତି ଜିଲ୍ଲାର ଗୁଣ୍ଡିମା ନିକଟରେ ଦୁଇଟି ପିକାପ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ଏକ ଦୁର୍ଘଟଣା ଘଟିଛି। ଏହି ଧକ୍କା ଏତେ ଶକ୍ତିଶାଳୀ ଥିଲା ଯେ ଦୁଇଟି ପିକାପ ରାସ୍ତାରେ ଓଲଟି ପଡ଼ିଥିଲା। ଏହି ଘଟଣାରେ ଦୁଇଟି ପିକାପର ଚାଳକ ଆହତ ହୋଇଛନ୍ତି। ଦୁର୍ଘଟଣା ଯୋଗୁଁ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇ ରାସ୍ତା ଅବରୋଧ ହୋଇଥିଲା।1
- ଗଜପତି ଜିଲ୍ଲା ଅନ୍ତର୍ଗତ ମୁନିସିଂ କେନ୍ଦ୍ରର ବଡମୁଣ୍ଡିସାହି ଶାଖାରେ ଶ୍ରୀ ଶ୍ରୀ କେଶବ ଚନ୍ଦ୍ରଙ୍କ ବିଶ୍ୱ ଭାତୃତ୍ୱ ବିଦ୍ୟାତ୍ମା ପରିଷଦ ଅଚୁତଗୁପ୍ତ ବ୍ରହ୍ମ ସଂଗ ତରଫରୁ ଏକ କ୍ଷିତି ଜ୍ୟୋତି ଯଜ୍ଞ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିନୋଦନ ବିପିନ ବିହାରୀ ସାମଲଙ୍କ ଦ୍ୱାରା "କଳି ଯୁଗ ରେ ଗୁରୁ ଧାରା ନେବା କାହିଁକି" ଶୀର୍ଷକରେ ଏକ ସୁନ୍ଦର ପ୍ରବଚନ ପରିବେଷଣ କରାଯାଇଥିଲା।1
- ଗଜପତି ଜିଲ୍ଲା ଏକ ଆଦିମ ଅଧୁଷିତ ଜିଲ୍ଲା ଭାବେ ପରିଚିତ। ଏଠାରେ ମନୁଷ୍ୟଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଏବଂ ଯାତାୟାତ ବ୍ୟବସ୍ଥା ଉନ୍ନତ କରିବା ପାଇଁ ସରକାର ଦୁର୍ଗମ ଅଞ୍ଚଳରେ ରାସ୍ତାଘାଟ ନିର୍ମାଣ ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ତେବେ, ଅଭିଯୋଗ ରହିଛି ଯେ, ସରକାରୀ ବାବୁମାନେ କାର୍ଯ୍ୟାଳୟରେ ବସି ନିର୍ଦ୍ଦେଶ ଦେଇ ଟଙ୍କା ମଞ୍ଜୁର କରନ୍ତି, କିନ୍ତୁ ଏହାର ଫାଇଦା ଠିକାଦାରମାନେ ମନମୁଖୀ କାମ କରି ମାଲେମାଲ ହୁଅନ୍ତି। ଏହାର ଏକ ନଗ୍ନ ଚିତ୍ର ହରଭଙ୍ଗୀରୁ ଗୁରୁଝୁଳି ଏବଂ ଗୁରୁଝୁଳିରୁ ବାଲିବନ୍ଧ ରାସ୍ତାରେ ଦେଖିବାକୁ ମିଳିଛି। ସୂଚନାନୁସାରେ, ଏହି ରାସ୍ତାର ମେଟାଲ କାମ ହୋଇ ପ୍ରାୟ ଚାରି ମାସ ବିତିଲାଣି। କିନ୍ତୁ ଠିକାଦାରଙ୍କୁ ବାରମ୍ବାର କହି କହି ଅଞ୍ଚଳବାସୀ ନୟାନ୍ତ ହୋଇସାରିଲେଣି ଏବଂ ସେହି ଠିକାଦାରଙ୍କ ଦେଖା ନାହିଁ। ଫଳରେ ଏହି ରାସ୍ତା କାମ କେବେ ଶେଷ ହେବ, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହାକୁ ନେଇ ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି ଯେ, ଆଗାମୀ ଏକ ମାସ ଭିତରେ ଯଦି ପୁରା ପିଚୁ ରାସ୍ତା ନିର୍ମାଣ କରା ନ ଯାଏ, ତେବେ ସେମାନେ ରାଜରାସ୍ତାକୁ ଓହ୍ଲାଇବେ। ଅନେକ ଅଞ୍ଚଳବାସୀ ଦାବି କରିଛନ୍ତି ଯେ, ପ୍ରଶାସନ ତୁରନ୍ତ ଏହାର ସଠିକ୍ ଯାଞ୍ଚ କରି ରାସ୍ତାଟିକୁ ଶୀଘ୍ର ସମ୍ପୂର୍ଣ୍ଣ କରୁ, ଯାହାଦ୍ୱାରା ଲୋକମାନେ ଯିବାଆସିବାର ସୁଯୋଗ ଉପଭୋଗ କରିପାରିବେ। ବୁଦ୍ଧିଜୀବୀ ମହଲରେ ଏବଂ ଜନତାଙ୍କ ମଧ୍ୟରେ ଆଶା କରାଯାଉଛି ଯେ, ଏହି ଖବର ପ୍ରସାରଣ ପରେ ତୁରନ୍ତ କାମଟି ସମ୍ପୂର୍ଣ୍ଣ ହେବ ଏବଂ ଏକ ଖୁସିର ସଂକେତ ମିଳିବ।1
- ଏକ ସମୟ ଥିଲା ଯେତେବେଳେ ଅବସର ନେବା ପରେ ମଧ୍ୟ ପେନସନ ରାଶି ପାଇବା ପାଇଁ ବର୍ଷ ବର୍ଷ ଧରି ଧା ଦୌଡ଼ କରିବାକୁ ପଡୁଥିଲା। କିନ୍ତୁ ଏବେ ଏହି ପରିସ୍ଥିତିରେ ପରିବର୍ତ୍ତନ ଆସିଛି, ଯାହା ଅନୁସାରେ ଅବସର ଦିନ ହିଁ ସମସ୍ତ ପୂର୍ଣ୍ଣାଙ୍ଗ ପେନସନ କାଗଜପତ୍ର ପ୍ରଦାନ କରାଯାଉଛି। ଏହିକ୍ରମରେ ଆଜି ଶନିବାର ପୂର୍ବାହ୍ନ ଏଗାରଟା ସମୟରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ଗୋବର୍ଦ୍ଧନପୁର କ୍ଲଷ୍ଟରର ପୋଡ଼ାପଦର ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମଞ୍ଜୁଲତା ଦାସଙ୍କୁ ତାଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସହ ପୂର୍ଣ୍ଣାଙ୍ଗ ପେନସନ କାଗଜପତ୍ର ପ୍ରଦାନ କରାଯାଇଛି। ବିଶ୍ୱନାଥପୁର ବିଇଓ ଅଫିସ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଷିଆ ମେହେର ସଭାପତିତ୍ୱ କରିଥିଲେ। ଏହି ଅବସରରେ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଏବଂ ସମସ୍ତ କ୍ଲଷ୍ଟର ସଂଯୋଜକ ଉପସ୍ଥିତ ରହି ସହଯୋଗ କରିଥିଲେ।1
- କଳାହାଣ୍ଡି ଜିଲ୍ଲାରେ ପ୍ରଚଣ୍ଡ ତାପ ପ୍ରବାହ ଜାରି ରହିଥିବାବେଳେ ଜଳ ସଙ୍କଟ ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି। ଏହି ପରିସ୍ଥିତିରେ 'ବସୁଧା' ଯୋଜନା ଅଧୀନରେ ପିଇବା ପାଣି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲେ ମଧ୍ୟ ଲୋକଙ୍କ ପାଖରେ ପାଣି ପହଞ୍ଚିପାରୁନାହିଁ, ଯାହା ଫଳରେ ଲୋକମାନେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେଉଛନ୍ତି। ଏପରି ଏକ ଘଟଣା ଆଜି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁର ପଞ୍ଚାୟତ ଅନ୍ତର୍ଗତ କଲୋନୀ ଠାରେ ଦେଖିବାକୁ ମିଳିଛି। ଟାଏଁ ଟାଏଁ ଖରାରେ ବିଶ୍ୱନାଥପୁର ଓ ଲାଞ୍ଜିଗଡ଼କୁ ସଂଯୋଗ କରୁଥିବା ରାସ୍ତାକୁ ଅବରୋଧ କରି ମହିଳାମାନେ ସେମାନଙ୍କ ମୌଳିକ ଅଧିକାର – ପିଇବା ପାଣି – ପାଇଁ ସଂଘର୍ଷ କରିଥିଲେ। ଏହି ରାସ୍ତାରୋକ ଆନ୍ଦୋଳନ ସମ୍ପର୍କରେ ଖବର ପାଇ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚିଥିଲେ। ତାଙ୍କ ପ୍ରତିଶ୍ରୁତି ପରେ ଆଜି ଶନିବାର ଅପରାହ୍ନ ତିନିଟା ସମୟରେ ରାସ୍ତାରୋକ ଆନ୍ଦୋଳନ ହଟିଥିଲା। ଗ୍ରାମବାସୀଙ୍କ ପିଇବା ପାଣି ପାଇଁ କରିଥିବା ରାସ୍ତାରୋକ ପ୍ରତିଶ୍ରୁତି ପରେ ଶେଷ ହୋଇଥିବାବେଳେ ଯାତାୟତ ସ୍ୱାଭାବିକ ହୋଇଥିଲା।1