Shuru
Apke Nagar Ki App…
ବଙ୍ଗୋମୁଣ୍ଡା ରେ ନାରୀ ସଂଗଠନ ପକ୍ଷରୁ ଅସହାୟ ଓ ଗରିବ ଲୋକ ଙ୍କୁ ଶାଢ଼ୀ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ
HULESWAR HANS YADAV
ବଙ୍ଗୋମୁଣ୍ଡା ରେ ନାରୀ ସଂଗଠନ ପକ୍ଷରୁ ଅସହାୟ ଓ ଗରିବ ଲୋକ ଙ୍କୁ ଶାଢ଼ୀ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ
More news from ଓଡ଼ିଶା and nearby areas
- ବଙ୍ଗୋମୁଣ୍ଡା ରେ ନାରୀ ସଂଗଠନ ପକ୍ଷରୁ ଅସହାୟ ଓ ଗରିବ ଲୋକ ଙ୍କୁ ଶାଢ଼ୀ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ1
- କଣ୍ଟାବାଞ୍ଜି ରେ ଭାଇଚାରାର ବାର୍ତ୍ତା ଦେଲା ଇଦ୍-ଏ-ମିଲାଦ ଶୋଭାଯାତ୍ରା ଇସଲାମ ଧର୍ମର ପ୍ରବକ୍ତା ହଜରତ ମହମ୍ମଦଙ୍କ ଜନ୍ମଦିନ ସ୍ମରଣ ଅବସରରେ ବୁଧବାର କଣ୍ଟାବାଞ୍ଜି ସହରରେ ଇଦ୍-ଏ-ମିଲାଦ ଅର୍ଥାତ୍ ମିଲାଦୁନ ନବୀ ଉତ୍ସବ ପାଳିତ ହୋଇଛି। କଣ୍ଟାବାଞ୍ଜି ୟୁଥ୍ ମୁସଲିମ ସଂଗଠନ ପକ୍ଷରୁ ଏହି ଅବସରରେ ଏକ ବିଶାଳ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । କଣ୍ଟାବାଞ୍ଜି ଆଶ୍ରମ ପଡ଼ାରୁ ଶୋଭାଯାତ୍ରା ବାହାରି ସହରର ବିଭିନ୍ନ ଅଞ୍ଚଳ ପରିକ୍ରମା କରିଥିଲା। ଶୋଭାଯାତ୍ରାରେ ମୁସଲିମ ସମ୍ପ୍ରଦାୟର ବହୁ ସଂଖ୍ୟକ ଲୋକ ସାମିଲ ହୋଇ ଶାନ୍ତି, ସମ୍ପ୍ରୀତି ଓ ଭାଇଚାରାର ବାର୍ତ୍ତା ଦେଇଥିଲେ। ଶୋଭାଯାତ୍ରା ସହରର ବିଭିନ୍ନ ଛକ ଦେଇ ଯାଉଥିବା ସମୟରେ ବିଭିନ୍ନ ହିନ୍ଦୁ ସଂଗଠନର କର୍ମକର୍ତ୍ତା ଓ ସଦସ୍ୟମାନେ ଶୋଭାଯାତ୍ରାକୁ ସ୍ୱାଗତ କରିଥିଲେ। ସେମାନେ ଶୋଭାଯାତ୍ରାରେ ସାମିଲ ଲୋକଙ୍କୁ ଥଣ୍ଡା ପାଣି ଓ ମିଠା ବଣ୍ଟନ କରିଥିଲେ। ଏହି ଦୃଶ୍ୟ କଣ୍ଟାବାଞ୍ଜି ସହରର ହିନ୍ଦୁ-ମୁସଲିମ ଭାଇଚାରା ଓ ସାମ୍ପ୍ରଦାୟିକ ସମ୍ପ୍ରୀତିର ଏକ ସୁନ୍ଦର ଉଦାହରଣ ପାଲଟିଥିଲା। ଉଭୟ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ପରସ୍ପର ସମ୍ମାନ ଓ ସଦ୍ଭାବ ଏହି ଅବସରରେ ସ୍ପଷ୍ଟ ଭାବେ ପ୍ରତିଫଳିତ ହୋଇଥିଲା। ଶାନ୍ତି ଓ ଭାଇଚାରାର ବାର୍ତ୍ତା ନେଇ ପାଳିତ ଏହି ଇଦ୍-ଏ-ମିଲାଦ ଉତ୍ସବ ସହରବାସୀଙ୍କ ମଧ୍ୟରେ ଏକତାର ଭାବନାକୁ ଆହୁରି ମଜବୁତ କରିଥିଲା।1
- ଘଟିପିରି ପ୍ରାଥମିକ କୃଷି ସମବାୟ ସମିତିରେ ଚାଷୀ ପଞ୍ଜିକରଣରେ ଅନିୟମିତତା ଅଭିଯୋଗ। ଘଟିପିରି ପ୍ରାଥମିକ କୃଷି ସମବାୟ ସମିତିରେ ଚାଷୀ ପଞ୍ଜିକରଣରେ ଅନିୟମିତତା ଅଭିଯୋଗ। ତା୨୬-୦୮, ବୁଧବାର,ଘଟିପିରି,ଓଡ଼ାପଡ଼ା,ଢେଙ୍କାନାଳ। ରିପୋର୍ଟ ବିଭୁ ପ୍ରସାଦ ଶତପଥୀ ଢ଼େଙ୍କାନାଳ ଜିଲ୍ଲା ଓଡାପଡ଼ା ବ୍ଲକ ଘଟିପିରି ପ୍ରାଥମିକ କୃଷି ସମବାୟ ସମିତିରେ ଚାଷୀ ପଞ୍ଜିକରଣରେ ଅନିୟମିତତାକୁ ନେଇ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ସୂଚନା ଅନୁଯାୟୀ ଘଟିପିରି ପ୍ରାଥମିକ କୃଷି ସମବାୟ ସମିତିରେ ଘଟିପିରି,ଗୋବିନ୍ଦପ୍ରସାଦ,କଳାଙ୍ଗ ଏବଂ କୋତ୍ତମ ପଞ୍ଚାୟତ ୬୫୦ରୁ ଉର୍ଦ୍ଧ ଚାଷୀ ଧାନ ଦେଇଥାନ୍ତି।ଚଳିତ ବର୍ଷ ସରକାର ଏଗ୍ରୀଷ୍ଟାକ୍ ନିୟମ କୋହଳ କରିବାରେ ୪୦୦ରୁ ଉର୍ଦ୍ଧ୍ବ ଚାଷୀଙ୍କର ପଞ୍ଜିକରଣ କାର୍ଯ୍ୟ ସରିଛି। ଆଉ କିଛି ଚାଷୀଙ୍କର ପଞ୍ଜିକରଣ କରିବାର ସମସ୍ୟା ସୃଷ୍ଟି ହୋଇଥିଲା। ଏହାକୁ ନେଇ ପ୍ରାଥମିକ କୃଷି ସମବାୟ ସମିତିରେ ଚାଷୀ ଏବଂ ସମ୍ପାଦକଙ୍କ ମଧ୍ୟରେ ବଚସା ହୋଇଥିଲା। ଜିଲ୍ଲା ସମବାୟ କାର୍ଯ୍ୟାଳୟ ଏ ସମ୍ପର୍କରେ ଚାଷୀମାନେ ଲିଖିତ ଅଭିଯୋଗ କରିଥିଲେ।ଏହାର ତଦନ୍ତ କରିବା ପାଇଁ ଆଜି ଏସ ଆର ସିଏସ ଏବଂ ବିଭାଗୀୟ ଅଧିକାରୀ ଘଟିପିରି ପ୍ରାଥମିକ କୃଷି ସମବାୟ ସମିତିରେ ପହଞ୍ଚି ଥିଲେ।ସେଠାରେ ସଭାପତି ,ସମ୍ପାଦକ ଓ ଅଭିଯୋଗକାରୀ ଚାଷୀମାନଙ୍କ ସହିତ ଆଲୋଚନା କରାଯାଇଥିଲା। ଅଭିଯୋଗ ଗୁଡ଼ିକର ପୁଙ୍ଖାନୁ ପୁଙ୍ଖ ଭାବରେ ତଦନ୍ତ ପୂର୍ବକ ଏହାକୁ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବେ ବୋଲି ଏସ ଆର ସିଏସ କହି ଥିଲାବେଳେ ତୁରନ୍ତ ତଦନ୍ତ କରି ସମ୍ପାଦକଙ୍କୁ ବହିଷ୍କାର କରାଯିବ ନଚେତ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବେ ବୋଲି ଚାଷୀମାନେ ଚେତାବନୀ ଦେଇଥିଲେ।ଏସମ୍ପର୍କରେ ସଭାପତି ଏବଂ ସମ୍ପାଦକ ସରକାରଙ୍କ ନୀତିନିୟମ ଅନୁଯାୟୀ ପଞ୍ଜିକରଣ କାର୍ଯ୍ୟ ଚାଲୁଥିଲା ବୋଲି ପ୍ରକାଶ କରିଛନ୍ତି ହେଲେ ଏଥି ପ୍ରତି ବିଭାଗ କି ପ୍ରକାର ପଦକ୍ଷେପ ନେଉଛି ତାହା ଆଗାମୀ ଦିନରେ ଦେଖିବାକୁ ବାକି ରହିଲା।1
- ଆଜି ମ ରାମପୁର ଯୁଗ ଯାତ୍ରୀ ସାହିତ୍ୟ ସଂସଦ ପକ୍ଷରୁ କବି ଗଙ୍ଗା ଧର ମେହେର ଙ୍କ ଜୟନ୍ତୀ ଉଦ୍ଘାଟନ ଉତ୍ସବରେ ଯୁଗ ଯାତ୍ରୀ ସାହିତ୍ୟ ସଂସଦ ର ସଭାପତି ପଦ୍ମଲୋଚନ ମିଶ୍ର, ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରଦ କୁମାର ସେଠୀ, ସମ୍ମାନିତ ଅତିଥି ଭାବେ ସହକାରୀ ନିର୍ବାହୀ ଯନ୍ତ୍ରୀ ବଳବିନ୍ଦର ସିଂ ଯାଦବ ଯୋଗ ଦେଇ କବି ମେହେର ଙ୍କ ଜୟନ୍ତୀ ଉପରେ ନିଜ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ସଂଯୋଜନା କରିଥିଲେ ସଂସଦ ର ସମ୍ପାଦକ ହେମନ୍ତ କୁମାର ସାହୁ।1
- 🇹🇯🌹💋🥺😄♥️🌹1
- ମନମୁଣ୍ଡା ଥାନା ପୋଲିସ ପକ୍ଷରୁ ୧ କ୍ୱିଣ୍ଟାଲ ୪୬୦ ଗ୍ରାମ ଗଞ୍ଜେଇ ଜବତ1
- ଭୂଷଲାଡ଼ ଯୁବା ମଞ୍ଚ ପକ୍ଷରୁ ନୂଆଁଖାଇ ଭେଟଘାଟ୍ -୨୦୨୬ ପାଇଁ ପ୍ରସ୍ତୁତି ବୈଠକ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଭୂଷଲାଡ଼ ଯୁବା ମଞ୍ଚ ପକ୍ଷରୁ ଚଳିତ ବର୍ଷ ନୂଆଁଖାଇ ଭେଟଘାଟ୍ ୨୦୨୬ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏଥିରେ କାର୍ଯ୍ୟକାରୀ ସଭାପତି ସଞ୍ଜିତ ସାହୁ ଙ୍କ ସଭାପତିତ୍ୱ ରେ ହୋଇଥିଲା । ଆସନ୍ତା ସେପ୍ଟେମ୍ୱର ୧୭ ତାରିଖ ସନ୍ଧ୍ୟା ୬ ଘଟିକା ରେ ବଡ଼ ଧୂମଧାମ ରେ ପାଳନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏହି ବୈଠକ କୁ ସାଙ୍ଗଠନିକ ସମ୍ପାଦକ ଲୋଚନ ସାହୁ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ମୁଖ୍ୟବକ୍ତା ପଦ୍ମଶ୍ରୀ ହଳଧର ନାଗ ସହ ଅନ୍ୟ ବିଶିଷ୍ଟ ଅତିଥି ମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ଅବସର ରେ "ଉନ୍ଦେର୍" ନାମକ ଏକ ପତ୍ରିକା ମଧ୍ୟ ଅତିଥି ଙ୍କ ଦ୍ଵାରା ଉନ୍ମୋଚିତ ହେବ ବୋଲି ଜଣାପଡିଛି । ସାଂସ୍କୃତିକ ସନ୍ଧ୍ୟା ରେ ବିଶିଷ୍ଟ କଣ୍ଠଶିଳ୍ପୀ ଶର୍ବେଶ୍ୱର୍ ଭୋଇ ଓ ସଙ୍ଗୀତା ରାଉତ୍, ତୋଷରା ସାନବଡ଼ ଘୁଡ଼କା,ଲୋଇସିଂହା ଶଙ୍କର ବେହେରା ଡ୍ୟାନ୍ସ ଗ୍ରୁପ୍ ସହ ଅନ୍ୟ ସାଂସ୍କୃତିକ ଦଳ ଗୁଡିକ ଅଂଶଗ୍ରହଣ କରିବେ ବୋଲି ଜଣାପଡିଛି । ସାଂସ୍କୃତିକ କାର୍ଯ୍ୟକ୍ରମ ରେ ମଞ୍ଚ କମ୍ପି ଉଠିବ ବୋଲି ଆୟୋଜକ ଙ୍କ ପକ୍ଷରୁ ସୂଚନା ମିଳିଛି ।1
- ସାଙ୍ଗ କୁ ଛୁରୀ ମାରି ହତ୍ୟା କରିଦେଲା ସାଙ୍ଗ ତା ସହ ଖେଳରେ ହାରି ଯିବାରୁ ଆକ୍ରୋଶ ରେ ଛୁରି ମାରି ହତ୍ୟା କଲା ସାଙ୍ଗ... ଘଟଣା ରେ ପୋଲିସ ର ଛାନଭିନ ଆରମ୍ଭ... ସ୍ଥାନୀୟ ଅଞ୍ଚଳରେ ଏସକଫ ଓ ନିସା ବଟିକା ପାଇଁ ବାରମ୍ବାର ଏଭଳି ଘଟଣା ଘଟିଥିବା ଅଭିଯୋଗ ନିଶା ଯେ କେତେ କଣ କରିପାରେ। ନିଶା କରିବା ପରେ ଗୋଟିଏ ସ୍କୁଲ ଛାତ୍ର ହତ୍ୟା ପର୍ଯ୍ୟନ୍ତ କରିପାରେ ଏଭଳି ଏକ ଘଟଣା ବଲାଙ୍ଗିର ଜିଲ୍ଲାରେ ଚାଚଲ୍ୟ ଖେଳାଇ ଦେଇଛି। ବଲାଙ୍ଗିର ଜିଲ୍ଲା ଆଗଲପୁର ଥାନା ରୋତ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ତାସ ଖେଳ ରେ ହାରିବା ପରେ ରାଗରେ ଜର୍ଜରିତ ୧୨ ବର୍ଷ ର ସାଙ୍ଗ ତା ସାଙ୍ଗ କୁ କରିଛି ହତ୍ୟା। ଏଥିରେ ସାଙ୍ଗର ମୃତ୍ୟୁ ହୋଇଛି। ସାଙ୍ଗ କୁ ଛୁରୀ ମାରି ହତ୍ୟା କରିଦେଲା ସାଙ୍ଗ ତା ସହ ଖେଳରେ ହାରି ଯିବାରୁ ଆକ୍ରୋଶ ରେ ଛୁରି ମାରି ହତ୍ୟା କଲା ସାଙ୍ଗ... ଘଟଣା ରେ ପୋଲିସ ର ଛାନଭିନ ଆରମ୍ଭ... ସ୍ଥାନୀୟ ଅଞ୍ଚଳରେ ଏସକଫ ଓ ନିସା ବଟିକା ପାଇଁ ବାରମ୍ବାର ଏଭଳି ଘଟଣା ଘଟିଥିବା ଅଭିଯୋଗ ନିଶା ଯେ କେତେ କଣ କରିପାରେ। ନିଶା କରିବା ପରେ ଗୋଟିଏ ସ୍କୁଲ ଛାତ୍ର ହତ୍ୟା ପର୍ଯ୍ୟନ୍ତ କରିପାରେ ଏଭଳି ଏକ ଘଟଣା ବଲାଙ୍ଗିର ଜିଲ୍ଲାରେ ଚାଚଲ୍ୟ ଖେଳାଇ ଦେଇଛି। ବଲାଙ୍ଗିର ଜିଲ୍ଲା ଆଗଲପୁର ଥାନା ରୋତ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ତାସ ଖେଳ ରେ ହାରିବା ପରେ ରାଗରେ ଜର୍ଜରିତ ୧୨ ବର୍ଷ ର ସାଙ୍ଗ ତା ସାଙ୍ଗ କୁ କରିଛି ହତ୍ୟା। ଏଥିରେ ସାଙ୍ଗର ମୃତ୍ୟୁ ହୋଇଛି।1