logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଦେଉଳ ମୁଣ୍ଡାରେ ଭାଗବତ ସପ୍ତାହ ଉଦଯାପିତ : ସହସ୍ରାଧିକ ଭକ୍ତଙ୍କ ସମାଗମ ବୀରମହାରାଜପୁର, ୧୧/୫ : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବାଗବର ପଞ୍ଚାୟତର ଦେଉଳ ମୁଣ୍ଡା ଗ୍ରାମରେ ଦୀର୍ଘ ଶହେ ବର୍ଷରୁ ଅଧିକ ସମୟ ଧରି ଚାଲିଆସୁଥିବା ପାରମ୍ପରିକ ଭାଗବତ ସପ୍ତାହ ପାରାୟଣ ରବିବାର ଉଦଯାପିତ ହୋଇଛି। ଗ୍ରାମର ମାହେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ଗତ ୫ ତାରିଖରୁ ଆରମ୍ଭ ହୋଇଥିବା ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ଅନ୍ତିମ ଦିବସରେ ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା।ସପ୍ତମ ତଥା ଶେଷ ଦିନରେ ଭାଗବତର ଏକାଦଶ ଓ ଦ୍ୱାଦଶ ସ୍କନ୍ଧ ପାଠ କରାଯାଇଥିଲା। ବିଶେଷକରି ଉଦ୍ଧବଙ୍କ ଦ୍ୱାରା ଶ୍ରୀକୃଷ୍ଣଙ୍କ ପାଦୁକାକୁ ମୁଣ୍ଡରେ ବୋହି ପାରାୟଣ ମଣ୍ଡପ ପରିକ୍ରମା କରାଯାଇଥିବା ଦୃଶ୍ୟ ଉପସ୍ଥିତ ଭକ୍ତମାନଙ୍କୁ ଭାବବିହ୍ୱଳ କରିଥିଲା। ଦ୍ୱାଦଶ ସ୍କନ୍ଧର ସୂଚୀ ଅଧ୍ୟାୟ ପାଠ ବେଳେ ଶ୍ରଦ୍ଧାଳୁମାନେ ନିରବତାର ସହ ଶ୍ରବଣ କରିଥିଲେ। ଅନ୍ତିମ ପର୍ଯ୍ୟାୟରେ ବିଦାୟ ଗୀତ ପରିବେଷଣ ସମୟରେ ଅନେକ ଭକ୍ତ ଭାବବିହ୍ୱଳ ହୋଇ ପଡ଼ିଥିଲେ। ପରେ ଘୃତ ଯଜ୍ଞ ଓ ସମୂହ ପ୍ରସାଦ ସେବନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ମହିଳା ଓ ପୁରୁଷଙ୍କ ମିଳିତ ଭାବବିହ୍ୱଳ ନୃତ୍ୟ ଉପସ୍ଥିତ ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରିଥିଲା। ଏବର୍ଷ ଭାଗବତ ପାରାୟଣରେ ବ୍ୟାସ ଗାୟକ ଭାବେ ଓଡ଼ିଶାର ସୁନାମଧନ୍ୟ ଗାୟକ ଡ଼. ମିଲନ ମିଶ୍ର ପୁରାଣ ପାଠ କରିଥିବା ବେଳେ ବାଦ୍ୟଯନ୍ତ୍ରରେ ସ୍ୱେତ କୁମାର ଭୋଇ, ବିକାଶ ପୁରୋହିତ ଓ ସୁଦର୍ଶନ ଭୋଇ ସହଯୋଗ କରିଥିଲେ। କର୍ତ୍ତା ଭାବେ ଗ୍ରାମର ଗୌନ୍ତିଆ ଶୁଭେନ୍ଦୁ ଚାନ୍ଦ ଓ ତାଙ୍କ ଧର୍ମପତ୍ନୀ ଅର୍ପିତା ଚାନ୍ଦ କାର୍ଯ୍ୟନିର୍ବାହ କରୁଥିବା ବେଳେ ପୂଜକ ଭାବେ ପଣ୍ଡିତ ଅର୍ଜୁନ ପଣ୍ଡା ଦାୟିତ୍ୱ ତୁଲାଇଥିଲେ।ଏହି କାର୍ଯ୍ୟକ୍ରମରେ କୃଷ୍ଣଚନ୍ଦ୍ର ପାଢ଼ୀ, ରାମକୃଷ୍ଣ ପଣ୍ଡା, ସତ୍ୟନାରାୟଣ ଚାନ୍ଦ, ଜିତେନ୍ଦ୍ର ଚାନ୍ଦ, ଅକ୍ଷୟ ଚାନ୍ଦ, ପ୍ରାଣବନ୍ଧୁ ଭୋଇ, ଶୁଭ୍ରାଂଶୁ ପାଢ଼ୀ, ରଞ୍ଜିତ ଚାନ୍ଦ, ଓମ ପ୍ରକାଶ ପଣ୍ଡା, ନରେନ୍ଦ୍ର କୁମାର ଚାନ୍ଦ, ଗଙ୍ଗାଧର ନାୟକ, ମନୋରଞ୍ଜନ ଚାନ୍ଦ, ଗୋପବନ୍ଧୁ ଭୋଇ, ପୁରନ୍ଦର ଦେହୁରୀ, ଧିରେନ୍ଦ୍ର କୁମାର ବାଘ, ଧୃବଚରଣ ବାଘ, ଅଜିତ କୁମାର ଚାନ୍ଦ, ରାଧାକାନ୍ତ ପଣ୍ଡା, ସୁଜିତ ଚାନ୍ଦ, ସୋନୁ ଚାନ୍ଦ ଓ ଅଙ୍କିତ ଚାନ୍ଦଙ୍କ ସମେତ ସମସ୍ତ ଗ୍ରାମବାସୀ ସକ୍ରିୟ ସହଯୋଗ କରିଥିଲେ। ପାରାୟଣ ଶେଷରେ ଆୟୋଜିତ ଭଜନ ସନ୍ଧ୍ୟାରେ ସିକୁ ମିଶ୍ର, ମୋନାଲିସା ନନ୍ଦ, ରିତାଞ୍ଜଳି ପ୍ରଧାନ, ପରିମିତା ପଣ୍ଡା ଓ ଅମୃତା ଚାନ୍ଦ ପ୍ରମୁଖ ଭଜନ ପରିବେଷଣ କରିଥିଲେ।

1 hr ago
user_ଯୁଧିଷ୍ଠିର ଖମାରୀ
ଯୁଧିଷ୍ଠିର ଖମାରୀ
ବୀରମହାରାଜପୁର, ସୋନପୁର, ଓଡ଼ିଶା•
1 hr ago
6b49fadd-a418-464d-9f03-9780c9dcdfad

ଦେଉଳ ମୁଣ୍ଡାରେ ଭାଗବତ ସପ୍ତାହ ଉଦଯାପିତ : ସହସ୍ରାଧିକ ଭକ୍ତଙ୍କ ସମାଗମ ବୀରମହାରାଜପୁର, ୧୧/୫ : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବାଗବର ପଞ୍ଚାୟତର ଦେଉଳ ମୁଣ୍ଡା ଗ୍ରାମରେ ଦୀର୍ଘ ଶହେ ବର୍ଷରୁ ଅଧିକ ସମୟ ଧରି ଚାଲିଆସୁଥିବା ପାରମ୍ପରିକ ଭାଗବତ ସପ୍ତାହ ପାରାୟଣ ରବିବାର ଉଦଯାପିତ ହୋଇଛି। ଗ୍ରାମର ମାହେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ଗତ ୫ ତାରିଖରୁ ଆରମ୍ଭ ହୋଇଥିବା ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ଅନ୍ତିମ ଦିବସରେ ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା।ସପ୍ତମ ତଥା ଶେଷ ଦିନରେ ଭାଗବତର ଏକାଦଶ ଓ ଦ୍ୱାଦଶ ସ୍କନ୍ଧ ପାଠ କରାଯାଇଥିଲା। ବିଶେଷକରି ଉଦ୍ଧବଙ୍କ ଦ୍ୱାରା ଶ୍ରୀକୃଷ୍ଣଙ୍କ ପାଦୁକାକୁ ମୁଣ୍ଡରେ ବୋହି ପାରାୟଣ ମଣ୍ଡପ ପରିକ୍ରମା କରାଯାଇଥିବା ଦୃଶ୍ୟ ଉପସ୍ଥିତ ଭକ୍ତମାନଙ୍କୁ ଭାବବିହ୍ୱଳ କରିଥିଲା। ଦ୍ୱାଦଶ

5fbe08bc-9e41-4ccf-ae6e-be97a7b76e79

ସ୍କନ୍ଧର ସୂଚୀ ଅଧ୍ୟାୟ ପାଠ ବେଳେ ଶ୍ରଦ୍ଧାଳୁମାନେ ନିରବତାର ସହ ଶ୍ରବଣ କରିଥିଲେ। ଅନ୍ତିମ ପର୍ଯ୍ୟାୟରେ ବିଦାୟ ଗୀତ ପରିବେଷଣ ସମୟରେ ଅନେକ ଭକ୍ତ ଭାବବିହ୍ୱଳ ହୋଇ ପଡ଼ିଥିଲେ। ପରେ ଘୃତ ଯଜ୍ଞ ଓ ସମୂହ ପ୍ରସାଦ ସେବନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ମହିଳା ଓ ପୁରୁଷଙ୍କ ମିଳିତ ଭାବବିହ୍ୱଳ ନୃତ୍ୟ ଉପସ୍ଥିତ ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରିଥିଲା। ଏବର୍ଷ ଭାଗବତ ପାରାୟଣରେ ବ୍ୟାସ ଗାୟକ ଭାବେ ଓଡ଼ିଶାର ସୁନାମଧନ୍ୟ ଗାୟକ ଡ଼. ମିଲନ ମିଶ୍ର ପୁରାଣ ପାଠ କରିଥିବା ବେଳେ ବାଦ୍ୟଯନ୍ତ୍ରରେ ସ୍ୱେତ କୁମାର ଭୋଇ, ବିକାଶ ପୁରୋହିତ ଓ ସୁଦର୍ଶନ ଭୋଇ ସହଯୋଗ କରିଥିଲେ। କର୍ତ୍ତା ଭାବେ ଗ୍ରାମର ଗୌନ୍ତିଆ ଶୁଭେନ୍ଦୁ ଚାନ୍ଦ ଓ ତାଙ୍କ ଧର୍ମପତ୍ନୀ ଅର୍ପିତା ଚାନ୍ଦ କାର୍ଯ୍ୟନିର୍ବାହ କରୁଥିବା ବେଳେ ପୂଜକ

4ce63d86-c5e9-4b61-9035-44d73a900f0d

ଭାବେ ପଣ୍ଡିତ ଅର୍ଜୁନ ପଣ୍ଡା ଦାୟିତ୍ୱ ତୁଲାଇଥିଲେ।ଏହି କାର୍ଯ୍ୟକ୍ରମରେ କୃଷ୍ଣଚନ୍ଦ୍ର ପାଢ଼ୀ, ରାମକୃଷ୍ଣ ପଣ୍ଡା, ସତ୍ୟନାରାୟଣ ଚାନ୍ଦ, ଜିତେନ୍ଦ୍ର ଚାନ୍ଦ, ଅକ୍ଷୟ ଚାନ୍ଦ, ପ୍ରାଣବନ୍ଧୁ ଭୋଇ, ଶୁଭ୍ରାଂଶୁ ପାଢ଼ୀ, ରଞ୍ଜିତ ଚାନ୍ଦ, ଓମ ପ୍ରକାଶ ପଣ୍ଡା, ନରେନ୍ଦ୍ର କୁମାର ଚାନ୍ଦ, ଗଙ୍ଗାଧର ନାୟକ, ମନୋରଞ୍ଜନ ଚାନ୍ଦ, ଗୋପବନ୍ଧୁ ଭୋଇ, ପୁରନ୍ଦର ଦେହୁରୀ, ଧିରେନ୍ଦ୍ର କୁମାର ବାଘ, ଧୃବଚରଣ ବାଘ, ଅଜିତ କୁମାର ଚାନ୍ଦ, ରାଧାକାନ୍ତ ପଣ୍ଡା, ସୁଜିତ ଚାନ୍ଦ, ସୋନୁ ଚାନ୍ଦ ଓ ଅଙ୍କିତ ଚାନ୍ଦଙ୍କ ସମେତ ସମସ୍ତ ଗ୍ରାମବାସୀ ସକ୍ରିୟ ସହଯୋଗ କରିଥିଲେ। ପାରାୟଣ ଶେଷରେ ଆୟୋଜିତ ଭଜନ ସନ୍ଧ୍ୟାରେ ସିକୁ ମିଶ୍ର, ମୋନାଲିସା ନନ୍ଦ, ରିତାଞ୍ଜଳି ପ୍ରଧାନ, ପରିମିତା ପଣ୍ଡା ଓ ଅମୃତା ଚାନ୍ଦ ପ୍ରମୁଖ ଭଜନ ପରିବେଷଣ କରିଥିଲେ।

More news from ଓଡ଼ିଶା and nearby areas
  • ଶ୍ରୀ ମହାବୀର ପଞ୍ଚାଙ୍ଗ ଅନୁସାରେ ୧୧ ମଇ ସୋମବାର ପାଇଁ ସମସ୍ତ ୧୨ଟି ରାଶିର ଭବିଷ୍ୟତବାଣୀ। ଏହା ଦିନର ଶୁଭ-ଅଶୁଭ ଘଟଣା, ଯୋଗ ଓ ଯାତ୍ରା ଆଦି ବିଷୟରେ ସୂଚନା ଦେଇଥାଏ। ଆପଣଙ୍କ ରାଶି ଅନୁଯାୟୀ ଆପଣଙ୍କ ଦିନ କିପରି ରହିବ, ତାହା ବିସ୍ତୃତ ଭାବେ ଜାଣନ୍ତୁ।
    1
    ଶ୍ରୀ ମହାବୀର ପଞ୍ଚାଙ୍ଗ ଅନୁସାରେ ୧୧ ମଇ ସୋମବାର ପାଇଁ ସମସ୍ତ ୧୨ଟି ରାଶିର ଭବିଷ୍ୟତବାଣୀ। ଏହା ଦିନର ଶୁଭ-ଅଶୁଭ ଘଟଣା, ଯୋଗ ଓ ଯାତ୍ରା ଆଦି ବିଷୟରେ ସୂଚନା ଦେଇଥାଏ। ଆପଣଙ୍କ ରାଶି ଅନୁଯାୟୀ ଆପଣଙ୍କ ଦିନ କିପରି ରହିବ, ତାହା ବିସ୍ତୃତ ଭାବେ ଜାଣନ୍ତୁ।
    user_Binod pandey
    Binod pandey
    Local News Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
    13 hrs ago
  • ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଘମଣ୍ଡିଆପାଲି ଗ୍ରାମରେ ନିଆଁ ଲାଗି ଜଳିଗଲା ପାଲଗଦା l
    1
    ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଘମଣ୍ଡିଆପାଲି ଗ୍ରାମରେ  ନିଆଁ ଲାଗି ଜଳିଗଲା ପାଲଗଦା l
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    2 hrs ago
  • ଗେସ ନେବା ପାଇଁ ଲମ୍ବା ଲାଇନରେ ଲୋକେ l ସୋନପୁର ସହର ପୁଷ୍ପଲତା ଗେସ ଏଜେନ୍ସିରୁ ଗେସ ନେବା ପାଇଁ ପ୍ରଚଣ୍ଡ ଖରାରେ ଲୋକେ ଲମ୍ବା ଲାଇନରେ ଥିବା ଦେଖିବାକୁ ମିଳିଥିଲା
    1
    ଗେସ ନେବା ପାଇଁ ଲମ୍ବା ଲାଇନରେ ଲୋକେ l ସୋନପୁର ସହର ପୁଷ୍ପଲତା ଗେସ ଏଜେନ୍ସିରୁ ଗେସ ନେବା ପାଇଁ ପ୍ରଚଣ୍ଡ ଖରାରେ ଲୋକେ ଲମ୍ବା ଲାଇନରେ ଥିବା ଦେଖିବାକୁ ମିଳିଥିଲା
    user_SONEPUR NEWS
    SONEPUR NEWS
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    5 hrs ago
  • ଆଜି ସନ୍ଧ୍ୟା ୫ଟାରେ ଆସୁଛି ଦେଶ, ବିଦେଶ ଓ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ସମସ୍ତ ତାଜା ଖବର। ଏହି ସମାଚାର ବୁଲେଟିନରେ ଦିନର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଘଟଣା ଓ ଅପଡେଟ୍ ସ୍ଥାନ ପାଇବ।
    1
    ଆଜି ସନ୍ଧ୍ୟା ୫ଟାରେ ଆସୁଛି ଦେଶ, ବିଦେଶ ଓ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ସମସ୍ତ ତାଜା ଖବର। ଏହି ସମାଚାର ବୁଲେଟିନରେ ଦିନର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଘଟଣା ଓ ଅପଡେଟ୍ ସ୍ଥାନ ପାଇବ।
    user_Ajira Samachar
    Ajira Samachar
    Photographer ସୋନପୁର, ସୋନପୁର, ଓଡ଼ିଶା•
    6 hrs ago
  • ସୁବର୍ଣ୍ଣପୁର ଜିଲ୍ଲାର ଫବସି ଗ୍ରାମବାସୀ ଆଶାକର୍ମୀ ନିଯୁକ୍ତି ଦାବିରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଯୁଗ୍ମ ଅଭିଯୋଗ ଶୁଣାଣୀରେ ଅଭିଯୋଗ କରିଥିଲେ ମଧ୍ୟ ସେମାନଙ୍କୁ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ।
    1
    ସୁବର୍ଣ୍ଣପୁର ଜିଲ୍ଲାର ଫବସି ଗ୍ରାମବାସୀ ଆଶାକର୍ମୀ ନିଯୁକ୍ତି ଦାବିରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଯୁଗ୍ମ ଅଭିଯୋଗ ଶୁଣାଣୀରେ ଅଭିଯୋଗ କରିଥିଲେ ମଧ୍ୟ ସେମାନଙ୍କୁ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ।
    user_Ranjan hota
    Ranjan hota
    ସୋନପୁର, ସୋନପୁର, ଓଡ଼ିଶା•
    6 hrs ago
  • ଓଡ଼ିଶାରେ କୋଟି କୋଟି ଟଙ୍କା ମୂଲ୍ୟର ଜମିକୁ ଶାଗ ମାଛ ଦରରେ ହଡ଼ପ କରାଯାଇଥିବା ସାମ୍ନାକୁ ଆସିଛି। ଏହି ବଡ଼ ଜମି ହଡ଼ପ ଘଟଣା ରାଜ୍ୟରେ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି ଏବଂ ଅନେକ ପ୍ରଶ୍ନ ସୃଷ୍ଟି କରିଛି।
    1
    ଓଡ଼ିଶାରେ କୋଟି କୋଟି ଟଙ୍କା ମୂଲ୍ୟର ଜମିକୁ ଶାଗ ମାଛ ଦରରେ ହଡ଼ପ କରାଯାଇଥିବା ସାମ୍ନାକୁ ଆସିଛି। ଏହି ବଡ଼ ଜମି ହଡ଼ପ ଘଟଣା ରାଜ୍ୟରେ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି ଏବଂ ଅନେକ ପ୍ରଶ୍ନ ସୃଷ୍ଟି କରିଛି।
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    10 hrs ago
  • ସୁବର୍ଣ୍ଣପୁର ଜିଲ୍ଲାର ଝିଅ ଡାକ୍ତର ନିବେଦିତା ରଥଙ୍କୁ ଜାତୀୟ ମାନବାଧିକାର ସୁରକ୍ଷା ପରିଷଦ ପକ୍ଷରୁ ସମ୍ମାନଜନକ ଡକ୍ଟରେଟ ଉପାଧିରେ ଭୂଷିତ କରାଯାଇଛି। ୩୦ ବର୍ଷ ବୟସରେ ଶିକ୍ଷା, ମାନବାଧିକାର ଓ ସାମାଜିକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ମିଳିଛି, ଯାହା ଓଡ଼ିଶା ପାଇଁ ଗର୍ବ ଆଣିଛି।
    1
    ସୁବର୍ଣ୍ଣପୁର ଜିଲ୍ଲାର ଝିଅ ଡାକ୍ତର ନିବେଦିତା ରଥଙ୍କୁ ଜାତୀୟ ମାନବାଧିକାର ସୁରକ୍ଷା ପରିଷଦ ପକ୍ଷରୁ ସମ୍ମାନଜନକ ଡକ୍ଟରେଟ ଉପାଧିରେ ଭୂଷିତ କରାଯାଇଛି। ୩୦ ବର୍ଷ ବୟସରେ ଶିକ୍ଷା, ମାନବାଧିକାର ଓ ସାମାଜିକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ମିଳିଛି, ଯାହା ଓଡ଼ିଶା ପାଇଁ ଗର୍ବ ଆଣିଛି।
    user_BAHUJAN ADHIKAR
    BAHUJAN ADHIKAR
    Media house Sonapur, Sonepur•
    11 hrs ago
  • ଓଡ଼ିଶାର ସୁବର୍ଣ୍ଣପୁର ଜିଲ୍ଲାରେ ପୋଲିସ ଏକ ଦାମୀ କାରରୁ ପ୍ରାୟ ୨ କୁଇଣ୍ଟାଲ ୭୨ କେଜି ଗଞ୍ଜେଇ ଜବତ କରିଛି। ଗଞ୍ଜେଇ ଚାଲାଣ କରୁଥିବା ମାଫିଆମାନେ ଗାଡ଼ି ଛାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି।
    1
    ଓଡ଼ିଶାର ସୁବର୍ଣ୍ଣପୁର ଜିଲ୍ଲାରେ ପୋଲିସ ଏକ ଦାମୀ କାରରୁ ପ୍ରାୟ ୨ କୁଇଣ୍ଟାଲ ୭୨ କେଜି ଗଞ୍ଜେଇ ଜବତ କରିଛି। ଗଞ୍ଜେଇ ଚାଲାଣ କରୁଥିବା ମାଫିଆମାନେ ଗାଡ଼ି ଛାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି।
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    6 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.