୭୫- ନବରଙ୍ଗପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନବରଙ୍ଗପୁର ପୌରପାଳିକାର ବିଭିନ୍ନ ନିର୍ବାଚନ ବୁଥ୍ ଅନ୍ତର୍ଗତ ୱାର୍ଡମାନଙ୍କରେ ଆଜିଠାରୁ 'ସ୍ୱତନ୍ତ୍ର ସଘନ ସଂଶୋଧନ' (SIR) କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମ 'SIR ଓଡ଼ିଶା ୨୦୨୬' ପରିପ୍ରେକ୍ଷୀରେ ଅନୁଷ୍ଠିତ ହେଉଛି। ଉପ ଜିଲ୍ଲାପାଳ ତଥା ଇ.ଆର୍.ଓ. ପ୍ରକାଶ କୁମାର ମିଶ୍ର ନିର୍ବାଚନ ବୁଥ୍ ଅଧିକାରୀ (ବି.ଏଲ୍.ଓ.)ମାନଙ୍କ ସହ ଘରକୁ ଘର ବୁଲି ପରିଗଣନା ଫର୍ମ ବଣ୍ଟନ କାର୍ଯ୍ୟର ତଦାରଖ କରିଥିଲେ। ଏହି ତଦାରଖ କାର୍ଯ୍ୟକ୍ରମରେ ପୌରପାଳିକା ନିର୍ବାହୀ ଅଧିକାରୀ ଅଶୋକ କର୍ଣ୍ଣ, ସୁପରଭାଇଜର ସନ୍ତୋଷ ପାତ୍ର ଏବଂ ରାଜେଶ ତ୍ରିପାଠୀ ଉପସ୍ଥିତ ରହି ସହଯୋଗ କରିଥିଲେ। ଅଧିକାରୀମାନେ ବି.ଏଲ୍.ଓ.ମାନଙ୍କୁ ପରିଗଣନା ଫର୍ମ ବଣ୍ଟନ ଏବଂ ଫର୍ମ ପୂରଣ ପରେ ସଂଗ୍ରହ ସହିତ ଭୋଟରମାନଙ୍କୁ ସଠିକ୍ ଓ ନିର୍ଭୁଲ ତଥ୍ୟ ପ୍ରଦାନରେ ସହଯୋଗ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ଭୋଟର ତାଲିକା ଯେପରି ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ ରହିବ, ସେଥିପାଇଁ ବି.ଏଲ୍.ଓ.ମାନଙ୍କୁ ତାଲିମ ମଧ୍ୟ ଦିଆଯାଇଛି। ଏହି ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟ ଆସନ୍ତା ଜୁନ୍ ୨୮ ତାରିଖ ପର୍ଯ୍ୟନ୍ତ ଜାରି ରହିବ।
୭୫- ନବରଙ୍ଗପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନବରଙ୍ଗପୁର ପୌରପାଳିକାର ବିଭିନ୍ନ ନିର୍ବାଚନ ବୁଥ୍ ଅନ୍ତର୍ଗତ ୱାର୍ଡମାନଙ୍କରେ ଆଜିଠାରୁ 'ସ୍ୱତନ୍ତ୍ର ସଘନ ସଂଶୋଧନ' (SIR) କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମ 'SIR ଓଡ଼ିଶା ୨୦୨୬' ପରିପ୍ରେକ୍ଷୀରେ ଅନୁଷ୍ଠିତ ହେଉଛି। ଉପ
ଜିଲ୍ଲାପାଳ ତଥା ଇ.ଆର୍.ଓ. ପ୍ରକାଶ କୁମାର ମିଶ୍ର ନିର୍ବାଚନ ବୁଥ୍ ଅଧିକାରୀ (ବି.ଏଲ୍.ଓ.)ମାନଙ୍କ ସହ ଘରକୁ ଘର ବୁଲି ପରିଗଣନା ଫର୍ମ ବଣ୍ଟନ କାର୍ଯ୍ୟର ତଦାରଖ କରିଥିଲେ। ଏହି ତଦାରଖ କାର୍ଯ୍ୟକ୍ରମରେ ପୌରପାଳିକା ନିର୍ବାହୀ ଅଧିକାରୀ ଅଶୋକ କର୍ଣ୍ଣ,
ସୁପରଭାଇଜର ସନ୍ତୋଷ ପାତ୍ର ଏବଂ ରାଜେଶ ତ୍ରିପାଠୀ ଉପସ୍ଥିତ ରହି ସହଯୋଗ କରିଥିଲେ। ଅଧିକାରୀମାନେ ବି.ଏଲ୍.ଓ.ମାନଙ୍କୁ ପରିଗଣନା ଫର୍ମ ବଣ୍ଟନ ଏବଂ ଫର୍ମ ପୂରଣ ପରେ ସଂଗ୍ରହ ସହିତ ଭୋଟରମାନଙ୍କୁ ସଠିକ୍ ଓ ନିର୍ଭୁଲ ତଥ୍ୟ ପ୍ରଦାନରେ ସହଯୋଗ କରିବା
ଉପରେ ଗୁରୁତ୍ୱ ଦେଇଥିଲେ। ଭୋଟର ତାଲିକା ଯେପରି ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ ରହିବ, ସେଥିପାଇଁ ବି.ଏଲ୍.ଓ.ମାନଙ୍କୁ ତାଲିମ ମଧ୍ୟ ଦିଆଯାଇଛି। ଏହି ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟ ଆସନ୍ତା ଜୁନ୍ ୨୮ ତାରିଖ ପର୍ଯ୍ୟନ୍ତ ଜାରି ରହିବ।
- ନାଲକୋ ଟିଆରଏସରେ ୟୂନାଇଟସ କମ୍ପାନୀ ଅଧୀନରେ କାର୍ଯ୍ୟ କରୁଥିବା ଉଚ୍ଚ କୁଶଳୀ ଠିକା ଶ୍ରମିକ ଜଲଦୀତ ବାଘ, ଆହତ ହେବା ପରେ କମ୍ପାନୀ କର୍ତ୍ତୃପକ୍ଷଙ୍କ ଅବହେଳା ଏବଂ ନାଲକୋ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନନେବା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କମ୍ପାନୀ କର୍ତ୍ତୃପକ୍ଷଙ୍କ ମନୋଭାବ କୁ ନେଇ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଜଲଦୀତ ବାଘଙ୍କ କହିବା ଅନୁସାରେ, ଗତ ମେ ୧୬ ତାରିଖରେ ସେ ଡ୍ୟୁଟିରେ ଥିବା ବେଳେ ଏକ ଗାଡ଼ିରୁ ପଡ଼ି ତାଙ୍କ ଗୋଡ଼ ଭାଙ୍ଗି ଯାଇଥିଲା। ଘଟଣା ପରେ ତାଙ୍କୁ ପ୍ରଥମେ ନାଲକୋ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯାଇଥିଲା ଏବଂ ପରେ କୋରାପୁଟରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା। ସେ ଏହି ବିଷୟରେ ୟୁନାଇଟସର ପ୍ରୋଜେକ୍ଟ ମ୍ୟାନେଜରଙ୍କୁ ଅବଗତ କରିଥିଲେ ମଧ୍ୟ, ୧୫ ଦିନ ବିତି ଯାଇଥିବା ବେଳେ ପ୍ରୋଜେକ୍ଟ ମ୍ୟାନେଜର ତାଙ୍କ ପ୍ରତି ଅଣଦେଖା କରୁଥିବା ଜଲଦୀତ ଅଭିଯୋଗ କରିଛନ୍ତି। ଆହତ ଶ୍ରମିକ ଜଲଦୀତ ବାଘ ଦାବି କରିଛନ୍ତି ଯେ କମ୍ପାନୀ ପକ୍ଷରୁ ତାଙ୍କର ଚିକିତ୍ସା ଖର୍ଚ୍ଚ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଉ।1
- ପିସି କାରବାରକୁ ନେଇ ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି।1
- ରେଡ଼ିଓ ମାଲ୍ୟବନ୍ତ ଗୋଷ୍ଠୀ ବେତାର କେନ୍ଦ୍ର ପକ୍ଷରୁ ଶ୍ରୋତା ବନ୍ଧୁମାନଙ୍କୁ ସ୍ୱାଗତ କରାଯାଇଛି। ସ୍ୱାସ୍ଥ୍ୟ ସୂଚନା ବିଭାଗରେ ବିଶ୍ୱ ତମାଖୁ ବର୍ଜନ ଦିବସ ଅବସରରେ ତମାଖୁ ସେବନର କୁପ୍ରଭାବ ସମ୍ପର୍କରେ ଏକ ବିଶେଷ 'ଖୋଲାକଥା' କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ଆଲୋଚନାରେ ଡାକ୍ତର ଦୁର୍ଗା ପ୍ରସାଦ ରାଜ ଅଂଶଗ୍ରହଣ କରିଥିଲେ।1
- ଖଡ଼ିଆଳ ସ୍ଥିତ ଅଗ୍ରସେନ ଭବନ ଠାରେ ଏକ ରାଜ୍ୟସ୍ତରୀୟ ଜ୍ୟୋତିର୍ବିଦ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ ଏବଂ ଏହି ଅବସରରେ ନିଜର ପ୍ରତିକ୍ରିୟା ମଧ୍ୟ ରଖିଥିଲେ।1
- କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁର ପଞ୍ଚାୟତର ଧଅଁରାଭଟା କଲୋନୀ ପଡ଼ାରେ ଜଳସଙ୍କଟ ଦେଖାଦେଇଛି।1
- ଏକ ସମୟ ଥିଲା ଯେତେବେଳେ ଅବସର ନେବା ପରେ ମଧ୍ୟ ପେନସନ ରାଶି ପାଇବା ପାଇଁ ବର୍ଷ ବର୍ଷ ଧରି ଧା ଦୌଡ଼ କରିବାକୁ ପଡୁଥିଲା। କିନ୍ତୁ ଏବେ ଏହି ପରିସ୍ଥିତିରେ ପରିବର୍ତ୍ତନ ଆସିଛି, ଯାହା ଅନୁସାରେ ଅବସର ଦିନ ହିଁ ସମସ୍ତ ପୂର୍ଣ୍ଣାଙ୍ଗ ପେନସନ କାଗଜପତ୍ର ପ୍ରଦାନ କରାଯାଉଛି। ଏହିକ୍ରମରେ ଆଜି ଶନିବାର ପୂର୍ବାହ୍ନ ଏଗାରଟା ସମୟରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ଗୋବର୍ଦ୍ଧନପୁର କ୍ଲଷ୍ଟରର ପୋଡ଼ାପଦର ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମଞ୍ଜୁଲତା ଦାସଙ୍କୁ ତାଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସହ ପୂର୍ଣ୍ଣାଙ୍ଗ ପେନସନ କାଗଜପତ୍ର ପ୍ରଦାନ କରାଯାଇଛି। ବିଶ୍ୱନାଥପୁର ବିଇଓ ଅଫିସ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଷିଆ ମେହେର ସଭାପତିତ୍ୱ କରିଥିଲେ। ଏହି ଅବସରରେ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଏବଂ ସମସ୍ତ କ୍ଲଷ୍ଟର ସଂଯୋଜକ ଉପସ୍ଥିତ ରହି ସହଯୋଗ କରିଥିଲେ।1
- କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଲାଞ୍ଜିଗଡ଼ ବ୍ଲକର ଭଟାଙ୍ଗପଦର ପଞ୍ଚାୟତ ପଡ଼ିଆ ପରିସରରେ ଶୁକ୍ରବାର ଦିନ ଏକ ପଞ୍ଚାୟତ ସ୍ତରୀୟ କଂଗ୍ରେସ କର୍ମୀ ସମ୍ମିଳନୀ ଆୟୋଜିତ ହୋଇଯାଇଛି।1
- ମାଲକାନଗିରି ସହରର ପୁରୁଣା ମେଡିକାଲ ପଡ଼ିଆ ଏବେ ପାଚିଲା ଆମ୍ବର ମହକରେ ମହକୁଛି, କାରଣ ଜିଲ୍ଲା ପ୍ରଶାସନ ଓ ଓର୍ମାସର ମିଳିତ ଆନୁକୁଲ୍ୟରେ ଆୟୋଜିତ ହୋଇଛି ଏକ ଆମ୍ବ ମେଳା। ଗତ ମେ’ ୩୦ରୁ ଆରମ୍ଭ ହୋଇଥିବା ଏହି ମେଳା ଜୁନ୍ ୫ ତାରିଖ ପର୍ଯ୍ୟନ୍ତ ଚାଲିବ, ଯାହା କେବଳ ସୁଆଦିଆ ଆମ୍ବ ବିକ୍ରିର ମାଧ୍ୟମ ନୁହେଁ, ବରଂ ମାଲକାନଗିରିର ଆଦିବାସୀ ଚାଷୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (SHG)ଙ୍କ ସଫଳତାର ଏକ ଜୀବନ୍ତ ଉଦାହରଣ ପାଲଟିଛି। ମେଳାକୁ ଉଦଘାଟନ କରି ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ବେଦବର ପ୍ରଧାନ କହିଛନ୍ତି ଯେ, ଜିଲ୍ଲାର ପ୍ରାକୃତିକ ପରିବେଶରେ ଉତ୍ପନ୍ନ ଆମ୍ବର ବହୁତ ଚାହିଦା ରହିଛି ଏବଂ ଏହି ମେଳା ମାଧ୍ୟମରେ ସ୍ଥାନୀୟ ଚାଷୀଙ୍କୁ ସେମାନଙ୍କ ଉତ୍ପାଦିତ ସାମଗ୍ରୀର ସଠିକ୍ ମୂଲ୍ୟ ଦେବା ସହ ସେମାନଙ୍କୁ ସିଧାସଳଖ ବଜାର ସହ ଯୋଡ଼ିବାକୁ ଚେଷ୍ଟା କରାଯାଉଛି। ଏହା ଦ୍ୱାରା ଜିଲ୍ଲାର ଆର୍ଥିକ ବିକାଶ ଆହୁରି ମଜବୁତ ହେବ। ସେହିପରି, ଜିଲ୍ଲା ପରିଷଦର ମୁଖ୍ୟ ନିର୍ବାହୀ ଅଧିକାରୀ ଦାଶରଥି ସରାବୁ ଏହି ପ୍ରୟାସକୁ ପ୍ରଶଂସା କରି ଏହାକୁ ଗ୍ରାମୀଣ ମହିଳା ଓ ଚାଷୀଙ୍କ ପରିଶ୍ରମର ଏକ ସୁନ୍ଦର ପ୍ରଦର୍ଶନୀ ବୋଲି ବର୍ଣ୍ଣନା କରିଛନ୍ତି। ବୈଜ୍ଞାନିକ ପ୍ରଣାଳୀରେ ଆମ୍ବକୁ ସୁରକ୍ଷିତ ଭାବେ ପଚାଇ ଗ୍ରାହକଙ୍କୁ ବିଶୁଦ୍ଧ ଫଳ ଯୋଗାଇବା ଦିଗରେ ଓର୍ମାସ୍ ଏବଂ ଚାଷୀଙ୍କ କାର୍ଯ୍ୟକୁ ସେ ପ୍ରଶଂସା କରିଛନ୍ତି। ଏହି ମେଳାର ପ୍ରକୃତ କାର୍ଯ୍ୟକାରୀ ଶକ୍ତି ହେଉଛନ୍ତି ଓର୍ମାସ୍ ଦ୍ୱାରା ଗଠିତ ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ 'ମଲ୍ଲୀକେଶ୍ଵର' ଓ 'ଗ୍ରାମଦେବୀ' କୃଷକ ଉତ୍ପାଦକ ସଂଗଠନ (FPO)। FPO ସଦସ୍ୟମାନେ ସିଧାସଳଖ ନିଜ ବଗିଚାରୁ ଆମ୍ରପାଲୀ, ବାଇଗଣପାଲୀ, ଟୋଟାପୁରୀ, ଜାମକୋଳି, ଦାଶରୀ ଓ ମଲ୍ଲିକା ଭଳି ବିଭିନ୍ନ କିସମର ଦେଶୀ ଆମ୍ବ ସଂଗ୍ରହ କରି ମେଳାକୁ ଆଣିଛନ୍ତି, ଯାହା ଦ୍ୱାରା ମଧ୍ୟବର୍ତ୍ତୀ ଗ୍ରାହକ କିମ୍ବା ଦଲାଲଙ୍କ ଶୋଷଣରୁ ଚାଷୀମାନେ ରକ୍ଷା ପାଇଛନ୍ତି। କେବଳ କଞ୍ଚା କିମ୍ବା ପାଚିଲା ଆମ୍ବ ନୁହେଁ, SHGର ମହିଳାମାନେ ଆମ୍ବରୁ ପ୍ରସ୍ତୁତ ଖଟାମିଠା ଆମ୍ବ ପଣା ଏବଂ ମ୍ୟାଙ୍ଗୋ ସେକ୍ ମଧ୍ୟ ପରଷୁଛନ୍ତି, ଯାହା ମହିଳାମାନଙ୍କ ପାଇଁ ଏକ ବଡ଼ ସ୍ୱାବଲମ୍ବନ ଓ ରୋଜଗାରର ପନ୍ଥା ସାଜିଛି। ଓର୍ମାସର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ସ୍ୱସ୍ତିକା ପ୍ରଧାନଙ୍କ ପ୍ରତ୍ୟକ୍ଷ ତଦାରଖରେ ଏହି ସମଗ୍ର ମେଳା ପରିଚାଳିତ ହେଉଛି। ତାଙ୍କ ସହ ବ୍ୟବସାୟ ପରିଚାଳକ ଜିତେନ୍ଦ୍ର କୁମାର ପାତ୍ର, ଅମିତ କୁମାର, FPO ସଂଯୋଜିକା ମମତା ମହାପାତ୍ର ଓ ଶ୍ୟାମ ମୁଦୁଲି ପ୍ରମୁଖ ସହଯୋଗ କରୁଛନ୍ତି। ଜିଲ୍ଲା ପରିଷଦର ଅଧିକାରୀ ବାଲାଜୀ ପଟ୍ଟନାୟକ, ମାନସ ମିଶ୍ର, ହିମାଂଶୁ ମହାରଣା ଓ ହର୍ଷାନନ୍ଦ ପ୍ରଧାନ ମଧ୍ୟ ମେଳାକୁ ସଫଳ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ମାଲକାନଗିରିବାସୀଙ୍କୁ ଏହି ବିଶୁଦ୍ଧ ଓ କେମିକାଲ୍ ମୁକ୍ତ ସ୍ୱାଦିଷ୍ଟ ଆମ୍ବର ଆନନ୍ଦ ନେବା ସହ ସ୍ଥାନୀୟ ମହିଳା ଓ ଚାଷୀ ଭାଇମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।1
- କଳାହାଣ୍ଡି ଜିଲ୍ଲାରେ ପ୍ରଚଣ୍ଡ ତାପ ପ୍ରବାହ ଜାରି ରହିଥିବାବେଳେ ଜଳ ସଙ୍କଟ ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି। ଏହି ପରିସ୍ଥିତିରେ 'ବସୁଧା' ଯୋଜନା ଅଧୀନରେ ପିଇବା ପାଣି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲେ ମଧ୍ୟ ଲୋକଙ୍କ ପାଖରେ ପାଣି ପହଞ୍ଚିପାରୁନାହିଁ, ଯାହା ଫଳରେ ଲୋକମାନେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେଉଛନ୍ତି। ଏପରି ଏକ ଘଟଣା ଆଜି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁର ପଞ୍ଚାୟତ ଅନ୍ତର୍ଗତ କଲୋନୀ ଠାରେ ଦେଖିବାକୁ ମିଳିଛି। ଟାଏଁ ଟାଏଁ ଖରାରେ ବିଶ୍ୱନାଥପୁର ଓ ଲାଞ୍ଜିଗଡ଼କୁ ସଂଯୋଗ କରୁଥିବା ରାସ୍ତାକୁ ଅବରୋଧ କରି ମହିଳାମାନେ ସେମାନଙ୍କ ମୌଳିକ ଅଧିକାର – ପିଇବା ପାଣି – ପାଇଁ ସଂଘର୍ଷ କରିଥିଲେ। ଏହି ରାସ୍ତାରୋକ ଆନ୍ଦୋଳନ ସମ୍ପର୍କରେ ଖବର ପାଇ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚିଥିଲେ। ତାଙ୍କ ପ୍ରତିଶ୍ରୁତି ପରେ ଆଜି ଶନିବାର ଅପରାହ୍ନ ତିନିଟା ସମୟରେ ରାସ୍ତାରୋକ ଆନ୍ଦୋଳନ ହଟିଥିଲା। ଗ୍ରାମବାସୀଙ୍କ ପିଇବା ପାଣି ପାଇଁ କରିଥିବା ରାସ୍ତାରୋକ ପ୍ରତିଶ୍ରୁତି ପରେ ଶେଷ ହୋଇଥିବାବେଳେ ଯାତାୟତ ସ୍ୱାଭାବିକ ହୋଇଥିଲା।1