logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବେଦ ସ୍ୱାଧ୍ୟାୟ ସତ୍ର,ସ୍ବାମୀ ସୁଧାନନ୍ଦ ସରସ୍ଵତୀଙ୍କ ପ୍ରବଚନ।,,,,,,,,,,,, ବେଦ ସ୍ୱାଧ୍ୟାୟ ସତ୍ର,ସ୍ବାମୀ ସୁଧାନନ୍ଦ ସରସ୍ଵତୀଙ୍କ ପ୍ରବଚନ। ବରଗଡ଼ ତା:୨୭.୦୮.୨୦୨୬ ବରଗଡ଼ ବେଦ ପ୍ରଚାର ସମିତି ପକ୍ଷରୁ ‌ଶ୍ରାବଣ ପୁର୍ଣ୍ଣିମା ୨୭.୦୮.୨୦୨୬ ଠାରୁ ଭାଦ୍ରବ କୃଷ୍ଣ ଅଷ୍ଟମୀ ୦୪.୦୯.୨୦୨୬ ପର୍ଯ୍ୟନ୍ତ "ବେଦ ସ୍ୱାଧ୍ୟାୟ ସତ୍ର" ପାଳନ ଉପଲକ୍ଷେ ପ୍ରତ୍ୟହ ଭିନ୍ନ ଭିନ୍ନ ସ୍ଥାନରେ ଯଜ୍ଞ ଓ ସତସଙ୍ଗ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ଆସନ୍ତା ସେପ୍ଟେମ୍ବର ୦୨ ଓ ୦୩ ତାରିଖ ଦୁଇ ଦିନ ଧରି ସ୍ଥାନୀୟ ସ୍ବୟଂସିଦ୍ଧା ଭବନରେ ସଂଧ୍ୟା ୬ ଘଣ୍ଟା ୪୫ ମିନିଟ ରୁ ରାତ୍ର ୮ ଘଣ୍ଟା ପର୍ଯ୍ୟନ୍ତ ପୂଜ୍ୟ ସ୍ବାମୀ ସୁଧାନନ୍ଦ ସରସ୍ବତୀଙ୍କ ଶ୍ରୀ ମୁଖରୁ ପ୍ରବଚନ ଶୁଣିବା ପାଇଁ ବରିଷ୍ଠ ସଦସ୍ୟ ଶ୍ରୀ ବିଷ୍ଣୁ ଚରଣ ଦାଶ ଅନୁରୋଧ କରିଛନ୍ତି ।

1 hr ago
user_Santosh Nayak PRESS
Santosh Nayak PRESS
Local News Reporter Balangir, Odisha•
1 hr ago
6caf7f5c-e9dc-4a26-91b6-511ddacf4508

ବେଦ ସ୍ୱାଧ୍ୟାୟ ସତ୍ର,ସ୍ବାମୀ ସୁଧାନନ୍ଦ ସରସ୍ଵତୀଙ୍କ ପ୍ରବଚନ।,,,,,,,,,,,, ବେଦ ସ୍ୱାଧ୍ୟାୟ ସତ୍ର,ସ୍ବାମୀ ସୁଧାନନ୍ଦ ସରସ୍ଵତୀଙ୍କ ପ୍ରବଚନ। ବରଗଡ଼ ତା:୨୭.୦୮.୨୦୨୬ ବରଗଡ଼ ବେଦ ପ୍ରଚାର ସମିତି ପକ୍ଷରୁ ‌ଶ୍ରାବଣ ପୁର୍ଣ୍ଣିମା ୨୭.୦୮.୨୦୨୬ ଠାରୁ ଭାଦ୍ରବ କୃଷ୍ଣ ଅଷ୍ଟମୀ ୦୪.୦୯.୨୦୨୬ ପର୍ଯ୍ୟନ୍ତ "ବେଦ ସ୍ୱାଧ୍ୟାୟ ସତ୍ର" ପାଳନ ଉପଲକ୍ଷେ ପ୍ରତ୍ୟହ ଭିନ୍ନ ଭିନ୍ନ ସ୍ଥାନରେ ଯଜ୍ଞ ଓ ସତସଙ୍ଗ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ଆସନ୍ତା ସେପ୍ଟେମ୍ବର ୦୨ ଓ ୦୩ ତାରିଖ ଦୁଇ ଦିନ ଧରି ସ୍ଥାନୀୟ ସ୍ବୟଂସିଦ୍ଧା ଭବନରେ ସଂଧ୍ୟା ୬ ଘଣ୍ଟା ୪୫ ମିନିଟ ରୁ ରାତ୍ର ୮ ଘଣ୍ଟା ପର୍ଯ୍ୟନ୍ତ ପୂଜ୍ୟ ସ୍ବାମୀ ସୁଧାନନ୍ଦ ସରସ୍ବତୀଙ୍କ ଶ୍ରୀ ମୁଖରୁ ପ୍ରବଚନ ଶୁଣିବା ପାଇଁ ବରିଷ୍ଠ ସଦସ୍ୟ ଶ୍ରୀ ବିଷ୍ଣୁ ଚରଣ ଦାଶ ଅନୁରୋଧ କରିଛନ୍ତି ।

More news from ଓଡ଼ିଶା and nearby areas
  • ମନମୁଣ୍ଡା ଥାନା ପରିସରରେ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନାରେ ଆଜି ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି | ଥାନାର କର୍ମଚାରୀ ମାନଙ୍କୁ ରାକ୍ଷୀ ପିନ୍ଧାଇ ଭାଇ ଭଉଣୀର ପବିତ୍ର ସମ୍ପର୍କକୁ ମନେ ପକାଇଥିଲେ |
    3
    ମନମୁଣ୍ଡା ଥାନା ପରିସରରେ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ 
ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନାରେ ଆଜି ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି | ଥାନାର କର୍ମଚାରୀ ମାନଙ୍କୁ ରାକ୍ଷୀ ପିନ୍ଧାଇ ଭାଇ ଭଉଣୀର ପବିତ୍ର ସମ୍ପର୍କକୁ ମନେ ପକାଇଥିଲେ |
    user_Hrudananda Meher
    Hrudananda Meher
    କଣ୍ଟାମାଳ, ବୌଦ୍ଧ, ଓଡ଼ିଶା•
    7 hrs ago
  • ସ୍ନେହ, ପ୍ରେମ ଓ ପବିତ୍ରତାର ପ୍ରତୀକ "ରକ୍ଷା ବନ୍ଧନ" ଉତ୍ସବ ଖୁଣ୍ଟିଗୋରା ପଞ୍ଚାୟତ ଅନ୍ତର୍ଗତ ମସିଣାଗୋରା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ଅତ୍ୟନ୍ତ ଉତ୍ସାହ ଓ ଆନନ୍ଦ ଉଲ୍ଲାସର ସହିତ ପାଳିତ ସ୍ନେହ, ପ୍ରେମ ଓ ପବିତ୍ରତାର ପ୍ରତୀକ "ରକ୍ଷା ବନ୍ଧନ" ଉତ୍ସବ ବୌଦ୍ଧ:ବୌଦ୍ଧ ଜ଼ିଲ୍ଲା କଣ୍ଟାମାଲ ବ୍ଲକ ଖୁଣ୍ଟିଗୋରା ପଞ୍ଚାୟତ ଅନ୍ତର୍ଗତ ମସିଣାଗୋରା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ଅତ୍ୟନ୍ତ ଉତ୍ସାହ ଓ ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଯାଇଛି । ​ଏହି ପବିତ୍ର ଅବସରରେ ବିଦ୍ୟାଳୟର ଛୋଟ ଛୋଟ ଭଉଣୀମାନେ ଭାଇମାନଙ୍କ ହାତରେ ସ୍ନେହର ରାକ୍ଷୀ ବାନ୍ଧି ସେମାନଙ୍କର ଉତ୍ତମ ସ୍ୱାସ୍ଥ୍ୟ, ଦୀର୍ଘାୟୁ ଓ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଏଥିସହ ଭାଇମାନେ ମଧ୍ୟ ସର୍ବଦା ଭଉଣୀମାନଙ୍କ ସୁରକ୍ଷା ଓ ସମ୍ମାନ ରକ୍ଷା କରିବା ପାଇଁ ସଂକଳ୍ପ ନେଇଥିଲେ । ସେହିପରି ସ୍ୱାସ୍ଥ୍ୟକେନ୍ଦ୍ର କର୍ମଚାରୀ, ରୋଗୀ, ବଜାର ଛକ ଏବଂ ରାସ୍ତାରେ ଯାଉଥିବା ସମସ୍ତଙ୍କୁ ଭାଇ ଭଉଣୀମାନେ ରକ୍ଷା ବନ୍ଧନ କରିଥିଲେ । ​ଭାରତୀୟ ସଂସ୍କୃତି, ସଂସ୍କାର ଓ ଭାଇ-ଭଉଣୀଙ୍କ ପବିତ୍ର ସମ୍ପର୍କର ଏହି ମହାନ ପର୍ବରେ ବିଦ୍ୟାଳୟର ସମସ୍ତ ଗୁରୁଜୀ, ଗୁରୁମା ଏବଂ କର୍ମଚାରୀ ଉପସ୍ଥିତ ରହି ଶିଶୁମାନଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ । ​
    1
    ସ୍ନେହ, ପ୍ରେମ ଓ ପବିତ୍ରତାର ପ୍ରତୀକ "ରକ୍ଷା ବନ୍ଧନ" ଉତ୍ସବ 
ଖୁଣ୍ଟିଗୋରା ପଞ୍ଚାୟତ ଅନ୍ତର୍ଗତ ମସିଣାଗୋରା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ଅତ୍ୟନ୍ତ ଉତ୍ସାହ ଓ ଆନନ୍ଦ ଉଲ୍ଲାସର ସହିତ ପାଳିତ
ସ୍ନେହ, ପ୍ରେମ ଓ ପବିତ୍ରତାର ପ୍ରତୀକ "ରକ୍ଷା ବନ୍ଧନ" ଉତ୍ସବ 
ବୌଦ୍ଧ:ବୌଦ୍ଧ ଜ଼ିଲ୍ଲା କଣ୍ଟାମାଲ ବ୍ଲକ ଖୁଣ୍ଟିଗୋରା ପଞ୍ଚାୟତ ଅନ୍ତର୍ଗତ ମସିଣାଗୋରା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ଅତ୍ୟନ୍ତ ଉତ୍ସାହ ଓ ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଯାଇଛି । ​ଏହି ପବିତ୍ର ଅବସରରେ ବିଦ୍ୟାଳୟର ଛୋଟ ଛୋଟ ଭଉଣୀମାନେ ଭାଇମାନଙ୍କ ହାତରେ ସ୍ନେହର ରାକ୍ଷୀ ବାନ୍ଧି ସେମାନଙ୍କର ଉତ୍ତମ ସ୍ୱାସ୍ଥ୍ୟ, ଦୀର୍ଘାୟୁ ଓ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଏଥିସହ ଭାଇମାନେ ମଧ୍ୟ ସର୍ବଦା ଭଉଣୀମାନଙ୍କ ସୁରକ୍ଷା ଓ ସମ୍ମାନ ରକ୍ଷା କରିବା ପାଇଁ ସଂକଳ୍ପ ନେଇଥିଲେ । ସେହିପରି ସ୍ୱାସ୍ଥ୍ୟକେନ୍ଦ୍ର କର୍ମଚାରୀ, ରୋଗୀ, ବଜାର ଛକ ଏବଂ ରାସ୍ତାରେ ଯାଉଥିବା ସମସ୍ତଙ୍କୁ ଭାଇ ଭଉଣୀମାନେ ରକ୍ଷା ବନ୍ଧନ କରିଥିଲେ । ​ଭାରତୀୟ ସଂସ୍କୃତି, ସଂସ୍କାର ଓ ଭାଇ-ଭଉଣୀଙ୍କ ପବିତ୍ର ସମ୍ପର୍କର ଏହି ମହାନ ପର୍ବରେ ବିଦ୍ୟାଳୟର ସମସ୍ତ ଗୁରୁଜୀ, ଗୁରୁମା ଏବଂ କର୍ମଚାରୀ ଉପସ୍ଥିତ ରହି ଶିଶୁମାନଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ ।
​
    user_Basudev Sandha
    Basudev Sandha
    Sportswear Shop କଣ୍ଟାମାଳ, ବୌଦ୍ଧ, ଓଡ଼ିଶା•
    8 hrs ago
  • ଏ ହେଉଛି କଣ୍ଟାମାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବିକଳ ଚିତ୍ର । ରୋଗୀଙ୍କୁ ଖାଲି ବେଡରେ ଚିକିତ୍ସା, ଚଦର ଗଲା କୁଆଡ଼େ?
    1
    ଏ ହେଉଛି କଣ୍ଟାମାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବିକଳ ଚିତ୍ର । ରୋଗୀଙ୍କୁ ଖାଲି ବେଡରେ ଚିକିତ୍ସା, ଚଦର ଗଲା କୁଆଡ଼େ?
    user_Prabhat Sahu
    Prabhat Sahu
    Local News Reporter କଣ୍ଟାମାଳ, ବୌଦ୍ଧ, ଓଡ଼ିଶା•
    12 hrs ago
  • 🙂🥺🥺🙄🙄😄🤭
    1
    🙂🥺🥺🙄🙄😄🤭
    user_Bighne Rana
    Bighne Rana
    Dancer ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    12 hrs ago
  • ବୌଦ୍ଧ ଜିଲ୍ଲା ବାଉଁଶୁଣୀ ବୈଦିଆପଡା ଠାରେ ଗହ୍ମା ଡିଆଁ ପରମ୍ପରା ପାଳିତ ।
    1
    ବୌଦ୍ଧ ଜିଲ୍ଲା ବାଉଁଶୁଣୀ ବୈଦିଆପଡା ଠାରେ ଗହ୍ମା ଡିଆଁ ପରମ୍ପରା ପାଳିତ ।
    user_DEBASISH NEPAK
    DEBASISH NEPAK
    Social worker ବାଉଁସୁଣି, ବୌଦ୍ଧ, ଓଡ଼ିଶା•
    8 hrs ago
  • କଣ୍ଟାବାଞ୍ଜି ପୋଲିସ ଓ ଡାକ୍ତର ର ପରିଚୟ ଦେଇ ସ୍ବାମୀ ସ୍ତ୍ରୀ ଙ୍କ ଠାରୁ ୮୭ ହଜାର ଟଙ୍କା ଲୁଟି ନେଲେ ସାଇବର ଲୁଟେରା
    1
    କଣ୍ଟାବାଞ୍ଜି ପୋଲିସ ଓ ଡାକ୍ତର ର ପରିଚୟ ଦେଇ ସ୍ବାମୀ ସ୍ତ୍ରୀ ଙ୍କ ଠାରୁ ୮୭ ହଜାର ଟଙ୍କା ଲୁଟି ନେଲେ ସାଇବର ଲୁଟେରା
    user_HULESWAR HANS YADAV
    HULESWAR HANS YADAV
    Local News Reporter କଣ୍ଟାବାଞ୍ଜି, ବଲାଙ୍ଗୀର, ଓଡ଼ିଶା•
    12 hrs ago
  • ଭାପୁର ଶବରଭାଇମାନଙ୍କ ଦ୍ବାରା ଘୁମୁରାନୃତ୍ୟ ପରିବେଷଣ।,,,,,,,,,,,,,,,,,, ଭାପୁର ଶବରଭାଇମାନଙ୍କ ଦ୍ବାରା ଘୁମୁରାନୃତ୍ୟ ପରିବେଷଣ। ତା୨୭/୦୮/୨୦୨୬, ଗୁରୁବାର, ଭାପୁର, ଢେଙ୍କାନାଳ। ରିପୋର୍ଟ ବିଭୁ ପ୍ରସାଦ ଶତପଥୀ ଢେଙ୍କାନାଳ ସଦର ବ୍ଲକ ଭାପୁର ଗ୍ରାମରେ ପ୍ରଭୁ ବଳଭଦ୍ରଙ୍କ ଜନ୍ମଉତ୍ସବ ପାଳନ ସହିତ ପବିତ୍ର ରାକ୍ଷୀପୂର୍ଣିମା ଅବସରରେ ଭାପୁର ଶବରଭାଇ ମାନଙ୍କ ଦ୍ୱାରା ଘୁମୁରାନୃତ୍ୟ ପରିବେଷଣ ଅନୁଷ୍ଟିତ ହୋଇଯାଇଛି।ଏହି ଅବସରରେ ଦୁଇ ଦଳ ଭାପୁରଗ୍ରାମ ଉପର ଶବରସାହିର ମା ମଙ୍ଗଳା ଘୁମୁରା ନୂତ୍ଯନାଟ୍ୟ ଓ ତଳସାହି ବିଶ୍ଵବସୁ ଶବର ନୀଳମାଧବ ନୃତ୍ୟନାଟ୍ୟ ପକ୍ଷରୁ ଗାୟକ ବସନ୍ତ ବେହେରା,ମଥୁରା ଦେହୁରୀ,କାମୁଆ ଦେହୁରୀ,ନୃତ୍ୟ ସୁର ଦେହୁରୀ,ବାଦ୍ୟ ଅବିର ଦେହୁରୀ,ଅନାମ ନାଏକ,ଲକ୍ଷ୍ମୀଧର ଦେହୁରୀ ଏବଂ ସାଥୀମାନେ ଏହି ଭାପୁର ଗ୍ରାମର ଛକ,ବଜାର ଏବଂ ସାହି ସାହି,ଘର ଘର ବୁଲି ଘୁମୁରା ଗୀତଗାଇ,ନାଚକରି ଏହି ପର୍ବକୁ ବେଶ୍ ଧୁମ୍ ଧାମରେ ପାଳନ କରିଥିଲେ। ଘୁମୁରା କହିଲେ ସଭିଙ୍କ ମନକୁ ଆସିଯାଏ ବଣ,ପାହାଡ ଘେରା ଆଦିବାସୀ ପୁରପଲ୍ଲୀର ଦୃଶ। ଅତୀତରେ ଯୁଦ୍ଧକ୍ଷେତ୍ରରେ ସେନାର ମନୋବଳ ବୃଦ୍ଧି ପାଇଁ ପରିବେଶିତ ହେଉଥିଲା ଘୁମୁରା। ବର୍ତ୍ତମାନ ପାରମ୍ପରିକ ଉତ୍କଳୀୟ ନୃତ୍ୟ ମଧ୍ୟରେ ବେଶ୍ ଲୋକପ୍ରିୟ। ଏହି ପର୍ବ ଗହ୍ମାପୂର୍ଣିମା ଠାରୁ ଆରମ୍ଭ ହୋଇ ନୂଆଖାଇ ଏବଂ ବିଜୟାଦଶମୀ ପର୍ଯ୍ୟନ୍ତ ଘୁମୁରା ନୃତ୍ୟ,ଗୀତରେ ପ୍ରକମ୍ପିତ ହୁଏ ଗ୍ରାମ ପରିବେଶ। ପାରମ୍ପରିକ ଅନୁଯାୟୀ ଚିତାଲାଗି ଅମାବାସ୍ୟା ଦିନ ଘୁମୁରା ପୂଜାର୍ଚ୍ଚନ କରି କଳାକାର ଆରମ୍ଭ କରନ୍ତି ନୃତ୍ୟ। ନୂଆଖାଇ ପର୍ବଦିନ ନୂଆଘୁମୁରା,ପୋଷାକ,ଟାହିଆ ଓ ଘୁଙ୍ଗୁର ପିନ୍ଧି ଗାଁଦାଣ୍ଡକୁ ଓହ୍ଲାନ୍ତି କଳାକାର ଏବଂ ତାପରେ ଘୁମୁରା ତାଳଶବ୍ଦ,ନୃତ୍ୟ,ଗୀତରେ ହଜିଯାଅନ୍ତି କଳାକାର ଓ ଦର୍ଶକ । ପୁରୁଷ ପୁରୁଷ ଧରି ଏହି ପରମ୍ପରା ଯୋଡ଼ି ହୋଇଛି ଘୁମୁରା ଶିଳ୍ପୀଙ୍କ ଜୀବନ । ନୀତି ଦିନିଆ ଜୀବନରୁ ମୁକ୍ତ ହୋଇ ଶବର ଭାଇମାନେ ସମସ୍ତେ ମିଳିମିଶି ଝୁମି ମିଛନ୍ତି ଏହି ନୃତ୍ଯର ତାଳେ ତାଳେ ।
    1
    ଭାପୁର ଶବରଭାଇମାନଙ୍କ ଦ୍ବାରା ଘୁମୁରାନୃତ୍ୟ ପରିବେଷଣ।,,,,,,,,,,,,,,,,,,
ଭାପୁର ଶବରଭାଇମାନଙ୍କ ଦ୍ବାରା ଘୁମୁରାନୃତ୍ୟ ପରିବେଷଣ।
ତା୨୭/୦୮/୨୦୨୬, ଗୁରୁବାର, ଭାପୁର, ଢେଙ୍କାନାଳ।
ରିପୋର୍ଟ ବିଭୁ ପ୍ରସାଦ ଶତପଥୀ 
ଢେଙ୍କାନାଳ ସଦର ବ୍ଲକ ଭାପୁର ଗ୍ରାମରେ ପ୍ରଭୁ ବଳଭଦ୍ରଙ୍କ ଜନ୍ମଉତ୍ସବ ପାଳନ ସହିତ ପବିତ୍ର ରାକ୍ଷୀପୂର୍ଣିମା ଅବସରରେ ଭାପୁର ଶବରଭାଇ ମାନଙ୍କ ଦ୍ୱାରା ଘୁମୁରାନୃତ୍ୟ ପରିବେଷଣ ଅନୁଷ୍ଟିତ ହୋଇଯାଇଛି।ଏହି ଅବସରରେ ଦୁଇ ଦଳ ଭାପୁରଗ୍ରାମ ଉପର ଶବରସାହିର ମା ମଙ୍ଗଳା ଘୁମୁରା ନୂତ୍ଯନାଟ୍ୟ ଓ ତଳସାହି ବିଶ୍ଵବସୁ ଶବର ନୀଳମାଧବ ନୃତ୍ୟନାଟ୍ୟ ପକ୍ଷରୁ ଗାୟକ ବସନ୍ତ ବେହେରା,ମଥୁରା ଦେହୁରୀ,କାମୁଆ ଦେହୁରୀ,ନୃତ୍ୟ ସୁର ଦେହୁରୀ,ବାଦ୍ୟ ଅବିର ଦେହୁରୀ,ଅନାମ ନାଏକ,ଲକ୍ଷ୍ମୀଧର ଦେହୁରୀ ଏବଂ ସାଥୀମାନେ ଏହି ଭାପୁର ଗ୍ରାମର ଛକ,ବଜାର ଏବଂ ସାହି ସାହି,ଘର ଘର ବୁଲି ଘୁମୁରା ଗୀତଗାଇ,ନାଚକରି ଏହି ପର୍ବକୁ ବେଶ୍ ଧୁମ୍ ଧାମରେ ପାଳନ କରିଥିଲେ।     
ଘୁମୁରା କହିଲେ ସଭିଙ୍କ ମନକୁ ଆସିଯାଏ ବଣ,ପାହାଡ ଘେରା ଆଦିବାସୀ ପୁରପଲ୍ଲୀର ଦୃଶ। ଅତୀତରେ ଯୁଦ୍ଧକ୍ଷେତ୍ରରେ ସେନାର ମନୋବଳ ବୃଦ୍ଧି ପାଇଁ ପରିବେଶିତ ହେଉଥିଲା ଘୁମୁରା। ବର୍ତ୍ତମାନ ପାରମ୍ପରିକ ଉତ୍କଳୀୟ ନୃତ୍ୟ ମଧ୍ୟରେ ବେଶ୍ ଲୋକପ୍ରିୟ। ଏହି ପର୍ବ ଗହ୍ମାପୂର୍ଣିମା ଠାରୁ ଆରମ୍ଭ ହୋଇ ନୂଆଖାଇ ଏବଂ ବିଜୟାଦଶମୀ ପର୍ଯ୍ୟନ୍ତ ଘୁମୁରା ନୃତ୍ୟ,ଗୀତରେ ପ୍ରକମ୍ପିତ ହୁଏ ଗ୍ରାମ ପରିବେଶ। ପାରମ୍ପରିକ ଅନୁଯାୟୀ ଚିତାଲାଗି ଅମାବାସ୍ୟା ଦିନ ଘୁମୁରା ପୂଜାର୍ଚ୍ଚନ କରି କଳାକାର ଆରମ୍ଭ କରନ୍ତି ନୃତ୍ୟ। ନୂଆଖାଇ ପର୍ବଦିନ ନୂଆଘୁମୁରା,ପୋଷାକ,ଟାହିଆ ଓ ଘୁଙ୍ଗୁର ପିନ୍ଧି ଗାଁଦାଣ୍ଡକୁ ଓହ୍ଲାନ୍ତି କଳାକାର ଏବଂ ତାପରେ ଘୁମୁରା ତାଳଶବ୍ଦ,ନୃତ୍ୟ,ଗୀତରେ ହଜିଯାଅନ୍ତି କଳାକାର ଓ ଦର୍ଶକ । ପୁରୁଷ ପୁରୁଷ ଧରି ଏହି ପରମ୍ପରା ଯୋଡ଼ି ହୋଇଛି ଘୁମୁରା ଶିଳ୍ପୀଙ୍କ ଜୀବନ । ନୀତି ଦିନିଆ ଜୀବନରୁ ମୁକ୍ତ ହୋଇ ଶବର ଭାଇମାନେ ସମସ୍ତେ ମିଳିମିଶି ଝୁମି ମିଛନ୍ତି ଏହି ନୃତ୍ଯର ତାଳେ ତାଳେ ।
    user_Santosh Nayak PRESS
    Santosh Nayak PRESS
    Local News Reporter Balangir, Odisha•
    1 hr ago
  • ଶ୍ରାବଣ ମାସର ଶେଷ ଦିନରେ ଘଣ୍ଟାପଡ଼ା ଶିବ ମନ୍ଦିରରେ ବାବା ଯୋଗେଶ୍ଵର କମିଟିର କାଉଡ଼ିଆଙ୍କ ପକ୍ଷରୁ ପୂର୍ଣ୍ଣାହୂତିର ଜଳାଭିଷେକ ନିମନ୍ତେ କଳସ ଯାତ୍ରା
    1
    ଶ୍ରାବଣ ମାସର ଶେଷ ଦିନରେ ଘଣ୍ଟାପଡ଼ା ଶିବ ମନ୍ଦିରରେ ବାବା ଯୋଗେଶ୍ଵର କମିଟିର କାଉଡ଼ିଆଙ୍କ ପକ୍ଷରୁ ପୂର୍ଣ୍ଣାହୂତିର ଜଳାଭିଷେକ ନିମନ୍ତେ କଳସ ଯାତ୍ରା
    user_Prabhat Sahu
    Prabhat Sahu
    Local News Reporter କଣ୍ଟାମାଳ, ବୌଦ୍ଧ, ଓଡ଼ିଶା•
    12 hrs ago
  • ୧ କ୍ୟୁଣ୍ଟାଲ ୪୬୦ ଗ୍ରାମ ଗଞ୍ଜେଇ ଜବତ ଘଟଣା ସ୍ଥଳକୁ ପୋଲିସ ଆସୁଥିବା ଜାଣି ପାରି ଚାଲାଣ କାରୀ ଫେରାର l ୧ କ୍ୟୁଣ୍ଟାଲ ୪୬୦ ଗ୍ରାମ ଗଞ୍ଜେଇ ଜବତ ଘଟଣା ସ୍ଥଳକୁ ପୋଲିସ ଆସୁଥିବା ଜାଣି ପାରି ଚାଲାଣ କାରୀ ଫେରାର l ବୌଦ୍ଧ:ବୌଦ୍ଧ ଜିଲ୍ଲାର ମନମୁଣ୍ଡା ଥାନା ଅଞ୍ଚଳରୁ ପୁଣିଥରେ ବିପୁଳ ପରିମାଣର ଗଞ୍ଜେଇ ଜବତ। ପେଟ୍ରୋଲିଙ୍ଗ ସମୟରେ ପୋଲିସ ଦୁଇଟି ବସ୍ତାରୁ ୧ କ୍ୟୁଣ୍ଟାଲ ୪୬୦ ଗ୍ରାମ ଗଞ୍ଜେଇ ଜବତ କରିଛି। ତେବେ ଘଟଣାସ୍ଥଳରୁ ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ କିଛି ଲୋକ ଫେରାର ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ବୁଧବାର ଦିନ ମନମୁଣ୍ଡା ଥାନା ପୋଲିସ ର ଏକ ଟିମ୍ ପେଟ୍ରୋଲିଙ୍ଗ କରୁଥିବା ସମୟରେ ସିଙ୍ଗାଡ଼ି ଗ୍ରାମ ନିକଟସ୍ଥ ଅଞ୍ଚଳରେ ସନ୍ଦେହଜନକ ଭାବେ ରଖାଯାଇଥିବା ଦୁଇଟି ବସ୍ତା ଉପରେ ନଜର ପଡ଼ିଥିଲା। ପରେ ପୋଲିସ ଉକ୍ତ ବସ୍ତାଗୁଡ଼ିକ ଯାଞ୍ଚ କରିବାରୁ ସେଥିରୁ ଗଞ୍ଜେଇ ମିଳିଥିଲା। ସାକ୍ଷୀମାନଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରାଯିବାରୁ ମୋଟ ୧ କ୍ୟୁଣ୍ଟାଲ ୪୬୦ ଗ୍ରାମ ହୋଇଥିବା ଜଣାପଡ଼ିଛି l ଘଟଣାସ୍ଥଳରେ ଗଞ୍ଜେଇ ଚାଲାଣ ପାଇଁ କିଛି ଲୋକ ଗଞ୍ଜେଇ ଗଚ୍ଛିତ ରଖି ଥିବା ପୋଲିସ ଜାଣିବାକୁ ପାଇଥିଲେ। ତେବେ ପୋଲିସ ଆସୁଥିବା ଜାଣି ପାରି ଚାଲାଣ କାରୀ ମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏହି ଘଟଣାରେ ମନମୁଣ୍ଡା ଥାନାରେ କେସ୍ ନମ୍ବର ୩୪୫/୨୬ରେ ଏନ୍‌ଡିପିଏସ୍ ଆକ୍ଟର ଧାରା ୨୦(ବି)(ii)(C) ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଫେରାର ଥିବା ବ୍ୟକ୍ତିମାନଙ୍କୁ ଧରିବା ସହ ଘଟଣାର ଅଧିକ ତଦନ୍ତ ଚାଲିଛି। ସୂଚନା ଅନୁସାରେ, ଗତ ଦୁଇ ମାସ ମଧ୍ୟରେ ମନମୁଣ୍ଡା ପୋଲିସ ପକ୍ଷରୁ ମୋଟ ୧୧ଟି ମାମଲା ରୁଜୁ କରାଯାଇ ୩୨ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହାସହ ୩୯୦୦କ୍ୟୁଣ୍ଟାଲ ଗଞ୍ଜେଇ ଓ ୯ ଗୋଟି ବନ୍ଧୁକ,ଚାଲାଣରେ ବ୍ୟବହୃତ ଯାନବାହନ ମଧ୍ୟ ଜବତ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।
    1
    ୧ କ୍ୟୁଣ୍ଟାଲ ୪୬୦ ଗ୍ରାମ ଗଞ୍ଜେଇ ଜବତ ଘଟଣା ସ୍ଥଳକୁ ପୋଲିସ ଆସୁଥିବା ଜାଣି ପାରି ଚାଲାଣ କାରୀ ଫେରାର l 

୧ କ୍ୟୁଣ୍ଟାଲ ୪୬୦ ଗ୍ରାମ ଗଞ୍ଜେଇ ଜବତ ଘଟଣା ସ୍ଥଳକୁ ପୋଲିସ ଆସୁଥିବା ଜାଣି ପାରି ଚାଲାଣ କାରୀ ଫେରାର l 
ବୌଦ୍ଧ:ବୌଦ୍ଧ ଜିଲ୍ଲାର ମନମୁଣ୍ଡା ଥାନା ଅଞ୍ଚଳରୁ ପୁଣିଥରେ ବିପୁଳ ପରିମାଣର ଗଞ୍ଜେଇ ଜବତ। ପେଟ୍ରୋଲିଙ୍ଗ ସମୟରେ ପୋଲିସ ଦୁଇଟି ବସ୍ତାରୁ ୧ କ୍ୟୁଣ୍ଟାଲ ୪୬୦ ଗ୍ରାମ ଗଞ୍ଜେଇ ଜବତ କରିଛି। ତେବେ ଘଟଣାସ୍ଥଳରୁ ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ କିଛି ଲୋକ ଫେରାର ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ବୁଧବାର ଦିନ ମନମୁଣ୍ଡା ଥାନା ପୋଲିସ ର ଏକ ଟିମ୍ ପେଟ୍ରୋଲିଙ୍ଗ କରୁଥିବା ସମୟରେ ସିଙ୍ଗାଡ଼ି ଗ୍ରାମ ନିକଟସ୍ଥ ଅଞ୍ଚଳରେ ସନ୍ଦେହଜନକ ଭାବେ ରଖାଯାଇଥିବା ଦୁଇଟି ବସ୍ତା ଉପରେ ନଜର ପଡ଼ିଥିଲା। ପରେ ପୋଲିସ ଉକ୍ତ ବସ୍ତାଗୁଡ଼ିକ ଯାଞ୍ଚ କରିବାରୁ ସେଥିରୁ ଗଞ୍ଜେଇ ମିଳିଥିଲା। ସାକ୍ଷୀମାନଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରାଯିବାରୁ ମୋଟ ୧ କ୍ୟୁଣ୍ଟାଲ ୪୬୦ ଗ୍ରାମ ହୋଇଥିବା ଜଣାପଡ଼ିଛି l ଘଟଣାସ୍ଥଳରେ ଗଞ୍ଜେଇ ଚାଲାଣ ପାଇଁ କିଛି ଲୋକ ଗଞ୍ଜେଇ ଗଚ୍ଛିତ ରଖି ଥିବା ପୋଲିସ ଜାଣିବାକୁ ପାଇଥିଲେ। ତେବେ ପୋଲିସ ଆସୁଥିବା ଜାଣି ପାରି ଚାଲାଣ କାରୀ ମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏହି ଘଟଣାରେ ମନମୁଣ୍ଡା ଥାନାରେ କେସ୍ ନମ୍ବର ୩୪୫/୨୬ରେ ଏନ୍‌ଡିପିଏସ୍ ଆକ୍ଟର ଧାରା ୨୦(ବି)(ii)(C) ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଫେରାର ଥିବା ବ୍ୟକ୍ତିମାନଙ୍କୁ ଧରିବା ସହ ଘଟଣାର ଅଧିକ ତଦନ୍ତ ଚାଲିଛି।
ସୂଚନା ଅନୁସାରେ, ଗତ ଦୁଇ ମାସ ମଧ୍ୟରେ ମନମୁଣ୍ଡା ପୋଲିସ ପକ୍ଷରୁ ମୋଟ ୧୧ଟି ମାମଲା ରୁଜୁ କରାଯାଇ ୩୨ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହାସହ ୩୯୦୦କ୍ୟୁଣ୍ଟାଲ ଗଞ୍ଜେଇ ଓ ୯ ଗୋଟି ବନ୍ଧୁକ,ଚାଲାଣରେ ବ୍ୟବହୃତ ଯାନବାହନ ମଧ୍ୟ ଜବତ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।
    user_Basudev Sandha
    Basudev Sandha
    Sportswear Shop କଣ୍ଟାମାଳ, ବୌଦ୍ଧ, ଓଡ଼ିଶା•
    12 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.