Shuru
Apke Nagar Ki App…
ଓଡିଶା ଡିଜିଟାଲ ମିଡ଼ିଆ ମହାସଙ୍ଘ ର ଢେଙ୍କାନାଳ ସହର ଓ ଗଁଦିଆ ବ୍ଲକ ପାଇଁ ତାପସଦାସ ନିର୍ବାଚିତ ଢେଙ୍କାନାଳ : ଓଡିଶା ଡିଜିଟାଲ ମିଡ଼ିଆ ମହାସଘଂ ୨୦୨୬-୨୭ ବର୍ଷ ପାଇଁ ଓଡିଶା ଡିଜିଟାଲ ସଭ୍ୟ ଭାବେ ତାପସଦାସ ଢେଙ୍କାନାଳ ର ଗଁଦିଆ ଅଞ୍ଚଳର ନିର୍ବାଚିତ ଓ ବିଭୁ ପ୍ରସାଦ ନିର୍ବାଚିତ ଅଛନ୍ତି ବୋଲି ସୂଚନା ଓ ଆହୁରି ଅନେକ ଜଣ ଥିବା ସୂଚନା
Tapasdas 6372788705
ଓଡିଶା ଡିଜିଟାଲ ମିଡ଼ିଆ ମହାସଙ୍ଘ ର ଢେଙ୍କାନାଳ ସହର ଓ ଗଁଦିଆ ବ୍ଲକ ପାଇଁ ତାପସଦାସ ନିର୍ବାଚିତ ଢେଙ୍କାନାଳ : ଓଡିଶା ଡିଜିଟାଲ ମିଡ଼ିଆ ମହାସଘଂ ୨୦୨୬-୨୭ ବର୍ଷ ପାଇଁ ଓଡିଶା ଡିଜିଟାଲ ସଭ୍ୟ ଭାବେ ତାପସଦାସ ଢେଙ୍କାନାଳ ର ଗଁଦିଆ ଅଞ୍ଚଳର ନିର୍ବାଚିତ ଓ ବିଭୁ ପ୍ରସାଦ ନିର୍ବାଚିତ ଅଛନ୍ତି ବୋଲି ସୂଚନା ଓ ଆହୁରି ଅନେକ ଜଣ ଥିବା ସୂଚନା
More news from ଓଡ଼ିଶା and nearby areas
- Post by Sendhavai1
- Post by Dipak Kumar Nayak1
- ଆମେ ପ୍ରସ୍ତୁତ କରିଛୁ ବ୍ରହ୍ମାସ୍ତ୍ର | ସମସ୍ତଙ୍କୁ ମିଳିବ ଫାଇଦା, ମିଳିବ ବଡ଼ ସୁଯୋଗ ଭୁବନେଶ୍ବର, ଓଡ଼ିଶା #RCMCollege #Bhubaneswar #Odisha1
- ଆମ୍ ଆଦମୀ ପାର୍ଟି ପକ୍ଷରୁ ଡକ୍ଟର ଭୀମରାଓ ଆମ୍ବେଦକର ଜୟନ୍ତୀ, ଓଡ଼ିଆ ନୂଆ ବର୍ଷ ଦିବସ ପାଳନ, ପଥଚାରୀ ମାନଙ୍କୁ ପଣା ବଣ୍ଟନ ଢେଙ୍କାନାଳ ଆମ୍ ଆଦମୀ ପାର୍ଟି ପକ୍ଷରୁ ଆଜି ଭାରତୀୟ ସମ୍ବିଧାନ ନିର୍ମାତା ଭାରତରତ୍ନ ଡକ୍ଟର ବି.ଆର. ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ ଏବଂ ଓଡ଼ିଆ ନୂଆ ବର୍ଷ ଦିବସ ପାଳନ କରାଯାଇଛି। ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ପାଖରେ କାର୍ଯ୍ୟକର୍ତ୍ତା ମାନେ ଏକାଠି ହୋଇ ଧୂପଦାନ ସହିତ ପୁଷ୍ପମାଲ୍ୟ ଅର୍ପଣ କରି ସମ୍ବିଧାନ ପ୍ରଣେତାଙ୍କର ବିଭିନ୍ନ ନାରା ଜୟ ଭୀମ! ଜୟ ସମ୍ବିଧାନ! ଜୟ ଭାରତ! ନାରା ଦେଇଥିଲେ। ଜିଲ୍ଲା କାର୍ଯ୍ୟାଳୟ ଠାରେ ଏକ ଆଲୋଚନା ଚକ୍ରରେ ରାଜ୍ୟ ସଂଗଠନ ସମ୍ପାଦକ ଭରତ କୁମାର ଦାସ ଯୋଗଦେଇ କହିଥିଲେ ବାବାସାହେବ କେବଳ ଜଣେ ଆଇନବିତ୍ ନଥିଲେ, ସେ ଥିଲେ ସାମାଜିକ ନ୍ୟାୟର ମଶାଲବାହକ, ଦଳିତ-ଶୋଷିତଙ୍କ ସ୍ୱର ଏବଂ ସମାନତାର ସ୍ଥପତି। ସଂସଦୀୟ କ୍ଷେତ୍ର ସଭାପତି ପଙ୍କଜ ନାୟକ ସ୍ୱାଧୀନ ଭାରତକୁ ସବୁଠାରୁ ବଡ଼ ଲିଖିତ ସମ୍ବିଧାନ ଯାହା ସମସ୍ତଙ୍କୁ ସମାନ ଅଧିକାର ଦିଏ ଏବଂ ସେ କହିଥିଲେ “ଶିକ୍ଷିତ ହୁଅ, ସଂଗଠିତ ହୁଅ, ସଂଘର୍ଷ କର”। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜିତେନ୍ଦ୍ର ବେହେରା ହିନ୍ଦୁ କୋଡ୍ ବିଲ୍ ମାଧ୍ୟମରେ ମହିଳାଙ୍କୁ ସମ୍ପତ୍ତି ଓ ଛାଡପତ୍ର ଅଧିକାର ଦେବା ସମ୍ପର୍କରେ ଆଲୋକପାତ କରିଥିଲେ। ଜିଲ୍ଲା ସାଧାରଣ ସମ୍ପାଦକ ଅନିଲ ସାମଲ ଶ୍ରମିକ ମାନଙ୍କ ୮ ଘଣ୍ଟା କାମ, ସାପ୍ତାହିକ ଛୁଟି, ମାତୃତ୍ୱ ଲାଭ - ଏସବୁ ତାଙ୍କ ଅବଦାନ ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଯୁବ ସଭାପତି ଇଂ ସ୍ୱାଗତ ସଂଗ୍ରାମ ସିଂହ, ସଦର ନିର୍ବାଚନ ମଣ୍ଡଳୀ ସଭାପତି ଚିତ୍ତରଞ୍ଜନ ପାଣି, ନଗର ସଭାପତି ଦେବାଶିଷ ନନ୍ଦ, ଉପସଭାପତି ବିଜୟ ଦାସ, ନଗର ଯୁବ ସଭାପତି ଜାଫର ଖାନ, ଓଡାପଡ଼ା ବ୍ଲକ ସଭାପତି ଇଂ ପିତାମ୍ବର ଦାସ, ଜେୟଦେବ ବେହେରା, ସୋମନାଥ ଦାସ, ଯୁଧିଷ୍ଠିର ଦାସ, ମିଟୁ ମହାପାତ୍ର, ଚିନ୍ମୟ ସେନାପତି, ଦେବାଶିଷ ନାଏକ, ଅମିତ କୁମାର, ଅଭିମନ୍ୟୁ ନାଏକ ପ୍ରମୁଖ ଯୋଗଦେଇ ଏହି ଆଲୋଚନା ଚକ୍ରରେ ଅଂଶ ଗ୍ରହଣ କରିଥିଲେ। ସକାଳ ୧୧ ଟା ବେଳେ ଦଳ କାର୍ଯ୍ୟାଳୟ ସମ୍ମୁଖରେ ପଥଚାରୀ ମାନଙ୍କୁ ବେଲ, ଗୁଡ଼, ଦହି, ଛେନା, ବୁନ୍ଦିଆ, କଦଳୀ, ଗୋଲମରିଚ ଇତ୍ୟାଦିରେ ପ୍ରସ୍ତୁତ ପଣା ପରସା ଯାଇଥିଲା।3
- Post by Dhenkanal News1
- ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ର ସିଙ୍ଗାପୁର ଠାରେ ଆଜି ଠାରୁ ପ୍ରସିଦ୍ଧ ସିଙ୍ଗାପୁର ଯାତ୍ରା ଆରମ୍ଭ ହୋଇଛି।ଗତକାଲି ସକାଳ ୭:୩0 ସମୟରେ ପଣ୍ଡିତ ମାନେ ପୁଷ୍ପିରିଣୀ ରୁ ବାହାର କରି ନାରାୟଣ ଗୋସାଇଁ ଙ୍କୁ ବାହାରକୁ ବାହାର କରି,ପୂର୍ବ ପାବଛ ରେ ୩୦୮ ପଇଡ଼ ପାଣି ଓ କଞ୍ଚା କ୍ଷୀରରେ ସ୍ନାନ କରାଇ ପାରମ୍ପରିକ ନୀତିରେ ପୂଜା କରିଥିଲେ ।ଏହି ଯାତ୍ରା ୫ ଦିନ ଧରି ଚାଲିବ ଏବଂ ପ୍ରଭୁ ନାରାୟଣ ଗୋସାଇଁ ଙ୍କୁ ଶ୍ରଦ୍ଧାଳୁ ମାନେ ଦର୍ଶନ କରିପାରିବେ ବୋଲି ମୁଖ୍ୟ ସେବାୟତ କହିଛନ୍ତି।1
- ଯାଜପୁର ଗୁଳିକାଣ୍ଡର ପର୍ଦାଫାସ କଲା ପୋଲିସ। ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ ଶୁଭଶ୍ରୀ । ଭଲ କରି ଦେଖନ୍ତୁ ଏ ନେଉଳି ମୁହିଁ କୁ। ସ୍ୱାମୀକୁ ହତ୍ୟା କରି କେମିତି ନାଉଲି ହେଉଥିଲା ଦେଖନ୍ତୁ। କିନ୍ତୁ ଏ ଚେହେରା ପଛରେ ଥିଲା ବଡ଼ ଷଡଯନ୍ତ୍ର।1
- ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ 'ମହାବିଷୁବ ସଂକ୍ରାନ୍ତି' ଓ 'ଓଡ଼ିଆ ନବ ବର୍ଷ' ପାଳିତ ମେରାମଣ୍ଡଳୀ, ୧୪ ଏପ୍ରିଲ, ୨୦୨୬: ଟାଟା ଷ୍ଟିଲ୍ ମେରାମଣ୍ଡଳୀ (ଟିଏସ୍ଏମ୍) ପକ୍ଷରୁ ଅତି ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଓଡ଼ିଆ ନବ ବର୍ଷ ତଥା ମହାବିଷୁବ ସଂକ୍ରାନ୍ତି ପାଳିତ ହୋଇଯାଇଛି। ଟିଏସ୍ଏମ୍ ପ୍ଲାଣ୍ଟ ଆଖପାଖ ଗ୍ରାମାଞ୍ଚଳର ଜନସାଧାରଣ, ମହିଳା ଓ ଛାତ୍ରଛାତ୍ରୀଙ୍କ ସକ୍ରିୟ ଅଂଶଗ୍ରହଣରେ ଏହି ଉପଲକ୍ଷେ ଏକ ଭବ୍ୟ ସାଂସ୍କୃତିକ ଉତ୍ସବର ଆୟୋଜନ କରାଯାଇଥିଲା। ସମାରୋହରେ ଓଡ଼ାପଡା ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବିଶିଷ୍ଟ ଓଡ଼ିଆ ଲେଖିକା ଶ୍ରୀମତୀ ପୁଷ୍ପଲତା ରଥ ମୁଖ୍ୟବକ୍ତା ଭୋବ ଯୋଗେଦଇଥେିଲ। ଏଥିସହିତ ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ କର୍ପୋରେଟ୍ ସର୍ଭିସେସ୍ ଚିଫ୍ ଶ୍ରୀ ଶୁଭ୍ରାଂଶୁ ଶେଖର ପଣ୍ଡା, ମାନବ ସମ୍ବଳ ବିଭାଗ ମୁଖ୍ୟ ସଚ୍ଚିଦାନନ୍ଦ ରାଉତ,ପ୍ରଶାସନ ବିଭାଗ ମୁଖ୍ୟ ଅନୁଜ ସିଂ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଞ୍ଜପଡ଼ା ସରପଞ୍ଚ ଶୈଳେନ୍ଦ୍ରୀ ଅମାନ୍ତ, କୁଶୁପଙ୍ଗା ସରପଞ୍ଚ ଅନିତା ନାୟକ ଓ ମଙ୍ଗଳପୁର ସରପଞ୍ଚ କାନନବାଳା ରାଉତ ଉପସ୍ଥିତ ଥିଲେ। ଓଡ଼ିଆ ନବବର୍ଷକୁ ସ୍ୱାଗତ କରିବା ସହିତ ଓଡ଼ଶାର ସମୃଦ୍ଧ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଅବସରରେ ଓଡ଼ିଶୀ ଓ ସମ୍ବଲପୁରୀ ନୃତ୍ୟ, ଲୋକ ସଙ୍ଗୀତ ଏବଂ ସଂକୀର୍ତ୍ତନ ଆଦି ପାରମ୍ପରିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହାସହ ସ୍ଥାନୀୟ ଛାତ୍ରଛାତ୍ରୀ ଏବଂ ଗୋଷ୍ଠୀ ସଦସ୍ୟଙ୍କ ମଧ୍ୟରେ ଝୋଟି, ପିଠା ପ୍ରସ୍ତୁତି, ଚିତ୍ରାଙ୍କନ ଏବଂ ପ୍ରବନ୍ଧ ଲିଖନ ଭଳି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ୩୦୦ ରୁ ଅଧିକ ଲୋକ ଉପସ୍ଥିତ ଥିଲେ I ଟାଟା ଷ୍ଟିଲ୍ ଫାଉଣ୍ଡେସନର ମେରାମଣ୍ଡଳୀର ଟିମ୍ ଉପସ୍ଥିତ ରଖି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ଆୟୋଜନ କରିଥିଲେ। ଏହିଭଳି ପଦକ୍ଷେପ ମାଧ୍ୟମରେ, ଟାଟା ଷ୍ଟିଲ୍ ମେରାମଣ୍ଡଳୀ ଓଡ଼ିଶାର ସମୃଦ୍ଧ ପରମ୍ପରାକୁ ସମ୍ମାନ ଜଣାଇବା ସହିତ ସଂସ୍କୃତିର ପ୍ରସାର ଦିଗରେ ନିଜର ଯୋଗଦାନ ଦେଇଛି।2