Shuru
Apke Nagar Ki App…
ରାଜ୍ୟରେ ଏଣିକି କ୍ୟାସରେ ଜମି କିଣାବିକା ହୋଇପାରିବ ନାହିଁ ବୋଲି ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ଜମି କାରବାରକୁ ନେଇ ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିବା ବେଳେ ଏହା ଲାଗୁ ହେଲେ ଆଉ କ୍ୟାସରେ ଜମି କ୍ରୟ-ବିକ୍ରୟ ପ୍ରକ୍ରିୟା ସମ୍ଭବ ହେବ ନାହିଁ।
ନୃସିଂହ ଚରଣ ବାରିକ
ରାଜ୍ୟରେ ଏଣିକି କ୍ୟାସରେ ଜମି କିଣାବିକା ହୋଇପାରିବ ନାହିଁ ବୋଲି ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ଜମି କାରବାରକୁ ନେଇ ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିବା ବେଳେ ଏହା ଲାଗୁ ହେଲେ ଆଉ କ୍ୟାସରେ ଜମି କ୍ରୟ-ବିକ୍ରୟ ପ୍ରକ୍ରିୟା ସମ୍ଭବ ହେବ ନାହିଁ।
More news from ଓଡ଼ିଶା and nearby areas
- ଆଜି ଓଡ଼ିଶାରେ ମହାବାତ୍ୟା ଆସି ପହଞ୍ଚିଛି। ଏହି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ରାଜ୍ୟରେ ଏବେ ବେହାଲ ପରିସ୍ଥିତି ସୃଷ୍ଟି ହୋଇଛି।1
- ଓଡ଼ିଶାରେ ଲୋକଙ୍କ ସରକାରରେ କେବଳ ପ୍ରତିଶ୍ରୁତି ନୁହେଁ, ବରଂ ଭୂମିପୂଜନରୁ ଉତ୍ପାଦନ, ନିବେଶରୁ ନିଯୁକ୍ତି ଏବଂ ସ୍ୱପ୍ନରୁ ସଫଳତା ପର୍ଯ୍ୟନ୍ତ ଶିଳ୍ପ ବିକାଶ ଆଜି ବାସ୍ତବ ରୂପ ନେଉଛି। ମାତ୍ର ଦୁଇ ବର୍ଷ ମଧ୍ୟରେ ଲକ୍ଷ ଲକ୍ଷ କୋଟି ଟଙ୍କାର ଶିଳ୍ପ ପ୍ରକଳ୍ପ, ବ୍ୟାପକ ନିବେଶ ଅନୁମୋଦନ ଏବଂ ନୂତନ ଶିଳ୍ପାଞ୍ଚଳର ବିକାଶ ହୋଇଛି। ଏହି ଦ୍ରୁତ ଅଗ୍ରଗତି ଯୋଗୁଁ ପ୍ରାୟ ୬ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟିର ଦିଗ ପ୍ରଶସ୍ତ ହୋଇଛି ଏବଂ ଓଡ଼ିଶା ଦେଶର ଅନ୍ୟତମ ପସନ୍ଦର ନିବେଶସ୍ଥଳୀରେ ପରିଣତ ହୋଇଛି। ଦ୍ରୁତ ନିଷ୍ପତ୍ତି, ସ୍ୱଚ୍ଛ ନୀତି ଏବଂ ଶିଳ୍ପ ଅନୁକୂଳ ପରିବେଶ ରାଜ୍ୟ ପ୍ରତି ନିବେଶକଙ୍କ ବିଶ୍ୱାସକୁ ଅଧିକ ସୁଦୃଢ଼ କରିଛି। ଏହି ଶିଳ୍ପ ବିକାଶ ସହ ଓଡ଼ିଆ ଯୁବକମାନେ ମଧ୍ୟ ନିଜ ମାଟିକୁ ଫେରୁଛନ୍ତି। ବିକଶିତ ଓ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଏହା ଲୋକଙ୍କ ସରକାରର ଏକ ଦୃଢ଼ ସଂକଳ୍ପ।1
- କଟକ-ଚୌଦ୍ୱାରକୁ ନେଇ ଏବେ ରାଜନୀତିକ ଛକାପଞ୍ଝା ଜୋରଦାର ହୋଇଛି, ଯାହାର ପ୍ରଭାବ ନବୀନ ନିବାସରୁ ବିଜେପି ରାଜ୍ୟ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦେଖିବାକୁ ମିଳୁଛି। ଗତକାଲି ଚୌଦ୍ୱାର ମ୍ୟୁନିସପାଲିଟିର ଅଧ୍ୟକ୍ଷ ଓ କାଉନସିଲର ନବୀନ ନିବାସରେ ପହଞ୍ଚି ନବୀନଙ୍କୁ ଭେଟିଥିଲେ। ଏହାର ଠିକ୍ ପରଦିନ ଅର୍ଥାତ୍ ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସୌଭିକଙ୍କୁ ଦେଖିବାକୁ ମିଳିଛି। କଟକ-ଚୌଦ୍ୱାର ରାଜନୀତିକୁ ନେଇ ଦେଖାଦେଇଥିବା ଏହି କମ୍ପମାନ ପରିସ୍ଥିତି ଉଭୟ ଦଳ ମଧ୍ୟରେ ଛକାପଞ୍ଝାକୁ ଆହୁରି ବଢ଼ାଇ ଦେଇଛି।1
- ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅଧୀନ ୫୩ ନମ୍ବର ଜାତୀୟ ରାଜପଥ କୁନ୍ଦଳ ଛକ ନିକଟରେ ଥିବା ଏକ ପୋଖରୀରୁ ଏକ ଅଚିନ୍ନା ଶବ ଭାସୁଥିବା ଦେଖିବାକୁ ମିଳିଛି। ଏହି ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ଓ ବଡ଼ଚଣା ପୋଲିସ ପହଞ୍ଚି ତଦନ୍ତ ଚଳାଇଛନ୍ତି। ୫୩ ନମ୍ବର ଜାତୀୟ ରାଜପଥ କଡ଼ କୁନ୍ଦଳ ଛକ ନିକଟରେ ଥିବା ପୋଖରୀରୁ ଏହି ଅଚିନ୍ନା ଶବକୁ ଉଦ୍ଧାର କରାଯାଇଛି।1
- ଓଡ଼ିଶାରେ ବିଜେଡିକୁ ଏକ ବଡ଼ ଝଟକା ଲାଗିଛି। ଗଞ୍ଜାମ ଜିଲ୍ଲାରେ ଶତାଧିକ ବିଜେଡି କର୍ମୀ ନିଜ ଦଳ ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି। ଏହି ପରିବର୍ତ୍ତନ ସ୍ଥାନୀୟ ରାଜନୈତିକ ସମୀକରଣରେ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି।1
- ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକର ତୁଳଙ୍ଗ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସୋରିଷ ପୋଖରୀ ଗ୍ରାମରେ ଗୋଚର ଜମିରେ ପୋଲ ନିର୍ମାଣକୁ ନେଇ ତୀବ୍ର ବିବାଦ ଦେଖାଦେଇଛି। ଜଳସମ୍ପଦ ବିଭାଗର ମନମାନିକୁ ବିରୋଧ କରି ଶତାଧିକ ଗ୍ରାମବାସୀ କାମ ବନ୍ଦ କରିବା ସହ ବିଭାଗୀୟ କନିଷ୍ଠ ଯନ୍ତ୍ରୀ (JE), ଉପଖଣ୍ଡ ଅଧିକାରୀ (SDO) ଏବଂ ଠିକାଦାରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, କେନାଲ ପ୍ଲଟ ନମ୍ବର ୧୧୨ ବଦଳରେ ସମ୍ପୂର୍ଣ୍ଣ ଚୋରାରେ ପ୍ଲଟ ନମ୍ବର ୧୦୯ ଗୋଚର ଜମିରେ ପୋଲ ନିର୍ମାଣ କରାଯାଉଛି। ଚାଷୀମାନଙ୍କ ଜମିକୁ ଟ୍ରାକ୍ଟର ଓ ହଳ ଯିବା ପାଇଁ ଦୀର୍ଘ ଦିନରୁ ଅଧା ହୋଇ ପଡ଼ିରହିଥିବା ପୋଲ କାମକୁ ଉଦ୍ଦେଶ୍ୟମୂଳକ ଭାବେ ଅଣଦେଖା କରି ଏପରି ଅନାବଶ୍ୟକ ସ୍ଥାନରେ ପୋଲ ତିଆରି କରାଯାଉଥିବାରୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ଯୋଜନାବଦ୍ଧ ଲୋକସ୍ୱାର୍ଥ ବିରୋଧୀ ନିର୍ମାଣ କାର୍ଯ୍ୟ ଗ୍ରାମର କିଛି ପ୍ରଭାବଶାଳୀ ଓ ଅସାମାଜିକ ବ୍ୟକ୍ତିଙ୍କ ଇସାରାରେ କରାଯାଉଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହାକୁ ନେଇ ବାରମ୍ବାର ବିରୋଧ କରାଯିବା ସତ୍ତ୍ୱେ ସେମାନଙ୍କୁ ବିଭିନ୍ନ ପ୍ରକାର ଧମକ ଦିଆଯାଉଛି। ଏ ସମ୍ପର୍କରେ ଜିଲ୍ଲାପାଳଙ୍କ ସମେତ ଉଚ୍ଚ ପଦସ୍ଥ ଅଧିକାରୀମାନଙ୍କୁ ଲିଖିତ ଭାବେ ଜଣାଯାଇଥିଲା। ଆଜି ପୋଲର ଛାତ ପକାଇବା କାମ ଆରମ୍ଭ ହେବା ମାତ୍ରେ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଏକତ୍ରିତ ହୋଇ କାମ ବନ୍ଦ କରିବା ସହ ପ୍ରତିବାଦ କରିଥିଲେ। ଏହି ସମୟରେ ଠିକାଦାର ଓ ତାଙ୍କ ସମର୍ଥକଙ୍କ ସହ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ବଚସା ହୋଇଥିଲା, ଯାହା ଫଳରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଘଟଣା ସମ୍ପର୍କରେ ଜଗନ୍ନାଥପୁର ଜଳସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀ ସୁବାଷ ଚନ୍ଦ୍ର ପଢ଼ିଆରୀଙ୍କ ପ୍ରତିକ୍ରିୟା ପାଇଁ ଗ୍ରାମବାସୀ ଓ ଠିକାଦାର ଏକାଧିକ ଥର ଫୋନ ଯୋଗେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ଫୋନ ଉଠାଇ ନଥିଲେ। ଜଳସମ୍ପଦ ବିଭାଗ ପକ୍ଷରୁ ଏଯାବତ କୌଣସି ସରକାରୀ ପ୍ରତିକ୍ରିୟା ପ୍ରକାଶ ପାଇନଥିବା ବେଳେ ଏହି ଅଭିଯୋଗଗୁଡ଼ିକର ଏକ ସ୍ୱାଧୀନ ଯାଞ୍ଚ କରାଯାଇ ପ୍ରକୃତ ତଥ୍ୟ ସ୍ପଷ୍ଟ କରିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି।3