ସ୍ବର୍ଗତ ଡାକ୍ତର ଦେବେନ୍ଦ୍ର ପ୍ରଧାନ ମେମୋରିଆଲ ସର୍ଵ ଭାରତୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ମହିଳା କ୍ରିକେଟ ମ୍ୟାଚ୍ ରେ ରାଉରକେଲା କୁ ହରାଇ କଟକ ବିଜୟୀ ! ତାଳଚେର:ତାଳଚେର ଫ୍ରେଣ୍ଡ୍ସ କ୍ଲବ ଆନୁକୁଲ୍ୟରେ ରାଣୀ ପାର୍କ ଖେଳ ପଡିଆ ରେ ଡାକ୍ତର ଦେବେନ୍ଦ୍ର ପ୍ରଧାନ ମେମୋରିଆଲ ସର୍ଵ ଭାରତୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଲିଗ୍ ପର୍ଯ୍ୟାୟ ଶେଷ ହୋଇଥିବା ବେଳେ ଆସନ୍ତା କାଲି ରବି ବାର ଦିନ ମୁହାଁମୁହିଁ ହେବେ ଆୟୋଜକ ଫ୍ରେଣ୍ଡସ କ୍ରିକେଟ କ୍ଲବ୍ ଓ ଅନୁଗୁଳ କ୍ରିକେଟ ଟିମ୍। ତେବେ ଆଜି ଏକ ଦିବସୟ ୨୦-୨୦ ମହିଳା କ୍ରିକେଟ କଟକ ଓ ରାଉରକେଲା ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏହି ମହିଳା କ୍ରିକେଟ ମ୍ୟାଚ୍ କୁ ବିଜେପି ଜିଲ୍ଲା ସଭାପତି ଯଯାତୀ କେଶରୀ ପଟ୍ଟନାୟକ ଙ୍କ ସହ ଧର୍ମଣି ତଥା ନାରି ନେତ୍ରୀ ମୃଣାଳିନୀ ପଟ୍ଟନାୟକ ଓ କାଉନସିଲର ଅନିତା ବିଶ୍ଵାଳ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ।ଏଥିରେ କଟକ ପ୍ରଥମେ ବ୍ୟାଟିଂ କରି ୨୧୮ରନ କରିଥିବା ବେଳେ ଏହାର ପିଛାକରି ରାଉରକେଲା ଟିମ ୧୮ଓଭର ରେ ମାତ୍ର ୯୪ରନ କରି ଏଲ ଆଉଟ୍ ହୋଇଯାଇଥିଲେ,ଫଳରେ କଟକ ଚମ୍ପିୟାନ ହେବା ସହ କଟକ ଟିମ ର କାଜଲ ଜେନା ସର୍ବାଧିକ ୧୦୮ରନ କରି ମ୍ୟାନ ଅଫ ଦି ମ୍ୟାଚ୍ ହୋଇଥିଲେ । ଚମ୍ପିୟାନ କଟକ ଓ ଉପବିଯେତା ରାଉରକେଲା କୁ ଅତିଥି ଭାବେ ଯୋଗଦେଇ ପୂର୍ବତନ ଖେଳ ଶିକ୍ଷକ ଗୌର ଗୋବିନ୍ଦ ସାମନ୍ତ , ତ୍ରିନାଥ ସାମନ୍ତ ଓ ଅଜିତି ମିଶ୍ର ପୁରସ୍କୃତ କରିଥିଲେ।ତେବେ ଏହି ଖେଳ କୁ ତାଳଚେର ଫ୍ରେଣ୍ଡସ କ୍ଲବ ଆନୁକୁଲ୍ୟରେ ଏହି କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହେଉଥିବା ସହ ଏଥିରେ କ୍ଲବ୍ ର ସମସ୍ତ ସଦସ୍ୟ କର୍ମକର୍ତା ମାନେ ସକ୍ରୀୟ ଭାବେ ଜଡିତ ରହି ଖେଳକୁ ସୂଚାରୁ ରୁପେ ତୁଲାଇଥିବା ରୁ କ୍ଲବ ର ସଭାପତି ତଥା ନଗର ପାଳ ପବିତ୍ର ଭୂତିଆ ସମସ୍ତଙ୍କୁ ଧନ୍ୟବାଦ୍ ଦେଇଛନ୍ତି।ଏହି ମ୍ୟାଚ୍ କୁ ଉପଭୋଗ କରିବା ପାଇଁ ସହର ଓ ଗ୍ରାମାଞ୍ଚଳ ରୁ ବହୁ ସଂଖ୍ୟାରେ ଖେଳ ପ୍ରେମୀ ସାମିଲ ହୋଇ ଆନନ୍ଦ ଅନୁଭବ କରୁଥିବା ଦେଖିବାକୁ ମିଳିଛି।

- Post by ଟଙ୍କଧର .ମେହେର1
- ଫ୍ରେଣ୍ଡସ କ୍ଲବ ପରିସରରେ ଆୟୋଜିତ ସ୍ବର୍ଗତ ଡାକ୍ତର ଦେବେନ୍ଦ୍ର ପ୍ରଧାନ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ1
- AGNEYA 2026 3rd day with Amiti mishra2
- GET. TOGETHER, 2026 Bach2004-06 D. I. E. T, ଖୋର୍ଦ୍ଧା VENUE ମା BARUNE TEMPLE1
- ନୟାଗଡ଼ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ 'ଦେବଦୂତ ସେବା ପରିଷଦ' ପକ୍ଷରୁ ପ୍ରତାପପ୍ରସାଦ ସ୍ଥିତ ମା' ଭୈରବୀଙ୍କ ପୀଠରେ ବାର୍ଷିକ ଉତ୍ସବ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହ ଅନୁଷ୍ଠିତ ହୋଇଯାଇଛି । ଏହି ଅନୁଷ୍ଠାନ ନିଜର ବିଭିନ୍ନ ସେବାମୂଳକ କାର୍ଯ୍ୟ ପାଇଁ ଜିଲ୍ଲାରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି: ସମାଜ ସେବା ଓ ରୋଗୀ ସେବା: ଅସହାୟ ଲୋକଙ୍କ ସହାୟତା ଏବଂ ରୋଗୀଙ୍କ ସେବା କ୍ଷେତ୍ରରେ ଏହି ଅନୁଷ୍ଠାନ ସର୍ବଦା ଆଗଧାଡ଼ିରେ ରହିଥାଏ 🤝। ରକ୍ତଦାନ: ବିଭିନ୍ନ ସମୟରେ ରକ୍ତଦାନ ଶିବିର ଆୟୋଜନ କରି ଜୀବନ ରକ୍ଷା କରିବା ପାଇଁ ଅନୁଷ୍ଠାନର ସଦସ୍ୟମାନେ ଚେଷ୍ଟା କରନ୍ତି 🩸। ଗୋ ସେବା: ବିଶେଷ କରି ଗୋମାତାଙ୍କ ସେବା ଓ ସୁରକ୍ଷା କ୍ଷେତ୍ରରେ ଏହି ପରିଷଦ ନୟାଗଡ଼ ଜିଲ୍ଲାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି 🐄।3
- Post by User5115 Susanta Kumar Pattnaik1
- ଥାଲାସେମିଆ ରୋଗରେ ପୀଡିତ କ୍ରିଷ୍ଣା ବେହେରାଙ୍କୁ ଆର୍ଥିକ ସହାୟତା ପ୍ରଦାନ ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ବଦଗବପୂର୍ ଗ୍ରାମର ଥାଲାସେମିଆ ରୋଗରେ ପୀଡିତ କ୍ରିଷ୍ଣା ବେହେରାଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ଓଡ଼ିଶାର ପ୍ରମୁଖ ଦାତବ୍ୟ ଟ୍ରଷ୍ଟ ମା' ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସ | ସୂଚନା ଯୋଗ୍ୟ କି, କ୍ରିଷ୍ଣାଙ୍କ ପିତା ଅତ୍ୟନ୍ତ ଗରିବ ଶ୍ରେଣୀର ବ୍ୟକ୍ତି | କ୍ରିଷ୍ଣା ଜନ୍ମରୁ ଥାଲାସେମିଆ ରୋଗରେ ପୀଡିତ ହୋଇ ବର୍ତ୍ତମାନ ଜୀବନ ମୃତ୍ତ୍ୟୁ ସହ ସଂଗ୍ରାମ କରୁଛନ୍ତି | ଦୁଇ ଓଳି ଦୁଇ ମୁଠା ଖାଇବାକୁ ନାହିଁ। ଅର୍ଥାଭାବରୁ ବାପା ତାଙ୍କର ଚିକିସ୍ଥା କରାଇବାରେ ଅସମର୍ ।| ବିଭିନ୍ନ ଗଣମାଧ୍ୟମରୁ ଏହି ଦୁଃଖଦ ଖବର ପାଇ ମା ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସର ସଭାପତି ତଥା ସମାଜସେବୀ ଇଂ ଶଙ୍ଖେଶ୍ଵର ପ୍ରସାଦ ମହାନ୍ତିଙ୍କ ପରାମର୍ଶ କ୍ରମେ ବରିଷ୍ଠ ସଦସ୍ୟ ସୁଧାକର ମହାନ୍ତି,ବିଶ୍ଵନାଥ ସ୍ଵାଇଁ, ହରେକୃଷ୍ଣ ବେହେରା ଏବଂ ସତ୍ୟବ୍ରତ ଦାସ ପ୍ରମୂଖ କ୍ରିଷ୍ଣାଙ୍କ ବାସଭବନରେ ପହଞ୍ଚି ତାଙ୍କ ବାପାଙ୍କୁ ଦଶ ହଜାର (୧୦,୦୦୦/-) ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ | ମା' ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସର ବଦାନ୍ୟତା ପାଇଁ ତାଙ୍କ ପରିବାର ବର୍ଗ କୃତଜ୍ଞତା ଜଣାଇଥିବା ବେଳେ ଅନୁଷ୍ଠାନର ଏହି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ଭୁୟୀୟସୀ ପ୍ରଶଂସା କରାଯାଇଛି |1
- ସୁଜନାରାଜନନମଙ1