logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଦେଉଳିମଠ ରେ ରହିଥିବା ରଥଚକ ର ସ୍ଥାୟୀ ଗୃହ ମରାମତି ପାଇଁ ଆଇନ ମନ୍ତ୍ରୀ ଙ୍କୁ ଦାବିପତ୍ର ଦେଲା ଅସ୍ତରଙ୍ଗ ସାମ୍ବାଦିକ ସଂଘ | ଅସ୍ତରଙ୍ଗ (BT)ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ସମେତ ଚତୁର୍ଦ୍ଧା ବିଗ୍ରହ ଙ୍କର ଆଦ୍ଯଲୀଳା ସ୍ଥଳୀ ହେଉଛି ପବିତ୍ର ଦେଉଳିମଠ | ପ୍ରତେକ ନବକଳେବର ସମୟରେ ପରମ୍ପରା ଅନୁଯାଇ ଦଇତାପତି ସେବାୟତ ମାନେ ବନଜାଗ ଯାତ୍ରାରେ କାକଟପୁର ର ଦେଉଳିମଠ କୁ ଯାତ୍ରା ଆରମ୍ଭ କରିଥାନ୍ତି | ଦେଉଳିମଠ ରେ ପହଞ୍ଚିବା ପରେ ମା ମଙ୍ଗଳାଙ୍କୁ ସ୍ବତନ୍ତ୍ର ମାର୍ଜନା କରି ଦେଉଳିମଠ ଠାରେ ସ୍ଵପ୍ନାବତୀ ମନ୍ତ୍ର ଜପକରି ଅଧିଆ ପଡିଥାନ୍ତି | ଏହାପରେ ମା ମଙ୍ଗଳା ଦଇତାପତି ଙ୍କୁ ସ୍ଵପ୍ନାଦେଶ ମାଧ୍ୟମ ରେ ଦାରୁ ଚିହ୍ନଟ କରି ସେହି ସ୍ଥାନର ସୂଚନା ଦେଇଥାନ୍ତି | ତେଣୁ ମା ମଙ୍ଗଳା ଙ୍କ ଦେଉଳିମଠ ସହିତ ଶ୍ରୀମନ୍ଦିର ର ରହିଛି ପାରମ୍ପରିକ ସମ୍ପର୍କ | କିନ୍ତୁ ନବକଳେବର ପ୍ରକ୍ରିୟା ଆରମ୍ଭରୁ ଦେଉଳିମଠ କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ରଥଚକ ପ୍ରଦାନ କରାଯାଇ ନଥିଲା | ଦୀର୍ଘବର୍ଷ ପରେ ଅସ୍ତରଙ୍ଗ ସାମ୍ବାଦିକ ସଂଘ ପକ୍ଷରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଙ୍କୁ ଦେଉଳିମଠ କୁ ରଥଚକ ପ୍ରଦାନ କରିବା ନିମନ୍ତେ ଏକ ଦାବିପତ୍ର ତା ୨୫, ସେପ୍ଟେମ୍ବର ୧ ତାରିଖରେ ପ୍ରଦାନ କରାଯାଇଥିଲା | ଅସ୍ତରଙ୍ଗ ସାମ୍ବାଦିକ ସଂଘର ଦାବିପତ୍ର ଆଧାରରେ ଶ୍ରମନ୍ଦିର ପ୍ରଶାସନ ଅସ୍ତରଙ୍ଗ ସାମ୍ବାଦିକ ସଂଘ ଜରିଆରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ନନ୍ଦିଘୋଷ ରଥର ଏକ ଚକ ଦେଉଳିମଠ ଅକ୍ଟୋବର ୨୭,୨୦୨୫ ରିଖରେ ପ୍ରଦାନ କରିଥିଲେ | ଏହି ରଥଚକ କୁ ଅସ୍ତରଙ୍ଗ ସାମ୍ବାଦିକ ସଂଘ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ସହକାରେ ଶ୍ରୀକ୍ଷେତ୍ରରୁ ଦେଉଳିମଠ କୁ ଅଣାଯାଇ ଥିଲା | ଏହି ରଥଚକ ଟିକୁ ଦେଉଳିମଠ ର ଅସ୍ଥାଇ ବାରଣ୍ଡାରେ ରଖାଯାଇ ଅଛି | ଦେଉଳିମଠ ଠାରେ ରଥଚକ ରହିବା ପାଇଁ ଏକ ଗୃହ ନିର୍ମାଣ କରାଯାଇଥିଲେ ମଧ୍ୟ ଏହାର ମରାମତି କାର୍ଯ ଅଧାପନ୍ତରିଆ ଭାବରେ ପଡି ରହିଥିବା ଯୋଗୁଁ ଏହି ଗୃହରେ ରଥଚକ ରଖାଯାଇ ପାରୁନାହିଁ । ରାଜ୍ୟସରକାର ଙ୍କର ଆଇନି ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ କାକଟପୁର ଗ୍ରସ୍ତକରି ଦେଉଳିମଠ ଠାରେ ଏକ ସରକାରୀ କାର୍ଯ୍ୟ କ୍ରମରେ ଆସିଥିବା ବେଳେ ଅସ୍ତରଙ୍ଗ ସାମ୍ବାଦିକ ସଂଘ ପକ୍ଷରୁ ଆଇନି ମନ୍ତ୍ରୀ ଙ୍କୁ ଭେଟି ଅଧାପନ୍ତରିଆ ଭାବରେ ରହିଥିବା ଗୃହକୁ ମରାମତି କରାଯାଇ ତାହାକୁ ପୂର୍ଣ ଭାବରେ ନିର୍ମାଣ କରାଇବା ପାଇଁ ଏକ ଦାବିପତ୍ର ପ୍ରଦାନ କରାଯାଇଛି | ଦାବିପତ୍ର ଗ୍ରହଣ କରି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଏଥିପାଇଁ ଖୁବଶୀଘ୍ର ରାଜ୍ୟ ସରକାର ଙ୍କ ପକ୍ଷରୁ ଆର୍ଥିକ ବ୍ୟବସ୍ଥା ଯୋଗାଇ ଦିଆଯିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି | ଏହି ଦାବିପତ୍ର ପ୍ରଦାନ ସମୟରେ ଅସ୍ତରଙ୍ଗ ସାମ୍ବାଦିକ ସଂଘର ପରାମର୍ଶଦାତା ନିରଞ୍ଜନ ଦାସ ,ଦୁଃଶାସନ ନାୟକ ,ପ୍ରଶାନ୍ତ କୁମାର ବାରିକ ,ପ୍ରସାର ଖୁଣ୍ଟିଆ ,କାର୍ଯ୍ୟକାରୀ ସଭାପତି ଅର୍ଯ୍ୟ ବିଶ୍ବାଳ ,ସମ୍ପାଦକ ଲୋକନାଥ ସ୍ବାଇଁ ,କୋଷାଧକ୍ଷ ସମୀର କୁମାର କର ,ସମୀର ବେଉରା ,ସାଂସ୍କୃତିକ ସମ୍ପାଦକ ମନୋଜ କୁମାର ବିଶ୍ବାଳ ,ପ୍ରମୁଖ ଉପସ୍ଥିତ ରହିଥିଲେ |

3 hrs ago
user_Bibhuti TV
Bibhuti TV
Artist ନିମାପଡା, ପୁରୀ, ଓଡ଼ିଶା•
3 hrs ago
431ed218-5f3c-434b-82b0-840e6b376740

More news from Odisha and nearby areas
  • ହାତୀ କୁ କରେଣ୍ଟ ମାରିଲା ବୋଲି ଆସିକି ସବୁ ସୋଲାର ମିଶିନୀ କୁ ଭାଙ୍ଗିଦେଲା
    1
    ହାତୀ କୁ କରେଣ୍ଟ ମାରିଲା ବୋଲି ଆସିକି ସବୁ ସୋଲାର ମିଶିନୀ କୁ ଭାଙ୍ଗିଦେଲା
    user_SOUMYA RANJAN
    SOUMYA RANJAN
    Extended stay hotel Puri (M), Odisha•
    3 hrs ago
  • Post by NEWS MANORANJAN
    1
    Post by NEWS  MANORANJAN
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    4 hrs ago
  • Post by Darbar Tv
    1
    Post by Darbar Tv
    user_Darbar Tv
    Darbar Tv
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    6 hrs ago
  • ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ବିପୂଳିଙ୍ଗି ଗ୍ରାମ ପଞ୍ଚାୟତର ତେଲାପଲ୍ଲୀ ଗ୍ରାମରେ ବହୁ ପ୍ରାଚୀନ କାଳରୁ ଗାଁ ଶେଷ ମୁଣ୍ଡରେ ପୂଜା ପାଉଥିବା ଏକ ଦେବୀ ବା ଶକ୍ତି ସଂକେତ ପ୍ରତିମା l ଏକ ପଥରରେ ସିନ୍ଦୂର ଆଦି ବୋଳି ତାହା ଚାରିପଟେ ମାଟି ଘୋଡାରେ ସଜାଇ ଶଙ୍ଖା, ଶାଢିରେ ସଜାଇ ପ୍ରତୀକାତ୍ମକ ଭାବେ ପୂଜା କରାଯାଏ l ମା ମାଳୁଆଣି, ବୁଢ଼ୀ ଠାକୁରାଣୀ, ନେଲା ଆମ୍ମା , ଚଞ୍ଚଳା ଆମ୍ମମା ଗ୍ରାମଦେବତୀ ରୂପରେ ପୂଜା ପାଇ ଆସୁଛନ୍ତି l ତେଲାପଲ୍ଲୀ ଗ୍ରାମର ସେ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ହୋଇଥିବାରୁ ପ୍ରତ୍ୟେକଶୁଭ କାର୍ଯ୍ୟ ଯଥା ବିବାହ ବ୍ରତ ଆଦି କାର୍ଯ୍ୟରେ ପ୍ରଥମେ ମାଙ୍କ ପାଖରେ ଶରଣଗତ ହୋଇଥାନ୍ତି l ମା ମାଳୁଆଣି ପ୍ରତ୍ୟକ୍ଷ ଠାକୁରାଣୀ ଡାକିଲେ ଶୁଣନ୍ତି l ପ୍ରତ୍ୟକ୍ଷ ଠାକୁରାଣୀ ବୋଲି ଚାରିଆଡ଼େ ମାଆଙ୍କର ହୁରିପଡେ l ଲୋକମାନଙ୍କର ଅଗାଧ ବିଶ୍ବାସକୁ ମା ପଣତକାନିରେ ଘୋଡାଇ ଅନନ୍ତ ଚକ୍ଷୁର ଆଡୁଆଳରେ ଗ୍ରାମର ପ୍ରତ୍ୟେକ ବ୍ୟକ୍ତିଙ୍କୁ ରଖିଛନ୍ତି l ମାଙ୍କର ଇତିହାସ ଜେଜେ ମାଙ୍କ ଗପ ପେଡିରୁ କେବେ ସରିନି ତ ସତ ସେହିପରି ଅଲୌକିକ ଘଟଣା ଗ୍ରାମବାସୀଙ୍କ ଜୀବନରେ ଘଟିଛି l ସେହି ମାଳୁଆଣି ମାଆଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ ଗଞ୍ଜାମର ସୁପରିଚିତ ଜଣା ଶୁଣା ମଞ୍ଚ ନାଟ୍ୟ ନିର୍ଦ୍ଦେଶକ ଗୁରୁ ଶ୍ରୀ CH.ରାଜୀବ ଲୋଚନ ରେଡ୍ଡୀ ସାରଙ୍କ ଜନ୍ମ ମାଟି ତେଲାପଲ୍ଲୀ ଅଜି ଚଳ ଚଞ୍ଚଳ l ଗ୍ରାମବାସୀଙ୍କ ଆନନ୍ଦ ନ କହିଲେ ସରେ ଚଳିତ ୨୦.୦୪.୨୦୨୬ ସୋମବାର ଠାରୁ ୨୪.୦୪.୨୦୨୬ ଶୁକ୍ରବାର ପର୍ଯ୍ୟନ୍ତ ପଞ୍ଚଦିନ ବ୍ୟାପି ତେଲାପଲ୍ଲୀ ଗ୍ରାମରେ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ l ପ୍ରତି ଦିନ ଘୃତ ଯଜ୍ଞ , ଅର୍ଣ୍ଣ ଯଜ୍ଞ, ନାମ ଯଜ୍ଞ, ଜ୍ଞାନଯଜ୍ଞାଦି ମହା ସମରରେ ଅନୁଷ୍ଠିତ ହବ ସେଥିରେ ମୂଖ୍ୟ ପଣ୍ଡିତ ସରୋଜ କୁମାର ଶତପଥି, ମୁଖ୍ୟ ପୁରୋହିତ କାଳୁ ଚରଣ ରଥ , ମହନ୍ତ ଶ୍ରୀ ସନାତନ ଦାସ ଜି ମହାରାଜ, ବାବାଜୀ ଶ୍ରୀ ନାରାୟଣ ଦାସ ଜି ମହାରାଜ ଯୋଗଦାନ ଦେଇ କାର୍ଯ୍ୟକୁ ସଫାଲ୍ୟ ମଣ୍ଡିତ କରିବେ l ସହପରିବାର ଓ ସବା ନ୍ଧବ ଉକ୍ତ ଧାର୍ମିକ ଅନୁଷ୍ଠାନରେ ସହଯୋଗ କରି ବିଭୁକୃପା ଲାଭ କରିବାକୁ ତେଲାପଲ୍ଲୀ ଗ୍ରାମବାସୀଙ୍କ ଓ ମଞ୍ଚ ନାଟ୍ୟ ନିର୍ଦ୍ଦେଶକ ଗୁରୁଶ୍ରୀ ରାଜୀବ ରେଡ୍ଡୀସାରଙ୍କ ଏକାନ୍ତ ନିବେଦନ l
    1
    ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ବିପୂଳିଙ୍ଗି ଗ୍ରାମ ପଞ୍ଚାୟତର  ତେଲାପଲ୍ଲୀ ଗ୍ରାମରେ ବହୁ ପ୍ରାଚୀନ କାଳରୁ ଗାଁ ଶେଷ ମୁଣ୍ଡରେ ପୂଜା ପାଉଥିବା ଏକ ଦେବୀ ବା ଶକ୍ତି ସଂକେତ ପ୍ରତିମା l ଏକ ପଥରରେ ସିନ୍ଦୂର ଆଦି ବୋଳି ତାହା ଚାରିପଟେ ମାଟି ଘୋଡାରେ ସଜାଇ ଶଙ୍ଖା, ଶାଢିରେ ସଜାଇ ପ୍ରତୀକାତ୍ମକ ଭାବେ ପୂଜା କରାଯାଏ l ମା ମାଳୁଆଣି, ବୁଢ଼ୀ ଠାକୁରାଣୀ, ନେଲା ଆମ୍ମା , ଚଞ୍ଚଳା ଆମ୍ମମା ଗ୍ରାମଦେବତୀ ରୂପରେ ପୂଜା ପାଇ ଆସୁଛନ୍ତି l  ତେଲାପଲ୍ଲୀ ଗ୍ରାମର ସେ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ହୋଇଥିବାରୁ ପ୍ରତ୍ୟେକଶୁଭ କାର୍ଯ୍ୟ ଯଥା ବିବାହ ବ୍ରତ ଆଦି କାର୍ଯ୍ୟରେ ପ୍ରଥମେ ମାଙ୍କ ପାଖରେ ଶରଣଗତ ହୋଇଥାନ୍ତି l ମା  ମାଳୁଆଣି ପ୍ରତ୍ୟକ୍ଷ ଠାକୁରାଣୀ ଡାକିଲେ ଶୁଣନ୍ତି l ପ୍ରତ୍ୟକ୍ଷ ଠାକୁରାଣୀ ବୋଲି ଚାରିଆଡ଼େ ମାଆଙ୍କର ହୁରିପଡେ l ଲୋକମାନଙ୍କର ଅଗାଧ ବିଶ୍ବାସକୁ ମା ପଣତକାନିରେ ଘୋଡାଇ ଅନନ୍ତ ଚକ୍ଷୁର ଆଡୁଆଳରେ ଗ୍ରାମର ପ୍ରତ୍ୟେକ ବ୍ୟକ୍ତିଙ୍କୁ ରଖିଛନ୍ତି l ମାଙ୍କର ଇତିହାସ ଜେଜେ ମାଙ୍କ ଗପ ପେଡିରୁ କେବେ ସରିନି ତ ସତ ସେହିପରି ଅଲୌକିକ ଘଟଣା ଗ୍ରାମବାସୀଙ୍କ ଜୀବନରେ ଘଟିଛି l ସେହି ମାଳୁଆଣି ମାଆଙ୍କ  ବିଗ୍ରହ ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ ଗଞ୍ଜାମର ସୁପରିଚିତ ଜଣା ଶୁଣା ମଞ୍ଚ ନାଟ୍ୟ ନିର୍ଦ୍ଦେଶକ ଗୁରୁ ଶ୍ରୀ CH.ରାଜୀବ ଲୋଚନ ରେଡ୍ଡୀ ସାରଙ୍କ ଜନ୍ମ ମାଟି ତେଲାପଲ୍ଲୀ ଅଜି ଚଳ ଚଞ୍ଚଳ l ଗ୍ରାମବାସୀଙ୍କ ଆନନ୍ଦ ନ କହିଲେ ସରେ ଚଳିତ ୨୦.୦୪.୨୦୨୬ ସୋମବାର ଠାରୁ ୨୪.୦୪.୨୦୨୬ ଶୁକ୍ରବାର ପର୍ଯ୍ୟନ୍ତ ପଞ୍ଚଦିନ ବ୍ୟାପି ତେଲାପଲ୍ଲୀ ଗ୍ରାମରେ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ l  ପ୍ରତି ଦିନ ଘୃତ ଯଜ୍ଞ , ଅର୍ଣ୍ଣ ଯଜ୍ଞ, ନାମ ଯଜ୍ଞ, ଜ୍ଞାନଯଜ୍ଞାଦି ମହା ସମରରେ ଅନୁଷ୍ଠିତ ହବ ସେଥିରେ ମୂଖ୍ୟ ପଣ୍ଡିତ ସରୋଜ କୁମାର ଶତପଥି, ମୁଖ୍ୟ ପୁରୋହିତ କାଳୁ ଚରଣ ରଥ , ମହନ୍ତ ଶ୍ରୀ ସନାତନ ଦାସ ଜି ମହାରାଜ, ବାବାଜୀ ଶ୍ରୀ ନାରାୟଣ ଦାସ ଜି ମହାରାଜ ଯୋଗଦାନ ଦେଇ କାର୍ଯ୍ୟକୁ ସଫାଲ୍ୟ ମଣ୍ଡିତ କରିବେ l  ସହପରିବାର ଓ ସବା ନ୍ଧବ ଉକ୍ତ ଧାର୍ମିକ ଅନୁଷ୍ଠାନରେ ସହଯୋଗ କରି ବିଭୁକୃପା ଲାଭ କରିବାକୁ  ତେଲାପଲ୍ଲୀ ଗ୍ରାମବାସୀଙ୍କ ଓ ମଞ୍ଚ ନାଟ୍ୟ ନିର୍ଦ୍ଦେଶକ ଗୁରୁଶ୍ରୀ  ରାଜୀବ ରେଡ୍ଡୀସାରଙ୍କ ଏକାନ୍ତ ନିବେଦନ l
    user_Sibanava Panda
    Sibanava Panda
    Local News Reporter ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    9 hrs ago
  • Post by Rajesh Samantaray
    1
    Post by Rajesh Samantaray
    user_Rajesh Samantaray
    Rajesh Samantaray
    Bank Sadar, Puri•
    11 hrs ago
  • Post by Manoj kumar baliyarsingh
    4
    Post by Manoj kumar baliyarsingh
    user_Manoj kumar baliyarsingh
    Manoj kumar baliyarsingh
    ସାମ୍ବାଦିକ ପୁରୀ (M), ପୁରୀ, ଓଡ଼ିଶା•
    11 hrs ago
  • Post by Ranjan Khuntia
    1
    Post by Ranjan Khuntia
    user_Ranjan Khuntia
    Ranjan Khuntia
    Jagatsinghapur, Odisha•
    8 hrs ago
  • Post by NEWS MANORANJAN
    1
    Post by NEWS  MANORANJAN
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    5 hrs ago
  • Post by SOUMYA RANJAN
    1
    Post by SOUMYA RANJAN
    user_SOUMYA RANJAN
    SOUMYA RANJAN
    Extended stay hotel Puri (M), Odisha•
    5 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.