Shuru
Apke Nagar Ki App…
କେନ୍ଦୁଝର ଜିଲ୍ଲା ଘଟଗାଁ ଅଞ୍ଚଳରୁ ମାତୃ ଦିବସ ଅବସରରେ ମା’ଙ୍କୁ ସମ୍ମାନ ଜଣାଇବା ପାଇଁ ଏକ ସ୍ୱତନ୍ତ୍ର ଆହ୍ୱାନ ଦିଆଯାଇଛି। ମା’ଙ୍କ ଠାରୁ ମମତା ଏବଂ ବାପାଙ୍କ ଠାରୁ ମିଳୁଥିବା ସ୍ନେହ ଓ ଆଦର ଅନ୍ୟ କେଉଁଠି ବି ମିଳିନଥାଏ। ତେଣୁ ଏହି ବିଶେଷ ଅବସରରେ ପ୍ରତ୍ୟେକ ସନ୍ତାନ ନିଶ୍ଚିତ ଭାବେ ମାତୃ ପୂଜନ କରିବା ସହିତ ନିଜ ମା’ଙ୍କ ନାମରେ ଗୋଟିଏ ଗଛ ଲଗାଇବା ପାଇଁ ଶ୍ରଦ୍ଧାର ସହ ନିବେଦନ କରାଯାଇଛି।
KESHAB MOHAPATRA
କେନ୍ଦୁଝର ଜିଲ୍ଲା ଘଟଗାଁ ଅଞ୍ଚଳରୁ ମାତୃ ଦିବସ ଅବସରରେ ମା’ଙ୍କୁ ସମ୍ମାନ ଜଣାଇବା ପାଇଁ ଏକ ସ୍ୱତନ୍ତ୍ର ଆହ୍ୱାନ ଦିଆଯାଇଛି। ମା’ଙ୍କ ଠାରୁ ମମତା ଏବଂ ବାପାଙ୍କ ଠାରୁ ମିଳୁଥିବା ସ୍ନେହ ଓ ଆଦର ଅନ୍ୟ କେଉଁଠି ବି ମିଳିନଥାଏ। ତେଣୁ ଏହି ବିଶେଷ ଅବସରରେ ପ୍ରତ୍ୟେକ ସନ୍ତାନ ନିଶ୍ଚିତ ଭାବେ ମାତୃ ପୂଜନ କରିବା ସହିତ ନିଜ ମା’ଙ୍କ ନାମରେ ଗୋଟିଏ ଗଛ ଲଗାଇବା ପାଇଁ ଶ୍ରଦ୍ଧାର ସହ ନିବେଦନ କରାଯାଇଛି।
More news from ଓଡ଼ିଶା and nearby areas
- ଯାଜପୁର ଜିଲ୍ଲା କୋରେଇ ବ୍ଲକ ଅନ୍ତର୍ଗତ ବନ୍ଦlଳ ପଞ୍ଚାୟତରେ ବୈତରଣୀ ନଦୀ ଉପରେ ପ୍ରାୟ ୨୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ବିଜୁସେତୁ ଆଜିବି ସାଧାରଣ ଲୋକଙ୍କ ପାଇଁ ସମ୍ପୂର୍ଣ୍ଣ ଉପଯୋଗୀ ହୋଇପାରିନାହିଁ। ଏହି ବୃହତ ପ୍ରକଳ୍ପର ସଂଯୋଗ ରାସ୍ତା କାମ ସମ୍ପୂର୍ଣ୍ଣ ହୋଇ ନଥିବାରୁ ଏତେ ବଡ଼ ବଜେଟର ସେତୁଟି ଲୋକଙ୍କ କାମରେ ଆସିପାରୁ ନାହିଁ। ଏହି କାରଣରୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ଏବଂ ଏହି ୨୫ କୋଟିର ବିଜୁସେତୁ ସମ୍ପୂର୍ଣ୍ଣ ଭାବେ ଅଚଳ ହୋଇ ପଡ଼ିରହିଛି।1
- ଓଡ଼ିଶାର ରାଉରକେଲାରେ ଅପରାଧ ଓ ଅପରାଧୀଙ୍କ ବିରୋଧରେ ପୋଲିସ ପକ୍ଷରୁ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଅପରାଧୀଙ୍କୁ ଆଉ କୌଣସି ନିସ୍ତାର ନାହିଁ ବୋଲି ସ୍ପଷ୍ଟ ଚେତାବନୀ ଦେଇ ରାଉରକେଲା ପୋଲିସ ସେମାନଙ୍କ ଘରକୁ ଭାଙ୍ଗି ଦେଇଛି। ବସ୍ତିଗୁଡ଼ିକରେ ଲୁଚି ରହି ଚାଲୁଥିବା ନିଶା କାରବାରକୁ ବନ୍ଦ କରିବା ଏବଂ ରାତି ଅଧରେ ଘଟୁଥିବା ଅପରାଧକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆଣିବା ଲାଗି ପୋଲିସ ଏହି ଦୃଢ଼ ପଦକ୍ଷେପ ଗ୍ରହଣ କରିଛି। ପୋଲିସ ପ୍ରଶାସନର ଏହି ନିଆରା ପ୍ରୟାସକୁ ସ୍ଥାନୀୟ ଜନସାଧାରଣ ବହୁତ ପ୍ରଶଂସା କରୁଛନ୍ତି।1
- କେନ୍ଦୁଝର ଟାଉନ ପୋଲିସ ଏକ ଆନ୍ତଃରାଜ୍ୟ ଏଟିଏମ ଠକେଇ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିବା ସହ ୪ ଜଣ କିଙ୍ଗପିନଙ୍କୁ ଗିରଫ କରିବାରେ ସଫଳ ହୋଇଛି। କେନ୍ଦୁଝରର ବଡମନୋହରପୁର ଗ୍ରାମର ୫୮ ବର୍ଷୀୟ ରମେଶ ଚନ୍ଦ୍ର ମହାନ୍ତଙ୍କ ଅଭିଯୋଗ ଆଧାରରେ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଅଭିଯୋଗ ଅନୁଯାୟୀ, ଗତ ୧୧.୦୫.୨୦ରିଖରେ ମଣ୍ଡୁଆଠାରେ ଏକ ଏଟିଏମରୁ ୫ ହଜାର ଟଙ୍କା ଉଠାଇବା ସମୟରେ ଜଣେ ଅଜଣା ବ୍ୟକ୍ତି ତାଙ୍କ ଏଟିଏମ ପିନ୍ ଦେଖିନେଇଥିଲେ ଏବଂ ଚତୁରତାର ସହ କାର୍ଡ ବଦଳାଇ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୫୪,୧୦୦ ଟଙ୍କା ଲୁଟି ନେଇଥିଲେ। ବୈଜ୍ଞାନିକ ତଦନ୍ତ, ବୈଷୟିକ ନିରୀକ୍ଷଣ, ସିସିଟିଭି ବିଶ୍ଳେଷଣ ଏବଂ କ୍ଷେତ୍ର ତଦନ୍ତ ବଳରେ ପୋଲିସ ଏହି ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ସକ୍ଷମ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଲେ କଟକ ଜିଲ୍ଲାର ନେମାଳ ଥାନା ଅଧୀନ ଜାମରା ଗ୍ରାମର ଲିଟୁ ଓରଫ ବଳରାମ ସାହୁ (୩୪), ତରଡ଼ା ଶାସନର ମୃତ୍ୟଞ୍ଜୟ ମହାପାତ୍ର (୩୯), କୋଇଲିରଙ୍ଗି ଗ୍ରାମର ଡ୍ରାଇଭର ମାନସ ରଞ୍ଜନ ପାଣି (୩୦) ଏବଂ କେନ୍ଦ୍ରାପଡ଼ା ସଦର ଥାନା ଗିରିଗୋଲା ଶାସନର ପୂର୍ଣ୍ଣ ଚନ୍ଦ୍ର ମଲ୍ଲିକ (୨୫)। ସେମାନଙ୍କ ନିକଟରୁ ଏକ ଧଳା ରଙ୍ଗର ମାରୁତି ଫ୍ରଙ୍କସ୍ କାର (OD-05-CK-7228), ବିଭିନ୍ନ ବ୍ୟାଙ୍କର ୨୩୨ଟି ଏଟିଏମ/ଡେବିଟ୍ କାର୍ଡ, ୯ଟି ମୋବାଇଲ୍ ଫୋନ୍ (୭ଟି କିପ୍ୟାଡ୍ ଏବଂ ୨ଟି ସ୍ମାର୍ଟଫୋନ୍) ଏବଂ ନଗଦ ୧୨,୨୬୦ ଟଙ୍କା ଜବତ କରାଯାଇଛି। ଜବତ କାର୍ଡଗୁଡ଼ିକ ଭାରତୀୟ ଷ୍ଟେଟ ବ୍ୟାଙ୍କ, ୟୁକୋ ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ବରୋଦା, ଏଚଡିଏଫସି ବ୍ୟାଙ୍କ, ଆକ୍ସିସ୍ ବ୍ୟାଙ୍କ, କାନାରା ବ୍ୟାଙ୍କ ସମେତ ବିଭିନ୍ନ ବ୍ୟାଙ୍କର ଗ୍ରାହକମାନଙ୍କର ଅଟେ। କେନ୍ଦୁଝର ସଦର ଏସଡିପିଓ ସୁଦର୍ଶନ ଗଙ୍ଗୋଇ ଏବଂ ଟାଉନ ଥାନା ଆଇଆଇସି ଶ୍ରୀକାନ୍ତ ସାହୁଙ୍କ ସୂଚନା ଅନୁଯାୟୀ, ଏହି ଗ୍ୟାଙ୍ଗର ସଦସ୍ୟମାନେ ମୁଖ୍ୟତଃ ବୟସ୍କ ଏବଂ ସରଳ ଏଟିଏମ ବ୍ୟବହାରକାରୀଙ୍କୁ ଟାର୍ଗେଟ କରୁଥିଲେ। ସେମାନେ ଏଟିଏମ ପିନ୍ ଦେଖିନେବା ପରେ ପୀଡ଼ିତଙ୍କ ମନ ଅନ୍ୟଆଡ଼େ ବୁଲାଇ ଚତୁରତାର ସହ କାର୍ଡ ବଦଳାଇ ଦେଉଥିଲେ। ଅଭିଯୁକ୍ତମାନେ ଚିହ୍ନଟ ନ ହେବା ପାଇଁ ଗାଡ଼ି ଯୋଗେ ଓଡ଼ିଶାର ବିଭିନ୍ନ ଜିଲ୍ଲା ବୁଲି ଏପରି କାଣ୍ଡ ଭିଆଉଥିଲେ। ମାଷ୍ଟରମାଇଣ୍ଡ ଲିଟୁ ବଳରାମ ସାହୁଙ୍କ ନାମରେ ଓଡ଼ିଶାର ବିଭିନ୍ନ ଥାନାରେ ଏଟିଏମ ସ୍ୱାପିଂ, ସାଇବର ଠକେଇ ଓ ଡକାୟତି ଭଳି ୫୦ରୁ ଅଧିକ ମାମଲା ରହିଥିବା ବେଳେ ଅନ୍ୟ ଅଭିଯୁକ୍ତମାନଙ୍କ ନାମରେ ମଧ୍ୟ ଅନେକ ସମାନ ଅପରାଧିକ ମାମଲା ରହିଛି। ବର୍ତ୍ତମାନ ପ୍ରକୃତ କାର୍ଡଧାରୀ ଓ ଠକେଇର ଯାଞ୍ଚ ପ୍ରକ୍ରିୟା ଜାରି ରହିଛି।3
- ଭଦ୍ରକ ଜିଲ୍ଲାର ଚାନ୍ଦବାଲିଠାରେ ଡ. ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ୧୨୫ ତମ ଜନ୍ମଜୟନ୍ତୀ ଅବସରରେ ବିଜେପି ପକ୍ଷରୁ ଏକ ବିଶାଳ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଜନ୍ମଜୟନ୍ତୀ ପାଳନ ଅବସରରେ ଦଳ ପକ୍ଷରୁ ବୃକ୍ଷରୋପଣ କରାଯିବା ସହ ସ୍ଥାନୀୟ ଅଞ୍ଚଳରେ ଫଳ ବଣ୍ଟନ ମଧ୍ୟ କରାଯାଇଛି।1
- ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ରଙ୍କୁ ବାଉଦପୁର ସରପଞ୍ଚ ଜୋନାକୀ ଚାନ୍ଦ ଏବଂ ବରୁଣ ଚାନ୍ଦ ଧନ୍ୟବାଦ ଜଣାଇଛନ୍ତି।1
- ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ଅଞ୍ଚଳରେ ଥିବା ମାଙ୍କଡ଼ାପଡ଼ା - କପ୍ତିପଦା ରାସ୍ତାର ଅତି ବିଭତ୍ସ ଅବସ୍ଥାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହି ରାସ୍ତାର ମରାମତି ପାଇଁ ସ୍ଥାନୀୟ ପ୍ରଶାସନକୁ ଜଣାଇଲେ, ସେମାନଙ୍କ ପାଖରେ କ୍ଷମତା ନାହିଁ ବୋଲି କହି ବିଧାୟକଙ୍କ (MLA) ନିକଟକୁ ପଠାଇ ଦେଉଛନ୍ତି। ଅନ୍ୟପଟେ, ସମସ୍ୟା ନେଇ ବିଧାୟକଙ୍କ ପାଖକୁ ଗଲେ ସେ ଦୀର୍ଘ ୭ ବର୍ଷରୁ ଅଧିକ ସମୟ ହେଲା କେବଳ 'ହେବ ହେବ' କହି ସ୍ଥାନୀୟ ଲୋକଙ୍କୁ ଭୂତାଉଛନ୍ତି। ରାସ୍ତାର ଏଭଳି ଦୟନୀୟ ସ୍ଥିତି ଯୋଗୁଁ ଯାତାୟାତ ଗୁରୁତର ଭାବେ ବାଧାପ୍ରାପ୍ତ ହେଉଛି। ଏଠାକୁ ସପ୍ତାହକୁ ମାତ୍ର ୩ ରୁ ୪ ଦିନ ବସ୍ ଆସୁଛି ଏବଂ କେଉଁ କେଉଁ ଦିନ ତ ଦିନ ୨ଟାରେ ବସ୍ ପହଞ୍ଚୁଛି। ରାସ୍ତାର ଏହି ଚିତ୍ର ଦେଖିଲେ ଏହାର ବିଭତ୍ସ ଦୃଶ୍ୟ ସହଜରେ ବାରି ହୋଇପଡ଼ୁଛି।1
- କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ପୁରୁମୁଣ୍ତା ପଞ୍ଚାୟତର ଭାଲୁଛକ ଠାରୁ ପୁରୁମୁଣ୍ତା ପର୍ଯ୍ୟନ୍ତ ଚାଲିଥିବା ରାସ୍ତା ନିର୍ମାଣ କାର୍ଯ୍ୟ ଅତି କଛପ ଗତିରେ ଚାଲିଛି। ଠିକାଦାର ନିଜ ମନଇଛା କାମ କରୁଥିବା ବେଳେ ଗତ ଦୁଇ ବର୍ଷ ହେବ ଏହି କାମ ଶେଷ ହେଉ ନଥିବାରୁ ସ୍ଥାନୀୟ ଅଞ୍ଳବାସୀ ଚରମ ଦୁର୍ଦ୍ଦଶା ଭୋଗୁଛନ୍ତି। ଏହାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପୁରୁମୁଣ୍ତା ପଞ୍ଚାୟତ ଠାରୁ ମାତ୍ର ଦୁଇଶହ ମିଟର ଦୂରରେ ନିର୍ମାଣ କରାଯାଇଥିବା ଏକ ପୋଲ କାମ ଅତି ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି। ବର୍ଷା ପୂର୍ବରୁ ଏହି ପୋଲ କାମ ଶେଷ ହୋଇ ନଥିବା ଯୋଗୁଁ ନିକଟସ୍ଥ ଚାଷ ଜମିରେ ମାଟି ପୋତି ହୋଇଯାଇଛି। ସେହିପରି ସମ୍ପୂର୍ଣ୍ଣ ରାସ୍ତା ସାରା ପାଣି ଓ କାଦୁଅ ଭର୍ତ୍ତି ହୋଇ ରହିଥିବାରୁ ଯାତାୟାତ ସମୟରେ ଲୋକେ ଦୁର୍ଘଟଣାର ଶିକାର ହେଉଛନ୍ତି। ପଣ୍ଡାପଡ଼ା ସମେତ ଅନ୍ୟାନ୍ୟ ଅଞ୍ଚଳକୁ ଯିବା ପାଇଁ ଲୋକେ ଦିନରାତି ଏହି ରାସ୍ତା ଉପରେ ନିର୍ଭର କରୁଥିଲେ ମଧ୍ୟ ଏହାର ଦୟନୀୟ ଅବସ୍ଥା ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ରାସ୍ତାର ଏଭଳି ଦୁର୍ଦ୍ଦଶା ଯୋଗୁଁ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ଯୋଗାଉଥିବା ୧୦୮ ଆମ୍ବୁଲାନ୍ସ ମଧ୍ୟ ଏହି ରାସ୍ତାରେ ଯାଆସ କରିପାରୁ ନାହିଁ। ସ୍କୁଲ ଓ କଲେଜର ଛାତ୍ରଛାତ୍ରୀଙ୍କ ସମେତ ସାଧାରଣ ଲୋକେ ଏହି କାଦୁଅ ରାସ୍ତାରେ ଚାଲି ଚାଲି ଯିବା ତ ଦୂରର କଥା, ବାଇକ୍ କିମ୍ବା କାର୍ ଭଳି ଯାନବାହାନ ଧରି ଯିବା ଆସିବା କରିବାକୁ ନାପସନ୍ଦ କରୁଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ପୁରୁମୁଣ୍ତା ଗ୍ରାମବାସୀ ଭୀମସେନ କବାଟ, ଏକାଦଶୀ ନାଏକ, ମହେନ୍ଦ୍ର ନାଏକ, ଚିକନ କୁମାର ସାହୁ, ହଳଧର ନାଏକ ଏବଂ ବିପିନ କବାଟ ପ୍ରମୁଖ ଦାବି କରିଛନ୍ତି।3
- ବାଲେଶ୍ୱର ଜିଲ୍ଲାରୁ ଏକ ଚମକାଇଦେବା ଭଳି ଘଟଣା ସାମ୍ନାକୁ ଆସିଛି। ଏଠାରେ କିଛି ଦୁର୍ବୃତ୍ତ ଏକ ଏଟିଏମକୁ ଉପାଡ଼ି ଏକ ଦାମୀ କାରରେ ବାନ୍ଧି ଘୋଷାଡ଼ି ଘୋଷାଡ଼ି ନେଇଯାଇଛନ୍ତି।1