Shuru
Apke Nagar Ki App…
ବାରିପଦା ସ୍ଥିତ ପୋଲିସ ଲାଇନ ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ନୀଳାଦ୍ରି ବିଜେ ଅନୁଷ୍ଠିତ ବାରିପଦା ସହରର ପୋଲିସ ଲାଇନ ମନ୍ଦିରରେ ରୀତିନୀତି ଓ ପରମ୍ପରା ଅନୁସାରେ ରଥାରୁଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ନୀଳାଦ୍ରି ବିଜେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସୋମବାର ସଂଧ୍ୟା ପ୍ରାୟ ୭ ଟାରେ ସେଠାରେ ଏକ ଭଜନ ସଂଧ୍ୟାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ୭.୩୦ ଟାରେ ଆନନ୍ଦ ବଜାର ପ୍ରସାଦ ସେବନ ହେବାପରେ ରାତି ପ୍ରାୟ ୯.୩୦ ଟାରେ ପହଣ୍ଡି ବିଜେ, ରାତି ୧୦ ଟାରେ ଲକ୍ଷ୍ମୀନାରାୟଣ କଳି ଓ ରସଗୋଲା ଲାଗି ହେବାପରେ ରାତି ପ୍ରାୟ ୧୦.୩୦ ଟାରୁ ବିଳମ୍ବିତ ରାତି ଯାଏଁ ମହାସ୍ନାନ ଓ ମହା ଦ୍ଵୀପ ଦର୍ଶନ କରାଯାଇଥିଲା। ଏଥିରେ ଶତାଧିକ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି। ତେବେ ପରମ୍ପରା ଅନୁଯାୟୀ ପହଣ୍ଡି ହେବାପରେ ଚତୁର୍ଦ୍ଧାମୂର୍ତ୍ତି ଶ୍ରୀମନ୍ଦିର ରେ ବିଜେ କରିଥିବାର ସୂଚନା ମିଳିଛି।
Mayurbhanj Public News

More news from ଓଡ଼ିଶା and nearby areas
- ମୟୂରଭଞ୍ଜ ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ବାଲିଡିହା ଡ୍ୟାମ ରେ ଜଳ ସ୍ତର ବୃଦ୍ଧି; ପାଣି ଭିତରକୁ ଯାଇ ଗାଧୋଇବା ପାଇଁ ମନା ମୟୂରଭଞ୍ଜ ଜିଲ୍ଲାରେ ଲଘୁଚାପ ଜନିତ ଲଗାଣ ବର୍ଷାର ପ୍ରଭାବରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏହି ପରିପେକ୍ଷୀରେ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ବାଲିଡିହା ଡ୍ୟାମ ରେ ଜଳ ସ୍ତର ବୃଦ୍ଧି ପାଇ ତାହାର କରାଳ ରୂପ ଦେଖିବାକୁ ମିଳିଛି। ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଏଠାରେ ପ୍ରବାହିତ ହୋଇଛି। ତେବେ ଏହି ସମୟରେ କେହି ପର୍ଯ୍ୟଟକ ପାଣି ମଧ୍ୟକୁ ଗାଧୋଇବା ପାଇଁ ପାଣି ଭିତରକୁ ନଯିବାକୁ ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି।1
- ନୂଆପଡା ଜିଲ୍ଳା ସିନାପାଲିରେ ଶ୍ରୀଜୀଉଙ୍କ ବାହୁଡ଼ା ଯାତ୍ରା।1
- Jay shree ram ji3
- ଲଘୁଚାପ ପ୍ରଭାବରେ ଗତରାତି ୯ ରୁ ୧୨ ଟା ମଧ୍ୟରେ ଶିମିଳିପାଳ ଅଭୟାରଣ୍ୟରେ କମିଲା ବର୍ଷା; କର୍ତ୍ତୃପକ୍ଷ ଦେଲେ ସୂଚନା ଲଘୁଚାପଜନିତ ବର୍ଷା ଶିମିଳିପାଳ ଅଭୟାରଣ୍ୟ ଜାରି ରହିଥିଲା। ତେବେ ଗତକାଲି ଅର୍ଥାତ୍ ମଙ୍ଗଳବାର ରାତି ୯ ରୁ ମଧ୍ୟରାତ୍ରି ପ୍ରାୟ ୧୨ ଟା ମଧ୍ୟରେ ବର୍ଷା ମାତ୍ର କମ୍ ହୋଇଥିବା ନେଇ ସୂଚନା ମିଳିଛି। ପିଠାବଟା ରେଞ୍ଜରେ ୨.୫୪ ମିଲି ମିଟର ବୃଷ୍ଟିପାତ ରେକର୍ଡ ହୋଇଛି। ସେହିପରି ବାରିପଦା ରେ ୧.୫୨୪ ମିଲି ମିଟର, ଭଞ୍ଜବସା ରେ ୩.୩୦୨, କୁଳିପାଳ ରେ ୪.୫୭୨, ଉପର ବାରହା କାମୁଡ଼ା ରେ ୨.୨ ମିଲିମିଟର ବର୍ଷା ହୋଇଥିବା ନେଇ ରେକର୍ଡ ହୋଇଛି। ଏନେଇ ଶିମିଳିପାଳ କତୃପକ୍ଷ ଏକ ପ୍ରେସ ବିବୃତିରେ ସୂଚନା ଦେଇଛନ୍ତି।2
- ଉଦଳା ବ୍ଲକ ଭୀମତାଳି ରେ ବନ୍ୟା ପାଣିରେ ବୁଡିଗଲା ଘର.. ଦେଖୁ ଦେଖୁ ସ୍ଥିତି ହେଲା ବେହାଲ3