logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

।।ବେଲପାହାଡ଼ ମିରର ଥିଏଟର ମଞ୍ଚରେ ଜନନେତା ସ୍ବର୍ଗତ ପ୍ରସନ୍ନ ପଣ୍ଡାଙ୍କ 104ତମ ଜନ୍ମ ଜୟନ୍ତୀ ପାଳିତ।। ଝାରସୁଗୁଡ଼ା ଜିଲାର ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ ବେଲପାହାଡ଼ ମିରର ଥିଏଟର ମଞ୍ଚରେ ବ୍ରଜରାଜନଗରର ପୂର୍ବତନ ବିଧାୟକ ତଥା ଜନନେତା ସ୍ବର୍ଗତ ପ୍ରସନ୍ନ ପଣ୍ଡାଙ୍କ ୧୦୪ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ତାଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଦେବା ସହ ଦୀପ ପ୍ରଜ୍ବଳନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଏହି ପ୍ରବିତ୍ର ମାଟିର ଶ୍ରୀ ପଣ୍ଡା ଜନ୍ମଲାଭ କରି ଭାରତ ମାତାର ସୁଯୋଗ୍ୟ ସନ୍ତାନ ଭାବେ ଜୀବିତ ଅବସ୍ଥାରେ ଲୋକଙ୍କ ସେବା କରି ଚିରଦିନ ପାଇଁ ସେ ଅମର ହୋଇ ରହିଯାଇଛନ୍ତି। ସେ ଥିଲେ ସ୍ୱାଧୀନତା ସଂଗ୍ରାମୀ, ବାଳବ୍ରହ୍ମଚାରି, ତ୍ୟାଗୀ, ଦରଦୀ ବନ୍ଧୁ, ଜନନାୟକ ଭାବେ ଅଞ୍ଚଳରେ ଶହର୍ସ ଲୋକଙ୍କ ପ୍ରିୟର ପାତ୍ର ହୋଇଥିଲେ। ତାଙ୍କ ଜୀବନ କାଳରେ ହୀରାକୁଦ ନଦୀବନ୍ଧ ଯୋଜନା, ଏମସିଏଲ କ୍ଷତିଗ୍ରସ୍ତ ପ୍ରଜାଙ୍କ ସମେତ ଚାଷୀ, ମୂଲିଆ, ଖଟିଖିଆ, ଦିନମଜୁରିଆ, ଗରିବ, ଭୂମୀ ହୀନ, ଛାତ୍ର, ଶିକ୍ଷକ, ଶ୍ରମିକ, ଶିଳ୍ପ ଓ ଖଣି ପ୍ରଭାବିତ ପ୍ରଜାଙ୍କ ହକ୍ ହାସଲ ପାଇଁ ସର୍ବଦା ଲଢ଼େଇ ଜାରି ରଖିଥିଲେ। ତାଙ୍କ ନୀତି, ଆଦର୍ଶ, ଦେଶପ୍ରେମ, ସମାଜସେବାକୁ ପାଥେକ କରି ବର୍ତ୍ତମାନ ଲୋକଙ୍କ ହିତରେ କାର୍ଯ୍ୟ କଲେ ହିଁ ତାଙ୍କ ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ବକ୍ତାମାନେ ପ୍ରକାଶ କରିଥିଲେ। ମିରର ଥିଏଟର ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ପୌର କାଉନସିଲର କହ୍ନେଇ ଚରଣ ସେଠ, ବେଲପାହାଡ଼ ଜୁନିୟର କଲେଜ ଅଧ୍ୟକ୍ଷ ସୁରେନ୍ଦ୍ର ଭୋଇ, ବର୍ଷିୟାନ୍ ନାଗରିକ ସଂଗଠନର ସଚ୍ଚିଦାନନ୍ଦ ପଣ୍ଡା, ପୀତବାସ ପ୍ରଧାନ, କିଶୋର ବେହେରା, ପ୍ରଫୁଲ୍ଲ ପ୍ରଧାନ,ଦେବୀପ୍ରସାଦ ମିଶ୍ର, ଡ଼ା. ଦିଲୀପ ନାଏକ, ବୁଦ୍ଧିଜୀବୀ ଶରତ ସାହୁ, ଜେନାମଣି ସେଠ, ରାଜେଶ ଭୋଇ, ରଶ୍ମି ରଞ୍ଜନ ମହାନ୍ତି, ଲାଲୁ କିଶାନ, ମିରର ଥିଏଟରର ସରୋଜ ମିର୍ଦ୍ଧା, ସୌଭାଗ୍ୟ ସାହୁ, ସଂଯୁକ୍ତା ସାବତ, ମମତା ମାଇତୀ, ଲବ ପ୍ରଧାନ, ବିନୟ ପ୍ରଧାନ, ଭାବେଶ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

1 hr ago
user_Soubhagya Ranjan Sahu
Soubhagya Ranjan Sahu
Belpahar, Jharsuguda•
1 hr ago

।।ବେଲପାହାଡ଼ ମିରର ଥିଏଟର ମଞ୍ଚରେ ଜନନେତା ସ୍ବର୍ଗତ ପ୍ରସନ୍ନ ପଣ୍ଡାଙ୍କ 104ତମ ଜନ୍ମ ଜୟନ୍ତୀ ପାଳିତ।। ଝାରସୁଗୁଡ଼ା ଜିଲାର ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ ବେଲପାହାଡ଼ ମିରର ଥିଏଟର ମଞ୍ଚରେ ବ୍ରଜରାଜନଗରର ପୂର୍ବତନ ବିଧାୟକ ତଥା ଜନନେତା ସ୍ବର୍ଗତ ପ୍ରସନ୍ନ ପଣ୍ଡାଙ୍କ ୧୦୪ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ତାଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଦେବା ସହ ଦୀପ ପ୍ରଜ୍ବଳନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଏହି ପ୍ରବିତ୍ର ମାଟିର ଶ୍ରୀ ପଣ୍ଡା ଜନ୍ମଲାଭ କରି ଭାରତ ମାତାର ସୁଯୋଗ୍ୟ ସନ୍ତାନ ଭାବେ ଜୀବିତ ଅବସ୍ଥାରେ ଲୋକଙ୍କ ସେବା କରି ଚିରଦିନ ପାଇଁ ସେ ଅମର ହୋଇ ରହିଯାଇଛନ୍ତି। ସେ ଥିଲେ ସ୍ୱାଧୀନତା ସଂଗ୍ରାମୀ, ବାଳବ୍ରହ୍ମଚାରି, ତ୍ୟାଗୀ, ଦରଦୀ ବନ୍ଧୁ, ଜନନାୟକ ଭାବେ ଅଞ୍ଚଳରେ ଶହର୍ସ ଲୋକଙ୍କ ପ୍ରିୟର ପାତ୍ର ହୋଇଥିଲେ। ତାଙ୍କ ଜୀବନ କାଳରେ ହୀରାକୁଦ ନଦୀବନ୍ଧ ଯୋଜନା, ଏମସିଏଲ କ୍ଷତିଗ୍ରସ୍ତ ପ୍ରଜାଙ୍କ ସମେତ ଚାଷୀ, ମୂଲିଆ, ଖଟିଖିଆ, ଦିନମଜୁରିଆ, ଗରିବ, ଭୂମୀ ହୀନ, ଛାତ୍ର, ଶିକ୍ଷକ, ଶ୍ରମିକ, ଶିଳ୍ପ ଓ ଖଣି ପ୍ରଭାବିତ ପ୍ରଜାଙ୍କ ହକ୍ ହାସଲ ପାଇଁ ସର୍ବଦା ଲଢ଼େଇ ଜାରି ରଖିଥିଲେ। ତାଙ୍କ ନୀତି, ଆଦର୍ଶ, ଦେଶପ୍ରେମ, ସମାଜସେବାକୁ ପାଥେକ କରି ବର୍ତ୍ତମାନ ଲୋକଙ୍କ ହିତରେ କାର୍ଯ୍ୟ କଲେ ହିଁ ତାଙ୍କ ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ବକ୍ତାମାନେ ପ୍ରକାଶ କରିଥିଲେ। ମିରର ଥିଏଟର ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ପୌର କାଉନସିଲର କହ୍ନେଇ ଚରଣ ସେଠ, ବେଲପାହାଡ଼ ଜୁନିୟର କଲେଜ ଅଧ୍ୟକ୍ଷ ସୁରେନ୍ଦ୍ର ଭୋଇ, ବର୍ଷିୟାନ୍ ନାଗରିକ ସଂଗଠନର ସଚ୍ଚିଦାନନ୍ଦ ପଣ୍ଡା, ପୀତବାସ ପ୍ରଧାନ, କିଶୋର ବେହେରା, ପ୍ରଫୁଲ୍ଲ ପ୍ରଧାନ,ଦେବୀପ୍ରସାଦ ମିଶ୍ର, ଡ଼ା. ଦିଲୀପ ନାଏକ, ବୁଦ୍ଧିଜୀବୀ ଶରତ ସାହୁ, ଜେନାମଣି ସେଠ, ରାଜେଶ ଭୋଇ, ରଶ୍ମି ରଞ୍ଜନ ମହାନ୍ତି, ଲାଲୁ କିଶାନ, ମିରର ଥିଏଟରର ସରୋଜ ମିର୍ଦ୍ଧା, ସୌଭାଗ୍ୟ ସାହୁ, ସଂଯୁକ୍ତା ସାବତ, ମମତା ମାଇତୀ, ଲବ ପ୍ରଧାନ, ବିନୟ ପ୍ରଧାନ, ଭାବେଶ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

More news from Sambalpur and nearby areas
  • ସମ୍ବଲପୁରର ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ଭିଡିଓ ମାଧ୍ୟମରେ 'ଶୀତଳ ଷଷ୍ଠୀ' ପର୍ବକୁ ନେଇ ନିଜର ମନ୍ତବ୍ୟ ରଖିଛନ୍ତି। ସେ କହିଛନ୍ତି ଯେ 'ଶୀତଳ ଷଷ୍ଠୀ' ଆମ ଓଡ଼ିଆ ସଂସ୍କୃତିର ଏକ ଅନନ୍ୟ ଗରିମା ଏବଂ ଭାବନାତ୍ମକ ପରିଚୟ ବହନ କରେ।
    1
    ସମ୍ବଲପୁରର ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ଭିଡିଓ ମାଧ୍ୟମରେ 'ଶୀତଳ ଷଷ୍ଠୀ' ପର୍ବକୁ ନେଇ ନିଜର ମନ୍ତବ୍ୟ ରଖିଛନ୍ତି। ସେ କହିଛନ୍ତି ଯେ 'ଶୀତଳ ଷଷ୍ଠୀ' ଆମ ଓଡ଼ିଆ ସଂସ୍କୃତିର ଏକ ଅନନ୍ୟ ଗରିମା ଏବଂ ଭାବନାତ୍ମକ ପରିଚୟ ବହନ କରେ।
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    4 hrs ago
  • ଦେବଗଡ଼ ଜିଲ୍ଲାର ଗୋଡ଼ଭଙ୍ଗାଠାରେ ଥିବା ସ୍ୱସ୍ତିକ ଉପ୍ରା ମ ଇ ବିଦ୍ୟାଳୟରେ ଏହାର ୩୨ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
    1
    ଦେବଗଡ଼ ଜିଲ୍ଲାର ଗୋଡ଼ଭଙ୍ଗାଠାରେ ଥିବା ସ୍ୱସ୍ତିକ ଉପ୍ରା ମ ଇ ବିଦ୍ୟାଳୟରେ ଏହାର ୩୨ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
    user_Rupeli Vlog odia Tv
    Rupeli Vlog odia Tv
    Content Creator (YouTuber) କୋଚିନ୍ଦା, ସମ୍ବଲପୁର, ଓଡ଼ିଶା•
    4 hrs ago
  • ବରଗଡ଼ ଜିଲ୍ଲା ବରପାଲିରେ ୧୪୯ତମ ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରାର ତୃତୀୟ ସନ୍ଧ୍ୟାରେ ଶିବ ବିବାହ ମହୋତ୍ସବର ଏକ ଗୁରୁତ୍ୱପୂର୍ଣ୍ଣ ଓ ପାରମ୍ପରିକ ରୀତି 'ଭୈରବ ବାବାଙ୍କ ଗୁଆଗୁଣ୍ଡା ନିଉତା' ଭବ୍ୟ ଶୋଭାଯାତ୍ରା ସହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବରଗଡ଼ ଜିଲ୍ଲା ବରପାଲିର ଶିବାଳୟରୁ ଭୈରବ ବାବାଙ୍କ ଏକ ଭବ୍ୟ ଶୋଭାଯାତ୍ରା କରାଯାଇଥିବା ବେଳେ ହିମାଦ୍ରୀ ନଗରରୁ ଏକ ବିରାଟ କଳସ ଶୋଭାଯାତ୍ରା ମଧ୍ୟ ବାହାରିଥିଲା। ଏହି କାର୍ଯ୍ୟକ୍ରମରେ ସମଗ୍ର ବରପାଲି ସହର ଭକ୍ତି, ପରମ୍ପରା ଓ ସାଂସ୍କୃତିକ ଉତ୍ସାହରେ ମୁଖରିତ ହୋଇଉଠିଥିଲା। ସ୍ଥାନୀୟ କପିଳେଶ୍ୱର ନଗରରୁ ଭୈରବ ବାବାଙ୍କ ପରଭା ବାହାରି ସହର ପରିକ୍ରମା କରିଥିଲା। ପରଭା ସହ ଚାଲିଥିବା ଭକ୍ତ ଓ ଶ୍ରଦ୍ଧାଳୁମାନେ ବିଭିନ୍ନ ଦେବଦେବୀ ଏବଂ ଦେବ ମଣ୍ଡଳୀଙ୍କୁ ଗୁଆଗୁଣ୍ଡା ବିତରଣ କରି ଆଗାମୀ ଶିବ ବିବାହ ମହୋତ୍ସବ ପାଇଁ ନିମନ୍ତ୍ରଣ ପ୍ରଦାନ କରିଥିଲେ। ଶତାବ୍ଦୀ ପୁରୁଣା ଏହି ପରମ୍ପରା ଆଜି ମଧ୍ୟ ଲୋକମାନଙ୍କ ଆସ୍ଥା ଓ ଭାବାବେଗ ସହ ଜଡିତ ରହିଛି। ପୂର୍ବପୁରୁଷଙ୍କ ଅମଳରୁ ଚାଲିଆସୁଥିବା ରୀତିନୀତି ଅନୁଯାୟୀ, ମିର୍ଧା ଓ କୁଡ଼ା ଆଦିବାସୀ ସମ୍ପ୍ରଦାୟର ଯୁବକମାନେ ଭୈରବ ବାବାଙ୍କ ପରଭାକୁ କାନ୍ଧରେ ବୋହି ନଗର ପରିକ୍ରମା କରିଥିଲେ। ସୁସଜ୍ଜିତ କାଠର ପାଲିଙ୍କି, ପାରମ୍ପରିକ ବାଜାଗାଳା, ଘଣ୍ଟୁଆ ଦଳର ତାଳ, ଆତସବାଜିର ରଙ୍ଗିନ ପ୍ରଦର୍ଶନ ସହ କିନ୍ନର ସମ୍ପ୍ରଦାୟର ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସଙ୍ଗୀତ ପରିବେଷଣ ଶୋଭାଯାତ୍ରାକୁ ଆହୁରି ଆକର୍ଷଣୀୟ କରିଥିଲା। ଶୋଭାଯାତ୍ରାଟି ବ୍ଲକ କଲୋନୀ, ରେଳୱେ ଷ୍ଟେସନ ଛକ, କଲେଜ ଛକ, ଶ୍ୟାମାଛକ, ଗାନ୍ଧୀଛକ, ଡାକ୍ତରଖାନା ଛକ, ହାଟପଦା, ଗଣେଶ ମନ୍ଦିର, ଦୁର୍ଗା ମନ୍ଦିର ଏବଂ ଡେଲିପଡ଼ା ଭାଗବତ ମନ୍ଦିର ଦେଇ ଭଣ୍ଡାର ଗୃହ ସମ୍ମୁଖରେ ପହଞ୍ଚିଥିଲା। ସେଠାରେ ପରମ୍ପରା ଅନୁଯାୟୀ, ପରଭା ବୋହୁଥିବା ବିଗାଢ଼ିମାନେ ପରଭାକୁ କାନ୍ଧରୁ ଅବତରଣ କରି ବିଧିବିଧାନ ସମ୍ପନ୍ନ କରିଥିଲେ। ନଗର ପରିକ୍ରମା ସମୟରେ ଭୈରବ ବାବା କପିଳେଶ୍ୱର ବାବା ଓ ମାତା ପାର୍ବତୀଙ୍କ ଦିବ୍ୟ ବିବାହ ଉତ୍ସବରେ ଯୋଗଦେବା ପାଇଁ ବିଭିନ୍ନ ଦେବଦେବୀଙ୍କୁ ଗୁଆଗୁଣ୍ଡା ପ୍ରଦାନ କରି ନିମନ୍ତ୍ରଣ କରିଥିଲେ। ଏହାପରେ ବିଳମ୍ବିତ ରାତ୍ରିରେ ଶୀତଳ ଷଷ୍ଠୀ ମହୋତ୍ସବ କମିଟି ପକ୍ଷରୁ କୁକାବନ୍ଧସ୍ଥିତ ରାମେଶ୍ୱର ଶିବ ମନ୍ଦିରରେ ମହାଦୀପ ସ୍ଥାପନ କାର୍ଯ୍ୟ ମଧ୍ୟ ସମ୍ପନ୍ନ ହୋଇଥିଲା। ଗୁଆଗୁଣ୍ଡା ନିଉତା କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହେବା ପରେ ବରପାଲିର ଶୀତଳ ଷଷ୍ଠୀ ଶିବ ବିବାହ ମହୋତ୍ସବ ଆହୁରି ଉତ୍ସାହମୟ ହୋଇଉଠିଛି। ଆଗାମୀ ଦିନଗୁଡ଼ିକରେ ଅନୁଷ୍ଠିତ ହେବାକୁ ଥିବା ମୁଖ୍ୟ ବିବାହ ଉତ୍ସବକୁ ନେଇ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ବ୍ୟାପକ ଉତ୍ସାହ ଓ ଅପେକ୍ଷା ଦେଖିବାକୁ ମିଳୁଛି। ବରପାଲିର ଏହି ଐତିହାସିକ ଯାତ୍ରା ପଶ୍ଚିମ ଓଡ଼ିଶାର ଧାର୍ମିକ ଓ ସାଂସ୍କୃତିକ ଐତିହ୍ୟକୁ ଆହୁରି ସମୃଦ୍ଧ କରୁଥିବାବେଳେ ପ୍ରତିବର୍ଷ ହଜାର ହଜାର ଭକ୍ତଙ୍କୁ ଆକର୍ଷିତ କରୁଛି।
    1
    ବରଗଡ଼ ଜିଲ୍ଲା ବରପାଲିରେ ୧୪୯ତମ ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରାର ତୃତୀୟ ସନ୍ଧ୍ୟାରେ ଶିବ ବିବାହ ମହୋତ୍ସବର ଏକ ଗୁରୁତ୍ୱପୂର୍ଣ୍ଣ ଓ ପାରମ୍ପରିକ ରୀତି 'ଭୈରବ ବାବାଙ୍କ ଗୁଆଗୁଣ୍ଡା ନିଉତା' ଭବ୍ୟ ଶୋଭାଯାତ୍ରା ସହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବରଗଡ଼ ଜିଲ୍ଲା ବରପାଲିର ଶିବାଳୟରୁ ଭୈରବ ବାବାଙ୍କ ଏକ ଭବ୍ୟ ଶୋଭାଯାତ୍ରା କରାଯାଇଥିବା ବେଳେ ହିମାଦ୍ରୀ ନଗରରୁ ଏକ ବିରାଟ କଳସ ଶୋଭାଯାତ୍ରା ମଧ୍ୟ ବାହାରିଥିଲା। ଏହି କାର୍ଯ୍ୟକ୍ରମରେ ସମଗ୍ର ବରପାଲି ସହର ଭକ୍ତି, ପରମ୍ପରା ଓ ସାଂସ୍କୃତିକ ଉତ୍ସାହରେ ମୁଖରିତ ହୋଇଉଠିଥିଲା।

ସ୍ଥାନୀୟ କପିଳେଶ୍ୱର ନଗରରୁ ଭୈରବ ବାବାଙ୍କ ପରଭା ବାହାରି ସହର ପରିକ୍ରମା କରିଥିଲା। ପରଭା ସହ ଚାଲିଥିବା ଭକ୍ତ ଓ ଶ୍ରଦ୍ଧାଳୁମାନେ ବିଭିନ୍ନ ଦେବଦେବୀ ଏବଂ ଦେବ ମଣ୍ଡଳୀଙ୍କୁ ଗୁଆଗୁଣ୍ଡା ବିତରଣ କରି ଆଗାମୀ ଶିବ ବିବାହ ମହୋତ୍ସବ ପାଇଁ ନିମନ୍ତ୍ରଣ ପ୍ରଦାନ କରିଥିଲେ। ଶତାବ୍ଦୀ ପୁରୁଣା ଏହି ପରମ୍ପରା ଆଜି ମଧ୍ୟ ଲୋକମାନଙ୍କ ଆସ୍ଥା ଓ ଭାବାବେଗ ସହ ଜଡିତ ରହିଛି। ପୂର୍ବପୁରୁଷଙ୍କ ଅମଳରୁ ଚାଲିଆସୁଥିବା ରୀତିନୀତି ଅନୁଯାୟୀ, ମିର୍ଧା ଓ କୁଡ଼ା ଆଦିବାସୀ ସମ୍ପ୍ରଦାୟର ଯୁବକମାନେ ଭୈରବ ବାବାଙ୍କ ପରଭାକୁ କାନ୍ଧରେ ବୋହି ନଗର ପରିକ୍ରମା କରିଥିଲେ। ସୁସଜ୍ଜିତ କାଠର ପାଲିଙ୍କି, ପାରମ୍ପରିକ ବାଜାଗାଳା, ଘଣ୍ଟୁଆ ଦଳର ତାଳ, ଆତସବାଜିର ରଙ୍ଗିନ ପ୍ରଦର୍ଶନ ସହ କିନ୍ନର ସମ୍ପ୍ରଦାୟର ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସଙ୍ଗୀତ ପରିବେଷଣ ଶୋଭାଯାତ୍ରାକୁ ଆହୁରି ଆକର୍ଷଣୀୟ କରିଥିଲା।

ଶୋଭାଯାତ୍ରାଟି ବ୍ଲକ କଲୋନୀ, ରେଳୱେ ଷ୍ଟେସନ ଛକ, କଲେଜ ଛକ, ଶ୍ୟାମାଛକ, ଗାନ୍ଧୀଛକ, ଡାକ୍ତରଖାନା ଛକ, ହାଟପଦା, ଗଣେଶ ମନ୍ଦିର, ଦୁର୍ଗା ମନ୍ଦିର ଏବଂ ଡେଲିପଡ଼ା ଭାଗବତ ମନ୍ଦିର ଦେଇ ଭଣ୍ଡାର ଗୃହ ସମ୍ମୁଖରେ ପହଞ୍ଚିଥିଲା। ସେଠାରେ ପରମ୍ପରା ଅନୁଯାୟୀ, ପରଭା ବୋହୁଥିବା ବିଗାଢ଼ିମାନେ ପରଭାକୁ କାନ୍ଧରୁ ଅବତରଣ କରି ବିଧିବିଧାନ ସମ୍ପନ୍ନ କରିଥିଲେ। ନଗର ପରିକ୍ରମା ସମୟରେ ଭୈରବ ବାବା କପିଳେଶ୍ୱର ବାବା ଓ ମାତା ପାର୍ବତୀଙ୍କ ଦିବ୍ୟ ବିବାହ ଉତ୍ସବରେ ଯୋଗଦେବା ପାଇଁ ବିଭିନ୍ନ ଦେବଦେବୀଙ୍କୁ ଗୁଆଗୁଣ୍ଡା ପ୍ରଦାନ କରି ନିମନ୍ତ୍ରଣ କରିଥିଲେ। ଏହାପରେ ବିଳମ୍ବିତ ରାତ୍ରିରେ ଶୀତଳ ଷଷ୍ଠୀ ମହୋତ୍ସବ କମିଟି ପକ୍ଷରୁ କୁକାବନ୍ଧସ୍ଥିତ ରାମେଶ୍ୱର ଶିବ ମନ୍ଦିରରେ ମହାଦୀପ ସ୍ଥାପନ କାର୍ଯ୍ୟ ମଧ୍ୟ ସମ୍ପନ୍ନ ହୋଇଥିଲା। ଗୁଆଗୁଣ୍ଡା ନିଉତା କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହେବା ପରେ ବରପାଲିର ଶୀତଳ ଷଷ୍ଠୀ ଶିବ ବିବାହ ମହୋତ୍ସବ ଆହୁରି ଉତ୍ସାହମୟ ହୋଇଉଠିଛି। ଆଗାମୀ ଦିନଗୁଡ଼ିକରେ ଅନୁଷ୍ଠିତ ହେବାକୁ ଥିବା ମୁଖ୍ୟ ବିବାହ ଉତ୍ସବକୁ ନେଇ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ବ୍ୟାପକ ଉତ୍ସାହ ଓ ଅପେକ୍ଷା ଦେଖିବାକୁ ମିଳୁଛି। ବରପାଲିର ଏହି ଐତିହାସିକ ଯାତ୍ରା ପଶ୍ଚିମ ଓଡ଼ିଶାର ଧାର୍ମିକ ଓ ସାଂସ୍କୃତିକ ଐତିହ୍ୟକୁ ଆହୁରି ସମୃଦ୍ଧ କରୁଥିବାବେଳେ ପ୍ରତିବର୍ଷ ହଜାର ହଜାର ଭକ୍ତଙ୍କୁ ଆକର୍ଷିତ କରୁଛି।
    user_PNC MEDIA
    PNC MEDIA
    ବରଗଡ଼, ବରଗଡ଼, ଓଡ଼ିଶା•
    21 hrs ago
  • ଝାରସୁଗୁଡ଼ା ଜିଲ୍ଲାର ବେଲପାହାଡ଼ ରେଲୱେ ଫାଟକ ନିକଟ ଚକଠାରେ ସାଇ ହେଲଥ କେୟାର ଏକ ନୂତନ ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନ ଆରମ୍ଭ କରିଛି। ଏହି ପ୍ରତିଷ୍ଠାନ ଉତ୍ତମ ମାନର ସେବା କମ୍ ଦାମ୍‌ରେ ଯୋଗାଇବାକୁ ପ୍ରତିଶ୍ରୁତିବଦ୍ଧ। ବିଶେଷ କରି, ଏଠାରେ ରୋଗ ନିରୂପଣ ସେବା ୨୪ ଘଣ୍ଟା ଉପଲବ୍ଧ କରାଇବାର ବ୍ୟବସ୍ଥା କରାଯାଇଛି।
    1
    ଝାରସୁଗୁଡ଼ା ଜିଲ୍ଲାର ବେଲପାହାଡ଼ ରେଲୱେ ଫାଟକ ନିକଟ ଚକଠାରେ ସାଇ ହେଲଥ କେୟାର ଏକ ନୂତନ ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନ ଆରମ୍ଭ କରିଛି। ଏହି ପ୍ରତିଷ୍ଠାନ ଉତ୍ତମ ମାନର ସେବା କମ୍ ଦାମ୍‌ରେ ଯୋଗାଇବାକୁ ପ୍ରତିଶ୍ରୁତିବଦ୍ଧ। ବିଶେଷ କରି, ଏଠାରେ ରୋଗ ନିରୂପଣ ସେବା ୨୪ ଘଣ୍ଟା ଉପଲବ୍ଧ କରାଇବାର ବ୍ୟବସ୍ଥା କରାଯାଇଛି।
    user_Ghana Shyam Rana Digital Art
    Ghana Shyam Rana Digital Art
    Photographer ଜମନକିରା, ସମ୍ବଲପୁର, ଓଡ଼ିଶା•
    16 hrs ago
  • ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ଅନ୍ତର୍ଗତ ଗୁମାଡେରାସ୍ଥିତ ଶ୍ରୀ ଶ୍ରୀ ଗୌରୀଶଙ୍କର ମନ୍ଦିରରେ ପବିତ୍ର ଶୀତଳ ଷଷ୍ଠୀ ଅବସରରେ ଆଜି, ବୁଧବାର, ଜୁନ୍ ୧୭, ୨୦୨୬ ତାରିଖରେ ନିର୍ବନ୍ଧ (ପିନ୍ଧାଣି) ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।
    1
    ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ଅନ୍ତର୍ଗତ ଗୁମାଡେରାସ୍ଥିତ ଶ୍ରୀ ଶ୍ରୀ ଗୌରୀଶଙ୍କର ମନ୍ଦିରରେ ପବିତ୍ର ଶୀତଳ ଷଷ୍ଠୀ ଅବସରରେ ଆଜି, ବୁଧବାର, ଜୁନ୍ ୧୭, ୨୦୨୬ ତାରିଖରେ ନିର୍ବନ୍ଧ (ପିନ୍ଧାଣି) ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।
    user_Soubhagya Ranjan Sahu
    Soubhagya Ranjan Sahu
    Belpahar, Jharsuguda•
    11 hrs ago
  • ସମ୍ବଲପୁର ଜିଲ୍ଲା ବାମରା ବ୍ଲକର ମାହୁଲପାଲି ପଞ୍ଚାୟତରେ ଗୋଟିଏ ପୋଖରୀରେ ତିନୋଟି ଭିନ୍ନ ଭିନ୍ନ ପ୍ରକଳ୍ପ ପାଇଁ ସରକାରୀ ପାଣ୍ଠିରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡ଼ିଛି।
    1
    ସମ୍ବଲପୁର ଜିଲ୍ଲା ବାମରା ବ୍ଲକର ମାହୁଲପାଲି ପଞ୍ଚାୟତରେ ଗୋଟିଏ ପୋଖରୀରେ ତିନୋଟି ଭିନ୍ନ ଭିନ୍ନ ପ୍ରକଳ୍ପ ପାଇଁ ସରକାରୀ ପାଣ୍ଠିରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡ଼ିଛି।
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    4 hrs ago
  • ସୁନ୍ଦରଗଡ଼ ଜିଲ୍ଲା ତଳସରା ଅନ୍ତର୍ଗତ ମହୁଲଗାଁ ହେଣ୍ଡୁଅଶୁଖା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ବିଲରେ ଟ୍ରାକ୍ଟର ଯୋଗେ ହଳ କରୁଥିବା ବେଳେ ଟ୍ରାକ୍ଟରଟି ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାରେ ବିଲ ମାଲିକଙ୍କର ମୃତ୍ୟୁ ହୋଇଥିବା ବେଳେ ଗାଡ଼ି ଚାଳକ ଗୁରୁତର ଆହତ ହୋଇଛନ୍ତି।
    1
    ସୁନ୍ଦରଗଡ଼ ଜିଲ୍ଲା ତଳସରା ଅନ୍ତର୍ଗତ ମହୁଲଗାଁ ହେଣ୍ଡୁଅଶୁଖା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ବିଲରେ ଟ୍ରାକ୍ଟର ଯୋଗେ ହଳ କରୁଥିବା ବେଳେ ଟ୍ରାକ୍ଟରଟି ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାରେ ବିଲ ମାଲିକଙ୍କର ମୃତ୍ୟୁ ହୋଇଥିବା ବେଳେ ଗାଡ଼ି ଚାଳକ ଗୁରୁତର ଆହତ ହୋଇଛନ୍ତି।
    user_Durjyodhan Garadia
    Durjyodhan Garadia
    ତାଳସରା, ସୁନ୍ଦରଗଡ଼, ଓଡ଼ିଶା•
    8 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.