ଗଜପତି ଜିଲ୍ଲା ଆର. ଉଦୟଗିରି ବ୍ଲକ୍ ଅନ୍ତର୍ଗତ ତବାରସିଂ ସରକାରୀ ଉଚ୍ଚ ବିଦ୍ୟାଳୟରେ ବନମହୋତ୍ସବ ସପ୍ତାହ ଅତ୍ୟନ୍ତ ଉତ୍ସାହର ସହ ପାଳନ କରାଯାଇଛି। ଜିଲ୍ଲା ଜୁନିଅର ରେଡକ୍ରସ ଏବଂ ରାମଗିରି ବନାଞ୍ଚଳ ବନ ବିଭାଗର ସହଯୋଗରେ ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରଜାତିର ଚାରାରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏମ୍.କାମେଶ୍ୱର ରାଓ ଯୋଗଦେଇ ବୃକ୍ଷରୋପଣର ଗୁରୁତ୍ୱ ଉପରେ ଆଲୋକପାତ କରିବା ସହ ପରିବେଶ ସୁରକ୍ଷା ଏବଂ ସବୁଜିମା ବୃଦ୍ଧି ପାଇଁ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ଅତି କମ୍ରେ ଗୋଟିଏ ଗଛ ଲଗାଇ ତାହାର ଯତ୍ନ ନେବାକୁ ଆହ୍ୱାନ କରିଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ପୁରୁଷୋତ୍ତମ ନାୟକଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ସୁଚାରୁରୂପେ ପରିଚାଳିତ ହୋଇଥିଲା। ଏଥିରେ ଜୁନିଅର ରେଡକ୍ରସ (JRC) ପରାମର୍ଶଦାତା ମୁକ୍ତିକାନ୍ତ ମଲ୍ଲିକ୍ ବୃକ୍ଷରୋପଣ ସହ ପରିବେଶ ସଚେତନତାର ବାର୍ତ୍ତା ପ୍ରଦାନ କରି ଚାରାଗୁଡ଼ିକର ନିୟମିତ ଯତ୍ନ ନେବା ଓ ପରିବେଶ ସୁରକ୍ଷାରେ ସକ୍ରିୟ ଭାବେ ସାମିଲ ହେବାକୁ ଛାତ୍ରଛାତ୍ରୀମାନଙ୍କୁ ପ୍ରେରିତ କରିଥିଲେ। ବିଦ୍ୟାଳୟର ଶିକ୍ଷକ, ବନ ବିଭାଗର କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନେ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ଶେଷରେ ପରିବେଶ ସୁରକ୍ଷାର ବାର୍ତ୍ତା ପ୍ରଚାର ସହ ରୋପଣ କରାଯାଇଥିବା ଚାରାଗୁଡ଼ିକର ନିୟମିତ ଯତ୍ନ ନେବା ପାଇଁ ସମସ୍ତେ ସଂକଳ୍ପ ଗ୍ରହଣ କରିଥିଲେ।

- ଗଜପତି ଜିଲ୍ଲା ଆର. ଉଦୟଗିରି ବ୍ଲକ୍ ଅନ୍ତର୍ଗତ ତବାରସିଂ ସରକାରୀ ଉଚ୍ଚ ବିଦ୍ୟାଳୟରେ ବନମହୋତ୍ସବ ସପ୍ତାହ ଅତ୍ୟନ୍ତ ଉତ୍ସାହର ସହ ପାଳନ କରାଯାଇଛି। ଜିଲ୍ଲା ଜୁନିଅର ରେଡକ୍ରସ ଏବଂ ରାମଗିରି ବନାଞ୍ଚଳ ବନ ବିଭାଗର ସହଯୋଗରେ ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରଜାତିର ଚାରାରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏମ୍.କାମେଶ୍ୱର ରାଓ ଯୋଗଦେଇ ବୃକ୍ଷରୋପଣର ଗୁରୁତ୍ୱ ଉପରେ ଆଲୋକପାତ କରିବା ସହ ପରିବେଶ ସୁରକ୍ଷା ଏବଂ ସବୁଜିମା ବୃଦ୍ଧି ପାଇଁ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ଅତି କମ୍ରେ ଗୋଟିଏ ଗଛ ଲଗାଇ ତାହାର ଯତ୍ନ ନେବାକୁ ଆହ୍ୱାନ କରିଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ପୁରୁଷୋତ୍ତମ ନାୟକଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ସୁଚାରୁରୂପେ ପରିଚାଳିତ ହୋଇଥିଲା। ଏଥିରେ ଜୁନିଅର ରେଡକ୍ରସ (JRC) ପରାମର୍ଶଦାତା ମୁକ୍ତିକାନ୍ତ ମଲ୍ଲିକ୍ ବୃକ୍ଷରୋପଣ ସହ ପରିବେଶ ସଚେତନତାର ବାର୍ତ୍ତା ପ୍ରଦାନ କରି ଚାରାଗୁଡ଼ିକର ନିୟମିତ ଯତ୍ନ ନେବା ଓ ପରିବେଶ ସୁରକ୍ଷାରେ ସକ୍ରିୟ ଭାବେ ସାମିଲ ହେବାକୁ ଛାତ୍ରଛାତ୍ରୀମାନଙ୍କୁ ପ୍ରେରିତ କରିଥିଲେ। ବିଦ୍ୟାଳୟର ଶିକ୍ଷକ, ବନ ବିଭାଗର କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନେ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ଶେଷରେ ପରିବେଶ ସୁରକ୍ଷାର ବାର୍ତ୍ତା ପ୍ରଚାର ସହ ରୋପଣ କରାଯାଇଥିବା ଚାରାଗୁଡ଼ିକର ନିୟମିତ ଯତ୍ନ ନେବା ପାଇଁ ସମସ୍ତେ ସଂକଳ୍ପ ଗ୍ରହଣ କରିଥିଲେ।1
- କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରରେ ଦୁଇଟି ମଟର ସାଇକଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଭୟଙ୍କର ସଡ଼କ ଦୁର୍ଘଟଣାରେ ଅକାଳରେ ଦୁଇଟି ମୂଲ୍ୟବାନ ଜୀବନ ଚାଲିଯାଇଛି।1
- କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ସୁଧାର ଆଣିବା ପାଇଁ ପ୍ରୟାସ ଜାରି ରହିଛି। ଏହି ପ୍ରୟାସର ଅଂଶସ୍ୱରୂପ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଷିଆ ମେହେର ବିଭିନ୍ନ ବିଦ୍ୟାଳୟ ଗସ୍ତ କରିଛନ୍ତି। ଏହି ଗସ୍ତ ସମୟରେ ସେ ସଂପୃକ୍ତ ବିଦ୍ୟାଳୟଗୁଡ଼ିକରେ ଚାଲିଥିବା ଶିକ୍ଷାଦାନ ଏବଂ ଅନ୍ୟାନ୍ୟ ବ୍ୟବସ୍ଥାର ପ୍ରତ୍ୟକ୍ଷ ଅନୁଧ୍ୟାନ କରିଛନ୍ତି।1
- ଗଞ୍ଜାମ ଜିଲ୍ଲା ହିଞ୍ଜଳିକାଟୁ ଶାସନ ଆମ୍ବଗାଁ ସ୍କୁଲରୁ ସ୍ମାର୍ଟ ସ୍କୁଲର ଅସଲ ଚିତ୍ର ସାମ୍ନାକୁ ଆସିଛି। ସ୍କୁଲରେ ଶିକ୍ଷକ ଅଭାବ ଯୋଗୁଁ ପିଟି ସାର୍ ନିଜର ଖେଳ ପଡ଼ିଆ ଛାଡ଼ି ଶ୍ରେଣୀଗୃହରେ ସବୁ ବିଷୟର ପାଠ ପଢ଼ାଉଛନ୍ତି। ଜାଗୃତି ଖବରର ଗ୍ରାଉଣ୍ଡ ଜିରୋ ରିପୋର୍ଟରୁ ଏହି ବାସ୍ତବ ଚିତ୍ର ସାମ୍ନାକୁ ଆସିଛି, ଯେଉଁଠି ଶିକ୍ଷକ ଅଭାବ ଯୋଗୁଁ ପିଟି ସାର୍ ହିଁ ସବୁ ବିଷୟର ପାଠ ପଢ଼ାଳି ସାଜିଛନ୍ତି।1
- ଗଜପତି ଜିଲ୍ଲା ମୋହନା ବ୍ଲକର ୩୯ଟି ପଞ୍ଚାୟତରେ କାର୍ଯ୍ୟରତ ଗ୍ରାମସଭା ମଭିଲାଇଜରମାନେ ଦୀର୍ଘ ୧୮ ମାସ (୧ ବର୍ଷ ୬ ମାସ) ହେବ ବିନା ଦରମାରେ କାମ କରୁଥିବା ବେଳେ ଏବେ ସେମାନଙ୍କୁ ଚାକିରିରୁ ବାହାର କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଗ୍ରାମାଞ୍ଚଳର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ଯୋଜନାରେ ପୂର୍ବରୁ ପ୍ରଶାସନ ପକ୍ଷରୁ ରାଷ୍ଟ୍ରୀୟ ଗ୍ରାମୀଣ ସୋରଯା ଅଭିଯାନର ପେସା ନିଯୁକ୍ତି ମାଧ୍ୟମରେ ପଞ୍ଚାୟତଗୁଡ଼ିକରେ ଯୁବକଯୁବତୀମାନଙ୍କୁ ନିୟୋଜିତ କରାଯାଇଥିଲା। ଏହି ଯୋଜନାରେ ପ୍ରତ୍ୟେକ ଗ୍ରାମର ବିକାଶ ପାଇଁ ଏହି କର୍ମୀମାନଙ୍କୁ ମାସିକ ୧୨୦୦ ଟଙ୍କା ବେତନ ପ୍ରଦାନ କରାଯାଉଥିଲା। ସରକାର ବଦଳିବା ପରେ ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ପୂର୍ବରୁ ନିୟୋଜିତ ଥିବା କର୍ମୀମାନଙ୍କୁ ବାହାର କରି ତିନୋଟି ପଞ୍ଚାୟତ ପାଇଁ କେବଳ ଜଣେ ବ୍ୟକ୍ତିଙ୍କୁ ରଖିବାକୁ ନିର୍ଦ୍ଦେଶ ରହିଛି। ଏହି ନିର୍ଦ୍ଦେଶକୁ ନେଇ ମୋହନା ବ୍ଲକର ୩୯ଟି ପଞ୍ଚାୟତର ପୂର୍ବ କର୍ମୀମାନଙ୍କୁ ବାହାର କରି ନୂତନ ନିଯୁକ୍ତି ଦେବା ପାଇଁ ଶନିବାର ଦିନ ୨୮ ଜଣଙ୍କୁ ନେଇ ପରୀକ୍ଷା କରାଯାଇଛି। ଏହି ନୂତନ ନିଯୁକ୍ତିକୁ ରୋକିବା ସହ ପୂର୍ବରୁ କାର୍ଯ୍ୟ କରୁଥିବା ଗ୍ରାମସଭା ମଭିଲାଇଜରମାନଙ୍କୁ ନ ବାହାର କରିବା ପାଇଁ ପୂର୍ବ କର୍ମୀମାନେ ସରକାରଙ୍କୁ ବିନମ୍ର ଅନୁରୋଧ କରିଛନ୍ତି। ସେମାନେ କହିଛନ୍ତି ଯେ ଦୀର୍ଘ ଦେଢ଼ ବର୍ଷ ଧରି ଦରମା ନ ପାଇ ମଧ୍ୟ ସେମାନେ କାର୍ଯ୍ୟ କରିଆସୁଥିଲେ ଏବଂ କେବେହେଲେ ସରକାରଙ୍କ ନିକଟରେ କୌଣସି ଅଭିଯୋଗ କିମ୍ବା ଗୁହାରି କରିନଥିଲେ। ତେଣୁ ସରକାର ସେମାନଙ୍କର ଏହି ଗୁହାରି ଶୁଣି ଦୟାପୂର୍ବକ ନିଷ୍ପତ୍ତି ବଦଳାଇବାକୁ ସେମାନେ ନିବେଦନ କରିଛନ୍ତି।1
- ରାୟଗଡ଼ା ଜିଲ୍ଲାର ଗୁଡାରୀରେ କାମ କରିବାର ଶୈଳୀକୁ ନେଇ ଏକ ମତ ପ୍ରକାଶ ପାଇଛି। ଏଥିରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ଯଦି କାମ କରିବାକୁ ହେବ ତେବେ ତାହାକୁ ଏମିତି ଢଙ୍ଗରେ କରିବାକୁ ପଡ଼ିବ, ଯାହାକୁ ଲୋକମାନେ ସବୁବେଳେ ଦେଖିବା ଦରକାର।1