Shuru
Apke Nagar Ki App…
ବାପୁଜୀ ସ୍ବତନ୍ତ୍ର ବିଦ୍ୟାଳୟ ରେ ରକ୍ଷା ବନ୍ଧନ ଉତ୍ସବ,ବରଗଡ଼ ଲାୟନ୍ସ କ୍ଳବ୍ ର ଅଭିନବ ପ୍ରୟାସ। ବରଗଡ଼, ତା୨୮-୦୮: ଆଜି ରକ୍ଷା ବନ୍ଧନ ଅବସରରେ ବରଗଡ଼ ଲାୟନ୍ସ କ୍ଳବ୍ ପକ୍ଷରୁ ଏକ ଅଭିନବ ପ୍ରୟାସ ଆରମ୍ଭ କରି ବରଗଡ଼ ସ୍ବତନ୍ତ୍ର ବିଦ୍ୟାଳୟ ରେ ଥିବା ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ହାତରେ ରାଖୀ ବାନ୍ଧିବା ସହିତ ମିଷ୍ଟାନ୍ନ ବଣ୍ଟନ କରିଥିଲେ । ସଭାପତି ଅଭୟ କୁମାର ଭୋଇଙ୍କ ନେତୃତ୍ୱରେ ମନୋଜ ମହାପାତ୍ର , ମନୋରଞ୍ଜନ ପୂଜାରୀ,ବିନୟ ଲାଠ, ଶୁଶାନ୍ତ ତ୍ରିପାଠୀ, ଲଳିତ ଅଗ୍ରୱାଲ ଓ ଆହୁରି ଅନେକ ଲାୟନ୍ସ କ୍ଳବ୍ ର ସଦସ୍ୟ ସଦସ୍ୟା ମାନେ ଏହି ପର୍ବକୁ ସ୍ମରଣ କରିବା ପାଇଁ ସାମୁହିକ ଭାବରେ ପାଳନ କରିଥିଲେ । ଶେଷରେ ଶିକ୍ଷୟିତ୍ରୀ କୁସୁମ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
Santosh Nayak PRESS
ବାପୁଜୀ ସ୍ବତନ୍ତ୍ର ବିଦ୍ୟାଳୟ ରେ ରକ୍ଷା ବନ୍ଧନ ଉତ୍ସବ,ବରଗଡ଼ ଲାୟନ୍ସ କ୍ଳବ୍ ର ଅଭିନବ ପ୍ରୟାସ। ବରଗଡ଼, ତା୨୮-୦୮: ଆଜି ରକ୍ଷା ବନ୍ଧନ ଅବସରରେ ବରଗଡ଼ ଲାୟନ୍ସ କ୍ଳବ୍ ପକ୍ଷରୁ ଏକ ଅଭିନବ ପ୍ରୟାସ ଆରମ୍ଭ କରି ବରଗଡ଼ ସ୍ବତନ୍ତ୍ର ବିଦ୍ୟାଳୟ ରେ ଥିବା ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ହାତରେ ରାଖୀ ବାନ୍ଧିବା ସହିତ ମିଷ୍ଟାନ୍ନ ବଣ୍ଟନ କରିଥିଲେ । ସଭାପତି ଅଭୟ କୁମାର ଭୋଇଙ୍କ ନେତୃତ୍ୱରେ ମନୋଜ ମହାପାତ୍ର , ମନୋରଞ୍ଜନ ପୂଜାରୀ,ବିନୟ ଲାଠ, ଶୁଶାନ୍ତ ତ୍ରିପାଠୀ, ଲଳିତ ଅଗ୍ରୱାଲ ଓ ଆହୁରି ଅନେକ ଲାୟନ୍ସ କ୍ଳବ୍ ର ସଦସ୍ୟ ସଦସ୍ୟା ମାନେ ଏହି ପର୍ବକୁ ସ୍ମରଣ କରିବା ପାଇଁ ସାମୁହିକ ଭାବରେ ପାଳନ କରିଥିଲେ । ଶେଷରେ ଶିକ୍ଷୟିତ୍ରୀ କୁସୁମ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
More news from Odisha and nearby areas
- ତୁଳସୀ କ୍ଷେତ୍ରରେ ଭକ୍ତ ସୁଦାମା, ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ନିଆରା ଆୟୋଜନ।। ତୁଳସୀ କ୍ଷେତ୍ରରେ ଭକ୍ତ ସୁଦାମା, ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ନିଆରା ଆୟୋଜନ।। କେନ୍ଦ୍ରାପଡ଼ାକୁ ଆଜି ଆସିଥିଲେ ଭକ୍ତ ସୁଦାମା। ସୁଦାମାଙ୍କୁ ଦେଖିବାକୁ ବେଶ୍ ଗହଳି ଓ ଆଗ୍ରହ ଦେଖିବାକୁ ମିଳିଥିଲା। ସୂଚନା ମୁତାବକ ସୁଦାମା ବେଶରେ ଆସିଥିବା ବ୍ୟକ୍ତି ହେଉଛନ୍ତି ବ୍ରହ୍ମପୁର ଜିଲ୍ଲାର ପ୍ରଫୁଲ୍ଲ ଗୌଡ଼ । ସେ ପ୍ରତିବର୍ଷ ରଥଯାତ୍ରା ସମୟରେ ପଦଯାତ୍ରା କରି କରି ହାତରେ ଖୁଦଭଜା ଧରି ଶ୍ରୀକ୍ଷେତ୍ର ପୁରୀ ଅଭିମୁଖେ ଯାତ୍ରା କରନ୍ତି। ତାଙ୍କର ବେଶ ପୁରା ସୁଦାମାଙ୍କ ଭଳି ଦେଖାଯାଉଥିବାରୁ ତାଙ୍କୁ ସୁଦାମା ବୋଲି ସମସ୍ତେ ସମ୍ବୋଧନ କରୁଛନ୍ତି। ଏହି ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲାର ଅଗ୍ରଣୀ ସାମାଜିକ ସଙ୍ଗଠନ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସଂସ୍କୃତି ଓ ପରମ୍ପରାର ସନ୍ଦେଶକୁ ପାଥେୟ କରି ସୁଦାମାଙ୍କୁ ତୁଳସୀ କ୍ଷେତ୍ର ଆସିବା ପାଇଁ ନିମନ୍ତ୍ରଣ କରିଥିଲେ। ବଳଦେବଜୀଉ ମହାପ୍ରଭୁଙ୍କ ଜନ୍ମଦିନ ଉପଲକ୍ଷେ ସୁଦାମା କେନ୍ଦ୍ରାପଡ଼ାକୁ ଆସିଥିଲେ। ଏହି ଅବସରରେ ସାନ୍ତସାହି ପଞ୍ଚମୁଖୀ ହନୁମାନ ମନ୍ଦିର ରୁ ବଳଦେବଜୀଉ ମନ୍ଦିର ପର୍ଯ୍ୟନ୍ତ ଏକ ପଦଯାତ୍ରା ସଙ୍କିର୍ତ୍ତନ ମଣ୍ଡଳୀ ଓ ଶ୍ରଦ୍ଧାଳୁମାନଙ୍କ ଦ୍ଵାରା ଅନୁଷ୍ଠିତ ହୋଇଥିଲା। ଏଥିରେ ସୁଦାମା ପଥପ୍ରାନ୍ତ କରି ପ୍ରଭୁଙ୍କ ନାମକୁ ସ୍ମରଣ କରି କରି ବଳଦେବଜୀଉ ଙ୍କ ଦର୍ଶନ କରିଥିଲେ। ଏହି ଅବସରରେ ଯାଇଥିବା ପାଟଲୁଗାକୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ନିକଟରେ ଲାଗି କରାଯାଇଥିଲା। ରାସ୍ତାରେ ସୁଦାମାଙ୍କୁ ଦେଖିବାକୁ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା।ଏହି ସମୟରେ ଭକ୍ତି ଓ ଭକ୍ତ ର ଅପୂର୍ବ ସମାନତା ଦେଖିବାକୁ ମିଳିଥିଲା l ବୟସ୍କ ମା ମାନଙ୍କର ଭକ୍ତ ସୁଦାମା ଙ୍କୁ ବନ୍ଦାପନା କିଛି ନିଆରା ପରିବେଶ ସୃଷ୍ଟି କରିଥିଲା l ଗୁରୁଜନ ଙ୍କ ଭାବ ଭକ୍ତି ର ପ୍ରଣାମ ସମାଜ କୁ ସେଇ ପୁରୁଣା ଦିନ ମନେପକାଇ ଦେଉଥିଲା l ଆଜି ର ଏହି ଭକ୍ତିମୟ କାର୍ଯ୍ୟକ୍ରମ ରେ ସାମିଲ ଥିଲେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଦମନ ମହାନ୍ତି, ଟ୍ରଷ୍ଟ ର ଯଶୋଦା ମା ମୋହିନୀ ମା, ଟ୍ରଷ୍ଟ ର ପରାମର୍ଶଦାତା ନିମାଇଁ ଚରଣ କର, ଟ୍ରଷ୍ଟ ମୁଖପାତ୍ର ପ୍ରମୋଦ ନାୟକ, ଟ୍ରଷ୍ଟ ର ସଂସ୍କୃତି ବିଭାଗୀୟ ଅଧିକାରୀ ସଂଜୀବ ତରାଇ, ମନୋଜ ରାଉତ, କାଳନ୍ଦୀ ମଲ୍ଲିକ, ପଦାରବିନ୍ଦ ଦାସ, ଗଙ୍ଗାଧର ସାମଲ,ଚଗଲା ବିଶ୍ୱାଳ, ସୁନୀଲ ଦାସ, ସାମଜିକ କର୍ମୀ ଅକ୍ଷୟ ପାଣି, ସାମ୍ବାଦିକ ପ୍ରଭାତ ରଞ୍ଜନ ଜେନା l4
- ପ୍ରକୃତି ସହ ପବିତ୍ର ବନ୍ଧନ: କଣ୍ଟାମାଳ ପଞ୍ଚାୟତ କଲେଜରେ ଅନୁଷ୍ଠିତ ହେଲା ‘ବୃକ୍ଷ ରକ୍ଷା ବନ୍ଧନ’ ପ୍ରକୃତି ସହ ପବିତ୍ର ବନ୍ଧନ: କଣ୍ଟାମାଳ ପଞ୍ଚାୟତ କଲେଜରେ ଅନୁଷ୍ଠିତ ହେଲା ‘ବୃକ୍ଷ ରକ୍ଷା ବନ୍ଧନ’ ବୌଦ୍ଧ: ପରିବେଶ ସୁରକ୍ଷା ଓ ସଚେତନତାର ବାର୍ତ୍ତା ନେଇ ବୌଦ୍ଧ ଜ଼ିଲ୍ଲା କଣ୍ଟାମାଳସ୍ଥିତ ପଞ୍ଚାୟତ କଲେଜ ପରିସରରେ ଯୁବ ରେଡ୍ କ୍ରସ୍ (YRC) ଶାଖା ପକ୍ଷରୁ ଏକ ଅଭିନବ ‘ବୃକ୍ଷ ରକ୍ଷା ବନ୍ଧନ’ କାର୍ଯ୍ୟକ୍ରମ ବେଶ୍ ଉତ୍ସାହ ଓ ଉଦ୍ଦୀପନାର ସହିତ ଆୟୋଜିତ ହୋଇଯାଇଛି। ଛାତ୍ରଛାତ୍ରୀମାନେ ବୃକ୍ଷକୁ ଭାଇ-ଭଉଣୀର ସ୍ନେହର ପ୍ରତୀକ ଭାବେ ଗ୍ରହଣ କରି ଗଛଗୁଡ଼ିକରେ ରାକ୍ଷୀ ବାନ୍ଧି ସେମାନଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ସଂକଳ୍ପ ନେଇଥିଲେ । ଯୁବ ରେଡ୍ କ୍ରସ୍ ସ୍ୱେଚ୍ଛାସେବୀ ବିକାଶ ରଣା ଓ ଝିଲି ରାଣୀ ବେହେରାଙ୍କ ଦ୍ଵାରା ପ୍ରସ୍ତୁତ ହସ୍ତ ନିର୍ମିତ ରାକ୍ଷୀ ବୃକ୍ଷଗୁଡ଼ିକରେ ବନ୍ଧାଯାଇଥିଲା । "ବୃକ୍ଷ ବଞ୍ଚାଅ, ପରିବେଶ ବଞ୍ଚାଅ" ସ୍ଲୋଗାନରେ ସାରା କଲେଜ ପରିସର ପ୍ରକମ୍ପିତ ହୋଇଥିଲା । କଲେଜ ଅଧ୍ୟକ୍ଷ ଶ୍ରୀ ଅନୋଜ୍ କୁମାର ଭୁକ୍ତା ବୃକ୍ଷର ଉପକାରିତା ବର୍ଣ୍ଣନା କରି ଏହାର ସୁରକ୍ଷା ପ୍ରତ୍ୟେକ ନାଗରିକଙ୍କ ନୈତିକ ଦାୟିତ୍ୱ ବୋଲି ପ୍ରକାଶ କରିଥିଲେ। ରାଜନୀତି ବିଜ୍ଞାନ ଅଧ୍ୟାପକ ତଥା YRC ପରାମର୍ଶଦାତା ଶ୍ରୀ ସମୀର ମେହେର ଏହି ପ୍ରୟାସ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରକୃତି ପ୍ରତି ଭଲପାଇବା ବୃଦ୍ଧି କରିବ ବୋଲି ମତ ଦେଇଥିବା ବେଳେ ସଂସ୍କୃତ ଅଧ୍ୟାପକ ଶ୍ରୀ ପୌଲସ୍ଥି ପ୍ରଧାନ ଭାରତୀୟ ସଂସ୍କୃତିରେ ବୃକ୍ଷର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ କୁଶଲେଶ୍ୱର ସାହୁ, କରୁଣାକର ପ୍ରଧାନ ଏବଂ ଅଧ୍ୟାପିକା ଅର୍ଚ୍ଚନା ମିଶ୍ର ପ୍ରମୁଖ ସକ୍ରିୟ ସହଯୋଗ କରିଥିବା ବେଳେ ପରିଶେଷରେ ଯୁବ ରେଡ୍ କ୍ରସ୍ ପରାମର୍ଶଦାତା ଶ୍ରୀ ସୁନୀଲ ପୁଟା ଧନ୍ୟବାଦ ଅର୍ପଣ କରିଥିଲେ । ଆସନ୍ତୁ, ଆମେ ସମସ୍ତେ ଗଛ ଲଗାଇବା ଓ ପରିବେଶକୁ ସୁରକ୍ଷିତ ରଖିବା ପାଇଁ ସଂକଳ୍ପବଦ୍ଧ ହେବା l1
- ବୌଦ୍ଧରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ସମାରୋହ, ଯୋଗଦେଲେ ଉଭୟ ବିଧାୟକ; ମହିଳା ସଶକ୍ତିକରଣକୁ ସୁଭଦ୍ରା ଯୋଜନାରେ ଗୁରୁତ୍ୱ l ବୌଦ୍ଧ, ତା. ୨୮/୦୮: ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ ଓ ସ୍ୱାବଲମ୍ବନ ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ଅନ୍ୟତମ ମହତ୍ୱାକାଙ୍କ୍ଷୀ ପଦକ୍ଷେପ ‘ସୁଭଦ୍ରା ଯୋଜନା’ର ପଞ୍ଚମ କିସ୍ତି ପ୍ରଦାନ ଅବସରରେ ବୌଦ୍ଧ ଜିଲ୍ଲାସ୍ତରୀୟ ସମାରୋହ ସ୍ଥାନୀୟ ମାଉସୀମା ମନ୍ଦିର ପରିସରରେ ଆୟୋଜିତ ହୋଇଯାଇଛି।ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ଶ୍ରୀ ସରୋଜ କୁମାର ପ୍ରଧାନ ଯୋଗଦେଇଥିବାବେଳେ ବିଶିଷ୍ଟ ଅତିଥି ଭାବେ ମାନ୍ୟବର କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ କହ୍ନାଇ ଚରଣ ଡାଙ୍ଗ ଯୋଗଦେଇଥିଲେ। କନ୍ଧମାଳ ସାଂସଦଙ୍କ ପ୍ରତିନିଧି ଯୁଗଳ କିଶୋର ସାମଲ, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ଉପଜିଲ୍ଲାପାଳ ବିନୟ କୁମାର ଭୋଇ ଓ ସମାଜସେବୀ ଶ୍ରୀ ବିପ୍ର ଚରଣ ମହାନ୍ତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଉଭୟ ବିଧାୟକ ରାଜ୍ୟ ସରକାରଙ୍କ ଏହି ଯୁଗାନ୍ତକାରୀ ଯୋଜନାରେ କିଭଳି ଲକ୍ଷ ଲକ୍ଷ ମହିଳା ନିଜ ଜୀବନ ଜୀବିକାକୁ ସୁଦୃଢ଼ କରି ସଫଳତା ପାଇଛନ୍ତି ସେ ବିଷୟରେ କହିଥିଲେ lସୁଭଦ୍ରା ଯୋଜନା ମାଧ୍ୟମରେ ମହିଳାମାନଙ୍କୁ ଆର୍ଥିକ ଭାବେ ସୁଦୃଢ଼ କରିବା ସହ ସେମାନଙ୍କ ମଧ୍ୟରେ ସ୍ୱାବଲମ୍ବନ, ଆତ୍ମବିଶ୍ୱାସ ଓ ଉଦ୍ୟମିତାର ଭାବନା ସୃଷ୍ଟି କରିବା ଦିଗରେ ସରକାରଙ୍କ ପ୍ରୟାସ ଜାରି ରହିବ ବୋଲି ବିଶ୍ୱାସ ଦେଇଥିଲେ। ଆଜି ନୟାଗଡ଼ଠାର ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନର ରାଜ୍ୟ ସ୍ତରୀୟ ସମାରୋହରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦାନ କରିଥିଲେ l କାର୍ଯ୍ୟକ୍ରମର ସିଧାପ୍ରସାରଣ ଏଠାରେ ବଡ଼ ପରଦା ମାଧ୍ୟମରେ ପ୍ରଦର୍ଶିତ ହୋଇଥିଲା। ଏହି ପର୍ଯ୍ୟାୟରେ ସମଗ୍ର ରାଜ୍ୟର ୧ କୋଟିରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କୁ ୫ ହଜାର କୋଟିରୁ ଅଧିକ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।ବୌଦ୍ଧ ଜିଲ୍ଲାରେ ମଧ୍ୟ ଏହି ଯୋଜନାର ୧,୦୮,୮୪୯ ଜଣ ହିତାଧିକାରୀ ଉପକୃତ ହେବେ। ସେମାନଙ୍କ ମଧ୍ୟରୁ ପ୍ରମିଳା ନାଏକ -ବୌଦ୍ଧ, ଜାନକୀ ମହାନନ୍ଦିଆ- କଣ୍ଟାମାଳ ଓ ଶାନ୍ତିଲତା ଭୂୟାଁ -ହରଭଙ୍ଗା ସୁଭଦ୍ରା ଯୋଜନାରୁ ପାଇଥିବା ସହାୟତା କିପରି ସେମାନଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିଛି, ସେ ସମ୍ପର୍କରେ ନିଜ ନିଜ ସଫଳତାର କାହାଣୀ ବର୍ଣ୍ଣନା କରିଥିଲେ।ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ସାଗରିକା ଦତ୍ତଙ୍କ ଆୟୋଜନରେ ଅନୁଷ୍ଠିତ ଏହି ସମାରୋହକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଓ ଶିକ୍ଷକ ପ୍ରମୋଦ କୁମାର ପ୍ରଧାନ ସଂଯୋଜନା କରିଥିଲେ। ପ୍ରୋଗ୍ରାମ ଅଫିସର ଶ୍ରୀମତୀ ରୀନା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମର ସଫଳ ଆୟୋଜନରେ ଜିଲ୍ଲା ସମାଜ ମଙ୍ଗଳ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ ସକ୍ରିୟ ସହଯୋଗ କରିଥିଲେ।କାର୍ଯ୍ୟକ୍ରମରେ ବିଭିନ୍ନ ବ୍ଲକ୍ରୁ ବହୁ ସଂଖ୍ୟାରେ ଜନ ପ୍ରତିନିଧି ,ମହିଳା ହିତାଧିକାରୀ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଗଣ ମାଧ୍ୟମର ପ୍ରତିନିଧିମାନେ ଯୋଗଦେଇଥିଲେ।3
- ପରମ୍ପରା ରିତୀ ନିତୀ ଅନୁସାରେ କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ା ଗ୍ରାମରେ ପାଳିଲେ ଭାଇ ଭଉଣୀଙ୍କ ବନ୍ଧନ...ରକ୍ଷାବନ୍ଧନ,4
- ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ଗଛକୁ ରାକ୍ଷୀ ବାନ୍ଧି ସଂସ୍କୃତ ଦିବସ ପାଲନ କଲେ। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହାଠାରେ ପ୍ରଧାନ ଶିକ୍ଷକ ଦୀନବନ୍ଧୁ ପ୍ରଧାନଙ୍କ ସଭାପତିତ୍ୱରେ ସଂସ୍କୃତ ଦିବସ ପାଳନ ସହ ରକ୍ଷା ବନ୍ଧନ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି।1
- ସୁଭଦ୍ରା ହିତାଧିକାରୀଙ୍କୁ ଚେକ୍ ପ୍ରଦାନ କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ1
- ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ଟଙ୍କା ପ୍ରଦାନ କାର୍ଯ୍ୟକ୍ରମ l ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ଟଙ୍କା ପ୍ରଦାନ କାର୍ଯ୍ୟକ୍ରମ ସୁବର୍ଣ୍ଣପୁର, ତା ୨୮/୦୮/୨୦୨୬: ସୁବର୍ଣ୍ଣପୁର ଜିଲ୍ଲାର ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରା ଯୋଜନା ର ପଞ୍ଚମ କିସ୍ତି ଟଙ୍କା ପ୍ରଦାନ ନିମନ୍ତେ ଏକ କାର୍ଯ୍ୟକ୍ରମ ନୂତନ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ବଲାଙ୍ଗୀର ସାଂସଦ, ଶ୍ରୀମତୀ ସଙ୍ଗୀତା କୁମାରୀ ସିଂଦେଓ, ଜିଲ୍ଲାପାଳ ଡ.ନୃପରାଜ ସାହୁ, ଆରକ୍ଷୀ ଅଧିକ୍ଷକ ଶ୍ରୀ ନାରାୟଣ ନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ଶ୍ରୀମତୀ ଅଞ୍ଜଳିନା ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ସୁବର୍ଣ୍ଣପୁର ଶ୍ରୀ ଅଶ୍ୱିନୀ ମେହେର, ଉପ ଜିଲ୍ଲାପାଳ, ସୋନପୁର ଡ. ସୌମ୍ଯରୂପା ରଥ, ବଲାଙ୍ଗୀର ସାଂସଦ ପ୍ରତିନିଧି ଶ୍ରୀମତୀ ନଳିନୀ ପଣ୍ଡା ଏବଂ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ବୀଣାପାଣି ମିଶ୍ର ମଞ୍ଚାସୀନ ହୋଇଥିଲେ l ୫୦୦ ଶହରୁ ଉର୍ଦ୍ଧ୍ଵ ମହିଳା ମାନେ ଉକ୍ତ କାର୍ଯ୍ୟ କ୍ରମରେ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅଗ୍ର ପୂଜ୍ୟ ଶ୍ରୀ ଗଣେଶଙ୍କ ପ୍ରତିମୂର୍ତ୍ତି ଠାରେ ପ୍ରଦୀପ ପ୍ରଜ୍ବଳନ ଓ ପୁଷ୍ପ ଅର୍ପଣ କରିଥିଲେ l ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟର କର୍ମଚାରୀ ମାନଙ୍କ ଦ୍ଵାରା ଅତିଥି ମାନଙ୍କୁ ଉତ୍ତରୀୟ ଓ ପୁଷ୍ପ ବୃକ୍ଷ ପ୍ରଦାନ କରି ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ l ମୁଖ୍ୟ ଅତିଥିଭାବେ ବଲାଙ୍ଗୀର ସାଂସଦ, ଶ୍ରୀମତୀ ସଙ୍ଗୀତା କୁମାରୀ ସିଂଦେଓ ସୁଭଦ୍ରାର ପଞ୍ଚମ କିସ୍ତି ଟଙ୍କା ପ୍ରଦାନ କାର୍ଯ୍ୟକ୍ରମରେ ଯୋଗଦାନ କରି, ମହିଳା ମାନେ କିପରି ଆର୍ଥିକ କ୍ଷେତ୍ରରେ ସଶକ୍ତ ହେବେ ଏବଂ ସମସ୍ତ କ୍ଷେତ୍ରରେ ସଶକ୍ତୀକରଣ ହେଇପାରିବ ବୋଲି ଅଭିଭାଷଣ ପ୍ରଦାନ କରିଥିଲେ l ଓଡ଼ିଶା ସରକାରଙ୍କ ସୁଭଦ୍ରା ଯୋଜନାରେ ସମସ୍ତ ମହିଳା ମାନଙ୍କୁ ପ୍ରତି କିସ୍ତିରେ ୫,୦୦୦ଟଙ୍କା , ପ୍ରତିବର୍ଷ ୧୦,୦୦୦ଟଙ୍କା ଏବଂ ପାଞ୍ଚ ବର୍ଷରେ ୫୦,୦୦୦ ଟଙ୍କା ପ୍ରଦାନ କରାଯିବ l ସୁଭଦ୍ରାର ପଞ୍ଚମ କିସ୍ତିର ଟଙ୍କା ପ୍ରଦାନ ଅବସରରେ ମହିଳା ମାନଙ୍କୁ ସ୍ୱାଭିମାନ, ସ୍ୱାବଲମ୍ବନ ଓ ସମ୍ମାନ ର ସୁଯୋଗ ପାଇଁ ପାଞ୍ଚ ହଜାର କୋଟିରୁ ଉର୍ଦ୍ଧ୍ଵ ଟଙ୍କାର ଆର୍ଥିକ ସହାୟତା ଓଡିଶାରେ ପ୍ରଦାନ କରାଯାଉଛି lଏହାର ମୂଳ ଲକ୍ଷ୍ୟ ହେଉଛି ମହିଳାଙ୍କ ଆର୍ଥିକ ଓ ସାମାଜିକ ସ୍ତରରେ ସୁଦୃଢ, ସ୍ୱାବଲମ୍ବୀ ହେବା ଦ୍ଵାରା ସମ୍ମାନର ସହିତ ପରିବାର ତଥା ଗ୍ରାମରେ ନିଜର ପ୍ରାଧାନ୍ୟ ବିସ୍ତାର କରିପାରିବେ l ସୁଭଦ୍ରା ମାନେ ଶିକ୍ଷିତ ହେଲେ ଶିକ୍ଷାର ବିକାଶରେ ନିଜର ପରିବାରକୁ ଶିକ୍ଷିତ କରିପାରିବେ ଏବଂ ସମାଜର ବିଭିନ୍ନ କୁସଂସ୍କାର ପ୍ରଥା କୁ ଦୂରେଇବା ପାଇଁ ସମସ୍ତଙ୍କୁ ସଚେତନ କରିପାରିବେ l ସୁବର୍ଣ୍ଣପୁର ଜିଲ୍ଲାର ସମୁଦାୟ ୧, ୪୩,୯୫୪. ମହିଳା ମାନେ ଟ.୭୧ କୋଟି ୯୭ ଲକ୍ଷ ୭୦ ହଜାର ଟଙ୍କା ମାତ୍ର ସୁଭଦ୍ରା ର ପଞ୍ଚମ କିସ୍ତି ରେ ସମସ୍ତ ମହିଳା ମାନଙ୍କର ବ୍ଯାଙ୍କ ଖାତାରେ ଜମା ହେବ lରାଜ୍ୟ ସ୍ତରରେ ସୁଭଦ୍ରା ଯୋଜନା ର ପଞ୍ଚମ କିସ୍ତି ର ଅର୍ଥ ପ୍ରଦାନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଭାଷଣ ଭିଡିଓ କନଫରେନ୍ସ ମାଧ୍ୟମରେ ସୁବର୍ଣ୍ଣପୁରର ସମସ୍ତ ମହିଳା ମାନେ ଶୁଣିଥିଲେ l ଏହି କାର୍ଯ୍ୟକ୍ରମଟିକୁ ଶ୍ରୀମତି ମଞ୍ଜୁଶ୍ରୀ ବାରିକ ସଂଯୋଜନା କରିଥିଲେ ଏବଂ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ସୁବର୍ଣ୍ଣପୁର ଏହି କାର୍ଯ୍ୟକ୍ରମ କୁ ଆୟୋଜନ କରିଥିଲେ l1
- ଲଗାଣ ବର୍ଷାରେ ଭୁଶୁଡ଼ିଲା ମାଟି ଘର, ଅଳ୍ପକେ ବର୍ତ୍ତିଲେ ଦମ୍ପତି,ଶୋଇଥିବା ବେଳେ ଘର ଭୁଶୁଡ଼ି ଦୁଇ ପ୍ରାଣୀ ଚାପି ହୋଇଗଲେ। ଲଗାଣ ବର୍ଷାରେ ଭୁଶୁଡ଼ିଲା ମାଟି ଘର, ଅଳ୍ପକେ ବର୍ତ୍ତିଲେ ଦମ୍ପତି,ଶୋଇଥିବା ବେଳେ ଘର ଭୁଶୁଡ଼ି ଦୁଇ ପ୍ରାଣୀ ଚାପି ହୋଇଗଲେ, ଜଣେ ଭବାନୀପାଟଣା ସ୍ଥାନାନ୍ତର । ଲଗାଣ ବର୍ଷା ଯୋଗୁଁ ଭୁଶୁଡ଼ିଲା ମାଟି ଘର। ଅଳ୍ପକେ ବର୍ତ୍ତିଲେ ଦମ୍ପତି। ଶୋଇଥିବା ସମୟରେ ହଠାତ୍ ଘର ଭୁଶୁଡ଼ି ପଡ଼ିବାରୁ ଦୁଇ ପ୍ରାଣୀ ମାଟି ତଳେ ଚାପି ହୋଇଯାଇଥିଲେ। ପରେ ପଡ଼ୋଶୀମାନେ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ନେଇଥିଲେ। କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ବାଣ୍ଡି ଗାଁରେ ଘଟିଛି ଏଭଳି ଅଘଟଣ। ପ୍ରାଥମିକ ସୂଚନା ଅନୁସାରେ, ଲଗାଣ ଲଘୁଚାପଜନିତ ବର୍ଷାରେ ଗତରାତି ପ୍ରାୟ ୧୦ଟା ୩୦ ସମୟରେ ଟଙ୍କଧର ପାଣିଗ୍ରାହୀ ଓ ତାଙ୍କ ସ୍ତ୍ରୀ ମିଥିଲା ପାଣିଗ୍ରାହୀ ଘରେ ଶୋଇଥିବା ବେଳେ ହଠାତ୍ ମାଟି ଘରଟି ଭୁଶୁଡ଼ି ପଡ଼ିଥିଲା। ଘର ଭୁଶୁଡ଼ିବାରୁ ଦୁଇଜଣ ମାଟି ତଳେ ଚାପି ହୋଇଯାଇଥିଲେ। ଘଟଣା ସମ୍ପର୍କରେ ଜାଣିବା ପରେ ପଡ଼ୋଶୀମାନେ ତୁରନ୍ତ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିଥିଲେ। ପରେ ଉଭୟଙ୍କୁ କଳମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ତେବେ ଟଙ୍କଧର ପାଣିଗ୍ରାହୀଙ୍କ ମୁଣ୍ଡରେ ଆଘାତ ଲାଗିଥିବାରୁ ତାଙ୍କୁ ପରବର୍ତ୍ତୀ ସମୟରେ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ପ୍ରାଥମିକ ସୂତ୍ରରୁ ଜଣାପଡ଼ିଛି। ଏପଟେ ଲଗାଣ ବର୍ଷା ଯୋଗୁଁ ମାଟି ଘରେ ରହୁଥିବା ପରିବାରଗୁଡ଼ିକ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି। ଜୟପାଟଣା ଅଞ୍ଚଳରେ ମଧ୍ୟ ଭାରୀ ବର୍ଷାର ପ୍ରଭାବ ରହିଥିବା ନେଇ ସମ୍ପ୍ରତି ରିପୋର୍ଟ ଆସିଛି। ରିପୋର୍ଟ, ଆମଜାତ ଖାନ, ଜୟପାଟଣା1