Shuru
Apke Nagar Ki App…
ସୁଭଦ୍ରା ହିତାଧିକାରୀଙ୍କୁ ଚେକ୍ ପ୍ରଦାନ କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ
Ram Shankar Bhoi
ସୁଭଦ୍ରା ହିତାଧିକାରୀଙ୍କୁ ଚେକ୍ ପ୍ରଦାନ କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ
More news from ଓଡ଼ିଶା and nearby areas
- ମହାନ ହକି ଖେଳାଳି ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଜୟନ୍ତୀକୁ ସ୍ମରଣ କରି ଚଳିତ ବର୍ଷ ଜାତୀୟ କ୍ରୀଡ଼ା ଦିବସ ସୁବର୍ଣ୍ଣପୁର ଜିଲ୍ଲାରେ ପାଳନ କରାଯାଉଛି। ତାରିଖ:- ୨୮.୦୮.୨୦୨୬ ମହାନ ହକି ଖେଳାଳି ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଜୟନ୍ତୀକୁ ସ୍ମରଣ କରି ଚଳିତ ବର୍ଷ ଜାତୀୟ କ୍ରୀଡ଼ା ଦିବସ ସୁବର୍ଣ୍ଣପୁର ଜିଲ୍ଲାରେ ପାଳନ କରାଯାଉଛି। ଏହି ଅବସରରେ ସୁବର୍ଣ୍ଣପୁର ଜିଲ୍ଲାରେ ଅଗଷ୍ଟ ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କ୍ରୀଡ଼ାଭିତ୍ତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଜାତୀୟ କ୍ରୀଡ଼ା ଦିବସର ତା. ୨୮.୦୮.୨୦୨୬ ପ୍ରଥମ ଦିନକୁ ‘ଟ୍ରିବ୍ୟୁଟ୍’ ଭାବେ ପାଳନ କରଯାଇଅଛି l ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳିନା ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହି ଶିବିରକୁ ଶୁଭ ଉଦଘାଟନ କରିଥିଲେ l ସମ୍ମାନୀତ ଅତିଥି ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଶ୍ରୀ ବାଲାଜୀ ବିଶ୍ଵନାଥ, ସମେତ ଜିଲ୍ଲା ସଂସ୍କୃତି ଅଧିକାରୀ ତଥା ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶୀମତୀ ଯମୁନା ପ୍ରଧାନ, ଶାରୀରିକ ଶିକ୍ଷୟତ୍ରୀ ଶୀମତୀ ସନ୍ଧ୍ୟାରାଣୀ ଖେତି, PTI ଖେଳ ଇଣ୍ଡିଆ ଶ୍ରୀ ମହମ୍ମଦ କଳିମ ଉପସ୍ଥିତ ଥିଲେ l ଜାତୀୟ କ୍ରୀଡା ଦିବସ ପାଳନ ଅବସରରେ ଖେଳ ଇଣ୍ଡିଆ ଅନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀ ବିଭିନ୍ନ ଖେଳରେ ଯୋଗଦେଇଥିଲେ l ଏହି ଅବସରରେ ଜିଲ୍ଲା କ୍ରୀଡା ଅଧିକାରୀ ସମସ୍ତ ଅତିଥିଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ ଏବଂ ମହାନ ହକି ଖେଳାଳି ମେଜର ଧ୍ୟାନଚାନ୍ଦଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଳ ଅର୍ପଣ କରିଥିଲେ l ତାପରେ ମୁଖ୍ୟ ଅତିଥି ନିଜର ଅଭିଭାଷଣ ପ୍ରଦାନ କରିଥିଲେ l ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ ବୃଦ୍ଧି, ଫିଟନେସ୍ ଓ ଶାରୀରିକ ସୁସ୍ଥତା ସମ୍ପର୍କରେ ସଚେତନତା ସୃଷ୍ଟି ସହ ମେଜର ଧ୍ୟାନଚାନ୍ଦଙ୍କ କ୍ରୀଡ଼ା ପ୍ରତି ଅବଦାନକୁ ସ୍ମରଣ କରିବା ଏହି ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ମତ ରଖିଥିଲେ l ସଭା ଶେଷରେ ସମସ୍ତେ କ୍ରୀଡା କୁ ଆପଣେଇ ସୁସ୍ଥ ଶାରୀରିକ ଓ ମାନସିକ ରଖିବା ପାଇଁ ଶପଥପାଠ କରିଥିଲେ l ସକାଳ ୭ଟାରୁ ସୋନପୁର ଗାନ୍ଧୀ ଷ୍ଟାଡିୟମରେ ଡିଜିଟାଲ୍ ଚ୍ୟାଲେଞ୍ଜ୍ରେ ଅଂଶଗ୍ରହଣକାରୀମାନେ ୨୯ ଥର ଯେକୌଣସି କ୍ରୀଡ଼ା ଯଥା—ହକି ଡ୍ରିବଲିଂ, ଫୁଟବଲ୍ କିକ୍, ବାସ୍କେଟବଲ୍ ଡ୍ରିବଲିଂ, ବ୍ୟାଡମିଣ୍ଟନ୍ ରାଲି, ଦଉଡ଼ି ଡିଆଁ (Skipping), ବଲ୍ ବାଉନ୍ସ କିମ୍ବା ଅନ୍ୟ କୌଣସି ଉପଯୁକ୍ତ କ୍ରୀଡ଼ା କାର୍ଯ୍ୟକଳାପ କରାଯାଇଥିଲା l ଏହି କ୍ରୀଡା ଦିବସ ପାଳନ ସଭାକୁ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଚିତ୍ତରଞ୍ଜନ ମିଶ୍ର ସଂଯୋଜନା ଓ ଆୟୋଜନ ମଧ୍ୟ କରିଥିଲେ l1
- ବୀରମହାରାଜପୁର ବରିଷ୍ଠ ଅଧିକାରୀ ସଂଗଠନ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳନ ସପ୍ତଦୀପା ସାହିତ୍ୟ ସଂସଦ ଓ ବରିଷ୍ଠ ନାଗରିକ ସଂଗଠନ, ବୀରମହାରାଜପୁର ର ମିଳିତ ଆନୁକୁଲ୍ୟରେ ଶୁକ୍ରବାର ଗଙ୍ଗାଧର ମେହେର ଜୟନ୍ତୀ ପାଳିତ ହୋଇ ଯାଇଛି। ବରିଷ୍ଠ ନାଗରିକ ସଂଗଠନର ସଭାପତି ଦୟାନିଧି ହୋତାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏକ ସାରସ୍ୱତ ସଭାରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ ହରିହର ସିଂହ ବାବୁ, ମୁଖ୍ୟ ବକ୍ତା ଭାବେ ପୂର୍ବତନ ସଭାପତି କୃଷ୍ଣଚନ୍ଦ୍ର ପାଢ଼ୀ ଯୋଗଦାନ କରି ମେହେର ସାହିତ୍ୟ କୁ କାଳଜୟୀ କୃତି ବୋଲି ବର୍ଣ୍ଣନା କରିଥିଲେ। ପୂର୍ବତନ ସଭାପତି ଡ଼ ପ୍ରଫୁଲ୍ଲ ରଥ ସ୍ବାଗତ କରିଥିବାବେଳେ ସପ୍ତଦୀପା ସାହିତ୍ୟ ସଂସଦର ସଭାପତି ଡ ଦ୍ବିତୀକୃଷ୍ଣ ପଣ୍ଡା ସଭା ସଂଯୋଜନା ସହିତ ମେହେର ସାହିତ୍ୟ ରେ ସାମାଜିକ ପ୍ରତିଛବି ଉପରେ ଆଲୋକପାତ କରିଥିଲେ। ସାହିତ୍ୟିକ କିଶୋର ହୋତା, ଜ୍ଞାନେନ୍ଦ୍ର ତ୍ରିପାଠୀ,ବାସୁଦେବ ରଥ, ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ, ପ୍ରମୁଖ ଗଙ୍ଗାଧରଙ୍କ ଜୀବନୀ ଉପରେ ଆଲୋଚନା କରିବା ସହିତ କବିତା ଆବୃତ୍ତି କରିଥିଲେ । ରାଧେଶ୍ୟାମ ପୁରୋହିତ,ସୁରୁ ସାହୁ, ଜମ୍ବେଶ୍ଵର ପ୍ରଧାନ,ସୌମିତ୍ରୀ ମେହେର, ବାସୁଦେବ ପଣ୍ଡା, ନିମାଇଁ ଚରଣ ପଣ୍ଡା,ଚମ୍ପେଶ୍ବର ଦାଶ୍, ଚମରା ମହାକୁର,ଶ୍ୟାମ ସୁନ୍ଦର ସେଠି,ଶିବ ଖମାରୀ, ନିରାପଦ ମାଇତି, ସନ୍ତୋଷ ସାହୁ ନାରାୟଣ ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।ଅକ୍ଷୟ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।3
- ବୌଦ୍ଧ ଜ଼ିଲ୍ଲା ବୌଦ୍ଧ ବ୍ଲକ ବାଉଁଶୁଣୀ ମଁl ମାହେଶ୍ୱରୀ ଡିଗ୍ରୀ କଲେଜ ଠାରେ 'ଖେଲୋ ଇଣ୍ଡିଆ ଡ଼ାଏଲଗ କାର୍ଯ୍ୟକ୍ରମ ଅନୁଷ୍ଠିତ ଖେଲୋ ଇଣ୍ଡିଆ ଡ଼ାଏଲଗ କାର୍ଯ୍ୟକ୍ରମ ବୌଦ୍ଧ:ବୌଦ୍ଧ ଜ଼ିଲ୍ଲା ବୌଦ୍ଧ ବ୍ଲକ ବାଉଁଶୁଣୀ ମଁl ମାହେଶ୍ୱରୀ ଡିଗ୍ରୀ କଲେଜ ଠାରେ 'ଖେଲୋ ଇଣ୍ଡିଆ ଡ଼ାଏଲଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସଭାରେ କଲେଜର ଅଧ୍ୟକ୍ଷ ଅନିରୁଦ୍ଧ ମହାକୁଳ ମୁଖ୍ୟ ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ l ଖେଳ କୁଦର ମହତ୍ୱ ଏବଂ ଯୁବ ସମାଜର ବିକାଶରେ କ୍ରୀଡ଼ାର ଭୂମିକା ସମ୍ପର୍କରେ ସେ ଆଲୋକପାତ କରିଥିଲେ l ସେହି ଅବସରରେ ପ୍ରଧାନମନ୍ତ୍ରୀ କ୍ରୀଡ଼ା ସମ୍ବନ୍ଧୀୟ ବାର୍ତ୍ତା ସହ ସଭିଏଁ ଯୋଡ଼ି ହୋଇଥିଲେ l ସେହି ପରି ଅଧ୍ୟାପକ ବାବାରାମ ଦେହୁରୀ ସଭା ସାଂଯୋଜନା କରିଥିଲେ l ଏହି କାର୍ଯ୍ୟକ୍ରମ ରେ କଲେଜର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ସହ ବହୁତ ସଂଖ୍ୟାରେ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ l1
- ତୁଳସୀ କ୍ଷେତ୍ରରେ ଭକ୍ତ ସୁଦାମା, ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ନିଆରା ଆୟୋଜନ।। ତୁଳସୀ କ୍ଷେତ୍ରରେ ଭକ୍ତ ସୁଦାମା, ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ନିଆରା ଆୟୋଜନ।। କେନ୍ଦ୍ରାପଡ଼ାକୁ ଆଜି ଆସିଥିଲେ ଭକ୍ତ ସୁଦାମା। ସୁଦାମାଙ୍କୁ ଦେଖିବାକୁ ବେଶ୍ ଗହଳି ଓ ଆଗ୍ରହ ଦେଖିବାକୁ ମିଳିଥିଲା। ସୂଚନା ମୁତାବକ ସୁଦାମା ବେଶରେ ଆସିଥିବା ବ୍ୟକ୍ତି ହେଉଛନ୍ତି ବ୍ରହ୍ମପୁର ଜିଲ୍ଲାର ପ୍ରଫୁଲ୍ଲ ଗୌଡ଼ । ସେ ପ୍ରତିବର୍ଷ ରଥଯାତ୍ରା ସମୟରେ ପଦଯାତ୍ରା କରି କରି ହାତରେ ଖୁଦଭଜା ଧରି ଶ୍ରୀକ୍ଷେତ୍ର ପୁରୀ ଅଭିମୁଖେ ଯାତ୍ରା କରନ୍ତି। ତାଙ୍କର ବେଶ ପୁରା ସୁଦାମାଙ୍କ ଭଳି ଦେଖାଯାଉଥିବାରୁ ତାଙ୍କୁ ସୁଦାମା ବୋଲି ସମସ୍ତେ ସମ୍ବୋଧନ କରୁଛନ୍ତି। ଏହି ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲାର ଅଗ୍ରଣୀ ସାମାଜିକ ସଙ୍ଗଠନ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସଂସ୍କୃତି ଓ ପରମ୍ପରାର ସନ୍ଦେଶକୁ ପାଥେୟ କରି ସୁଦାମାଙ୍କୁ ତୁଳସୀ କ୍ଷେତ୍ର ଆସିବା ପାଇଁ ନିମନ୍ତ୍ରଣ କରିଥିଲେ। ବଳଦେବଜୀଉ ମହାପ୍ରଭୁଙ୍କ ଜନ୍ମଦିନ ଉପଲକ୍ଷେ ସୁଦାମା କେନ୍ଦ୍ରାପଡ଼ାକୁ ଆସିଥିଲେ। ଏହି ଅବସରରେ ସାନ୍ତସାହି ପଞ୍ଚମୁଖୀ ହନୁମାନ ମନ୍ଦିର ରୁ ବଳଦେବଜୀଉ ମନ୍ଦିର ପର୍ଯ୍ୟନ୍ତ ଏକ ପଦଯାତ୍ରା ସଙ୍କିର୍ତ୍ତନ ମଣ୍ଡଳୀ ଓ ଶ୍ରଦ୍ଧାଳୁମାନଙ୍କ ଦ୍ଵାରା ଅନୁଷ୍ଠିତ ହୋଇଥିଲା। ଏଥିରେ ସୁଦାମା ପଥପ୍ରାନ୍ତ କରି ପ୍ରଭୁଙ୍କ ନାମକୁ ସ୍ମରଣ କରି କରି ବଳଦେବଜୀଉ ଙ୍କ ଦର୍ଶନ କରିଥିଲେ। ଏହି ଅବସରରେ ଯାଇଥିବା ପାଟଲୁଗାକୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ନିକଟରେ ଲାଗି କରାଯାଇଥିଲା। ରାସ୍ତାରେ ସୁଦାମାଙ୍କୁ ଦେଖିବାକୁ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା।ଏହି ସମୟରେ ଭକ୍ତି ଓ ଭକ୍ତ ର ଅପୂର୍ବ ସମାନତା ଦେଖିବାକୁ ମିଳିଥିଲା l ବୟସ୍କ ମା ମାନଙ୍କର ଭକ୍ତ ସୁଦାମା ଙ୍କୁ ବନ୍ଦାପନା କିଛି ନିଆରା ପରିବେଶ ସୃଷ୍ଟି କରିଥିଲା l ଗୁରୁଜନ ଙ୍କ ଭାବ ଭକ୍ତି ର ପ୍ରଣାମ ସମାଜ କୁ ସେଇ ପୁରୁଣା ଦିନ ମନେପକାଇ ଦେଉଥିଲା l ଆଜି ର ଏହି ଭକ୍ତିମୟ କାର୍ଯ୍ୟକ୍ରମ ରେ ସାମିଲ ଥିଲେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଦମନ ମହାନ୍ତି, ଟ୍ରଷ୍ଟ ର ଯଶୋଦା ମା ମୋହିନୀ ମା, ଟ୍ରଷ୍ଟ ର ପରାମର୍ଶଦାତା ନିମାଇଁ ଚରଣ କର, ଟ୍ରଷ୍ଟ ମୁଖପାତ୍ର ପ୍ରମୋଦ ନାୟକ, ଟ୍ରଷ୍ଟ ର ସଂସ୍କୃତି ବିଭାଗୀୟ ଅଧିକାରୀ ସଂଜୀବ ତରାଇ, ମନୋଜ ରାଉତ, କାଳନ୍ଦୀ ମଲ୍ଲିକ, ପଦାରବିନ୍ଦ ଦାସ, ଗଙ୍ଗାଧର ସାମଲ,ଚଗଲା ବିଶ୍ୱାଳ, ସୁନୀଲ ଦାସ, ସାମଜିକ କର୍ମୀ ଅକ୍ଷୟ ପାଣି, ସାମ୍ବାଦିକ ପ୍ରଭାତ ରଞ୍ଜନ ଜେନା l4
- ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ଗଛକୁ ରାକ୍ଷୀ ବାନ୍ଧି ସଂସ୍କୃତ ଦିବସ ପାଲନ କଲେ। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହାଠାରେ ପ୍ରଧାନ ଶିକ୍ଷକ ଦୀନବନ୍ଧୁ ପ୍ରଧାନଙ୍କ ସଭାପତିତ୍ୱରେ ସଂସ୍କୃତ ଦିବସ ପାଳନ ସହ ରକ୍ଷା ବନ୍ଧନ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି।1
- ବୌଦ୍ଧରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ସମାରୋହ, ଯୋଗଦେଲେ ଉଭୟ ବିଧାୟକ। ବୌଦ୍ଧ, ତା. ୨୮/୦୮: ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ ଓ ସ୍ୱାବଲମ୍ବନ ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ଅନ୍ୟତମ ମହତ୍ୱାକାଙ୍କ୍ଷୀ ପଦକ୍ଷେପ ‘ସୁଭଦ୍ରା ଯୋଜନା’ର ପଞ୍ଚମ କିସ୍ତି ପ୍ରଦାନ ଅବସରରେ ବୌଦ୍ଧ ଜିଲ୍ଲାସ୍ତରୀୟ ସମାରୋହ ସ୍ଥାନୀୟ ମାଉସୀମା ମନ୍ଦିର ପରିସରରେ ଆୟୋଜିତ ହୋଇଯାଇଛି।ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ଶ୍ରୀ ସରୋଜ କୁମାର ପ୍ରଧାନ ଯୋଗଦେଇଥିବାବେଳେ ବିଶିଷ୍ଟ ଅତିଥି ଭାବେ ମାନ୍ୟବର କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ କହ୍ନାଇ ଚରଣ ଡାଙ୍ଗ ଯୋଗଦେଇଥିଲେ। କନ୍ଧମାଳ ସାଂସଦଙ୍କ ପ୍ରତିନିଧି ଯୁଗଳ କିଶୋର ସାମଲ, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ଉପଜିଲ୍ଲାପାଳ ବିନୟ କୁମାର ଭୋଇ ଓ ସମାଜସେବୀ ଶ୍ରୀ ବିପ୍ର ଚରଣ ମହାନ୍ତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଉଭୟ ବିଧାୟକ ରାଜ୍ୟ ସରକାରଙ୍କ ଏହି ଯୁଗାନ୍ତକାରୀ ଯୋଜନାରେ କିଭଳି ଲକ୍ଷ ଲକ୍ଷ ମହିଳା ନିଜ ଜୀବନ ଜୀବିକାକୁ ସୁଦୃଢ଼ କରି ସଫଳତା ପାଇଛନ୍ତି ସେ ବିଷୟରେ କହିଥିଲେ lସୁଭଦ୍ରା ଯୋଜନା ମାଧ୍ୟମରେ ମହିଳାମାନଙ୍କୁ ଆର୍ଥିକ ଭାବେ ସୁଦୃଢ଼ କରିବା ସହ ସେମାନଙ୍କ ମଧ୍ୟରେ ସ୍ୱାବଲମ୍ବନ, ଆତ୍ମବିଶ୍ୱାସ ଓ ଉଦ୍ୟମିତାର ଭାବନା ସୃଷ୍ଟି କରିବା ଦିଗରେ ସରକାରଙ୍କ ପ୍ରୟାସ ଜାରି ରହିବ ବୋଲି ବିଶ୍ୱାସ ଦେଇଥିଲେ। ଆଜି ନୟାଗଡ଼ଠାର ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନର ରାଜ୍ୟ ସ୍ତରୀୟ ସମାରୋହରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦାନ କରିଥିଲେ l କାର୍ଯ୍ୟକ୍ରମର ସିଧାପ୍ରସାରଣ ଏଠାରେ ବଡ଼ ପରଦା ମାଧ୍ୟମରେ ପ୍ରଦର୍ଶିତ ହୋଇଥିଲା। ଏହି ପର୍ଯ୍ୟାୟରେ ସମଗ୍ର ରାଜ୍ୟର ୧ କୋଟିରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କୁ ୫ ହଜାର କୋଟିରୁ ଅଧିକ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।ବୌଦ୍ଧ ଜିଲ୍ଲାରେ ମଧ୍ୟ ଏହି ଯୋଜନାର ୧,୦୮,୮୪୯ ଜଣ ହିତାଧିକାରୀ ଉପକୃତ ହେବେ। ସେମାନଙ୍କ ମଧ୍ୟରୁ ପ୍ରମିଳା ନାଏକ -ବୌଦ୍ଧ, ଜାନକୀ ମହାନନ୍ଦିଆ- କଣ୍ଟାମାଳ ଓ ଶାନ୍ତିଲତା ଭୂୟାଁ -ହରଭଙ୍ଗା ସୁଭଦ୍ରା ଯୋଜନାରୁ ପାଇଥିବା ସହାୟତା କିପରି ସେମାନଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିଛି, ସେ ସମ୍ପର୍କରେ ନିଜ ନିଜ ସଫଳତାର କାହାଣୀ ବର୍ଣ୍ଣନା କରିଥିଲେ।ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ସାଗରିକା ଦତ୍ତଙ୍କ ଆୟୋଜନରେ ଅନୁଷ୍ଠିତ ଏହି ସମାରୋହକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଓ ଶିକ୍ଷକ ପ୍ରମୋଦ କୁମାର ପ୍ରଧାନ ସଂଯୋଜନା କରିଥିଲେ। ପ୍ରୋଗ୍ରାମ ଅଫିସର ଶ୍ରୀମତୀ ରୀନା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମର ସଫଳ ଆୟୋଜନରେ ଜିଲ୍ଲା ସମାଜ ମଙ୍ଗଳ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ ସକ୍ରିୟ ସହଯୋଗ କରିଥିଲେ।କାର୍ଯ୍ୟକ୍ରମରେ ବିଭିନ୍ନ ବ୍ଲକ୍ରୁ ବହୁ ସଂଖ୍ୟାରେ ଜନ ପ୍ରତିନିଧି ,ମହିଳା ହିତାଧିକାରୀ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଗଣ ମାଧ୍ୟମର ପ୍ରତିନିଧିମାନେ ଯୋଗଦେଇଥିଲେ।2
- ନେପାଳ ବନ୍ୟା ବିଭୀଷିକା ମଧ୍ୟରେ ହେଲିକ୍ୟାପ୍ଟର ଯୋଗେ ଉଦ୍ଧାର କାର୍ଯ୍ୟ ଚାଲିଛି1
- ପିଏମ୍ ଶ୍ରୀ ଭୀମଭୋଇ ସରକାରୀ ଉଚ୍ଚ ବିଦ୍ୟାଳୟରେ ସଂସ୍କୃତ ସପ୍ତାହ ପାଳନ ହୋଇଯାଇଛି l ଲଛିପୁର l ପିଏମ୍ ଶ୍ରୀ ଭୀମଭୋଇ ସରକାରୀ ଉଚ୍ଚ ବିଦ୍ୟାଳୟରେ ସଂସ୍କୃତ ସପ୍ତାହ ପାଳନ ଲଛିପୁର, ୨୫/୮: ପିଏମ୍ ଶ୍ରୀ ଭୀମଭୋଇ ସରକାରୀ ଉଚ୍ଚ ବିଦ୍ୟାଳୟ, ଲଛିପୁର ଠାରେ ଆଜି, ୨୫ ଅଗଷ୍ଟ ୨୦୨୬ ଠାରୁ ଆସନ୍ତା ୩୧ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ସଂସ୍କୃତ ସପ୍ତାହ ପାଳନ ଆରମ୍ଭ ହୋଇଛି। ଆଜି ଏହାର ଉଦ୍ଘାଟନୀ କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବେ ଅନୁଷ୍ଠିତ ହୋଇଯାଇଛି।ଭାରତୀୟ ଜ୍ଞାନ, ସଂସ୍କୃତି, ପରମ୍ପରା ଓ ମୂଲ୍ୟବୋଧର ଅମୂଲ୍ୟ ଭଣ୍ଡାର ସଂସ୍କୃତ ଭାଷା ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ ବୃଦ୍ଧି କରିବା ସହ ଏହାର ମହତ୍ତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି ସପ୍ତାହ ପାଳନର ମୁଖ୍ୟ ଲକ୍ଷ୍ୟ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହେମସାଗର ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡ. ହୃଷୀକେଶ ଦେହେରୀ ଯୋଗଦେଇ ସଂସ୍କୃତ ଭାଷା ଓ ଯୋଗର ମହତ୍ତ୍ୱ ଉପରେ ନିଜର ମତ ରଖିଥିଲେ। #sonepur_odisha #SonepurNews #vairalpost #vairalvideo #highlight1
- ଲଗାଣ ବର୍ଷାରେ ଭୁଶୁଡ଼ିଲା ମାଟି ଘର, ଅଳ୍ପକେ ବର୍ତ୍ତିଲେ ଦମ୍ପତି,ଶୋଇଥିବା ବେଳେ ଘର ଭୁଶୁଡ଼ି ଦୁଇ ପ୍ରାଣୀ ଚାପି ହୋଇଗଲେ। ଲଗାଣ ବର୍ଷାରେ ଭୁଶୁଡ଼ିଲା ମାଟି ଘର, ଅଳ୍ପକେ ବର୍ତ୍ତିଲେ ଦମ୍ପତି,ଶୋଇଥିବା ବେଳେ ଘର ଭୁଶୁଡ଼ି ଦୁଇ ପ୍ରାଣୀ ଚାପି ହୋଇଗଲେ, ଜଣେ ଭବାନୀପାଟଣା ସ୍ଥାନାନ୍ତର । ଲଗାଣ ବର୍ଷା ଯୋଗୁଁ ଭୁଶୁଡ଼ିଲା ମାଟି ଘର। ଅଳ୍ପକେ ବର୍ତ୍ତିଲେ ଦମ୍ପତି। ଶୋଇଥିବା ସମୟରେ ହଠାତ୍ ଘର ଭୁଶୁଡ଼ି ପଡ଼ିବାରୁ ଦୁଇ ପ୍ରାଣୀ ମାଟି ତଳେ ଚାପି ହୋଇଯାଇଥିଲେ। ପରେ ପଡ଼ୋଶୀମାନେ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ନେଇଥିଲେ। କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ବାଣ୍ଡି ଗାଁରେ ଘଟିଛି ଏଭଳି ଅଘଟଣ। ପ୍ରାଥମିକ ସୂଚନା ଅନୁସାରେ, ଲଗାଣ ଲଘୁଚାପଜନିତ ବର୍ଷାରେ ଗତରାତି ପ୍ରାୟ ୧୦ଟା ୩୦ ସମୟରେ ଟଙ୍କଧର ପାଣିଗ୍ରାହୀ ଓ ତାଙ୍କ ସ୍ତ୍ରୀ ମିଥିଲା ପାଣିଗ୍ରାହୀ ଘରେ ଶୋଇଥିବା ବେଳେ ହଠାତ୍ ମାଟି ଘରଟି ଭୁଶୁଡ଼ି ପଡ଼ିଥିଲା। ଘର ଭୁଶୁଡ଼ିବାରୁ ଦୁଇଜଣ ମାଟି ତଳେ ଚାପି ହୋଇଯାଇଥିଲେ। ଘଟଣା ସମ୍ପର୍କରେ ଜାଣିବା ପରେ ପଡ଼ୋଶୀମାନେ ତୁରନ୍ତ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିଥିଲେ। ପରେ ଉଭୟଙ୍କୁ କଳମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ତେବେ ଟଙ୍କଧର ପାଣିଗ୍ରାହୀଙ୍କ ମୁଣ୍ଡରେ ଆଘାତ ଲାଗିଥିବାରୁ ତାଙ୍କୁ ପରବର୍ତ୍ତୀ ସମୟରେ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ପ୍ରାଥମିକ ସୂତ୍ରରୁ ଜଣାପଡ଼ିଛି। ଏପଟେ ଲଗାଣ ବର୍ଷା ଯୋଗୁଁ ମାଟି ଘରେ ରହୁଥିବା ପରିବାରଗୁଡ଼ିକ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି। ଜୟପାଟଣା ଅଞ୍ଚଳରେ ମଧ୍ୟ ଭାରୀ ବର୍ଷାର ପ୍ରଭାବ ରହିଥିବା ନେଇ ସମ୍ପ୍ରତି ରିପୋର୍ଟ ଆସିଛି। ରିପୋର୍ଟ, ଆମଜାତ ଖାନ, ଜୟପାଟଣା1