ନବରଙ୍ଗପୁର ଜିଲ୍ଲାର ମିଶନ ଶକ୍ତି ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଡଃ ମହେଶ୍ୱର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲା ସ୍ତରୀୟ ଟେବୁଲ ଟପ୍ ଏକ୍ସରସାଇଜ୍ ଅନୁଷ୍ଠିତ ହୋଇଯାଇଛି। ବନ୍ୟା ଓ ବାତ୍ୟା ଭଳି ଆକସ୍ମିକ ପ୍ରାକୃତିକ ବିପର୍ଯ୍ୟୟରୁ ଧନଜୀବନ ରକ୍ଷା କରି 'ଶୂନ୍ୟ ମୃତ୍ୟୁ' ଲକ୍ଷ୍ୟ ହାସଲ ପାଇଁ ପ୍ରସ୍ତୁତିକୁ ସର୍ବଦା ସଜାଗ ରଖିବା ଉପରେ ଏହି ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା। ଏହି ଏକ୍ସରସାଇଜ୍ ଆଜି ପୂର୍ବାହ୍ନରେ ଜିଲ୍ଲା ସ୍ତରରେ ଏବଂ ଅପରାହ୍ନରେ ବ୍ଲକ ଓ ପୌରାଞ୍ଚଳ ସ୍ତରରେ ଅନୁଷ୍ଠିତ ହୋଇଥିବାବେଳେ, ଆସନ୍ତାକାଲି ଅର୍ଥାତ୍ ୧୯.୦୬.୨୦୨୬ ତାରିଖରେ ଜିଲ୍ଲାର ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀରେ ମକ୍ ଡ୍ରିଲ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଥିଲା। ଜିଲ୍ଲାପାଳ ଡଃ ସ୍ୱାଇଁ ସମସ୍ତ ବିଭାଗକୁ ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ଏକ ଖସଡ଼ା ପ୍ରସ୍ତୁତ କରି ରଖିବାକୁ ଏବଂ ପ୍ରତ୍ୟେକ ପଞ୍ଚାୟତ ସମିତି ଓ ସମ୍ପୃକ୍ତ ବିଭାଗରେ ଜଣେ ଲେଖାଏଁ ନୋଡାଲ ଅଧିକାରୀ ନିଯୁକ୍ତି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେ ବିଶେଷ ଭାବରେ ସତର୍କବାର୍ତ୍ତାକୁ ପ୍ରଭାବିତ ଲୋକଙ୍କ ନିକଟରେ ସଠିକ୍ ଭାବରେ ପହଞ୍ଚାଇବା, ବନ୍ୟା ବୁଡ଼ି ଅଞ୍ଚଳ ଚିହ୍ନଟ କରିବା, ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରରେ ଛାତ୍ରଛାତ୍ରୀଙ୍କ ନିରାପତ୍ତା ସୁନିଶ୍ଚିତ କରିବା, ଶିକ୍ଷାକେନ୍ଦ୍ରମାନଙ୍କରେ ଥିବା ବଡ଼ ବୃକ୍ଷ ଓ କାନ୍ଥ ପ୍ରାଚୀର ପ୍ରତି ବାତ୍ୟା ଓ ବର୍ଷା ସମୟରେ ସତର୍କତାମୂଳକ ପଦକ୍ଷେପ ନେବା, ଉଦ୍ଧାର କାର୍ଯ୍ୟରେ ତତ୍ପରତା ଦେଖାଇବା ଏବଂ ଗଭୀର ଡ୍ୟାମ, ନଦୀ, ପୋଖରୀ ନିକଟରେ ଗାଧୋଇବା ପୂର୍ବରୁ ସତର୍କତା ବୋର୍ଡ ଲଗାଇବା ଉପରେ ଗୁରୁତ୍ୱାରୋପ କରି ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ପ୍ରକାଶ ଚନ୍ଦ୍ର ମିଶ୍ର, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଆଦିତ୍ୟ ସେନ, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସମସ୍ତ ତହସିଲଦାର, ନିର୍ବାହୀ ଅଧିକାରୀ ପୌରାଞ୍ଚଳ ନବରଙ୍ଗପୁର ଅଶୋକ କୁମାର କର୍ଣ୍ଣ, ଉମରକୋଟ ନିର୍ବାହୀ ଅଧିକାରୀ ଆଲୋକ କୁମାର ଅନୁଗୁଳିଆ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶ୍ରଦ୍ଧାଞ୍ଜଳି ସାହୁ, ଜିଲ୍ଲା ଜରୁରୀକାଳୀନ ବିଭାଗର ଜିଲ୍ଲା ପ୍ରକଳ୍ପ ଅଧିକାରୀ ହିମାଂଶୁ ଶେଖର ପଟ୍ଟନାୟକ, ରାଜ୍ୟ ପ୍ରକଳ୍ପ ଅଧିକାରୀ ଫକିର ଚରଣ ରାଉତ, ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀ ଦ୍ରୌପଦୀ କହଁର, ଡିଆଇପିଆର୍ଓ ମନୋଜ ବେହେରା, ଡିସିପିଓ ସୁରେଶ ପଟ୍ଟନାୟକ, ଡିପିଓ ପଦ୍ମନାଭ ତ୍ରିପାଠୀ, ଅଗ୍ନିଶମ ଅଧିକାରୀଙ୍କ ସମେତ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।

- ବାଘ ଛାଲର ଚୋରା ଚାଲାଣ ବେଳେ ଅମଳାଭାଟା ଚର୍ଚ୍ଚର ପାଷ୍ଟରଙ୍କୁ ଗିରଫ କରାଯାଇଛି। ଚୋରା ଚାଲାଣ ସମୟରେ ପାଷ୍ଟରଙ୍କ ନିକଟରୁ ବାଘ ଛାଲ ଜବତ ହୋଇଛି।1
- ଜୟପୁର ଭିଜିଲାନ୍ସ କୋଟପାଡ଼ ବ୍ଲକର ସହକାରୀ ଯନ୍ତ୍ରୀ (AEE) ସତ୍ୟ ନାରାୟଣ ସେଠୀଙ୍କ ସମସ୍ତ ଗୁପ୍ତ ତଥ୍ୟ ଖୋଲି ଦେଇଛି। ଭିଜିଲାନ୍ସର ଛାନଭିନ ପରେ ଭିଜିଲାନ୍ସ ଜାଲରେ ପଡ଼ିଥିବା ଏହି 'କୁବେର ବାବୁ'ଙ୍କର ସମ୍ପତ୍ତି ତାଲିକା ପ୍ରକାଶ କରାଯାଇଛି।1
- ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରେଞ୍ଜ ଅନ୍ତର୍ଗତ ପାତ୍ରୀ ସଂରକ୍ଷିତ ଜଙ୍ଗଲରୁ ୧୦ ଲକ୍ଷ ଟଙ୍କାରେ ବିକ୍ରି ଉଦ୍ୟମ କରାଯାଉଥିବା ଏକ ମହାବଳ ବାଘ ଛାଲ ଜବତ ହୋଇଛି। ଏହି ଘଟଣାରେ ବନ ବିଭାଗ ଗ୍ରାହକ ସାଜି ଜଣକୁ ଗିରଫ କରିଥିବା ବେଳେ ଅନ୍ୟ ଦୁଇ ଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ନବରଙ୍ଗପୁର ବନଖଣ୍ଡ ଅଧିକାରୀ ଉଦୟନ ସୁବୁଦ୍ଧିଙ୍କ ସୂଚନା ଅନୁସାରେ, ଗତ କିଛି ଦିନ ଧରି ଜିଲ୍ଲାରେ ମହାବଳ ବାଘ ଛାଲ ବିକ୍ରି ହେଉଥିବା ନେଇ ଗୁପ୍ତ ସୂଚନା ମିଳିବା ପରେ ବନ ବିଭାଗ ସତର୍କ ହୋଇଥିଲା। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏସିଏଫ୍ ସୁବାଷ ଚନ୍ଦ୍ର ଖୁଣ୍ଟିଆ ଏବଂ ଡାବୁଗାଁ ବନାଞ୍ଚଳ ଅଧିକାରୀ ରାମଚନ୍ଦ୍ର ଭତରାଙ୍କ ତତ୍ୱାବଧାନରେ ଏକ ଟିମ୍ ଗଠନ କରାଯାଇଥିଲା। ଏହି ଟିମ୍ ଡାବୁଗାଁ ବନାଞ୍ଚଳ ଅନ୍ତର୍ଗତ ପାତ୍ରୀ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପଛରେ ଥିବା ପାତ୍ରୀ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଜଣେ ସନ୍ଦିଗ୍ଧ ବ୍ୟକ୍ତି ଏକ ବ୍ୟାଗରେ ରୟାଲ ବେଙ୍ଗଲ (ମହାବଳ) ବାଘ ଛାଲ ଚୋରା ଚାଲାଣ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ବନ କର୍ମଚାରୀମାନେ ଗ୍ରାହକ ସାଜି ତାଙ୍କୁ ଧରିବାରେ ସଫଳ ହୋଇଥିଲେ। ବାଘ ଛାଲକୁ ସିଲାଇ କରାଯାଇ ୧୦ ଲକ୍ଷ ଟଙ୍କାରେ ବିକ୍ରି କରିବା ଉଦ୍ଦେଶ୍ୟରେ ରଖାଯାଇଥିଲା। ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ଡାବୁଗାଁ ଥାନା ଅନ୍ତର୍ଗତ ପାତ୍ରୀ ଗ୍ରାମର ଶିବୁନ ଟାକ୍ରୀ ବୋଲି ଜଣାପଡିଛି, ଯିଏକି ଜଣେ ପାଷ୍ଟର ଭାବେ କାର୍ଯ୍ୟ କରୁଥିବା ଡିଏଫଓ ସୂଚନା ଦେଇଛନ୍ତି। ତାଙ୍କ ନିକଟରୁ ବାଘ ଛାଲ ସହ ଏକ ବାଇକ୍ ମଧ୍ୟ ଜବତ କରାଯାଇଛି। ବନ ବିଭାଗ ତରଫରୁ ଏ ନେଇ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଫେରାର ହୋଇଥିବା ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଜାରି ରହିଛି। ଏଥିରେ ସଂପୃକ୍ତ ଅନ୍ୟମାନଙ୍କୁ ଚିହ୍ନଟ କରିବା ପାଇଁ ଅଧିକ ତଦନ୍ତ ଚାଲିଛି।1
- ଜୟପୁର ଅନ୍ତର୍ଗତ ଗଡ଼ପଦରଠାରେ ବିରିପାଣି ଯାତ୍ରା ଆୟୋଜିତ ହୋଇଛି।1
- କଳାହାଣ୍ଡି ଜିଲ୍ଲାର କୋକସରା ବ୍ଲକ ଅନ୍ତର୍ଗତ ଚିକିଲି ଗ୍ରାମରେ ଏକ ଭାଲୁ ପଶିଥିବା ସୂଚନା ମିଳିଛି। ଏହି ଖବର ପାଇବା ପରେ ସ୍ଥାନୀୟ ପୋଲିସ ଏବଂ ବନ ବିଭାଗର କର୍ମଚାରୀମାନେ ଚିକିଲି ଗ୍ରାମରେ ପହଞ୍ଚି ଭାଲୁ ଉପରେ ନଜର ରଖିଛନ୍ତି।1
- ମଞ୍ଚ ଉପରୁ କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି ଯେ ରାୟଗଡ଼ା ଜିଲ୍ଲାର କାଶିପୁର ବ୍ଲକ୍ ଅନ୍ତର୍ଗତ କଣ୍ଟାମାଳ ଗ୍ରାମରେ ଗୋଟିଏ ସନ୍ଧ୍ୟାରେ ଏକ ପୂର୍ବ ଘଟଣା ଘଟିଥିଲା। ଏହି ଘଟଣା ଏପରି ଏକ ସମୟରେ ଘଟିଛି ଯେତେବେଳେ ସେଠାକାର ଆଦିବାସୀ ଲୋକମାନେ ମୈତ୍ରୀ ଏବଂ ବେଦାନ୍ତ କମ୍ପାନୀକୁ ବିରୋଧ କରୁଛନ୍ତି।1
- ଡାବୁଗାଁରେ ମାଁ ସମଲେଇଙ୍କ ଏକ ଭବ୍ୟ ମନ୍ଦିର ପ୍ରତିଷ୍ଠା କରାଯାଇଛି। ଏହି ପବିତ୍ର ଅବସରରେ ଡାବୁଗାଁ ଏବଂ ଡ଼ଙ୍ଗରୀଗୁଡା ଗ୍ରାମର ଶତାଧିକ ଲୋକ ଯୋଗଦେଇଥିଲେ।1
- ଡାବୁଗାଁ ବନ ବିଭାଗ ପାଟ୍ରି ଜଙ୍ଗଲ ନିକଟରେ ମହାବଳ ବାଘ ଛାଲ ବିକ୍ରି ସମୟରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିବା ସହ ବାଘ ଛାଲ ଜବତ କରିବାରେ ସଫଳ ହୋଇଛି। ବିଶେଷ ସୂତ୍ରରୁ ଖବର ପାଇ ନବରଙ୍ଗପୁର DFO ଉଦୟମାନ ସୁବୁଦ୍ଧିଙ୍କ ନେତୃତ୍ୱରେ ନବରଙ୍ଗପୁର ଏବଂ ଡାବୁଗାଁ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ବେଳେ ତିନି ଜଣ ବ୍ୟବସାୟୀ ୧୦ ଲକ୍ଷ ଟଙ୍କାରେ ବାଘ ଛାଲ ବିକ୍ରି ପାଇଁ ମୂଲଚାଲ କରୁଥିଲେ। ବନ ବିଭାଗର ଚଢ଼ାଉ ସମୟରେ ଦୁଇ ଜଣ ବ୍ୟବସାୟୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଜଣେ ବ୍ୟବସାୟୀଙ୍କୁ ବାଘ ଛାଲ ସହ ଧରାଯାଇଛି। ଗିରଫ ହୋଇଥିବା ବ୍ୟକ୍ତି ଜଣକ ପାଟ୍ରି ଗ୍ରାମ ପଞ୍ଚାୟତର ଖୋଲିଗୁଡ଼ା ଗାଁର ବୋଲି ଜଣାପଡ଼ିଛି। ସେ ତେନ୍ତୁଳିଖୁଣ୍ଟି ବ୍ଲକର ଅମଳଭଟା ଚର୍ଚ୍ଚରେ ଫାଷ୍ଟର ଭାବେ କାର୍ଯ୍ୟ କରୁଥିଲେ। ଏହି ବାଘ ଛାଲଟି ଝାରସୁଗୁଡ଼ା ଜିଲ୍ଲାରୁ ଅଣାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏହି ରାକେଟରେ ଅନ୍ୟ କେଉଁ ଅଭିଯୁକ୍ତମାନେ ସଂଶ୍ଳିଷ୍ଟ ଅଛନ୍ତି, ତାହାକୁ ନେଇ ପୋଲିସ ପକ୍ଷରୁ ଅନୁସନ୍ଧାନ ଜାରି ରହିଛି। ନବରଙ୍ଗପୁର DFO ଉଦୟମାନ ସୁବୁଦ୍ଧିଙ୍କ ନେତୃତ୍ୱରେ ଏହି ଅପରେସନରେ ନବରଙ୍ଗପୁର ACF ସୁବାସ ଚନ୍ଦ୍ର ଖୁଣ୍ଟିଆ, ଡାବୁଗାଁ ରେଞ୍ଜର ରାମଚନ୍ଦ୍ର ଭତ୍ରା, ଜୋଟାବାଲ ଫରେଷ୍ଟର ପ୍ରଫୁଲ କୁମାର ମାଝୀ, ଫରେଷ୍ଟର ଉମାକାନ୍ତ ପଟ୍ଟନାୟକ, ଫରେଷ୍ଟ ଗାର୍ଡ ଟିମ ଏବଂ ନବରଙ୍ଗପୁର ୱାଇଲ୍ଡ ଲାଇଫ ସ୍କ୍ୱାଡ୍ ସାମିଲ ଥିଲେ।1