Shuru
Apke Nagar Ki App…
ଅନୁଗୋଳ ଜିଲ୍ଲାର ତାଳଚେର ପୌର ପରିଷଦର ବିଭିନ୍ନ ସମସ୍ୟା ସମ୍ପର୍କରେ ନଗରପାଳ ପବିତ୍ର ଭୂତିଆ, ଜିଲ୍ଲାପାଳ ମହମଦ ଅବଦଲ ଅଖତରଙ୍କ ସହ ଆଲୋଚନା କରିଛନ୍ତି। ଏହି ଆଲୋଚନାରେ ପୌରାଞ୍ଚଳର ବିକାଶମୂଳକ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଆଯାଇଥିଲା। ନଗରପାଳ ଶ୍ରୀ ଭୂତିଆ, ତାଳଚେର ପୌରାଞ୍ଚଳରେ ଫାଷ୍ଟ ଗେଟ୍ ଠାରୁ ହାଣ୍ଡିଧୁଆଁ ପର୍ଯ୍ୟନ୍ତ ଡିଭାଇଡର ନିର୍ମାଣ କାର୍ଯ୍ୟ, ବ୍ରାହ୍ମଣୀ ନଦୀ କୂଳ ନିକଟରେ ଥିବା ଶ୍ରୀଜଗନ୍ନାଥ ପାର୍କର ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ରାଜବାଟି ସମ୍ମୁଖ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା, ତାଳଚେର ଶ୍ମଶାନରେ ବିଦ୍ୟୁତ ଚୁଲାର ବ୍ୟବସ୍ଥା ଏବଂ ଚିତ୍ରକୁଟ ପୋଖରୀର ଫାଷ୍ଟଗେଟ୍ ଠାରେ ଗଣେଶ ବାଟିକା ନିର୍ମାଣ ସମ୍ପର୍କରେ ଜିଲ୍ଲାପାଳଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଜିଲ୍ଲାପାଳ ଶ୍ରୀ ଅଖତର ଏହି ସମସ୍ତ କାର୍ଯ୍ୟ ଅତି ଶୀଘ୍ର ସମ୍ପାଦନ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
Priyamadhaba Das
ଅନୁଗୋଳ ଜିଲ୍ଲାର ତାଳଚେର ପୌର ପରିଷଦର ବିଭିନ୍ନ ସମସ୍ୟା ସମ୍ପର୍କରେ ନଗରପାଳ ପବିତ୍ର ଭୂତିଆ, ଜିଲ୍ଲାପାଳ ମହମଦ ଅବଦଲ ଅଖତରଙ୍କ ସହ ଆଲୋଚନା କରିଛନ୍ତି। ଏହି ଆଲୋଚନାରେ ପୌରାଞ୍ଚଳର ବିକାଶମୂଳକ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଆଯାଇଥିଲା। ନଗରପାଳ ଶ୍ରୀ ଭୂତିଆ, ତାଳଚେର ପୌରାଞ୍ଚଳରେ ଫାଷ୍ଟ ଗେଟ୍ ଠାରୁ ହାଣ୍ଡିଧୁଆଁ ପର୍ଯ୍ୟନ୍ତ ଡିଭାଇଡର ନିର୍ମାଣ କାର୍ଯ୍ୟ, ବ୍ରାହ୍ମଣୀ ନଦୀ କୂଳ ନିକଟରେ ଥିବା ଶ୍ରୀଜଗନ୍ନାଥ ପାର୍କର ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ରାଜବାଟି ସମ୍ମୁଖ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା, ତାଳଚେର ଶ୍ମଶାନରେ ବିଦ୍ୟୁତ ଚୁଲାର ବ୍ୟବସ୍ଥା ଏବଂ ଚିତ୍ରକୁଟ ପୋଖରୀର ଫାଷ୍ଟଗେଟ୍ ଠାରେ ଗଣେଶ ବାଟିକା ନିର୍ମାଣ ସମ୍ପର୍କରେ ଜିଲ୍ଲାପାଳଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଜିଲ୍ଲାପାଳ ଶ୍ରୀ ଅଖତର ଏହି ସମସ୍ତ କାର୍ଯ୍ୟ ଅତି ଶୀଘ୍ର ସମ୍ପାଦନ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
More news from ଓଡ଼ିଶା and nearby areas
- ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଳକ ଅନ୍ତର୍ଗତ ଜରଡ଼ା ପଞ୍ଚାୟତର ବାଳିକିଆରୀ ଗାଁରେ ଏକ ନିର୍ଦ୍ଦିଷ୍ଟ କାମ ପାଇଁ ଦୁଇଟି ଭିନ୍ନ ବିଭାଗରୁ ଦୁଇ ଥର ବିଲ୍ ହୋଇଥିବା ଅଭିଯୋଗ ହୋଇଛି। ଏହି ବେଆଇନ କାର୍ଯ୍ୟ ବିରୁଦ୍ଧରେ ଜଣେ ଠିକାଦାର ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି।1
- Post by Dhenkanal News1
- ଢେଙ୍କାନାଳ ମୁନିସିପାଲିଟିର ୭ ନମ୍ବର ୱାର୍ଡରେ ପରିମଳ ବ୍ୟବସ୍ଥା ଅତ୍ୟନ୍ତ ଶୋଚନୀୟ ରହିଛି। ସେଠାରେ ପାଣି ନିଷ୍କାସନର କୌଣସି ବ୍ୟବସ୍ଥା ନଥିବାରୁ ଜମା ହୋଇଥିବା ପାଣିରେ ବେଙ୍ଗ ମରିଯାଉଥିବା ଦେଖିବାକୁ ମିଳିଛି। ଆହୁରି ମଧ୍ୟ, ଏହି ୱାର୍ଡ ସଫେଇ କର୍ମଚାରୀଙ୍କ ଅଧୀନରେ ଥିଲେ ମଧ୍ୟ, ସଫାସୁତରା ରହିବା ପରିବର୍ତ୍ତେ ଅଳିଆ ଆବର୍ଜନାର ପାହାଡ଼ ଦେଖିବାକୁ ମିଳୁଛି, ଯାହା ସ୍ଥାନୀୟ ଅଞ୍ଚଳରେ ଘୋର ଅପରିଷ୍କାରତାକୁ ସୂଚାଉଛି।1
- ଓଡ଼ିଆ ସିନେମା "ଡାଏରୀ" ଏହାର ବହୁତ ଭଲ କାହାଣୀ ପାଇଁ ଚର୍ଚ୍ଚାରେ ରହିଛି। ବ୍ରହ୍ମପୁର, ଓଡ଼ିଶାରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ସିନେମାର କାହାଣୀ ଏତେ ଆକର୍ଷଣୀୟ ଯେ ଥରେ ଦେଖିଲେ ଦର୍ଶକ ବାରମ୍ବାର ଏହାକୁ ଦେଖିବାକୁ ଇଚ୍ଛା କରିବେ ବୋଲି କୁହାଯାଉଛି।1
- ଦେବଗଡ଼ ଜିଲ୍ଲାର ଇନ୍ଦିରାଗାନ୍ଧୀ ଷ୍ଟାଡିୟମ୍ରେ ଜିଲ୍ଲା କ୍ରୀଡା ସଂଘ ଓ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ତା. ୧୯. ୦୬. ୨୦୨୬ ରେ ଅସ୍ମିତା ଖେଲୋ ଇଣ୍ଡିଆ ମହିଳା ଫୁଟବଲ୍ ଲିଗ୍ ୨୦୨୬-୨୭ ର ଶୁଭ ଉଦ୍ଘାଟନ ଓ ଉଦ୍ଯାପନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଲିଗ୍ରେ ଜିଲ୍ଲାର ୪ଟି ଦଳ – ଝରମୁଣ୍ଡା କ୍ଲବ୍, କେ ଆଇ ସି ତିଲେଇବଣି, ପ୍ରଧାନପାଟ କ୍ଲବ୍ ଏବଂ ମୋନରମା କ୍ଲବ୍ ଅଂଶଗ୍ରହଣ କରିଥିଲେ। ଜିଲ୍ଲା କ୍ରୀଡ଼ା ଅଧିକାରୀ ହେମନ୍ତ ସିଂଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଆରକ୍ଷୀ ଅଧୀକ୍ଷକ କିଶୋର ଚନ୍ଦ୍ର ମୁଣ୍ଡ, ଜିଲ୍ଲା ଉପ ନିବନ୍ଧକ ଓ ବିବାହ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ଦାସ, ଉପସଭାପତି ଜିଲ୍ଲା କ୍ରୀଡ଼ା ସଂସଦ ସତ୍ୟନାରାୟଣ ମିଶ୍ର ପ୍ରମୁଖ ବରୋଣ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ। ମାନ୍ୟବର ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ଏବଂ ପୂର୍ବତନ ବିଧାୟକ ତଥା ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ସୁବାଷ ଚନ୍ଦ୍ର ପାଣିଗ୍ରାହୀ ବିଶିଷ୍ଟ ଅତିଥି ଭାବେ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଉଦ୍ଯାପନୀ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ପୌରପରିଷଦ କଳିଙ୍ଗ ଆଶିଷ ଶତପଥି, ଉପସଭାପତି ଜିଲ୍ଲା କ୍ରୀଡ଼ା ସଂସଦ ସତ୍ୟନାରାୟଣ ମିଶ୍ର ଏବଂ ଜିଲ୍ଲା କ୍ରୀଡ଼ା ସଂସଦ ସମ୍ପାଦକ ଧୀରେନ୍ଦ୍ର ନାୟକ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଏହି ଲିଗ୍ରେ ମୋଟ ତିନୋଟି ମ୍ୟାଚ୍ ଖେଳାଯାଇଥିଲା। ପ୍ରଥମ ମ୍ୟାଚ୍ କେ ଆଇ ସି ତିଲେଇବଣି ଏବଂ ପ୍ରଧାନପାଟ କ୍ଲବ୍ ଦେବଗଡ଼ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ କେ ଆଇ ସି ତିଲେଇବଣି ବିଜୟ ଲାଭ କରିଥିଲା। ଦ୍ୱିତୀୟ ମ୍ୟାଚ୍ ଝାରମୁଣ୍ଡା କ୍ଲବ୍ ଓ ମୋନରମା କ୍ଲବ୍ ଦେବଗଡ଼ ମଧ୍ୟରେ ଖେଳାଯାଇଥିଲା, ଯେଉଁଥିରେ ମୋନରମା କ୍ଲବ୍ ଦେବଗଡ଼ ୨-୦ ଗୋଲ୍ରେ ବିଜୟୀ ହୋଇଥିଲା। ତୃତୀୟ ତଥା ଅନ୍ତିମ ମ୍ୟାଚ୍ କେ ଆଇ ସି ତିଲେଇବଣି ଓ ମୋନରମା କ୍ଲବ୍ ଦେବଗଡ଼ ମଧ୍ୟରେ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ମୋନରମା କ୍ଲବ୍ ଦେବଗଡ଼ ପୁଣି ୨-୦ ଗୋଲ୍ରେ ବିଜୟ ଲାଭ କରି ଚାମ୍ପିଅନ୍ ହୋଇଥିଲା। କେ ଆଇ ସି ତିଲେଇବଣି ରନରଅପ୍ ହୋଇଥିବା ବେଳେ ମୋନରମା କ୍ଲବ୍ ଦେବଗଡ଼ ଚାମ୍ପିଅନ୍ ହୋଇଥିଲା। ମୁଖ୍ୟ ଅତିଥି ଓ ବରୋଣ୍ୟ ଅତିଥିମାନେ ବିଜୟୀ ଦଳମାନଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରି ପୁରସ୍କୃତ କରିଥିଲେ। ସୌରଭ କୁମାର ନାୟକ, ମୁକୁନ୍ଦ ବେହେରା, ପ୍ରଦୀପ କିସାନ, ବୁଲି ମୁଣ୍ଡା ଏବଂ ରିନା ମୁଖୀ ଏହି ଖେଳକୁ ପରିଚାଳନା କରିଥିଲେ। ଖେଳରେ ସୁନ୍ଦର ଭାବେ ଗୋଲ୍ ଦେଇଥିବା ଶୁଭଶ୍ରୀ ଖାଡ଼ିଆ ଏବଂ ମଧୁସ୍ମିତା ମହାନ୍ତିଙ୍କୁ ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ପୌରପରିଷଦ ଶ୍ରୀ ଶତପଥି ୫୦୦ ଟଙ୍କା ଲେଖାଏଁ ଅର୍ଥରାଶି ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର ସଂଯୋଜନା କରିଥିଲେ।1
- କରଡ଼ାପଲ୍ଲୀ ବ୍ରାହ୍ମଣ ସାହିରେ ନୂତନ ଭାବେ ନିର୍ମିତ କଂକ୍ରିଟ ରାସ୍ତା କାର୍ଯ୍ୟ ସମାପ୍ତ ହେବାର ମାତ୍ର ଦୁଇ ଦିନ ପରେ ଲୋକମାନେ ପୁଣି ଥରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପୂର୍ବରୁ ଗ୍ରାମ ରାସ୍ତାରେ ପାଣି ଜମୁଥିବାରୁ ଏହି ସମସ୍ୟାର ସମାଧାନ ପାଇଁ କାଲିପୋଇ ପଞ୍ଚାୟତକୁ କାର୍ଯ୍ୟ କରିବାକୁ କୁହାଯାଇଥିଲା। ତେବେ, ରାସ୍ତାର କାର୍ଯ୍ୟ ଶେଷ ହେବାର ଦୁଇ ଦିନ ମଧ୍ୟରେ ଲୋକମାନେ କୌଣସି ସୁବିଧା ପାଇବା ପରିବର୍ତ୍ତେ ପୁଣି ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି।1
- କେନ୍ଦୁଝର ସଦର ପୋଲିସ ଏକ ହତ୍ୟା ମାମଲାରେ ଅଭିଯୁକ୍ତ ପଟେଶ୍ୱର ବାରିକଙ୍କୁ ମାମଲା ରୁଜୁ ହେବାର ୨୪ ଘଣ୍ଟା ମଧ୍ୟରେ ସଫଳତାର ସହ ଗିରଫ କରିଛି। ଏହି ମାମଲା କେନ୍ଦୁଝର ସଦର ଥାନାରେ ମାମଲା ନଂ–୩୫୩/୨୬, ଧାରା ୧୦୩(୧) ବି.ଏନ୍.ଏସ୍. ଅନୁଯାୟୀ ରୁଜୁ ହୋଇଥିଲା। ଅଭିଯୁକ୍ତ ପଟେଶ୍ୱର ବାରିକ (୨୬ ବର୍ଷ), ମନୁ ବାରିକଙ୍କ ପୁଅ ଏବଂ ସେ କେନ୍ଦୁଝର ଜିଲ୍ଲାର ସଦର ଥାନା ଅନ୍ତର୍ଗତ ଆମୁଣି ଗ୍ରାମର ବାସିନ୍ଦା ଅଟନ୍ତି। ଅଭିଯୁକ୍ତ ପଟେଶ୍ୱର ବାରିକ ଆଲେଖ ମହିମା ଅନୁଗାମୀ ଶ୍ରୀକାନ୍ତ ମହାକୁଡଙ୍କୁ କିପରି ହତ୍ୟା କରିଥିଲେ, ତାହାର ଡେମୋ ପ୍ରଦର୍ଶନ କରିଥିଲେ। ଏଥିପାଇଁ ଘଟଣାସ୍ଥଳରେ ଅପରାଧର ପୁନଃନିର୍ମାଣ (Crime Scene Recreation) କରାଯାଇଥିଲା।1
- ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ସୋଗର ଗ୍ରାମରେ ଆୟୋଜିତ ସୋଗର ପ୍ରିମିୟର ଲିଗ୍ (SPL-୨୦୨୬)ର ଷଷ୍ଠ ସଂସ୍କରଣ ସଫଳତାର ସହ ଶେଷ ହୋଇଯାଇଛି। ଜୁନ୍ ୧୧ ତାରିଖରୁ ଆରମ୍ଭ ହୋଇ ଜୁନ୍ ୧୭ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି କ୍ରିକେଟ ମହାକୁମ୍ଭର ଫାଇନାଲ ମ୍ୟାଚରେ ଫାଲକନ୍ସ ଟିମ ଇଗଲ୍ସକୁ ହରାଇ ବିଜୟୀ ହୋଇ ଦ୍ୱିତୀୟ ଥର ପାଇଁ ଚାମ୍ପିୟନ୍ ଟ୍ରଫି ହାସଲ କରିଛି। ଫାଇନାଲ ମ୍ୟାଚରେ ଚମତ୍କାର ପ୍ରଦର୍ଶନ ପାଇଁ ଚନ୍ଦୁ ସାହୁଙ୍କୁ “ପ୍ଳେୟାର ଅଫ୍ ଦି ଫାଇନାଲ” ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ, ସମଗ୍ର ଟୁର୍ଣ୍ଣାମେଣ୍ଟରେ ଉଲ୍ଲେଖନୀୟ ଖେଳ ପ୍ରଦର୍ଶନ କରିଥିବା ମହେନ୍ଦ୍ର ପ୍ରତାପ ଭୂତିଆ “ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ” ସମ୍ମାନରେ ସମ୍ମାନିତ ହୋଇଥିଲେ। ପୁରସ୍କାର ବିତରଣ ଉତ୍ସବରେ ୟୁନିଅନ୍ ବ୍ୟାଙ୍କ ମ୍ୟାନେଜର ରାକେଶ ସେନ୍ଧ, ବରିଷ୍ଠ କ୍ରିକେଟର ବେଣୁଧର ସାହୁ, ନବକିଶୋର ସାହୁ, ବିରଞ୍ଚି ନାରାୟଣ ସାହୁ, ସରପଞ୍ଚ ପ୍ରଭାତୀ ସେଠୀ ଏବଂ ସମିତି ସଭ୍ୟା କାବେରୀ ସେଠୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବିଜେତା ଓ ରନର୍ସଅପ୍ ଦଳକୁ ପୁରସ୍କୃତ କରିଥିଲେ। ଟୁର୍ଣ୍ଣାମେଣ୍ଟର ସଫଳ ଆୟୋଜନ ପଛରେ ପ୍ରଶାନ୍ତ ସାହୁ, ଗଣେଶ୍ୱର ସାହୁ ଓ ସମୀର ସାହୁଙ୍କ ଉଲ୍ଲେଖନୀୟ ଅବଦାନ ରହିଥିଲା। ଆୟୋଜକ ଟିମ ମତ ପ୍ରକାଶ କରିଛନ୍ତି ଯେ ସ୍ଥାନୀୟ ଯୁବକମାନଙ୍କ ମଧ୍ୟରେ କ୍ରୀଡ଼ା ପ୍ରତିଭାର ବିକାଶ ଓ ଭାଇଚାରାର ବାର୍ତ୍ତା ପ୍ରସାରରେ ଏହି ଟୁର୍ଣ୍ଣାମେଣ୍ଟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛି ଏବଂ ଆଗକୁ ମଧ୍ୟ ଏହି ଟୁର୍ଣ୍ଣାମେଣ୍ଟ ଜାରି ରହିବ।1