ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ସ୍ତରରେ ବିଜୁ ମହିଳା ଜନତା ଦଳ ପକ୍ଷରୁ 'ନାରୀ ଅଧିକାର ଅଭିଯାନ' ଏକ ବିଶାଳ ମହିଳା ସମାବେଶ ସହିତ ଅନୁଷ୍ଠିତ ହୋଇଯାଇଛି। ଜ଼ିଲ୍ଲା ବିଜେଡି ମହିଳା ସଭାନେତ୍ରୀ ଲୋରା ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶୋଭାଯାତ୍ରାରେ ୨୯ଟି ପଞ୍ଚାୟତରୁ ଏକ ହଜାରରୁ ଉର୍ଦ୍ଧ୍ୱ ମହିଳା ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ନବୀନଙ୍କ ଖାସ୍ ଅନୁଗତ ତଥା ରାଜ୍ୟ ବିଜେଡି ଉପ-ସଭାନେତ୍ରୀ ଶ୍ରୀମତୀ ସୁମିତ୍ରା ଜେନା ହଠାତ୍ ଯୋଗଦେଇଥିଲେ। ଜଗତସିଂହପୁର ମାଟିକୁ ଏହା ତାଙ୍କର ପ୍ରଥମ ଗସ୍ତ ଥିବାରୁ ବହୁ ନାରୀନେତ୍ରୀ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସଭାକୁ ପାଛୋଟି ନେଇଥିଲେ। ମାଧ୍ୟମ ପ୍ରତିନିଧିମାନେ ଏହି 'ନାରୀ ଅଧିକାର ଅଭିଯାନ' ସମ୍ପର୍କରେ ପଚାରିବାରୁ ସୁମିତ୍ରା ଜେନା ରାଜ୍ୟରେ ଚାଲିଥିବା ଡବଲ ଇଞ୍ଜିନ ସରକାର ଉପରେ ବର୍ଷିଥିଲେ। ସେ କହିଥିଲେ ଯେ, ଯେଉଁ ଗଛ ଅତି ଶୀଘ୍ର ବଢ଼େ, ତାହା ଅତି ଶୀଘ୍ର ଭୂମିରୁ ଲୋପପାଏ, ଠିକ୍ ସେହିଭଳି ରାଜ୍ୟରେ ଚାଲିଥିବା ବିଜେପି ସରକାରର ଦମ୍ କେତେ ତାହା ଲୋକେ ଜାଣିସାରିଲେଣି। ସେ ଅଭିଯୋଗ କରିଥିଲେ ଯେ ଏହି ଡବଲ ଇଞ୍ଜିନ ସରକାର ଆସୁ ଆସୁ ପ୍ରଥମେ ନାରୀ ଜାତିକୁ ପଛପଟୁ ଧକ୍କା ମାରିଛି। ରାଜ୍ୟରେ ଚୋରି, ଡକାୟତି, ରାହାଜାନୀ ସହିତ ଦିନ ଦୁଇ ପ୍ରହରରେ ରାସ୍ତା ଉପରେ ମର୍ଡର ଭଳି ଘଟଣା ଯୋଗୁଁ ନାରୀମାନେ ଅସୁରକ୍ଷିତ ମନେ କରୁଛନ୍ତି, ଯାହା ଫଳରେ ଆଇନ ଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି ବୋଲି ସେ ଦର୍ଶାଇଥିଲେ। ସୁମିତ୍ରା ଜେନା ଏହି ବିଜେପି ସରକାରକୁ 'ସୁଭଦ୍ରା ଯୋଜନା' ନାମରେ ନାରୀ ଜାତିକୁ ଠକିଥିବା ଅଭିଯୋଗ କରି କହିଥିଲେ ଯେ, ନିର୍ବାଚନ ଏଜେଣ୍ଡା ଅନୁଯାୟୀ ଏକାଥରେ ୫୦ ହଜାର ଟଙ୍କା ଦେବେ ବୋଲି କହିଥିବା ସରକାର କାର୍ଯ୍ୟଭାର ଗ୍ରହଣ କରିବା ପରେ ୬ ମାସକୁ ୫ ହଜାର ଟଙ୍କା ଦେଉଛି ଏବଂ ମହିଳାମାନଙ୍କୁ ଛେଳି କିଣି ସ୍ୱାବଲମ୍ବୀ ହେବାକୁ କହୁଛି। ସେ ଏହାକୁ ମହିଳାଙ୍କୁ ପ୍ରଥମ ପାହାଚରେ ଝୁଣ୍ଟିବା ସଦୃଶ ବୋଲି ବର୍ଣ୍ଣନା କରିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ, ମହିଳା ସଂରକ୍ଷଣ ବିଲ୍ ନାମରେ ଡିଣ୍ଡିମ ପିଟୁଥିବା ବିଜେପି ଦଳର ଭିତିରି ରହସ୍ୟ କିଛି ଅଲଗା। ଯେତେବେଳେ ଆମ ଦଳର ମୁଖିଆ ରାଜ୍ୟରେ ମହିଳାଙ୍କ ପାଇଁ ୩୩% ସଂରକ୍ଷଣ ବ୍ୟବସ୍ଥା କରିଥିଲେ, ସେତେବେଳେ କେନ୍ଦ୍ର ବିଜେପି ସରକାର କେଉଁଠି ଥିଲା ବୋଲି ସେ ପ୍ରଶ୍ନ କରିଥିଲେ ଏବଂ ଏବେ କୁମ୍ଭୀର କାନ୍ଦଣା କାନ୍ଦୁଥିବା ଅଭିଯୋଗ କରିଥିଲେ। ସୁମିତ୍ରା ଜେନା ଦୃଢୋକ୍ତି କରିଥିଲେ ଯେ, ରାଜ୍ୟର ମହିଳାମାନେ ସବୁ କିଛି ଜାଣିସାରିଲେଣି ଏବଂ ଠିକ୍ ସମୟରେ ଏହି ଭାରତୀୟ ଜନତା ପାର୍ଟି ସରକାରକୁ ଉପଯୁକ୍ତ ଜବାବ୍ ଦେବେ। ସେ କହିଥିଲେ ଯେ, ଗତ ରାତିରେ କୁଜି ନେତାଙ୍କୁ ପଠାଇ ଭୟ ଦେଖାଇ ମହିଳାମାନଙ୍କୁ ସଭାକୁ ନ ଆସିବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ହଜାର ହଜାର ସଂଖ୍ୟାରେ ମହିଳା କେବଳ ନବୀନଙ୍କ ପ୍ରତି ଭଲ ପାଇବା ପାଇଁ ସ୍ୱଇଚ୍ଛାରେ ଆସିଛନ୍ତି। ଆଗାମୀ ଦିନରେ ପ୍ରତି ଜିଲ୍ଲାରେ ହଜାର ହଜାର ସଂଖ୍ୟାରେ ମହିଳା ଏହି ସରକାର ବିରୁଦ୍ଧରେ ରାଜରାସ୍ତାକୁ ଓହ୍ଲାଇବେ ଏବଂ ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେଡିକୁ ବହୁମତ ଦେଇ ୨୯ ନିର୍ବାଚନ ପାଇଁ ନବୀନ ପଟ୍ଟନାୟକଙ୍କୁ ସ୍ୱାଗତ କରିବେ। ସୁମିତ୍ରା ଜେନା ଦୃଢ଼ତା ସହ କହିଥିଲେ ଯେ, ଆଗାମୀ ଦିନରେ ବିଜେପି ଖଣ୍ଡ ଖଣ୍ଡ ହୋଇଯିବ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା, ଜ଼ିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଜାତା ମହାନ୍ତି, ଜ଼ିଲ୍ଲା ପରିଷଦ ରଞ୍ଜିତା ସିଂହ, ତିର୍ତ୍ତୋଲ ସରପଞ୍ଚ ପ୍ରିୟମ୍ବଦା ମହାପାତ୍ର, ରୋଜାଲିନ ଦାସ ପ୍ରମୁଖ ଯୋଗଦେଇ ମହିଳା ବିରୋଧୀ ବିଜେପି ସରକାର ଉପରେ ବର୍ଷିଥିଲେ ଏବଂ ରାଜ୍ୟରେ ମହିଳା ନିର୍ଯାତନା ଦିନକୁ ଦିନ ବୃଦ୍ଧି ପାଉଥିବା କହିଥିଲେ। କଟକ-ପାରାଦ୍ୱୀପ ରାସ୍ତାର ସାରଳା ରୋଡ଼ ଠାରୁ ତିର୍ତ୍ତୋଲ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରାରେ ଯାଇ ୩୩% ମହିଳା ସଂରକ୍ଷଣ ଦାବୀ ସହିତ ବିଭିନ୍ନ ଦାବୀ ନେଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ତିର୍ତ୍ତୋଲ ବିଡିଓଙ୍କ ଅନୁପସ୍ଥିତିରେ ଏବିଡିଓ ସତ୍ୟଜିତ ସ୍ୱାଇଁଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ବ୍ଲକ ଅଧ୍ୟକ୍ଷ ମନୋଜ କୁମାର ବେହେରା, ରଘୁନାଥପୁର ବ୍ଲକ ବିଜେଡି ଉପାଧ୍ୟକ୍ଷ ଦେବାଶିଷ ତ୍ରିପାଠୀ, ଜ଼ିଲ୍ଲା ବିଜେଡି ବରିଷ୍ଠ ଉପସଭାପତି ଅଶ୍ୱିନୀ ଦାସ, ବସନ୍ତ କୁମାର ମହାପାତ୍ର, ସୁବ୍ରତ ଦାଶ, ଚିତ୍ତରଞ୍ଜନ ରଥ, ଦେବୀପ୍ରସାଦ ମହାପାତ୍ରଙ୍କ ସମେତ ବହୁ କର୍ମୀ ପରିଚାଳନା କରିଥିଲେ।

- ରାହାମା ସ୍ଥିତ ସାଇଲୋ ଉଚ୍ଚ ବିଦ୍ୟାଳୟ ପରିସରରେ ସହକାରୀ ଶିକ୍ଷୟତ୍ରୀ ଶ୍ରୀମତୀ ନିରୁପମା ବାରିକଙ୍କୁ ତାଙ୍କର ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏହି ସମାରୋହରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ରାଜଲକ୍ଷ୍ମୀ ପୃଷ୍ଟି, ପୂର୍ବତନ ବିଇଓ ପବିତ୍ର କୁମାର କର, ଜିଲ୍ଲାପରିଷଦ ସଭ୍ୟ ରବିନାରାୟଣ ସାହୁ, ଗୋବିନ୍ଦ ଚନ୍ଦ୍ର ମିଶ୍ର ଏବଂ ସମୀର କୁମାର ଗିରି ପ୍ରମୁଖ ବରେଣ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସେମାନେ ନିରୂପମାଙ୍କ କର୍ମମୟ ଜୀବନ ଉପରେ ଆଲୋକପାତ କରିଥିଲେ। ଉକ୍ତ ସଭାରେ ପ୍ରହ୍ଲାଦ ପଶାୟତ, କ୍ଷୀରୋଦ ଚନ୍ଦ୍ର ଦାସ, ରାଜେନ୍ଦ୍ର ପ୍ରସାଦ ବାରିକ, ସଞ୍ଜୟ ମହାପାତ୍ର, ପ୍ରଦୀପ୍ତ ବେହେରା, ନିର୍ଲିପ୍ତ ବିଶ୍ବାଳ, ଦୀପିକା ମୁଦୁଲି, ସରଳା ସେଠୀ, ଲିପସା ସାହୁ, ଅରୁନ୍ଧତୀ ଦାସ, ଗାୟତ୍ରୀ ବେହେରା, ଲକ୍ଷ୍ମୀ ପ୍ରିୟା ମାଝି, ନିରୁପମା ପ୍ରଧାନ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ସଭାକାର୍ଯ୍ୟ ପରିଚାଳନା କରିଥିଲେ। ହାଇସ୍କୁଲ ପକ୍ଷରୁ ଅବସରପ୍ରାପ୍ତ ଶିକ୍ଷୟତ୍ରୀଙ୍କୁ ମାନପତ୍ର, ଉପଢ଼ୌକନ ଓ ପୁଷ୍ପଗୁଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା।1
- ରାହାମା ITCT କମ୍ପୁଟର ପଏଣ୍ଟର କୃତୀ ଛାତ୍ରଛାତ୍ରୀମାନଙ୍କ ସଫଳତାକୁ ନେଇ ଏକ ସମ୍ବର୍ଦ୍ଧନା ଉତ୍ସବର ଆୟୋଜନ କରାଯାଇଥିଲା। ଏହି ଅବସରରେ ଛାତ୍ରଛାତ୍ରୀମାନେ ଶପଥ ନେଇଥିଲେ ଯେ ସେମାନେ ନିଶ୍ଚିତ ଭାବରେ ଭଲ ପାଠ ପଢ଼ି ସମାଜର ନାମ ରଖିବେ ଏବଂ ଜଣେ ଜଣେ ଉଚ୍ଚକୋଟୀର ବ୍ୟକ୍ତି ହୋଇ ସମାଜର ମଙ୍ଗଳ ପାଇଁ କିଛି କାର୍ଯ୍ୟ କରିବେ। ଉତ୍ସବରେ ଯୋଗଦେଇଥିବା ବହୁ ବରିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀମାନେ ପ୍ରତିଭାବାନ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା ଜଣାଇବା ସହ ସେମାନଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ।1
- କଟକ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା, ଝଡ଼ ପବନ ଏବଂ ଘଡ଼ଘଡ଼ିର ତାଣ୍ଡବ ଦେଖିବାକୁ ମିଳିଛି।1
- ଆଜି ସାନ୍ତପୁରର ବକ୍ରେଶ୍ୱର ମନ୍ଦିରରେ କାଳବୈଶାଖୀର ଏକ ଭୟଙ୍କର ତାଣ୍ଡବ ଦୃଶ୍ୟ ଦେଖିବାକୁ ମିଳିଛି। ଏହି ପ୍ରାକୃତିକ ବିପର୍ଯ୍ୟୟର ପ୍ରଭାବ ମନ୍ଦିର ପରିସରରେ ସ୍ପଷ୍ଟ ଭାବେ ଅନୁଭୂତ ହୋଇଥିଲା, ଯାହାର ଦୃଶ୍ୟ ବେଶ୍ ପ୍ରଳୟଙ୍କରୀ ଥିଲା।1
- ଜୟଦେବ ନିର୍ବାଚନ ମଣ୍ଡଳୀର ଚାଷୀଙ୍କ ପାଇଁ ବୁଲା ଷଣ୍ଢ ଏକ ଗୁରୁତର ସମସ୍ୟା ପାଲଟିଛି। ଏହି ଷଣ୍ଢମାନେ ସେମାନଙ୍କ ଫସଲ ନଷ୍ଟ କରୁଥିବା ଯୋଗୁଁ ଚାଷୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।1
- ଜାଜପୁର ଜିଲ୍ଲା ଅନ୍ତର୍ଗତ ରୁଦ୍ରଚରଣ ସରକାରୀ ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ନିଜ ପଦରୁ ଅବସର ଗ୍ରହଣ କରିଛନ୍ତି।1
- ଭୁବନେଶ୍ୱରରେ ଏହି ଅଭିଯୁକ୍ତ ବନ୍ଧୁ ସାଜି ନିଜ ବନ୍ଧୁକୁ ହତ୍ୟା କରିଥିଲେ। ହତ୍ୟା କରିବା ପରେ ସେ ଘଟଣାକୁ ଏକ ଦୁର୍ଘଟଣାର ରୂପ ଦେବାକୁ ଚେଷ୍ଟା କରିଥିଲେ, କିନ୍ତୁ ଶେଷରେ ତାଙ୍କୁ ଧରାଯାଇଛି।1