ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବି କରଡାବାଡି ଗ୍ରାମସ୍ଥିତ କଦମ୍ବ ମଠଠାରେ ବୁଗୁଡ଼ା ବିଜେଡି ଜନପ୍ରତିନିଧିମାନଙ୍କୁ ପ୍ରଶାସନ ପକ୍ଷରୁ ଅଣଦେଖା କରାଯାଉଥିବା ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ପୋଲସରା ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଏବଂ ବିଭିନ୍ନ ପଞ୍ଚାୟତର ବିଜେଡି ଜନପ୍ରତିନିଧିମାନେ ଯୋଗ ଦେଇଥିଲେ। ବୈଠକରେ ବୁଗୁଡ଼ା ବ୍ଲକ ପ୍ରଶାସନର ମନମୁଖୀ କାର୍ଯ୍ୟ, ବିକାଶ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଏବଂ ଜନପ୍ରତିନିଧିମାନଙ୍କୁ ଅଣଦେଖା କରିବା ଭଳି ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହୋଇଥିଲା। ଏହି ଆଲୋଚନା ପରେ ଆଗାମୀ ଦିନରେ ବ୍ଳକ ଘେରାଉ କରିବାକୁ ନିଷ୍ପତ୍ତି ନିଆଯାଇଛି। ସୂଚନାଯୋଗ୍ୟ ଯେ, ପୂର୍ବରୁ ବୁଗୁଡ଼ା ବ୍ଲକର ବିକାଶ ଏବଂ କିଛି ପଞ୍ଚାୟତର ବିକାଶ ପାଇଁ ବିଜେଡି ଦଳ ଛାଡି ବୁଗୁଡ଼ା ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି କେ ନୀଳମାଧବ ଆଚାରୀ, କରସିଙ୍ଗି ସମିତି ସଭ୍ୟ ଚିକୁ ବାରିକ ଏବଂ ଭାମଶ୍ଯାଳି ସମିତି ସଭ୍ୟାଙ୍କ ପ୍ରତିନିଧି ଗଣେଶ ପ୍ରଧାନ ବିଜେପିରେ ସାମିଲ ହୋଇଥିଲେ। ତେବେ, ଦୀର୍ଘ ଦିନ ଧରି ସେମାନଙ୍କୁ ଅଣଦେଖା କରାଯାଉଥିବାରୁ ଆଜି କଦମ୍ବ ମଠଠାରେ ଚାଲିଥିବା ବୈଠକ ସ୍ଥଳକୁ ଯାଇ ସେମାନେ ପୂର୍ବତନ ବିଧାୟକ ଶ୍ରୀ ସାହୁଙ୍କ ସହିତ ବିଜେଡିକୁ ପ୍ରତ୍ୟାବର୍ତ୍ତନ କରିବା ନେଇ ଆଲୋଚନା କରିଥିଲେ। ପରେ ସେମାନେ ବିଜେପି ଛାଡି ପୁଣି ବିଜେଡିରେ ସାମିଲ ହୋଇଥିବା ପ୍ରକାଶ କରିଛନ୍ତି। ସେମାନେ କହିଛନ୍ତି ଯେ ଅଞ୍ଚଳ ସହିତ ବ୍ୟକ୍ତିଗତ ବିକାଶ ପାଇଁ ବିଜେପିରେ ଯୋଗ ଦେଇଥିଲେ, କିନ୍ତୁ ବିଜେପିର ହିନ ରାଜନୀତି ଯୋଗୁଁ ସେମାନେ ପୁଣି ଘର ବାହୁଡ଼ା ହୋଇଛନ୍ତି। ଏହି ବୈଠକରେ ବିଜେଡିର ବହୁ ଜନପ୍ରତିନିଧି ଓ ଦଳୀୟ କର୍ମୀ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ପୂର୍ବତନ ବିଧାୟକ ଶ୍ରୀ ସାହୁ ଏହା ମଧ୍ୟ ପ୍ରକାଶ କରିଛନ୍ତି ଯେ ଆଗାମୀ ଦିନରେ ଏକ ବଡ଼ ଧରଣର ମିଶ୍ରଣ ପର୍ବ ଅନୁଷ୍ଠିତ ହେବ।

- ଖୋର୍ଦ୍ଧା ଅବକାରୀ ଅଧିକ୍ଷିକା ସୁମତି ତ୍ରିପାଠୀଙ୍କ ନିର୍ଦ୍ଦେଶକ୍ରମେ ଉପ ଅବକାରୀ ଅଧିକ୍ଷକ ରାଧାକାନ୍ତ ଭୋଇ ଏବଂ ଟାଙ୍ଗୀ ଅବକାରୀ ନିରୀକ୍ଷକ ଅଜିତ କୁମାର ପାତ୍ରଙ୍କ ତତ୍ତ୍ଵାବଧାନରେ ଟାଙ୍ଗୀ ଅବକାରୀ ଅଧିକାରୀ ରମେଶ ଚନ୍ଦ୍ର ବାରିକଙ୍କ ପରିଚାଳନାରେ ଜଙ୍କିଆ ଥାନା ଅନ୍ତର୍ଗତ ଛଣଗିରି ଠାରେ ଚୋରା ଗଞ୍ଜେଇ ଚାଲାଣ କରୁଥିବା ଏକ କାରକୁ କାବୁ କରାଯାଇଛି। ଜିଲ୍ଲା ଅବକାରୀ ବିଭାଗକୁ ମିଳିଥିବା ସୂଚନା ମୁତାବକ, ଓଡି ୦୨ ସି ଡବ୍ଲୁ ୬୫୩୧ ନମ୍ବର ବିଶିଷ୍ଟ ଏକ ଧଳା ରଙ୍ଗର ଡିଜାର କାରରେ ଗଞ୍ଜେଇ ଚାଲାଣ ହେଉଥିଲା। ଆଜି ମଧ୍ୟାହ୍ନ ୧୨ ଘଟିକା ସମୟରେ ଛଣଗିରି ଦୋଳପଡ଼ିଆ ଠାରେ ଅବକାରୀ ବିଭାଗର ଟିମ୍ ଉକ୍ତ କାରକୁ କାବୁ କରି ୩ଟି ଜରି ବସ୍ତାରୁ ୮୦ କିଲୋଗ୍ରାମ ଓଜନର ଗଞ୍ଜେଇ ଜବତ କରିଥିଲା, ଯାହାର ଆନୁମାନିକ ମୂଲ୍ୟ ୬ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏହି ଗଞ୍ଜେଇ ଫୁଲବାଣୀରୁ ଭୁବନେଶ୍ୱର ଅଭିମୁଖେ ଚାଲାଣ ହେଉଥିଲା। ଏହି ଘଟଣାରେ ଫୁଲବାଣୀର ଶୁଣ୍ଢୀ ସାହିର ଅମିତ କୁମାର ସାହୁକୁ ଗିରଫ କରାଯାଇ ଟାଙ୍ଗୀ ଅବକାରୀ ଥାନାରେ ୫୬/୨୬-୨୭ ନମ୍ବରରେ ଏକ ମାମଲା ରୁଜୁ କରାଯାଇଛି ଏବଂ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉରେ ଖୋର୍ଦ୍ଧା ସଦର ଓଆଇସି ସୁଜିତ କୁମାର ମୁଦୁଲି, ଏଏସଆଇ ଶମ୍ବୁନାଥ ପ୍ରଧାନ, ଜିତେନ୍ଦ୍ର ବେହେରା, ଇସି ଟିଟୁ ସାହୁ, ଅନିଲ କୁମାର ପ୍ରଧାନ, ମନୋଜ କୁମାର ଜୟସିଂହ ଏବଂ ପ୍ରଣବ କୁମାର ବେହେରା ପ୍ରମୁଖ ସାମିଲ ଥିଲେ।1
- ଗଜପତି ଜିଲ୍ଲା ଗୁମ୍ମା ବ୍ଲକରୁ ଦୁର୍ନୀତିର ଆଉ ଏକ ନମୁନା ସାମ୍ନାକୁ ଆସିଛି, ଯେଉଁଠାରେ ଠିକାଦାର ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ସ୍ପଷ୍ଟ ଦେଖିବାକୁ ମିଳିଛି। ବ୍ଲକ୍ କାର୍ଯ୍ୟାଳୟ ପରିସର ମଧ୍ୟରେ ନୂତନ ଭାବେ ଦୁଇ ଲକ୍ଷ ପଚାଶ ହଜାର ଟଙ୍କା ବ୍ୟୟରେ ନିର୍ମିତ ଏକ ମଟର ସାଇକେଲ ଷ୍ଟାଣ୍ଡର କାମ ସମ୍ପୂର୍ଣ୍ଣ ହୋଇନଥିବା ସତ୍ତ୍ୱେ, ଏହାର ପୁରା ବିଲ୍ ଉଠାଇ ନିଆଯାଇଥିବା ବିଶ୍ଵସ୍ଥ ସୂତ୍ରରୁ ସୂଚନା ମିଳିଛି। ଏହି ମଟର ସାଇକେଲ ଷ୍ଟାଣ୍ଡରେ ଟିଣ ସମ୍ପୂର୍ଣ୍ଣ ଭାବେ ପକାଯାଇ ନାହିଁ। ଏଥିସହ, ନିମ୍ନ ମାନର ଉପକରଣ ବ୍ୟବହାର କରାଯାଇଥିବାରୁ ଟିଣଗୁଡ଼ିକ ବଙ୍କା ହୋଇଯାଇଥିବା ମଧ୍ୟ ଲକ୍ଷ୍ୟ କରାଯାଉଛି। ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ, ଆବାସିକ କାର୍ଯ୍ୟାଳୟ ତଥା ସମଗ୍ର ଗୁମ୍ମା ବ୍ଲକର ଅଧିକାରୀଙ୍କ ଆଖି ଆଗରେ ଏପରି ଦୁର୍ନୀତି ଚାଲିଥିବା ବେଳେ, ଅନ୍ୟ ଉପାନ୍ତ ଅଞ୍ଚଳରେ କେତେ ଦୁର୍ନୀତି ହେଉଥିବ ତାହା ଅନୁମାନ କରାଯାଉଛି। ଏହି ପ୍ରସଙ୍ଗରେ ଗୁମ୍ମା ବିଡ଼ିଓ, ଏଇଇ ଏବଂ କନିଷ୍ଠ ଯନ୍ତ୍ରୀଙ୍କ ପ୍ରତିକ୍ରିୟା ନେବାକୁ ଫୋନ୍ ମାଧ୍ୟମରେ ଚେଷ୍ଟା କରାଯାଇଥିଲେ ମଧ୍ୟ ସେମାନେ ଫୋନ୍ ଉଠାଇ ନାହାନ୍ତି।1
- ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବାଲିମି ଥାନା ଅନ୍ତର୍ଗତ ରଞ୍ଜଗୋଳ ଗାଁରୁ ଆଜି ସକାଳୁ ଏକ ବଡ଼ ଦୁଃଖଦ ଖବର ସାମ୍ନାକୁ ଆସିଛି। ଝାଡ଼ପବନରେ ବିଦ୍ୟୁତ୍ ତାର ଲୁଗା ଶୁଖାଇବା ତାର ସହ ଲାଗିଯିବା ଫଳରେ, ଲୁଗା ଶୁଖାଉଥିବା ସମୟରେ ଦୁଇ ଯାଆ ମନୀଷା ଦେହୁରୀ ଏବଂ ରଞ୍ଜୁ ଦେହୁରୀଙ୍କର ମୃତ୍ୟୁ ହୋଇଛି। ବାଲିମି ଥାନାର ରଞ୍ଜଗୋଳ ଗାଁରେ ଏହି ବଡ଼ ଅଘଟଣ ଘଟିବା ପରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦୁଇ ଯାଆଙ୍କର ଅକାଳ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।1
- ମଙ୍ଗଳବାର ଦିନ କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରରୁ ଓପିଏସସିରେ ଉତ୍ତୀର୍ଣ୍ଣ ହୋଇଥିବା ଦୁଇଜଣଙ୍କୁ ବୃନ୍ଦାବନ ସଂସ୍କୃତି ଅନୁଷ୍ଠାନ ପକ୍ଷରୁ ବିଏସଏର ନୂତନ ସଭାଗୃହରେ ସ୍ୱାଗତ ଓ ସମ୍ବର୍ଦ୍ଧନା କରାଯାଇଛି। ଏହି ସମ୍ବର୍ଦ୍ଧନା ଉତ୍ସବରେ କେସିଙ୍ଗା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜନ୍ମେଜୟ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୁଇଜଣ ଓପିଏସସି ଉତ୍ତୀର୍ଣ୍ଣଙ୍କୁ ପୁଷ୍ପ ଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ସମ୍ମାନିତ ଅତିଥି ଭାବେ ଏନଏସି ଅଧ୍ୟକ୍ଷ ନୃପରାଜ ଯାଦବ, ଅନୁଷ୍ଠାନର ସଭାପତି ସୁଶାନ୍ତ ମହାପାତ୍ର, ଓ ସମ୍ପାଦକ ଅକ୍ଷୟ କୁମାର ଦାସ ଉପସ୍ଥିତ ଥିଲେ। ଏହି ଅବସରରେ ଓପିଏସସିରେ ୪ର୍ଥ ର୍ୟାଙ୍କରେ ଉତ୍ତୀର୍ଣ୍ଣ ହୋଇଥିବା କନକ ଜୈନ ଏବଂ ୧୧୩ ର୍ୟାଙ୍କରେ ଉତ୍ତୀର୍ଣ୍ଣ ହୋଇଥିବା ସଂଗୀତା ସେଠୀଙ୍କୁ ମାନପତ୍ର ଓ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା। କେସିଙ୍ଗା ବିଡିଓ ଉଭୟଙ୍କୁ ଆଗାମୀ ଦିନରେ ଭଲ ଭାବରେ କାମ କରିବା ସହ ଗରିବଙ୍କ ପ୍ରତି ଦୟାନୁଭାବ ରଖି ବିଭିନ୍ନ ବର୍ଗର ଲୋକଙ୍କ ସହ ମିଶିବା ସହିତ ଗରିବଙ୍କ ସମସ୍ୟା ଦୂର କରିବାକୁ ଉଦ୍ବୋଧନ ଦେଇଥିଲେ। ପ୍ରତିକ୍ରିୟାରେ, କନକ ଜୈନ ଓ ସଂଗୀତା ସେଠୀ ଉପସ୍ଥିତ ଅନୁଷ୍ଠାନର ସଦସ୍ୟମାନଙ୍କୁ ଶୁଭେଚ୍ଛା ଜଣାଇ ଜୁହାର କରି ନିଜସ୍ୱ ମତ ବ୍ୟକ୍ତ କରିଥିଲେ।1
- କଳାହାଣ୍ଡି ଜିଲ୍ଲାରୁ ଟ୍ରକ୍ ଟ୍ରକ୍ ଆମ୍ବ ବାହାର ରାଜ୍ୟକୁ ପଠାଯାଉଥିବା ସତ୍ତ୍ୱେ ଏହି ଅଞ୍ଚଳର ଚାଷୀମାନେ କ୍ଷତିର ସମ୍ମୁଖୀନ ହେଉଥିବା ଜଣାପଡ଼ିଛି।1
- ମୋହନା କଲ୍ୟାଣୀ ମଣ୍ଡପଠାରେ କିଶୋରୀ ବାଳିକାମାନଙ୍କୁ ନେଇ ଏକ ବ୍ଲକ ସ୍ତରୀୟ ରଜ ଉତ୍ସବ ପାଳନ କରାଯାଇଛି। ତିନି ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ନାଚ, ଗୀତ ଏବଂ ଖେଳକୁଦ ଭଳି ବିଭିନ୍ନ ଆୟୋଜନ କରାଯାଇଥିଲା।1
- ଆନ୍ଧ୍ରା ବିଇଡି କରେଇ ଦେବା ନାଁରେ ଲକ୍ଷାଧିକ ଟଙ୍କା ହଡ଼ପ କରାଯାଇଥିବା ଅଭିଯୋଗ ନେଇ କିଛି ଛାତ୍ରଛାତ୍ରୀ ପୋଲିସ ଥାନାର ଦ୍ୱାରସ୍ତ ହୋଇଛନ୍ତି।1
- ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳସ୍ଥିତ ରଞ୍ଜଗୋଳ ମଠ ଠାରେ ଗତ ୪୦୦ ବର୍ଷ ଧରି ପାରମ୍ପରିକ ରଜ ଯାତ୍ରା ଅନୁଷ୍ଠିତ ହେଉଛି। ଏହି ଯାତ୍ରାରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ମଠର ମହନ୍ତ ପ୍ରେମଆନନ୍ଦ ଦାସ ମହାରାଜ ଏହି ପ୍ରାଚୀନ ପରମ୍ପରା ଏବଂ ମଠର ଅନେକ ମାହାତ୍ମ୍ୟ ସମ୍ପର୍କରେ ନିଜର ପ୍ରତିକ୍ରିୟା ରଖିବା ସହ ଏହାର ଆଲୌକିକ ମହିମା ଉପରେ ମଧ୍ୟ ଆଲୋକପାତ କରିଛନ୍ତି।1
- କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଓ ରାୟଗଡ଼ାକୁ ସଂଯୋଗ କରୁଥିବା ୬ନମ୍ବର ରାଜ୍ୟ ରାଜପଥର ଢ଼େପଗୁଡା ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ଆଲୁମିନା ପାଉଡର ବୋଝେଇ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଗାଡି ଭିତରେ ଚାପିହୋଇ ଟ୍ୟାଙ୍କରର ଚାଳକଙ୍କ ମୃତ୍ୟୁ ଘଟିଛି।1