logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଶିକ୍ଷାବିତ୍ ଶତ୍ରୁଘନ ବେହେରାଙ୍କ ବିୟୋଗରେ ସାହିତ୍ୟଘରର ଶୋକସଭା ତାଳଚେର:ତାଳଚେର ବ୍ଲକ ସାଉଥବଲଣ୍ଡା ସମ୍ବାଦ ସାହିତ୍ୟ ଘରର ଉପଦେଷ୍ଟା ଶିକ୍ଷାବିତ୍ ଶତ୍ରୁଘନ ବେହେରା(୭୩ ବର୍ଷ)ଙ୍କର ଅକାଳ ବିୟୋଗ ଗତ ରବିବାର ରାତ୍ରୀ ୧୧ ଘଟିକା ସମୟରେ ହୋଇଥିଲା। ଏହି ଅବସରରେ ସାଉଥବଲଣ୍ଡା ସମ୍ବାଦ ସାହିତ୍ୟ ଘର ପକ୍ଷରୁ ଏକ ଶୋକସଭା ଗୋବରା ନୋଡ଼ାଲ ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସାହିତ୍ୟ ଘରର ସଭାପତି ଶିଶୁ ସାହିତ୍ୟିକ ବିଭୂତି ଭୂଷଣ ସ୍ବାଇଁ ଅଧ୍ୟକ୍ଷତା କରିଥିଲେ । ଅତିଥି ଭାବରେ ସମାଜସେବୀ ଚିତ୍ତରଞ୍ଜନ ପ୍ରଧାନ, କବି ମୁକୁନ୍ଦ ଚନ୍ଦ୍ର ସାମଲ ଓ ଗିରିଶ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଉପସ୍ଥିତ ସଦସ୍ୟ,ସଦସ୍ୟାମାନେ ସ୍ୱର୍ଗତ ବେହେରାଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ସହ ସ୍ୱର୍ଗତ ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ । ଶିକ୍ଷାବିତ୍ ଶତ୍ରୁଘନ ବେହେରା ଜଣେ ସରଳ, କର୍ମଠ ଓ ମେଳାପୀ ବ୍ୟକ୍ତି ଭାବରେ ଆଖପାଖ ଅଞ୍ଚଳରେ ପରିଚିତ ଥିଲେ । ସେ ଜଣେ ଦକ୍ଷ ସଂଗଠକ, କବି ତଥା କ୍ରୀଡ଼ାବିତ୍ ଭାବରେ ପ୍ରସିଦ୍ଧ ଲାଭ କରିଥିଲେ । ତାଙ୍କର ବିୟୋଗ ସାଉଥବଲଣ୍ଡା ସମ୍ବାଦ ସାହିତ୍ୟ ଘର ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ସାହିତ୍ୟ ଘରର ସମ୍ପାଦକ କବି ତ୍ରିନାଥ ସାହୁ, ଉପସଭାପତି ସୁଶୀଲ କୁମାର ପ୍ରଧାନ, ସଂଗଠନ ସଂପାଦକ ପତିତପାବନ ପ୍ରଧାନ, ଯୁଗ୍ମ ସଂପାଦକ ହରିହର ଭୂକ୍ତା ପ୍ରମୁଖ ସ୍ୱର୍ଗତ ଶ୍ରୀ ବେହେରାଙ୍କ ଉଦ୍ଦେଶ୍ୟରେ ସ୍ମୃତିଚାରଣ କରିବା ସହ ସ୍ୱରଚିତ କବିତା ପାଠ କରିଥିଲେ। କାର୍ଯ୍ୟକ୍ରମକୁ ସାହିତ୍ୟ ଘରର ସମ୍ପାଦକ ତ୍ରିନାଥ ସାହୁ ପରିଚାଳନା କରିଥିବା ବେଳେ ଯୁଗ୍ମ ସଂପାଦକ ହରିହର ଭୂକ୍ତା ଧନ୍ୟବାଦ ଦେଇଥିଲେ । ସାହିତ୍ୟଘରର କୋଷାଧ୍ଯକ୍ଷ ଅରୁଣ କୁମାର ରାଉତ, ପଞ୍ଚାନନ ବେହେରା, ଭଗବାନ ବେହେରା, ଭକ୍ତ ଚରଣ ସାହୁ, ଅଶୋକ କୁମାର ବେହେରା ପ୍ରମୁଖ ସଦସ୍ୟ ଯୋଗ ଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

1 day ago
user_BIMBADHAR MOHAPATRA
BIMBADHAR MOHAPATRA
Journalist, Matrubhasa Talcher Sadar, Anugul•
1 day ago
b3417e26-20e2-4c99-9376-5e80e5226e08

ଶିକ୍ଷାବିତ୍ ଶତ୍ରୁଘନ ବେହେରାଙ୍କ ବିୟୋଗରେ ସାହିତ୍ୟଘରର ଶୋକସଭା ତାଳଚେର:ତାଳଚେର ବ୍ଲକ ସାଉଥବଲଣ୍ଡା ସମ୍ବାଦ ସାହିତ୍ୟ ଘରର ଉପଦେଷ୍ଟା ଶିକ୍ଷାବିତ୍ ଶତ୍ରୁଘନ ବେହେରା(୭୩ ବର୍ଷ)ଙ୍କର ଅକାଳ ବିୟୋଗ ଗତ ରବିବାର ରାତ୍ରୀ ୧୧ ଘଟିକା ସମୟରେ ହୋଇଥିଲା। ଏହି ଅବସରରେ ସାଉଥବଲଣ୍ଡା ସମ୍ବାଦ ସାହିତ୍ୟ ଘର ପକ୍ଷରୁ ଏକ ଶୋକସଭା ଗୋବରା ନୋଡ଼ାଲ ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସାହିତ୍ୟ ଘରର ସଭାପତି ଶିଶୁ ସାହିତ୍ୟିକ ବିଭୂତି ଭୂଷଣ ସ୍ବାଇଁ ଅଧ୍ୟକ୍ଷତା କରିଥିଲେ । ଅତିଥି ଭାବରେ ସମାଜସେବୀ ଚିତ୍ତରଞ୍ଜନ ପ୍ରଧାନ, କବି ମୁକୁନ୍ଦ ଚନ୍ଦ୍ର ସାମଲ ଓ ଗିରିଶ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଉପସ୍ଥିତ ସଦସ୍ୟ,ସଦସ୍ୟାମାନେ ସ୍ୱର୍ଗତ ବେହେରାଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ସହ ସ୍ୱର୍ଗତ ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ । ଶିକ୍ଷାବିତ୍ ଶତ୍ରୁଘନ ବେହେରା ଜଣେ ସରଳ, କର୍ମଠ ଓ ମେଳାପୀ ବ୍ୟକ୍ତି ଭାବରେ ଆଖପାଖ ଅଞ୍ଚଳରେ ପରିଚିତ ଥିଲେ । ସେ ଜଣେ ଦକ୍ଷ ସଂଗଠକ, କବି ତଥା କ୍ରୀଡ଼ାବିତ୍ ଭାବରେ ପ୍ରସିଦ୍ଧ ଲାଭ କରିଥିଲେ । ତାଙ୍କର ବିୟୋଗ ସାଉଥବଲଣ୍ଡା ସମ୍ବାଦ ସାହିତ୍ୟ ଘର ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ସାହିତ୍ୟ ଘରର ସମ୍ପାଦକ କବି ତ୍ରିନାଥ ସାହୁ, ଉପସଭାପତି ସୁଶୀଲ କୁମାର ପ୍ରଧାନ, ସଂଗଠନ ସଂପାଦକ ପତିତପାବନ ପ୍ରଧାନ, ଯୁଗ୍ମ ସଂପାଦକ ହରିହର ଭୂକ୍ତା ପ୍ରମୁଖ ସ୍ୱର୍ଗତ ଶ୍ରୀ ବେହେରାଙ୍କ ଉଦ୍ଦେଶ୍ୟରେ ସ୍ମୃତିଚାରଣ କରିବା ସହ ସ୍ୱରଚିତ କବିତା ପାଠ କରିଥିଲେ। କାର୍ଯ୍ୟକ୍ରମକୁ ସାହିତ୍ୟ ଘରର ସମ୍ପାଦକ ତ୍ରିନାଥ ସାହୁ ପରିଚାଳନା କରିଥିବା ବେଳେ ଯୁଗ୍ମ ସଂପାଦକ ହରିହର ଭୂକ୍ତା ଧନ୍ୟବାଦ ଦେଇଥିଲେ । ସାହିତ୍ୟଘରର କୋଷାଧ୍ଯକ୍ଷ ଅରୁଣ କୁମାର ରାଉତ, ପଞ୍ଚାନନ ବେହେରା, ଭଗବାନ ବେହେରା, ଭକ୍ତ ଚରଣ ସାହୁ, ଅଶୋକ କୁମାର ବେହେରା ପ୍ରମୁଖ ସଦସ୍ୟ ଯୋଗ ଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

More news from Odisha and nearby areas
  • ସବୁ ବେଳେ ଗୋଟେ ପୁଅ ଗୋଟେ ଝିଅକୁ କହିଥାଏ ତତେ ମୁଁ ରାଣୀ କରୀ ରଖିବି କିନ୍ତୁ ଗୋଟେ ଝିଅ ମୁଁ ହଁ ରୁ ଶୁଣି ଛନ୍ତୀ
    1
    ସବୁ ବେଳେ ଗୋଟେ ପୁଅ ଗୋଟେ ଝିଅକୁ କହିଥାଏ ତତେ ମୁଁ ରାଣୀ କରୀ ରଖିବି କିନ୍ତୁ ଗୋଟେ ଝିଅ ମୁଁ ହଁ ରୁ ଶୁଣି ଛନ୍ତୀ
    user_Gobinda
    Gobinda
    Actor Anugul, Odisha•
    5 hrs ago
  • Post by ଟଙ୍କଧର .ମେହେର
    1
    Post by ଟଙ୍କଧର .ମେହେର
    user_ଟଙ୍କଧର .ମେହେର
    ଟଙ୍କଧର .ମେହେର
    Video Creator କୋଲିୟରୀ, ଅନୁଗୁଳ, ଓଡ଼ିଶା•
    13 hrs ago
  • କଣିହାଁ ଠାରେ ଇଂରାଜୀ ନବବର୍ଷ ଅବସରରେ ଶୁଭେଚ୍ଛା ଜଣାଇଲେ ଜଲିଓଡ଼ ସିଙ୍ଗର ଓମ କୁମାର
    1
    କଣିହାଁ ଠାରେ ଇଂରାଜୀ ନବବର୍ଷ ଅବସରରେ ଶୁଭେଚ୍ଛା ଜଣାଇଲେ ଜଲିଓଡ଼ ସିଙ୍ଗର ଓମ କୁମାର
    user_Basant Kumar Nayak
    Basant Kumar Nayak
    କଣିହା, ଅନୁଗୁଳ, ଓଡ଼ିଶା•
    15 hrs ago
  • ଢେଙ୍କାନାଳ ମେଳା ରୈ ପ୍ରାଣୀ ସମ୍ପଦ ଅଧିକାରୀ ଙ୍କ ବାର୍ତ୍ତ।
    1
    ଢେଙ୍କାନାଳ ମେଳା ରୈ ପ୍ରାଣୀ ସମ୍ପଦ ଅଧିକାରୀ ଙ୍କ ବାର୍ତ୍ତ।
    user_Dipak Kumar Nayak
    Dipak Kumar Nayak
    Voice of people ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    1 hr ago
  • ଯୋରନ୍ଦା ମାଘମେଳା ଆୟୋଜନ ନିମନ୍ତେ ଦ୍ୱତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
    1
    ଯୋରନ୍ଦା ମାଘମେଳା ଆୟୋଜନ ନିମନ୍ତେ ଦ୍ୱତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
    user_Tapasdas 6372788705
    Tapasdas 6372788705
    Journalist Dhenkanal Sadar, Odisha•
    12 hrs ago
  • ପାଖେଇ ଆସୁଛି ବିଶ୍ଵ ପ୍ରସିଦ୍ଧ ମହିମା ମେଳା ଯୋରନ୍ଦା ଗାଦିରେ ସାଧୁ ସନ୍ଥଙ୍କ ଭିଡ଼ ଦେଖିବାକୁ ମିଳୁଛି...
    1
    ପାଖେଇ ଆସୁଛି ବିଶ୍ଵ ପ୍ରସିଦ୍ଧ ମହିମା ମେଳା ଯୋରନ୍ଦା ଗାଦିରେ ସାଧୁ ସନ୍ଥଙ୍କ ଭିଡ଼ ଦେଖିବାକୁ ମିଳୁଛି...
    user_Mahima TV Live
    Mahima TV Live
    ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    12 hrs ago
  • କବି ଯଦୁମଣିଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ ଇଟାମାଟି ଠାରେ ପାଳିତ ହୋଇଛି। #amajadumani
    1
    କବି ଯଦୁମଣିଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ ଇଟାମାଟି ଠାରେ ପାଳିତ ହୋଇଛି। #amajadumani
    user_ଜାଗ୍ରତ ନିୟୁଜ
    ଜାଗ୍ରତ ନିୟୁଜ
    Dyeworks ଇଟାମାଟି, ନୟାଗଡ଼, ଓଡ଼ିଶା•
    3 hrs ago
  • Post by ଟଙ୍କଧର .ମେହେର
    1
    Post by ଟଙ୍କଧର .ମେହେର
    user_ଟଙ୍କଧର .ମେହେର
    ଟଙ୍କଧର .ମେହେର
    Video Creator କୋଲିୟରୀ, ଅନୁଗୁଳ, ଓଡ଼ିଶା•
    15 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.