Shuru
Apke Nagar Ki App…
Uttam Kumar Mahakud 9777334422
More news from ଓଡ଼ିଶା and nearby areas
- Post by Uttam Kumar Mahakud 97773344221
- କରଞ୍ଜିଆ,୧୭/୨(ପାର୍ଥ ପ୍ରଶନ୍ନ ମିଶ୍ର):କରଞ୍ଜିଆ ବିଜ୍ଞାପିତ ଅଞ୍ଚଳ ୱାର୍ଡ ନମ୍ବର ୧ ସରୁବାଲି ସ୍ଥିତ ଜାଗୃତୀ ସ୍ଵୟଂସହାୟିକା ଗୋଷ୍ଠୀ ମହିଳାଙ୍କୁ ବାମନାଶାଳ ମନ୍ଦିର ସୌନ୍ଦର୍ଯ୍ୟକରଣ ନିମନ୍ତେ ୧୪ ଲକ୍ଷ ୮୦ ହଜାର ଟଙ୍କାର କାର୍ଯ୍ୟାଦେଶ ୨୦୨୩-୨୪ ମସିହାରେ ମୁକ୍ତା ଯୋଜନାରେ ପ୍ରଦାନ କରାଯାଇଥିଲା। ମହିଳା ମାନେ ଖୁସିରେ ଏହି କାର୍ଯ୍ୟ ସମ୍ପାଦନ ମଧ୍ୟ କଲେ। ହେଲେ ଦୁଃଖର କଥା ଯେ କାର୍ଯ୍ୟ ସମାପ୍ତ ପରେ ମୁକ୍ତା ଯୋଜନା ବନ୍ଦ ହୋଇଯାଇଥିବା ଆଳ ଦେଖାଇ ସେମାନଙ୍କ ବିଲ୍ ପାରିତ କରାଗଲା ନାହିଁ । ଏହା ଭିତରେ ୨ ବର୍ଷ ଅତିବାହିତ ହୋଇ ସାରିଛି।ଏବିଷୟରେ ମହିଳା ଗଣ ବାରମ୍ବାର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ନିକଟରେ ଫେରାଦ ହେଲେ ମଧ୍ୟ ସୁଫଳ ନପାଇ ଜିଲ୍ଲାପାଳଙ୍କ ନିକଟରେ ଫେରଦ ହେଇଛନ୍ତି। ସଂଘର ସଭାନେତ୍ରୀ ସାବିତ୍ରୀ ମହାନ୍ତ ଓ ସମ୍ପାଦୀକା କଲ୍ୟାଣୀ ମହାନ୍ତ କହିଛନ୍ତି ଯେ ସେମାନେ ବ୍ୟାଙ୍କ ଋଣ କରି କାର୍ଯ୍ୟ କରିଥିଲେ ଏବଂ ବ୍ୟାଙ୍କ ଋଣ ସୁଝିବାକୁ ବାରମ୍ବାର ଆମର ଦ୍ୱାରସ୍ଥ ହେଉଛି।1
- Post by Jitendra raj1
- The Shocking Ground Reality of Sukinda........... #TheRajdharma #KaliapaniUpdate #highlight #Sukinda #Jajpur #Odisha1
- Post by Rajib Behera3
- ତାଳଚେର:- ତାଳଚେର ପୋଲିସ ପକ୍ଷରୁ ଶନିବାର ସାପ୍ତାହିକ ହାଟ ପାଖରେ ବ୍ରାଉନସୁଗାର ବିକ୍ରି ପାଇଁ ଗ୍ରାହକ ଅପେକ୍ଷାରେ ଥିବା ବେଳେ ୩ ଜଣ ମହିଳାଙ୍କ ସମେତ ମୋଟ ୬ ଜଣକୁ ଗିରଫ କରାଯାଇଛି l ସେମାନଙ୍କ ନିକଟରୁ ୧୩ ଗ୍ରାମ ବ୍ରାଉନସୁଗାର ସହ ୧୦ ହଜାର ଟଙ୍କା ଓ ଗୋଟିଏ ମୋଟର ସାଇକେଲ ଓ ଦୁଇଟି ମୋବାଇଲ ଫୋନ ପୋଲିସ ଜବତ କରିଛି l ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧ ଲକ୍ଷ ୩୦ ହଜାର ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି l ଘଟଣାରୁ ପ୍ରକାଶ, ତାଳଚେର ଶନିବାର ସାପ୍ତାହିକ ହାଟ ଭିତରେ ତିନି ଜଣ ବେପାରୀ ବ୍ରାଉନସୁଗାର ବିକ୍ରି କରିବା ପାଇଁ ଗ୍ରାହକ ଅପେକ୍ଷାରେ ରହିଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ତାଳଚେର ପୋଲିସ ପହଁଚି ସେମାନଙ୍କୁ କାବୁ କରିବାରେ ସଫଳ ହୋଇଥିଲେ l ଗିରଫ ୬ ଜଣ ତାଳଚେର ଅଞ୍ଚଳର ହୋଇଥିବା ବେଳେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇ ଥିବା ପୋଲିସ ପକ୍ଷରୁ କୁହାଯାଇଛି l1
- ବନ୍ତ ବ୍ଲକ୍ ସ୍ଥିତ ପୁରୁଷଣ୍ଢ ମଣ୍ଡଳରେ ବିଶାଳ ହିନ୍ଦୁ ସମ୍ମିଳନୀ ଅବସରରେ ପାଞ୍ଚଶହ ଆଠ ମହିଳାଙ୍କ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଚଣ୍ଡୀ ପୁଷ୍କରିଣୀ ରୁ ଘଟ ଉତଳନ ହୋଇଥିଲା।1
- Post by Uttam Kumar Mahakud 97773344221