logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଦେଶ ପାଇଁ ମଧ୍ୟସ୍ଥତା ୨.୦' କାର୍ଯ୍ୟକ୍ରମ କୁ ସଫଳ ରୂପାୟନ ପାଇଁ ପ୍ରସ୍ତୁତି ବୈଠକ। ନୂଆପଡ଼ା -୧୬/୨- ନୂଆପଡ଼ା ଜିଲ୍ଲା ନ୍ୟାୟାଳୟ ପରିସର ମଧ୍ୟରେ ଥିବା ଜିଲ୍ଲା ଓକିଲ ସଂଘ ସଭାଗୃହରେ ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶକ୍ରମେ ଅନୁଷ୍ଠିତ ହେବାକୁ ଯାଉଥିବା ‘ଦେଶ ପାଇଁ ମଧ୍ୟସ୍ଥତା ୨.୦' କାର୍ଯ୍ୟକ୍ରମକୁ ସଫଳ ରୂପେ ସମ୍ପାଦନ କରିବା ଉଦ୍ଦେଶ୍ଯରେ ଏକ ବୈଠକ ଆୟୋଜନ କରାଯାଇଥିଲା । ଏହି ବୈଠକରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ, ଜିଲ୍ଲା କୋର୍ଟର ନିବନ୍ଧକ ସୌଭାଗ୍ଯ ରଞ୍ଜନ ପ୍ରଧାନ, ଜିଲ୍ଲା ଓକିଲ ସଂଘ ସଭାପତି କ୍ଷିତିଶ ଅଶୋକ ବୋଧନକର, ଉପ-ସଭାପତି ପ୍ରକାଶ ସ୍ୱାଇଁ, ସଚିବ ପ୍ୟାରିଲାଲ ଦେୱାଙ୍ଗନ୍, ବରିଷ୍ଠ ଆଇନଜୀବିଗଣ ପ୍ରମୁଖ ଉପସ୍ଥିତ ହୋଇ ମଧ୍ୟସ୍ଥତା ମାଧ୍ୟମରେ କିପରି ଅଧିକରୁ ଅଧିକ ମାମଲାର ସମାଧାନ ହୋଇ ପାରିବ ତା ଉପରେ ଆଲୋଚନା କରିଥିଲେ । ଏହି ଅବସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ନବନୀତା ଦାଶ ପ୍ୟାନେଲ ଓକିଲ, ଅଧିକାର ମିତ୍ରଗଣ ଏବଂ ଗଣମାଧ୍ୟମ ପ୍ରତିନିଧିମାନଂକୁ ମଧ୍ୟସ୍ଥତା କାର୍ଯ୍ୟକ୍ରମର ବୃହତ୍ ପ୍ରଚାର କରିବା ପାଇଁ ଅନୁରୋଧ କରିଥିଲେ । ମଧ୍ୟସ୍ଥତା ମାଧ୍ୟମରେ ନିଜର ବହୁଦିନର ବିଚାରାଧୀନ ମକଦ୍ଦମା ଯଥା ଦେୱାନୀ ତଥା ଫୌଜଦାରୀ (ସାଲିସ ଯୋଗ୍ୟ), ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ, ବ୍ୟାଙ୍କ ଋଣ, ବୈବାହିକ ମାମଲା, ଜମି ଅଧିଗ୍ରହଣ, ଚେକ୍ ବାଉନ୍ସ ମାମଲା, ଖାଉଟି କଲ୍ୟାଣ ମାମଲା ଇତ୍ୟାଦିର ଆପୋଷ ସହମତିରେ କମ ଖର୍ଚ୍ଚରେ ଏବଂ ସରଳ ଉପାୟରେ ସମାଧାନ କରିବାକୁ ଜନସାଧାରଣଙ୍କୁ ଆହ୍ବାନ କରିଥିଲେ ଓ ନିକଟସ୍ଥ ନ୍ୟାୟାଳୟରେ ନିଜର ବିଚାର ଅପେକ୍ଷାରେ ଥିବା ମାମଲାରେ ମଧ୍ୟସ୍ଥତା ପାଇଁ ଆବେଦନ କରିବାକୁ ଅନୁରୋଧ କରିଥିଲେ ।

1 day ago
user_Surendra Tiwari
Surendra Tiwari
ନୂଆପଡା, ନୂଆପଡ଼ା, ଓଡ଼ିଶା•
1 day ago
9a12cf30-b695-4881-a0c0-69101f7046c4

ଦେଶ ପାଇଁ ମଧ୍ୟସ୍ଥତା ୨.୦' କାର୍ଯ୍ୟକ୍ରମ କୁ ସଫଳ ରୂପାୟନ ପାଇଁ ପ୍ରସ୍ତୁତି ବୈଠକ। ନୂଆପଡ଼ା -୧୬/୨- ନୂଆପଡ଼ା ଜିଲ୍ଲା ନ୍ୟାୟାଳୟ ପରିସର ମଧ୍ୟରେ ଥିବା ଜିଲ୍ଲା ଓକିଲ ସଂଘ ସଭାଗୃହରେ ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶକ୍ରମେ ଅନୁଷ୍ଠିତ ହେବାକୁ ଯାଉଥିବା ‘ଦେଶ ପାଇଁ ମଧ୍ୟସ୍ଥତା ୨.୦' କାର୍ଯ୍ୟକ୍ରମକୁ ସଫଳ ରୂପେ ସମ୍ପାଦନ କରିବା ଉଦ୍ଦେଶ୍ଯରେ ଏକ ବୈଠକ ଆୟୋଜନ କରାଯାଇଥିଲା । ଏହି ବୈଠକରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ, ଜିଲ୍ଲା କୋର୍ଟର ନିବନ୍ଧକ ସୌଭାଗ୍ଯ ରଞ୍ଜନ ପ୍ରଧାନ, ଜିଲ୍ଲା ଓକିଲ ସଂଘ ସଭାପତି କ୍ଷିତିଶ ଅଶୋକ ବୋଧନକର, ଉପ-ସଭାପତି ପ୍ରକାଶ ସ୍ୱାଇଁ, ସଚିବ ପ୍ୟାରିଲାଲ ଦେୱାଙ୍ଗନ୍, ବରିଷ୍ଠ ଆଇନଜୀବିଗଣ ପ୍ରମୁଖ ଉପସ୍ଥିତ ହୋଇ ମଧ୍ୟସ୍ଥତା ମାଧ୍ୟମରେ କିପରି ଅଧିକରୁ ଅଧିକ ମାମଲାର ସମାଧାନ ହୋଇ ପାରିବ

97a69cc8-4084-46ef-8e01-02f3b71977ef

ତା ଉପରେ ଆଲୋଚନା କରିଥିଲେ । ଏହି ଅବସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ନବନୀତା ଦାଶ ପ୍ୟାନେଲ ଓକିଲ, ଅଧିକାର ମିତ୍ରଗଣ ଏବଂ ଗଣମାଧ୍ୟମ ପ୍ରତିନିଧିମାନଂକୁ ମଧ୍ୟସ୍ଥତା କାର୍ଯ୍ୟକ୍ରମର ବୃହତ୍ ପ୍ରଚାର କରିବା ପାଇଁ ଅନୁରୋଧ କରିଥିଲେ । ମଧ୍ୟସ୍ଥତା ମାଧ୍ୟମରେ ନିଜର ବହୁଦିନର ବିଚାରାଧୀନ ମକଦ୍ଦମା ଯଥା ଦେୱାନୀ ତଥା ଫୌଜଦାରୀ (ସାଲିସ ଯୋଗ୍ୟ), ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ, ବ୍ୟାଙ୍କ ଋଣ, ବୈବାହିକ ମାମଲା, ଜମି ଅଧିଗ୍ରହଣ, ଚେକ୍ ବାଉନ୍ସ ମାମଲା, ଖାଉଟି କଲ୍ୟାଣ ମାମଲା ଇତ୍ୟାଦିର ଆପୋଷ ସହମତିରେ କମ ଖର୍ଚ୍ଚରେ ଏବଂ ସରଳ ଉପାୟରେ ସମାଧାନ କରିବାକୁ ଜନସାଧାରଣଙ୍କୁ ଆହ୍ବାନ କରିଥିଲେ ଓ ନିକଟସ୍ଥ ନ୍ୟାୟାଳୟରେ ନିଜର ବିଚାର ଅପେକ୍ଷାରେ ଥିବା ମାମଲାରେ ମଧ୍ୟସ୍ଥତା ପାଇଁ ଆବେଦନ କରିବାକୁ ଅନୁରୋଧ କରିଥିଲେ ।

More news from ଓଡ଼ିଶା and nearby areas
  • ନୂଆପଡ଼ା -୧୭/୦୨- ନୂଆପଡ଼ା ଜିଲ୍ଲା ରେ ତୃତୀୟ ଜିଲ୍ଲା ସ୍ତରୀୟ ପରିବେଶ ନିରୀକ୍ଷଣ ସମିତି ବୈଠକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଓଡିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ବଲାଙ୍ଗୀର ଶାଖାର ଆଞ୍ଚଳିକ ଅଧିକାରୀ ଓ ପରିବେଶ ଯନ୍ତ୍ରୀ ବବିତା ସିଂଙ୍କ ଆବାହକତ୍ୱରେ ବୈଠକ ଅନୁଷ୍ଠିତ ହୋଇଥିଲା। ସମସ୍ତଙ୍କୁ ସ୍ୱାଗତ କରି ଶ୍ରୀମତୀ ସିଂ ଗତ ଜିଲ୍ଲା ସ୍ତରୀୟ ପରିବେଶ ନିରୀକ୍ଷଣ ସମିତି ବୈଠକରେ ଆଲୋଚିତ ବିଭିନ୍ନ ବିଷୟରେ ସମ୍ବନ୍ଧିତ ବିଭାଗମାନଙ୍କ ଦ୍ୱାରା ଗୃହୀତ ପଦକ୍ଷେପ ଉପରେ ବିସ୍ତୃତ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, କୋମନା ଅଞ୍ଚଳରେ ଷ୍ଟୋନ୍ କ୍ରସର ଇଉନିଟ୍‌ ଗୁଡ଼ିକର ସଂଯୁକ୍ତ ନିରୀକ୍ଷଣ ଏସପିସିବି ବଲାଙ୍ଗୀର ଓ ଖଣି ବିଭାଗ ପକ୍ଷରୁ କରାଯାଇଛି। ସେହିପରି ଜିଲ୍ଲାର ରାଇସ୍‌ ମିଲ୍‌ଗୁଡ଼ିକର ନିୟମିତ ଯାଞ୍ଚ କରାଯାଇ ନିୟମ ଉଲ୍ଲଂଘନ କରୁଥିବା ମିଲ୍ ଗୁଡ଼ିକ ବିରୋଧରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି। ଏହା ସହିତ ନୂଆପଡ଼ା ଓ ଖରିଆର ରୋଡ୍‌ ଅଞ୍ଚଳରେ ଚାଲୁଥିବା ହୋଟେଲ୍‌ ଗୁଡ଼ିକର ନିରୀକ୍ଷଣ ମଧ୍ୟ ଏସପିସିବି ବଲାଙ୍ଗୀର ପକ୍ଷରୁ ସମ୍ପୂର୍ଣ୍ଣ କରାଯାଇଛି। ପତୋରା ଡ୍ୟାମ୍‌, ତିଖାଲି ଡ୍ୟାମ୍‌ ସହ ବିଭିନ୍ନ ପିକନିକ୍‌ ସ୍ଥଳରେ ‘ସିଙ୍ଗଲ୍‌ ୟୁଜ୍‌ ପ୍ଲାଷ୍ଟିକ୍‌ ମୁକ୍ତ ପିକନିକ୍‌ ସ୍ପଟ୍‌’ ସନ୍ଦେଶ ସହ ସାମୂହିକ ସଫାଇ ଅଭିଯାନ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ବୈଠକକୁ ସମ୍ବୋଧିତ କରି ଜିଲ୍ଲାପାଳ ମଧୁସୁଦନ ଦାଶ କହିଲେ ଯେ, ପ୍ରଦୂଷଣ ନିୟନ୍ତ୍ରଣ ଓ ପରିବେଶ ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ଜାରି ରହିବ। ସିଙ୍ଗଲ୍‌ ୟୁଜ୍‌ ପ୍ଲାଷ୍ଟିକ୍‌ ବ୍ୟବହାର ବନ୍ଦ କରିବା ପାଇଁ ଲୋକମାନଙ୍କ ମଧ୍ୟରେ ବ୍ୟାପକ ସଚେତନତା ଆବଶ୍ୟକ । ସେ କହିଲେ " ଗାଁ ପରିମଳ ଗାଁ ମୁଣ୍ଡରୁ " l ଏଥିପାଇଁ ଗ୍ରାମାଞ୍ଚଳରେ ପରିବେଶ ସ୍ୱଚ୍ଛତା ରକ୍ଷା ପାଇଁ ସମଗ୍ର ଜିଲ୍ଲାରେ ପ୍ଲାଷ୍ଟିକ ବର୍ଜ୍ୟ ସଂଗ୍ରହ ଅଭିଯାନ ତୀବ୍ର କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏହା ସହିତ ଆସନ୍ତା ୨୦ ତାରିଖରେ ପୁଲିସ୍‌ ଗ୍ରାଉଣ୍ଡରେ ‘ସିଙ୍ଗଲ୍‌ ୟୁଜ୍‌ ପ୍ଲାଷ୍ଟିକ୍‌କୁ ନା’ ବିଷୟବସ୍ତୁ ଉପରେ ‘ରାହାଗିରି’ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଜିଲ୍ଲାପାଳ ପ୍ରସ୍ତାବ ଦେଇଥିଲେ। ।ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାଃ ଧନେଶ୍ୱର ସେଠୀ, ଏସ ଡି ପି ଓ ମାର୍ଶୀ ରାଣୀ ପୁର୍ତୀ, ଜିଲ୍ଲା ଶିଳ୍ପ କେନ୍ଦ୍ର ଜେନେରାଲ୍‌ ମ୍ୟାନେଜର ସମୀର ମୁଦୁଲି, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଏ.କେ. ହେମ୍ବ୍ରମ, ଆର୍ ଟି ଓ ଶର୍ମିଲା ମହାରଣା, ପର୍ଦ୍ଦା ଏନ୍ ଜି ଓ ନିର୍ଦ୍ଦେଶକ ରୁଦ୍ର ପଟ୍ଟନାୟକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ଆସିଷ୍ଟାଣ୍ଟ ପରିବେଶ ଇଞ୍ଜିନିୟର ତରଶ୍‌ ଏମ୍‌ ମୁର୍ମୁ, ଏନ୍ ଏ ସି ନୂଆପଡା ଇ ଓ ,ସନ୍ଦୀପ କୁମାର ଚନ୍ଦ୍ରକାର ,ଏନ୍ ଏ ସି ଖରୀଆର ରୋଡ ଇ ଓ, କମଳାସନ ରଥ ଙ୍କ ସହିତ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।
    1
    ନୂଆପଡ଼ା -୧୭/୦୨- ନୂଆପଡ଼ା ଜିଲ୍ଲା  ରେ ତୃତୀୟ ଜିଲ୍ଲା ସ୍ତରୀୟ ପରିବେଶ ନିରୀକ୍ଷଣ ସମିତି ବୈଠକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଓଡିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ବଲାଙ୍ଗୀର ଶାଖାର ଆଞ୍ଚଳିକ ଅଧିକାରୀ ଓ ପରିବେଶ ଯନ୍ତ୍ରୀ ବବିତା ସିଂଙ୍କ ଆବାହକତ୍ୱରେ ବୈଠକ ଅନୁଷ୍ଠିତ ହୋଇଥିଲା।
ସମସ୍ତଙ୍କୁ ସ୍ୱାଗତ କରି ଶ୍ରୀମତୀ ସିଂ ଗତ ଜିଲ୍ଲା ସ୍ତରୀୟ ପରିବେଶ ନିରୀକ୍ଷଣ ସମିତି ବୈଠକରେ ଆଲୋଚିତ ବିଭିନ୍ନ ବିଷୟରେ ସମ୍ବନ୍ଧିତ ବିଭାଗମାନଙ୍କ ଦ୍ୱାରା ଗୃହୀତ ପଦକ୍ଷେପ ଉପରେ ବିସ୍ତୃତ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, କୋମନା ଅଞ୍ଚଳରେ  ଷ୍ଟୋନ୍ କ୍ରସର ଇଉନିଟ୍‌ ଗୁଡ଼ିକର ସଂଯୁକ୍ତ ନିରୀକ୍ଷଣ ଏସପିସିବି ବଲାଙ୍ଗୀର ଓ ଖଣି ବିଭାଗ ପକ୍ଷରୁ କରାଯାଇଛି। ସେହିପରି ଜିଲ୍ଲାର ରାଇସ୍‌ ମିଲ୍‌ଗୁଡ଼ିକର ନିୟମିତ ଯାଞ୍ଚ କରାଯାଇ ନିୟମ ଉଲ୍ଲଂଘନ କରୁଥିବା ମିଲ୍ ଗୁଡ଼ିକ ବିରୋଧରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି।
ଏହା ସହିତ ନୂଆପଡ଼ା ଓ ଖରିଆର ରୋଡ୍‌ ଅଞ୍ଚଳରେ ଚାଲୁଥିବା ହୋଟେଲ୍‌ ଗୁଡ଼ିକର ନିରୀକ୍ଷଣ ମଧ୍ୟ ଏସପିସିବି ବଲାଙ୍ଗୀର ପକ୍ଷରୁ ସମ୍ପୂର୍ଣ୍ଣ କରାଯାଇଛି। ପତୋରା ଡ୍ୟାମ୍‌, ତିଖାଲି ଡ୍ୟାମ୍‌ ସହ ବିଭିନ୍ନ ପିକନିକ୍‌ ସ୍ଥଳରେ ‘ସିଙ୍ଗଲ୍‌ ୟୁଜ୍‌ ପ୍ଲାଷ୍ଟିକ୍‌ ମୁକ୍ତ ପିକନିକ୍‌ ସ୍ପଟ୍‌’ ସନ୍ଦେଶ ସହ ସାମୂହିକ ସଫାଇ ଅଭିଯାନ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।
ବୈଠକକୁ ସମ୍ବୋଧିତ କରି ଜିଲ୍ଲାପାଳ ମଧୁସୁଦନ ଦାଶ କହିଲେ ଯେ,  ପ୍ରଦୂଷଣ ନିୟନ୍ତ୍ରଣ ଓ ପରିବେଶ ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ଜାରି ରହିବ। ସିଙ୍ଗଲ୍‌ ୟୁଜ୍‌ ପ୍ଲାଷ୍ଟିକ୍‌ ବ୍ୟବହାର ବନ୍ଦ କରିବା ପାଇଁ ଲୋକମାନଙ୍କ ମଧ୍ୟରେ ବ୍ୟାପକ ସଚେତନତା ଆବଶ୍ୟକ । ସେ କହିଲେ " ଗାଁ ପରିମଳ ଗାଁ ମୁଣ୍ଡରୁ " l ଏଥିପାଇଁ ଗ୍ରାମାଞ୍ଚଳରେ ପରିବେଶ ସ୍ୱଚ୍ଛତା ରକ୍ଷା ପାଇଁ  ସମଗ୍ର ଜିଲ୍ଲାରେ ପ୍ଲାଷ୍ଟିକ ବର୍ଜ୍ୟ ସଂଗ୍ରହ ଅଭିଯାନ ତୀବ୍ର କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। 
ଏହା ସହିତ ଆସନ୍ତା ୨୦ ତାରିଖରେ ପୁଲିସ୍‌ ଗ୍ରାଉଣ୍ଡରେ ‘ସିଙ୍ଗଲ୍‌ ୟୁଜ୍‌ ପ୍ଲାଷ୍ଟିକ୍‌କୁ ନା’ ବିଷୟବସ୍ତୁ ଉପରେ ‘ରାହାଗିରି’ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଜିଲ୍ଲାପାଳ ପ୍ରସ୍ତାବ ଦେଇଥିଲେ। ।ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାଃ ଧନେଶ୍ୱର ସେଠୀ, ଏସ ଡି ପି ଓ  ମାର୍ଶୀ ରାଣୀ ପୁର୍ତୀ, ଜିଲ୍ଲା ଶିଳ୍ପ କେନ୍ଦ୍ର ଜେନେରାଲ୍‌ ମ୍ୟାନେଜର ସମୀର ମୁଦୁଲି, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଏ.କେ. ହେମ୍ବ୍ରମ, ଆର୍ ଟି  ଓ ଶର୍ମିଲା ମହାରଣା, ପର୍ଦ୍ଦା ଏନ୍ ଜି ଓ ନିର୍ଦ୍ଦେଶକ ରୁଦ୍ର ପଟ୍ଟନାୟକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ଆସିଷ୍ଟାଣ୍ଟ ପରିବେଶ ଇଞ୍ଜିନିୟର ତରଶ୍‌ ଏମ୍‌ ମୁର୍ମୁ, ଏନ୍ ଏ ସି ନୂଆପଡା ଇ ଓ ,ସନ୍ଦୀପ କୁମାର ଚନ୍ଦ୍ରକାର ,ଏନ୍ ଏ ସି ଖରୀଆର ରୋଡ ଇ ଓ, କମଳାସନ ରଥ ଙ୍କ ସହିତ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।
    user_Surendra Tiwari
    Surendra Tiwari
    ନୂଆପଡା, ନୂଆପଡ଼ା, ଓଡ଼ିଶା•
    52 min ago
  • ବିଛୁବାହାଲି ଗାଁରେ ମହାଶିବରାତ୍ରି ଉତ୍ସବ ପାଳିତ...
    1
    ବିଛୁବାହାଲି ଗାଁରେ ମହାଶିବରାତ୍ରି ଉତ୍ସବ ପାଳିତ...
    user_ସୋନୁ ଟାଇଗର
    ସୋନୁ ଟାଇଗର
    ବେଲପରା, ବଲାଙ୍ଗୀର, ଓଡ଼ିଶା•
    23 hrs ago
  • ସିନାପାଲିର ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନ ମାନଙ୍କରେ ଟ୍ରାଫିକ ଜାମ
    1
    ସିନାପାଲିର ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନ ମାନଙ୍କରେ ଟ୍ରାଫିକ ଜାମ
    user_Udanti Live Office
    Udanti Live Office
    ସାମ୍ବାଦିକ ସିନାପାଲି, ନୂଆପଡ଼ା, ଓଡ଼ିଶା•
    2 hrs ago
  • Post by ବିର ସାହୁ
    2
    Post by ବିର ସାହୁ
    user_ବିର ସାହୁ
    ବିର ସାହୁ
    ଗାଇସିଲେଟ, ବରଗଡ଼, ଓଡ଼ିଶା•
    11 hrs ago
  • ଲୋକକଥା -୧ ମାଁ ମାଣିକେଶ୍ଵରୀ ଙ୍କର ଚୁଡି ପିନ୍ଧା। ସେ ଦିନ ପୂଝାରୀ ଘରେ ଚୁଡିବାଲି ର କାଣା ହେଲା ଯେ କଥାନୀ ସୁନଲେ ଜାନବ। (ଇ କାହାଣୀ ମନଗଢନ ଆଏ,କେନସି ସତ୍ୟତା ନାଇଁନ, ଆକ୍ଷେପ କି ଉଦ୍ଦେଶ୍ୟ ମୁଲକ ଭାବେ ନାଇଁ କରି) ଭଲ ଲାଗଲେ ସେୟାର କରବେ।ଭୁଲ ଥିଲେ କ୍ଷମା କରିଦେବେ ।।
    1
    ଲୋକକଥା -୧ 
ମାଁ ମାଣିକେଶ୍ଵରୀ ଙ୍କର ଚୁଡି ପିନ୍ଧା।
ସେ ଦିନ ପୂଝାରୀ ଘରେ ଚୁଡିବାଲି ର କାଣା ହେଲା ଯେ କଥାନୀ ସୁନଲେ ଜାନବ।
(ଇ କାହାଣୀ ମନଗଢନ ଆଏ,କେନସି ସତ୍ୟତା ନାଇଁନ, ଆକ୍ଷେପ କି ଉଦ୍ଦେଶ୍ୟ ମୁଲକ ଭାବେ ନାଇଁ କରି)
ଭଲ ଲାଗଲେ ସେୟାର କରବେ।ଭୁଲ ଥିଲେ କ୍ଷମା କରିଦେବେ ।।
    user_Bharat Bishi
    Bharat Bishi
    ସଦର, କଳାହାଣ୍ଡି, ଓଡ଼ିଶା•
    10 hrs ago
  • ଦିନରେ ଖରା, ରାତିରେ ଶୀତ, ଭୋରରୁ କୁହୁଡ଼ି । ଆଜି ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନ ସହ ଟ୍ବିନସିଟିରେ ଘନ କୁହୁଡ଼ିର ଆସ୍ତରଣ। ୫୦ ମିଟର ପର୍ଯ୍ୟନ୍ତ ଭିଜିବିଲିଟି ଶୂନ ରହିଛି । ରାସ୍ତାଘାଟ ଦିଶୁନଥିବାରୁ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି । ଆସନ୍ତା ୩ ଦିନ ମଧ୍ୟରେ ପାରଦ ୨ରୁ ୩ ଡିଗ୍ରୀ ସେଲସିୟସ ବଢିବା ସମ୍ଭାବନା ରହିଛି ଏହା ସତ୍ତ୍ବେ ମଧ୍ୟ ଥଣ୍ଡା କିଛି ମାତ୍ରାରେ ଜାରି ରହିବା ଆକଳନ କରାଯାଇଛି ।
    1
    ଦିନରେ ଖରା, ରାତିରେ ଶୀତ, ଭୋରରୁ କୁହୁଡ଼ି । ଆଜି ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନ ସହ ଟ୍ବିନସିଟିରେ ଘନ କୁହୁଡ଼ିର ଆସ୍ତରଣ। ୫୦ ମିଟର ପର୍ଯ୍ୟନ୍ତ ଭିଜିବିଲିଟି ଶୂନ ରହିଛି । ରାସ୍ତାଘାଟ ଦିଶୁନଥିବାରୁ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି । ଆସନ୍ତା ୩ ଦିନ ମଧ୍ୟରେ ପାରଦ ୨ରୁ ୩ ଡିଗ୍ରୀ ସେଲସିୟସ ବଢିବା ସମ୍ଭାବନା ରହିଛି
ଏହା ସତ୍ତ୍ବେ ମଧ୍ୟ ଥଣ୍ଡା କିଛି ମାତ୍ରାରେ ଜାରି ରହିବା ଆକଳନ କରାଯାଇଛି ।
    user_ODISHA NEWS
    ODISHA NEWS
    Local News Reporter ବଲାଙ୍ଗୀର, ବଲାଙ୍ଗୀର, ଓଡ଼ିଶା•
    11 hrs ago
  • ଭବ୍ୟ କଳସ ଶୋଭାଯାତ୍ରାରୁ ଆରମ୍ଭ ହେଲା ପଞ୍ଚକୁଣ୍ଡ ଗାୟତ୍ରୀ ଯଜ୍ଞ ଓ ମହାଶିବରାତ୍ର
    1
    ଭବ୍ୟ କଳସ ଶୋଭାଯାତ୍ରାରୁ ଆରମ୍ଭ
ହେଲା ପଞ୍ଚକୁଣ୍ଡ ଗାୟତ୍ରୀ ଯଜ୍ଞ ଓ ମହାଶିବରାତ୍ର
    user_TV5ODIA 9556605993
    TV5ODIA 9556605993
    ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    5 hrs ago
  • ସିନାପାଲି ମାଟିରେ ଗୁରୁ ସୁଧର୍ମା ଦାସ (ସଂକୀର୍ତ୍ତନ ଗାୟକ)
    1
    ସିନାପାଲି ମାଟିରେ ଗୁରୁ ସୁଧର୍ମା ଦାସ (ସଂକୀର୍ତ୍ତନ ଗାୟକ)
    user_Udanti Live Office
    Udanti Live Office
    ସାମ୍ବାଦିକ ସିନାପାଲି, ନୂଆପଡ଼ା, ଓଡ଼ିଶା•
    3 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.