ଓଡ଼ିଶା ରାଜ୍ୟ ପ୍ରଦୂଷଣ ବୋର୍ଡ, ବଲାଙ୍ଗିର ଶାଖା: ନୂଆପଡ଼ାରେ ଜିଲ୍ଲା ପରିବେଶ ନିରୀକ୍ଷଣ ସମିତି ବୈଠକ ଅନୁଷ୍ଠିତ। ନୂଆପଡ଼ା -୧୭/୦୨- ନୂଆପଡ଼ା ଜିଲ୍ଲା ରେ ତୃତୀୟ ଜିଲ୍ଲା ସ୍ତରୀୟ ପରିବେଶ ନିରୀକ୍ଷଣ ସମିତି ବୈଠକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଓଡିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ବଲାଙ୍ଗୀର ଶାଖାର ଆଞ୍ଚଳିକ ଅଧିକାରୀ ଓ ପରିବେଶ ଯନ୍ତ୍ରୀ ବବିତା ସିଂଙ୍କ ଆବାହକତ୍ୱରେ ବୈଠକ ଅନୁଷ୍ଠିତ ହୋଇଥିଲା। ସମସ୍ତଙ୍କୁ ସ୍ୱାଗତ କରି ଶ୍ରୀମତୀ ସିଂ ଗତ ଜିଲ୍ଲା ସ୍ତରୀୟ ପରିବେଶ ନିରୀକ୍ଷଣ ସମିତି ବୈଠକରେ ଆଲୋଚିତ ବିଭିନ୍ନ ବିଷୟରେ ସମ୍ବନ୍ଧିତ ବିଭାଗମାନଙ୍କ ଦ୍ୱାରା ଗୃହୀତ ପଦକ୍ଷେପ ଉପରେ ବିସ୍ତୃତ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, କୋମନା ଅଞ୍ଚଳରେ ଷ୍ଟୋନ୍ କ୍ରସର ଇଉନିଟ୍ ଗୁଡ଼ିକର ସଂଯୁକ୍ତ ନିରୀକ୍ଷଣ ଏସପିସିବି ବଲାଙ୍ଗୀର ଓ ଖଣି ବିଭାଗ ପକ୍ଷରୁ କରାଯାଇଛି। ସେହିପରି ଜିଲ୍ଲାର ରାଇସ୍ ମିଲ୍ଗୁଡ଼ିକର ନିୟମିତ ଯାଞ୍ଚ କରାଯାଇ ନିୟମ ଉଲ୍ଲଂଘନ କରୁଥିବା ମିଲ୍ ଗୁଡ଼ିକ ବିରୋଧରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି। ଏହା ସହିତ ନୂଆପଡ଼ା ଓ ଖରିଆର ରୋଡ୍ ଅଞ୍ଚଳରେ ଚାଲୁଥିବା ହୋଟେଲ୍ ଗୁଡ଼ିକର ନିରୀକ୍ଷଣ ମଧ୍ୟ ଏସପିସିବି ବଲାଙ୍ଗୀର ପକ୍ଷରୁ ସମ୍ପୂର୍ଣ୍ଣ କରାଯାଇଛି। ପତୋରା ଡ୍ୟାମ୍, ତିଖାଲି ଡ୍ୟାମ୍ ସହ ବିଭିନ୍ନ ପିକନିକ୍ ସ୍ଥଳରେ ‘ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ମୁକ୍ତ ପିକନିକ୍ ସ୍ପଟ୍’ ସନ୍ଦେଶ ସହ ସାମୂହିକ ସଫାଇ ଅଭିଯାନ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ବୈଠକକୁ ସମ୍ବୋଧିତ କରି ଜିଲ୍ଲାପାଳ ମଧୁସୁଦନ ଦାଶ କହିଲେ ଯେ, ପ୍ରଦୂଷଣ ନିୟନ୍ତ୍ରଣ ଓ ପରିବେଶ ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ଜାରି ରହିବ। ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ବ୍ୟବହାର ବନ୍ଦ କରିବା ପାଇଁ ଲୋକମାନଙ୍କ ମଧ୍ୟରେ ବ୍ୟାପକ ସଚେତନତା ଆବଶ୍ୟକ । ସେ କହିଲେ " ଗାଁ ପରିମଳ ଗାଁ ମୁଣ୍ଡରୁ " l ଏଥିପାଇଁ ଗ୍ରାମାଞ୍ଚଳରେ ପରିବେଶ ସ୍ୱଚ୍ଛତା ରକ୍ଷା ପାଇଁ ସମଗ୍ର ଜିଲ୍ଲାରେ ପ୍ଲାଷ୍ଟିକ ବର୍ଜ୍ୟ ସଂଗ୍ରହ ଅଭିଯାନ ତୀବ୍ର କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏହା ସହିତ ଆସନ୍ତା ୨୦ ତାରିଖରେ ପୁଲିସ୍ ଗ୍ରାଉଣ୍ଡରେ ‘ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍କୁ ନା’ ବିଷୟବସ୍ତୁ ଉପରେ ‘ରାହାଗିରି’ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଜିଲ୍ଲାପାଳ ପ୍ରସ୍ତାବ ଦେଇଥିଲେ। ।ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାଃ ଧନେଶ୍ୱର ସେଠୀ, ଏସ ଡି ପି ଓ ମାର୍ଶୀ ରାଣୀ ପୁର୍ତୀ, ଜିଲ୍ଲା ଶିଳ୍ପ କେନ୍ଦ୍ର ଜେନେରାଲ୍ ମ୍ୟାନେଜର ସମୀର ମୁଦୁଲି, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଏ.କେ. ହେମ୍ବ୍ରମ, ଆର୍ ଟି ଓ ଶର୍ମିଲା ମହାରଣା, ପର୍ଦ୍ଦା ଏନ୍ ଜି ଓ ନିର୍ଦ୍ଦେଶକ ରୁଦ୍ର ପଟ୍ଟନାୟକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ଆସିଷ୍ଟାଣ୍ଟ ପରିବେଶ ଇଞ୍ଜିନିୟର ତରଶ୍ ଏମ୍ ମୁର୍ମୁ, ଏନ୍ ଏ ସି ନୂଆପଡା ଇ ଓ ,ସନ୍ଦୀପ କୁମାର ଚନ୍ଦ୍ରକାର ,ଏନ୍ ଏ ସି ଖରୀଆର ରୋଡ ଇ ଓ, କମଳାସନ ରଥ ଙ୍କ ସହିତ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

- ନୂଆପଡ଼ା -୧୭/୦୨- ନୂଆପଡ଼ା ଜିଲ୍ଲା ରେ ତୃତୀୟ ଜିଲ୍ଲା ସ୍ତରୀୟ ପରିବେଶ ନିରୀକ୍ଷଣ ସମିତି ବୈଠକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଓଡିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ବଲାଙ୍ଗୀର ଶାଖାର ଆଞ୍ଚଳିକ ଅଧିକାରୀ ଓ ପରିବେଶ ଯନ୍ତ୍ରୀ ବବିତା ସିଂଙ୍କ ଆବାହକତ୍ୱରେ ବୈଠକ ଅନୁଷ୍ଠିତ ହୋଇଥିଲା। ସମସ୍ତଙ୍କୁ ସ୍ୱାଗତ କରି ଶ୍ରୀମତୀ ସିଂ ଗତ ଜିଲ୍ଲା ସ୍ତରୀୟ ପରିବେଶ ନିରୀକ୍ଷଣ ସମିତି ବୈଠକରେ ଆଲୋଚିତ ବିଭିନ୍ନ ବିଷୟରେ ସମ୍ବନ୍ଧିତ ବିଭାଗମାନଙ୍କ ଦ୍ୱାରା ଗୃହୀତ ପଦକ୍ଷେପ ଉପରେ ବିସ୍ତୃତ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, କୋମନା ଅଞ୍ଚଳରେ ଷ୍ଟୋନ୍ କ୍ରସର ଇଉନିଟ୍ ଗୁଡ଼ିକର ସଂଯୁକ୍ତ ନିରୀକ୍ଷଣ ଏସପିସିବି ବଲାଙ୍ଗୀର ଓ ଖଣି ବିଭାଗ ପକ୍ଷରୁ କରାଯାଇଛି। ସେହିପରି ଜିଲ୍ଲାର ରାଇସ୍ ମିଲ୍ଗୁଡ଼ିକର ନିୟମିତ ଯାଞ୍ଚ କରାଯାଇ ନିୟମ ଉଲ୍ଲଂଘନ କରୁଥିବା ମିଲ୍ ଗୁଡ଼ିକ ବିରୋଧରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି। ଏହା ସହିତ ନୂଆପଡ଼ା ଓ ଖରିଆର ରୋଡ୍ ଅଞ୍ଚଳରେ ଚାଲୁଥିବା ହୋଟେଲ୍ ଗୁଡ଼ିକର ନିରୀକ୍ଷଣ ମଧ୍ୟ ଏସପିସିବି ବଲାଙ୍ଗୀର ପକ୍ଷରୁ ସମ୍ପୂର୍ଣ୍ଣ କରାଯାଇଛି। ପତୋରା ଡ୍ୟାମ୍, ତିଖାଲି ଡ୍ୟାମ୍ ସହ ବିଭିନ୍ନ ପିକନିକ୍ ସ୍ଥଳରେ ‘ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ମୁକ୍ତ ପିକନିକ୍ ସ୍ପଟ୍’ ସନ୍ଦେଶ ସହ ସାମୂହିକ ସଫାଇ ଅଭିଯାନ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ବୈଠକକୁ ସମ୍ବୋଧିତ କରି ଜିଲ୍ଲାପାଳ ମଧୁସୁଦନ ଦାଶ କହିଲେ ଯେ, ପ୍ରଦୂଷଣ ନିୟନ୍ତ୍ରଣ ଓ ପରିବେଶ ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ଜାରି ରହିବ। ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ବ୍ୟବହାର ବନ୍ଦ କରିବା ପାଇଁ ଲୋକମାନଙ୍କ ମଧ୍ୟରେ ବ୍ୟାପକ ସଚେତନତା ଆବଶ୍ୟକ । ସେ କହିଲେ " ଗାଁ ପରିମଳ ଗାଁ ମୁଣ୍ଡରୁ " l ଏଥିପାଇଁ ଗ୍ରାମାଞ୍ଚଳରେ ପରିବେଶ ସ୍ୱଚ୍ଛତା ରକ୍ଷା ପାଇଁ ସମଗ୍ର ଜିଲ୍ଲାରେ ପ୍ଲାଷ୍ଟିକ ବର୍ଜ୍ୟ ସଂଗ୍ରହ ଅଭିଯାନ ତୀବ୍ର କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏହା ସହିତ ଆସନ୍ତା ୨୦ ତାରିଖରେ ପୁଲିସ୍ ଗ୍ରାଉଣ୍ଡରେ ‘ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍କୁ ନା’ ବିଷୟବସ୍ତୁ ଉପରେ ‘ରାହାଗିରି’ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଜିଲ୍ଲାପାଳ ପ୍ରସ୍ତାବ ଦେଇଥିଲେ। ।ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାଃ ଧନେଶ୍ୱର ସେଠୀ, ଏସ ଡି ପି ଓ ମାର୍ଶୀ ରାଣୀ ପୁର୍ତୀ, ଜିଲ୍ଲା ଶିଳ୍ପ କେନ୍ଦ୍ର ଜେନେରାଲ୍ ମ୍ୟାନେଜର ସମୀର ମୁଦୁଲି, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଏ.କେ. ହେମ୍ବ୍ରମ, ଆର୍ ଟି ଓ ଶର୍ମିଲା ମହାରଣା, ପର୍ଦ୍ଦା ଏନ୍ ଜି ଓ ନିର୍ଦ୍ଦେଶକ ରୁଦ୍ର ପଟ୍ଟନାୟକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ଆସିଷ୍ଟାଣ୍ଟ ପରିବେଶ ଇଞ୍ଜିନିୟର ତରଶ୍ ଏମ୍ ମୁର୍ମୁ, ଏନ୍ ଏ ସି ନୂଆପଡା ଇ ଓ ,ସନ୍ଦୀପ କୁମାର ଚନ୍ଦ୍ରକାର ,ଏନ୍ ଏ ସି ଖରୀଆର ରୋଡ ଇ ଓ, କମଳାସନ ରଥ ଙ୍କ ସହିତ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।1
- ସିନାପାଲିର ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନ ମାନଙ୍କରେ ଟ୍ରାଫିକ ଜାମ1
- Post by ବିର ସାହୁ2
- ଲୋକକଥା -୧ ମାଁ ମାଣିକେଶ୍ଵରୀ ଙ୍କର ଚୁଡି ପିନ୍ଧା। ସେ ଦିନ ପୂଝାରୀ ଘରେ ଚୁଡିବାଲି ର କାଣା ହେଲା ଯେ କଥାନୀ ସୁନଲେ ଜାନବ। (ଇ କାହାଣୀ ମନଗଢନ ଆଏ,କେନସି ସତ୍ୟତା ନାଇଁନ, ଆକ୍ଷେପ କି ଉଦ୍ଦେଶ୍ୟ ମୁଲକ ଭାବେ ନାଇଁ କରି) ଭଲ ଲାଗଲେ ସେୟାର କରବେ।ଭୁଲ ଥିଲେ କ୍ଷମା କରିଦେବେ ।।1
- ଦିନରେ ଖରା, ରାତିରେ ଶୀତ, ଭୋରରୁ କୁହୁଡ଼ି । ଆଜି ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନ ସହ ଟ୍ବିନସିଟିରେ ଘନ କୁହୁଡ଼ିର ଆସ୍ତରଣ। ୫୦ ମିଟର ପର୍ଯ୍ୟନ୍ତ ଭିଜିବିଲିଟି ଶୂନ ରହିଛି । ରାସ୍ତାଘାଟ ଦିଶୁନଥିବାରୁ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି । ଆସନ୍ତା ୩ ଦିନ ମଧ୍ୟରେ ପାରଦ ୨ରୁ ୩ ଡିଗ୍ରୀ ସେଲସିୟସ ବଢିବା ସମ୍ଭାବନା ରହିଛି ଏହା ସତ୍ତ୍ବେ ମଧ୍ୟ ଥଣ୍ଡା କିଛି ମାତ୍ରାରେ ଜାରି ରହିବା ଆକଳନ କରାଯାଇଛି ।1
- କାହିଁକି ଆଇରନ ଓ ଫୋଲିକ୍ ଏସିଡ ବଟିକା। ବାଣ୍ଟିଲେ ନାହିଁ ସମନ୍ୱିତ ଶିଶୁବିକାଶ ପ୍ରକଳ୍ପ ବିଭାଗୀୟ ଅଧିକାରୀ । ଅବ୍ୟବସ୍ଥା ଘେରରେ ବୁଡ଼ି ରହିଛି ଜୟପାଟଣା ବ୍ଳକ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ । ସରକାର କିଶୋରୀ ବାଳିକା ଙ୍କୁ ଆଇରନ ଓ ଫୋଲିକ୍ ଏସିଡ ବଟିକା ଦିଆଯାଉଥିବା ବେଳେ ଜୟପାଟଣା ସମନ୍ୱିତ ଶିଶୁବିକାଶ ପ୍ରକଳ୍ପ କାର୍ଯ୍ୟଳୟରେ ପଡ଼ି ରହିଛି ଆଇରନ ଓ ଫୋଲିକ୍ ଏସିଡ ବଟିକା। ଅବଧି ତାରିଖ ସରିଯାଇଛି ହେଲେ ପେଟି ପେଟି ଫୋଲିକ ଏସିଡ ବଟିକା ବାଣ୍ଟିଲେ ନାହିଁ କାହିଁକି । କଣ ରହିଛି ଭିତିରିଆ ରହସ୍ୟ ? ଏହି ବିଷୟରେ ଗଣ ପ୍ରତିନିଧି ବିଭାଗୀୟ ଅଧିକାରୀ ସିଡିପିଓଙ୍କୁ ପଚାରିବାରୁ ସିଧା ସଳଖ ମନାକରି ଦେଇଥିଲେ। ଏବଂ ମୁଁ ନୂଆ ଆସିଛି ଏହି ସବୁ ଆଗରୁ ଥିଲା ବୋଲି ସୂଚନା ଦେଇଥିଲେ । ଶିଶୁ ଏବଂ ମାଁ ମାନଙ୍କ ସ୍ୱାସ୍ଥ୍ୟ ନିୟନ୍ତ୍ରଣ ସୁରକ୍ଷା ନିମନ୍ତେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଆସୁଛନ୍ତି ସତ ,କିନ୍ତୁ ତାହା ବାଟ ବଣା ହେଉଛି।କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟଳୟ ଭିତରେ ଦେଖିବାକୁ ମିଳିଛି କାଗଜ କାଟନ୍ ବାକ୍ସରେ ପଡ଼ିରହିଛି ଆଇରନ ଏବଂ ଫୋଲିକ ଏସିଡ ଭିଟାମିନ ଜି ବଟିକା , ଯାହାର ଉତ୍ପାଦନ ତାରିଖ ୦୮/୨୦୨୩ ଥିବା ବେଳେ ଅବଧି ତାରିଖ ୦୭/୨୦୨୫ ରେ ଶେଷ ହୋଇଯାଇଛି। କଣ ତ୍ରୁଟି ରହିଥିଲା ଯାହା ଫଳରେ କିଶୋରୀ ବାଳିକା ଏବଂ ଗର୍ଭବତୀ ମହିଳାଙ୍କୁ ଦିଆଗଲା ନାହିଁ । କେତେ ଜଣଙ୍କ ପାଇଁ କେତେ ପରିମାଣରେ ଏହିଆଇରନ ଏବଂ ଫୋଲିକ ଏସିଡ ଭିଟାମିନ ଯୋଗାଇ ଦିଆଯାଉଛି ? କାହିଁକି ଏତେ ପରିମାଣର ଔଷଧ ଦିଆଗଲା ନାହିଁ । ତାହା ପ୍ରଶ୍ନବାଚୀ ଉଠିଛି । କଳାହାଣ୍ଡି କୋକସରା ରୁ ରିତେଶ କୁମାର ମୁଣ୍ଡ ଙ୍କ ରିପୋର୍ଟ4
- ଭବ୍ୟ କଳସ ଶୋଭାଯାତ୍ରାରୁ ଆରମ୍ଭ ହେଲା ପଞ୍ଚକୁଣ୍ଡ ଗାୟତ୍ରୀ ଯଜ୍ଞ ଓ ମହାଶିବରାତ୍ର1
- ସିନାପାଲି ମାଟିରେ ଗୁରୁ ସୁଧର୍ମା ଦାସ (ସଂକୀର୍ତ୍ତନ ଗାୟକ)1