logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଜାତୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା (NEET) (ସ୍ନାତକୋତ୍ତର) ୨୦୨୬ ଏବଂ (NEET) (ସ୍ନାତକ) ୨୦୨୬ ପୁନଃ ପରୀକ୍ଷାକୁ ସଫଳତାର ସହ ସମ୍ପନ୍ନ କରିବା ଲକ୍ଷ୍ୟରେ ନବରଙ୍ଗପୁରର ଅଶୋକ ମେହେଟା ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଡ଼ ମହେଶ୍ୱର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଡ଼ ପ୍ରମୋଦ କୁମାର ପୃଷ୍ଟି, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଆଦିତ୍ୟ ସେନ, ଡିଏସ୍‌ପି ସରୋଜ ପୁନମ କିସ୍‌ପଟା, ଏନ୍‌ଇଇଟି ସିଟି ଅଧିକାରୀ ହିତେଶ ବର୍ମା ଏବଂ ଡେପୁଟୀ କଲେକ୍ଟର ସୋଭନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲାର ନବରଙ୍ଗପୁର ସହରରେ ଥିବା ଆର୍‌ସିଡି ହାଇସ୍କୁଲ ଏବଂ ପିଏମ୍‌ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟକୁ ଜାତୀୟ ପରୀକ୍ଷା ସଂସ୍ଥା (NTA) ଦ୍ୱାରା ପରୀକ୍ଷା କେନ୍ଦ୍ର ଭାବେ ମନୋନୀତ କରାଯାଇଛି। ଏହି ଜାତୀୟ ସ୍ତରୀୟ ପରୀକ୍ଷା ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲା ସ୍ତରୀୟ ସମନ୍ୱୟ କମିଟି ଗଠନ କରାଯାଇ ନୋଡାଲ ଅଧିକାରୀମାନଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଛି। ନବରଙ୍ଗପୁର ଏବଂ ନନ୍ଦାହାଣ୍ଡି ତହସିଲଦାରଙ୍କୁ ମାଜିଷ୍ଟ୍ରେଟ ଡ୍ୟୁଟି ଅଧିକାରୀ ଭାବେ ନିଯୁକ୍ତ କରାଯାଇଥିବାବେଳେ ଆରକ୍ଷୀ ଅଧିକାରୀମାନଙ୍କୁ ପରୀକ୍ଷା କେନ୍ଦ୍ରରେ ନିରାପତ୍ତା, ଶାନ୍ତି ଏବଂ ଶୃଙ୍ଖଳା ବଜାୟ ରଖିବା ପାଇଁ ଦାୟିତ୍ୱ ଦିଆଯାଇଛି। ପରୀକ୍ଷା ଯେପରି ସୁଚାରୁ ରୂପେ ଏବଂ ଶାନ୍ତି ଶୃଙ୍ଖଳାର ସହ ସମାପନ ହେବ, ସେଥିପାଇଁ ପରୀକ୍ଷା କେନ୍ଦ୍ରରେ ପାନୀୟ ଜଳ ବ୍ୟବସ୍ଥା, ଶୌଚାଳୟ, ବିଦ୍ୟୁତ ସରବରାହ, ଦିବ୍ୟାଙ୍ଗ ପାଇଁ ହୁଇଲ୍ ଚେୟାର, ଅଗ୍ନିଶମ, ସିସିଟିଭି, ଜାମର, ଡିଜି ବ୍ୟାକଅପ୍, ପାର୍କିଂ, ଆମ୍ବୁଲାନ୍ସ ସହିତ ପରିବହନ, ମାଗଣା ବସ୍ ସେବା, ଫ୍ରିସ୍କିଂ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ନିଶ୍ଚିତ କରାଯାଇ ବିଭିନ୍ନ ଅଧିକାରୀଙ୍କୁ ଦାୟିତ୍ୱ ପ୍ରଦାନ କରାଗଲା। ଏହି ପରୀକ୍ଷା ଆସନ୍ତା ୨୧.୦୬.୨୦୨୬ ତାରିଖ ଅପରାହ୍ନ ୨.୦୦ ଘଣ୍ଟାରୁ ଆରମ୍ଭ ହୋଇ ୫.୧୫ ମିନିଟ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ବୈଠକରେ ସିଡିଏମ୍‌ଓ ଡ଼ ମଳୟ ପ୍ରଧାନ, ଆର୍‌ଟିଓ ଜିତେନ୍ଦ୍ର ଭୋଇ, ଡିଏସ୍‌ଏସ୍‌ଓ ସୁଧାଂଶୁ ପାତ୍ର, ଡିଆଇପିଆର୍‌ଓ ମନୋଜ ବେହେରା, ତହସିଲଦାର, ନବରଙ୍ଗପୁର ଭୋଳେଶ୍ୱର ନାୟକ, ତହସିଲଦାର, ନନ୍ଦାହାଣ୍ଡି ଚନ୍ଦ୍ରହାସ ମହାନନ୍ଦିଆ, ଅତିରିକ୍ତ ଶିକ୍ଷା ଅଧିକାରୀ ଏବଂ ପରୀକ୍ଷା କେନ୍ଦ୍ରର ଅଧ୍ୟକ୍ଷ ପ୍ରମୁଖ ଉପସ୍ଥିତ ଥିଲେ।

21 hrs ago
user_Nandini tv
Nandini tv
ନବରଙ୍ଗପୁର ପି.ଏସ., ନବରଙ୍ଗପୁର, ଓଡ଼ିଶା•
21 hrs ago
c5b5f98c-5c1e-442d-9ea7-bd87543f8897

ଜାତୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା (NEET) (ସ୍ନାତକୋତ୍ତର) ୨୦୨୬ ଏବଂ (NEET) (ସ୍ନାତକ) ୨୦୨୬ ପୁନଃ ପରୀକ୍ଷାକୁ ସଫଳତାର ସହ ସମ୍ପନ୍ନ କରିବା ଲକ୍ଷ୍ୟରେ ନବରଙ୍ଗପୁରର ଅଶୋକ ମେହେଟା ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଡ଼ ମହେଶ୍ୱର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଡ଼ ପ୍ରମୋଦ କୁମାର ପୃଷ୍ଟି, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଆଦିତ୍ୟ ସେନ, ଡିଏସ୍‌ପି ସରୋଜ ପୁନମ କିସ୍‌ପଟା, ଏନ୍‌ଇଇଟି ସିଟି ଅଧିକାରୀ ହିତେଶ ବର୍ମା ଏବଂ ଡେପୁଟୀ କଲେକ୍ଟର ସୋଭନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲାର ନବରଙ୍ଗପୁର ସହରରେ ଥିବା ଆର୍‌ସିଡି ହାଇସ୍କୁଲ ଏବଂ ପିଏମ୍‌ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟକୁ ଜାତୀୟ ପରୀକ୍ଷା ସଂସ୍ଥା (NTA) ଦ୍ୱାରା ପରୀକ୍ଷା କେନ୍ଦ୍ର ଭାବେ ମନୋନୀତ କରାଯାଇଛି। ଏହି ଜାତୀୟ ସ୍ତରୀୟ ପରୀକ୍ଷା ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲା ସ୍ତରୀୟ ସମନ୍ୱୟ କମିଟି ଗଠନ କରାଯାଇ ନୋଡାଲ ଅଧିକାରୀମାନଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଛି। ନବରଙ୍ଗପୁର ଏବଂ ନନ୍ଦାହାଣ୍ଡି ତହସିଲଦାରଙ୍କୁ ମାଜିଷ୍ଟ୍ରେଟ ଡ୍ୟୁଟି

32127d5c-1b50-4eb8-b8a6-c01d7e44920e

ଅଧିକାରୀ ଭାବେ ନିଯୁକ୍ତ କରାଯାଇଥିବାବେଳେ ଆରକ୍ଷୀ ଅଧିକାରୀମାନଙ୍କୁ ପରୀକ୍ଷା କେନ୍ଦ୍ରରେ ନିରାପତ୍ତା, ଶାନ୍ତି ଏବଂ ଶୃଙ୍ଖଳା ବଜାୟ ରଖିବା ପାଇଁ ଦାୟିତ୍ୱ ଦିଆଯାଇଛି। ପରୀକ୍ଷା ଯେପରି ସୁଚାରୁ ରୂପେ ଏବଂ ଶାନ୍ତି ଶୃଙ୍ଖଳାର ସହ ସମାପନ ହେବ, ସେଥିପାଇଁ ପରୀକ୍ଷା କେନ୍ଦ୍ରରେ ପାନୀୟ ଜଳ ବ୍ୟବସ୍ଥା, ଶୌଚାଳୟ, ବିଦ୍ୟୁତ ସରବରାହ, ଦିବ୍ୟାଙ୍ଗ ପାଇଁ ହୁଇଲ୍ ଚେୟାର, ଅଗ୍ନିଶମ, ସିସିଟିଭି, ଜାମର, ଡିଜି ବ୍ୟାକଅପ୍, ପାର୍କିଂ, ଆମ୍ବୁଲାନ୍ସ ସହିତ ପରିବହନ, ମାଗଣା ବସ୍ ସେବା, ଫ୍ରିସ୍କିଂ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ନିଶ୍ଚିତ କରାଯାଇ ବିଭିନ୍ନ ଅଧିକାରୀଙ୍କୁ ଦାୟିତ୍ୱ ପ୍ରଦାନ କରାଗଲା। ଏହି ପରୀକ୍ଷା ଆସନ୍ତା ୨୧.୦୬.୨୦୨୬ ତାରିଖ ଅପରାହ୍ନ ୨.୦୦ ଘଣ୍ଟାରୁ ଆରମ୍ଭ ହୋଇ ୫.୧୫ ମିନିଟ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ବୈଠକରେ ସିଡିଏମ୍‌ଓ ଡ଼ ମଳୟ ପ୍ରଧାନ, ଆର୍‌ଟିଓ ଜିତେନ୍ଦ୍ର ଭୋଇ, ଡିଏସ୍‌ଏସ୍‌ଓ ସୁଧାଂଶୁ ପାତ୍ର, ଡିଆଇପିଆର୍‌ଓ ମନୋଜ ବେହେରା, ତହସିଲଦାର, ନବରଙ୍ଗପୁର ଭୋଳେଶ୍ୱର ନାୟକ, ତହସିଲଦାର, ନନ୍ଦାହାଣ୍ଡି ଚନ୍ଦ୍ରହାସ ମହାନନ୍ଦିଆ, ଅତିରିକ୍ତ ଶିକ୍ଷା ଅଧିକାରୀ ଏବଂ ପରୀକ୍ଷା କେନ୍ଦ୍ରର ଅଧ୍ୟକ୍ଷ ପ୍ରମୁଖ ଉପସ୍ଥିତ ଥିଲେ।

More news from ଓଡ଼ିଶା and nearby areas
  • ବାଘ ଛାଲର ଚୋରା ଚାଲାଣ ବେଳେ ଅମଳାଭାଟା ଚର୍ଚ୍ଚର ପାଷ୍ଟରଙ୍କୁ ଗିରଫ କରାଯାଇଛି। ଚୋରା ଚାଲାଣ ସମୟରେ ପାଷ୍ଟରଙ୍କ ନିକଟରୁ ବାଘ ଛାଲ ଜବତ ହୋଇଛି।
    1
    ବାଘ ଛାଲର ଚୋରା ଚାଲାଣ ବେଳେ ଅମଳାଭାଟା ଚର୍ଚ୍ଚର ପାଷ୍ଟରଙ୍କୁ ଗିରଫ କରାଯାଇଛି। ଚୋରା ଚାଲାଣ ସମୟରେ ପାଷ୍ଟରଙ୍କ ନିକଟରୁ ବାଘ ଛାଲ ଜବତ ହୋଇଛି।
    user_MSP TV (Reporter:-MiHiR)
    MSP TV (Reporter:-MiHiR)
    ଡାବୁଗାନ, ନବରଙ୍ଗପୁର, ଓଡ଼ିଶା•
    9 hrs ago
  • ଜୟପୁର ଭିଜିଲାନ୍ସ କୋଟପାଡ଼ ବ୍ଲକର ସହକାରୀ ଯନ୍ତ୍ରୀ (AEE) ସତ୍ୟ ନାରାୟଣ ସେଠୀଙ୍କ ସମସ୍ତ ଗୁପ୍ତ ତଥ୍ୟ ଖୋଲି ଦେଇଛି। ଭିଜିଲାନ୍ସର ଛାନଭିନ ପରେ ଭିଜିଲାନ୍ସ ଜାଲରେ ପଡ଼ିଥିବା ଏହି 'କୁବେର ବାବୁ'ଙ୍କର ସମ୍ପତ୍ତି ତାଲିକା ପ୍ରକାଶ କରାଯାଇଛି।
    1
    ଜୟପୁର ଭିଜିଲାନ୍ସ କୋଟପାଡ଼ ବ୍ଲକର ସହକାରୀ ଯନ୍ତ୍ରୀ (AEE) ସତ୍ୟ ନାରାୟଣ ସେଠୀଙ୍କ ସମସ୍ତ ଗୁପ୍ତ ତଥ୍ୟ ଖୋଲି ଦେଇଛି। ଭିଜିଲାନ୍ସର ଛାନଭିନ ପରେ ଭିଜିଲାନ୍ସ ଜାଲରେ ପଡ଼ିଥିବା ଏହି 'କୁବେର ବାବୁ'ଙ୍କର ସମ୍ପତ୍ତି ତାଲିକା ପ୍ରକାଶ କରାଯାଇଛି।
    user_Kopad Breaking News
    Kopad Breaking News
    କୋଟପାଡ, କୋରାପୁଟ, ଓଡ଼ିଶା•
    22 hrs ago
  • ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରେଞ୍ଜ ଅନ୍ତର୍ଗତ ପାତ୍ରୀ ସଂରକ୍ଷିତ ଜଙ୍ଗଲରୁ ୧୦ ଲକ୍ଷ ଟଙ୍କାରେ ବିକ୍ରି ଉଦ୍ୟମ କରାଯାଉଥିବା ଏକ ମହାବଳ ବାଘ ଛାଲ ଜବତ ହୋଇଛି। ଏହି ଘଟଣାରେ ବନ ବିଭାଗ ଗ୍ରାହକ ସାଜି ଜଣକୁ ଗିରଫ କରିଥିବା ବେଳେ ଅନ୍ୟ ଦୁଇ ଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ନବରଙ୍ଗପୁର ବନଖଣ୍ଡ ଅଧିକାରୀ ଉଦୟନ ସୁବୁଦ୍ଧିଙ୍କ ସୂଚନା ଅନୁସାରେ, ଗତ କିଛି ଦିନ ଧରି ଜିଲ୍ଲାରେ ମହାବଳ ବାଘ ଛାଲ ବିକ୍ରି ହେଉଥିବା ନେଇ ଗୁପ୍ତ ସୂଚନା ମିଳିବା ପରେ ବନ ବିଭାଗ ସତର୍କ ହୋଇଥିଲା। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏସିଏଫ୍ ସୁବାଷ ଚନ୍ଦ୍ର ଖୁଣ୍ଟିଆ ଏବଂ ଡାବୁଗାଁ ବନାଞ୍ଚଳ ଅଧିକାରୀ ରାମଚନ୍ଦ୍ର ଭତରାଙ୍କ ତତ୍ୱାବଧାନରେ ଏକ ଟିମ୍ ଗଠନ କରାଯାଇଥିଲା। ଏହି ଟିମ୍ ଡାବୁଗାଁ ବନାଞ୍ଚଳ ଅନ୍ତର୍ଗତ ପାତ୍ରୀ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପଛରେ ଥିବା ପାତ୍ରୀ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଜଣେ ସନ୍ଦିଗ୍ଧ ବ୍ୟକ୍ତି ଏକ ବ୍ୟାଗରେ ରୟାଲ ବେଙ୍ଗଲ (ମହାବଳ) ବାଘ ଛାଲ ଚୋରା ଚାଲାଣ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ବନ କର୍ମଚାରୀମାନେ ଗ୍ରାହକ ସାଜି ତାଙ୍କୁ ଧରିବାରେ ସଫଳ ହୋଇଥିଲେ। ବାଘ ଛାଲକୁ ସିଲାଇ କରାଯାଇ ୧୦ ଲକ୍ଷ ଟଙ୍କାରେ ବିକ୍ରି କରିବା ଉଦ୍ଦେଶ୍ୟରେ ରଖାଯାଇଥିଲା। ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ଡାବୁଗାଁ ଥାନା ଅନ୍ତର୍ଗତ ପାତ୍ରୀ ଗ୍ରାମର ଶିବୁନ ଟାକ୍ରୀ ବୋଲି ଜଣାପଡିଛି, ଯିଏକି ଜଣେ ପାଷ୍ଟର ଭାବେ କାର୍ଯ୍ୟ କରୁଥିବା ଡିଏଫଓ ସୂଚନା ଦେଇଛନ୍ତି। ତାଙ୍କ ନିକଟରୁ ବାଘ ଛାଲ ସହ ଏକ ବାଇକ୍ ମଧ୍ୟ ଜବତ କରାଯାଇଛି। ବନ ବିଭାଗ ତରଫରୁ ଏ ନେଇ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଫେରାର ହୋଇଥିବା ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଜାରି ରହିଛି। ଏଥିରେ ସଂପୃକ୍ତ ଅନ୍ୟମାନଙ୍କୁ ଚିହ୍ନଟ କରିବା ପାଇଁ ଅଧିକ ତଦନ୍ତ ଚାଲିଛି।
    1
    ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରେଞ୍ଜ ଅନ୍ତର୍ଗତ ପାତ୍ରୀ ସଂରକ୍ଷିତ ଜଙ୍ଗଲରୁ ୧୦ ଲକ୍ଷ ଟଙ୍କାରେ ବିକ୍ରି ଉଦ୍ୟମ କରାଯାଉଥିବା ଏକ ମହାବଳ ବାଘ ଛାଲ ଜବତ ହୋଇଛି। ଏହି ଘଟଣାରେ ବନ ବିଭାଗ ଗ୍ରାହକ ସାଜି ଜଣକୁ ଗିରଫ କରିଥିବା ବେଳେ ଅନ୍ୟ ଦୁଇ ଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।

ନବରଙ୍ଗପୁର ବନଖଣ୍ଡ ଅଧିକାରୀ ଉଦୟନ ସୁବୁଦ୍ଧିଙ୍କ ସୂଚନା ଅନୁସାରେ, ଗତ କିଛି ଦିନ ଧରି ଜିଲ୍ଲାରେ ମହାବଳ ବାଘ ଛାଲ ବିକ୍ରି ହେଉଥିବା ନେଇ ଗୁପ୍ତ ସୂଚନା ମିଳିବା ପରେ ବନ ବିଭାଗ ସତର୍କ ହୋଇଥିଲା। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏସିଏଫ୍ ସୁବାଷ ଚନ୍ଦ୍ର ଖୁଣ୍ଟିଆ ଏବଂ ଡାବୁଗାଁ ବନାଞ୍ଚଳ ଅଧିକାରୀ ରାମଚନ୍ଦ୍ର ଭତରାଙ୍କ ତତ୍ୱାବଧାନରେ ଏକ ଟିମ୍ ଗଠନ କରାଯାଇଥିଲା। ଏହି ଟିମ୍ ଡାବୁଗାଁ ବନାଞ୍ଚଳ ଅନ୍ତର୍ଗତ ପାତ୍ରୀ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପଛରେ ଥିବା ପାତ୍ରୀ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଜଣେ ସନ୍ଦିଗ୍ଧ ବ୍ୟକ୍ତି ଏକ ବ୍ୟାଗରେ ରୟାଲ ବେଙ୍ଗଲ (ମହାବଳ) ବାଘ ଛାଲ ଚୋରା ଚାଲାଣ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ବନ କର୍ମଚାରୀମାନେ ଗ୍ରାହକ ସାଜି ତାଙ୍କୁ ଧରିବାରେ ସଫଳ ହୋଇଥିଲେ। ବାଘ ଛାଲକୁ ସିଲାଇ କରାଯାଇ ୧୦ ଲକ୍ଷ ଟଙ୍କାରେ ବିକ୍ରି କରିବା ଉଦ୍ଦେଶ୍ୟରେ ରଖାଯାଇଥିଲା।

ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ଡାବୁଗାଁ ଥାନା ଅନ୍ତର୍ଗତ ପାତ୍ରୀ ଗ୍ରାମର ଶିବୁନ ଟାକ୍ରୀ ବୋଲି ଜଣାପଡିଛି, ଯିଏକି ଜଣେ ପାଷ୍ଟର ଭାବେ କାର୍ଯ୍ୟ କରୁଥିବା ଡିଏଫଓ ସୂଚନା ଦେଇଛନ୍ତି। ତାଙ୍କ ନିକଟରୁ ବାଘ ଛାଲ ସହ ଏକ ବାଇକ୍ ମଧ୍ୟ ଜବତ କରାଯାଇଛି। ବନ ବିଭାଗ ତରଫରୁ ଏ ନେଇ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଫେରାର ହୋଇଥିବା ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଜାରି ରହିଛି। ଏଥିରେ ସଂପୃକ୍ତ ଅନ୍ୟମାନଙ୍କୁ ଚିହ୍ନଟ କରିବା ପାଇଁ ଅଧିକ ତଦନ୍ତ ଚାଲିଛି।
    user_Santosh kumar
    Santosh kumar
    Court reporter କୋସାଗୁମୁଡା, ନବରଙ୍ଗପୁର, ଓଡ଼ିଶା•
    9 hrs ago
  • ଜୟପୁର ଅନ୍ତର୍ଗତ ଗଡ଼ପଦରଠାରେ ବିରିପାଣି ଯାତ୍ରା ଆୟୋଜିତ ହୋଇଛି।
    1
    ଜୟପୁର ଅନ୍ତର୍ଗତ ଗଡ଼ପଦରଠାରେ ବିରିପାଣି ଯାତ୍ରା ଆୟୋଜିତ ହୋଇଛି।
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    11 hrs ago
  • କଳାହାଣ୍ଡି ଜିଲ୍ଲାର କୋକସରା ବ୍ଲକ ଅନ୍ତର୍ଗତ ଚିକିଲି ଗ୍ରାମରେ ଏକ ଭାଲୁ ପଶିଥିବା ସୂଚନା ମିଳିଛି। ଏହି ଖବର ପାଇବା ପରେ ସ୍ଥାନୀୟ ପୋଲିସ ଏବଂ ବନ ବିଭାଗର କର୍ମଚାରୀମାନେ ଚିକିଲି ଗ୍ରାମରେ ପହଞ୍ଚି ଭାଲୁ ଉପରେ ନଜର ରଖିଛନ୍ତି।
    1
    କଳାହାଣ୍ଡି ଜିଲ୍ଲାର କୋକସରା ବ୍ଲକ ଅନ୍ତର୍ଗତ ଚିକିଲି ଗ୍ରାମରେ ଏକ ଭାଲୁ ପଶିଥିବା ସୂଚନା ମିଳିଛି। ଏହି ଖବର ପାଇବା ପରେ ସ୍ଥାନୀୟ ପୋଲିସ ଏବଂ ବନ ବିଭାଗର କର୍ମଚାରୀମାନେ ଚିକିଲି ଗ୍ରାମରେ ପହଞ୍ଚି ଭାଲୁ ଉପରେ ନଜର ରଖିଛନ୍ତି।
    user_Basanta Sarabu mbc tv
    Basanta Sarabu mbc tv
    Reporter କୋକସରା, କଳାହାଣ୍ଡି, ଓଡ଼ିଶା•
    17 hrs ago
  • କଳାହାଣ୍ଡି ଜିଲ୍ଲାର କୋକସରା ବ୍ଲକ ଅନ୍ତର୍ଗତ ଚିକିଲି ଗ୍ରାମକୁ ଶନିବାର ଦିନ ଖାଦ୍ୟ ଅନ୍ୱେଷଣରେ ଦୁଇଟି ଜଙ୍ଗଲୀ ଭାଲୁ ପଶି ଆସିଥିଲେ। ଗ୍ରାମ ମଧ୍ୟରେ ଭାଲୁ ଦୁଇଟିକୁ ଦେଖି ଚିକିଲି ଗ୍ରାମବାସୀ ଭୟଭୀତ ହୋଇପଡ଼ିଥିଲେ। ଏହି ଘଟଣା ନେଇ ଗ୍ରାମବାସୀ ବନ ବିଭାଗକୁ ଖବର ଦେବା ପରେ, ଦକ୍ଷିଣ ବନ ଖଣ୍ଡ ଅଧୀନରେ ଥିବା କୋକସରା ଫରେଷ୍ଟ ସେକ୍ସନର ଫରେଷ୍ଟର ରଶ୍ମି ରଞ୍ଜିତା ନାଏକ ନିଜ ଟିମ୍ ସହ ଚିକିଲି ଗ୍ରାମରେ ପହଞ୍ଚି ପୋଲିସକୁ ମଧ୍ୟ ସୂଚନା ଦେଇଥିଲେ। ଦୀର୍ଘ ସମୟ ଧରି ବନ ବିଭାଗ କର୍ମଚାରୀ ଓ ଗ୍ରାମବାସୀଙ୍କ ଅକ୍ଲାନ୍ତ ପରିଶ୍ରମ ପରେ, ଦିନ ୧୧ଟା ୩୦ ମିନିଟ୍ ସମୟରେ ଭାଲୁ ଦୁଇଟିକୁ ଜନବସତିରୁ ବାହାରକୁ ଘଉଡ଼ାଇ ଦିଆଯାଇଥିଲା। ଏହି ଦୁଇଟି ଜଙ୍ଗଲୀ ଭାଲୁଙ୍କୁ ଜନବସତିରୁ ହଟାଇବା ପାଇଁ ବନ ବିଭାଗ କର୍ମଚାରୀଙ୍କୁ ନାକେଦମ୍ ହେବାକୁ ପଡ଼ିଥିଲା। ବନ ବିଭାଗ କର୍ମଚାରୀମାନେ ବର୍ତ୍ତମାନ ଚିକିଲି ଗ୍ରାମରେ ଡେରା ପକାଇ ଭାଲୁ ଉପରେ ନଜର ରଖିଛନ୍ତି। ତେବେ, ଭାଲୁ ପୁଣିଥରେ ଜନବସତି ମୁହାଁ ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇପାରିବ ନାହିଁ।
    1
    କଳାହାଣ୍ଡି ଜିଲ୍ଲାର କୋକସରା ବ୍ଲକ ଅନ୍ତର୍ଗତ ଚିକିଲି ଗ୍ରାମକୁ ଶନିବାର ଦିନ ଖାଦ୍ୟ ଅନ୍ୱେଷଣରେ ଦୁଇଟି ଜଙ୍ଗଲୀ ଭାଲୁ ପଶି ଆସିଥିଲେ। ଗ୍ରାମ ମଧ୍ୟରେ ଭାଲୁ ଦୁଇଟିକୁ ଦେଖି ଚିକିଲି ଗ୍ରାମବାସୀ ଭୟଭୀତ ହୋଇପଡ଼ିଥିଲେ।

ଏହି ଘଟଣା ନେଇ ଗ୍ରାମବାସୀ ବନ ବିଭାଗକୁ ଖବର ଦେବା ପରେ, ଦକ୍ଷିଣ ବନ ଖଣ୍ଡ ଅଧୀନରେ ଥିବା କୋକସରା ଫରେଷ୍ଟ ସେକ୍ସନର ଫରେଷ୍ଟର ରଶ୍ମି ରଞ୍ଜିତା ନାଏକ ନିଜ ଟିମ୍ ସହ ଚିକିଲି ଗ୍ରାମରେ ପହଞ୍ଚି ପୋଲିସକୁ ମଧ୍ୟ ସୂଚନା ଦେଇଥିଲେ। ଦୀର୍ଘ ସମୟ ଧରି ବନ ବିଭାଗ କର୍ମଚାରୀ ଓ ଗ୍ରାମବାସୀଙ୍କ ଅକ୍ଲାନ୍ତ ପରିଶ୍ରମ ପରେ, ଦିନ ୧୧ଟା ୩୦ ମିନିଟ୍ ସମୟରେ ଭାଲୁ ଦୁଇଟିକୁ ଜନବସତିରୁ ବାହାରକୁ ଘଉଡ଼ାଇ ଦିଆଯାଇଥିଲା। ଏହି ଦୁଇଟି ଜଙ୍ଗଲୀ ଭାଲୁଙ୍କୁ ଜନବସତିରୁ ହଟାଇବା ପାଇଁ ବନ ବିଭାଗ କର୍ମଚାରୀଙ୍କୁ ନାକେଦମ୍ ହେବାକୁ ପଡ଼ିଥିଲା।

ବନ ବିଭାଗ କର୍ମଚାରୀମାନେ ବର୍ତ୍ତମାନ ଚିକିଲି ଗ୍ରାମରେ ଡେରା ପକାଇ ଭାଲୁ ଉପରେ ନଜର ରଖିଛନ୍ତି। ତେବେ, ଭାଲୁ ପୁଣିଥରେ ଜନବସତି ମୁହାଁ ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇପାରିବ ନାହିଁ।
    user_Maheswar Pati,
    Maheswar Pati,
    ଲାଞ୍ଜିଗଡ଼, କଳାହାଣ୍ଡି, ଓଡ଼ିଶା•
    9 hrs ago
  • ଡାବୁଗାଁରେ ମାଁ ସମଲେଇଙ୍କ ଏକ ଭବ୍ୟ ମନ୍ଦିର ପ୍ରତିଷ୍ଠା କରାଯାଇଛି। ଏହି ପବିତ୍ର ଅବସରରେ ଡାବୁଗାଁ ଏବଂ ଡ଼ଙ୍ଗରୀଗୁଡା ଗ୍ରାମର ଶତାଧିକ ଲୋକ ଯୋଗଦେଇଥିଲେ।
    1
    ଡାବୁଗାଁରେ ମାଁ ସମଲେଇଙ୍କ ଏକ ଭବ୍ୟ ମନ୍ଦିର ପ୍ରତିଷ୍ଠା କରାଯାଇଛି। ଏହି ପବିତ୍ର ଅବସରରେ ଡାବୁଗାଁ ଏବଂ ଡ଼ଙ୍ଗରୀଗୁଡା ଗ୍ରାମର ଶତାଧିକ ଲୋକ ଯୋଗଦେଇଥିଲେ।
    user_MSP TV (Reporter:-MiHiR)
    MSP TV (Reporter:-MiHiR)
    ଡାବୁଗାନ, ନବରଙ୍ଗପୁର, ଓଡ଼ିଶା•
    19 hrs ago
  • ଡାବୁଗାଁ ବନ ବିଭାଗ ପାଟ୍ରି ଜଙ୍ଗଲ ନିକଟରେ ମହାବଳ ବାଘ ଛାଲ ବିକ୍ରି ସମୟରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିବା ସହ ବାଘ ଛାଲ ଜବତ କରିବାରେ ସଫଳ ହୋଇଛି। ବିଶେଷ ସୂତ୍ରରୁ ଖବର ପାଇ ନବରଙ୍ଗପୁର DFO ଉଦୟମାନ ସୁବୁଦ୍ଧିଙ୍କ ନେତୃତ୍ୱରେ ନବରଙ୍ଗପୁର ଏବଂ ଡାବୁଗାଁ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ବେଳେ ତିନି ଜଣ ବ୍ୟବସାୟୀ ୧୦ ଲକ୍ଷ ଟଙ୍କାରେ ବାଘ ଛାଲ ବିକ୍ରି ପାଇଁ ମୂଲଚାଲ କରୁଥିଲେ। ବନ ବିଭାଗର ଚଢ଼ାଉ ସମୟରେ ଦୁଇ ଜଣ ବ୍ୟବସାୟୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଜଣେ ବ୍ୟବସାୟୀଙ୍କୁ ବାଘ ଛାଲ ସହ ଧରାଯାଇଛି। ଗିରଫ ହୋଇଥିବା ବ୍ୟକ୍ତି ଜଣକ ପାଟ୍ରି ଗ୍ରାମ ପଞ୍ଚାୟତର ଖୋଲିଗୁଡ଼ା ଗାଁର ବୋଲି ଜଣାପଡ଼ିଛି। ସେ ତେନ୍ତୁଳିଖୁଣ୍ଟି ବ୍ଲକର ଅମଳଭଟା ଚର୍ଚ୍ଚରେ ଫାଷ୍ଟର ଭାବେ କାର୍ଯ୍ୟ କରୁଥିଲେ। ଏହି ବାଘ ଛାଲଟି ଝାରସୁଗୁଡ଼ା ଜିଲ୍ଲାରୁ ଅଣାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏହି ରାକେଟରେ ଅନ୍ୟ କେଉଁ ଅଭିଯୁକ୍ତମାନେ ସଂଶ୍ଳିଷ୍ଟ ଅଛନ୍ତି, ତାହାକୁ ନେଇ ପୋଲିସ ପକ୍ଷରୁ ଅନୁସନ୍ଧାନ ଜାରି ରହିଛି। ନବରଙ୍ଗପୁର DFO ଉଦୟମାନ ସୁବୁଦ୍ଧିଙ୍କ ନେତୃତ୍ୱରେ ଏହି ଅପରେସନରେ ନବରଙ୍ଗପୁର ACF ସୁବାସ ଚନ୍ଦ୍ର ଖୁଣ୍ଟିଆ, ଡାବୁଗାଁ ରେଞ୍ଜର ରାମଚନ୍ଦ୍ର ଭତ୍ରା, ଜୋଟାବାଲ ଫରେଷ୍ଟର ପ୍ରଫୁଲ କୁମାର ମାଝୀ, ଫରେଷ୍ଟର ଉମାକାନ୍ତ ପଟ୍ଟନାୟକ, ଫରେଷ୍ଟ ଗାର୍ଡ ଟିମ ଏବଂ ନବରଙ୍ଗପୁର ୱାଇଲ୍ଡ ଲାଇଫ ସ୍କ୍ୱାଡ୍ ସାମିଲ ଥିଲେ।
    1
    ଡାବୁଗାଁ ବନ ବିଭାଗ ପାଟ୍ରି ଜଙ୍ଗଲ ନିକଟରେ ମହାବଳ ବାଘ ଛାଲ ବିକ୍ରି ସମୟରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିବା ସହ ବାଘ ଛାଲ ଜବତ କରିବାରେ ସଫଳ ହୋଇଛି। ବିଶେଷ ସୂତ୍ରରୁ ଖବର ପାଇ ନବରଙ୍ଗପୁର DFO ଉଦୟମାନ ସୁବୁଦ୍ଧିଙ୍କ ନେତୃତ୍ୱରେ ନବରଙ୍ଗପୁର ଏବଂ ଡାବୁଗାଁ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ବେଳେ ତିନି ଜଣ ବ୍ୟବସାୟୀ ୧୦ ଲକ୍ଷ ଟଙ୍କାରେ ବାଘ ଛାଲ ବିକ୍ରି ପାଇଁ ମୂଲଚାଲ କରୁଥିଲେ।

ବନ ବିଭାଗର ଚଢ଼ାଉ ସମୟରେ ଦୁଇ ଜଣ ବ୍ୟବସାୟୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଜଣେ ବ୍ୟବସାୟୀଙ୍କୁ ବାଘ ଛାଲ ସହ ଧରାଯାଇଛି। ଗିରଫ ହୋଇଥିବା ବ୍ୟକ୍ତି ଜଣକ ପାଟ୍ରି ଗ୍ରାମ ପଞ୍ଚାୟତର ଖୋଲିଗୁଡ଼ା ଗାଁର ବୋଲି ଜଣାପଡ଼ିଛି। ସେ ତେନ୍ତୁଳିଖୁଣ୍ଟି ବ୍ଲକର ଅମଳଭଟା ଚର୍ଚ୍ଚରେ ଫାଷ୍ଟର ଭାବେ କାର୍ଯ୍ୟ କରୁଥିଲେ। ଏହି ବାଘ ଛାଲଟି ଝାରସୁଗୁଡ଼ା ଜିଲ୍ଲାରୁ ଅଣାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏହି ରାକେଟରେ ଅନ୍ୟ କେଉଁ ଅଭିଯୁକ୍ତମାନେ ସଂଶ୍ଳିଷ୍ଟ ଅଛନ୍ତି, ତାହାକୁ ନେଇ ପୋଲିସ ପକ୍ଷରୁ ଅନୁସନ୍ଧାନ ଜାରି ରହିଛି।

ନବରଙ୍ଗପୁର DFO ଉଦୟମାନ ସୁବୁଦ୍ଧିଙ୍କ ନେତୃତ୍ୱରେ ଏହି ଅପରେସନରେ ନବରଙ୍ଗପୁର ACF ସୁବାସ ଚନ୍ଦ୍ର ଖୁଣ୍ଟିଆ, ଡାବୁଗାଁ ରେଞ୍ଜର ରାମଚନ୍ଦ୍ର ଭତ୍ରା, ଜୋଟାବାଲ ଫରେଷ୍ଟର ପ୍ରଫୁଲ କୁମାର ମାଝୀ, ଫରେଷ୍ଟର ଉମାକାନ୍ତ ପଟ୍ଟନାୟକ, ଫରେଷ୍ଟ ଗାର୍ଡ ଟିମ ଏବଂ ନବରଙ୍ଗପୁର ୱାଇଲ୍ଡ ଲାଇଫ ସ୍କ୍ୱାଡ୍ ସାମିଲ ଥିଲେ।
    user_Gam Khabar
    Gam Khabar
    Local News Reporter କୋସାଗୁମୁଡା, ନବରଙ୍ଗପୁର, ଓଡ଼ିଶା•
    6 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.