କେରଜଙ୍ଗ ଠାରେ ସାର ପାଇଁ ରେଲୱେ ର୍ୟାକ୍ ପଏଂଟ୍ ସ୍ଥାପନ ଓ ଚାଷୀଙ୍କୁ ସାର ଯୋଗାଇବା ପାଇଁ ଜିଲ୍ଲା କିଷାନ କଂଗ୍ରେସ୍ ପକ୍ଷରୁ ରାଜ୍ୟପାଳଙ୍କୁ ଦାବୀପତ୍ର ତାଳଚେର:-ଅନୁଗୋଳ ଜିଲ୍ଲା କେରଜଙ୍ଗ ଠାରେ ସାର ପାଇଁ ରେଲୱେ ର୍ୟାକ୍ ପଏଂଟ୍ ସ୍ଥାପନ ଓ ଚାଷୀଙ୍କୁ ଆବଶ୍ୟକ ମୁତାବକ ସାର ଯୋଗାଇବା ପାଇଁ ଜିଲ୍ଲା କିଷାନ କଂଗ୍ରେସ୍ ପକ୍ଷରୁ ରାଜ୍ୟପାଳଙ୍କୁ ସାକ୍ଷାତ କରି ଦାବୀପତ୍ର ପ୍ରଦାନ କରାଯାଇଛି । ଅଖିଳ ଭାରତ କିଷାନ୍ କଂଗ୍ରେସ୍ ରାଷ୍ଟ୍ରୀୟ ସଂଯୋଜକ ଅମୀୟ କୁମାର ପଟ୍ଟନାୟକଙ୍କ ସହିତ ଅନୁଗୋଳ ଜିଲ୍ଲା କିଷାନ୍ କଂଗ୍ରେସ୍ ପୂର୍ବତନ ସଭାପତି ଦାଶରଥୀ ସାହୁ ପ୍ରମୁଖ ଏକ ପ୍ରତିନିଧି ମଣ୍ଡଳୀ ଭୁବନେଶ୍ୱର ସ୍ଥିତ ରାଜଭବନକୁ ଯାଇ ରାଜ୍ୟପାଳଙ୍କୁ ସାକ୍ଷାତ କରି ଆଲୋଚନା କରିବା ସହିତ ସ୍ମାରକପତ୍ର ପ୍ରଦାନ କରିଥିଲେ । ଦାବୀପତ୍ରରେ ଉଲ୍ଲେଖ କରାଯାଇଅଛି ଯେ, ଅନୁଗୋଳ ଜିଲ୍ଲାକୁ ଅନେକ ସମୟରେ ସାର ଯୋଗାଣରେ ବହୁ ସମସ୍ୟା ସୃଷ୍ଟି ହେଉଛି । ଏଠାରେ ଏକ ର୍ୟାକେ୍ ପଏଂଟ୍ ସ୍ଥାପନ କରାଯିବା ଅତ୍ୟନ୍ତ ଜରୁରୀ ।ଏହା ବ୍ୟତୀତ ଚାଷୀ ଆବଶ୍ୟକ ମୁତାବକ ସାର ଠିକଣା ସମୟରେ ଯୋଗାଇ ଦେବା ସହ ଚଢ଼ା ଦରରେ ବିକ୍ରି କରୁଥିବା କଳାବଜାରୀ ମାନଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉଲ୍ଲେଖ କରାଯାଇଛି । ଏହି ପ୍ରତିନିଧି ମଣ୍ଡଳୀରେ ଜିଲ୍ଲାର ପରମାନନ୍ଦନ ବେହେରା, ସୁଧିର ବେହେରା ଓ ପ୍ରମୋଦ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ବୋଲି ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ଜଣାଇଛନ୍ତି ।

- ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ସ୍ମୁତିରେ ଦେଉଳବେଡା ତେଲିସାହି ଠାରେ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ତାଳଚେର :-ତାଳଚେର ପୌରାଞ୍ଚଳର ହାଣ୍ଡିଧୁଆ ସ୍ଥିତ ଦେଉଳବେଡା ତେଲିସାହି ମାଉସୀ ମା' ମନ୍ଦିର ପ୍ରାଗଣରେ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ପ୍ରତିମୂର୍ତ୍ତି ସ୍ଥାପନା ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଏହି ଭୂମି ପୁଜନ କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା ନିରୋଦ ପ୍ରଧାନଙ୍କ ସହ ଦେଉଳବେଡ଼ା ତେଲିସାହି ଗ୍ରାମ କମିଟି ସଭାପତି ନବକିଶୋର ସାହୁ ପୂଜାରେ ବସିଥିଲେ । ଏହି କାର୍ଯ୍ୟକ୍ରମରେ ତାଳଚେର ସମସ୍ତ ଜନସାଧାରଣ ସାମିଲ ହେବା ସହ ପୂର୍ବତନ ଢେଙ୍କାନାଳ ସାଂସଦ ମହେଶ ସାହୁ, ତାଳଚେର ନଗରପାଳ ପବିତ୍ର ଭୂତିଆ, କାଉନସିଲର ଲୀନା ସାହୁ, ଅନୀତା ବିଶ୍ୱାଳ, ବିଜେପି ଜ଼ିଲ୍ଲା ସଭାପତି ଯଯାତି ପଟ୍ଟନାୟକ, ଉପସଭାପତି ମନୋଜ ପ୍ରଧାନ, ବିଭୁତି ସାହୁ, ପୂର୍ବତନ ଉପ ନଗରପାଳ ଶୁଫଳା ପୃଷ୍ଟି, ପୂର୍ବତନ କାଉନସିଲର ଶଙ୍କର୍ଷଣ ବେହେରା ଓ ଆଇନଜୀବୀ ଦୟାସାଗର ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଦେବେନ୍ଦ୍ର ପ୍ରଧାନ ସୃତି ସଂସଦର ସଭାପତି ତୁଷାର କୁମାର ସାହୁ ଓ ସାଧାରଣ ସମ୍ପାଦକ ଜ୍ଞାନେସ୍ୱର ସାହୁଙ୍କ ତତ୍ତ୍ୱାବଧାନରେ ଏହି ଭବ୍ୟ ଆୟୋଜନ ହେଇଥିଲା l ଡାକ୍ତର ଦେବେନ୍ଦ୍ର ପ୍ରଧାନ ତାଳଚେରରେ ତାଙ୍କର କର୍ମଭୂମି ଭାବେ ତାଙ୍କର କାର୍ଯ୍ୟ ଆରମ୍ଭ କରିଥିଲେ l ଏହି ଠାରୁ ମଧ୍ୟ ବିଜେପି ଦଳ ପାଇଁ ତାଙ୍କର କାର୍ଯ୍ୟ କରିଥିଲେ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ l4
- ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ବର୍ଗତ ଡ଼ା ଦେବେନ୍ଦ୍ର ପ୍ରଧାନ ଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା ନିମନ୍ତେ ଭୂମି ପୂଜନ। ତାଳଚେର:ତାଳଚେର ପୌରାଞ୍ଚଳ ୧୮ନଂ ୱାର୍ଡ ରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତ ଡ ଦେବେନ୍ଦ୍ର ପ୍ରଧାନ ଙ୍କ ପ୍ରତିମୂର୍ତ୍ତି ସ୍ଥାପନ ର ଭୂମି ପୂଜନ ଅନୁଷ୍ଠିତ। ଏହି ଭୂମି ପୂଜନ କାର୍ଯ୍ୟକ୍ରମ ରେ ବିଜେପି ର ଜିଲ୍ଲା ସଭାପତି ଯଯାତି କେଶରୀ ପଟ୍ଟନାୟକ,ପୂର୍ବତନ ସାଂସଦ ମହେଶ ସାହୁ, ନଗରପାଳ ପବିତ୍ର ଭୂତିଆ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।1
- ଚୁପ : ଡିଉଟି ଚାଲିଛି ବେରୋଜଗାର ଯୁବକ ପରିବାର ପାଇଁ ଖଟୁଛନ୍ତି। ଆଉ ଯେଉଁ ମାଲିକ ଟଙ୍କା ଦେଉଛନ୍ତି ତାଙ୍କର କାମ ନ କଲେ ସେ କଣ କରିବେ ? ଉଭୟ ଙ୍କ ମଧ୍ୟ ରେ ମଧ୍ୟସ୍ଥତା କରୁଥିବା ବ୍ୟକ୍ତି ହିଁ ହରଡଘଣାରେ । ଥାନାରେ ପହଂଚି ଏତଲା ପରେ କେସ ହେଲେ ଅସୁବିଧା କାହାର ??1
- ହିଂସା କେତେ ଦିନ ପାଇଁ ଭିଡ଼ିଓ1
- ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଠାରେ ସୁଶାସନ ସପ୍ତାହ ଅବସରରେ ଅଟଳ ସ୍ମୃତି ସମ୍ମିଳନୀ।1
- Post by User5115 Susanta Kumar Pattnaik1
- କୁଚିଣ୍ଡା ମହାବିଦ୍ୟାଳୟ ପ୍ରେକ୍ଷାଲୟରେ କୁଚିଣ୍ଡା ଭାରତୀୟ ଜନତା ପାର୍ଟି 🪷ନଗର ମଣ୍ଡଳ ପକ୍ଷରୁ ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ।1
- ଚାଷୀଙ୍କ ବିକାଶ ପାଇଁ FPO ପକ୍ଷରୁ ନୀତି ନିର୍ଦ୍ଧାରଣ ବୈଠକ I Boudh News I @ranjankumardash1