Shuru
Apke Nagar Ki App…
ଜୁନ୍ ୨୧ ତାରିଖରେ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ବଣାଇଁ ହକି ଷ୍ଟାଡିଅମ ଠାରେ ଯୋଗ ଦିବସ ପାଳିତ ହୋଇ ଯାଇଛି। ଏହି ଯୋଗ ଶିବିରରେ କେନ୍ଦ୍ର ଆଦିବାସୀ ବ୍ୟାପର ମନ୍ତ୍ରୀ ଜୁଏଲ ଓରାମ ଯୋଗଦାନ କରି ଅନ୍ୟମାନଙ୍କ ସହ ମିଶି ଯୋଗ ଅଭ୍ୟାସ କରିଥିଲେ। ମନ୍ତ୍ରୀ ଜୁଏଲ ଓରାମ ଏହି ଅବସରରେ କହିଥିଲେ ଯେ ନିୟମିତ ଯୋଗ କଲେ ଶରୀର ସୁସ୍ଥ ରହିବ। ସେହିପରି ବଣାଇ ଡ଼ିଏଫ ମଧ୍ୟ ଯୋଗର ମହତ୍ତ୍ୱ ବର୍ଣ୍ଣନା କରି କହିଥିଲେ ଯେ ଯୋଗ ଆମ ଶରୀର ଲାଗି ଜରୁରୀ। ସେ ଆହୁରି ମଧ୍ୟ ଦର୍ଶାଇଥିଲେ ଯେ ଆଜିକାଲିର ଖାଦ୍ୟପେୟ ଦ୍ୱାରା ଅଧିକ ରୋଗ ଦେଖା ଦେଉଛି, ତେଣୁ ପ୍ରତ୍ୟେକ ଦିନ ଯୋଗ ଅଭ୍ୟାସ କଲେ ଆମେ ନିରୋଗ ରହିପାରିବା ଏବଂ ଶରୀର ସୁସ୍ଥ ରହିବ। ଏହି ଯୋଗ ଶିବିରରେ ବଣେଇ ଉପ ଜିଲ୍ଲାପାଳ, ବଣେଇ SDPO, ବଣେଇ ବିଡ଼ିଓ ଓ ବିଭିନ୍ନ ସରକାରୀ କର୍ମଚାରୀଙ୍କ ସହିତ ଛାତ୍ରଛାତ୍ରୀ ଏବଂ ଅନେକ ଜନସାଧାରଣ ଯୋଗ ଅଭ୍ୟାସ କରିଥିଲେ। ଶେଷରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ବୃକ୍ଷରୋପଣ ମଧ୍ୟ କରିଥିଲେ।
ସୁରଜ ପ୍ରତାପ ମହାନ୍ତି
ଜୁନ୍ ୨୧ ତାରିଖରେ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ବଣାଇଁ ହକି ଷ୍ଟାଡିଅମ ଠାରେ ଯୋଗ ଦିବସ ପାଳିତ ହୋଇ ଯାଇଛି। ଏହି ଯୋଗ ଶିବିରରେ କେନ୍ଦ୍ର ଆଦିବାସୀ ବ୍ୟାପର ମନ୍ତ୍ରୀ ଜୁଏଲ ଓରାମ ଯୋଗଦାନ କରି ଅନ୍ୟମାନଙ୍କ ସହ ମିଶି ଯୋଗ ଅଭ୍ୟାସ କରିଥିଲେ। ମନ୍ତ୍ରୀ ଜୁଏଲ ଓରାମ ଏହି ଅବସରରେ କହିଥିଲେ ଯେ ନିୟମିତ ଯୋଗ କଲେ ଶରୀର ସୁସ୍ଥ ରହିବ। ସେହିପରି ବଣାଇ ଡ଼ିଏଫ ମଧ୍ୟ ଯୋଗର ମହତ୍ତ୍ୱ ବର୍ଣ୍ଣନା କରି କହିଥିଲେ ଯେ ଯୋଗ ଆମ ଶରୀର ଲାଗି ଜରୁରୀ। ସେ ଆହୁରି ମଧ୍ୟ ଦର୍ଶାଇଥିଲେ ଯେ ଆଜିକାଲିର ଖାଦ୍ୟପେୟ ଦ୍ୱାରା ଅଧିକ ରୋଗ ଦେଖା ଦେଉଛି, ତେଣୁ ପ୍ରତ୍ୟେକ ଦିନ ଯୋଗ ଅଭ୍ୟାସ କଲେ ଆମେ ନିରୋଗ ରହିପାରିବା ଏବଂ ଶରୀର ସୁସ୍ଥ ରହିବ। ଏହି ଯୋଗ ଶିବିରରେ ବଣେଇ ଉପ ଜିଲ୍ଲାପାଳ, ବଣେଇ SDPO, ବଣେଇ ବିଡ଼ିଓ ଓ ବିଭିନ୍ନ ସରକାରୀ କର୍ମଚାରୀଙ୍କ ସହିତ ଛାତ୍ରଛାତ୍ରୀ ଏବଂ ଅନେକ ଜନସାଧାରଣ ଯୋଗ ଅଭ୍ୟାସ କରିଥିଲେ। ଶେଷରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ବୃକ୍ଷରୋପଣ ମଧ୍ୟ କରିଥିଲେ।
More news from ଓଡ଼ିଶା and nearby areas
- ବଣାଇ ହକ୍କୀ ଷ୍ଟାଡିୟମ ଠାରେ ପାଳିତ ହୋଇଥିବା ଆନ୍ତର୍ଜାତୀୟ ଯୋଗ ଦିବସରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଯୋଗଦେଇଥିଲେ।1
- କେନ୍ଦୁଝର ଜିଲ୍ଲା ଚମ୍ପୁଆ ସୀମାରେ ମୋଟ ୩୨ଟି ହାତୀ ଏକାଠି ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ପୂର୍ବରୁ ଚମ୍ପୁଆ ରେଞ୍ଜରେ ୭ଟି ହାତୀ ରହିଥିବା ବେଳେ, ଦୁଇ ଦିନ ତଳେ ମୟୂରଭଞ୍ଜରୁ ୨୫ଟି ହାତୀ ଚମ୍ପୁଆକୁ ଫେରିଆସିଥିଲେ। ବର୍ତ୍ତମାନ ଏହି ସମସ୍ତ ୩୨ଟି ହାତୀ କେଶରୀ ଗାଁର ଏକ ରବର ବଗିଚାରେ ଏକାଠି ହୋଇ ରହିଛନ୍ତି।1
- ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ବ୍ଲକ ଅନ୍ତର୍ଗତ ହାଡ଼ିପାଲି ଗ୍ରାମପଞ୍ଚାୟତର ବିଜାଗୁଡ଼ା ଠାରେ ସୁମି ବାଗଙ୍କ ପକ୍ଷରୁ ଏକ ବଏଠିକି କୀର୍ତନ ଆୟୋଜିତ ହୋଇଛି।1
- କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତର ବିସ୍ତାପାଳ ଗ୍ରାମରେ ଚାଲିଥିବା ରଜ ମହୋତ୍ସବ ଜୁନ୍ ୨୦ ତାରିଖରେ ଆନନ୍ଦ ଉଲ୍ଲାସରେ ଉଦ୍ଯାପିତ ହୋଇଯାଇଛି। ବିସ୍ତାପାଳ ଆମ୍ବତୋଟାଠାରେ ଆୟୋଜିତ ଏହି ମହୋତ୍ସବରେ ଖାଇଦୋଳି ସମେତ ଅନ୍ୟାନ୍ୟ ଦୋଳି ଓ ମୀନା ବଜାରର ବ୍ୟବସ୍ଥା କରାଯାଇଥିଲା। ଏହି ଅବସରରେ ସ୍ଥାନୀୟ ଅଞ୍ଚଳର ବହୁ ସଂଖ୍ୟକ ଆଦିବାସୀ ସଂପ୍ରଦାୟର ଲୋକେ ଏକାଠି ହୋଇଥିଲେ। ମାଦଳର ତାଳେ ତାଳେ ପୁଅ, ଝିଅ, ବୋହୂ ଏବଂ ମହିଳାମାନେ ହାତକୁ ହାତ ଛନ୍ଦି ନାଚଗୀତରେ ମଜ୍ଜି ରହିଥିଲେ। ସେମାନେ ରଜପାନ ଖାଇ ରଜ ଗୀତ ଗାଇ ଦୋଳିରେ ଝୁଲିବାର ଦୃଶ୍ୟ ବେଶ୍ ମନୋରମ ଥିଲା।1
- କେନ୍ଦୁଝର ସଦର ପୋଲିସ ଏକ ହତ୍ୟା ମାମଲାରେ ଅଭିଯୁକ୍ତ ପଟେଶ୍ୱର ବାରିକଙ୍କୁ ମାମଲା ରୁଜୁ ହେବାର ୨୪ ଘଣ୍ଟା ମଧ୍ୟରେ ସଫଳତାର ସହ ଗିରଫ କରିଛି। ଏହି ମାମଲା କେନ୍ଦୁଝର ସଦର ଥାନାରେ ମାମଲା ନଂ–୩୫୩/୨୬, ଧାରା ୧୦୩(୧) ବି.ଏନ୍.ଏସ୍. ଅନୁଯାୟୀ ରୁଜୁ ହୋଇଥିଲା। ଅଭିଯୁକ୍ତ ପଟେଶ୍ୱର ବାରିକ (୨୬ ବର୍ଷ), ମନୁ ବାରିକଙ୍କ ପୁଅ ଏବଂ ସେ କେନ୍ଦୁଝର ଜିଲ୍ଲାର ସଦର ଥାନା ଅନ୍ତର୍ଗତ ଆମୁଣି ଗ୍ରାମର ବାସିନ୍ଦା ଅଟନ୍ତି। ଅଭିଯୁକ୍ତ ପଟେଶ୍ୱର ବାରିକ ଆଲେଖ ମହିମା ଅନୁଗାମୀ ଶ୍ରୀକାନ୍ତ ମହାକୁଡଙ୍କୁ କିପରି ହତ୍ୟା କରିଥିଲେ, ତାହାର ଡେମୋ ପ୍ରଦର୍ଶନ କରିଥିଲେ। ଏଥିପାଇଁ ଘଟଣାସ୍ଥଳରେ ଅପରାଧର ପୁନଃନିର୍ମାଣ (Crime Scene Recreation) କରାଯାଇଥିଲା।1
- ବ୍ରହ୍ମପୁର ଟାଉନ୍ ପୋଲିସ୍ ଗୋଲନ୍ଥରା ପୋଲିସ୍ ଷ୍ଟେସନ୍ ପଞ୍ଚମା ଅଞ୍ଚଳର ଜଗନ୍ନାଥ ମଣ୍ଡଳଙ୍କୁ ଗିରଫ କରିଛି। ଜଗନ୍ନାଥ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତୀନ ନବୀନଙ୍କ ପିଏ (ବ୍ୟକ୍ତିଗତ ସହାୟକ) ଭାବେ ପରିଚୟ ଦେଇ ଟଙ୍କା ଆଦାୟ କରୁଥିବା ଅଭିଯୋଗ ରହିଛି।1
- ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକର କୁଶ୍ରାଲୋଇ ପଞ୍ଚାୟତରେ ଏକ କୋଲ ଗ୍ୟାସିଫିକେସନ ଏମୋନିୟମ ନାଇଟ୍ରେଟ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି। ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଭାସୀ ମାଧ୍ୟମରେ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିବା ବେଳେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଆଭାସୀ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଭାରତ କୋଲ ଗ୍ୟାସିଫିକେସନ ଆଣ୍ଡ କେମିକାଲ୍ସ ଲିମିଟେଡ଼ (BCGCL) ପକ୍ଷରୁ ୨୫ ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବିନିଯୋଗରେ ଏହି ପ୍ରକଳ୍ପ ନିର୍ମାଣ ହେବ। ଶିଳାନ୍ୟାସ ସ୍ଥଳରେ କେନ୍ଦ୍ର କୋଇଲା ମନ୍ତ୍ରୀ ଜି କିସନ ରେଡ୍ଡୀ, ରାଜ୍ୟ ମନ୍ତ୍ରୀ ସତିଶ ଚନ୍ଦ୍ର ଦୁବେ, ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ଅତିରିକ୍ତ କୋଇଲା ସଚିବ ସରୋଜ କୁମାର ଶାହା, BCGCL ର ଚେୟାରମ୍ୟାନ ଆସିଷ କୁମାର, MCL ସିଏମଡି ଅନନ୍ତ ଉଦୟ କାଉଲେ, ଉତ୍ତରାଞ୍ଚଳ ଆଇଜି, ଝାରସୁଗୁଡ଼ା ଜିଲ୍ଲାପାଳ ଏବଂ ଝାରସୁଗୁଡ଼ା ଏସପି ପ୍ରମୁଖ ଉପସ୍ଥିତ ଥିଲେ। ଏହି ପ୍ରକଳ୍ପ ପ୍ରାୟ ୩୫୦ ଏକର ଜମିରେ ନିର୍ମାଣ କରାଯିବ ଏବଂ ଏହା ଦ୍ୱାରା ୪ ରୁ ୫ ହଜାର ସ୍ଥାନୀୟ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଦେଶର ଊର୍ଜା ସୁରକ୍ଷା ପାଇଁ ଏହି ପ୍ରକଳ୍ପରେ କୋଇଲାରୁ ଆମୋନିୟମ ନାଇଟ୍ରେଟ୍ ଉତ୍ପାଦନ କରାଯିବ। ଏହା ହେଉଛି ଭାରତର ପ୍ରଥମ ବାଣିଜ୍ୟିକ ଭିତ୍ତିକ କୋଇଲାରୁ ଆମୋନିୟମ ନାଇଟ୍ରେଟ୍ ପ୍ରକଳ୍ପ, ଯାହା ଭାରତ ହେଭି ଇଲେକ୍ଟ୍ରିକାଲ୍ସ ଲିମିଟେଡ୍ (ଭେଲ୍) ଓ କୋଲ୍ ଇଣ୍ଡିଆ ଲିମିଟେଡ୍ (ସିଆଇଏଲ୍)ର ମିଳିତ ଉଦ୍ୟମରେ ଗଠନ କରାଯାଇଥିବା ଯୌଥ ଉଦ୍ୟୋଗ BCGCL ଦ୍ୱାରା ସ୍ଥାପନ କରାଯାଉଛି। ଏହି କାରଖାନାରୁ ଦୈନିକ ୨୦୦୦ ଟନ୍ ଆମୋନିୟମ ନାଇଟ୍ରେଟ୍ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖାଯାଇଛି, ଯେଉଁଥିରେ ଭେଲ୍ ଦ୍ୱାରା ବିକଶିତ ସ୍ୱଦେଶୀ ଜ୍ଞାନକୌଶଳ ବ୍ୟବହାର କରାଯିବ। ଗତ ଏପ୍ରିଲ୍ ମାସରେ ମହାନଦୀ କୋଲ୍ଫିଲ୍ଡସ୍ ଲିମିଟେଡ୍ (MCL) ଓ BCGCL ମଧ୍ୟରେ ଏହି ପ୍ରକଳ୍ପ ପାଇଁ ଜମି ଲିଜ୍ ବୁଝାମଣା ସ୍ୱାକ୍ଷରିତ ହୋଇଥିଲା। କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଏହି ପ୍ରକଳ୍ପ ପାଇଁ ୧୩୫୦ କୋଟି ଟଙ୍କାର ଆର୍ଥିକ ସହାୟତା ମଞ୍ଜୁର କରାଯାଇଛି। ଏହି ପ୍ରକଳ୍ପ ଦେଶରେ କୋଲ୍ ଗ୍ୟାସିଫିକେସନ ପ୍ରକଳ୍ପ ପାଇଁ ଏକ ମଡେଲ୍ ଭାବେ କାର୍ଯ୍ୟ କରିବ, ଏବଂ କୋଲ୍ ଗ୍ୟାସିଫିକେସନ କ୍ଷମତା ବଢ଼ିଲେ ଆମ ଦେଶ ପ୍ରାକୃତିକ ଗ୍ୟାସ୍, ମିଥାନଲ, ଆମୋନିଆ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ରାସାୟନିକରେ ଆତ୍ମନିର୍ଭର ହୋଇପାରିବ।।1
- ଆମ ପରିବେଶ ପଶୁପକ୍ଷୀ ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଏକ ମନୋରମ ଦୃଶ୍ୟ ପ୍ରଦାନ କରେ।1