ଆଜି ପର୍ଯ୍ୟନ୍ତ ଲାଗି ପାରିଲା ନାହିଁ ଷ୍ଟ୍ରିଟ ଲାଇଟ, ହାତ ରୁ ଖର୍ଚ୍ଚ ସତ୍ୱେ ଅନେକ ୱାର୍ଡ ଅନ୍ଧାର ରେ। ଆଜି ପର୍ଯ୍ୟନ୍ତ ଲାଗି ପାରିଲା ନାହିଁ ଷ୍ଟ୍ରିଟ ଲାଇଟ I ବନ୍ଧୁଗାଁ,ତା,୨୬-୦୮:, ବନ୍ଧୁଗାଁ ବ୍ଲକର ଆଲମଣ୍ଡା ଗ୍ରାମ ପଞ୍ଚାୟତ ଠାରେ ପଞ୍ଚାୟତ ର ନିର୍ବାହୀ ଅଧିକାରୀଙ୍କ ଚାଲିଚି ମନମୁଖୀ I ଏହି ପଞ୍ଚାୟତରେ ରହିଅଛି ୧୩ ୱାର୍ଡ, ଗତ କିଛି ମାସ ପୂର୍ବେ ପଞ୍ଚାୟତ ର ସମସ୍ତ ୱାର୍ଡ ରେ ଗାଁର ଉନ୍ନତି ଓ ଉଜ୍ୱଳ ଆଲୁଅ ପାଇଁ ପ୍ରତ୍ୟକ ୱାର୍ଡ ପାଇଁ ୪ ଟି ଲେଖାଏଁ ଷ୍ଟ୍ରିଟ ଲାଇଟ ଲଗା ଯିବା ପାଇଁ ପଞ୍ଚାୟତ ତରଫରୁ ଏକ ବୈଠକ କରା ଯାଇଥିଲା I ସେଥିରୁ କିଛି ୱାର୍ଡ ରେ ୱାର୍ଡ ସଭ୍ୟ କିମ୍ଭା ସଭ୍ୟାଙ୍କ ହାତରେ କେବଳ ୪ ଟି ଲେଖାଏଁ ଲାଇଟ ଧରେଇ ଦେଇ ନିଜ ନିଜ ହାତରୁ ଖର୍ଚ୍ଚ କରି ଲାଇଟ ପାଇଁ ତାର ଓ ସୁଇଚ ପାଇଁ ଖର୍ଚ୍ଚ କରି ଲଗେଇବା ପାଇଁ କହିଥିବା ଯୋଗୁଁ ୱାର୍ଡ ସଭ୍ୟ ଓ ସଭ୍ୟା ମାନେ କିଛି କିଛି ନିଜ ହାତରୁ ଖର୍ଚ୍ଚ ରେ ପ୍ରାୟ ୱାର୍ଡ ରେ ଲାଇଟ ଲାଗିଥିବା ବେଳେ କିଛି ୱାର୍ଡ ରେ ଲାଇଟ ନ ଲାଗି ହାତରେ ଲାଇଟ ଧରି ରଖି ଗାଁ ଅନ୍ଧାରରେ ରହିଥିବାର ଦେଖିବାକୁ ମିଳିଛି I କିଛି ୱାର୍ଡ ସଭ୍ୟଙ୍କ ମତ କି ନିର୍ବାହୀ ଅଧିକାରୀ ଗୋଟିଏ ୱାର୍ଡ ରେ ଷ୍ଟ୍ରିଟ ଲାଇଟ ଲଗେଇବା ପାଇଁ କେତେ ଟଙ୍କା ଲେଖାଏଁ ଲାଇଟ ପିଛା ବ୍ୟୟ କରିଛନ୍ତି ଓ କେତେ ଟଙ୍କାର ଲାଇଟ ଗୁଡିକ ପ୍ରତି ୱାର୍ଡ ରେ ଲଗେଇବା ପାଇଁ ହୋଇଅଛି ତା ଆମ୍ଭେ ଜାଣିବାକୁ ଚାହୁଁଚୁ ବଲି ଗଣ ମାଧ୍ୟମକୁ କହିଥିଲେ I ସୁବାରାଓ କେଣ୍ଡରୁକା,ୱାର୍ଡ ସଭ୍ୟ କଣ୍ଡାତାମୋରା ଜାମା, ପିଡ଼ିକା ଲାଶୁ, କଣ୍ଡାଗରି ବୁଜି, ପିଡ଼ିକ ଏରେୟା, କାଣ୍ଟୁ କେଣ୍ଡରୁକା, ପୋଳେଆ କେନଣ୍ଡରୁକା, ଉରୁଲେକା ସୋନାମାଣି, ଉକ୍ତ ବ୍ୟକ୍ତି ଉପସ୍ଥିତ ରହିଥିଲେ I

- ଭୂଆସୁଣୀ ପାହାଡ଼ ରେ ବେଆଇନ ଖନନ ଓ ଲୁଟ ଅଭିଯୋଗ, ପୂର୍ବ ରୁ ଲିଜ ନେଇ ବ୍ୟାପକ ଜାଲିଆତି। ଭୂଆସୁଣୀ ପାହାଡ଼ ରେ ବେଆଇନ ଖନନ ଓ ଲୁଟ ଅଭିଯୋଗ, ପୂର୍ବ ରୁ ଲିଜ ନେଇ ବ୍ୟାପକ ଜାଲିଆତି।1
- Post by ସାମ୍ବାଦିକ Biswamitra padhi1
- ଏ ହେଉଛି କଣ୍ଟାମାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବିକଳ ଚିତ୍ର । ରୋଗୀଙ୍କୁ ଖାଲି ବେଡରେ ଚିକିତ୍ସା, ଚଦର ଗଲା କୁଆଡ଼େ?1
- ୧ କ୍ୟୁଣ୍ଟାଲ ୪୬୦ ଗ୍ରାମ ଗଞ୍ଜେଇ ଜବତ ଘଟଣା ସ୍ଥଳକୁ ପୋଲିସ ଆସୁଥିବା ଜାଣି ପାରି ଚାଲାଣ କାରୀ ଫେରାର l ୧ କ୍ୟୁଣ୍ଟାଲ ୪୬୦ ଗ୍ରାମ ଗଞ୍ଜେଇ ଜବତ ଘଟଣା ସ୍ଥଳକୁ ପୋଲିସ ଆସୁଥିବା ଜାଣି ପାରି ଚାଲାଣ କାରୀ ଫେରାର l ବୌଦ୍ଧ:ବୌଦ୍ଧ ଜିଲ୍ଲାର ମନମୁଣ୍ଡା ଥାନା ଅଞ୍ଚଳରୁ ପୁଣିଥରେ ବିପୁଳ ପରିମାଣର ଗଞ୍ଜେଇ ଜବତ। ପେଟ୍ରୋଲିଙ୍ଗ ସମୟରେ ପୋଲିସ ଦୁଇଟି ବସ୍ତାରୁ ୧ କ୍ୟୁଣ୍ଟାଲ ୪୬୦ ଗ୍ରାମ ଗଞ୍ଜେଇ ଜବତ କରିଛି। ତେବେ ଘଟଣାସ୍ଥଳରୁ ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ କିଛି ଲୋକ ଫେରାର ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ବୁଧବାର ଦିନ ମନମୁଣ୍ଡା ଥାନା ପୋଲିସ ର ଏକ ଟିମ୍ ପେଟ୍ରୋଲିଙ୍ଗ କରୁଥିବା ସମୟରେ ସିଙ୍ଗାଡ଼ି ଗ୍ରାମ ନିକଟସ୍ଥ ଅଞ୍ଚଳରେ ସନ୍ଦେହଜନକ ଭାବେ ରଖାଯାଇଥିବା ଦୁଇଟି ବସ୍ତା ଉପରେ ନଜର ପଡ଼ିଥିଲା। ପରେ ପୋଲିସ ଉକ୍ତ ବସ୍ତାଗୁଡ଼ିକ ଯାଞ୍ଚ କରିବାରୁ ସେଥିରୁ ଗଞ୍ଜେଇ ମିଳିଥିଲା। ସାକ୍ଷୀମାନଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରାଯିବାରୁ ମୋଟ ୧ କ୍ୟୁଣ୍ଟାଲ ୪୬୦ ଗ୍ରାମ ହୋଇଥିବା ଜଣାପଡ଼ିଛି l ଘଟଣାସ୍ଥଳରେ ଗଞ୍ଜେଇ ଚାଲାଣ ପାଇଁ କିଛି ଲୋକ ଗଞ୍ଜେଇ ଗଚ୍ଛିତ ରଖି ଥିବା ପୋଲିସ ଜାଣିବାକୁ ପାଇଥିଲେ। ତେବେ ପୋଲିସ ଆସୁଥିବା ଜାଣି ପାରି ଚାଲାଣ କାରୀ ମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏହି ଘଟଣାରେ ମନମୁଣ୍ଡା ଥାନାରେ କେସ୍ ନମ୍ବର ୩୪୫/୨୬ରେ ଏନ୍ଡିପିଏସ୍ ଆକ୍ଟର ଧାରା ୨୦(ବି)(ii)(C) ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଫେରାର ଥିବା ବ୍ୟକ୍ତିମାନଙ୍କୁ ଧରିବା ସହ ଘଟଣାର ଅଧିକ ତଦନ୍ତ ଚାଲିଛି। ସୂଚନା ଅନୁସାରେ, ଗତ ଦୁଇ ମାସ ମଧ୍ୟରେ ମନମୁଣ୍ଡା ପୋଲିସ ପକ୍ଷରୁ ମୋଟ ୧୧ଟି ମାମଲା ରୁଜୁ କରାଯାଇ ୩୨ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହାସହ ୩୯୦୦କ୍ୟୁଣ୍ଟାଲ ଗଞ୍ଜେଇ ଓ ୯ ଗୋଟି ବନ୍ଧୁକ,ଚାଲାଣରେ ବ୍ୟବହୃତ ଯାନବାହନ ମଧ୍ୟ ଜବତ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।1
- ମନମୁଣ୍ଡା ଥାନା ପୋଲିସ ପକ୍ଷରୁ ୧ କ୍ୱିଣ୍ଟାଲ ୪୬୦ ଗ୍ରାମ ଗଞ୍ଜେଇ ଜବତ1
- ୧କ୍ୱିଣ୍ଟାଲ ଗଂଜେଇ ଜବତ କଲା ମନମୁଣ୍ଡା ପୋଲିସ , ଘଟଣା ସ୍ଥଳରୁ ମାଫିଆ ଫେରାର ଆଜି ମନମୁଣ୍ଡା ଥାନା ପୋଲିସ ଟିମ ଶଗଡା ଫାଣ୍ଡି ଅନ୍ତର୍ଗତ ସିଗାଡି ଗ୍ରାମ ନିକଟରେ ପେଟ୍ରୋଲିଂ କରୁଥିବା ସମୟରେ ଗ୍ରାମ ଜଙ୍ଗଲ ନିକଟରେ ଚୋରା ଚାଲାଣ ପାଇଁ ରଖା ଯାଇଥିବା ୨ଗୋଟି ବସ୍ତାରେ ଗଞ୍ଜେଇ ପାଇଥିଲେ । ମାଜିଷ୍ଟେଟ ଓ ସାକ୍ଷୀ ମାନଙ୍କର ଉପସ୍ଥିତିରେ ଓଜନ କରିବାରୁ ୧ କୁଇଣ୍ଟାଲ ହୋଇଥିଲା । କିଛି ଅଜଣା ଲୋକ ଉକ୍ତ ଗଞ୍ଜେଇ ପରିବହନ ନିମନ୍ତେ ଗଚ୍ଛିତ ରଖିଥିଲେ । ଏ ନେଇ ମନମୁଣ୍ଡା ଥାନାରେ ୩୪୫/୨୬ରେ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ଚିରଞ୍ଜିବ ବେହେରା ସୂଚନା ଦେଇଛନ୍ତି | ଗତ ଦୁଇ ମାସ ମଧ୍ୟରେ ମନମୁଣ୍ଡା ପୋଲିସ ସମୁଦାୟ ୧୧ ଟି ମାମଲା ରୁଜୁ କରି ୩୨ ଜଣ ଲୋକଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ସମୁଦାୟ ୩୯କୁଇଣ୍ଟାଲ ଗଞ୍ଜେଇ ଓ ୯ ଗୋଟି ବନ୍ଧୁକ ଜବତ କରିଥିବା ସୂଚନା ମିଳିଛି ।2
- ଘଟିପିରି ପ୍ରାଥମିକ କୃଷି ସମବାୟ ସମିତିରେ ଚାଷୀ ପଞ୍ଜିକରଣରେ ଅନିୟମିତତା ଅଭିଯୋଗ। ଘଟିପିରି ପ୍ରାଥମିକ କୃଷି ସମବାୟ ସମିତିରେ ଚାଷୀ ପଞ୍ଜିକରଣରେ ଅନିୟମିତତା ଅଭିଯୋଗ। ତା୨୬-୦୮, ବୁଧବାର,ଘଟିପିରି,ଓଡ଼ାପଡ଼ା,ଢେଙ୍କାନାଳ। ରିପୋର୍ଟ ବିଭୁ ପ୍ରସାଦ ଶତପଥୀ ଢ଼େଙ୍କାନାଳ ଜିଲ୍ଲା ଓଡାପଡ଼ା ବ୍ଲକ ଘଟିପିରି ପ୍ରାଥମିକ କୃଷି ସମବାୟ ସମିତିରେ ଚାଷୀ ପଞ୍ଜିକରଣରେ ଅନିୟମିତତାକୁ ନେଇ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ସୂଚନା ଅନୁଯାୟୀ ଘଟିପିରି ପ୍ରାଥମିକ କୃଷି ସମବାୟ ସମିତିରେ ଘଟିପିରି,ଗୋବିନ୍ଦପ୍ରସାଦ,କଳାଙ୍ଗ ଏବଂ କୋତ୍ତମ ପଞ୍ଚାୟତ ୬୫୦ରୁ ଉର୍ଦ୍ଧ ଚାଷୀ ଧାନ ଦେଇଥାନ୍ତି।ଚଳିତ ବର୍ଷ ସରକାର ଏଗ୍ରୀଷ୍ଟାକ୍ ନିୟମ କୋହଳ କରିବାରେ ୪୦୦ରୁ ଉର୍ଦ୍ଧ୍ବ ଚାଷୀଙ୍କର ପଞ୍ଜିକରଣ କାର୍ଯ୍ୟ ସରିଛି। ଆଉ କିଛି ଚାଷୀଙ୍କର ପଞ୍ଜିକରଣ କରିବାର ସମସ୍ୟା ସୃଷ୍ଟି ହୋଇଥିଲା। ଏହାକୁ ନେଇ ପ୍ରାଥମିକ କୃଷି ସମବାୟ ସମିତିରେ ଚାଷୀ ଏବଂ ସମ୍ପାଦକଙ୍କ ମଧ୍ୟରେ ବଚସା ହୋଇଥିଲା। ଜିଲ୍ଲା ସମବାୟ କାର୍ଯ୍ୟାଳୟ ଏ ସମ୍ପର୍କରେ ଚାଷୀମାନେ ଲିଖିତ ଅଭିଯୋଗ କରିଥିଲେ।ଏହାର ତଦନ୍ତ କରିବା ପାଇଁ ଆଜି ଏସ ଆର ସିଏସ ଏବଂ ବିଭାଗୀୟ ଅଧିକାରୀ ଘଟିପିରି ପ୍ରାଥମିକ କୃଷି ସମବାୟ ସମିତିରେ ପହଞ୍ଚି ଥିଲେ।ସେଠାରେ ସଭାପତି ,ସମ୍ପାଦକ ଓ ଅଭିଯୋଗକାରୀ ଚାଷୀମାନଙ୍କ ସହିତ ଆଲୋଚନା କରାଯାଇଥିଲା। ଅଭିଯୋଗ ଗୁଡ଼ିକର ପୁଙ୍ଖାନୁ ପୁଙ୍ଖ ଭାବରେ ତଦନ୍ତ ପୂର୍ବକ ଏହାକୁ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବେ ବୋଲି ଏସ ଆର ସିଏସ କହି ଥିଲାବେଳେ ତୁରନ୍ତ ତଦନ୍ତ କରି ସମ୍ପାଦକଙ୍କୁ ବହିଷ୍କାର କରାଯିବ ନଚେତ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବେ ବୋଲି ଚାଷୀମାନେ ଚେତାବନୀ ଦେଇଥିଲେ।ଏସମ୍ପର୍କରେ ସଭାପତି ଏବଂ ସମ୍ପାଦକ ସରକାରଙ୍କ ନୀତିନିୟମ ଅନୁଯାୟୀ ପଞ୍ଜିକରଣ କାର୍ଯ୍ୟ ଚାଲୁଥିଲା ବୋଲି ପ୍ରକାଶ କରିଛନ୍ତି ହେଲେ ଏଥି ପ୍ରତି ବିଭାଗ କି ପ୍ରକାର ପଦକ୍ଷେପ ନେଉଛି ତାହା ଆଗାମୀ ଦିନରେ ଦେଖିବାକୁ ବାକି ରହିଲା।1
- ସାଙ୍ଗ କୁ ଛୁରୀ ମାରି ହତ୍ୟା କରିଦେଲା ସାଙ୍ଗ ତା ସହ ଖେଳରେ ହାରି ଯିବାରୁ ଆକ୍ରୋଶ ରେ ଛୁରି ମାରି ହତ୍ୟା କଲା ସାଙ୍ଗ... ଘଟଣା ରେ ପୋଲିସ ର ଛାନଭିନ ଆରମ୍ଭ... ସ୍ଥାନୀୟ ଅଞ୍ଚଳରେ ଏସକଫ ଓ ନିସା ବଟିକା ପାଇଁ ବାରମ୍ବାର ଏଭଳି ଘଟଣା ଘଟିଥିବା ଅଭିଯୋଗ ନିଶା ଯେ କେତେ କଣ କରିପାରେ। ନିଶା କରିବା ପରେ ଗୋଟିଏ ସ୍କୁଲ ଛାତ୍ର ହତ୍ୟା ପର୍ଯ୍ୟନ୍ତ କରିପାରେ ଏଭଳି ଏକ ଘଟଣା ବଲାଙ୍ଗିର ଜିଲ୍ଲାରେ ଚାଚଲ୍ୟ ଖେଳାଇ ଦେଇଛି। ବଲାଙ୍ଗିର ଜିଲ୍ଲା ଆଗଲପୁର ଥାନା ରୋତ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ତାସ ଖେଳ ରେ ହାରିବା ପରେ ରାଗରେ ଜର୍ଜରିତ ୧୨ ବର୍ଷ ର ସାଙ୍ଗ ତା ସାଙ୍ଗ କୁ କରିଛି ହତ୍ୟା। ଏଥିରେ ସାଙ୍ଗର ମୃତ୍ୟୁ ହୋଇଛି। ସାଙ୍ଗ କୁ ଛୁରୀ ମାରି ହତ୍ୟା କରିଦେଲା ସାଙ୍ଗ ତା ସହ ଖେଳରେ ହାରି ଯିବାରୁ ଆକ୍ରୋଶ ରେ ଛୁରି ମାରି ହତ୍ୟା କଲା ସାଙ୍ଗ... ଘଟଣା ରେ ପୋଲିସ ର ଛାନଭିନ ଆରମ୍ଭ... ସ୍ଥାନୀୟ ଅଞ୍ଚଳରେ ଏସକଫ ଓ ନିସା ବଟିକା ପାଇଁ ବାରମ୍ବାର ଏଭଳି ଘଟଣା ଘଟିଥିବା ଅଭିଯୋଗ ନିଶା ଯେ କେତେ କଣ କରିପାରେ। ନିଶା କରିବା ପରେ ଗୋଟିଏ ସ୍କୁଲ ଛାତ୍ର ହତ୍ୟା ପର୍ଯ୍ୟନ୍ତ କରିପାରେ ଏଭଳି ଏକ ଘଟଣା ବଲାଙ୍ଗିର ଜିଲ୍ଲାରେ ଚାଚଲ୍ୟ ଖେଳାଇ ଦେଇଛି। ବଲାଙ୍ଗିର ଜିଲ୍ଲା ଆଗଲପୁର ଥାନା ରୋତ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ତାସ ଖେଳ ରେ ହାରିବା ପରେ ରାଗରେ ଜର୍ଜରିତ ୧୨ ବର୍ଷ ର ସାଙ୍ଗ ତା ସାଙ୍ଗ କୁ କରିଛି ହତ୍ୟା। ଏଥିରେ ସାଙ୍ଗର ମୃତ୍ୟୁ ହୋଇଛି।1