Shuru
Apke Nagar Ki App…
ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ଜାମଛାପର ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ଟ୍ରକ୍ ଓ ପିକଅପ୍ ଗାଡ଼ି ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ପିକଅପ୍ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ଏହି ଭୟଙ୍କର ଦୁର୍ଘଟଣାରେ ପିକଅପ୍ (ନମ୍ବର AP -39WJO 298)ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଚୁରମାର୍ ହୋଇଯାଇଥିଲା ଏବଂ ଡ୍ରାଇଭର ଗାଡ଼ି ଭିତରେ ଚାପି ହୋଇ ରହିଯାଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଡ୍ରାଇଭରଙ୍କୁ ଉଦ୍ଧାର କରି ତୁରନ୍ତ ହସ୍ପିଟାଲକୁ ନେଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଦୁଃଖଦ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
Santosh Nayak PRESS
ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ଜାମଛାପର ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ଟ୍ରକ୍ ଓ ପିକଅପ୍ ଗାଡ଼ି ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ପିକଅପ୍ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ଏହି ଭୟଙ୍କର ଦୁର୍ଘଟଣାରେ ପିକଅପ୍ (ନମ୍ବର AP -39WJO 298)ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଚୁରମାର୍ ହୋଇଯାଇଥିଲା ଏବଂ ଡ୍ରାଇଭର ଗାଡ଼ି ଭିତରେ ଚାପି ହୋଇ ରହିଯାଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଡ୍ରାଇଭରଙ୍କୁ ଉଦ୍ଧାର କରି ତୁରନ୍ତ ହସ୍ପିଟାଲକୁ ନେଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଦୁଃଖଦ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
More news from Odisha and nearby areas
- ଶନିବାର ଦିନ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ରୁ ପିପଲପଦର ଗ୍ରାମକୁ ସ୍ଥାନାନ୍ତରିତ ହୋଇଥିବା ନୂତନ ଚିକିତ୍ସାଳୟର ତିନି ଜଣ କର୍ମଚାରୀଙ୍କ ବିରୁଦ୍ଧରେ ଏକ ଗୁରୁତର ଅଭିଯୋଗ ଆସିଛି। ଅଭିଯୋଗ ଅନୁଯାୟୀ, ଏହି କର୍ମଚାରୀମାନେ ପରାସରା ଗ୍ରାମର କୁମୁଦ ବଗର୍ତ୍ତି ନାମକ ଜଣେ ବ୍ୟକ୍ତିଙ୍କ ସ୍ତ୍ରୀ ଠାରୁ ୧୪୦୦ ଟଙ୍କା ନେଇ ସରକାରୀ ସାଲାଇନ ଓ ଔଷଧ ବିକ୍ରି କରିଥିଲେ। ଫଳରେ ରୋଗୀ ଗୁରୁତର ହେବାରୁ ତାଙ୍କୁ ବଲାଙ୍ଗୀର ମେଡିକାଲ କଲେଜ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କୁମୁଦ ବଗର୍ତ୍ତି କିଡନୀ ଜନିତ ରୋଗରେ ପୀଡ଼ିତ ଥିବାବେଳେ ସେ ରାୟପୁରରୁ ଫେରି ତାଙ୍କ ସ୍ତ୍ରୀଙ୍କ ସହ ଏହି ଡାକ୍ତରଖାନାକୁ ଆସିଥିଲେ। ସରକାରୀ ଭାବେ ତାଙ୍କୁ ଭର୍ତ୍ତି କରିବା ପରିବର୍ତ୍ତେ, ତିନି କର୍ମଚାରୀ ତାଙ୍କୁ କିଛି ସାଲାଇନ ଓ ଇଞ୍ଜେକ୍ସନ ଦେଇ ୧୪୦୦ ଟଙ୍କା ଠକେଇ କରି ତାଙ୍କ ଘରକୁ ପଠାଇ ଦେଇଥିଲେ। ଘରେ ସାଲାଇନ ଓ ଇଞ୍ଜେକ୍ସନ ନେବା ପରେ କୁମୁଦଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ଏହା ପରେ ତାଙ୍କୁ ଏକ ଗାଡ଼ି ଭଡ଼ା କରି ବଲାଙ୍ଗୀରକୁ ନିଆଯାଇ ମେଡିକାଲ କଲେଜ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣାର ତୁରନ୍ତ ତଦନ୍ତ କରି ବିଭାଗୀୟ ମୁଖ୍ୟ ଆବଶ୍ୟକୀୟ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି।4
- ମୟୂର କେବଳ ବର୍ଷା ସମୟରେ ହିଁ କାହିଁକି ନୃତ୍ୟ ପ୍ରଦର୍ଶନ କରେ ଏବଂ ଅନ୍ୟ ସମୟରେ କାହିଁକି ନାଚେ ନାହିଁ, ଏହି ପ୍ରଶ୍ନ ଅନେକଙ୍କ ମନରେ ସୃଷ୍ଟି ହୋଇଥାଏ। ଏହି ଆଶ୍ଚର୍ଯ୍ୟଜନକ କାରଣ ସମ୍ପର୍କରେ ଜାଣିଲେ ଆପଣ ନିଶ୍ଚିତ ଭାବରେ ଚକିତ ହୋଇଯିବେ।1
- ଆସନ୍ତା ବର୍ଷା ଋତୁ ଏବଂ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ସଫଳ ମୁକାବିଲା ନିମନ୍ତେ ବୌଦ୍ଧ ଜିଲ୍ଲାର ଜିଲ୍ଲା ପ୍ରଶାସନ ଏବଂ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (OSDMA)ଙ୍କ ମିଳିତ ଆୟୋଜନରେ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହ ଠାରେ ଜିଲ୍ଲାସ୍ତରୀୟ ଟେବୁଲ ଟପ୍ ଏକ୍ସରସାଇଜ (TTEX)-୨୦୨୬ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ତହସିଲଦାର ବୌଦ୍ଧ ଅନିତା କୁମାରୀ ସାହୁ, ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ ତଥା ସମସ୍ତ ଲାଇନ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ। ପ୍ରାରମ୍ଭରେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଜ୍ୟୋତି ରଞ୍ଜନ ଭୁଏ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ। ପରେ OSDMAର ଜିଲ୍ଲା ପ୍ରକଳ୍ପ ଅଧିକାରୀଙ୍କ ଦ୍ୱାରା ଟେବୁଲ ଟପ୍ ଏକ୍ସରସାଇଜର ଉଦ୍ଦେଶ୍ୟ, କଳ୍ପିତ ବିପର୍ଯ୍ୟୟ ପରିସ୍ଥିତି ଓ ପ୍ରତିକ୍ରିୟା ବ୍ୟବସ୍ଥା ସମ୍ପର୍କରେ ଏକ ବିସ୍ତୃତ ଉପସ୍ଥାପନା କରାଯାଇଥିଲା। ଏହି ଅବସରରେ ଜିଲ୍ଲା ଦୁର୍ଯ୍ୟୋଗ ପରିଚାଳନା ପ୍ରାଧିକରଣ (DDMA) ପକ୍ଷରୁ ବିପର୍ଯ୍ୟୟ ପୂର୍ବ ପ୍ରସ୍ତୁତି, ଜରୁରୀକାଳୀନ ପରିଚାଳନା, ଉଦ୍ଧାର ଓ ରିଲିଫ୍ ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଥିଲା। ରାଜସ୍ୱ, ପୁଲିସ, ସ୍ୱାସ୍ଥ୍ୟ, ଅଗ୍ନିଶମ, ବିଦ୍ୟୁତ, ଜଳସମ୍ପଦ, ପରିବହନ, ପଞ୍ଚାୟତିରାଜ, କୃଷି, ପଶୁସମ୍ପଦ, ବନ, ଶିକ୍ଷା, ରେଳବାଇ ଓ ଅନ୍ୟାନ୍ୟ ବିଭାଗର ଅଧିକାରୀମାନେ ନିଜ ନିଜ ବିଭାଗ ପକ୍ଷରୁ ଗ୍ରହଣ କରାଯାଇଥିବା ପ୍ରସ୍ତୁତିମୂଳକ ପଦକ୍ଷେପଗୁଡ଼ିକୁ ଉପସ୍ଥାପନ କରିଥିଲେ। ରାଜ୍ୟ ପର୍ଯ୍ୟବେକ୍ଷକ ତଥା DMTC, ROTIର ପ୍ରଶିକ୍ଷକ ଅରୁଣ କୁମାର ପ୍ରଧାନ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବିଭିନ୍ନ ବିଭାଗର ପ୍ରସ୍ତୁତି ସମ୍ପର୍କରେ ମତାମତ ଓ ପରାମର୍ଶ ଦେଇଥିଲେ ଏବଂ ଅଂଶଗ୍ରହଣକାରୀମାନଙ୍କ ଠାରୁ ମଧ୍ୟ ସୁପାରିଶ ଓ ମତାମତ ଗ୍ରହଣ କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ବିପର୍ଯ୍ୟୟ ସମୟରେ ସମସ୍ତ ବିଭାଗ ମଧ୍ୟରେ ସୁଦୃଢ଼ ସମନ୍ୱୟ, ତ୍ୱରିତ ସୂଚନା ଆଦାନ-ପ୍ରଦାନ ଏବଂ ଜନସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ଶେଷରେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅଭ୍ୟାସ ଜରିଆରେ ଜିଲ୍ଲାର ବିପର୍ଯ୍ୟୟ ମୁକାବିଲା କ୍ଷମତା, ଜରୁରୀକାଳୀନ ପ୍ରତିକ୍ରିୟା ବ୍ୟବସ୍ଥା ଏବଂ ଆନ୍ତଃବିଭାଗୀୟ ସମନ୍ୱୟ ଆହୁରି ସୁଦୃଢ଼ ହେବ ବୋଲି ଆଶା ପ୍ରକାଶ ପାଇଥିଲା।1
- ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ କପାସିରା ଅଞ୍ଚଳରେ ପ୍ରବଳ ବର୍ଷା ସହ ଘିଡ଼ି ଘିଡ଼ି ଅନୁଭୂତ ହୋଇଛି।1
- ଆଜି କୋଇଲା ମନ୍ତ୍ରୀ ଆମୋନିଆ ନାଇଟ୍ରେଡ଼ ପ୍ଲାଣ୍ଟ ନିର୍ମାଣ ପାଇଁ ଆସୁଛନ୍ତି। ତାଙ୍କର ଏହି ଗୋଟିଏ ଦିନର ଗସ୍ତ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ଅଭିଯୋଗ ହୋଇଛି, ଯାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ଏବଂ ସରକାରଙ୍କ ଉପରେ ଏହି ବ୍ୟୟବହୁଳତା ପାଇଁ ସିଧାସଳଖ ଆଙ୍ଗୁଳି ଉଠାଯାଇଛି।1
- ଏକ ଗୁଳିକାଣ୍ଡ ଘଟଣାକୁ ନେଇ ଜଣେ ପ୍ରତ୍ୟେକ୍ଷଦର୍ଶୀଙ୍କ ବୟାନ ଶୁଣିବା ପାଇଁ କୁହାଯାଇଛି।1
- ସୁବର୍ଣ୍ଣପୁର ଜିଲ୍ଲାର ବିନିକା ବ୍ଲକ ଅଧ୍ୟକ୍ଷ୍ୟା ଦିପ୍ତୀରେଖା ନନ୍ଦଙ୍କ ସିଙ୍ଗିଯୁବା ଗ୍ରାମସ୍ଥିତ ଘରକୁ ଗତକାଲି ବିଳମ୍ବିତ ରାତିରେ ପ୍ରାୟ ୨୫ ରାଉଣ୍ଡ ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି।1
- ଢେଙ୍କାନାଳ ଜିଲ୍ଲା ହିନ୍ଦୋଳର ଖଜୁରିଆକଟାସ୍ଥିତ ବହୁବର ପଡ଼ିଆଠାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଛି। ରାଣୀ ଲକ୍ଷ୍ମୀବାଈ ପ୍ରଭାତ ଶାଖା, ଖଜୁରିଆକଟା ଏବଂ ଯୋଗ ମହୋତ୍ସବ ସମିତି, ହିନ୍ଦୋଳର ମିଳିତ ଆନୁକୂଲ୍ୟରେ ଯୋଗଗୁରୁ ପ୍ରଦୀପ କୁମାର ଦାସଙ୍କ ସହଯୋଗରେ ଏକ ଯୋଗ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଥିଲା। ଏହି ଯୋଗ ଶିବିରରେ ରାଣୀ ଲକ୍ଷ୍ମୀବାଈ ପ୍ରଭାତ ଶାଖା, ଖଜୁରିଆକଟାର କାର୍ଯ୍ୟକର୍ତ୍ତା ଶ୍ରୀଯୁକ୍ତ ସୁରେଶ କୁମାର ସାହୁ, ସମ୍ବାଦ ପ୍ରତିନିଧି ପ୍ରଶାନ୍ତ ଜେନାମାଣି, ରତିକାନ୍ତ ଗଡ଼ନାୟକ, ବିମଳ କୁମାର ପ୍ରଧାନ, ପ୍ରହଲ୍ଲାଦ ସାହୁ, ଜନମଙ୍ଗଳ ରାସୋଳ ସଂଗଠନର ପ୍ରତିଷ୍ଠାତା ବିଭୁ ଶତପଥୀ, ଶାଖା କାର୍ଯ୍ୟାବହ ଅକ୍ଷୟ କୁମାର ପାଳ, ଶାଖାର ମୁଖ୍ୟ ଶିକ୍ଷକ ମାନସ ମହାରଣା, ଶାଖା ଗଣ ଶିକ୍ଷକ ନଗେନ୍ଦ୍ର ନାୟକ, ଶାଖା ବ୍ୟବସ୍ଥା ପ୍ରମୁଖ କୈଳାଶ ଚନ୍ଦ୍ର ସାହୁ ଏବଂ ମନୋଜ ପ୍ରଧାନ ପ୍ରମୁଖ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀପ ପ୍ରଜ୍ୱଳନ କରି ଏହି ଯୋଗ ଶିବିରକୁ ଉଦ୍ଘାଟନ କରିଥିଲେ। ଶାଖାର ସମସ୍ତ କାର୍ଯ୍ୟକର୍ତ୍ତା ଏବଂ ହିନ୍ଦୋଳର ବହୁ ମାନ୍ୟଗଣ୍ୟ ସମାଜସେବୀମାନେ ଯୋଗ ପ୍ରଶିକ୍ଷଣ ନେଇଥିଲେ। ସେମାନେ ଆଗାମୀ ଦିନରେ ହିନ୍ଦୋଳର ଜନସାଧାରଣ କିପରି ସୁସ୍ଥ ରହିବେ ସେଥିପାଇଁ ଶପଥ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମ ଶେଷରେ ସ୍ୱଳ୍ପ ଆହାରରେ ଗଜା ମୁଗ, ବୁଟ, ବାଦାମ, କାକୁଡ଼ିର ଏକ ସାଲାଡ଼ ଓ ORSର ବ୍ୟବସ୍ଥା କରାଯାଇଥିଲା।1