logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ନିଟ ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ପରୀକ୍ଷାର୍ଥୀମାନଙ୍କୁ ବସଷ୍ଟାଣ୍ଡରୁ ନିଟ ପରୀକ୍ଷା କେନ୍ଦ୍ର ନିକଟକୁ ନେବା ପାଇଁ OD05K -8860 ଏବଂ OR21E - 0588 ନମ୍ବର ବିଶିଷ୍ଟ ଦୁଇଟି ବସର ବ୍ୟବସ୍ଥା କରାଯାଇଛି, ଯାହା ସମ୍ପୂର୍ଣ୍ଣ ମାଗଣା ଅଟେ। ଏହାସହ, ୨୧ ତାରିଖରେ ହେବାକୁ ଥିବା ନିଟ ପରୀକ୍ଷା ପାଇଁ ଜଗତସିଂହପୁର ଜିଲ୍ଲାରେ ଚାଲୁଥିବା କେବଳ ସରକାରୀ ବସରେ ଜଗତସିଂହପୁର ବସଷ୍ଟାଣ୍ଡ ପର୍ଯ୍ୟନ୍ତ ପରୀକ୍ଷାର୍ଥୀଙ୍କ ସହ ଜଣେ ଅଭିଭାବକ ମାଗଣାରେ ଯିବା ଏବଂ ଆସିବା ପାଇଁ ବ୍ୟବସ୍ଥା କରାଯାଇଛି। ଏହି ବ୍ୟବସ୍ଥା ସମ୍ପର୍କରେ ଜଗତସିଂହପୁର ଆଞ୍ଚଳିକ ପରିବହନ ଅଧିକାରୀ ଓ ଏସ୍ ଆର୍ ଟି ଓ ମ୍ୟାନେଜରଙ୍କୁ ୧୯-୦୬-୨୦୨୬ ତାରିଖର ସଂଶୋଧନ ପତ୍ର ସଂଖ୍ୟା ୧୮୩୨ ଅନୁଯାୟୀ ଅବଗତ କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ପରୀକ୍ଷାର୍ଥୀମାନଙ୍କୁ ସରକାରଙ୍କ ଏହି ମାଗଣା ବସ ସେବାର ସୁବିଧା ନେଇ ପରୀକ୍ଷାରେ କୃତକାର୍ଯ୍ୟ ହେବା ପାଇଁ ନିବେଦନ କରାଯାଇଛି।

11 hrs ago
user_Nalini Kanta Mallick
Nalini Kanta Mallick
ତିର୍ତ୍ତୋଲ, ଜଗତସିଂହପୁର, ଓଡ଼ିଶା•
11 hrs ago
9f2e4a31-1ef8-487b-8035-ee756a905345

ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ନିଟ ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ପରୀକ୍ଷାର୍ଥୀମାନଙ୍କୁ ବସଷ୍ଟାଣ୍ଡରୁ ନିଟ ପରୀକ୍ଷା କେନ୍ଦ୍ର ନିକଟକୁ ନେବା ପାଇଁ OD05K -8860 ଏବଂ OR21E - 0588 ନମ୍ବର ବିଶିଷ୍ଟ ଦୁଇଟି ବସର ବ୍ୟବସ୍ଥା କରାଯାଇଛି, ଯାହା ସମ୍ପୂର୍ଣ୍ଣ ମାଗଣା ଅଟେ। ଏହାସହ, ୨୧ ତାରିଖରେ ହେବାକୁ ଥିବା ନିଟ ପରୀକ୍ଷା ପାଇଁ ଜଗତସିଂହପୁର ଜିଲ୍ଲାରେ ଚାଲୁଥିବା କେବଳ ସରକାରୀ ବସରେ ଜଗତସିଂହପୁର ବସଷ୍ଟାଣ୍ଡ ପର୍ଯ୍ୟନ୍ତ ପରୀକ୍ଷାର୍ଥୀଙ୍କ ସହ ଜଣେ ଅଭିଭାବକ ମାଗଣାରେ ଯିବା ଏବଂ ଆସିବା ପାଇଁ ବ୍ୟବସ୍ଥା କରାଯାଇଛି। ଏହି ବ୍ୟବସ୍ଥା ସମ୍ପର୍କରେ ଜଗତସିଂହପୁର ଆଞ୍ଚଳିକ ପରିବହନ ଅଧିକାରୀ ଓ ଏସ୍ ଆର୍ ଟି ଓ ମ୍ୟାନେଜରଙ୍କୁ ୧୯-୦୬-୨୦୨୬ ତାରିଖର ସଂଶୋଧନ ପତ୍ର ସଂଖ୍ୟା ୧୮୩୨ ଅନୁଯାୟୀ ଅବଗତ କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ପରୀକ୍ଷାର୍ଥୀମାନଙ୍କୁ ସରକାରଙ୍କ ଏହି ମାଗଣା ବସ ସେବାର ସୁବିଧା ନେଇ ପରୀକ୍ଷାରେ କୃତକାର୍ଯ୍ୟ ହେବା ପାଇଁ ନିବେଦନ କରାଯାଇଛି।

More news from ଓଡ଼ିଶା and nearby areas
  • 1999 ra sehi maha batay... aji April seidina.. bataya ra karala rupa
    1
    1999 ra sehi maha batay... aji April seidina.. bataya ra karala rupa
    user_Binod bihari subudhi
    Binod bihari subudhi
    Engineer ଅଭୟଚାନ୍ଦପୁର, ଜଗତସିଂହପୁର, ଓଡ଼ିଶା•
    8 hrs ago
  • ଭୁବନେଶ୍ୱରର ବିଜେପି ନଗରରେ ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତର ପ୍ରଦେଶ କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି। ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରରୁ ବହୁ ପ୍ରମୁଖ କର୍ମକର୍ତ୍ତା ଓ ସଦସ୍ୟ ଯୋଗଦେଇଥିଲେ। ମଞ୍ଚାସୀନ ପ୍ରମୁଖ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ସର୍ବଶ୍ରୀ ଜଗନ୍ନାଥ ପ୍ରଧାନ, ରୁଦ୍ରନାରାୟଣ ସାମନ୍ତରାୟ, ରାମଚନ୍ଦ୍ର ସ୍ବାଇଁ, ବଦ୍ରିନାରାୟଣ ମହାରଣା, ଆଇନଜୀବି ମହେନ୍ଦ୍ର ପ୍ରଧାନ, ଦୀପକ ସାହୁ, ଯଜ୍ଞାଶୀଷ ମହାପାତ୍ର, କିଶୋର ମିଶ୍ର, ପ୍ରକାଶ ଶ୍ରୀନ୍ଦନ ଏବଂ ସୈାମେନ୍ଦ୍ର ଜେନା ପ୍ରମୁଖ ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତର ଉଦ୍ଦେଶ୍ୟ ଓ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ନିଜ ନିଜର ଅଭିଭାଷଣ ରଖିଥିଲେ। ଜଗତସିଂହପୁର ଜିଲ୍ଲାରୁ ଚିତ୍ତରଞ୍ଜନ ମହାନ୍ତି, ସୁବାସ ବେହୁରା, ନୃସିଂହ ଚରଣ ବାରିକ, ଗୈାଁରାଙ୍ଗ ଚରଣ ସ୍ବାଇଁ ଓ ବଳବନ୍ତ ସାହୁ ପ୍ରମୁଖ ମଧ୍ୟ ଏହି ପ୍ରଦେଶ କାର୍ଯ୍ୟାଳୟ ଉଦଘାଟନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
    1
    ଭୁବନେଶ୍ୱରର ବିଜେପି ନଗରରେ ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତର ପ୍ରଦେଶ କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି। ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରରୁ ବହୁ ପ୍ରମୁଖ କର୍ମକର୍ତ୍ତା ଓ ସଦସ୍ୟ ଯୋଗଦେଇଥିଲେ।

ମଞ୍ଚାସୀନ ପ୍ରମୁଖ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ସର୍ବଶ୍ରୀ ଜଗନ୍ନାଥ ପ୍ରଧାନ, ରୁଦ୍ରନାରାୟଣ ସାମନ୍ତରାୟ, ରାମଚନ୍ଦ୍ର ସ୍ବାଇଁ, ବଦ୍ରିନାରାୟଣ ମହାରଣା, ଆଇନଜୀବି ମହେନ୍ଦ୍ର ପ୍ରଧାନ, ଦୀପକ ସାହୁ, ଯଜ୍ଞାଶୀଷ ମହାପାତ୍ର, କିଶୋର ମିଶ୍ର, ପ୍ରକାଶ ଶ୍ରୀନ୍ଦନ ଏବଂ ସୈାମେନ୍ଦ୍ର ଜେନା ପ୍ରମୁଖ ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତର ଉଦ୍ଦେଶ୍ୟ ଓ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ନିଜ ନିଜର ଅଭିଭାଷଣ ରଖିଥିଲେ।

ଜଗତସିଂହପୁର ଜିଲ୍ଲାରୁ ଚିତ୍ତରଞ୍ଜନ ମହାନ୍ତି, ସୁବାସ ବେହୁରା, ନୃସିଂହ ଚରଣ ବାରିକ, ଗୈାଁରାଙ୍ଗ ଚରଣ ସ୍ବାଇଁ ଓ ବଳବନ୍ତ ସାହୁ ପ୍ରମୁଖ ମଧ୍ୟ ଏହି ପ୍ରଦେଶ କାର୍ଯ୍ୟାଳୟ ଉଦଘାଟନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
    user_ନୃସିଂହ ଚରଣ ବାରିକ
    ନୃସିଂହ ଚରଣ ବାରିକ
    Local News Reporter କୁଜଙ୍ଗ, ଜଗତସିଂହପୁର, ଓଡ଼ିଶା•
    8 hrs ago
  • ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ କୋରେଇ ବ୍ଲକରେ ଏକ 'ବିକାଶ ଧାରା ଓଡ଼ିଶା ସାରା' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ବିଧାୟକ ଆକାଶ ଦାସ ନାୟକଙ୍କ ଦ୍ୱାରା ବିଭିନ୍ନ ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀମାନଙ୍କୁ ସହାୟତା ପ୍ରଦାନ କରାଯାଇଛି। ସେମାନଙ୍କୁ ଅର୍ନପୂର୍ଣ୍ଣା କାର୍ଡ, ମୋବାଇଲ, ପଟା, ଟ୍ରାଇ ସାଇକେଲ, ଶ୍ରବଣ ଯନ୍ତ୍ର, ଏବଂ ବିବାହ ସହାୟତା ରାଶି ପ୍ରଦାନ କରାଯାଇଥିଲା।
    1
    ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ କୋରେଇ ବ୍ଲକରେ ଏକ 'ବିକାଶ ଧାରା ଓଡ଼ିଶା ସାରା' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ବିଧାୟକ ଆକାଶ ଦାସ ନାୟକଙ୍କ ଦ୍ୱାରା ବିଭିନ୍ନ ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀମାନଙ୍କୁ ସହାୟତା ପ୍ରଦାନ କରାଯାଇଛି। ସେମାନଙ୍କୁ ଅର୍ନପୂର୍ଣ୍ଣା କାର୍ଡ, ମୋବାଇଲ, ପଟା, ଟ୍ରାଇ ସାଇକେଲ, ଶ୍ରବଣ ଯନ୍ତ୍ର, ଏବଂ ବିବାହ ସହାୟତା ରାଶି ପ୍ରଦାନ କରାଯାଇଥିଲା।
    user_Debadarshan Routray
    Debadarshan Routray
    Graphic designer ନିଆଳି, କଟକ, ଓଡ଼ିଶା•
    4 hrs ago
  • ଭୁବନେଶ୍ୱରର ଭର୍ସା ରିଭେରା ଆପାର୍ଟମେଣ୍ଟ ପରିସରରେ ଆଜି, ଜୁନ ୨୧, ୨୦୨୬ ରେ, ଆନ୍ତର୍ଜାତୀୟ ଯୋଗ ଦିବସ–୨୦୨୬ ଅତ୍ୟନ୍ତ ଉତ୍ସାହ, ଆନନ୍ଦ ଏବଂ ସମୁଦାୟିକ ଏକତାର ବାତାବରଣ ମଧ୍ୟରେ ସଫଳତାର ସହ ପାଳିତ ହୋଇଛି। ପ୍ରଭାତ ୬:୦୦ ରୁ ୮:୦୦ ଟା ପର୍ଯ୍ୟନ୍ତ ଆୟୋଜିତ ଏହି ଯୋଗ ଅଧିବେଶନରେ ଆପାର୍ଟମେଣ୍ଟ ସମୁଦାୟର ପ୍ରାୟ ୫୦ ଜଣ ଅଂଶଗ୍ରହଣକାରୀ ସକ୍ରିୟ ଭାବେ ଯୋଗ ଦେଇଥିଲେ, ଯେଉଁମାନଙ୍କ ମଧ୍ୟରେ ମହିଳା, ପୁରୁଷ, ବରିଷ୍ଠ ନାଗରିକ, ଯୁବକ-ଯୁବତୀ ଏବଂ ଶିଶୁମାନେ ସାମିଲ ଥିଲେ। ଏହି ବ୍ୟାପକ ଅଂଶଗ୍ରହଣ ଯୋଗ ପ୍ରତି ସମସ୍ତ ବୟସ ବର୍ଗରେ ବଢ଼ୁଥିବା ସଚେତନତା ଓ ଉତ୍ସାହର ଏକ ସ୍ପଷ୍ଟ ପ୍ରତିଫଳନ ଥିଲା। କାର୍ଯ୍ୟକ୍ରମଟି ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ପ୍ରଣୀତ 'କମନ୍ ଯୋଗ ପ୍ରୋଟୋକଲ (CYP)' ଅନୁସାରେ ପରିଚାଳିତ ହୋଇଥିଲା। ଏଥିରେ ବିଭିନ୍ନ ଯୋଗାସନ, ପ୍ରାଣାୟାମ, ଧ୍ୟାନ ଏବଂ ଶିଥିଳୀକରଣ ଅଭ୍ୟାସ କରାଯାଇଥିଲା। ଅଂଶଗ୍ରହଣକାରୀମାନେ ଅନୁଭବ କରିଥିଲେ ଯେ ଏହି ଅଭ୍ୟାସଗୁଡ଼ିକ ଶାରୀରିକ ସୁସ୍ଥତା, ମାନସିକ ଶାନ୍ତି, ଏକାଗ୍ରତା ଏବଂ ସମଗ୍ର ସ୍ୱାସ୍ଥ୍ୟ ବିକାଶରେ ସହାୟକ ହୋଇଥାଏ। ଏହି ଯୋଗ ଅଧିବେଶନକୁ ଭର୍ସା ରିଭେରା ଆପାର୍ଟମେଣ୍ଟ ଆଲଟିଜ୍ ଆସୋସିଏସନର ସଭାପତି ତଥା ବରିଷ୍ଠ ଯୋଗ ପ୍ରଶିକ୍ଷକ ଶ୍ରୀ ସୁବାସ ଚନ୍ଦ୍ର ଷଡ଼ଙ୍ଗୀ ଏବଂ ଶ୍ରୀ ଅଭିଜିତ ଭୌମିକ ପରିଚାଳନା କରିଥିଲେ। ଆୟୁଷ ମନ୍ତ୍ରଣାଳୟ ସହ ଦୀର୍ଘଦିନର ଯୋଗ ସମ୍ପର୍କ ରଖୁଥିବା ଶ୍ରୀ ଷଡ଼ଙ୍ଗୀଙ୍କ ସରଳ ଉପସ୍ଥାପନା, ବୈଜ୍ଞାନିକ ଦୃଷ୍ଟିକୋଣ ଏବଂ ପ୍ରେରଣାଦାୟକ ମାର୍ଗଦର୍ଶନ ସମସ୍ତଙ୍କୁ ବିଶେଷ ଭାବରେ ପ୍ରଭାବିତ କରିଥିଲା। କାର୍ଯ୍ୟକ୍ରମର ଏକ ବିଶେଷ ଆକର୍ଷଣ ଥିଲା 'ଯୋଗିକ ଲାଫ୍ଟର ଥେରାପି', ଯେଉଁଥିରେ ସମସ୍ତେ ମିଳିତ ଭାବରେ ହସିବା, ଆନନ୍ଦ ବାଣ୍ଟିବା ଏବଂ ସକାରାତ୍ମକ ଶକ୍ତିର ଅନୁଭବ କରିଥିଲେ। ଏହି ଅବସରରେ ବକ୍ତାମାନେ ଯୋଗକୁ କେବଳ ଏକ ବ୍ୟାୟାମ ପ୍ରଣାଳୀ ନୁହେଁ, ବରଂ ଏକ ସୁସ୍ଥ, ସନ୍ତୁଳିତ, ସଚେତନ ଏବଂ ଆନନ୍ଦମୟ ଜୀବନଶୈଳୀ ବୋଲି ବର୍ଣ୍ଣନା କରିଥିଲେ। ସେମାନେ ମତ ଦେଇଥିଲେ ଯେ ନିୟମିତ ଯୋଗାଭ୍ୟାସ ମାଧ୍ୟମରେ ଶରୀର, ମନ ଏବଂ ଚେତନାର ସମନ୍ୱିତ ବିକାଶ ସମ୍ଭବ। ଯୋଗାଭ୍ୟାସରେ ଯୋଗଦେଇଥିବା ପ୍ରମୁଖ ଅଂଶଗ୍ରହଣକାରୀମାନଙ୍କ ମଧ୍ୟରେ ଶ୍ରୀ ଚନ୍ଦନ ନନ୍ଦ, ଶ୍ରୀ ଗୋଲକ ବିହାରୀ ପଣ୍ଡା, ଶ୍ରୀ ଡି. ସି. ମୋହନ, ଶ୍ରୀ ଶରତ ଚନ୍ଦ୍ର ଦାସ, ଶ୍ରୀମତୀ ରେଖା ଷଡ଼ଙ୍ଗୀ, ଶ୍ରୀମତୀ ଶକୁନ୍ତଳା ବିଶ୍ୱାଳ, କୁନି ବିଶ୍ୱାଳ, ସାଇ ବିଶ୍ୱାଳ, ଶ୍ରୀ ପି. କେ. ପଟ୍ଟନାୟକ, ଶ୍ରୀ ସୁରେଶ ମିଶ୍ର, ଶ୍ରୀ ପର୍ଶୁରାମ ମୁର୍ମୁ, ଡା. ଜି. ରଥ, ଶ୍ରୀ ଅବକାଶ ଓ କ୍ୟୁଟି ପ୍ରମୁଖ ଥିଲେ। କାର୍ଯ୍ୟକ୍ରମର ସଫଳ ଆୟୋଜନରେ ଆସୋସିଏସନର ସମ୍ପାଦକ ଶ୍ରୀ ଚନ୍ଦନ ନନ୍ଦ, କାର୍ଯ୍ୟକାରୀ ସଦସ୍ୟ ଶ୍ରୀ ଗୌତମ ସାମଲ ଏବଂ ଶ୍ରୀ ଗୌର ମୋହନ ସାସ୍ମଲ ପ୍ରମୁଖଙ୍କର ସକ୍ରିୟ ସହଯୋଗ, ନିଷ୍ଠା ଓ ନେତୃତ୍ୱ ବିଶେଷ ଭୂମିକା ଗ୍ରହଣ କରିଥିଲା। ସେମାନଙ୍କ ସମନ୍ୱିତ ପ୍ରୟାସ ଏବଂ ବାସିନ୍ଦାମାନଙ୍କର ଉତ୍ସାହପୂର୍ଣ୍ଣ ସହଯୋଗ ଯୋଗୁଁ କାର୍ଯ୍ୟକ୍ରମଟି ସୁଚାରୁ ଓ ସଫଳ ଭାବେ ସମ୍ପନ୍ନ ହୋଇପାରିଥିଲା। କାର୍ଯ୍ୟକ୍ରମ ଶେଷରେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ହାଲୁକା ଜଳଖିଆ ଓ ଆପ୍ୟାୟନ ପ୍ରଦାନ କରାଯାଇଥିଲା, ଯାହା ଆପାର୍ଟମେଣ୍ଟ ସମୁଦାୟ ମଧ୍ୟରେ ସୌହାର୍ଦ୍ଦ୍ୟ, ଏକତା ଏବଂ ସୁସ୍ଥ ଜୀବନଧାରା ପ୍ରତି ସଚେତନତାକୁ ଆହୁରି ସୁଦୃଢ଼ କରିଥିଲା।
    1
    ଭୁବନେଶ୍ୱରର ଭର୍ସା ରିଭେରା ଆପାର୍ଟମେଣ୍ଟ ପରିସରରେ ଆଜି, ଜୁନ ୨୧, ୨୦୨୬ ରେ, ଆନ୍ତର୍ଜାତୀୟ ଯୋଗ ଦିବସ–୨୦୨୬ ଅତ୍ୟନ୍ତ ଉତ୍ସାହ, ଆନନ୍ଦ ଏବଂ ସମୁଦାୟିକ ଏକତାର ବାତାବରଣ ମଧ୍ୟରେ ସଫଳତାର ସହ ପାଳିତ ହୋଇଛି। ପ୍ରଭାତ ୬:୦୦ ରୁ ୮:୦୦ ଟା ପର୍ଯ୍ୟନ୍ତ ଆୟୋଜିତ ଏହି ଯୋଗ ଅଧିବେଶନରେ ଆପାର୍ଟମେଣ୍ଟ ସମୁଦାୟର ପ୍ରାୟ ୫୦ ଜଣ ଅଂଶଗ୍ରହଣକାରୀ ସକ୍ରିୟ ଭାବେ ଯୋଗ ଦେଇଥିଲେ, ଯେଉଁମାନଙ୍କ ମଧ୍ୟରେ ମହିଳା, ପୁରୁଷ, ବରିଷ୍ଠ ନାଗରିକ, ଯୁବକ-ଯୁବତୀ ଏବଂ ଶିଶୁମାନେ ସାମିଲ ଥିଲେ। ଏହି ବ୍ୟାପକ ଅଂଶଗ୍ରହଣ ଯୋଗ ପ୍ରତି ସମସ୍ତ ବୟସ ବର୍ଗରେ ବଢ଼ୁଥିବା ସଚେତନତା ଓ ଉତ୍ସାହର ଏକ ସ୍ପଷ୍ଟ ପ୍ରତିଫଳନ ଥିଲା।

କାର୍ଯ୍ୟକ୍ରମଟି ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ପ୍ରଣୀତ 'କମନ୍ ଯୋଗ ପ୍ରୋଟୋକଲ (CYP)' ଅନୁସାରେ ପରିଚାଳିତ ହୋଇଥିଲା। ଏଥିରେ ବିଭିନ୍ନ ଯୋଗାସନ, ପ୍ରାଣାୟାମ, ଧ୍ୟାନ ଏବଂ ଶିଥିଳୀକରଣ ଅଭ୍ୟାସ କରାଯାଇଥିଲା। ଅଂଶଗ୍ରହଣକାରୀମାନେ ଅନୁଭବ କରିଥିଲେ ଯେ ଏହି ଅଭ୍ୟାସଗୁଡ଼ିକ ଶାରୀରିକ ସୁସ୍ଥତା, ମାନସିକ ଶାନ୍ତି, ଏକାଗ୍ରତା ଏବଂ ସମଗ୍ର ସ୍ୱାସ୍ଥ୍ୟ ବିକାଶରେ ସହାୟକ ହୋଇଥାଏ।

ଏହି ଯୋଗ ଅଧିବେଶନକୁ ଭର୍ସା ରିଭେରା ଆପାର୍ଟମେଣ୍ଟ ଆଲଟିଜ୍ ଆସୋସିଏସନର ସଭାପତି ତଥା ବରିଷ୍ଠ ଯୋଗ ପ୍ରଶିକ୍ଷକ ଶ୍ରୀ ସୁବାସ ଚନ୍ଦ୍ର ଷଡ଼ଙ୍ଗୀ ଏବଂ ଶ୍ରୀ ଅଭିଜିତ ଭୌମିକ ପରିଚାଳନା କରିଥିଲେ। ଆୟୁଷ ମନ୍ତ୍ରଣାଳୟ ସହ ଦୀର୍ଘଦିନର ଯୋଗ ସମ୍ପର୍କ ରଖୁଥିବା ଶ୍ରୀ ଷଡ଼ଙ୍ଗୀଙ୍କ ସରଳ ଉପସ୍ଥାପନା, ବୈଜ୍ଞାନିକ ଦୃଷ୍ଟିକୋଣ ଏବଂ ପ୍ରେରଣାଦାୟକ ମାର୍ଗଦର୍ଶନ ସମସ୍ତଙ୍କୁ ବିଶେଷ ଭାବରେ ପ୍ରଭାବିତ କରିଥିଲା। କାର୍ଯ୍ୟକ୍ରମର ଏକ ବିଶେଷ ଆକର୍ଷଣ ଥିଲା 'ଯୋଗିକ ଲାଫ୍ଟର ଥେରାପି', ଯେଉଁଥିରେ ସମସ୍ତେ ମିଳିତ ଭାବରେ ହସିବା, ଆନନ୍ଦ ବାଣ୍ଟିବା ଏବଂ ସକାରାତ୍ମକ ଶକ୍ତିର ଅନୁଭବ କରିଥିଲେ।

ଏହି ଅବସରରେ ବକ୍ତାମାନେ ଯୋଗକୁ କେବଳ ଏକ ବ୍ୟାୟାମ ପ୍ରଣାଳୀ ନୁହେଁ, ବରଂ ଏକ ସୁସ୍ଥ, ସନ୍ତୁଳିତ, ସଚେତନ ଏବଂ ଆନନ୍ଦମୟ ଜୀବନଶୈଳୀ ବୋଲି ବର୍ଣ୍ଣନା କରିଥିଲେ। ସେମାନେ ମତ ଦେଇଥିଲେ ଯେ ନିୟମିତ ଯୋଗାଭ୍ୟାସ ମାଧ୍ୟମରେ ଶରୀର, ମନ ଏବଂ ଚେତନାର ସମନ୍ୱିତ ବିକାଶ ସମ୍ଭବ। ଯୋଗାଭ୍ୟାସରେ ଯୋଗଦେଇଥିବା ପ୍ରମୁଖ ଅଂଶଗ୍ରହଣକାରୀମାନଙ୍କ ମଧ୍ୟରେ ଶ୍ରୀ ଚନ୍ଦନ ନନ୍ଦ, ଶ୍ରୀ ଗୋଲକ ବିହାରୀ ପଣ୍ଡା, ଶ୍ରୀ ଡି. ସି. ମୋହନ, ଶ୍ରୀ ଶରତ ଚନ୍ଦ୍ର ଦାସ, ଶ୍ରୀମତୀ ରେଖା ଷଡ଼ଙ୍ଗୀ, ଶ୍ରୀମତୀ ଶକୁନ୍ତଳା ବିଶ୍ୱାଳ, କୁନି ବିଶ୍ୱାଳ, ସାଇ ବିଶ୍ୱାଳ, ଶ୍ରୀ ପି. କେ. ପଟ୍ଟନାୟକ, ଶ୍ରୀ ସୁରେଶ ମିଶ୍ର, ଶ୍ରୀ ପର୍ଶୁରାମ ମୁର୍ମୁ, ଡା. ଜି. ରଥ, ଶ୍ରୀ ଅବକାଶ ଓ କ୍ୟୁଟି ପ୍ରମୁଖ ଥିଲେ।

କାର୍ଯ୍ୟକ୍ରମର ସଫଳ ଆୟୋଜନରେ ଆସୋସିଏସନର ସମ୍ପାଦକ ଶ୍ରୀ ଚନ୍ଦନ ନନ୍ଦ, କାର୍ଯ୍ୟକାରୀ ସଦସ୍ୟ ଶ୍ରୀ ଗୌତମ ସାମଲ ଏବଂ ଶ୍ରୀ ଗୌର ମୋହନ ସାସ୍ମଲ ପ୍ରମୁଖଙ୍କର ସକ୍ରିୟ ସହଯୋଗ, ନିଷ୍ଠା ଓ ନେତୃତ୍ୱ ବିଶେଷ ଭୂମିକା ଗ୍ରହଣ କରିଥିଲା। ସେମାନଙ୍କ ସମନ୍ୱିତ ପ୍ରୟାସ ଏବଂ ବାସିନ୍ଦାମାନଙ୍କର ଉତ୍ସାହପୂର୍ଣ୍ଣ ସହଯୋଗ ଯୋଗୁଁ କାର୍ଯ୍ୟକ୍ରମଟି ସୁଚାରୁ ଓ ସଫଳ ଭାବେ ସମ୍ପନ୍ନ ହୋଇପାରିଥିଲା। କାର୍ଯ୍ୟକ୍ରମ ଶେଷରେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ହାଲୁକା ଜଳଖିଆ ଓ ଆପ୍ୟାୟନ ପ୍ରଦାନ କରାଯାଇଥିଲା, ଯାହା ଆପାର୍ଟମେଣ୍ଟ ସମୁଦାୟ ମଧ୍ୟରେ ସୌହାର୍ଦ୍ଦ୍ୟ, ଏକତା ଏବଂ ସୁସ୍ଥ ଜୀବନଧାରା ପ୍ରତି ସଚେତନତାକୁ ଆହୁରି ସୁଦୃଢ଼ କରିଥିଲା।
    user_Gagan Bhoi
    Gagan Bhoi
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    4 hrs ago
  • ଜୁନ୍ ୨୧, ୨୦୨୬ ରେ ଆଜିର ମୁଖ୍ୟ ଖବର ଅନୁଯାୟୀ, ଦେଶବ୍ୟାପୀ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଛି ଏବଂ ବିଭିନ୍ନ ସ୍ଥାନରେ ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି ଅବସରରେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିନ ପାଳନ ଅବସରରେ ଓଡ଼ିଶାରେ ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟନ କରାଯିବା ସହ ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଶିକ୍ଷା କ୍ଷେତ୍ରରେ, ରାଜ୍ୟରେ NEET UG ପୁନଃ ପରୀକ୍ଷା ପାଇଁ କେନ୍ଦ୍ରଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯାଇଛି। ସେହିପରି, ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ କିଛି ରାଜ୍ୟରେ ଯାତାୟାତ ସହାୟତା ବ୍ୟବସ୍ଥା ମଧ୍ୟ କରାଯାଇଛି। ଏହା ସହ, NEET ପରୀକ୍ଷା ସହିତ ତାରିଖ ମିଳିଥିବାରୁ OSSSC CRE-2025 ପରୀକ୍ଷା ତାରିଖ ପରିବର୍ତ୍ତନ କରାଯାଇଛି। ପାଣିପାଗ ସୂଚନା ଅନୁଯାୟୀ, ଓଡ଼ିଶା ସମେତ କିଛି ରାଜ୍ୟରେ ବର୍ଷା, ବଜ୍ରପାତ ଓ ପବନ ପାଇଁ ସତର୍କତା ଜାରି କରାଯାଇଛି।
    2
    ଜୁନ୍ ୨୧, ୨୦୨୬ ରେ ଆଜିର ମୁଖ୍ୟ ଖବର ଅନୁଯାୟୀ, ଦେଶବ୍ୟାପୀ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଛି ଏବଂ ବିଭିନ୍ନ ସ୍ଥାନରେ ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି ଅବସରରେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିନ ପାଳନ ଅବସରରେ ଓଡ଼ିଶାରେ ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟନ କରାଯିବା ସହ ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

ଶିକ୍ଷା କ୍ଷେତ୍ରରେ, ରାଜ୍ୟରେ NEET UG ପୁନଃ ପରୀକ୍ଷା ପାଇଁ କେନ୍ଦ୍ରଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯାଇଛି। ସେହିପରି, ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ କିଛି ରାଜ୍ୟରେ ଯାତାୟାତ ସହାୟତା ବ୍ୟବସ୍ଥା ମଧ୍ୟ କରାଯାଇଛି। ଏହା ସହ, NEET ପରୀକ୍ଷା ସହିତ ତାରିଖ ମିଳିଥିବାରୁ OSSSC CRE-2025 ପରୀକ୍ଷା ତାରିଖ ପରିବର୍ତ୍ତନ କରାଯାଇଛି।

ପାଣିପାଗ ସୂଚନା ଅନୁଯାୟୀ, ଓଡ଼ିଶା ସମେତ କିଛି ରାଜ୍ୟରେ ବର୍ଷା, ବଜ୍ରପାତ ଓ ପବନ ପାଇଁ ସତର୍କତା ଜାରି କରାଯାଇଛି।
    user_Top Headlines News Today
    Top Headlines News Today
    Software Developer Cuttack Sadar, Odisha•
    13 hrs ago
  • ଖାଇବା ତେଲ କମ୍ପାନୀମାନେ ଗ୍ରାହକମାନଙ୍କୁ ଲୁଟୁଥିବା ଅଭିଯୋଗ ହୋଇଛି, ଯେଉଁମାନେ ଟଙ୍କା ନେଇ ଓଜନରେ ଠକୁଛନ୍ତି। ଫଳରେ, ଗ୍ରାହକମାନେ ଟଙ୍କା ଦେଇ ମଧ୍ୟ ଶୋଷଣର ଶିକାର ହେଉଛନ୍ତି। ଏହି ପରିପ୍ରେକ୍ଷୀରେ, କେନ୍ଦ୍ର ସରକାର ଏକ ନୂଆ ନିୟମ କରିଛନ୍ତି, ଯାହା ଅନୁଯାୟୀ ଖାଇବା ତେଲ ପ୍ୟାକେଟରେ ଓଜନ ଗଡ଼ବଡ଼ ଆଉ ହେବ ନାହିଁ। ଏହି ନୂଆ ନିୟମ ଖାଉଟିଙ୍କ ପାଇଁ ଏକ ବଡ଼ ଖବର।
    1
    ଖାଇବା ତେଲ କମ୍ପାନୀମାନେ ଗ୍ରାହକମାନଙ୍କୁ ଲୁଟୁଥିବା ଅଭିଯୋଗ ହୋଇଛି, ଯେଉଁମାନେ ଟଙ୍କା ନେଇ ଓଜନରେ ଠକୁଛନ୍ତି। ଫଳରେ, ଗ୍ରାହକମାନେ ଟଙ୍କା ଦେଇ ମଧ୍ୟ ଶୋଷଣର ଶିକାର ହେଉଛନ୍ତି। ଏହି ପରିପ୍ରେକ୍ଷୀରେ, କେନ୍ଦ୍ର ସରକାର ଏକ ନୂଆ ନିୟମ କରିଛନ୍ତି, ଯାହା ଅନୁଯାୟୀ ଖାଇବା ତେଲ ପ୍ୟାକେଟରେ ଓଜନ ଗଡ଼ବଡ଼ ଆଉ ହେବ ନାହିଁ। ଏହି ନୂଆ ନିୟମ ଖାଉଟିଙ୍କ ପାଇଁ ଏକ ବଡ଼ ଖବର।
    user_ସୁଧାଂଶୁ ଶେଖର ନାୟକ
    ସୁଧାଂଶୁ ଶେଖର ନାୟକ
    Engineer ଧର୍ମଶାଳା, ଯାଜପୁର, ଓଡ଼ିଶା•
    2 hrs ago
  • ରାଉରକେଲା-ଗୁଣପୁର ରାଜାରାଣୀ ଏକ୍ସପ୍ରେସରେ ଯାତ୍ରା କରୁଥିବା ଜଣେ ମହିଳା ଜେନେରାଲ୍ କୋଚ୍ ମଧ୍ୟରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ଯାତ୍ରା ସମୟରେ ମହିଳାଙ୍କୁ ପ୍ରସବ ବେଦନା ହୋଇଥିଲା। ଏହାପରେ ରେଲ୍ ମଦଦ ମାଧ୍ୟମରେ ଅଭିଯୋଗ କରାଯିବା ପରେ RPF ଟିମ୍ କଟକ ଷ୍ଟେସନରେ ପହଞ୍ଚିଥିଲା। ତେବେ, RPF ପହଞ୍ଚିବା ପୂର୍ବରୁ ମହିଳା ଜଣକ ଶିଶୁପୁତ୍ରକୁ ଜନ୍ମ ଦେଇସାରିଥିଲେ। RPF କର୍ମଚାରୀମାନେ ମହିଳାଙ୍କ ପାଇଁ ତୁରନ୍ତ ସହାୟତାର ବ୍ୟବସ୍ଥା କରିଥିଲେ। ପରେ ପୁଣି ବେଦନା ଅନୁଭବ ହେବାରୁ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ SCB ମେଡିକାଲ୍ ପଠାଯାଇଥିଲା।
    1
    ରାଉରକେଲା-ଗୁଣପୁର ରାଜାରାଣୀ ଏକ୍ସପ୍ରେସରେ ଯାତ୍ରା କରୁଥିବା ଜଣେ ମହିଳା ଜେନେରାଲ୍ କୋଚ୍ ମଧ୍ୟରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ଯାତ୍ରା ସମୟରେ ମହିଳାଙ୍କୁ ପ୍ରସବ ବେଦନା ହୋଇଥିଲା। ଏହାପରେ ରେଲ୍ ମଦଦ ମାଧ୍ୟମରେ ଅଭିଯୋଗ କରାଯିବା ପରେ RPF ଟିମ୍ କଟକ ଷ୍ଟେସନରେ ପହଞ୍ଚିଥିଲା। ତେବେ, RPF ପହଞ୍ଚିବା ପୂର୍ବରୁ ମହିଳା ଜଣକ ଶିଶୁପୁତ୍ରକୁ ଜନ୍ମ ଦେଇସାରିଥିଲେ। RPF କର୍ମଚାରୀମାନେ ମହିଳାଙ୍କ ପାଇଁ ତୁରନ୍ତ ସହାୟତାର ବ୍ୟବସ୍ଥା କରିଥିଲେ। ପରେ ପୁଣି ବେଦନା ଅନୁଭବ ହେବାରୁ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ SCB ମେଡିକାଲ୍ ପଠାଯାଇଥିଲା।
    user_Amrit Prasad Das
    Amrit Prasad Das
    Social worker କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    2 hrs ago
  • ଆଜି ସାରା ଦେଶ ଯୋଗମୁଦ୍ରାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିଛି। ଏହି ଅବସରରେ ଭୁବନେଶ୍ୱରରୁ କୋଲକାତା ପର୍ଯ୍ୟନ୍ତ ନେତା, ମନ୍ତ୍ରୀ ଓ ସାଧାରଣ ଜନତା ଯୋଗାଭ୍ୟାସରେ ସାମିଲ ହୋଇଥିଲେ। କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗର ମହତ୍ତ୍ୱ ବୁଝାଇ ସୁସ୍ଥ ଓ ଚାପମୁକ୍ତ ଜୀବନ ପାଇଁ ଏହାକୁ ଆପଣାଇବାକୁ ଆହ୍ୱାନ ଦେଇଛନ୍ତି।
    1
    ଆଜି ସାରା ଦେଶ ଯୋଗମୁଦ୍ରାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିଛି। ଏହି ଅବସରରେ ଭୁବନେଶ୍ୱରରୁ କୋଲକାତା ପର୍ଯ୍ୟନ୍ତ ନେତା, ମନ୍ତ୍ରୀ ଓ ସାଧାରଣ ଜନତା ଯୋଗାଭ୍ୟାସରେ ସାମିଲ ହୋଇଥିଲେ। କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗର ମହତ୍ତ୍ୱ ବୁଝାଇ ସୁସ୍ଥ ଓ ଚାପମୁକ୍ତ ଜୀବନ ପାଇଁ ଏହାକୁ ଆପଣାଇବାକୁ ଆହ୍ୱାନ ଦେଇଛନ୍ତି।
    user_ସୁଧାଂଶୁ ଶେଖର ନାୟକ
    ସୁଧାଂଶୁ ଶେଖର ନାୟକ
    Engineer ଧର୍ମଶାଳା, ଯାଜପୁର, ଓଡ଼ିଶା•
    2 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.