ତାମିଲନାଡୁରେ କାର୍ଯ୍ୟରତ ଥିବା ସମୟରେ ବୌଦ୍ଧ ବ୍ଲକର ଜଣେ ଗରିବ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ବୌଦ୍ଧ ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀପାଲି ଗ୍ରାମ ପଞ୍ଚାୟତର ବିଜାପଦର ଗ୍ରାମର ଅସହାୟ ଟୁନା ମହାନନ୍ଦିଆ (୫୬), ପିତା ସ୍ୱର୍ଗତ ସଭା ମହାନନ୍ଦିଆ, ଗତ ମାର୍ଚ୍ଚ ମାସରେ ତାମିଲନାଡୁର ଟିର୍ଚି ଜିଲ୍ଲାସ୍ଥିତ ଟା ପେଟି ଥାନା ଅନ୍ତର୍ଗତ Mangatapa ବାଇପାସ୍ ରୋଡରେ ଥିବା ଏକ ଘରୋଇ କମ୍ପାନୀ ଏସ ଜେ ଏଲ ଟି (S J L T) ଟେକ୍ସଟାଇଲ୍ସ, ୟୁନିଟ୍-୨ କପଡ଼ା ମିଲରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ଗତ ୧୨-୦୭-୨୦୨୬ ରବିବାର ସକାଳ ପ୍ରାୟ ୭ଟା ସମୟରେ କମ୍ପାନୀ ଭିତରେ କାମ କରୁଥିବା ବେଳେ ସେ ହଠାତ ଅଚେତ ହୋଇ ତଳେ ପଡ଼ିଯାଇଥିଲେ। ସହଯୋଗୀ ଶ୍ରମିକମାନେ ତାଙ୍କୁ ତୁରନ୍ତ ତା ପେଟିସ୍ଥିତ ଥୁରାଜ୍ୟୁର (Thurajyur) ସରକାରୀ ଡାକ୍ତରଖାନାକୁ ନେଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଦାଦନ ଶ୍ରମିକଙ୍କ ଦୁଇ ପୁତ୍ର ନଗେନ ମହାନନ୍ଦିଆ, ବୃନ୍ଦାବନ ମହାନନ୍ଦିଆ ଏବଂ ଏକମାତ୍ର କନ୍ୟା ଲିପସା ମହାନନ୍ଦିଆ ଏବେ ଅତି ଦୁଃଖକଷ୍ଟରେ ଜୀବନ ବିତାଉଥିବା ବେଳେ ଅପେକ୍ଷାରେ ରହିଛନ୍ତି। ଏହି ଅତି ସମ୍ବେଦନଶୀଳ ଘଟଣାକୁ ନେଇ ବୌଦ୍ଧ ଜିଲ୍ଲା ପ୍ରଶାସନ ତୁରନ୍ତ ସୁବିଚାର କରି ଟୁନାଙ୍କ ମରଶରୀରକୁ ଜନ୍ମମାଟିକୁ ଫେରାଇ ଆଣିବା ସହ ଶୋକସନ୍ତପ୍ତ ପରିବାରକୁ ସରକାରୀ ଆର୍ଥିକ କ୍ଷତିପୂରଣ ପ୍ରଦାନ କରିବା ପାଇଁ ସାମାଜିକ ସଂଗଠନ ବୌଦ୍ଧ ଜିଲ୍ଲା ପାଣ-ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ଦାବି କରାଯାଇଛି।

- ଓଡ଼ିଶା ସରକାରଙ୍କ ଭିନ୍ନକ୍ଷମ କମିଶନର ତଥା ଆଇଏଏସ ଶ୍ରୀମତୀ ବ୍ରତତୀ ହରିଚନ୍ଦନ ଗୁରୁବାର ଦିନ ଗଜପତି ଜିଲ୍ଲାର ମୋହନାସ୍ଥିତ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ନେତ୍ରହୀନ ଓ ବଧିର ବିଦ୍ୟାଳୟ ଗସ୍ତ କରିଛନ୍ତି। ଏହି ପରିଦର୍ଶନ ସମୟରେ କମିଶନର ବିଦ୍ୟାଳୟର ସମସ୍ତ ବ୍ୟବସ୍ଥା ବୁଲି ଦେଖିବା ସହ ପିଲାମାନଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ସେ ପିଲାମାନଙ୍କୁ ସେମାନଙ୍କର ଖାଦ୍ୟପେୟ ଏବଂ ଶିକ୍ଷାଦାନ ସାମଗ୍ରୀ ବାବଦରେ ପଚାରି ବୁଝିଥିଲେ। ଏହି ଗସ୍ତ ସମୟରେ କମିଶନରଙ୍କ ସହ ଗଜପତି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ବେଜଦୀତା ବଦରାଇତ, ମୋହନା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ, ଅନୁଷ୍ଠାନର ସମ୍ପାଦକ ଶ୍ରୀ ଦଣ୍ଡକୀ ସାହୁ, ପରିଚାଳନା କମିଟି, ଶିକ୍ଷକ, କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। ଏହାପରେ କମିଶନର ବିଦ୍ୟାଳୟର ସମ୍ପାଦକଙ୍କ ସହ ପିଲାମାନଙ୍କ ଭବିଷ୍ୟତ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଏହି ଆଲୋଚନା ସମୟରେ ପୂର୍ବରୁ ଏଠାରେ ପଢ଼ୁଥିବା ପୁରାତନ ଛାତ୍ରଛାତ୍ରୀମାନେ ବର୍ତ୍ତମାନ କିଭଳି କାର୍ଯ୍ୟ କରୁଛନ୍ତି, ସେ ବିଷୟରେ ମଧ୍ୟ ପଚାରି ବୁଝାଯାଇଥିଲା। ଏହାର ଉତ୍ତରରେ ସମ୍ପାଦକ ଶ୍ରୀ ସାହୁ ଜଣାଇଥିଲେ ଯେ, ପୁରାତନ ଛାତ୍ରଛାତ୍ରୀମାନେ ଶିକ୍ଷକତା ସମେତ ବିଭିନ୍ନ ଚାକିରି କ୍ଷେତ୍ରରେ ନିୟୋଜିତ ଅଛନ୍ତି ଏବଂ ବିଭିନ୍ନ କାର୍ଯ୍ୟକ୍ରମରେ ସେମାନଙ୍କୁ ସମ୍ମାନିତ କରାଯାଇଛି। ବିଦ୍ୟାଳୟର ସୁନ୍ଦର ପରିବେଶ ଓ ଉତ୍ତମ ବ୍ୟବସ୍ଥା ଦେଖି କମିଶନର ବେଶ୍ ଖୁସି ପ୍ରକଟ କରିଛନ୍ତି।1
- ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ଅଞ୍ଚଳରେ ନିଜ ପୁତୁରାକୁ ହରାଇଥିବା ଜଣେ ବ୍ୟକ୍ତି ପୋଲିସ ପ୍ରଶାସନ ନିକଟରେ ଆକୁଳ ନିବେଦନ କରିଛନ୍ତି। ଯେଉଁମାନେ ତାଙ୍କ ପୁତୁରାକୁ ମାରିଛନ୍ତି, ସେହି ସମସ୍ତ ଅଭିଯୁକ୍ତମାନଙ୍କୁ ଯେପରି କଠୋର ଦଣ୍ଡ ମିଳିବ, ତାହା ନିଶ୍ଚିତ କରିବାକୁ ସେ ପୋଲିସ ପ୍ରଶାସନକୁ ଅନୁରୋଧ କରିଛନ୍ତି।1
- ସୁବର୍ଣ୍ଣପୁରରେ ପ୍ରବଳ ଝଡ଼ ବର୍ଷା ହେତୁ ରାସ୍ତାରେ ପାଣି ଜମି ରହିବା ଯୋଗୁଁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଅନେକ ଜାଗାରେ ଗଛ ମଧ୍ୟ ପଡ଼ିବା କାରଣରୁ ରାସ୍ତା ଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ବ୍ଲକ ହୋଇ ରହିଛି। ପ୍ରବଳ ଝଡ଼ ଏବଂ ବର୍ଷାର ଏହି ପ୍ରଭାବ ଯୋଗୁଁ ସୁବର୍ଣ୍ଣପୁରରେ ରାସ୍ତାରେ ପାଣି ଜମି ରହିବା ସହ ରାସ୍ତା ବିଚ୍ଛିନ୍ନ ହୋଇପଡ଼ିଛି।1
- ସୁବର୍ଣ୍ଣପୁର ଜିଲ୍ଲା ବିନିକା ତହସିଲ ସାନଭାଲୁପାଳି ଅଞ୍ଚଳରେ ଚାଲିଥିବା ଏକ ପଥର କ୍ରସର ଯୋଗୁଁ ସ୍ଥାନୀୟ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି। କ୍ରସର ମାଲିକ ବେଆଇନ ଭାବେ କୋଟି କୋଟି ଟଙ୍କାର ଚୋରା ପଥର ଚାଲାଣ କରୁଥିବା ବେଳେ ଦିନରାତି ଚାଲୁଥିବା ପଥର ବ୍ଲାଷ୍ଟିଙ୍ଗ୍ ଏବଂ କ୍ରସର କାର୍ଯ୍ୟ ଯୋଗୁଁ ଗ୍ରାମବାସୀଙ୍କ ଘରଗୁଡ଼ିକ ଥରୁଛି। ଏହି ବିସ୍ଫୋରଣ ଯୋଗୁଁ ଲୋକଙ୍କ ଘରର କାନ୍ଥ ଏବଂ ଛାତରେ ବଡ଼ ବଡ଼ ଫାଟ ସୃଷ୍ଟି ହେଉଛି, ଯାହା ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଗଭୀର ଆତଙ୍କ ଖେଳାଇ ଦେଇଛି। କ୍ରସରରୁ ନିର୍ଗତ ହେଉଥିବା ଧୂଳିଗୁଣ୍ଡ ଯୋଗୁଁ ଚାଷବାସ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିବା ବେଳେ ଏହା ପରିବେଶକୁ ପ୍ରଦୂଷିତ କରିବା ସହ ସାଧାରଣ ଜନତା ଓ ଜଙ୍ଗଲୀ ଜୀବଜନ୍ତୁଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି। ପୂର୍ବରୁ ଅନେକ ଔଷଧୀୟ ବୃକ୍ଷଲତା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ ଥିବା ଏହି ଅଞ୍ଚଳରେ ବେଆଇନ ଖନନ କାରଣରୁ ଶହ ଶହ ଫୁଟର ବଡ଼ ବଡ଼ ଗାତ ସୃଷ୍ଟି କରି ସେମିତି ଖୋଲା ଛାଡ଼ି ଦିଆଯାଉଛି। ଏହା ବ୍ୟତୀତ ଓଭରଲୋଡ୍ ଗାଡ଼ି ଚଳାଚଳ ଯୋଗୁଁ ସ୍ଥାନୀୟ ରାସ୍ତା ଏବେ ମରଣଯନ୍ତା ପାଲଟିଛି। ଏହି ସମସ୍ୟା ନେଇ ଗ୍ରାମବାସୀ ବାରମ୍ବାର ଖଣି ବିଭାଗ ଅଧିକାରୀ, ତହସିଲଦାର ଏବଂ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ ସୁଦ୍ଧା କେହି ଶୁଣୁ ନଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଏହି ବେଆଇନ କ୍ରସର ସମ୍ପର୍କରେ ଅଭିଯୋଗ ପାଇବା ପରେ ରାଜସ୍ବ ନିରୀକ୍ଷକ ଏବଂ ମାଇନିଙ୍ଗ ବିଭାଗକୁ ଖବର ଦିଆଯାଇଥିବା ବିନିକା ଅତିତିକ୍ତ ତହସିଲଦାର କହିଛନ୍ତି। ଏହାସହ କ୍ଷତିଗ୍ରସ୍ତ ଘରଗୁଡ଼ିକର ତଦନ୍ତ କରି ଉଚିତ କ୍ଷତିପୂରଣ ପାଇଁ ସରକାରଙ୍କୁ ଜଣାଇବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ପରିବେଶକୁ ପ୍ରଦୂଷଣ ମୁକ୍ତ କରିବା ସହ ଆଗାମୀ ଦିନରେ ଯଦି ଏହି ବେଆଇନ ଖନନ ଓ ପଥର ବ୍ଲାଷ୍ଟିଙ୍ଗ୍ ଉପରେ ରୋକ ଲଗା ନଯାଏ, ତେବେ ଗ୍ରାମବାସୀ ଜୋରଦାର ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।1
- ସୋନପୁରର ପାଣ୍ଡ୍ରି ଡୁଙ୍ଗୁରିରୁ ଏକ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ଏହି ଘଟଣାରେ ମୃତକଙ୍କ ବାପା ଅଷାଢୁ ପାଣ୍ଡେ ହତ୍ୟା ଅଭିଯୋଗ ଆଣିଛନ୍ତି।1
- Post by Bighne Rana1
- କଳାହାଣ୍ଡି ଜିଲ୍ଲାର ହାତୀ ନଦୀରେ ମାଛ ମାରୁଥିବା ସମୟରେ ଜାଲରେ ଏକ କୁମ୍ଭୀର ପଡ଼ିଯାଇଛି। ଏହାକୁ ଦେଖି ସ୍ଥାନୀୟ ଲୋକେ ସମ୍ପୂର୍ଣ୍ଣ ଛାନିଆ ହୋଇପଡ଼ିଛନ୍ତି। ଏହି ଘଟଣା ପରେ ସେହି ଅଞ୍ଚଳରେ ଚାରିଆଡ଼େ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହେଉଛି।4
- ଭୁବନେଶ୍ୱର (BBSR) ଜାତୀୟ ରାଜପଥରେ ଥିବା ଜୟଦେବ ବିହାର ଓଭରବ୍ରିଜ୍ ଉପରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଜୟଦେବ ବିହାର ଓଭରବ୍ରିଜ୍ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଥିବା ନେଇ ସୂଚନା ମିଳିଛି।1