logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ମୋହନାରେ ଐତିହାସିକ ଆମ୍ବେଦକର ଜୟନ୍ତୀ ପାଳିତ: ଜୟ ଭୀମ ନାରା ରେ କମ୍ପିଲା ମୋହନା ଗଜପତି ଜିଲ୍ଲା ମୋହନାଠାରେ ଭାରତରତ୍ନ ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ୧୩୫ତମ ଜନ୍ମ ଜୟନ୍ତୀ ଅତ୍ୟନ୍ତ ଆଡମ୍ବର ସହକାରେ ପାଳିତ ହୋଇଯାଇଛି | ଏହି ଅବସରରେ ହିଲ୍‌ଟପ୍ କଲେଜଠାରୁ ହାଇସ୍କୁଲ ପଡ଼ିଆ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ହଜାର ହଜାର ଜନସାଧାରଣ ସାମିଲ ହୋଇ ଏହାକୁ ଏକ ଐତିହାସିକ ରୂପ ଦେଇଥିଲେ | ହାଇସ୍କୁଲ ପଡ଼ିଆଠାରେ ଆୟୋଜିତ ସଭାରେ ବିଭିନ୍ନ ଆମ୍ବେଦକରବାଦୀ ସଂଗଠନର କର୍ମକର୍ତ୍ତା, ରାଷ୍ଟ୍ରୀୟ ଖ୍ରୀଷ୍ଟିଆନ ମୋର୍ଚ୍ଚାର ରାଜ୍ୟ ସଭାପତି ଡକ୍ଟର ପଲ୍ଲବ ଲିମା, ଭୀମ ଆର୍ମିର ବହୁ ରାଜ୍ୟସ୍ତରୀୟ ପଦାଧିକାରୀଙ୍କ ସମେତ ମୋହନା, ରାୟଗଡ଼ା ଓ କନ୍ଧମାଳ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ବାବାସାହେବଙ୍କ ଆଦର୍ଶ ଓ ସାମାଜିକ ନ୍ୟାୟ ଉପରେ ନିଜର ବକ୍ତବ୍ୟ ରଖିଥିଲେ | ଏହି ଅବସରରେ ଉପସ୍ଥିତ ହଜାର ହଜାର ଆମ୍ବେଦକର ପ୍ରେମୀ ଭୀମ ରାଓ ଆମ୍ବେଦକରଙ୍କ ସ୍ୱପ୍ନର ଭାରତ ଗଠନ ଲକ୍ଷ୍ୟରେ ଏକତ୍ରିତ ହୋଇ ସମାଜର ଉନ୍ନତି ପାଇଁ କାର୍ଯ୍ୟ କରିବାକୁ ପ୍ରତିଜ୍ଞା କରିଥଲେ। ଆମସୋଲମ୍ ନାୟକ, ସାଗର ବଳିଆର ସିଂ ପ୍ରମୁଖ ଏହି କାର୍ଯ୍ୟକ୍ରମ ଆୟୋଜନ ପାଇଁ ସହଯୋଗ କରିଥିଲେ।

11 hrs ago
user_KHABAR TARANGA
KHABAR TARANGA
ସେରଙ୍ଗୋ, ଗଜପତି, ଓଡ଼ିଶା•
11 hrs ago

ମୋହନାରେ ଐତିହାସିକ ଆମ୍ବେଦକର ଜୟନ୍ତୀ ପାଳିତ: ଜୟ ଭୀମ ନାରା ରେ କମ୍ପିଲା ମୋହନା ଗଜପତି ଜିଲ୍ଲା ମୋହନାଠାରେ ଭାରତରତ୍ନ ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ୧୩୫ତମ ଜନ୍ମ ଜୟନ୍ତୀ ଅତ୍ୟନ୍ତ ଆଡମ୍ବର ସହକାରେ ପାଳିତ ହୋଇଯାଇଛି | ଏହି ଅବସରରେ ହିଲ୍‌ଟପ୍ କଲେଜଠାରୁ ହାଇସ୍କୁଲ ପଡ଼ିଆ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ହଜାର ହଜାର ଜନସାଧାରଣ ସାମିଲ ହୋଇ ଏହାକୁ ଏକ ଐତିହାସିକ ରୂପ ଦେଇଥିଲେ | ହାଇସ୍କୁଲ ପଡ଼ିଆଠାରେ ଆୟୋଜିତ ସଭାରେ ବିଭିନ୍ନ ଆମ୍ବେଦକରବାଦୀ ସଂଗଠନର କର୍ମକର୍ତ୍ତା, ରାଷ୍ଟ୍ରୀୟ ଖ୍ରୀଷ୍ଟିଆନ ମୋର୍ଚ୍ଚାର ରାଜ୍ୟ ସଭାପତି ଡକ୍ଟର ପଲ୍ଲବ ଲିମା, ଭୀମ ଆର୍ମିର ବହୁ ରାଜ୍ୟସ୍ତରୀୟ ପଦାଧିକାରୀଙ୍କ ସମେତ ମୋହନା, ରାୟଗଡ଼ା ଓ କନ୍ଧମାଳ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ବାବାସାହେବଙ୍କ ଆଦର୍ଶ ଓ ସାମାଜିକ ନ୍ୟାୟ ଉପରେ ନିଜର ବକ୍ତବ୍ୟ ରଖିଥିଲେ | ଏହି ଅବସରରେ ଉପସ୍ଥିତ ହଜାର ହଜାର ଆମ୍ବେଦକର ପ୍ରେମୀ ଭୀମ ରାଓ ଆମ୍ବେଦକରଙ୍କ ସ୍ୱପ୍ନର ଭାରତ ଗଠନ ଲକ୍ଷ୍ୟରେ ଏକତ୍ରିତ ହୋଇ ସମାଜର ଉନ୍ନତି ପାଇଁ କାର୍ଯ୍ୟ କରିବାକୁ ପ୍ରତିଜ୍ଞା କରିଥଲେ। ଆମସୋଲମ୍ ନାୟକ, ସାଗର ବଳିଆର ସିଂ ପ୍ରମୁଖ ଏହି କାର୍ଯ୍ୟକ୍ରମ ଆୟୋଜନ ପାଇଁ ସହଯୋଗ କରିଥିଲେ।

  • user_User6715
    User6715
    Gurandi, Gajapati
    🙏
    8 hrs ago
More news from ଓଡ଼ିଶା and nearby areas
  • କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ସ୍ଥିତ ପୋଷ୍ଟ ଅଫିସ ଛକ ଓ ଗ୍ରେସିଙ୍ଗିଆ ଛକ ଠାରେ ଭାରତର ସମ୍ବିଧାନ ପ୍ରଣେତା ଡ଼. ବି.ଆର୍. ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ ଉତ୍ସବମୁଖର ପରିବେଶରେ ପାଳନ କରାଯାଇଛି। ଏହି ଅବସରରେ ସ୍ଥାନୀୟ ଲୋକମାନେ ଏକତ୍ରିତ ହୋଇ ଡ଼. ଆମ୍ବେଦକରଙ୍କ ଜୀବନ ଓ ତାଙ୍କର ସମାଜ ପ୍ରତି ଅମୂଲ୍ୟ ଅବଦାନକୁ ସ୍ମରଣ କରିଥିଲେ। ପୋଷ୍ଟ ଅଫିସ ଛକ ଠାରେ ଆୟୋଜିତ କାର୍ଯ୍ୟକ୍ରମଟି ସମ୍ପାଦକ ହନକ ଦିଗାଳଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଡ଼. ଆମ୍ବେଦକରଙ୍କ ଫଟୋଚିତ୍ରରେ ପୁଷ୍ପମାଳ୍ୟ ଅର୍ପଣ କରାଯାଇ ତାଙ୍କର ଜୀବନ ଓ କାର୍ଯ୍ୟକୁ ସ୍ମରଣ କରାଯାଇଥିଲା।ଏହି ସଭାରେ ମୁଖ୍ୟ ଅତିଥି ଭାବରେ ବକ୍ତା ଗୋବିନ୍ଦ ଚନ୍ଦ୍ର ପ୍ରଧାନ ଯୋଗଦେଇ ଡ଼. ଆମ୍ବେଦକରଙ୍କ ଜୀବନୀ ଓ ସମାଜ ସୁଧାର ଆନ୍ଦୋଳନ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। ସେ କହିଥିଲେ ଯେ ଡ଼. ଆମ୍ବେଦକରଙ୍କ ଆଦର୍ଶ ଓ ଚିନ୍ତାଧାରା ସମାଜରେ ସମାନତା, ନ୍ୟାୟ ଓ ଶିକ୍ଷାର ମହତ୍ତ୍ୱ କୁ ପ୍ରକାଶ କରେ। ସେହିପରି ଆଇନଜୀବୀ ମୃତ୍ୟୁଞ୍ଜୟ ନାୟକ ମଧ୍ୟ ଅତିଥି ଭାବେ ଉପସ୍ଥିତ ରହି ଡ଼. ଆମ୍ବେଦକରଙ୍କ ସମ୍ବିଧାନ ଗଠନରେ ଅବଦାନ ଓ ସମାଜର ପଛୁଆ ବର୍ଗଙ୍କ ଅଧିକାର ପାଇଁ ତାଙ୍କର ଅବିରତ ସଂଘର୍ଷ ବିଷୟରେ ଉଲ୍ଲେଖ କରିଥିଲେ। ଏହି କାର୍ଯ୍ୟକ୍ରମରେ ପୂର୍ବତନ ରାଇକଲା ସରପଞ୍ଚ ସୁରେଶ ପ୍ରଧାନ, ଯୁବ ସମାଜସେବୀ ଆମନ ଚନ୍ଦ୍ର ପ୍ରଧାନ, ଟାର୍ଜନ ସାହୁ ସହ ଅନେକ ସ୍ଥାନୀୟ ବ୍ୟକ୍ତି ଓ ସାମାଜିକ କର୍ମୀ ଉପସ୍ଥିତ ଥିଲେ। ସେହିପରି ଗ୍ରେସିଙ୍ଗିଆ ଛକ ଠାରେ ଆମ୍ବେଦକର ଭୀମ ଭୋଇ ସାମାଜିକ ନ୍ୟାୟ ଅନୁଷ୍ଠାନ ପକ୍ଷରୁ ଡ଼. ଆମ୍ବେଦକରଙ୍କ ୧୩୫ତମ ଜନ୍ମ ଜୟନ୍ତୀ ଧୂମଧାମରେ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ତ୍ରିଶିଳା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ରାଜ୍ୟ ଆଦିବାସୀ ମହାସଂଘ ସଭାପତି ବିବେକାନନ୍ଦ ପ୍ରଧାନ ମୁଖ୍ୟ ବକ୍ତା ଭାବେ ଡ଼. ଆମ୍ବେଦକରଙ୍କ ଆଦର୍ଶ ଓ ସମାଜ ସେବା ବିଷୟରେ ଆଲୋଚନା କରିଥିଲେ। ଏହା ସହିତ ଏମ୍.ଏମ୍.ସି. ମେଡିକାଲ ଅଧ୍ୟକ୍ଷ ଡ଼. ପ୍ରଦୀପ କୁମାର ମଲ୍ଲିକ, ଅବସରପ୍ରାପ୍ତ ଫରେଷ୍ଟର ଶାନ୍ତନୁ ପ୍ରଧାନ, ଗଦଗୁଡ଼ା ସରପଞ୍ଚ ପୁଷ୍ପଲତା ପ୍ରଧାନ, ଅଜୟ ପ୍ରଧାନ, ଯୁବ ସମାଜସେବୀ ଆମନ ଚନ୍ଦ୍ର ନାୟକ, ସାମ୍ବାଦିକ ସାମନ୍ତ ଶେଖର ନାୟକ, ରାମକୃଷ୍ଣ ଚୌଧୁରୀ ଓ ମହିଳା ଜୀବିକା ସୁରକ୍ଷା ମଞ୍ଚ ନେତ୍ରୀ ସସ୍ମିତା ମଲ୍ଲିକ ସମେତ ଅଞ୍ଚଳର ଅନେକ ମହିଳା ଓ ପୁରୁଷ ଉପସ୍ଥିତ ରହିଥିଲେ। ଏହା ସହ ଏମ୍.ଏମ୍.ସି. ମେଡିକାଲ ତାଲିମପ୍ରାପ୍ତ ଛାତ୍ରୀମାନେ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମଟିକୁ ଅନୁଷ୍ଠାନର କର୍ମୀ ଫିରୋଜ୍ ଦିଗାଲ ପରିଚାଳନା କରିଥିବା ବେଳେ ସମ୍ପାଦକ ଆମନ ଚନ୍ଦ୍ର ନାୟକ ଓ ଅନ୍ୟମାନେ ସହଯୋଗ କରିଥିଲେ।ଏହି ଅବସରରେ ସମସ୍ତେ ଡ଼. ଆମ୍ବେଦକରଙ୍କ ଆଦର୍ଶକୁ ଅନୁସରଣ କରି ସମାନତା, ନ୍ୟାୟ ଓ ଶିକ୍ଷାର ପ୍ରଚାର ପାଇଁ କାମ କରିବାକୁ ସଙ୍କଳ୍ପ ଗ୍ରହଣ କରିଥିଲେ।
    1
    କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ସ୍ଥିତ ପୋଷ୍ଟ ଅଫିସ ଛକ ଓ ଗ୍ରେସିଙ୍ଗିଆ ଛକ ଠାରେ ଭାରତର ସମ୍ବିଧାନ ପ୍ରଣେତା ଡ଼. ବି.ଆର୍. ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ ଉତ୍ସବମୁଖର ପରିବେଶରେ ପାଳନ କରାଯାଇଛି। ଏହି ଅବସରରେ ସ୍ଥାନୀୟ ଲୋକମାନେ ଏକତ୍ରିତ ହୋଇ ଡ଼. ଆମ୍ବେଦକରଙ୍କ ଜୀବନ ଓ ତାଙ୍କର ସମାଜ ପ୍ରତି ଅମୂଲ୍ୟ ଅବଦାନକୁ ସ୍ମରଣ କରିଥିଲେ।
ପୋଷ୍ଟ ଅଫିସ ଛକ ଠାରେ ଆୟୋଜିତ କାର୍ଯ୍ୟକ୍ରମଟି ସମ୍ପାଦକ ହନକ ଦିଗାଳଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଡ଼. ଆମ୍ବେଦକରଙ୍କ ଫଟୋଚିତ୍ରରେ ପୁଷ୍ପମାଳ୍ୟ ଅର୍ପଣ କରାଯାଇ ତାଙ୍କର ଜୀବନ ଓ କାର୍ଯ୍ୟକୁ ସ୍ମରଣ କରାଯାଇଥିଲା।ଏହି ସଭାରେ ମୁଖ୍ୟ ଅତିଥି ଭାବରେ ବକ୍ତା ଗୋବିନ୍ଦ ଚନ୍ଦ୍ର ପ୍ରଧାନ ଯୋଗଦେଇ ଡ଼. ଆମ୍ବେଦକରଙ୍କ ଜୀବନୀ ଓ ସମାଜ ସୁଧାର ଆନ୍ଦୋଳନ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। ସେ କହିଥିଲେ ଯେ ଡ଼. ଆମ୍ବେଦକରଙ୍କ ଆଦର୍ଶ ଓ ଚିନ୍ତାଧାରା ସମାଜରେ ସମାନତା, ନ୍ୟାୟ ଓ ଶିକ୍ଷାର ମହତ୍ତ୍ୱ କୁ ପ୍ରକାଶ କରେ। ସେହିପରି ଆଇନଜୀବୀ ମୃତ୍ୟୁଞ୍ଜୟ ନାୟକ ମଧ୍ୟ ଅତିଥି ଭାବେ ଉପସ୍ଥିତ ରହି ଡ଼. ଆମ୍ବେଦକରଙ୍କ ସମ୍ବିଧାନ ଗଠନରେ ଅବଦାନ ଓ ସମାଜର ପଛୁଆ ବର୍ଗଙ୍କ ଅଧିକାର ପାଇଁ ତାଙ୍କର ଅବିରତ ସଂଘର୍ଷ ବିଷୟରେ ଉଲ୍ଲେଖ କରିଥିଲେ। ଏହି କାର୍ଯ୍ୟକ୍ରମରେ ପୂର୍ବତନ ରାଇକଲା ସରପଞ୍ଚ ସୁରେଶ ପ୍ରଧାନ, ଯୁବ ସମାଜସେବୀ ଆମନ ଚନ୍ଦ୍ର ପ୍ରଧାନ, ଟାର୍ଜନ ସାହୁ ସହ ଅନେକ ସ୍ଥାନୀୟ ବ୍ୟକ୍ତି ଓ ସାମାଜିକ କର୍ମୀ ଉପସ୍ଥିତ ଥିଲେ। ସେହିପରି ଗ୍ରେସିଙ୍ଗିଆ ଛକ ଠାରେ ଆମ୍ବେଦକର ଭୀମ ଭୋଇ ସାମାଜିକ ନ୍ୟାୟ ଅନୁଷ୍ଠାନ ପକ୍ଷରୁ ଡ଼. ଆମ୍ବେଦକରଙ୍କ ୧୩୫ତମ ଜନ୍ମ ଜୟନ୍ତୀ ଧୂମଧାମରେ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ତ୍ରିଶିଳା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ରାଜ୍ୟ ଆଦିବାସୀ ମହାସଂଘ ସଭାପତି ବିବେକାନନ୍ଦ ପ୍ରଧାନ ମୁଖ୍ୟ ବକ୍ତା ଭାବେ ଡ଼. ଆମ୍ବେଦକରଙ୍କ ଆଦର୍ଶ ଓ ସମାଜ ସେବା ବିଷୟରେ ଆଲୋଚନା କରିଥିଲେ। ଏହା ସହିତ ଏମ୍.ଏମ୍.ସି. ମେଡିକାଲ ଅଧ୍ୟକ୍ଷ ଡ଼. ପ୍ରଦୀପ କୁମାର ମଲ୍ଲିକ, ଅବସରପ୍ରାପ୍ତ ଫରେଷ୍ଟର ଶାନ୍ତନୁ ପ୍ରଧାନ, ଗଦଗୁଡ଼ା ସରପଞ୍ଚ ପୁଷ୍ପଲତା ପ୍ରଧାନ, ଅଜୟ ପ୍ରଧାନ, ଯୁବ ସମାଜସେବୀ ଆମନ ଚନ୍ଦ୍ର ନାୟକ, ସାମ୍ବାଦିକ ସାମନ୍ତ ଶେଖର ନାୟକ, ରାମକୃଷ୍ଣ ଚୌଧୁରୀ ଓ ମହିଳା ଜୀବିକା ସୁରକ୍ଷା ମଞ୍ଚ ନେତ୍ରୀ ସସ୍ମିତା ମଲ୍ଲିକ ସମେତ ଅଞ୍ଚଳର ଅନେକ ମହିଳା ଓ ପୁରୁଷ ଉପସ୍ଥିତ ରହିଥିଲେ। ଏହା ସହ ଏମ୍.ଏମ୍.ସି. ମେଡିକାଲ ତାଲିମପ୍ରାପ୍ତ ଛାତ୍ରୀମାନେ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମଟିକୁ ଅନୁଷ୍ଠାନର କର୍ମୀ ଫିରୋଜ୍ ଦିଗାଲ ପରିଚାଳନା କରିଥିବା ବେଳେ ସମ୍ପାଦକ ଆମନ ଚନ୍ଦ୍ର ନାୟକ ଓ ଅନ୍ୟମାନେ ସହଯୋଗ କରିଥିଲେ।ଏହି ଅବସରରେ ସମସ୍ତେ ଡ଼. ଆମ୍ବେଦକରଙ୍କ ଆଦର୍ଶକୁ ଅନୁସରଣ କରି ସମାନତା, ନ୍ୟାୟ ଓ ଶିକ୍ଷାର ପ୍ରଚାର ପାଇଁ କାମ କରିବାକୁ ସଙ୍କଳ୍ପ ଗ୍ରହଣ କରିଥିଲେ।
    user_Samanta Sekhar Nayak
    Samanta Sekhar Nayak
    ସାମ୍ବାଦିକ ଜି. ଉଦୟଗିରି, କନ୍ଧମାଳ, ଓଡ଼ିଶା•
    19 hrs ago
  • ଜୟପୁର ଚେମ୍ବର ଅଫ୍ କମର୍ସର ନୂତନ କାର୍ଯ୍ୟକାରୀ କମିଟି ଗଠିତ ସୂଚନା ଦେଲେ SANJAY KUMAR JAIN ଜୟପୁର ଚାମ୍ବର ଅଫ କୋମର୍ସର ନୂତନ ସଭାପତି
    1
    ଜୟପୁର ଚେମ୍ବର ଅଫ୍ କମର୍ସର ନୂତନ କାର୍ଯ୍ୟକାରୀ କମିଟି ଗଠିତ ସୂଚନା ଦେଲେ SANJAY KUMAR JAIN ଜୟପୁର ଚାମ୍ବର ଅଫ କୋମର୍ସର ନୂତନ ସଭାପତି
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    9 hrs ago
  • କୋଟପାଡ଼ : ପରିଣତ ବୟସ ଓ ଶାରୀରିକ ଅକ୍ଷମତା ହାର୍ ମାନିଛି 75 ବର୍ଷ ବୟସ୍କ ହରିନାଥଙ୍କ ପରିଶ୍ରମ ଆଗରେ
    1
    କୋଟପାଡ଼ : ପରିଣତ ବୟସ ଓ ଶାରୀରିକ ଅକ୍ଷମତା ହାର୍ ମାନିଛି 75 ବର୍ଷ ବୟସ୍କ ହରିନାଥଙ୍କ ପରିଶ୍ରମ ଆଗରେ
    user_Kopad Breaking News
    Kopad Breaking News
    କୋଟପାଡ, କୋରାପୁଟ, ଓଡ଼ିଶା•
    3 hrs ago
  • Post by RAGHUNANDAN SINGH
    1
    Post by RAGHUNANDAN SINGH
    user_RAGHUNANDAN SINGH
    RAGHUNANDAN SINGH
    ବଲାଙ୍ଗୀର, ବଲାଙ୍ଗୀର, ଓଡ଼ିଶା•
    2 hrs ago
  • ଉମରକୋଟ ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ ଏବଂ ଆରକ୍ଷୀ ଅଧିକ୍ଷକ ମଡକର ସନ୍ଦୀପ ସମ୍ପଦ ଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।ଶିବିରରେ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ,ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ରଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।
    1
    ଉମରକୋଟ ପଞ୍ଚାୟତ ସମିତି  ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ ଏବଂ ଆରକ୍ଷୀ ଅଧିକ୍ଷକ ମଡକର ସନ୍ଦୀପ ସମ୍ପଦ ଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।ଶିବିରରେ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ,ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ରଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।
    user_Santunu chanda
    Santunu chanda
    Local News Reporter କୋସାଗୁମୁଡା, ନବରଙ୍ଗପୁର, ଓଡ଼ିଶା•
    16 hrs ago
  • Post by SOUMYA RANJAN
    1
    Post by SOUMYA RANJAN
    user_SOUMYA RANJAN
    SOUMYA RANJAN
    Extended stay hotel ପୁରୀ (M), ପୁରୀ, ଓଡ଼ିଶା•
    12 min ago
  • SANJAY KUMAR JAIN ଜୟପୁର ଚାମ୍ବର ଅଫ କୋମର୍ସର ନୂତନ ସଭାପତି ହେଲେ
    1
    SANJAY KUMAR JAIN ଜୟପୁର ଚାମ୍ବର ଅଫ କୋମର୍ସର ନୂତନ ସଭାପତି ହେଲେ
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    15 hrs ago
  • କୋଟପାଡ଼ ବିଇଓ ଅଫିସରେ ଦୁର୍ବ୍ୟବହାର ଅଭିଯୋଗ,ଧାରଣାରେ ବସିଲେ ଅବସର ପ୍ରାପ୍ତ ଶିକ୍ଷକ #kotpad #KotpadBreakingNews
    1
    କୋଟପାଡ଼ ବିଇଓ ଅଫିସରେ ଦୁର୍ବ୍ୟବହାର ଅଭିଯୋଗ,ଧାରଣାରେ ବସିଲେ ଅବସର ପ୍ରାପ୍ତ ଶିକ୍ଷକ #kotpad  #KotpadBreakingNews
    user_Kopad Breaking News
    Kopad Breaking News
    କୋଟପାଡ, କୋରାପୁଟ, ଓଡ଼ିଶା•
    9 hrs ago
  • ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ପୁରୁଣା କଟକ ସତସଙ୍ଗ କେନ୍ଦ୍ର ନିକଟରେ ବାଇକ ଭାରସାମ୍ୟ ହରାଇ ରାସ୍ତା କଡ଼ ଗଛରେ ପିଟି ହେବା ଫଳରେ ଜଣେ ବାଇକ ଅରୋହିଙ୍କ ମୃତ୍ୟୁ ହୋଇଥିବା ବେଳେ ଓ ଜଣେ ଗୁରୁତର ହୋଇଛନ୍ତି । ମୃତକ ରାଜେଶ ନାଏକ ହୋଇଥିବା ବେଳେ ଗୁରୁତର ଜଣକ ହେଲେ ଜଗନ୍ନାଥ ନାଏକ । ଉଭୟଙ୍କ ଘର ବୌଦ୍ଧ ଥାନା ରାମ୍ଭିକଟା ଗ୍ରାମରେ । ମିଳିଥିବା ​ସୂଚନା ଅନୁଯାୟୀ, ବୌଦ୍ଧ ଜିଲ୍ଲା ରାମ୍ଭିକଟା ଗ୍ରାମର ରାଜେଶ ଏବଂ ଜଗନ୍ନାଥ ଏକ ବାଇକ ଯୋଗେ ଭୋର ସମୟରେ ନିଜ ଘର ରାମ୍ଭିକଟାକୁ ଫେରୁଥିଲେ। ପୁରୁଣାକଟକ ଥାନା ସତସଙ୍ଗ କେନ୍ଦ୍ର ନିକଟରେ ବାଇକଟି ଭାରସାମ୍ୟ ହରାଇ ରାସ୍ତା କଡ଼ର ଏକ ଗଛକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ରାଜେଶଙ୍କର ମୃତ୍ୟୁ ଘଟିଥିଲା। ​ସ୍ଥାନୀୟ ଲୋକଙ୍କ ସହାୟତାରେ ଉଭୟଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ଜଗନ୍ନାଥଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ହେବାରୁ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ବୌଦ୍ଧ ଓ ସକାଳେ ବୁର୍ଲା ଭୀମସାରକୁ ସ୍ଥାନାନ୍ତର କରାଯାଇଛି। ପୁରୁଣାକଟକ ପୋଲିସ ପୁରୁଣା କଟକ ଡାକ୍ତର ଖାନାରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି |
    1
    ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ପୁରୁଣା କଟକ ସତସଙ୍ଗ କେନ୍ଦ୍ର ନିକଟରେ ବାଇକ ଭାରସାମ୍ୟ ହରାଇ ରାସ୍ତା କଡ଼ ଗଛରେ ପିଟି ହେବା ଫଳରେ ଜଣେ ବାଇକ ଅରୋହିଙ୍କ ମୃତ୍ୟୁ ହୋଇଥିବା ବେଳେ ଓ ଜଣେ ଗୁରୁତର ହୋଇଛନ୍ତି ।  ମୃତକ  ରାଜେଶ  ନାଏକ ହୋଇଥିବା ବେଳେ ଗୁରୁତର ଜଣକ ହେଲେ ଜଗନ୍ନାଥ ନାଏକ । ଉଭୟଙ୍କ ଘର ବୌଦ୍ଧ ଥାନା ରାମ୍ଭିକଟା ଗ୍ରାମରେ । ମିଳିଥିବା ​ସୂଚନା ଅନୁଯାୟୀ, ବୌଦ୍ଧ ଜିଲ୍ଲା ରାମ୍ଭିକଟା ଗ୍ରାମର ରାଜେଶ ଏବଂ ଜଗନ୍ନାଥ ଏକ ବାଇକ ଯୋଗେ ଭୋର ସମୟରେ ନିଜ ଘର  ରାମ୍ଭିକଟାକୁ ଫେରୁଥିଲେ। ପୁରୁଣାକଟକ ଥାନା ସତସଙ୍ଗ କେନ୍ଦ୍ର ନିକଟରେ ବାଇକଟି ଭାରସାମ୍ୟ ହରାଇ ରାସ୍ତା କଡ଼ର ଏକ ଗଛକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ରାଜେଶଙ୍କର ମୃତ୍ୟୁ ଘଟିଥିଲା। ​ସ୍ଥାନୀୟ ଲୋକଙ୍କ ସହାୟତାରେ ଉଭୟଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ଜଗନ୍ନାଥଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ହେବାରୁ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ବୌଦ୍ଧ ଓ ସକାଳେ ବୁର୍ଲା ଭୀମସାରକୁ ସ୍ଥାନାନ୍ତର କରାଯାଇଛି। ପୁରୁଣାକଟକ ପୋଲିସ ପୁରୁଣା କଟକ ଡାକ୍ତର ଖାନାରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି |
    user_Ranjan Kumar Dash
    Ranjan Kumar Dash
    ସାମ୍ବାଦିକ ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    1 hr ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.