Shuru
Apke Nagar Ki App…
କୁନ୍ଦୁରାରେ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବିଗୁଲ ବାଜିଛି। ଏହି ଘୋଷଣା ସହ ନିର୍ବାଚନ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ସୂଚନା ମିଳିଛି।
UD MEDIA NEWS
କୁନ୍ଦୁରାରେ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବିଗୁଲ ବାଜିଛି। ଏହି ଘୋଷଣା ସହ ନିର୍ବାଚନ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ସୂଚନା ମିଳିଛି।
More news from ଓଡ଼ିଶା and nearby areas
- କୁନ୍ଦୁରାରେ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବିଗୁଲ ବାଜିଛି। ଏହି ଘୋଷଣା ସହ ନିର୍ବାଚନ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ସୂଚନା ମିଳିଛି।1
- ନାଲକୋର ସୁରକ୍ଷା ବଳୟ ଭିତରେ ମହିଳାମାନେ ସୁରକ୍ଷିତ ନଥିବା ଅଭିଯୋଗ କରି ଦାମନଯୋଡି ନାଲକୋ ବିଶୋଧନାଗାର ଫାଟକ ଆଗରେ ଶତାଧିକ ମହିଳା ଆଜି ସକାଳୁ ପ୍ରବଳ ବର୍ଷା ସତ୍ତ୍ୱେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଅଭିଯୋଗ ଅନୁଯାୟୀ, ଦାମନଯୋଡି ନାଲକୋ ଟାଉନସିପ୍ ଦୁର୍ବୃତ୍ତମାନଙ୍କ ଆଡ୍ଡାସ୍ଥଳୀ ପାଲଟିଛି ଏବଂ ମହିଳା ତଥା ନାଲକୋ କର୍ମଚାରୀଙ୍କ ପିଲାମାନେ ସୁରକ୍ଷିତ ନାହାଁନ୍ତି। ସୂଚନାନୁସାରେ, ଗତ ଜୁନ୍ ୧୮ ତାରିଖ ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ବେଳେ ଟାଉନସିପ୍ ରାସ୍ତାରେ ଜଣେ ମହିଳା ଚାଲି ଚାଲି ଯାଉଥିବା ସମୟରେ କିଛି ଦୁର୍ବୃତ୍ତ ତାଙ୍କୁ ଅସଦାଚରଣ କରିଥିଲେ। ସୌଭାଗ୍ୟବଶତଃ ମହିଳା ଜଣକ ଦୁର୍ବୃତ୍ତଙ୍କ କବଳରୁ ଖସି ଯାଇଥିଲେ। ସେହିପରି, କିଛି ମାସ ପୂର୍ବରୁ ଅନ୍ୟ ଜଣେ ମହିଳାଙ୍କ ବେକରୁ ସୁନାଚେନ୍ ଲୁଟି ନେବାକୁ ଉଦ୍ୟମ ହୋଇଥିଲା। ଏହା ବ୍ୟତୀତ, ଟାଉନସିପ୍ର ପାର୍କଗୁଡ଼ିକ ଅସାମାଜିକ ବ୍ୟକ୍ତି ଓ ମଦ୍ୟପମାନଙ୍କ ଆଡ୍ଡାସ୍ଥଳୀ ପାଲଟିଥିବା ବେଳେ ଛୋଟ ପିଲାମାନଙ୍କ ପ୍ରତି ଅଶ୍ଳୀଳ ବ୍ୟବହାର କରାଯାଉଥିବା ମହିଳାମାନେ ଅଭିଯୋଗ କରିଛନ୍ତି। ଟାଉନସିପ୍ର ସୁରକ୍ଷା ପାଇଁ ନାଲକୋ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ‘କରନ ସିଂ ସିକ୍ୟୁରିଟି ଏଜେନ୍ସି’ ନାମକ ଏକ ଘରୋଇ ଠିକା ସଂସ୍ଥା ନିୟୋଜିତ ହୋଇଛି। କିନ୍ତୁ, ଏହି ସିକ୍ୟୁରିଟି ସଂସ୍ଥା ମହିଳା ଓ ପିଲାମାନଙ୍କୁ ସୁରକ୍ଷା ଦେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି। ମହିଳାମାନେ ଅଭିଯୋଗ କରିଛନ୍ତି ଯେ ଏହି ସଂସ୍ଥାର ସିକ୍ୟୁରିଟି ଅଧିକାରୀ କିମ୍ବା କର୍ମଚାରୀମାନେ କେବଳ ମୋବାଇଲ୍ ଦେଖିବାରେ ବ୍ୟସ୍ତ ରହୁଛନ୍ତି। ବାର୍ଷିକ କୋଟି କୋଟି ଟଙ୍କା ଲାଭ କରୁଥିବା ନାଲକୋର ଟାଉନସିପ୍ ଅଞ୍ଚଳରେ ସିସିଟିଭି ଓ ଷ୍ଟ୍ରିଟ୍ ଲାଇଟ୍ ବ୍ୟବସ୍ଥାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ତେଣୁ, ମହିଳାମାନେ ନାଲକୋ ପକ୍ଷରୁ ତୁରନ୍ତ ସୁରକ୍ଷା ଯୋଗାଇ ଦେବାକୁ ଦାବି କରିଛନ୍ତି।1
- ରାୟଗଡା ସହରର କୋଠାପେଟା ସ୍ଥିତ କଳିଙ୍ଗ ବୈଶ୍ୟ କମ୍ୟୁନିଟି ହଲରେ କଳିଙ୍ଗ ବୈଶ୍ୟ ସଙ୍ଘ ପକ୍ଷରୁ ଏକ ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି। ସ୍ୱାସ୍ଥ୍ୟ ସଚେତନତା ଓ ନିଶୁଳ୍କ ଚିକିତ୍ସା ସେବା ଯୋଗାଇବା ଉଦ୍ଦେଶ୍ୟରେ ଏହି ଶିବିରର ଆୟୋଜନ କରାଯାଇଥିଲା। ଏହି ଶିବିରରେ ବିଶେଷଜ୍ଞ ଡାକ୍ତର ଡା. ଗୌରୀ ଶଙ୍କର (ଏମ୍.ଡି. ମେଡିସିନ) ଏବଂ ଡା. ପବନ ସେନାପତି (ଏମ୍.ବି.ବି.ଏସ୍) ଯୋଗଦେଇ ରୋଗୀମାନଙ୍କୁ ପରାମର୍ଶ ଓ ଚିକିତ୍ସା ସେବା ପ୍ରଦାନ କରିଥିଲେ। ହିମୋଗ୍ଲୋବିନ, ରକ୍ତ ଶର୍କରା ପରୀକ୍ଷା, ଏଚ୍ବିଏ୧ସି, ୟୁରିକ ଏସିଡ୍, ଇସିଜି ଏବଂ ପିଏଫଟି ଭଳି ବିଭିନ୍ନ ସ୍ୱାସ୍ଥ୍ୟ ପରୀକ୍ଷା ନିଶୁଳ୍କ ଭାବେ କରାଯାଇଥିଲା। ସକାଳ ୧୦ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚାଲିଥିବା ଏହି ଶିବିରରେ ବହୁ ସଂଖ୍ୟକ ଲୋକ ଯୋଗଦେଇ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ସହ ନିଶୁଳ୍କ ଔଷଧ ମଧ୍ୟ ଗ୍ରହଣ କରିଥିଲେ। ସଙ୍ଘର ସଭାପତି କଥାଗଡ଼ ଶ୍ରୀଧର ଏବଂ ସମ୍ପାଦକ ସହ ସମସ୍ତ କର୍ମକର୍ତା ଉପସ୍ଥିତ ରହି ଏହି ସ୍ୱାସ୍ଥ୍ୟ ଶିବିରକୁ ସଫଳ କରିବାରେ ସହଯୋଗ କରିଥିଲେ। ଆୟୋଜକ ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଆଗାମୀ ଦିନରେ ମଧ୍ୟ ଏପରି ସାମାଜିକ ଓ ସ୍ୱାସ୍ଥ୍ୟମୂଳକ କାର୍ଯ୍ୟକ୍ରମ ଜାରି ରହିବ।1
- କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକ୍ ରେ ବିଭିନ୍ନ ଅନୁଷ୍ଠାନ ତରଫରୁ ବିଶ୍ୱ ଯୋଗ ଦିବସ ପାଳନ କରାଯାଇଛି।1
- ଡାବୁଗାଁ ବନ ବିଭାଗ ପକ୍ଷରୁ ପାତ୍ରୀ ଜଙ୍ଗଲ ନିକଟରେ ଚାଲିଥିବା ଏକ ମହାବଳ ବାଘ ଛାଲ ବିକ୍ରି କାରବାରକୁ ପଣ୍ଡ କରାଯାଇଛି। ଏହି କାର୍ଯ୍ୟାନୁଷ୍ଠାନ ସମୟରେ ବନ ବିଭାଗ ଜଣେ ବ୍ୟକ୍ତିଙ୍କୁ ବାଘ ଛାଲ ସହିତ ଧରିବାରେ ସଫଳ ହୋଇଛି। ବିଶେଷ ସୂତ୍ରରୁ ଖବର ପାଇ ବିନବରଙ୍ଗପୁର ଡିଏଫଓ ଉଦୟମାନ ସୁବୁଦ୍ଧିଙ୍କ ନେତୃତ୍ୱରେ ନବରଙ୍ଗପୁର ଏବଂ ଡାବୁଗାଁ ବନବିଭାଗ ପାତ୍ରୀ ଜଙ୍ଗଲ ନିକଟରେ ଚଢ଼ାଉ କରିଥିଲା। ତିନି ଜଣ ବେପାରୀ ୧୦ ଲକ୍ଷ ଟଙ୍କାରେ ବାଘ ଛାଲର ମୂଲଚାଲ କରୁଥିବା ସମୟରେ ବନ ବିଭାଗ ସେମାନଙ୍କୁ ମାଡ଼ି ବସିଥିଲା। ତେବେ ଦୁଇ ଜଣ ବେପାରୀ ଘଟଣାସ୍ଥଳରୁ ଫେରାର ହୋଇଥିବା ବେଳେ ଜଣେ ବେପାରୀଙ୍କ ସହ ବାଘ ଛାଲ ଜବତ କରାଯାଇଛି।1
- କୋରାପୁଟ ଏସପି ରୋହିତ ବର୍ମା ସୂଚନା ଦେଇଛନ୍ତି ଯେ ଜଙ୍ଗଲରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି।1
- କୋରାପୁଟ ଜିଲ୍ଲାରେ ଅଦା ଦରରେ ଏକ ବଡ଼ ଧରଣର ବୃଦ୍ଧି ପରିଲକ୍ଷିତ ହୋଇଛି। ପୂର୍ବରୁ ଏଠାରେ ଅଦା ପ୍ରତି କିଲୋଗ୍ରାମ ୬୦ ଟଙ୍କାରେ ବିକ୍ରି ହେଉଥିଲା। ତେବେ, ବର୍ତ୍ତମାନ ଏହି ଅଦା ୧୬୦ ଟଙ୍କାରେ ବିକ୍ରି ହେଉଛି।1