ସ୍ୱତନ୍ତ୍ର ସଘନ ସଂଶୋଧନ ପାଇଁ ନିର୍ବାଚନ ଅଧିକାରୀଙ୍କ ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ ଆରମ୍ଭ ୧୦ ରୁ ୧୩ ମାର୍ଚ୍ଚ ପର୍ଯ୍ୟନ୍ତ ROTI ରେ ଚାରିଦିନିଆ ପ୍ରଶିକ୍ଷଣ, ପ୍ରତିଦିନ ଦୁଇଟି ସେସନ୍ ଭୁବନେଶ୍ୱର : ରାଜ୍ୟରେ ହେବାକୁ ଥିବା ଆଗାମୀ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ ଆଇ ଆର) କାର୍ଯ୍ୟକ୍ରମକୁ ସୁଚାରୁ ଭାବେ କାର୍ଯ୍ୟନ୍ବୟ କରିବା ଉଦ୍ଦେଶ୍ୟରେ ନିର୍ବାଚନ ଅଧିକାରୀମାନଙ୍କ ପାଇଁ ଚାରିଦିନିଆ ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି। ଏହି ପ୍ରଶିକ୍ଷଣ ୧୦ ମାର୍ଚ୍ଚ ଠାରୁ ୧୩ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ଭୁବନେଶ୍ୱରର ଗୋଠପାଟଣା ସ୍ଥିତ ରେଭେନ୍ୟୁ ଅଫିସର୍ସ ଟ୍ରେନିଙ୍ଗ ଇନଷ୍ଟିଚ୍ୟୁଟ (ROTI) ରେ ଆୟୋଜିତ ହେଉଛି। ପ୍ରଶିକ୍ଷଣ ପ୍ରତିଦିନ ଦୁଇଟି ସେସନ୍ରେ ଚାଲିବ। ପ୍ରଥମ ଦିନ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଆର.ଏସ. ଗୋପଲନ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ପ୍ରଥମ ଦିନର ପ୍ରଶିକ୍ଷଣରେ ବରଗଡ଼, ଝାରସୁଗୁଡା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, କେଉଁଝର, ମୟୁରଭଞ୍ଜ ଓ ବାଲେଶ୍ବର ଜିଲ୍ଲାର ନିର୍ବାଚନ ପଞ୍ଜିକରଣ ଅଧିକାରୀ (ଇଆରଓ), ଅତିରିକ୍ତ ନିର୍ବାଚନ ପଞ୍ଜିକରଣ ଅଧିକାରୀ (ଏଇଆରଓ) ଓ ଡେପୁଟି କଲେକ୍ଟର (ନିର୍ବାଚନ) ମାନେ ଯୋଗଦେଇଥିଲେ। ପ୍ରଶିକ୍ଷଣ ସମୟରେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା, ଭୋଟର ତାଲିକା ସଂଶୋଧନ ପଦ୍ଧତି, ପୁରୁଣା ଭୋଟର ତାଲିକା ସହିତ ମତଦାତାଙ୍କ ମ୍ୟାପିଂ, ତଥ୍ୟ ସଂଗ୍ରହ ଏବଂ କ୍ଷେତ୍ରସ୍ତରରେ କାର୍ଯ୍ୟନ୍ବୟ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଅଧିକାରୀମାନଙ୍କୁ ଅବଗତ କରାଯାଇଥିଲା। ଏହି ପ୍ରଶିକ୍ଷଣରେ ପ୍ରତିଷ୍ଠାନଗତ ଓ ମାନବ ସମ୍ବଳ ପ୍ରସ୍ତୁତିକୁ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଇଛି। ପ୍ରକ୍ରିୟାର ପାରଦର୍ଶିତା ଓ ସକ୍ରିୟ ଅଂଶଗ୍ରହଣ ନିଶ୍ଚିତ କରିବା ପାଇଁ ରାଜନୈତିକ ଦଳମାନଙ୍କ ଦ୍ୱାରା ବୁଥ୍ ଲେଭେଲ୍ ଏଜେଣ୍ଟ (ବି ଏଲ ଏ) ନିଯୁକ୍ତି, ବି ଏଲ ଏ ମାନଙ୍କ ପାଇଁ ମତଦାତା ଯାଞ୍ଚ ଓ ଫର୍ମ ପ୍ରବନ୍ଧନ ସମ୍ପର୍କିତ ପ୍ରଶିକ୍ଷଣ, ପ୍ରତ୍ୟେକ ପୋଲିଂ ବୁଥ୍ରେ ୨୦ ଜଣ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କ ଚିହ୍ନଟ ଓ ୨୦୦୨ ମସିହାର ଭୋଟର ତାଲିକା ସହିତ ମତଦାତାଙ୍କ ମ୍ୟାପିଂ କାର୍ଯ୍ୟ ସମାପ୍ତି ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ସେହିପରି, ପରିଗଣନା ( ଏନ୍ୟୁମେରେସନ)ଫର୍ମଗୁଡ଼ିକର ଡିଜିଟାଇଜେସନ୍ ପାଇଁ ଉପଯୁକ୍ତ ସ୍ଥାନ ଓ ଆବଶ୍ୟକ ସୁବିଧାସମୂହ ଚିହ୍ନଟ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହାସହ ଫର୍ମଗୁଡ଼ିକର ସ୍କାନିଂ, ଡାଟା ଏଣ୍ଟ୍ରି ଓ ସତ୍ୟାପନ କାମ ପାଇଁ ପ୍ରଶିକ୍ଷିତ କର୍ମଚାରୀମାନଙ୍କୁ ନିୟୋଜିତ କରାଯିବ। ଭୋଟରମାନଙ୍କର ଦାବି ଓ ଆପତ୍ତି ଶୁଣାଣି ପାଇଁ ବିଭିନ୍ନ ସ୍ଥାନରେ ଶିବିର ଆୟୋଜନ କରାଯିବ, ଯାହା ମାଧ୍ୟମରେ ସହଜ ପହଞ୍ଚ ସହିତ ସମୟୋପଯୋଗୀ ଅଭିଯୋଗ ନିରାକରଣ ସୁନିଶ୍ଚିତ ହେବ। ଏହି ଶିବିରଗୁଡ଼ିକର ତାରିଖ, ସମୟ ଓ ସ୍ଥାନ ସମ୍ବନ୍ଧରେ ଭୋଟର ଓ ସମ୍ପୃକ୍ତ ହିତଧାରୀକାରୀ ମାନଙ୍କୁ ପୂର୍ବରୁ ସୂଚନା ଯୋଗାଇଦିଆଯିବ ବୋଲି ଆଲୋଚନା ହୋଇଥିଲା। ତଦୁପରି, ତଥ୍ୟ ପରିଚାଳନା ଓ ନିରୀକ୍ଷଣ ପାଇଁ ଇ ଆର ଓ/ ଏ ଇ ଆର ଓ ସ୍ତରରେ ଆବଶ୍ୟକ ମାନବ ସମ୍ବଳ ସହିତ ଆଇଟି ସେଲ୍ ସ୍ଥାପନ କରିବା ସହିତ ସଂଶୋଧନ ପ୍ରକ୍ରିୟା ସମୟରେ ମତଦାତା, ବି ଏଲ ଓ ଓ କ୍ଷେତ୍ରସ୍ତରର କର୍ମଚାରୀଙ୍କୁ ସହଯୋଗ ପାଇଁ ଡିଇଓ /ଏଇଆରଓ କାର୍ଯ୍ୟାଳୟରେ ହେଲ୍ପ ଡେସ୍କ ସ୍ଥାପନ କରାଯିବ ବୋଲି ଜଣାପଡ଼ିଛି। ଏହି ପ୍ରଶିକ୍ଷଣ ମାଧ୍ୟମରେ ଅଧିକାରୀମାନେ ଆଗାମୀ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ପାଇଁ ପ୍ରାୟୋଗିକ ଓ ପ୍ରଶାସନିକ ଦିଗରେ ପ୍ରସ୍ତୁତ ରହିବାକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଗୋପଲନ ନିର୍ଦେଶ ଦେଇଥିଲେ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଆର ଏସ ଗୋପଲନ ଙ୍କ ସମେତ ଅତିରିକ୍ତ ସିଇଓ ଶ୍ରୀ ସୁଶାନ୍ତ କୁମାର ମିଶ୍ର, ଯୁଗ୍ମ ସିଇଓ ଶ୍ରୀ ଗୋପୀନାଥ କୁଅଁର,ଡେ଼ପୁଟି ସିଇଓ ଡ଼. ଲଷ୍ମୀ ପ୍ରସାଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

- Post by Gagan Bhoi1
- Post by Darbar Tv1
- Post by Thabira Majhi1
- Post by NEWS MANORANJAN1
- କଟକ ଗଣ୍ଡରପୁରରେ ରୋଡ଼ ଜାମ୍। ଜଗତପୁର ଆଡୁ ଆସୁଥିବା ଅନେକ ଗାଡ଼ି ଘଣ୍ଟା ଘଣ୍ଟା ଧରି ଫସି ରହିଥିବା ଦେଖିବାକୁ ମିଳିଛି। ଗଣ୍ଡରପୁର ରାସ୍ତାରେ ଏକ କଣ୍ଟେନର ଟ୍ରକ ଟି ଖରାପ ହୋଇଯିବା କାରଣରୁ ରୋଡ଼ ଜାମ୍ ହୋଇଥିବା ଦେଖିବାକୁ ମିଳିଛି।1
- ଘଟଣା ବାବଦ ରେ କଣ ଏତେ ଜୋର୍ ରେ ଶବ୍ଦ ହେଲା ବୋଲି ଲୋକେ ଶବ୍ଦ ଉପୁଜିଥିବା ସ୍ଥାନ କୁ ଆସିଲାବେଳକୁ ପୋଲିସ ଏଠାରେ ବେଆଇନ୍ ଜବତ ବାଣ କୁ ନଷ୍ଟ କରାଯାଉଛି ବୋଲି ସ୍ଥାନିୟ ଲୋକ ଙ୍କୁ ପ୍ରତିକ୍ରିୟା ଦେବାପରେ ସ୍ଥାନୀୟ ଅଞ୍ଚଳ ଲୋକ ଙ୍କ ମଧ୍ୟ ରେ ଏ ଘଟଣା କୁ ନେଇ ଉତ୍ତେଜନା ଦେଖିବାକୁ ମିଳିଥିଲା । ଏ ଭଳି କାର୍ଯ୍ୟ ଏଠାରେ ଜନବସତି ଅଞ୍ଚଳରେ କରିବା ଠିକ୍ ନୁହଁ ବୋଲି ସ୍ଥାନୀୟ ଲୋକ ଖୋଭ ପ୍ରକାଶ କରିଥିଲେ । ଶବ୍ଦ ର ତୀବ୍ରତା ଏତେ ଜୋର୍ ଥିଲା ଯେ ଶବ୍ଦ ହେବା ସ୍ଥାନ ଠାରୁ ୧୦ କିଲୋମିଟର ପର୍ଯ୍ୟନ୍ତ ଶବ୍ଦ ଶୁଣାଯିବା ସହ କିଛି ଲୋକ ଙ୍କ ଘର ର କାଚ ଝରକା ଭାଙ୍ଗି ଯାଇଛି ବୋଲି ଲୋକ ପ୍ରତିକ୍ରିୟା ଦେଇଛନ୍ତି । Byt - ସ୍ଥାନୀୟ ବାସିନ୍ଦା3
- ଜଟଣୀ :ପିପିଲି ଖୋର୍ଦ୍ଧା ମୂଖ୍ୟ ରାସ୍ତା ନାଇଜର ପାଖରେ ମରମନ୍ତୁଦ ସଡ଼କ ଦୁର୍ଘଟଣା। ପାସେଞ୍ଜର ଅଟକୁ ଧକାଦେଲା କାର। ଦୁର୍ଘଟଣା ରେ ମହିଳା ଯାତ୍ରୀ ମୃତ। ଘଟଣା ସ୍ଥଳରେ ଜଟଣୀ ପୋଲିସ ପହଁଚି ଦୁଇଟି ଗାଡି ଜବତ କରି ଅଧିକ ତଦନ୍ତ କରୁଛି। ବିଗତ ୧ ବର୍ଷ ଭିତରେ ୧୪ ଜଣଙ୍କ ଜୀବନ ଗଲାଣି ଏହି ରାସ୍ତାରେ। ତଥାପି ପ୍ରଶାସନ ତରଫରୁ ସ୍ପିଡ଼ ଗାଡି ଚାଳନା ଉପରେ ରୋକ ଲଗାଇପାରୁନି ପ୍ରଶାସନ।8
- Post by Gagan Bhoi1