logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

କଳିଙ୍ଗ ନଗର ସଦାସର୍ବଦା ଓଡ଼ିଶାର ରାଜନୈତିକ ଓ ଶିଳ୍ପ ମାନଚିତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ରଖିଆସିଛି। ସୁକିନ୍ଦା କଳିଙ୍ଗ ନଗର ବାସୀଙ୍କ ସାର୍ବିକ ବିକାଶ ଓ ମନୋରଞ୍ଜନ ପାଇଁ ସଦା ସକ୍ରିୟ ଥିବା ସୁକିନ୍ଦା ବିଧାୟକ ତଥା ଓଡ଼ିଶା ସରକାରଙ୍କ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ପ୍ରୟାସର ଆଉ ଗୋଟିଏ ଉଦାହରଣ ହେଉଛି ସୁକିନ୍ଦା ଶିଳ୍ପ ମହୋତ୍ସବ। ୨୦୨୫ ମସିହାରେ ପରିକଳ୍ପିତ ଏହି ମହୋତ୍ସବ ଚଳିତ ବର୍ଷ ୯ ଫେବୃଆରୀରୁ ୧୩ ଫେବୃଆରୀ ପର୍ଯ୍ୟନ୍ତ ଆୟୋଜିତ ହେବ। ଏହି ନେଇ ଆଜି ସୁକିନ୍ଦାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇ ସମସ୍ତ ତଥ୍ୟ ସାମ୍ବାଦିକମାନଙ୍କ ସମ୍ମୁଖରେ ରଖାଯାଇଛି। ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ପ୍ରତିନିଧି ତଥା ସୁକିନ୍ଦା ଶିଳ୍ପ ମହୋତ୍ସବର ସଭାପତି ପ୍ରସାନ୍ତ ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀର ସମସ୍ତ ସାମ୍ବାଦିକଙ୍କୁ ଆମନ୍ତ୍ରଣ କରାଯାଇ ମହୋତ୍ସବକୁ ସଫଳ କରିବା ପାଇଁ ସହଯୋଗ କାମନା କରାଯାଇଥିଲା। ସାମ୍ବାଦିକ ସମ୍ମିଳନୀରେ ମହୋତ୍ସବ ସମୟରେ ହେବାକୁ ଥିବା ସମସ୍ତ କାର୍ଯ୍ୟକ୍ରମର ସାରାଂଶ ଉପସ୍ଥାପନ କରାଯାଇଥିଲା। ଲୋକମାନଙ୍କ ମନୋରଞ୍ଜନ ପାଇଁ ବହୁ ଓଲିଉଡ ଓ ବଲିଉଡ ଚଳଚ୍ଚିତ୍ର ତାରକାଙ୍କ ଉପସ୍ଥିତି ସହିତ ରାଜ୍ୟର ବହୁ ବିଧାୟକ ଓ ମନ୍ତ୍ରୀଙ୍କ ଯୋଗଦାନର କାର୍ଯ୍ୟକ୍ରମ ମଧ୍ୟ ରହିଥିବା ସୂଚନା ଦିଆଯାଇଛି। ଆଜିର ସାମ୍ବାଦିକ ସମ୍ମିଳନୀରେ ସଭାପତି ପ୍ରସାନ୍ତ ରାୟ, ସଂପାଦକ ସୁଧାଂଶୁ ଭଞ୍ଜ, ସହ-ସଂପାଦକ ବାବୁଲି ନାଟିଆ, ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ସୁପୁତ୍ର ସବ୍ୟସାଚୀ ବଳସାମନ୍ତ, ପ୍ରତାପ ଧିର, ଜଗବନ୍ଧୁ ଦାସ, ବଇନ ରାଉତ, କୃପାସିନ୍ଧୁ ସାମନ୍ତରାୟ, ମାନସ ରଣା ସହିତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିବା ଦେଖିବାକୁ ମିଳିଛି। ସୁକିନ୍ଦା ଶିଳ୍ପ ମହୋତ୍ସବ ସୁକିନ୍ଦାବାସୀଙ୍କ ପାଇଁ ଏକ ନୂଆ ଉତ୍ସବମୟ ପରିଚୟ ସୃଷ୍ଟି କରିବ ବୋଲି ଆଶା ପ୍ରକାଶ କରାଯାଇଛି

on 6 February
user_Kaling lens
Kaling lens
ବିକ୍ରେତା କଳିଙ୍ଗନଗର, ଯାଜପୁର, ଓଡ଼ିଶା•
on 6 February

କଳିଙ୍ଗ ନଗର ସଦାସର୍ବଦା ଓଡ଼ିଶାର ରାଜନୈତିକ ଓ ଶିଳ୍ପ ମାନଚିତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ରଖିଆସିଛି। ସୁକିନ୍ଦା କଳିଙ୍ଗ ନଗର ବାସୀଙ୍କ ସାର୍ବିକ ବିକାଶ ଓ ମନୋରଞ୍ଜନ ପାଇଁ ସଦା ସକ୍ରିୟ ଥିବା ସୁକିନ୍ଦା ବିଧାୟକ ତଥା ଓଡ଼ିଶା ସରକାରଙ୍କ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ପ୍ରୟାସର ଆଉ ଗୋଟିଏ ଉଦାହରଣ ହେଉଛି ସୁକିନ୍ଦା ଶିଳ୍ପ ମହୋତ୍ସବ। ୨୦୨୫ ମସିହାରେ ପରିକଳ୍ପିତ ଏହି ମହୋତ୍ସବ ଚଳିତ ବର୍ଷ ୯ ଫେବୃଆରୀରୁ ୧୩ ଫେବୃଆରୀ ପର୍ଯ୍ୟନ୍ତ ଆୟୋଜିତ ହେବ। ଏହି ନେଇ ଆଜି ସୁକିନ୍ଦାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇ ସମସ୍ତ ତଥ୍ୟ ସାମ୍ବାଦିକମାନଙ୍କ ସମ୍ମୁଖରେ ରଖାଯାଇଛି। ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ପ୍ରତିନିଧି ତଥା ସୁକିନ୍ଦା ଶିଳ୍ପ ମହୋତ୍ସବର ସଭାପତି ପ୍ରସାନ୍ତ ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀର ସମସ୍ତ ସାମ୍ବାଦିକଙ୍କୁ ଆମନ୍ତ୍ରଣ କରାଯାଇ

ମହୋତ୍ସବକୁ ସଫଳ କରିବା ପାଇଁ ସହଯୋଗ କାମନା କରାଯାଇଥିଲା। ସାମ୍ବାଦିକ ସମ୍ମିଳନୀରେ ମହୋତ୍ସବ ସମୟରେ ହେବାକୁ ଥିବା ସମସ୍ତ କାର୍ଯ୍ୟକ୍ରମର ସାରାଂଶ ଉପସ୍ଥାପନ କରାଯାଇଥିଲା। ଲୋକମାନଙ୍କ ମନୋରଞ୍ଜନ ପାଇଁ ବହୁ ଓଲିଉଡ ଓ ବଲିଉଡ ଚଳଚ୍ଚିତ୍ର ତାରକାଙ୍କ ଉପସ୍ଥିତି ସହିତ ରାଜ୍ୟର ବହୁ ବିଧାୟକ ଓ ମନ୍ତ୍ରୀଙ୍କ ଯୋଗଦାନର କାର୍ଯ୍ୟକ୍ରମ ମଧ୍ୟ ରହିଥିବା ସୂଚନା ଦିଆଯାଇଛି। ଆଜିର ସାମ୍ବାଦିକ ସମ୍ମିଳନୀରେ ସଭାପତି ପ୍ରସାନ୍ତ ରାୟ, ସଂପାଦକ ସୁଧାଂଶୁ ଭଞ୍ଜ, ସହ-ସଂପାଦକ ବାବୁଲି ନାଟିଆ, ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ସୁପୁତ୍ର ସବ୍ୟସାଚୀ ବଳସାମନ୍ତ, ପ୍ରତାପ ଧିର, ଜଗବନ୍ଧୁ ଦାସ, ବଇନ ରାଉତ, କୃପାସିନ୍ଧୁ ସାମନ୍ତରାୟ, ମାନସ ରଣା ସହିତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିବା ଦେଖିବାକୁ ମିଳିଛି। ସୁକିନ୍ଦା ଶିଳ୍ପ ମହୋତ୍ସବ ସୁକିନ୍ଦାବାସୀଙ୍କ ପାଇଁ ଏକ ନୂଆ ଉତ୍ସବମୟ ପରିଚୟ ସୃଷ୍ଟି କରିବ ବୋଲି ଆଶା ପ୍ରକାଶ କରାଯାଇଛି

More news from Dhenkanal and nearby areas
  • ସୋସିଆଲ ସାଇଟରେ ଅଶିଳ ମନ୍ତବ୍ୟ ଜଣେ ଗିରଫ । *ସୋସିଆଲ ସାଇଟ୍ ବ୍ଲାକ ମେଲର ଗିରଫ । *ଟାର୍ଗେଟ କରୁଥିଲା ମହିଳା ମାନଙ୍କୁ। *ଟ୍ରୋଲ କରି ଦେଉଥିଲା ମାନସିକ ନିର୍ଯାତନା । * ପଛରେ ବିଜେଡିର ବଡ଼ ହାତ ଅଛି କହି ବୁଲୁଥିଲା *ଅନେକ ଥର ଜେଲ ମଧ୍ୟ ଯାଇ ସାରିଛି ଏହି ମୂଷା ବହୁଦିନ ର ଲୁଚକାଳି ଖେକ ପରେ ବନ୍ଧା ହେଲା ସୋସିଆଲ ସାଇଟ୍ ବ୍ଲାକ ମେଲର ରତିକାନ୍ତ ସ୍ୱାଇଁ ଓରଫ ମୂଷା | ଢେ଼ଙ୍କାନାଳ ଜିଲ୍ଲା ଗଁଦିଆ ପୋଲିସ କୁ ମିଳିଛି ଏହି ସଫଳତା । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ବଡଜୁଆଣିଆ ଗାଁରୁ ଗିରଫ କରାଯାଇଛି | ଫୋକସ ପ୍ଲସ ର ଗଁଦିଆ ପ୍ରତିନିଧିଙ୍କ ପ୍ରତି ସୋସିଆଲ ମିଡିଆରେ ଅଶାଳୀନ ଓ ଆପତ୍ତି ଜନକ ମିଥ୍ୟା ମନ୍ତବ୍ୟ ସାଙ୍ଗକୁ ଧମକ ଦେବା ପଡିଲା ମହଙ୍ଗା ଏହି ଅଭିଯୋଗରେ ଗିରଫ କରିଛି ଗଁଦିଆ ପୋଲିସ | ସ୍ୱାସ୍ଥ୍ୟ ପରୀକ୍ଷା ପରେ ରତିକାନ୍ତକୁ ଗଁଦିଆ ସିଭିଲ ଜଜ ଙ୍କ କୋର୍ଟରେ ହାଜର କରାଯାଇଥିଲା l ରତିକାନ୍ତ ନାମରେ ଭାରତୀୟ ନ୍ୟାୟ ସଂହିତା ଅଧିନିୟମ ୨୯୬,୭୭,୩୫୧/୨,୩୧୫ ଏବଂ It ୬୭ ଅନୁସାରେ ଗାଳିମନ୍ଦ କରିବା ,ମହିଳାଙ୍କୁ ସର୍ବ ସମ୍ମୁଖରେ ଅପମାନିତ କରିବା ,ଧମକ ଦେବା ଭଳି ସଙ୍ଗିନ ଦଫା ଲାଗିଛି । ତେବେ ପୋଲିସ ସ୍କାନରରେ ବହୁ ଦିନ ହେବ ରତିକାନ୍ତ ଥିଲା ଏବଂ ବିଜେଡି ସରକାର ଗଡ଼ିଯିବା ଦିନଠାରୁ ରତିକାନ୍ତ ଓଡ଼ିଶାରୁ କଲିକତା ଯାଇ ସେଠାରେ କଂପାନୀରେ କାମ କରୁଥିବାରୁ ଏବଂ ବିଭିନ୍ନ ସମୟରେ ନିଜର ଠିକଣା ବଦଳାଉ ଥିବାରୁ ପୋଲିସ ନାକେଦମ୍ ହୋଇଥିଲା । ତେବେ ବିଶ୍ଵସ୍ଥ ସୂତ୍ରରୁ ଖବର ପାଇ ଗତକାଲି ଗଁଦିଆ ପୋଲିସ ଓ ଆଳି ପୋଲିସ ମିଳିତ ଭାବରେ ଚଢ଼ାଉ କରି ରତିକାନ୍ତକୁ ଧରିବାରେ ସକ୍ଷମ ହୋଇଥିଲେ | କିନ୍ତୁ ଏତେ ସହଜ ନଥିଲା ରତିକାନ୍ତକୁ ଧରିବା ପୋଲିସ ପାଇଁ ରାତିରେ ପ୍ରାୟ ୨(ଦୁଇ) ଘଣ୍ଟାର ପରିଶ୍ରମ ପରେ ମୂଷା କୁ କାବୁ କରିବାରେ ସକ୍ଷମ ହୋଇଥିଲା ପୋଲିସ । ତେବେ ରତିକାନ୍ତ ନାଁରେ ପୂର୍ବରୁ ବହୁ ଅପରାଧିକ ମାମଲା ରହିଥିବା ଜଣାପଡିଛି।ଭୁବନେଶ୍ୱର ର ବିଭିନ୍ନ ଥାନା ରୁ ଆରମ୍ଭ କରି ଯାଜପୁର, ବ୍ରହ୍ମପୁର, ଭଦ୍ରକ ଏଭଳିକି ଢେଙ୍କାନାଳ ଥାନାରେ ମଧ୍ୟ ପୂର୍ବରୁ ରତିକାନ୍ତ ନାମରେ ଅପହରଣ, ଲୁଟ, ଦାଦା ବଟି ଆଦାୟ, ଅଶାଳୀନ ମନ୍ତବ୍ୟ ଦେବା, ମହିଳାଙ୍କ ପ୍ରତି ଦୁର୍ବ୍ୟବହାର କରିବା।ବିଜେଡି ଦଲାଲ ମୂଷା ଏବେର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ମଧ୍ୟ ଟ୍ରୋଲ କରିବାକୁ ପଛାଉ ନାହିଁ।ତା ପଛରେ ବଡ଼ ବଡ଼ ବିଜେଡି ନେତାଙ୍କ ହାତ ଅଛି ବୋଲି ମଧ୍ୟ କହି ବୁଲୁଛି ଏହି ବ୍ଲାକ ମେଲର । ତେବେ ମୂଷା କୁ ଏଭଳି ଘୃଣ୍ୟ କାମରେ ସହଯୋଗ କରିଥିବା ସମସ୍ତ ବ୍ୟକ୍ତି ବିଶେଷ ଙ୍କୁ ମଧ୍ୟ ତଦନ୍ତ ପରିସର ଭୂକ୍ତ କରାଯିବ ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି। #public#newsodiaodisha
    1
    ସୋସିଆଲ ସାଇଟରେ ଅଶିଳ ମନ୍ତବ୍ୟ  ଜଣେ ଗିରଫ ।
*ସୋସିଆଲ ସାଇଟ୍ ବ୍ଲାକ ମେଲର ଗିରଫ ।
*ଟାର୍ଗେଟ କରୁଥିଲା ମହିଳା ମାନଙ୍କୁ।
*ଟ୍ରୋଲ କରି ଦେଉଥିଲା ମାନସିକ ନିର୍ଯାତନା ।
* ପଛରେ ବିଜେଡିର ବଡ଼ ହାତ ଅଛି କହି ବୁଲୁଥିଲା 
*ଅନେକ ଥର ଜେଲ ମଧ୍ୟ ଯାଇ ସାରିଛି ଏହି ମୂଷା 
ବହୁଦିନ ର ଲୁଚକାଳି ଖେକ ପରେ  ବନ୍ଧା ହେଲା ସୋସିଆଲ ସାଇଟ୍ ବ୍ଲାକ ମେଲର  ରତିକାନ୍ତ ସ୍ୱାଇଁ ଓରଫ ମୂଷା | ଢେ଼ଙ୍କାନାଳ ଜିଲ୍ଲା ଗଁଦିଆ ପୋଲିସ କୁ ମିଳିଛି ଏହି ସଫଳତା । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ବଡଜୁଆଣିଆ ଗାଁରୁ ଗିରଫ କରାଯାଇଛି | ଫୋକସ ପ୍ଲସ ର ଗଁଦିଆ ପ୍ରତିନିଧିଙ୍କ ପ୍ରତି ସୋସିଆଲ ମିଡିଆରେ ଅଶାଳୀନ ଓ ଆପତ୍ତି ଜନକ ମିଥ୍ୟା ମନ୍ତବ୍ୟ ସାଙ୍ଗକୁ ଧମକ ଦେବା  ପଡିଲା ମହଙ୍ଗା ଏହି ଅଭିଯୋଗରେ ଗିରଫ କରିଛି ଗଁଦିଆ ପୋଲିସ | ସ୍ୱାସ୍ଥ୍ୟ ପରୀକ୍ଷା ପରେ ରତିକାନ୍ତକୁ ଗଁଦିଆ ସିଭିଲ ଜଜ ଙ୍କ କୋର୍ଟରେ ହାଜର କରାଯାଇଥିଲା l
ରତିକାନ୍ତ ନାମରେ ଭାରତୀୟ ନ୍ୟାୟ ସଂହିତା ଅଧିନିୟମ ୨୯୬,୭୭,୩୫୧/୨,୩୧୫ ଏବଂ It ୬୭ ଅନୁସାରେ ଗାଳିମନ୍ଦ କରିବା ,ମହିଳାଙ୍କୁ ସର୍ବ ସମ୍ମୁଖରେ ଅପମାନିତ କରିବା ,ଧମକ ଦେବା ଭଳି ସଙ୍ଗିନ ଦଫା ଲାଗିଛି । ତେବେ ପୋଲିସ ସ୍କାନରରେ ବହୁ ଦିନ ହେବ ରତିକାନ୍ତ ଥିଲା ଏବଂ  ବିଜେଡି ସରକାର ଗଡ଼ିଯିବା ଦିନଠାରୁ ରତିକାନ୍ତ ଓଡ଼ିଶାରୁ କଲିକତା ଯାଇ ସେଠାରେ  କଂପାନୀରେ  କାମ କରୁଥିବାରୁ ଏବଂ ବିଭିନ୍ନ ସମୟରେ ନିଜର ଠିକଣା ବଦଳାଉ ଥିବାରୁ ପୋଲିସ ନାକେଦମ୍ ହୋଇଥିଲା । ତେବେ ବିଶ୍ଵସ୍ଥ ସୂତ୍ରରୁ ଖବର ପାଇ ଗତକାଲି  ଗଁଦିଆ ପୋଲିସ ଓ ଆଳି ପୋଲିସ ମିଳିତ ଭାବରେ ଚଢ଼ାଉ କରି ରତିକାନ୍ତକୁ ଧରିବାରେ ସକ୍ଷମ ହୋଇଥିଲେ | କିନ୍ତୁ ଏତେ ସହଜ ନଥିଲା ରତିକାନ୍ତକୁ ଧରିବା ପୋଲିସ ପାଇଁ  ରାତିରେ ପ୍ରାୟ ୨(ଦୁଇ) ଘଣ୍ଟାର ପରିଶ୍ରମ ପରେ ମୂଷା କୁ କାବୁ କରିବାରେ ସକ୍ଷମ ହୋଇଥିଲା ପୋଲିସ । ତେବେ ରତିକାନ୍ତ ନାଁରେ ପୂର୍ବରୁ ବହୁ ଅପରାଧିକ ମାମଲା ରହିଥିବା ଜଣାପଡିଛି।ଭୁବନେଶ୍ୱର ର ବିଭିନ୍ନ ଥାନା ରୁ ଆରମ୍ଭ କରି ଯାଜପୁର, ବ୍ରହ୍ମପୁର, ଭଦ୍ରକ ଏଭଳିକି ଢେଙ୍କାନାଳ ଥାନାରେ ମଧ୍ୟ ପୂର୍ବରୁ ରତିକାନ୍ତ ନାମରେ ଅପହରଣ, ଲୁଟ, ଦାଦା ବଟି ଆଦାୟ, ଅଶାଳୀନ ମନ୍ତବ୍ୟ ଦେବା, ମହିଳାଙ୍କ ପ୍ରତି ଦୁର୍ବ୍ୟବହାର କରିବା।ବିଜେଡି ଦଲାଲ ମୂଷା ଏବେର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ମଧ୍ୟ ଟ୍ରୋଲ କରିବାକୁ ପଛାଉ ନାହିଁ।ତା ପଛରେ ବଡ଼ ବଡ଼ ବିଜେଡି ନେତାଙ୍କ ହାତ ଅଛି ବୋଲି ମଧ୍ୟ କହି ବୁଲୁଛି ଏହି ବ୍ଲାକ ମେଲର । ତେବେ ମୂଷା କୁ ଏଭଳି ଘୃଣ୍ୟ କାମରେ ସହଯୋଗ କରିଥିବା ସମସ୍ତ ବ୍ୟକ୍ତି ବିଶେଷ ଙ୍କୁ ମଧ୍ୟ ତଦନ୍ତ ପରିସର ଭୂକ୍ତ କରାଯିବ ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି।
#public#newsodiaodisha
    user_Tapasdas 6372788705
    Tapasdas 6372788705
    Photographer Gandia, Dhenkanal•
    14 hrs ago
  • Post by ଯାଜପୁର ଖବର ପ୍ରସାରିତ
    1
    Post by ଯାଜପୁର ଖବର ପ୍ରସାରିତ
    user_ଯାଜପୁର ଖବର ପ୍ରସାରିତ
    ଯାଜପୁର ଖବର ପ୍ରସାରିତ
    ଯାଜପୁର, ଯାଜପୁର, ଓଡ଼ିଶା•
    23 hrs ago
  • Post by AT News
    1
    Post by AT News
    user_AT News
    AT News
    Media company ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    1 hr ago
  • ଗାଡ଼ିରେ ପ୍ରେସ୍ ଲେଖୁଥିଲେ ସାବଧାନ! ପୋଲିସ୍ ଚେକିଙ୍ଗରୁ ବଞ୍ଚିବା ପାଇଁ ଗାଡ଼ିରେ ପ୍ରେସ୍ ଲେଖି ଛାତି ଫୁଲାଇ ବୁଲୁଥିଲେ ବାବୁ। ଧରାପଡ଼ି ଗଲେ 😂 ପ୍ରେସ୍ ଲେଖି ମନ ଇଚ୍ଛା ଗାଡ଼ି ଧରି ରାସ୍ତାରେ ବୁଲିବା ପଡ଼ିଲା ମହଙ୍ଗା । ଚେକିଂ ବେଳେ ଧରାପଡ଼ିଗଲେ କଟକ ଟ୍ରାଫିକ୍ ଆଇଆଇସିଙ୍କ ହାବୁଡ଼ରେ।
    1
    ଗାଡ଼ିରେ ପ୍ରେସ୍ ଲେଖୁଥିଲେ ସାବଧାନ! ପୋଲିସ୍ ଚେକିଙ୍ଗରୁ ବଞ୍ଚିବା ପାଇଁ ଗାଡ଼ିରେ ପ୍ରେସ୍ ଲେଖି ଛାତି ଫୁଲାଇ ବୁଲୁଥିଲେ ବାବୁ। ଧରାପଡ଼ି ଗଲେ 😂 ପ୍ରେସ୍ ଲେଖି ମନ ଇଚ୍ଛା ଗାଡ଼ି ଧରି ରାସ୍ତାରେ ବୁଲିବା ପଡ଼ିଲା ମହଙ୍ଗା । ଚେକିଂ ବେଳେ ଧରାପଡ଼ିଗଲେ କଟକ ଟ୍ରାଫିକ୍ ଆଇଆଇସିଙ୍କ ହାବୁଡ଼ରେ।
    user_Amrit Prasad Das
    Amrit Prasad Das
    Social worker କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    16 hrs ago
  • Post by Dipak Kumar Nayak
    1
    Post by Dipak Kumar Nayak
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    17 hrs ago
  • ଢେଙ୍କାନାଳ ସଦର ବ୍ଲକ ଭାପୁରଗ୍ରାମରେ ପ୍ରଭୁ ଶ୍ରୀ ରଘୁନାଥଙ୍କର ଚୈତ୍ରପୂର୍ଣ୍ଣିମୀ ଯାତ୍ରା ଅନୁଷ୍ଠିତ। ଏହି ଯାତ୍ରା ରାମନବମୀ ଠାରୁ ଆରମ୍ଭ ହୋଇ ସାତଦିନ ଧରି ସୀତା ଠାବ ଠାରୁ ଆରମ୍ଭ କରି ଲଙ୍କାପୋଡି ପର୍ଯ୍ୟନ୍ତ ଏବଂ ଚୈତ୍ରପୂର୍ଣ୍ଣିମା ଦିନ ମହାପ୍ରଭୁ ଶ୍ରୀ ରଘୁନାଥ ସୁସଜ୍ଜିତ ବିମାନରେ ହାତୀ ପିଠିରେ ବସି ହନୁମାନ,ଅଙ୍ଗଦ ଓ ତାଙ୍କର ସୈନ୍ୟ ସାମନ୍ତ,ପାଟପଟୁଆର ନେଇ ଭାପୁର ଗ୍ରାମପରିକ୍ରମା କରିବା ସହିତ ଭାପୁର ଗ୍ରାମର ହଡାସାହି ବରଠାରେ ରାବଣକୁ ବଧ ହୋଇଯାଇଛି । ପ୍ରଭୁଙ୍କର ଏହି ଯାତ୍ରାରେ ବାଣ,ଲାଇଟି,ଡିଜେ ସାଙ୍ଗକୁ ଲଉଡିଖେଳ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ହେବା ସହିତ ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ଏବଂ ଏହି ଚୈତ୍ରପୂର୍ଣ୍ଣିମା ଦିନଟି କୈବର୍ତ୍ତ ସମାଜର ବଡପର୍ବ,କୈବର୍ତ୍ତଙ୍କ ଇଷ୍ଟ ମା ବାସେଳୀଙ୍କ ଜନ୍ମଉତ୍ସବ ପାଳନ କରିବା ସହିତ ଭାପୁର କୈବର୍ତ୍ତ ସମାଜ ପକ୍ଷରୁ କୈବର୍ତ୍ତଭାଇ ମାନଙ୍କ ଦ୍ବାରା ମା ସିଦ୍ଧ ବାସେଳୀଙ୍କ ଘୋଡ଼ାନାଚ ଅନୁଷ୍ଠିତ ହୋଇଥିଲା। ଗ୍ରାମରେ ଏହି ଉତ୍ସବକୁ ନେଇ ଏକ ଭକ୍ତିମୟ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇ ଥିଲା। ପ୍ରଭୁ ଶ୍ରୀ ରଘୁନାଥଙ୍କର ଏହି ଚୈତ୍ରପୂର୍ଣ୍ଣିମୀ ଯାତ୍ରାରେ ଗ୍ରାମବାସୀମାନେ ସହଯୋଗ କରିଥିଲେ।
    1
    ଢେଙ୍କାନାଳ  ସଦର ବ୍ଲକ  ଭାପୁରଗ୍ରାମରେ ପ୍ରଭୁ ଶ୍ରୀ ରଘୁନାଥଙ୍କର ଚୈତ୍ରପୂର୍ଣ୍ଣିମୀ ଯାତ୍ରା ଅନୁଷ୍ଠିତ। ଏହି ଯାତ୍ରା ରାମନବମୀ ଠାରୁ ଆରମ୍ଭ ହୋଇ ସାତଦିନ ଧରି ସୀତା ଠାବ ଠାରୁ ଆରମ୍ଭ କରି ଲଙ୍କାପୋଡି ପର୍ଯ୍ୟନ୍ତ ଏବଂ ଚୈତ୍ରପୂର୍ଣ୍ଣିମା ଦିନ ମହାପ୍ରଭୁ ଶ୍ରୀ ରଘୁନାଥ ସୁସଜ୍ଜିତ ବିମାନରେ ହାତୀ ପିଠିରେ ବସି ହନୁମାନ,ଅଙ୍ଗଦ ଓ ତାଙ୍କର ସୈନ୍ୟ ସାମନ୍ତ,ପାଟପଟୁଆର ନେଇ ଭାପୁର ଗ୍ରାମପରିକ୍ରମା କରିବା ସହିତ ଭାପୁର ଗ୍ରାମର ହଡାସାହି ବରଠାରେ ରାବଣକୁ ବଧ ହୋଇଯାଇଛି । ପ୍ରଭୁଙ୍କର ଏହି ଯାତ୍ରାରେ ବାଣ,ଲାଇଟି,ଡିଜେ ସାଙ୍ଗକୁ ଲଉଡିଖେଳ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ହେବା ସହିତ ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ଏବଂ ଏହି ଚୈତ୍ରପୂର୍ଣ୍ଣିମା ଦିନଟି କୈବର୍ତ୍ତ ସମାଜର ବଡପର୍ବ,କୈବର୍ତ୍ତଙ୍କ ଇଷ୍ଟ ମା ବାସେଳୀଙ୍କ ଜନ୍ମଉତ୍ସବ ପାଳନ କରିବା ସହିତ ଭାପୁର କୈବର୍ତ୍ତ ସମାଜ ପକ୍ଷରୁ କୈବର୍ତ୍ତଭାଇ ମାନଙ୍କ ଦ୍ବାରା ମା ସିଦ୍ଧ ବାସେଳୀଙ୍କ ଘୋଡ଼ାନାଚ ଅନୁଷ୍ଠିତ ହୋଇଥିଲା। ଗ୍ରାମରେ ଏହି ଉତ୍ସବକୁ ନେଇ ଏକ ଭକ୍ତିମୟ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇ ଥିଲା। ପ୍ରଭୁ ଶ୍ରୀ ରଘୁନାଥଙ୍କର ଏହି ଚୈତ୍ରପୂର୍ଣ୍ଣିମୀ ଯାତ୍ରାରେ ଗ୍ରାମବାସୀମାନେ ସହଯୋଗ କରିଥିଲେ।
    user_Amani Sahoo
    Amani Sahoo
    ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    17 hrs ago
  • କଟକ ତିଗିରିଆ ଥାନା ବିନ୍ଧାଣିମା ଛକରେ ଗୋମାଂସ ଭର୍ତ୍ତି ଟ୍ରକକୁ ଜବତ କଲେ ଗ୍ରାମବାସୀ। ଘଟଣା ସ୍ଥଳରେ ଉତ୍ତେଜନା ! ଟ୍ରକଟି ନରସିଂହପୁର ରୁ ଆଠଗଡ ଅଭିମୁଖେ ଯାଉଥିବା ବେଳେ ଗାଡିକୁ ଅଟକାଇଥିଲେ ସ୍ଥାନୀୟ ଲୋକେ। ଡ୍ରାଇଭର ସହ ଅନ୍ୟଜଣକୁ ଉତ୍ତମ ମଧ୍ୟମ ଦେଲେ ଲୋକେ।ତିଗିରିଆ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
    1
    କଟକ ତିଗିରିଆ ଥାନା ବିନ୍ଧାଣିମା ଛକରେ ଗୋମାଂସ ଭର୍ତ୍ତି ଟ୍ରକକୁ ଜବତ କଲେ ଗ୍ରାମବାସୀ।  ଘଟଣା ସ୍ଥଳରେ ଉତ୍ତେଜନା !
ଟ୍ରକଟି ନରସିଂହପୁର ରୁ ଆଠଗଡ ଅଭିମୁଖେ ଯାଉଥିବା ବେଳେ ଗାଡିକୁ ଅଟକାଇଥିଲେ ସ୍ଥାନୀୟ ଲୋକେ। ଡ୍ରାଇଭର ସହ ଅନ୍ୟଜଣକୁ ଉତ୍ତମ ମଧ୍ୟମ ଦେଲେ ଲୋକେ।ତିଗିରିଆ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
    user_Amrit Prasad Das
    Amrit Prasad Das
    Social worker କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    16 hrs ago
  • Post by Himanshu Nanda
    1
    Post by Himanshu Nanda
    user_Himanshu Nanda
    Himanshu Nanda
    Interior designer କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    11 hrs ago
  • Post by NEWS MANORANJAN
    1
    Post by NEWS  MANORANJAN
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    1 hr ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.